spot_img
Home Blog Page 6069

ମାରଣାସ୍ତ୍ର ଧରି ଗାଁଦାଣ୍ଡକୁ ଓହ୍ଲାଇଲେ ଦୁର୍ବୃତ୍ତ, ଭାଇରାଲ ହେଲା ଭିଡିଓ

ବାଲେଶ୍ୱର: ଗାଁ ଦାଣ୍ଡରେ ବୁଲିଲା ପିସ୍ତଲ ଓ ଖଣ୍ଡା । ବିଦ୍ୟୁତ୍‌ ସଂଯୋଗକୁ ନେଇ ବାଲେଶ୍ୱର ସଦର ଥାନା କେଶପୁର ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ପିସ୍ତଲ ଦେଖି ଗାଁ ଲୋକ ଭୟଭୀତ ହୋଇ ପଡ଼ିଛନ୍ତି । ଗତ ୧୯ ତାରିଖ ଦିନ ବିଦ୍ୟୁତ୍ ସଂଯୋଗ ନେଇ କେଶପୁର ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।

ଏହି ଗଣ୍ଡଗୋଳରେ ଗୋଟିଏ ଗୋଷ୍ଠୀ ପୁରୁଣା ବାଲେଶ୍ୱର ଗାଁରୁ ଦୁଇଜଣ ସହଯୋଗୀଙ୍କୁ ଡ଼କାଇଥିଲେ । ଦୁଇ ଯୁବକ ମୋଟର ସାଇକେଲରେ କେଶପୁରରେ ପହଞ୍ଚି ଦୁଇଟି ପିସ୍ତଲ ବାହାର କରି ଗୁଳି କରିବାକୁ ଧମକାଇଥିଲେ । ଅନ୍ୟ ଗୋଷ୍ଠୀ ଖଣ୍ଡା, ଭୁଜାଲି ସହିତ ସାମ୍ନା କରିବାକୁ ଆସିଥିଲେ। ପରେ ପିସ୍ତଲ ଦେଖାଇ ଧମକାଉଥିବା ଅଭିଯୁକ୍ତ ଫେରି ଯାଇଥିଲେ । ଏନେଇ ବାଲେଶ୍ୱର ସଦର ଥାନାରେ ମାମଲା ରୁଜୁ କରାଯାଇଛି । ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି । ତେବେ ଉଭୟ ଫେରାର୍ ହୋଇଯାଇଛନ୍ତି ।

ଲଦାଖ ସୀମା ବିବାଦ: ଭାରତର ସମାନ ଦାବି, ‘ଚୀନ ସେନା ପଛକୁ ହଟ’

0

ନୂଆଦିଲ୍ଲୀ: ଏଲଏସିରେ ଉତ୍ତେଜନା ହ୍ରାସ ନେଇ ଭାରତ-ଚୀନ୍ ମଧ୍ୟରେ କୋର କମାଣ୍ଡରସ୍ତରୀୟ ଆଲୋଚନା । ଅନେକ ଦିନରେ ବ୍ୟବଧାନ ପରେ ରବିବାର ପୁଣି ଥରେ ଭାରତ ଓ ଚୀନ ସେନା ମଧ୍ୟରେ କୋର କମାଣ୍ଡରସ୍ତରୀୟ ବୈଠକ ହୋଇଛି । ଦୀର୍ଘ ୧୫ ଘଣ୍ଟା ଧରି ଚାଲିଲା ମାରାଥନ୍‌ ଆଲୋଚନା। ସୀମାରୁ ସେନା ପ୍ରତ୍ୟାହାର ଦାବି ଦୋହରାଇଛି ଭାରତ।

ପ୍ରାୟ ଅଢେଇ ମାସ ପରେ ଗତକାଲି ଭାରତ ଓ ଚୀନ୍ ମଧ୍ୟରେ ନବମ ପର୍ଯ୍ୟାୟ କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିଲା । ଏଲଏସି ମୋଲଡୋରେ ଉଭୟ ପକ୍ଷର ସେନା ଅଧିକାରୀ ଆଲୋଚନା କରିଥିଲେ । ଏଥିରେ ଲଦାଖ ସୀମାରୁ ସେନା ପ୍ରତ୍ୟାହାର ଉପରେ  ଭାରତ ଜୋର୍‌ ଦେଇଛି। ଗତ ନଭେମ୍ବର ୬ ତାରିଖରେ ଉଭୟ ପକ୍ଷ ମଧ୍ୟରେ ହୋଇଥିବା କମାଣ୍ଡରସ୍ତରୀୟ ଆଲୋଚନାରେ ଭାରତ ସମାନ ଦାବି ରଖିଥିଲା। ଏଥର ବି ଭାରତ ସୀମାରେ ଶାନ୍ତି ସ୍ଥାପନ ପାଇଁ ଚୀନ୍ ସେନା ପଛକୁ ହଟାଇବାକୁ କହିଛି ।

ପାଖାପାଖି ୯ ମାସ ହେଲାଣି ଚୀନ ଓ ଭାରତ ମଧ୍ୟରେ ପୂର୍ବରୁ ଲଦାଖରେ ବିବାଦ ଜାରି ରହିଛି। ଉଭୟ ପକ୍ଷରୁ ୫୦ ହଜାର ଲେଖାଏଁ ସେନା ସୀମାରେ ମୁତୟନ ହୋଇଛନ୍ତି । ଲଦାଖରେ ମୁହାଁମୁହିଁ ହେବା ପରେ ଏବେ ସୁଦ୍ଧା କୌଣସି ସମାଧାନ ବାହାରି ପାରିନି। ଦୁଇଦେଶ ମିଳିତ ଭାବେ ଏନେଇ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିବାକୁ ବୈଠକରେ ଭାରତ ପ୍ରସ୍ତାବ ରଖିଛି। ପୂର୍ବ ଲଦାଖରେ ପ୍ରାୟ ୫୦ହଜାର ଭାରତୀୟ ଯବାନ ମୁତୟନ ହୋଇଛନ୍ତି।

 

ଭକ୍ତଙ୍କ ଭିଡ଼ ବଢିବାରୁ ବ୍ୟାରିକେଡ୍‌କୁ ସଂକୁଚିତ କରାଯାଇଛି

ପୁରୀ: ରବିବାର ଶ୍ରୀମନ୍ଦିର ସାନିଟାଇଜ ପରେ ଆଜି ପୁଣି ଲାଗିଛି ଭକ୍ତଙ୍କ ଭିଡ଼ । ବିନା କୋଭିଡ଼ ରିପୋର୍ଟରେ ଦର୍ଶନ ସମ୍ଭବ ହେଉଥିବାରୁ ଭକ୍ତଙ୍କ ସମାଗମ ମଧ୍ୟ ଧିରେ ଧିରେ ବଢିବାରେ ଲାଗିଛି । ଗାଇଡଲାଇନ ଅନୁସାରେ ସକାଳ ୬ଟାରୁ ୭ ଯାଏଁ ପୁରୀ ସହରବାସୀ ଜଗା ଦର୍ଶନ କରିଛନ୍ତି । ଏବଂ  ପରେ ବିନା କୋଭିଡ ରିପୋର୍ଟରେ ସର୍ବସାଧାରଣ ଜଗନ୍ନାଥ ଦର୍ଶନ କରିଛନ୍ତି । ଆଜି ସକାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ବହୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି  ।

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରସାଶନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି । ମାର୍କେଟ ଛକରୁ ପୂର୍ବରୁ ନିର୍ମାଣ ହୋଇଥିବା ବ୍ୟାରିକେଡ୍‌କୁ ସଂକୁଚିତ କରାଯାଇଛି । ଏହାସହ ମରିଚି କୋଟ ଛକରୁ ବ୍ୟାରିକେଡ୍‌ ଦେଇ ଭକ୍ତମାନେ ଶ୍ରୀମନ୍ଦିରରେ ପ୍ରବେଶ କରୁଛନ୍ତି । କୋଭିଡ୍‌ ରିପୋର୍ଟ ଆବଶ୍ୟକ ନଥିବାରୁ ଦିନକୁ ଦିନ ପୁରୀରେ ଭକ୍ତଙ୍କ ସଂଖ୍ୟା ବଢୁଛି  ।

ସାଲିଆ ସାହିରେ ଅବକାରୀ ଚଢ଼ାଉ, ୯ ଗିରଫ

ଭୁବନେଶ୍ୱର: ସାଲିଆ ସାହିରେ ଅବକାରୀ ଚଢ଼ାଉ । ୫ଶହ ଲିଟର ଦେଶୀ ମଦ ଜବତ, ୫ହଜାର ଲିଟର ପୋଚ ନଷ୍ଟ । ଘଟଣାରେ ୯ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଭୁବନେଶ୍ୱର ଅବକାରୀ ବିଭାଗ ଓ କଟକ ଫ୍ଲାଇଂ ସ୍କ୍ୱାଡର ମିଳିତ ଚଢ଼ାଉ । ପୂର୍ବରୁ ମଧ୍ୟ ଏହି ଅଞ୍ଚଳରୁ ଅନେକ ଥର ଚଢାଉ କରାଯାଇ ଦେଶୀ ମଦ ଓ ପୋଚ ନଷ୍ଟ କରାଯାଇଛି । ତଥାପି ସୁଧୁରିବା ପରିବର୍ତ୍ତେ ଅଧିକ ପରିମାଣରେ ମଦ ରାନ୍ଧୁଛନ୍ତି ବସ୍ତି ବାସିନ୍ଦାମାନେ ।

ତେବେ ଏସବୁକୁ ମୂଳପୋଛ କରିବାକୁ ଅଣ୍ଟା ଭିଡ଼ିଛି ଅବକାରୀ ବିଭାଗ । ପୂର୍ବଥର ଏହାକୁ ନେଇ ୧୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ୯ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

ପୂର୍ବରୁ ସାଲିଆ ସାହି, ନୀଳଚକ୍ର ନଗର ଓ ଲୈଲା ସ୍କୁଲ ଅଞ୍ଚଳରେ ଚଢ଼ାଉ କରି ୫ଶହ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଥିଲା ଅବକାରୀ ବିଭାଗ । ଏହାସହ ୩ ହଜାର ଲିଟର ପୋଚ୍‌ ମଧ୍ୟ ନଷ୍ଟ କରାଯାଇଥିଲା । ଘଟଣାରେ ୧୩ ଜଣଙ୍କୁ ଗିରଫ କରାଯାଇଥିଲା ।

ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କେସେଇପାଲିର ପିଇଓଙ୍କ ଘରେ ଚଢାଉ

ବରଗଡ଼ା: ଭିଜିଲାନ୍ସ ଜାଲରେ ବରଗଡ଼ ଭଟଲି ବ୍ଲକ କେସେଇପାଲିର ପିଇଓ । ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଚାଲିଛି ରେଡ  । ଉଭୟ ଗ୍ରାମପଞ୍ଚାୟତ ଅଫିସ ସହ ୪ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ  । ଭଟଲି ବ୍ଲକ କେସେଇପାଲିର ପିଇଓ ହେଉଛନ୍ତି ଉମେଶ ସେଠ  । କେଲେଣ୍ଡାପାଲି ପଞ୍ଚାୟତ ଦାୟିତ୍ୱରେ ମଧ୍ୟ ଅଛନ୍ତି ଉମେଶ ସେଠ  ।

ସୂଚନା ଅନୁସାରେ, ପୂର୍ବରୁ ଉମେଶ ସେଠ ନାଁରେ ଅଭିଯୋଗ ଥିଲା । ଏବଂ ସେହି ଅଭିଯୋଗକୁ ଆଧାର କରି ସ୍ପେସାଲ ଜଜ୍ ଭିଜିଲାନ୍ସ କୋର୍ଟ ତରଫରୁ ହିଁ ସର୍ଚ୍ଚ ୱାରେଣ୍ଟ ଆସିଥିଲା । ସମ୍ବଲପୁର ଭିଜିଲାନ୍ସ ବିଭାଗ, ବଲାଙ୍ଗୀର ଓ ବରଗଡ଼ ଭିଜିଲାନ୍ସ ବିଭାଗ ତରଫରୁ ମିଳିତ ଚଢାଉ କରାଯାଇଛି । ଏନେଇ ୪ଟିମ ଗଠନ କରାଯାଇ ମିଳିତ ଭାବେ ୪ଟି ସ୍ଥାନରେ ଚଢାଉ ଜାରି ରହିଛି । ଯଦିଓ ଏଯାଏଁ କେତେ ଆୟବହିର୍ଭୁତ ସମ୍ପତ୍ତି ରହିଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

ବଜେଟ୍ ଅଧିବେଶନ ପୂର୍ବରୁ ଆଜି ବସୁଛି ବିଜେଡି ସଂସଦୀୟ ଦଳ ବୈଠକ

ଭୁବନେଶ୍ୱର: ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ଆଜି ଅପରାହ୍ନରେ ବସୁଛି ବିଜେଡି ସଂସଦୀୟ ଦଳ ବୈଠକ । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ ୫ଟାରେ ବୈଠକ ବସିବ । ବଜେଟ୍ ଅଧିବେଶନରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଦଳର ଆଭିମୁଖ୍ୟ କଣ ରହିବ, ସେନେଇ ବୈଠକରେ ଆଲୋଚନା ହେବ । ଏଥର ବଜେଟ୍ ଅଧିବେଶନ ଅଧିକ କ୍ରିୟାଶୀଳ ହେବ ବୋଲି ଜଣାପଡିଛି ।

ଦେଶରେ କୋଭିଡ୍ ଟିକାକରଣ ଜାରି ରହିଛି । ଜାତୀୟ ଅର୍ଥନୀତି ପୂର୍ଣ୍ଣ ଭାବେ ଟ୍ରାକକୁ ଫେରିନାହିଁ । ସେହିପରି କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରେ ବସିଛନ୍ତି ଚାଷୀ । ତେଣୁ କେନ୍ଦ୍ର ସରକାରଙ୍କୁ ଏକାଧିକ ପ୍ରସଙ୍ଗରେ ଘେରିପାରନ୍ତି ବିରୋଧୀ । କୃଷି ଆଇନ ସଂପର୍କିତ ଆଲୋଚନା ବେଳେ ବିଜେଡି ଆଭିମୁଖ୍ୟ କଣ ରହିବ, ସେନେଇ ଆଜିର ବୈଠକରେ ଆଲୋଚନା ହୋଇପାରେ । ସେହିପରି ଓଡିଶା ସଂପର୍କିତ ଦାବିକୁ ବିଜେଡି ସବୁବେଳେ ପ୍ରାଥମିକତା ଦେଇଥାଏ । ତେଣୁ ରେଳ ବଜେଟ୍‌ରେ ପର୍ଯ୍ୟାପ୍ତ ଅନୁଦାନ, ସ୍ୱତନ୍ତ୍ର ଆର୍ଥିକ ସହାୟତା, ଧାନ କ୍ରୟ ନେଇ କେନ୍ଦ୍ରୀୟ ବକେୟା ଅନୁଦାନ ପ୍ରଦାନ, ଧାନର ଏମ୍‌ଏସ୍‌ପି ବୃଦ୍ଧି ଦାବିକୁ ଅଗ୍ରାଧିକାର ମିଳବ ବୋଲି ଆଶା କରାଯାଉଛି ।

ସେହିପରି ସଂସଦ ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦାବିକୁ ବିଜେଡି ପୁଣି ଉଠାଇପାରେ । ଆସନ୍ତା ୨୯ରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଫେବ୍ରୁଆରୀ ପହିଲାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ୍ ଉପସ୍ଥାପନ କରିବେ ।

୫ ଦଫା ଦାବିରେ ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ଦିଆଯାଇଛି ଅବରୋଧ ଡାକରା

ତାଳଚେର: ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଅବରୋଧ ଡାକରା ଦିଆ ଯାଇଛି । ୫ ଦଫା ଦାବି ନେଇ ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ଏହି ଅବରୋଧ ଡାକରା ଦିଆଯାଇଛି । ତାଳଚେରସ୍ଥିତ ଟିଟିପିଏସ୍, ଏନଟିପିସିକୁ କାର୍ଯ୍ୟକାରୀ ରଖି ଏକକାଳୀନ ନୂତନ ପ୍ଳାଣ୍ଟ ନିର୍ମାଣ , ନବଗଠିତ ମହାନଦୀ ଭେଷଜ ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନକୁ ତୁରନ୍ତ ଖୋଲିବାକୁ ଦାବି କରାଯାଇଛି । 

ଏହାସହ ୨୦୨୧-୨୨ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀଙ୍କ ନାମ ଲେଖିବା , ତାଳଚେର ରେଳ ଷ୍ଟେସନ ଠାରୁ ଅନୁଗୁଳ ରେଳ ଷ୍ଟେସନକୁ ସଂଯୋଗ କରୁଥିବା ରେଳପଥକୁ  ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ସଂପୂର୍ଣ୍ଣ କରିବା , କଣିହାଁ ବ୍ଲକ ଓ ପାଲଲହଡା ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ରେଳଯାତ୍ରାର ସୁଯୋଗ ଦେବା ପାଇଁ ତାଳଚେର-ପୁରୀ ପାସେଞ୍ଜର ଟ୍ରେନକୁ NTPC ପର୍ଯ୍ୟନ୍ତ ବର୍ଦ୍ଧିତ କରିବା ଆଦି ଦାବି କରିଛନ୍ତି ।

ପ୍ରଦୂଷଣ କମାଇବା ସହ ଆଞ୍ଚଳିକ ବେକାରି ଦୂରୀକରଣ ନିମନ୍ତେ ନୂତନ ସୁଯୋଗ ସୃଷ୍ଟି କରିବା ପାଇଁ ସମସ୍ତ କୋଇଲା ପରିବହନ ରେଳଡବା ଗୁଡିକୁ ପାଲ ଘୋଡାଇବା ଦାବି କରି ଏହି ଅର୍ଥନୈତିକ ଅବରୋଧ ଡାକରା ଦିଆ ଯାଇଛି । ଅନିର୍ଦିଷ୍ଟ କାଳ ପାଇଁ ଡାକରା ଦିଆ ଯାଇଥିବା ଏହି ଅବରୋଧ ବେଳେ ସମସ୍ତ ଖଣିରୁ କୋଇଲା ଉତ୍ତୋଳନ ଓ ପରିବହନ ବନ୍ଦ ରହିଛି । ଏହା ସହ ବିଭିନ୍ନ ଖଣି ଆଗରେ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରାଯାଇଛି ।

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ୨୦୨୧ ପାଇଁ ମନୋନୀତ ହେଲେ ଓଡ଼ିଆ ଛାତ୍ର

ଭୁବନେଶ୍ୱର: ଘୋଷଣା ହୋଇଛି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ୨୦୨୧ । ଦେଶର ବିଭିନ୍ନ ରାଜ୍ୟରୁ ୩୨ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯିବ  । ବିଚକ୍ଷଣ ଦକ୍ଷତା ଥିବା ଛାତ୍ରଛାତ୍ରୀଙ୍କୁ ଏଥିପାଇଁ ଚୟନ କରାଯାଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପୁରସ୍କାର ପ୍ରଦାନ କରିବେ ।

ଏହି ପୁରସ୍କାର ପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜଣେ ଓଡ଼ିଆ ଅଛନ୍ତି । ସେ ହେଉଛନ୍ତି ଅନ୍ୱେଷ ଶୁଭମ ପ୍ରଧାନ। ତାଙ୍କର ଶିକ୍ଷା କ୍ଷେତ୍ରରେ ଅବଦାନ ଥିବାରୁ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଅନ୍ୱେଷ । ତେବେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି  ।

ଘନ କୁହୁଡ଼ି ଯୋଗୁଁ ଟ୍ରକକୁ ପିଟିଲା କାର, ୪ ଗୁରୁତର

କଟକ: ଘନ କୁହୁଡ଼ି ହେଲା କାଳ । ରାସ୍ତା  ଦେଖାନ ଯିବାରୁ ଟ୍ରକକୁ ପଟିଲା କାର୍ । ୧୬ ନମ୍ବର ଜାତୀୟ ରାଜପଥ ବନ୍ଦାଳ ଛକ ନିକଟରେ ଦୁର୍ଘଟଣା ହୋଇଛି । ଟ୍ରକ ଓ କାର ଧକ୍କା ହେବାରୁ ୪ଜଣ ଗୁରୁତର ହୋଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି । ଆଜି ଭୋରରୁ କୋଲକାତାରୁ କଟକ ଅଭିମୁଖେ ଯାଉଥିବା ଏକ ଦୁର୍ଘଟଣାଗ୍ରସ୍ତ ହୋଇଛି ।

କାରଟି ଦ୍ରୁତ ଗତିରେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି । ଘନ କୁହୁଡି ଯୋଗୁଁ କାର ଚାଳକକୁ କିଛି ଦେଖାଯାଇ ନଥିଲା ଫଳରେ କାରଟି ଟ୍ରକକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତରଙ୍କୁ ବଡ଼ଚଣା ମେଡିକାଲରେ କରାଯାଇଛି। ଏହାସହ ଟ୍ରକଟିକୁ ଅଟକ ରଖିଛି ବଡ଼ଚଣା ପୋଲିସ ।

ବିରଳ ପ୍ରଜାତିର ଧଳା ବଉଳା କୁମ୍ଭୀର ଠାବ

ଭଦ୍ରକ: ଭଦ୍ରକ ଜିଲ୍ଲା ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ଦ୍ୱାରା ଚଳିତ ବର୍ଷ କୁମ୍ଭୀର ଗଣନା ଶେଷ ହୋଇଛି । ଜିଲ୍ଲାର ଚାନ୍ଦବାଲି ଡିଭିଜନର ବୈତରଣୀ, ସାଳନ୍ଦୀ ଓ ମନ୍ତେଈ ନଦୀରୁ ମୋଟ ୬୨ଟି କୁମ୍ଭୀର ଠାବ କରାଯାଇଛି। ୨୦୧୯- ୨୦ ବର୍ଷରେ କୁମ୍ଭୀରଙ୍କ ସଂଖ୍ୟା ୫୨ଥିବା ବେଳେ ଚଳିତବର୍ଷ ସଂଖ୍ୟା ବୃଦ୍ଧି ପାଇ ୬୨ରେ ପହଞ୍ଚିଛି।

ଏନେଇ ସରକାରୀ ସ୍ତରରେ ଘୋଷଣା କରାଯାଇଛି । ଏହାସହ ଚଳିତବର୍ଷ ଗୋଟିଏ ବିରଳ ପ୍ରଜାତିର ଧଳା ବଉଳା କୁମ୍ଭୀର ମଧ୍ୟ ଠାବ କରାଯାଇଛି  । ଏହି ଗଣନା କାର୍ଯ୍ୟରେ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡଙ୍କ ସହ ଚାନ୍ଦବାଲି ବନଖଣ୍ଡ ବିଭାଗ ସାମିଲ ଥିଲେ । ଉଭୟଙ୍କ ପକ୍ଷରୁ ୨ଟି ଟିମ ଗଠନ କରାଯାଇ ୩ଟି ନଦୀରେ ଗଣନା କାର୍ଯ୍ୟ କରାଯାଇଥିଲା ।