spot_img
Home Blog Page 592

ମନମୋହନ ସାମଲ ହେଲେ ଓଡ଼ିଶା ରାଜ୍ୟ ବିଜେପି ସଭାପତି, ଆସନ୍ତାକାଲି ଔପଚାରିକ ଘୋଷଣା

ନନ୍ଦିଘୋଷ ବ୍ୟୁରୋ: ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରାଯାଇଛି । ଏକମାତ୍ର ପ୍ରାର୍ଥୀ ଭାବେ ମନମୋହନ ସାମଲ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଆଉ କେହି ନାମାଙ୍କନ ଭରି ନଥିବାରୁ ଆଗକୁ ନିର୍ବାଚନ ହେବାର ନାହିଁ । ଏମିତି ସ୍ଥିତିରେ ମନମୋହନ ଦିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ଆସନ୍ତାକାଲି ଦଳ ପକ୍ଷରୁ ମନମୋହନଙ୍କ ନାଁ ନୂଆ ରାଜ୍ୟ ସଭାପତି ଭାବେ ଔପଚାରିକ ଘୋଷଣା କରାଯିବ ।

ରାଜ୍ୟ କାର୍ଯ୍ୟାଳୟରେ ମନମୋହନ ପ୍ରାର୍ଥିପତ୍ର ଦାଖଲ କରିବାକୁ ବରିଷ୍ଠ ନେତାଙ୍କ ସହ ଆସିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝି ମଧ୍ୟ ତାଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ଉପସ୍ଥିତି ଥିଲେ । ଏହାସହ ବିଧାୟକ, ସାଂସଦ ଏବଂ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ ।

ବିଧାୟକ ସନ୍ତାେଷ ଖଟୁଆଙ୍କ ଅଶାଳୀନ ମନ୍ତବ୍ୟ ; ରାଜ୍ୟ ମହିଳା କମିଶନଙ୍କ କାର୍ଯ୍ୟାଳୟରେ ଫେରାଦ ହେଲା ବିଜେଡ଼ି

ଭୁବନେଶ୍ବର : ନୀଳଗିରି ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ବିରୋଧରେ ସ୍ୱାଧୀନ ତଦନ୍ତ ଦାବିରେ ରାଜ୍ୟ ମହିଳା କମିଶନଙ୍କ କାର୍ଯ୍ୟାଳୟରେ ଫେରାଦ ହେଲା ବିଜେଡି ପ୍ରତିନିଧି । କିଛି ଦିନ ତଳେ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ ଚରିତ୍ର ସଂହାର କଲା ପରି କଟୁ ମନ୍ତବ୍ୟ ଦେଇଥିଲେ ନୀଳଗିରି ବିଧାୟକ । ଏନେଇ ଭୁବନେଶ୍ୱର ମହିଳା ଥାନାରେ ଵି ମାମଲା ରୁଜୁ ହୋଇଛି । ତେବେ ବର୍ଷ ପୂର୍ତ୍ତି ପାଳନ କରୁଥିବା ବିଜେପି ସରକାର ଏ ଯାଏଁ ମହିଳା କମିଶନ ଅଧ୍ୟକ୍ଷା ନିଯୁକ୍ତି କରି ନାହାନ୍ତି ଯାହାକୁ ନିନ୍ଦା କରି ଭାରପ୍ରାପ୍ତ ଅଧିକାରୀଙ୍କ ପାଖରେ ଫେରାଦ ହୋଇଥିଲା ବିଜେଡି ।

ସନ୍ତୋଷ ଖଟୁଆଙ୍କ ଗିରଫଦାରୀ ମଧ୍ୟ ଦାବି କରିଛି ବିଜୁ ଜନତା ଦଳ । ବିଜେପି ସରକାରରେ ମହିଳା ଅସୁରକ୍ଷିତ ଥିବା ବିଜେଡି ଅଭିଯୋଗ କରିଛି । ବିଜୁ ପଟ୍ଟନାୟକ ମହିଳାଙ୍କ ଅଧିକାର ପାଇଁ ଲଢ଼ିଥିଲେ । ନବୀନ ପଟ୍ଟନାୟକ ମହିଳାଙ୍କୁ ସମ୍ମାନ ଦେଇଥିଲେ । ଲେଖାଶ୍ରୀ ମଧ୍ୟ ନିଜ ସୁରକ୍ଷା ଦାବି କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଚାର କରିବେ ବୋଲି କହିଛନ୍ତି ।

ରାଜ୍ୟରେ ବନ୍ୟା ସ୍ଥିତି ନାହିଁ କହିଲେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ନାହିଁ ବନ୍ୟା ସ୍ଥିତି। ହୀରାକୁଦର ୨୦ ଗେଟ ଦେଇ ୨.୯୫ ଲକ୍ଷ କ୍ଯୁସେକ ଜଳ ନିଷ୍କାସନ ହେଉଛି। ଆସନ୍ତାକାଲି ସକାଳ ୬ଟା ପରେ ମୁଣ୍ଡଳିରେ ପହଂଚିବ ବନ୍ୟା ଜଳ। ୪.୫ ଲକ୍ଷ କ୍ୟୁସେକ ଜଳ ମୁଣ୍ଡଳିରେ ଆସିବ। ଆଗାମୀ ଦିନରେ ବର୍ଷା ଅଧିକ ହେଲେ ଅଧିକ ଗେଟ ଖୋଲା ହେବ। ବୈତରଣୀ ୱାର୍ଣ୍ଣି ଲେବୁଲ ପାର କରିଛି। ଗେଟ ଖୋଲିବା ପରେ ଜଳ ନିଷ୍କାସନ ହେଉଛି ହେଲେ ବିପଦ ସଂକେତ ଛୁଇଁନି। ରେଙ୍ଗାଲି ଡ୍ୟାମର ଦୁଇଟି ଗେଟ ଦେଇ ୩ ହଜାର ୧୨୪ କ୍ୟୁମେକ ଜଳ ନିଷ୍କାସନ ହେଉଛି ।

ବୁଢ଼ାବଳଙ୍ଗରେ ଅଧିକ ଜଳ ଆସିବ ହେଲେ ବିପଦ ସଂକେତ ଛୁଇଁବ ନାହିଁ। ଯାଜପୁର ଜିଲ୍ଲା ଦଶରଥପୁରରେ ଗ୍ରାମୀଣ ବିକାଶ ପ୍ରୋଟେକ୍ସନ ୱାଲ କରିବାର ଥିଲା ହେଲେ କରିନାହାନ୍ତି। ତେଣୁ ଛୋଟ ଆକାରରେ ବନ୍ଧ ଭାଙ୍ଗିଛି ବୋଲି କହିଛନ୍ତି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ।

ପାକିସ୍ତାନକୁ ଜୁଲାଇ ଡର : ଜୁଲାଇରେ ଜିଆ କରିଥିଲେ ବିଦ୍ରୋହ, ଜୁଲାଇରେ ମୁନୀର ମାଡ଼ି ବସିବେ ଗାଦି !

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନକୁ ଜୁଲାଇ ଡ଼ର । ପୁଣି ପାକିସ୍ତାନରେ ଦେଖାଦେଇଛି ବଡ଼ ରାଜନୈତିକ ଅସ୍ଥିରତା । ସତ୍ତା ପରିବର୍ତ୍ତନ ପାଇଁ ଚାଲିଛି ବଡ଼ ଷଡ଼ଯନ୍ତ୍ର । ଏହି ଷଡ଼ଯନ୍ତ୍ରର ଖଳନାୟକ ସାଜିଛନ୍ତି ଅସୀମ ମୁନୀର । ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ଏବଂ ପାକ୍ ସେନା ମୁଖ୍ୟ ଅସୀମ ମୁନୀରଙ୍କ ମଧ୍ୟରେ ଚାଲିଛି ଟଣାଓଟରା । ଦାବି କରାଯାଉଛି ଯେ ଅସୀମ ମୁନିର ରାଷ୍ଟ୍ରପତି ପଦରୁ ଆସିଫ ଜର୍ଦ୍ଦାରୀଙ୍କୁ ହଟାଇବା ପାଇଁ ନକ୍ସା ପ୍ରସ୍ତୁତ କରିସାରିଛନ୍ତି । ଅସୀମ ମୁନୀର ଖୁବଶୀଘ୍ର ଜର୍ଦ୍ଦାରୀଙ୍କୁ ଗାଦିଚ୍ୟୁତ କରି ନିଜେ ରାଷ୍ଟ୍ରପତି ପଦ ଗ୍ରହଣ କରିପାରନ୍ତି । କେବଳ ଏତିକି ନୁହେଁ, ଅସୀମ ନିଜର କ୍ଷମତା ବୃଦ୍ଧି କରିବା ପାଇଁ ପାକିସ୍ତାନର ସମ୍ବିଧାନ ସଂଶୋଧନ କରିବାକୁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି । ପାକ୍ ରାଷ୍ଟ୍ରପତି ଆସିଫ ଜର୍ଦ୍ଦାରୀଙ୍କ ପୁଅ ବିଲାୱାଲ ଭୁଟ୍ଟୋ ସାର୍ବଜନୀନ ଭାବରେ ଅସୀମ ମୁନିରଙ୍କୁ ଏନେଇ ସମାଲୋଚନା କରିଛନ୍ତି। ଏହା ପାକିସ୍ତାନ ରାଜନୀତିରେ ନୂତନ ମୋଡ଼ ଦେଇଛି । କୁହାଯାଉଛି ଯେ, ପାକ୍ ସେନା ପରଦା ପଛରେ ଲୁଚି ଆସିଫ ଜର୍ଦ୍ଦାରୀଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛି। ସେଥିପାଇଁ ବିଲାୱାଲ ଅସୀମ ମୁନିରଙ୍କ ପାଇଁ ବିଷ ଓଗାଳିଛନ୍ତି ।

ଶାହବାଜ ଚୌକି ମଧ୍ୟ ଟଳମଳ !

ଅସୀମ ମୁନୀର ବର୍ତ୍ତମାନ ପାକିସ୍ତାନର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି । ସେ ତାଙ୍କର କ୍ଷମତାକୁ ଆହୁରି ବୃଦ୍ଧି କରିବା ପାଇଁ ଏହି ପଦକ୍ଷେପ ନେଇପାରନ୍ତି। ଏହା ମଧ୍ୟ ପ୍ରଶ୍ନ ଉଠିଛି ଯେ ମୁନୀର କେବଳ ଜର୍ଦ୍ଦାରୀରେ ସୀମିତ ହେବେ ନା ଶାହବାଜ ସରିଫଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ସମ୍ପୂର୍ଣ୍ଣ କ୍ଷମତା ହାସଲ କରିବେ। ପୂର୍ବରୁ ମଧ୍ୟ ପାକିସ୍ତାନରେ ସାମରିକ ମୁଖ୍ୟମାନେ ଅତୀତରେ ସରକାରକୁ ଭାଙ୍ଗି ଦେଇଛନ୍ତି । ଏପରି ପରିସ୍ଥିତିରେ, ମୁନୀର ମଧ୍ୟ ଏହି ଦିଗରେ ବଢୁଥିବା ସୂଚନା ମିଳୁଛି । ଅସୀମ ମୁନିର ଜର୍ଦ୍ଦାରୀଙ୍କୁ ବଦଳାଇବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ଏବେ ପ୍ରଶ୍ନ ହେଉଛି ଜର୍ଦ୍ଦାରୀ ସ୍ୱେଚ୍ଛାକୃତ ଭାବରେ ଇସ୍ତଫା ଦେବେ ନା ତାଙ୍କୁ ବଳପୂର୍ବକ ହଟାଇ ଦିଆଯିବ । ଏସବୁ ଭିତରେ ସରିଫ ପରିବାରର ଚିନ୍ତା ହେଉଛି କି ମୁନିର କେବଳ ନିଜକୁ ପରବର୍ତ୍ତୀ ରାଷ୍ଟ୍ରପତି କରିବେ ନା କ୍ଷମତାର ଏକ ବ୍ୟାପକ ହସ୍ତାନ୍ତର ହେବ ଯେଉଁଥିରେ ଶାହବାଜ ମଧ୍ୟ ତାଙ୍କ ଚୌକି ହରାଇବେ।

ଜୁଲାଇ ଇତିହାସର ପୁନରାବୃତ୍ତି !

ଜର୍ଦ୍ଦାରୀଙ୍କୁ ହଟାଇବା କଥାକୁ ନେଇ ପାକିସ୍ତାନର ରାଜନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଛି। ଦେଶରେ ସାମରିକ ଏକଛତ୍ରବାଦର ଭୟ ପୁଣି ଥରେ ଗଣତନ୍ତ୍ର ସମର୍ଥକଙ୍କ ଅସ୍ଥିରତାକୁ ବୃଦ୍ଧି କରିଛି। ପାକିସ୍ତାନର ଅନେକ ଲୋକ ସୋସିଆଲ ମିଡିଆରେ କହିଛନ୍ତି ଯେ ଜୁଲାଇ ମାସରେ ଜିଆ-ଉଲ-ହକ୍ ଇସଲାମାବାଦରେ କ୍ଷମତା ଦଖଲ କରିଥିଲେ। ଏପରି ପରିସ୍ଥିତିରେ, ଜୁଲାଇ ମାସ ପୁଣି ଥରେ ପାକିସ୍ତାନର ରାଜନୈତିକ ଇତିହାସକୁ ପୁନରାବୃତ୍ତି କରିବନି ତ ତାହା ଦେଖିବାକୁ ବାକି ରହିଲା ।

ଗୁଗଲ କାହିଁକି ଦେଉଛି ୮,୫୦୦ ଟଙ୍କା ? କ’ଣ ଆପଣଙ୍କୁ ମିଳିଲାଣି କି ?

ନୂଆଦିଲ୍ଲୀ: ଗୁଗୁଲ କାହିଁକି ଦେଉଛି ୮ହଜାର ୫ଶହ ଟଙ୍କା ? google pixel 6a ବ୍ୟବହାର କରୁଥିବା ଉପଭୋକ୍ତାଙ୍କୁ କମ୍ପାନୀ ପକ୍ଷରୁ ୮୫୦୦ ଟଙ୍କା ଦିଆଯାଉଛି । କିନ୍ତୁ କାହିଁକି? କାହିଁକି ବଣ୍ଟାଯାଉଛି ଏହି ଟଙ୍କା? ଆପଣ pixel ଫୋନ ବ୍ୟବହାର କରୁଛନ୍ତି କି? ଯଦି ହଁ ତାହାଲେ ଏହି ଟଙ୍କା ଆପଣଙ୍କୁ ମିଳିବ ନାହିଁ ଜାଣନ୍ତୁ ।

ପ୍ରକୃତରେ pixel 6a ବ୍ୟବହାରରକାରୀଙ୍କଠୁ ଓଭରହିଟିଂ ଏବଂ ବ୍ୟାଟେରୀ ସମ୍ପର୍କିତ ଅଭିଯୋଗ ଆସୁଛି । ଏଥିପାଇଁ କମ୍ପାନୀ ବ୍ୟାଟେରୀ ପଫର୍ମାନ୍ସ ପୋଗ୍ରାମ ଆରମ୍ଭ କରିବାକୁ ଯାଉଛି । ଏହି କାର୍ଯ୍ୟକ୍ରମ ଅଧିନରେ କମ୍ପାନୀ ମାଗଣାରେ ବ୍ୟାଟେରୀ ଅଦଳବଦଳ କରିବ । ନଚେତ୍ ଆପଣଙ୍କୁ କ୍ଷତିପୂରଣ ଭାବରେ ୧ ଡଲାର ଅର୍ଥାତ ୮୫୦୦ ଟଙ୍କା ଦିଆଯିବ?

pixel 6aର ବ୍ୟାଟେରୀ କାମକୁ ଉନ୍ନତ କରିବା ଏବଂ ଅତ୍ୟଧିକ ଗରମ ହେବାର ଆଶଙ୍କାକୁ ହ୍ରାସ କରିବା ପାଇଁ କମ୍ପାନୀ ଆସନ୍ତାକାଲି ଅର୍ଥାତ ୮ ଜୁଲାଇରୁ Android ଅପଡେଟ ମଧ୍ୟ ଆଣିବ ।

Pixel 6a ବ୍ୟବହାର କରୁଥିବା ସମସ୍ତ ଉପଭୋକ୍ତା କମ୍ପାନୀର ଷ୍ଟୋରକୁ ଯାଇ ବ୍ୟାଟେରୀ ବଦଳାଇପାରିବେ। ଯେଉଁମାନେ ବ୍ୟାଟେରୀ ବଦଳାଇବାକୁ ଚାହାଁନ୍ତି ନାହିଁ ସେମାନେ $100 ପ୍ରାୟ ୮୫୦୦ ଟଙ୍କା କିମ୍ବା $150 ପ୍ରାୟ ୧୨୮୦୦ ଟଙ୍କା ର Google Store କ୍ରେଡିଟ୍ ବିକଳ୍ପ ବାଛିପାରିବେ।

ଆପଣ ଏହି ଟଙ୍କା ପାଇବାକୁ ଯୋଗ୍ୟ କି ନାହିଁ ଯାଞ୍ଚ କରିବା ପାଇଁ, କମ୍ପାନୀର ସପୋର୍ଟ ପେଜକୁ ଯାଆନ୍ତୁ । ଏହି ପେଜକୁ ଯିବା ପରେ କନଫର୍ମ ବଟନ୍ ଉପରେ ଟ୍ୟାପ୍ କରନ୍ତୁ । ପରବର୍ତ୍ତୀ ପେଜ୍ ରେ ଆପଣଙ୍କୁ ଫୋନର IMEI ନମ୍ବର ଦେବାକୁ ପଡିବ। ଏହା ପରେ, ଡିଭାଇସ୍ ସହିତ ଲିଙ୍କ୍ ହୋଇଥିବା ଇମେଲ୍ ଠିକଣା ଦେବାକୁ ପଡ଼ିବ ।

 

ପେମେଣ୍ଟ କମ୍ପାନୀ ଆପଣଙ୍କୁ ଥାର୍ଡ ପାର୍ଟି Payoneer ମାଧ୍ୟମରେ ଟଙ୍କା ଦେବ । ଯାହା ପାଇଁ ବ୍ୟବହାରକାରୀଙ୍କଠାରୁ ପରିଚୟ ପତ୍ର ପ୍ରମାଣ ଏବଂ PAN କାର୍ଡ ଭଳି ଡକ୍ୟୁମେଣ୍ଟ ଦରକାର ହେବ ।

 

ହିନ୍ଦୁ ଝିଅଙ୍କ ଧର୍ମ ପରିବର୍ତ୍ତନ ପାଇଁ ଏମିତି ରହିଛି ଲଭ୍ ଜିହାଦ ଗ୍ୟାଙ୍ଗର ରେଟ୍ ଚାର୍ଟ୍

ନନ୍ଦିଘୋଷ ବ୍ୟୁରୋ: ଖୋଲୁଛି ଧର୍ମାନ୍ତରିକରଣର ଗୁପ୍ତ ପେଡ଼ି ସହିତ ଚାଙ୍ଗୁର ବାବାଙ୍କ ଗୁମର। ଧର୍ମାନ୍ତରିକରଣ ନାଁରେ ହେଉଥିଲା କୋଟି କୋଟି ଟଙ୍କାର ରୋଜଗାର । ବିଭିନ୍ନ ଧର୍ମ ପାଇଁ ଥିଲା ବିଭିନ୍ନ ରେଟ୍ ଚାର୍ଟ । ଧର୍ମ ଦେଖି ହେଉଥିଲା ପଇସାର କାରବାର । ଉତ୍ତର ପ୍ରଦେଶର ବଳରାମପୁରରେ ଅବୈଧ ଧର୍ମାନ୍ତରୀକରଣର ଏକ ବଡ଼ ନେଟୱାର୍କର ପର୍ଦ୍ଦାଫାସ ହେବା ପରେ ବଡ଼ ବଡ଼ ଖୁଲାସା ହେଉଛି। ଗ୍ୟାଙ୍ଗର ନେତା ଜମାଲୁଦ୍ଦିନ ଓରଫ ଚାଙ୍ଗୁର ବାବା ଏବଂ ସହଯୋଗୀ ନୀତୁ ରୋହରା ଓରଫ ନସରିନଙ୍କୁ ୟୁପି ଏଟିଏସ ଗିରଫ କରିଛି। ଜମାଲୁଦ୍ଦିନଙ୍କ ବିରୋଧରେ ଝିଅମାନଙ୍କୁ ପ୍ରଲୋଭନ ଦେଖାଇ ବଳପୂର୍ବକ ଧର୍ମାନ୍ତରୀକରଣ କରିବାର ଅଭିଯୋଗ ରହିଛି। ପ୍ରକାଶ ପାଉଛି ଯେ ଏହି ନେଟୱାର୍କ ବିଦେଶରୁ ୧୦୦ କୋଟି ଟଙ୍କାରୁ ଅଧିକ ପାଣ୍ଠି ପାଇଛି। ଏହି ନେଟୱାର୍କ ଦୀର୍ଘ ଦିନ ଧରି ବଳରାମପୁରର ଉତରୌଲା ସହରରେ ଚାଲୁଥିଲା।

ହିନ୍ଦୁ ଝିଅଙ୍କ ପାଇଁ ଥିଲା ରେଟ୍ ଚାର୍ଟ୍

ଏହି ଗ୍ୟାଙ୍ଗରେ ହିନ୍ଦୁ ଝିଅମାନଙ୍କୁ ଧର୍ମାନ୍ତରୀକରଣ ପାଇଁ ଫିସ୍ ସ୍ଥିର କରାଯାଇଥିଲା। ବ୍ରାହ୍ମଣଳ ଠାକୁର ଏବଂ ଶିଖ ଝିଅମାନଙ୍କର ଧର୍ମାନ୍ତରୀକରଣ ପାଇଁ ୧୫ ରୁ ୧୬ ଲକ୍ଷ ଟଙ୍କା ଦିଆଯାଇଥିଲା । ପଛୁଆ ଜାତିର ଝିଅମାନଙ୍କୁ ଧର୍ମାନ୍ତରୀକରଣ ପାଇଁ ୧୦ ରୁ ୧୨ ଲକ୍ଷ ଟଙ୍କା ଦିଆଯାଇଥିଲା। ଅନ୍ୟ ଜାତି ପାଇଁ ୮ ରୁ ୧୦ ଲକ୍ଷ ଟଙ୍କା ଦିଆଯାଇଥିଲା।

ଏଜେଣ୍ଟମାନଙ୍କ ମାଧ୍ୟମରେ ଧର୍ମାନ୍ତରୀକରଣର ଖେଳ

ଏଡିଜିପି ଅମିତାଭ ଯଶ କହିଛନ୍ତି ଯେ ବଳରାମପୁରର ଉତରୌଲା ସହରରେ ଚାଙ୍ଗୁର ବାବା ଓରଫ ଜମାଲୁଦ୍ଦିନ ବାବା ନାମକ ଜଣେ ବ୍ୟକ୍ତି ନିଜକୁ ହାଜି ପୀର ଜଲାଲୁଦ୍ଦିନ ଭାବରେ ପରିଚୟ ଦିଅନ୍ତି। ସେ ଏକ ସଂଗଠିତ ଧର୍ମାନ୍ତରୀକରଣ ନେଟୱାର୍କ ଚଳାଉଛନ୍ତି। ଏହା ପ୍ରକାଶ ପାଇଛି ଯେ ଅଭିଯୁକ୍ତ ତାଙ୍କ ଏଜେଣ୍ଟମାନଙ୍କ ମାଧ୍ୟମରେ ଝିଅମାନଙ୍କୁ ପ୍ରଲୋଭିତ କରି ଧର୍ମାନ୍ତରୀକରଣ ପାଇଁ ପ୍ରେରଣା ଦେଉଥିଲେ। ଏହା ମଧ୍ୟ ପ୍ରକାଶ ପାଇଛି ଯେ ଏହି ନେଟୱାର୍କକୁ ୧୦୦ କୋଟି ଟଙ୍କାରୁ ଅଧିକ ବିଦେଶୀ ପାଣ୍ଠି ମିଳିଛି, ଯାହା ଧର୍ମାନ୍ତରୀକରଣ କାର୍ଯ୍ୟରେ ବ୍ୟବହୃତ ହେଉଥିଲା।

ଉପସାଗରୀୟ ଦେଶଗୁଡ଼ିକରୁ ୧୦୦ କୋଟି ଟଙ୍କାର ପାଣ୍ଠି

ଏଡିଜିପିଙ୍କ ଅନୁଯାୟ ଜମାଲୁଦ୍ଦିନ ବାବା ଏପର୍ଯ୍ୟନ୍ତ ୪୦ରୁ ୫୦ ଥର ଇସଲାମିକ ଦେଶ ଗସ୍ତ କରିସାରିଛନ୍ତି। ସେ ବଳରାମପୁରରେ ଅନେକ ସମ୍ପତ୍ତି ମଧ୍ୟ କିଣିଛନ୍ତି। ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଏବଂ ୟୁପି ଏଟିଏସ୍ ତଦନ୍ତ କରୁଛି। ବର୍ତ୍ତମାନ ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି ଏବଂ ଏସଟିଏଫ୍ କହିଛି ଯେ ଏହି ନେଟୱାର୍କର ପ୍ରସାର ସମଗ୍ର ଭାରତରେ ବ୍ୟାପିଛି। ବିଦେଶୀ ପାଣ୍ଠି ସାମ୍ନାକୁ ଆସିଛି ବିଶେଷକରି ଉପସାଗରୀୟ ଦେଶଗୁଡ଼ିକରୁ ଯାହାର ତଦନ୍ତ କରାଯାଉଛି।

ମୁମ୍ବାଇର ତିନି ଜଣଙ୍କର କରାଯାଇଥିଲା ବ୍ରେନଓ୍ବାଶ

ବଳରାମପୁରର ଥାନା ଉତରୌଲାର ମାଧପୁର ଗ୍ରାମର ଚାଙ୍ଗୁର ବାବା, ନସରିନ ଏବଂ ମେହବୁବଙ୍କ ସମେତ ଅନେକ ସନ୍ଦିଗ୍ଧ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଆସିଥିଲା। ଅଭିଯୋଗ ହୋଇଛି ଯେ ସେମାନେ ମାତ୍ର ଗୋଟିଏ ବର୍ଷ ମଧ୍ୟରେ ବିଦେଶୀ ପାଣ୍ଠିରେ ବଙ୍ଗଳା, ବିଳାସପୂର୍ଣ୍ଣ କାର ଏବଂ ଶୋ’ରୁମ୍ କିଣିଥିଲେ। ଚାଙ୍ଗୁର ବାବା ଓରଫ ଜମାଲୁଦ୍ଦିନ, ମୁମ୍ବାଇ ବାସିନ୍ଦା ନବୀନ ଘନଶ୍ୟାମ ରୋହରା, ତାଙ୍କ ପତ୍ନୀ ନୀତୁ ଏବଂ ଝିଅ ସମାଲେଙ୍କ ବ୍ରେନଓ୍ବାଶ କରିଥିଲା । ଏବଂ ଇସଲାମ ଗ୍ରହଣ କରିବାକୁ ବାଧ୍ୟ କରୁଥିଲା । ଧର୍ମାନ୍ତରୀକରଣ ପରେ, ତିନିଜଣ ଜମାଲୁଦ୍ଦିନ, ନସରିନ ଏବଂ ସବିହା ନାମ ନେଇଥିଲେ।

ଲକ୍ଷ୍ନୌର ଗୁଞ୍ଜା ଗୁପ୍ତାଙ୍କ ଧର୍ମ ପରିବର୍ତ୍ତନ

ସେହିପରି ଅଭିଯୁକ୍ତ ଆବୁ ଅନସାରୀ ଲକ୍ଷ୍ନୌର ଗୁଞ୍ଜା ଗୁପ୍ତାକୁ ଅମିତ ବୋଲି ପରିଚୟ ଦେଇ ପ୍ରେମ ଜାଲରେ ଫସାଇଥିଲା ଏବଂ ତା’ପରେ ତାକୁ ଚାଙ୍ଗୁର ବାବାଙ୍କ ଦରଘାକୁ ନେଇ ନୀତୁ ରୋହରା ଏବଂ ଜମାଲୁଦ୍ଦିନଙ୍କ ସହାୟତାରେ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିଥିଲା। ତାଙ୍କର ନୂତନ ନାମ ଅଲିନା ଅନସାରୀ ରଖାଯାଇଥିଲା।

ଗୋଟିଏ ପରିବାରରେ ୧୭ ବର୍ଷରେ ୧୦ ଜଣଙ୍କ ମୃତ୍ୟୁ ! ମାନସିକ ରୋଗ ନା ଅଭିଶାପ ..

ନନ୍ଦିଘୋଷ ବ୍ୟୁରୋ: ଗୋଟିଏ ପରିବାର, ୧୭ ବର୍ଷ, ୧୦ ଜଣଙ୍କ ମୃତ୍ୟୁ ! ଏହା କ’ଣ ଏକ ସଂଯୋଗ ନା କୌଣସି ଅଭିଶାପର ଛାୟା ? ୟୁପିର ମୈନପୁରୀରେ ଗୋଟିଏ ପରିବାରରେ ଲଗାତାର ଆତ୍ମହତ୍ୟା ସମଗ୍ର ଗାଁକୁ ଆତଙ୍କିତ କରିଦେଇଛି। ଏବେ ଜଣେ ୧୮ ବର୍ଷୀୟ ଯୁବକ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି ଯାହା ଭୟକୁ ଦ୍ବିଗୁଣିତ କରିଦେଇଛି । ଉତ୍ତରପ୍ରଦେଶର ମୈନପୁରୀ ଜିଲ୍ଲାର ସକାଟ ଗାଁରେ ଏମିତି ଏକ ପରିବାର ଅଛି, ଯେଉଁଠାରେ ୧୭ ବର୍ଷ ମଧ୍ୟରେ ୧୦ ଜଣ ଆତ୍ମହତ୍ୟା କରିଛନ୍ତି । ସଦ୍ୟତମ ଘଟଣାଟି ଶୁକ୍ରବାରର  ଯେତେବେଳେ ପରିବାରର ୧୮ ବର୍ଷୀୟ ଜିତେନ୍ଦ୍ର ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଗତ ପାଞ୍ଚ ମାସ ମଧ୍ୟରେ ଏହା ଚତୁର୍ଥ ଆତ୍ମହତ୍ୟା।

ଜାମୁକୋଳି ଆଣିବାକୁ ଯାଇ ଶବ ହେଇ ଫେରିଲେ 

ଗତ ଶୁକ୍ରବାର ଦିନ ଜିତେନ୍ଦ୍ର ସକାଳ ୧୦ଟାରେ ଘରୁ ବାହାରିଥିଲେ ଯେ ସେ ଜାମୁକୋଳି ଆଣିବାକୁ ଯାଉଛନ୍ତି। ସେ ତାଙ୍କ ଭଉଣୀର ଦୁପଟା ସାଙ୍ଗରେ ନେଇ ଯାଇଥିଲେ ଯାହାଫଳରେ ସେ ନିଜକୁ ଖରାରୁ ରକ୍ଷା କରିପାରିବେ। ଅପରାହ୍ନ ୨ଟାରେ, ତାଙ୍କ ମୃତଦେହ  ଗାଁରୁ ଏକ କିଲୋମିଟର ଦୂରରେ ଏକ ଗଛରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା। ଏହା ସେହି ଦୁପଟା ଥିଲା ଯାହାକୁ ସେ ଘରୁ ନେଇ ଆସିଥିଲେ । ସୂଚନା ପାଇ ତାଙ୍କ ବାପାମାଆ ଘଟଣାସ୍ଥଳରେ ପହଞ୍ଚିଲେ। ପୁଅର ମୃତଦେହ ଦେଖି ମା’ ଚେତାଶୂନ୍ୟ ହୋଇଗଲେ ଏବଂ ବାପା ଜୋରରେ କାନ୍ଦିବାକୁ ଲାଗିଲେ। ଗାଁର ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ।

୧୭ ବର୍ଷରେ ୧୦ ଆତ୍ମହତ୍ୟା, ପ୍ରତ୍ୟେକ ମୃତ୍ୟୁ ପଛରେ ଏକ ଅସମାହିତ ରହସ୍ୟ

୨୧ ଦିନ ପୂର୍ବେ ଜିତେନ୍ଦ୍ରଙ୍କ କାକା ବଲୱନ୍ତ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ 

୪ ମାସ ପୂର୍ବେ ଜିତେନ୍ଦ୍ରଙ୍କ ଭଉଣୀ ସୌମ୍ୟା ଆତ୍ମହତ୍ୟା କରିଥିଲେ 

ଏହା ୫ ମାସ ମଧ୍ୟରେ ଚତୁର୍ଥ ଆତ୍ମହତ୍ୟା 

୨୦୨୦ ମସିହାରେ, ଦାଦା ମନୀଷ ଫାଶି ଦେଇ ଆତ୍ମହତ୍ୟା କରିଥିଲେ

୨୦୧୭ ମସିହାରେ ଦାଦା ପିଣ୍ଟୁ ନିଜକୁ ନିଆଁ ଲଗାଇ ଦେଇଥିଲେ

୨୦୧୫ ମସିହାରେ ସଞ୍ଜୁ ବିଷ ପିଇ ଦେଇଥିଲେ

୨୦୦୮ ରୁ ୨୦୧୫ ମଧ୍ୟରେ ସୁରଜପାଲ, ମହିପାଲ ଏବଂ ରାମସିଂ ଆତ୍ମହତ୍ୟା କରିଥିଲେ

ଗାଁ ଲୋକଙ୍କ ଅନୁସାରେ  ଏହି ପରିବାର କୌଣସି ଅଭିଶାପର  ଶିକାର ହୋଇଛି, କାରଣ ଜଣ ଜଣ କରି ସମସ୍ତ ସଦସ୍ୟ ଆତ୍ମହତ୍ୟା କରୁଛନ୍ତି । ଏହା ପଛରେ ପ୍ରକୃତ କାରଣ କ’ଣ ? ଏହି ରହସ୍ୟ ଏବେବି ରହସ୍ୟରେ ରହିଛି ।

ମାନସିକ ଅସୁସ୍ଥତା ନା ଅଭିଶାପ ? 

ମନସ୍ତତ୍ତ୍ବବିତଙ୍କ ଅନୁଯାୟୀ ଏପରି କ୍ଷେତ୍ରରେ ଡିଲ୍ୟୁଜନାଲ୍ ଡିସଅର୍ଡର, ଡିପ୍ରେସନ୍ କିମ୍ବା ସିଜୋଫ୍ରେନିଆ ହେବାର ସମ୍ଭାବନା ଥାଏ। ପ୍ରଭାବିତ ବ୍ୟକ୍ତି କଳ୍ପନା ଏବଂ ବାସ୍ତବତା ମଧ୍ୟରେ ପାର୍ଥକ୍ୟ କରିପାରନ୍ତି ନାହିଁ ଏବଂ ସମାନ ମନର ଅବସ୍ଥା ସମଗ୍ର ପରିବାରକୁ ବ୍ୟାପିପାରେ।

ପୋଲିସର ତଦନ୍ତ ଆରମ୍ଭ

ପୋଲିସ ଏବଂ ଫରେନସିକ୍ ଦଳ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଛନ୍ତି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ପ୍ରାଥମିକ ତଦନ୍ତରେ ମାମଲାଟି ଆତ୍ମହତ୍ୟା ବୋଲି ମନେ ହେଉଛି, କିନ୍ତୁ ଗୋଟିଏ ପରିବାରରୁ ଏତେ ସଂଖ୍ୟକ ମୃତ୍ୟୁ ଏକ ଗମ୍ଭୀର ମାନସିକ ଏବଂ ସାମାଜିକ ତଦନ୍ତର ବିଷୟ।

ହଜାରେ କୋଟିର ମାଲିକ ଧୋନି, କ୍ରିକେଟ ଅପେକ୍ଷା ଏହି ଉତ୍ସରୁ କମାନ୍ତି ଟଙ୍କା

ନୂଆଦିଲ୍ଲୀ: ଆଜି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଜନ୍ମଦିନ । ଧୋନିଙ୍କୁ ଏବେ ୪୪ ବର୍ଷ ବୟସ ହୋଇଛି । କ୍ରିକେଟ ଜଗତରେ ଭିନ୍ନ ପରିଚୟ ସୃଷ୍ଟି କରିଥିବା କ୍ୟାପଟେନ କୁଲ ୧୯୮୧ ମସିହା ଆଜିର ଦିନରେ ରାଞ୍ଚିରେ ଜନ୍ମ ହୋଇଥିଲେ । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ସେ ଆଇପିଏଲରେ ଚର୍ଚ୍ଚାରେ ଅଛନ୍ତି । ରୋଜଗାର କ୍ଷେତ୍ରରେ ଧୋନି ବେଶ ଆଗରେ ରହିଛନ୍ତି । କ୍ରିକେଟ ବ୍ୟତିତ ସେ ବିଭିନ୍ନ ଉତ୍ସରୁ ବହୁତ ରୋଜଗାର କରନ୍ତି । ଦେଶର ସବୁଠାରୁ ଧନୀ କ୍ରିକେଟରଙ୍କ ତାଲିକାରେ ସାମିଲ ଅଛନ୍ତି ଧୋନି । ତାଙ୍କର ନେଟଓ୍ବର୍ଥ ରହିଛି ହଜାରେ କୋଟିରୁ ଅଧିକା ।

ତେବେ ଜନ୍ମଦିନରେ ଜାଣନ୍ତୁ କେଉଁ କେଉଁ ଉତ୍ସରୁ ରୋଜଗାର କରନ୍ତି ଧୋନି ।

ଅବସର ନେଲାପରେ ଧୋନି ଆଇପିଏଲ ଖେଳୁଛନ୍ତି । ଏଥିରୁ ତାଙ୍କର ରୋଜଗାର ଅଛି । ଆଇପିଏଲରୁ ୨ଶହ କୋଟି ଟଙ୍କା ରୋଜଗାର କରନ୍ତି । ୨୦୨୫ ଆଇପିଏଲରେ ତାଙ୍କୁ ୪ କୋଟି ଟଙ୍କା ମିଳିଥିଲା । ଏହା ତାଙ୍କ ସମ୍ପତ୍ତିର ଏକ ବଡ଼ ଅଂଶ । ଏହା ସହ ସେ ବିଭିନ୍ନ କମ୍ପାନୀର ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ମାଧ୍ୟମରେ ଆୟ କରନ୍ତି । ବ୍ୟବସାୟରେ ମଧ୍ୟ ତାଙ୍କର ନିବେଶ ରହିଛି । ବିଭିନ୍ନ କମ୍ପାନୀରେ ସେ ନିବେଶ କରି ଜବରଦସ୍ତ ରିଟର୍ଣ୍ଣ ପାଆନ୍ତି । ତାଙ୍କର ଆନୁମାନିକ ମାସିକ ଆୟ ୪ରୁ ୫ କୋଟି ଟଙ୍କା ବୋଲି କୁହାଯାଏ ।

କ୍ରିକେଟରୁ ଅବସର ପରେ ମଧ୍ୟ ଧୋନିଙ୍କ ଚାହିଦାରେ କୌଣସି ହ୍ରାସ ହେଇନି । ସେ ବିଭିନ୍ନ କମ୍ପାନୀର ବିଜ୍ଞାପନ କରନ୍ତି । ଏଥିରୁ ତାଙ୍କର କୋଟି କୋଟି ଆୟ ହୁଏ । ସେ ବଡ଼ ନିବେଶକ ମଧ୍ୟ । ନିବେଶକ ଭାବେ ସେ ଅନେକ ଷ୍ଟାର୍ଟଅପରେ ନିବେଶ କରନ୍ତି । ଏଥିରୁ ଭଲ ରିଟର୍ଣ୍ଣ ମିଳେ ।

ତାଙ୍କର ଏକ ବିଳାଶପୂର୍ଣ୍ଣ ଫାର୍ମ ହାଉସ ରହିଛି । ବିଭିନ୍ନ ସମୟରେ ତାଙ୍କ ଫାର୍ମହାଉସରେ ଚାଷ କରୁଥିବାର ଭିଡିଓ ଆପଣ ଦେଖିଥିବେ ।  ଡେରାଡୁନରେ ତାଙ୍କର କୋଟି କୋଟି ଟଙ୍କାର ଘର ରହିଛି । ରାଞ୍ଚିରେ ତାଙ୍କର ୪୩ ଏକର ଜମିରେ ଏକ ଫାର୍ମହାଉସ ରହିଛି । ଏହି ଜମିରେ ସେ ଜୈବିକ ପଦ୍ଧତିରେ ଚାଷ କରନ୍ତି । ସେ କଡକନାଥ କୁକୁଡ଼ା ଚାଷ କରନ୍ତି ବୋଲି ଖବର ମିଳେ । ଏହି କୁକୁଡ଼ା ମାଂସ କିଲୋ ହଜାରେ ଟଙ୍କାରେ ବିକ୍ରି ହୁଏ । କେବଳ ଏତିକି ନୁହେଁ ରାଞ୍ଚିରେ ତାଙ୍କର ଏକ ରେଷ୍ଟୁରାଣ୍ଟ ରହିଛି ଯାହାର ନାଁ ମାହି ରେସିଡେନ୍ସି ।

ତାଙ୍କର ବାଇକ ବହୁତ ପସନ୍ଦ ବୋଲି ଆପଣ ଜାଣିଥିବେ । କାର, ବାଇକର ଭଲ ଭଲ କଲେକ୍ସନ ତାଙ୍କ ପାଖରେ ରହିଛି । ବହୁତ ବିଳାସପୂର୍ଣ୍ଣ କାର ମଧ୍ୟ ରହିଛି । ତାଙ୍କର ଏକ ସଂଗ୍ରହାଳୟ ରହିଛି ଯେଉଁଠି ସେ ନିଜ ପସନ୍ଦର କାର, ବାଇକ କଲେକ୍ସନ ରଖିଛନ୍ତି ।

ବ୍ରିକ୍ସ ଦେଶଗୁଡ଼ିକୁ ଡୋନାଲ୍ଡ ଟ୍ରମ୍ପ ଦେଲେ ବଡ଼ ଧମକ, ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ରଦ୍ଦ ହୋଇଯିବ କି?

ନନ୍ଦିଘୋଷ ବ୍ୟୁରୋ: ଆମେରିକାର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ଦିନଠାରୁ ଡୋନାଲ୍ଡ ପୂର୍ବ ଅପେକ୍ଷା ଅଧିକ କଠୋର ହେବାଇ ଯାଉଛନ୍ତି। ଯିଏକି ବର୍ତ୍ତମାନ ବ୍ରିକ୍ସ ଦେଶ ଉପରେ ୧୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଧମକ ଦେଇଛନ୍ତି । ସରଳରେ କହିବାକୁ ଗଲେ ବ୍ରିକ୍ସ ଦେଶଗୁଡ଼ିକୁ ଡୋନାଲ୍ଡ ଟ୍ରମ୍ପ ବଡ଼ ଚେତାବନୀ ଦେଇଛନ୍ତି । ଯେଉଁଥିରେ ଭାରତ ମଧ୍ୟ ଅଛି। ଯଦି ବ୍ରିକ୍ସର ସଦସ୍ୟ ମାନେ ଆମେରିକା ବିରୁଦ୍ଧରେ ଯିବେ ସେମାନଙ୍କ ଉପରେ ଅତିରିକ୍ତ ୧୦ପ୍ରତିଶତ ଶୁଳ୍କ ଲାଗୁ ହେବ । ଏପରି ପରିସ୍ଥିତିରେ ଏହି ବିପଦ ଭାରତକୁ ପ୍ରଭାବିତ କରିବ କି ନାହିଁ ସେ ବିଷୟରେ ଆଲୋଚନା ହେଉଛି। କାରଣ ଭାରତ ମଧ୍ୟ ବ୍ରିକ୍ସର ସଦସ୍ୟ । ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଯୋଗୁଁ ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଆଲୋଚନା ବନ୍ଦ ହୋଇଯିବ କି ? ଆସନ୍ତୁ ଜାଣିବା ..

ଜୁଲାଇ ୯ରେ ଶୁଳ୍କ ବିରତିର ଶେଷ ତାରିଖ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ବ୍ରିକ୍ସ ଦେଶଗୁଡ଼ିକୁ ଏହି ଚେତାବନୀ ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ବ୍ରିକ୍ସ ସମ୍ମିଳନୀରେ କହିଛନ୍ତି ଯେ ଆମେ ସେହି ଦେଶଗୁଡ଼ିକ ଉପରେ ଅତିରିକ୍ତ ୧୦ପ୍ରତିଶତ ଶୁଳ୍କ ଲାଗୁ କରିବୁ ଯେଉଁମାନେ ଆମେରିକା ବିରୁଦ୍ଧରେ ବ୍ରିକ୍ସ ନୀତିକୁ ସମର୍ଥନ କରନ୍ତି  । କ୍ଷମତାକୁ ଆସିବା ପରଠାରୁ, ସେ ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ନେଇଛନ୍ତି ଯାହାର ପ୍ରଭାବ ବିଶ୍ୱ ଅର୍ଥନୀତି ଉପରେ ପଡ଼ିଛି । ୨ ଏପ୍ରିଲ୍ ୨୦୨୫ ରେ, ସେ ପ୍ରଥମେ ସମଗ୍ର ବିଶ୍ୱକୁ ଶୁଳ୍କ ସୀମାରେ ରଖିଥିଲେ। ତଥାପି, ପରେ ସେ ଭାରତ ଏବଂ ଅନ୍ୟ ଅନେକ ଦେଶଙ୍କୁ ଏକ ଚୁକ୍ତି କରିବା ପାଇଁ ଜୁଲାଇ ୯ ପର୍ଯ୍ୟନ୍ତ ସମୟ ଦେଇଥିଲେ।

ଏହାରି ଭିତରେ ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତିନାମା ସମ୍ପର୍କରେ ମଧ୍ୟ ଆଲୋଚନା ଚାଲିଛି। କିନ୍ତୁ ଟ୍ରମ୍ପ ପୁଣି ଥରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଯୁଦ୍ଧ ଆରମ୍ଭ କରିଛନ୍ତି। ଆମେରିକା ବିରୋଧରେ ନୀତିକୁ ସମର୍ଥନ କରିବା ପାଇଁ ସେ ବ୍ରିକ୍ସ ଦେଶମାନଙ୍କ ଉପରେ  ୧୦ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତିର ପ୍ରଭାବ ଭାରତ ଏବଂ ଆମେରିକା ବାଣିଜ୍ୟ ଚୁକ୍ତିନାମା ଉପରେ ମଧ୍ୟ ଦେଖାଯାଇପାରେ।

ଟ୍ରମ୍ପ କ’ଣ ଚେତାବନୀ ଦେଇଛନ୍ତି ?

ସୋମବାର ସକାଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରି କହିଛନ୍ତି ଯେ ବ୍ରିକ୍ସର ଆମେରିକୀୟ ବିରୋଧୀ ନୀତିରେ ଯୋଗ ଦେଉଥିବା ଯେକୌଣସି ଦେଶକୁ ଅତିରିକ୍ତ ୧୦% ଶୁଳ୍କ ଦେବାକୁ ପଡିବ। ସେ କହିଛନ୍ତି ଯେ ଏହି ନୀତିରେ କୌଣସି ବ୍ୟତିକ୍ରମ ହେବ ନାହିଁ। ଏହି ବିଷୟ ପ୍ରତି ଧ୍ୟାନ ଦେବା ପାଇଁ ସମସ୍ତଙ୍କୁ ଧନ୍ୟବାଦ।

ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି

ଆମେରିକା ଏବଂ ଭାରତ ମଧ୍ୟରେ ବାଣିଜ୍ୟ ଚୁକ୍ତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଆଗାମୀ ୨୪-୩୦ ଘଣ୍ଟା ମଧ୍ୟରେ ଏ ବିଷୟରେ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି। ତଥାପି, ବାଣିଜ୍ୟ ଚୁକ୍ତି ପୂର୍ବରୁ ଟ୍ରମ୍ପ ପୁଣି ଥରେ BRICS ଦେଶଗୁଡ଼ିକୁ ଶୁଳ୍କ ଲଗାଇବାକୁ ଧମକ ଦେଇଛନ୍ତି। ବର୍ତ୍ତମାନ, ଏହି ଚୁକ୍ତି କେବେ ସ୍ୱାକ୍ଷରିତ ହେବ ଏବଂ କେଉଁ ସ୍ତରରେ ହେବ ସେ ବିଷୟରେ କୌଣସି ସରକାରୀ ସୂଚନା ନାହିଁ।

ଘରେ ଗଙ୍ଗାଜଳ ରଖିବାର ସଠିକ ସ୍ଥାନ ? ଜାଣନ୍ତୁ ଏବଂ ପୁଣ୍ୟ ଲାଭ ପ୍ରାପ୍ତି କରନ୍ତୁ ..

ନନ୍ଦିଘୋଷ ବ୍ୟୁରୋ: ଗଙ୍ଗାଜଳକୁ ସନାତନ ଧର୍ମରେ ଅତ୍ୟନ୍ତ ପବିତ୍ର ମାନା ଯାଇଛି। ଘରେ ଗଙ୍ଗାଜଳ ରଖିବା ଦ୍ଵାରା ସୁଖଶାନ୍ତି ଓ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି କି, ବାସ୍ତୁ ଶାସ୍ତ୍ରରେ ଗଙ୍ଗାଜଳ ରଖିବାର କିଛି ଖାସ ନିୟମ ରହିଛି ଯାହାକୁ ଆମେ ପାଳନ କରିବା ନିହାତି ଆବଶ୍ୟକ । ସନାତନ ଧର୍ମରେ ଗଙ୍ଗାଜଳକୁ ଜୀବିତ ଦେବୀ ଭାବରେ ବିବେଚନା କରାଯାଇଛି । ଯେଉଁ ନଦୀ କୋଟି କୋଟି ଲୋକଙ୍କୁ ମିଠା ପାଣି ଦ୍ଵାରା ଜୀବନରେ ସକାରାତ୍ମକ ମାର୍ଗ ଦେଖାଇଥାଏ। ଘରେ ଗଙ୍ଗାଜଳ ରଖିବା ଦ୍ଵାରା ଶୁଭ ହୋଇଥାଏ ଏବଂ ଘରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ । ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟ ଓ ସଂସ୍କାର ଗୁଡିକରେ ଗଙ୍ଗାଜଳ ବ୍ୟବହାର ସୁନିଶ୍ଚିତ ହୋଇଥାଏ। କଣ ଆପଣ ଜାଣିଛନ୍ତି କି, ଗଙ୍ଗାଜଳକୁ ଘରର କେଉଁ ସ୍ଥାନରେ ରଖିଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ଗଙ୍ଗା ଜଳ ରଖିବାର ନିୟମ

ବାସ୍ତୁ ଶାସ୍ତ୍ର ଅନୁସାରେ, ଗଙ୍ଗାଜଳକୁ କେବେବି ବାଥରୁମ୍ କିମ୍ବା ଶୌଚାଳୟ ପାଖରେ ରଖିବା ଉଚିତ୍ ନୁହେଁ । ଏହା କରିବା ଦ୍ୱାରା ଏହାର ପବିତ୍ରତା ଭଙ୍ଗ ହୁଏ ଏବଂ ନକାରାତ୍ମକ ଶକ୍ତି ବୃଦ୍ଧି ପାଏ । ଗଙ୍ଗାଜଳକୁ ଠାକୁର ଘରେ ରଖିବାର ବିଧି ରହିଛି । ଗଙ୍ଗାଜଳକୁ ସ୍ନାନ ନକରି ସ୍ପର୍ଶ କରିବା ଉଚିତ ନୁହେଁ । ନଚେତ ଗଙ୍ଗାଜଳ ଅପବିତ୍ର ହୋଇ ଯାଇଥାଏ। ଯାହାଫଳରେ ଗଙ୍ଗାଜଳ ସିଞ୍ଚନ କରିବା ପରେ ମଧ୍ୟ କୌଣସି ଶୁଭ ଫଳ ପ୍ରାପ୍ତି ହୋଇନଥାଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଗଙ୍ଗାଜଳକୁ କାଚ ବୋତଲରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାକୁ ଯଦି ପ୍ଲାଷ୍ଟିକ ବୋତଲରେ ରଖୁଛନ୍ତି, ତାହେଲେ ଧ୍ୟାନ ରଖନ୍ତୁ କି ଏହି ପ୍ଲାଷ୍ଟିକ ବୋତଲ ପୁନଃ ପ୍ରୟୋଗ ହୋଇ ନଥିବା ଆବଶ୍ୟକ। ଯଦି ଆପଣ ଗଙ୍ଗାଜଳକୁ ଲୋଟାରେ ରଖିବାକୁ ଚାହୁଁଛନ୍ତି, ତାହେଲେ ତମ୍ବା, ପିତ୍ତଳ, ରୂପାର ଲୋଟାରେ ରଖିବା ଆବଶ୍ୟକ। ଗଙ୍ଗାଜଳକୁ କେବେବି ଖୋଲା ପାତ୍ରରେ ରଖିବା ଉଚିତ୍ ନୁହେଁ। ଏହାକୁ ସବୁବେଳେ ଘୋଡାଇ ରଖନ୍ତୁ।

ଗଙ୍ଗାଜଳ ସିଞ୍ଚନ କରିବା ପରେ ସେଥିରେ ଆଙ୍ଗୁଠି ପକାଇବା ଅଶୁଭ ବୋଲି ବିବେଚନା କରାଯାଏ। ଏହା ଅଶୁଚିତା ଆଣିଥାଏ। ତେଣୁ ଗ୍ଗାଜଳ ସିଞ୍ଚନ କରିବା ପୂର୍ବରୁ ବିଶେଷ ଧ୍ୟାନ ରଖନ୍ତୁ । ନହେଲେ ଏହାର ପବିତ୍ରତା ନଷ୍ଟ ହୁଏ ।

ଗଙ୍ଗାଜଳ କେବେବି ରୋଷେଇ ଘର କିମ୍ବା ଖାଦ୍ୟ ସାମଗ୍ରୀ ପାଖରେ ରଖିବା ଉଚିତ୍ ନୁହେଁ। ଏହା କରିବା ଦ୍ୱାରା ଦେବୀ ଅନ୍ନପୂର୍ଣ୍ଣା କ୍ରୋଧିତ ହୁଅନ୍ତି। ଘରେ ଆପଣ ଯେଉଁ ସ୍ଥାନରେ ଗଙ୍ଗାଜଳ ରଖୁଛନ୍ତି, ସେହି ସ୍ଥାନକୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖିବା ଆବଶ୍ୟକ। କାରଣ ପରିଷ୍କାର ପରିଚ୍ଛନ୍ନ ସ୍ଥାନରେ ଦେବୀ ଓ ଦେବତା ମାନେ ବାସ କରିଥାନ୍ତି। ତେଣୁ ଘର ଦୁଆର ସର୍ବଦା ସଫାସୁତୁରା ରଖିବା ଉଚିତ।ଯେଉଁଠାରେ ସୂର୍ଯ୍ୟ ଆଲୋକ ପଡୁଛି ସେହି ସ୍ଥାନରେ ଗଙ୍ଗାଜଳ ରଖନ୍ତୁ।

ଗଙ୍ଗାଜଳକୁ ବାରମ୍ବାର ବ୍ୟବହାର କରିବା ମଧ୍ୟ ଭୁଲ ବୋଲି ବିବେଚନା କରାଯାଏ। ଏହା କରିବା ଦ୍ୱାରା ଏହାର ଦିବ୍ୟତା ସମାପ୍ତ ହୁଏ ।ଗଙ୍ଗା ଜଳ ବ୍ୟବହାର କରିବା ସମୟରେ ଚପଲ ପିନ୍ଧିବା ଭୁଲ ବୋଲି ବିବେଚନା କରାଯାଏ, ଏହା ସକାରାତ୍ମକ ଶକ୍ତି ଆଣିଥାଏ।