ଦେଶର ସବୁଠୁ ତତଲା ସହର ଭୁବନେଶ୍ୱର

1 min read
Bhubaneswar tops In day's highest Maximum temperature over India

ଭୁବନେଶ୍ୱର(ସୁଶାନ୍ତ କୁମାର ସାହୁ): ବଢ଼ୁଛି ଖରା, ବଢ଼ୁଛି ପାରା । ଶନିବାର ଦେଶର ଉତ୍ତପ୍ତ ସହର ଭାବେ ଉଭା ହୋଇଛି ଭୁବନେଶ୍ୱର । ୪୦.୪ ଡିଗ୍ରୀ ସହ ଭୁବନେଶ୍ୱର ଦେଶର ଉତ୍ତପ୍ତ ସହର ଭାବେ ଉଭା ହୋଇଛି । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ନିୟୁମରିକାଲ୍ ମଡେଲ୍ ମଧ୍ୟ ଏହା ଆକଳନ କରିଥିଲା । ମାର୍ଚ୍ଚରୁ ମେ ମାସ ଯାଏ ଓଡ଼ିଶାର ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକା ରହିବା ନେଇ ପୂର୍ବାନୁମାନ କରାଯାଇଥିଲା । ତାହା ସତ ହୋଇଛି ।

ଗତ ଫେବ୍ରୁଆରୀ ୨୭ ତାରିଖରେ ମଧ୍ୟ ଭୁବନେଶ୍ୱରରେ ପାରଦ ୪୦ ଟପିଥିଲା । ୪୦.୬ ଡିଗ୍ରୀ ତାପମାତ୍ରା ସହ ଭୁବନେଶ୍ୱର ପାଲଟିଥିଲା ଦେଶର ଉତ୍ତପ୍ତ ସହର । ୨୦୧୭ରୁ ୨୦୨୧ ଗତ ୫ ବର୍ଷର ତାତି ରେକର୍ଡ ଭାଙ୍ଗିଥିଲା ଭୁବନେଶ୍ୱର । ଖାଲି ଭୁବନେଶ୍ୱର କାହିଁକି ଫେବ୍ରୁଆରୀ ମାସରେ ଦେଶର ଅନ୍ୟ ସହରକୁ ତାତିରେ ପଛରେ ପକାଇ ଥିଲା ବାରିପଦା ।

ସେହିଭଳି ଫେବ୍ରୁଆରୀ ୨୮ ତାରିଖରେ ଗତ ୧୦ ବର୍ଷର ତତଲା ରେକର୍ଡ ଭାଙ୍ଗିଥିଲା ଅନୁଗୁଳ । ୨୦୧୧ରୁ ୨୦୨୦ ଗତ ୧୦ ବର୍ଷର ଉତ୍ତପ୍ତ ରେକର୍ଡ ଭାଙ୍ଗି ଅନୁଗୁଳ ୪୦.୧ ଡିଗ୍ରୀ ତାପମାତ୍ରା ସହ ଦେଶର ଉତ୍ତପ୍ତ ସହର ଭାବେ ଉଭା ହୋଇଥିଲା । ଅନୁଗୁଳର ସର୍ବକାଳୀନ ସର୍ବୋଚ୍ଚ ତାପମାତ୍ରା ୨୫ ଫେବ୍ରୁଆରୀ ୨୦୦୬ରେ ୪୨.୧ ଡିଗ୍ରୀ ରେକର୍ଡ ହୋଇଥିଲା । ଅନୁଗୁଳ, ବାରିପଦା, ଭୁବନେଶ୍ୱର ଭଳି ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛି । ବିଶେଷକରି ରାଜଧାନୀର ତାପମାତ୍ରା ବୃଦ୍ଧି ଚିନ୍ତାର କାରଣ ପାଲଟିଛି ।

Bhubaneswar tops In day's highest Maximum temperature over India

ରିପୋର୍ଟ ଅନୁସାରେ, ଭୁବନେଶ୍ୱରର ହାରାହାରି ସର୍ବୋଚ୍ଚ ତାପମାତ୍ରା ୩୨.୯ ଡିଗ୍ରୀ ରହୁଥିବା ବେଳେ ହାରାହାରି ସର୍ବନିମ୍ନ ତାପମାତ୍ରା ୨୨.୪ ଡିଗ୍ରୀ ରୁହେ । ମେ ମାସ ଭୁବନେଶ୍ୱର ପାଇଁ ସର୍ବାଧିକ ଉତ୍ତପ୍ତ ହେଉଥିବା ବେଳେ ସର୍ବାଧିକ ଥଣ୍ଡା ହେଉଛି ଡିସେମ୍ବର । କିନ୍ତୁ, ଚଳିତବର୍ଷ ଭୁବନେଶ୍ୱରର ବଢ଼ୁଥିବା ତାତି ସବୁ ରେକର୍ଡ ଭାଙ୍ଗିବାକୁ ଯାଉଛି । ୧୯୭୨ ମେ ୨୨ରେ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୪୬.୫ ଡିଗ୍ରୀ ରେକର୍ଡ ହୋଇଥିଲା ।

ଏଥିସହ ପଢ଼ନ୍ତୁ- ରାଜ୍ୟରେ ଉପର ମୁହାଁ ପାରଦ, ୪୦.୧ ଡିଗ୍ରୀ ତାପମାତ୍ରା ସହ ସବୁଠୁ ଉତ୍ତପ୍ତ ଅନୁଗୁଳ

Leave a Reply