spot_img
Home Blog Page 5858

ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ଧକ୍କା ଦେଲା ଗ୍ୟାସ୍‌ ଟ୍ୟାଙ୍କର, ୪ ମୃତ ୩ ଗୁରୁତର

ଅନୁଗୁଳ: ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକାବେଳକେ ଚାଲିଗଲା ୪ ଜଣଙ୍କର ଜୀବନ। ଆମ୍ବୁଲାନ୍ସରେ ଡ଼ାକ୍ତରଖାନା ଯାଉଥିଲା ବେଳେ ଅଧା ବାଟରେ ଜଗିବସିଥିଲା ଯମ। ଏଭଳି ଏକ ଘଟଣା ଅନୁଗୁଳ ଜିଲ୍ଲାର ୫୫ ନମ୍ବର ଜାତୀୟ ରାଜପଥ  ଜରପଡ଼ା ଠାରେ ଦେଖିବାକୁ ମିଳିଛି। ଆମ୍ବୁଲାନ୍ସକୁ ଗ୍ୟାସ୍‌ ଟ୍ୟାଙ୍କର ଧକ୍କା ଦେବା ଫଳରେ ଏଭଳି ଘଟିଥିବା ସୂଚନା ମିଳିଛି।

 

ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ୪ ଜଣଙ୍କର ମତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।  ସୂଚନା ଅନୁଯାୟୀ ଆମ୍ବୁଲାନ୍ସଟି ରୋଗୀଙ୍କୁ ନେଇ ବୁର୍ଲାରୁ କଟକ ଅଭିମୁଖେ ଯାଇଥିଲା । ଏହି ସମୟରେ ସାମ୍ନାପଟୁ ଆମ୍ବୁଲାନ୍ସକୁ ଧକ୍କା ଦେଇଥିଲା ଗ୍ୟାସ୍‌ ଟ୍ୟାଙ୍କର। ତେବେ ଘଟଣା ସ୍ଥଳରେ ସମସ୍ତଙ୍କୁ ଅନୁଗୁଳ ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି। ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

ବିଦ୍ୟୁତ ଆଘାତରେ ଚାଲିଗଲା ମାଆ-ପୁଅଙ୍କ ଜୀବନ

ଯାଜପୁର: ବିଦ୍ୟୁତ ଆଘାତରେ ମାଆ-ପୁଅ ମୃତ। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ନଳୀପୁରର ଏ ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଚାନ୍ଦ ବିବି ଓ ତାଙ୍କ ୭ବର୍ଷର ପୁଅ। ସୂଚନା ଅନୁସାରେ ଗାଁର ସାରା ବିବିଙ୍କ ଘରେ ବିଳମ୍ବିତ ରାତିରେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ଗାଁ ଲୋକ ଓ ଅଗ୍ନିଶମ ବାହିନୀର ଉଦ୍ୟମରେ ନିଆଁକୁ ଆୟତ୍ତ ମଧ୍ୟ କରାଯାଇଥିଲା।

ତେବେ ଅଗ୍ନିକାଣ୍ଡ ପରେ ଛାଳଘର ପାଖରେ ଥିବା ଟିଣଛପର ଘରେ ବିଦ୍ୟୁତ ଚାର୍ଜ ହୋଇଯାଇଥିଲା। ଅଗ୍ନିକାଣ୍ଡର ଖବର ପାଇ ସଂପର୍କୀୟଙ୍କ ଘରେ ପହଞ୍ଚିଥିଲେ ମୃତ ଚାନ୍ଦ ବିବି ଓ ପୁଅ। ଘର ଭିତରକୁ ଯିବା ବେଳେ ଉଭୟ ମାଆ ପୁଅ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ବାଲିଚନ୍ଦ୍ରପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆଜି ରାଉରକେଲା ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

 ଭୁବନେଶ୍ୱର: ଆଜି ରାଉରକେଲା ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସକାଳ ୧୦ଟା ୩୫ ମିନିଟରେ ରାଉରକେଲା ବିମାନବନ୍ଦରରେ ପହଞ୍ଚି ଏନଆଇଟିରେ ୧୦ଟା ୫୫ରେ ପହଞ୍ଚିବେ। ସକାଳ ୧୧ ଟାରୁ ୧୨ ଟା ପର୍ଯ୍ୟନ୍ତ ରାଷ୍ଟ୍ରପତି ଏନଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ଅଛି। ଅପରାହ୍ନ ୩ ଟା ୪୫ରେ ଆଇଜିଏଚ ସୁପର ସ୍ପେଶିଆଲିଟି ହସ୍ପିଟାଲ ଉଦଘାଟନ କରିବେ। ପରେ ଅପରାହ୍ନ ୪ ଟା ୪୦ ମିନିଟ ସମୟରେ ରାଉରକେଲା ବିମାନବନ୍ଦରରୁ ଝାରସୁଗୁଡ଼ା ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ସକାଳ ୯ଟା ୫ ମିନିଟରେ ରାଷ୍ଟ୍ରପତି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ଦିନ ୧୦ଟା ୪୫ ମିନିଟରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବେ ରାଷ୍ଟ୍ରପତି। ସାଢେ ୧୧ଟାରେ ଆଇଓସିଏଲର ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିବେ। ପୂର୍ବାହ୍ନ ୧୦ଟା ୨୫ରେ ରାଷ୍ଟ୍ରପତି ସ୍ଵତନ୍ତ୍ର ବିମାନରେ କୋଣାର୍କ ହେଲିପ୍ୟାଡରେ ପହଞ୍ଚିବା ପରେ ୧୦ଟା ୪୫ ରୁ ୧୧ଟା ୧୫ ମଧ୍ୟରେ ସୁର୍ଯ୍ୟମନ୍ଦିର ପରିଦର୍ଶନ ସାରି ୧୧.୩୦ ରୁ ୧୨ଟା ମଧ୍ୟରେ ଆଇଓସିଏଲର ବାଖ୍ୟାନ କେନ୍ଦ୍ର ପରିଦର୍ଶନ କରିବେ। ୧୨ଟା ୫ ରୁ ଅପରାହ୍ନ  ୪ଟା ୫ ପର୍ଯ୍ୟନ୍ତ  ରାଷ୍ଟ୍ରପତି ଓ ତାଙ୍କ ପରିବାର ସହ ସମସ୍ତ ଅଫିସିଆଲ ଟିମ ମଧ୍ୟାହ୍ନ ଭୋଜନ କରିବା କାର୍ଯ୍ୟକ୍ରମ ଅଛି । ବିଶ୍ରାମ ନେବା ପରେ ଅପରାହ୍ନ ୪ଟା ୧୫ ରେ କୋଣାର୍କ ହେଲିପ୍ୟାଡରୁ ହେଲିକପ୍ଟରରେ ଭୁବନେଶ୍ଵର ଫେରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି  ଅପରାହ୍ନରେ ରାଷ୍ଟ୍ରପତି ଦିଲ୍ଲୀ ଫେରିଯିବେ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ସିରିଜ ପୋଛିଲା ଭାରତ, ୩୬ ରନରେ ମ୍ୟାଚ ଅକ୍ତିଆର

ଅହମ୍ମଦାବାଦ: ଘରୋଇ ମାଟିରେ ସିରିଜ ହାତେଇଲା ଭାରତ । ମୋଟେରା ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଣ୍ଡିଆ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ଟିକିଆ ମ୍ୟାଚକୁ ୩-୨ରେ ଜିତିନେଇଛି ଭାରତ । ଉଭଯ ଟିମ ୨-୨ରେ ସିମୀତ ରହିଥିବା ବେଳେ ପଞ୍ଚମ ମ୍ୟାଚକୁ ନିଜ ପଟକୁ ଦମଦାର ଭାବେ ପୋଛି ନେଇଛି ଟିମ ଇଣ୍ଡିଆ । ଫଳରେ ପାଞ୍ଚ ଟିକିଆ ମ୍ୟାଚକୁ ୩-୨ରେ ଜିତି ନେଇଛି ଭାରତ ।

ଇଂଲଣ୍ଡ ପ୍ରଥମେ ଟଚ ଜିତିଥିବାବେଳେ ବୋଲିଂ କରିବାର ନିଷ୍ପତି ନେଇଥିଲା । ଏବଂ ଭାରତ ପ୍ରଥମେ ବ୍ୟାଟିଂ କରିବା ସହ ୨୨୪ ରନ ସଂଗ୍ରହ କରିଥିଲା । ସେପଟେ ୨୨୫ ରନର ବିଜୟ ଲକ୍ଷ୍ୟ ନେଇ ଇଂଲଣ୍ଡ ୧୮୮ରେ ସମସ୍ତ ୱିକେଟ ହରାଇଛି । ଫଳରେ ଭାରତ ଏହି ମ୍ୟାଚକୁ ୩୬ରନରେ ଜିତିନେଇଛି ।

ବିଶ୍ୱ ଘରଚଟିଆ ଦିବସ; ଘର ଟଚିଆଙ୍କ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ

ଗଞ୍ଜାମ: ଆଞ୍ଚଳିକ ବିକାଶ ପରିଷଦ ଗଞ୍ଜାମ ଓ ପାରଳାଖେମୁଣ୍ଡି ବନଖଣ୍ଡ ସହଯୋଗରେ ବିଶ୍ୱ ଘରଚଟିଆ ଦିବସ ପାଳିତ ହୋଇଯାଇଛି। ଏସଂକ୍ରାନ୍ତରେ ଏକ ସଚେତନ କାର୍ଯ୍ୟକ୍ରମ ଗୋଷାଣୀ ବ୍ଳକ ପାଟିକୋଟା ଗ୍ରାମରେ ଅନୁଷ୍ଠିତ ହୋଇଛି । ଘରଚଟିଆ ପକ୍ଷୀର ସୁରକ୍ଷା ଓ ସଂରକ୍ଷଣ ଓ ଜନ ସଚେତନତା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହୋଇଥିବା ବେଳେ ,ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିଷଦର ସଭାପତି ସାଗର କୁମାର ପାତ୍ର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରା, ସମ୍ମାନିତ ଅତିଥି ରୂପେ ସହକାରୀ ବନ ସଂରକ୍ଷକ ଗୌରୀ ପ୍ରସାଦ ରାଉତ, ଦେବଗିରି ବନାଞ୍ଚଳ ଅଧିକାରୀ ଅରୁଣ କୁମାର ବେହେରା , ବ୍ରହ୍ମପୁର ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ ।

ଘରଚଟିଆର ସୁରକ୍ଷା ନିମନ୍ତେ ସ୍ଥାନୀୟ ଗ୍ରାମବାସୀ ଓ ବନ ସୁରକ୍ଷା ସମିତିର ସଦସ୍ୟଙ୍କୁ କ୍ରୁତିମ ବସା, ଖାଦ୍ୟ ସ୍ଥଳୀ ବଣ୍ଟନ କରିବାସହ ଘର ଦାଣ୍ଡ ଗୁଡିକରେ କୃତ୍ରିମ ବସା ସ୍ଥାପନ କରଯାଇଥିଲା । ଆଞ୍ଚଳିକ ବିକାଶ ପରିଷଦ ପୁର୍ବରୁ ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଳକରେ ଘର ଚଟିଆ ସୁରକ୍ଷା ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ସଫଳ ଲାଭ କରିବା ସହ ଵହୁ ପ୍ରସଂଶା ସାଉଣ୍ଟି ଥିବା ବେଳେ ଆଉ ପାଦେ ଆଗକୁ ଆସି ପଡୋଶୀ ଜିଲ୍ଲା ଗଜପତିରେ ଆଜି ଘର ଚଟିଆ ଦିବସରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଆଗାମି ଦିନରେ ଗଜପତି ଜିଲ୍ଲାରେ ମଧ୍ୟ ସମସ୍ତ ଅଞ୍ଚଳରେ ପକ୍ଷୀଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରିବ ଏବଂ ବନ୍ୟ ଜନ୍ତୁ ସୁରକ୍ଷା ସମ୍ପର୍କିତ ସଚେତନତା ସୃଷ୍ଟି ଦିଗରେ ପଦକ୍ଷେପ ନେବା ନିମନ୍ତେ କାର୍ଯ୍ୟକ୍ରମରେ ସୁଚନା ଦେଇଛନ୍ତି ସଭାପତି ।

ଟ୍ରାଫିକର ତାଗିଦ, ଦୁଇ ମାସରେ ରଦ୍ଦ ହୋଇଛି ୧୬,୮୨୦ ଡ୍ରାଇଭିଂ ଲାଇସେନ୍ସ

ଭୁବନେଶ୍ବର: ରାଜ୍ୟରେ କଡାକଡ଼ି ହୋଇଛି ଟ୍ରାଫିକ ନିୟମ । ବେପାରୁଆ ଗାଡ଼ି ଚାଳନା ପାଇଁ ଗତ ଜାନୁଆରୀ ଓ ଫେବ୍ରୁଆରୀ ମାସରେ ୧୬ ହଜାର ୮୨୦ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହୋଇଛି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ୩ ମାସ ପାଇଁ ଲାଇସେନ୍ସ ରଦ୍ଦ କରାଯାଇଛି ।

୧୯ଶହ ୨୨ଜଣଙ୍କର ଡିଏଲ ଦ୍ରୁତଗତିରେ ଗାଡ଼ି ଚାଳନା ଯୋଗୁଁ ରଦ୍ଦ ହୋଇଥିବା ବେଳେ ୩୧୬ଜଣଙ୍କ ମଦ ପିଇ ଗାଡ଼ି ଚଳାଇବା ଯୋଗୁଁ ରଦ୍ଦ ହୋଇଛି । ୧ ହଜାର ୩୨୨ ଟି ଲାଇସେନ୍ସ ଗାଡ଼ି ଚଲାଇବା ବେଳେ ମୋବାଇଲ ବ୍ୟବହାର ପାଇଁ ଏବଂ ୧୧ ହଜାର ୬୧୩ଟି ଲାଇସେନ୍ସ ହେଲେମେଟ ନପିନ୍ଧିବା ପାଇଁ ରଦ୍ଦ ହୋଇଥିବା ଜଣା ପଡିଛି ।

ଜାନୁଆରୀ ପହିଲାରୁ ଦୁଇ ଚକିଆ ଯାନରେ ପଛରେ ବସୁଥିବା ବ୍ୟକ୍ତି ମଧ୍ୟ ହେଲମେଟ୍‌ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଟ୍ରାଫିକ ବିଭାଗର ସୂଚନା ମୁତାବକ ଭୁବନେଶ୍ବରରେ ୩ ହଜାର ୧୬ଟି ଲାଇସେନ୍ସ ରଦ୍ଦ କରାଯାଇଥିବା ବେଳେ କଟକରେ ୩ ହଜାର ୩ ଏବଂ ରାଉରକେଲାରେ ୧୪ ଶହ ୮୩ଟି ଲାଇସେନ୍ସ ରଦ୍ଦ କରାଯାଇଛି ।

ଇଂଲଣ୍ଡ ବିରୋଧରେ ଭାରତର ବଡ଼ ସ୍କୋର, କୋହଲି ଖେଳିଲେ ବିସ୍ଫୋରକ ଇନିଂସ

ଅହମଦାବାଦ: ୫ ଟିକିଆ ସିରିଜର ଅନ୍ତିମ୍ ମ୍ୟାଚରେ ବିରାଟ ବାହିନୀର ଦମଦାର୍ ପ୍ରଦର୍ଶନ । ପ୍ରଥମେ ଟସ୍ ଜିତି ଭ୍ରମଣକାରୀ ଇଂଲଣ୍ଡ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲା । ଯାହାର ଭରପୂର ଫାଇଦା ଉଠାଇଛି ଘରୋଇ ଦଳ । ଏଥିସହ ଇଂଲଣ୍ଡ ବିରୋଧରେ ଭାରତ ଟି-ଟ୍ୱେଣ୍ଟି ମ୍ୟାଚରେ ସର୍ବାଧିକ ରନ୍ କରିବାର ସୌଭାଗ୍ୟ ପାଇଛି । ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ୍ ହରାଇ ଭାରତ କରିଛି ୨୨୪ ରନ୍ ।

 India finish with their highest T20I score against England

ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ୫୨ ବଲରେ ୮୦ ରନର ଅପରାଜିତ ଇନିଂସ ଖେଳିଛନ୍ତି । ରୋହିତ ଶର୍ମା ୩୪ଟି ବଲରେ ୫ଟି ଚୌକା, ୪ଟି ଛକା ସହ ୬୪ ରନ୍ କରିଥିବା ବେଳେ ଷ୍ଟୋକ୍ସଙ୍କ ବଲରେ ବୋଲ୍ଡ ହୋଇଥିଲେ । ସୂର୍ଯ୍ୟକୁମାର ଯାଦବ ୧୭ ବଲରେ ୩୨ ରନ୍ କରି ଆଉଟ ହୋଇଥିବା ବେଳେ ୧୭ ବଲରେ ୩୯ ରନର ଇନିଂସ ଖେଳିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ।

 India finish with their highest T20I score against England

୨୨୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ବ୍ୟାଟିଂ ଆରମ୍ଭ କରିଛି । ୫ ଟିକିଆ ଟି-ଟ୍ୱେଣ୍ଟି ସିରିଜ୍ ୨-୨ରେ ବରାବର ଥିବାବେଳେ ଆଜିର ମ୍ୟାଚ୍ ନିର୍ଣ୍ଣୟ କରିବ କିଏ ଜିତିବ୍ ସିରିଜ୍ । ପୂର୍ବରୁ ୪ଟିକିଆ ଟେଷ୍ଟ ମ୍ୟାଚକୁ ଭାରତ ୩-୧ରେ ଇଂଲଣ୍ଡ ଠାରୁ ଜିତି ନେଇଥିବା ବେଳେ ଏବେ ଟି-ଟ୍ୱେଣ୍ଟି ସିରିଜରେ ଇଂଲଣ୍ଡକୁ ମାତ୍ ଦେବାକୁ କ୍ରିଜରେ ଜାରି ରଖିଛି ପ୍ରୟାସ ।

ଏଥିସହ ପଢ଼ନ୍ତୁ- ଇଂଲଣ୍ଡ ଜିତିଲା ଟସ୍, ବ୍ୟାଟିଂ କରୁଛି ଭାରତ

ଗୃହମନ୍ତ୍ରୀ ମାସକୁ ମାଗୁଥିଲେ ୧୦୦ କୋଟି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅଭିଯୋଗ କଲେ ପୂର୍ବତନ କମିଶନର

ମୁମ୍ବାଇ: ମୁମ୍ବାଇ ପୋଲିସର ପୂର୍ବତନ କମିଶନର ପରମବୀର ସିଂହ ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି । ଅନୀଲ ଦେଶମୁଖ, ସଚିନ ୱାଜେଙ୍କ ଠାରୁ ପ୍ରତିମାସରେ ୧୦୦ କୋଟି ମାଗୁଥିଲେ ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ପୋଲିସ କମିଶନର । ବାର, ପବ୍ ଓ ରେଷ୍ଟୁରାଣ୍ଟରୁ ବଟି ଆଦାୟ ପାଇଁ ଦେଶମୁଖ କହିଥିଲେ । ପରମବୀରଙ୍କ ଅଭିଯୋଗକୁ ଦେଶମୁଖ ଅଗ୍ରାହ୍ୟ କରିଛନ୍ତି । ନିଜକୁ ବଞ୍ଚାଇବା ଲାଗି ପରମବୀର ଏଭଳି ମିଥ୍ୟା ଅଭିଯୋଗ ଆଣୁଥିବା କହିଛନ୍ତି ଅନୀଲ ଦେଶମୁଖ ।

Maha home minister Anil Deshmukh wanted Rs 100cr a month Shunted Mumbai top cop writes to CM

ଅନୀଲ ଦେଶମୁଖ ଟ୍ୱିଟ୍ କରି ଲେଖିଛନ୍ତି ‘ପରମବୀର ନିଜକୁ ବଞ୍ଚାଇବା ଲାଗି ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ଲାଗି ଏଭଳି ମିଥ୍ୟା ଅଭିଯୋଗ କରିଛନ୍ତି । ମୁକେଶ ଅମ୍ବାନୀ ମାମଲା ସହିତ ମନସୁଖ ହିରେନ ହତ୍ୟା ମାମଲାରେ ସଚିନ ୱାଜେଙ୍କ ସମ୍ପୃକ୍ତ ସ୍ପଷ୍ଟ ହେଉଛି ଏବଂ ଏହାର ସମ୍ବନ୍ଧ ପରମବୀର ସିଂହଙ୍କ ସହ ଜଡ଼ିତ ।’

ମୁମ୍ବାଇ ପୋଲିସର ପୂର୍ବତନ କମିଶନର ପରମବୀର ସିଂହ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ଓ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠି ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିବା ସହ ଉଷ୍ଣତା ଆଣି ଦେଇଛି । ଚିଠିରେ ଅନୀଲ ଦେଶମୁଖଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ପରମବୀର । ଅଭିଯୋଗ କରିଛନ୍ତି ଅନୀଲ ଦେଶମୁଖ ପ୍ରତି ମାସରେ ୧୦୦ କୋଟି ଟଙ୍କା ଦେବାକୁ ଦାବି କରୁଥିଲେ । ୧୦୦ କୋଟି ଟଙ୍କା ପ୍ରତି ମାସରେ ଦେବା ଲାଗି ସଚିନ ୱାଜେଙ୍କୁ ଟାର୍ଗେଟ୍ ଦିଆଯାଇଥିଲା ବୋଲି ଚିଠିରେ ଲେଖିଛନ୍ତି ପରମବୀର ।

Maha home minister Anil Deshmukh wanted Rs 100cr a month Shunted Mumbai top cop writes to CM

ଏଥିସହ ପରମବୀର ସିଂହ ଚିଠିରେ ଲେଖିଛନ୍ତି ଏହି ଟାର୍ଗେଟ୍ ପୂରଣ ଲାଗି ମୁମ୍ବାଇର ବାର୍, ପବ୍ ଓ ରେସ୍ତୋରାଁରୁ ବଟି ଆଦାୟ ଲାଗି କୁହାଯାଇଥିଲା । ଚିଠି ଅନୁସାରେ, ଏହି ଟାର୍ଗେଟକୁ ନେଇ ସଚିନ ୱାଜେ କହିଥିଲେ ସେ ୪୦ କୋଟି ଟଙ୍କା ଯାଏ ଦେଇପାରିବେ, ୧୦୦ କୋଟି ବହୁତ ଅଧିକ । ପରମବୀରଙ୍କ ଦାବି ଅନୁସାରେ, ୧୦୦ କୋଟି ଟାର୍ଗେଟ୍ ପୂରଣ ଲାଗି ଅଲଗା ପନ୍ଥା ଆପଣାଇବା ଲାଗି ଅନୀଲ ଦେଶମୁଖ  ସଚିନ ୱାଜେଙ୍କୁ କହିଥିଲେ ।

ପରମବୀର ଆଣିଥିବା ଅଭିଯୋଗ ?

ଅନୀଲ ଦେଶମୁଖ ଅନେକ ଥର ସଚିନ ୱାଜେଙ୍କୁ ଘରେ ଦେଖା କରିବାକୁ ଡାକିଛନ୍ତି

ଟଙ୍କା ଆଦାୟ ପାଇଁ ସଚିନ ୱାଜେଙ୍କୁ ଅନୀଲ ଦେଶମୁଖ କହିଥିଲେ

ପ୍ରତି ମାସରେ ୧୦୦ କୋଟି ଟଙ୍କା ଦେବାକୁ ୱାଜେଙ୍କୁ ଟାର୍ଗେଟ୍ ଦେଇଥିଲେ ଦେଶମୁଖ

ପ୍ରତି ବିୟର ବାର୍, ପବରୁ ୨ରୁ ୩ ଲକ୍ଷ ଟଙ୍କା ଆଦାୟ ପାଇଁ କହିଥିଲେ

ହୁକ୍କା ପାର୍ଲର ଉପରେ ରେଡ୍ ପାଇଁ କହିଥିଲେ ଅନୀଲ ଦେଶମୁଖ

ଶ୍ରୀଜୀଉଙ୍କୁ ଦର୍ଶନ କଲେ, ସିଂହଦ୍ୱାରରେ ଦୀପ ଜାଳିଲେ

ପୁରୀ: ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କଲେ ନବ ବିବାହିତା ଓଡିଆ ସେଲିବ୍ରିଟ ଦମ୍ପତି ସବ୍ୟସାଚ୍ଚୀ- ଅର୍ଚ୍ଚିତା । ଓଡ଼ିଆ ଚଳ ଚିତ୍ର ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତା ବିବାହ ବନ୍ଧନରେ ବାନ୍ଧି ହେବା ପରେ ପ୍ରଥମ ଥର ଶ୍ରୀ ମନ୍ଦିର ଆସି ମହା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ଆଶ୍ରୀବାଦ ଲାଭ କରିଛନ୍ତି ।

ଆଜି ସାନ୍ଧ୍ୟାରେ ଷ୍ଟାର ଦମ୍ପତି ପୁରୀରେ ପହଁଚି ଶ୍ରୀମନ୍ଦିରରେ ଦର୍ଶନ କରିଥିଲେ । ବୈବାହିକ ଜୀବନ ସୁଖ ଶାନ୍ତିରେ ବିତାଇବା ଲାଗି ଶ୍ରୀଜୀଉଙ୍କ ଆଶ୍ରୀବାଦ କାମନା କରିଥିଲେ । ଶ୍ରୀଜୀଉଙ୍କ ସେବାୟତ ଉଭୟଙ୍କୁ ଜଗନ୍ନାଥଙ୍କ ପାଟ ଖଣ୍ଡୁଆ ପିନ୍ଧାଇଥିଲେ । ସେହିପରି ସିଂହଦ୍ବାରରେ ଉଭୟେ ଦୀପ ଦାନ ମଧ୍ୟ କରିଥିଲେ ।

ତେବେ ଲକଡାଉନରେ ଯେଭଳି ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇ ଥିଲେ ତାହା ସବୁ ମହାପ୍ରଭୁଙ୍କର ଆଶ୍ରୀବାଦ ଯୋଗୁ ହୋଇପାରିଥିବା କହିଛନ୍ତି ସବ୍ୟସାଚ୍ଚୀ । ଆଗାମୀ ଦିନରେ ଲୋକଙ୍କୁ ଏହିପରି ସାହାଯ୍ୟ କରିବା ପାଇଁ ମହାପ୍ରଭୁଙ୍କର କରୁଣା ନିତ୍ୟାନ୍ତ ଆବଶ୍ୟକ କହିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର ।

ଫିନଲ୍ୟାଣ୍ଡବାସୀ କାହିଁକି ସବୁଠୁ ଅଧିକ ଖୁସି, ଜାଣନ୍ତୁ ୧୦ ସ୍ୱତନ୍ତ୍ରତା…

ଭୁବନେଶ୍ୱର: ପ୍ରକାଶିତ ହୋଇଛି ୱାର୍ଲ୍ଡ ହ୍ୟାପିନେସ୍ ରିପୋର୍ଟ-୨୦୨୧ । କରୋନାର ବର୍ଷ ୨୦୨୦ରେ ବି ବେଶ୍ ଖୁସି ଅଛନ୍ତି ଅନେକ ଦେଶ । ମହାମାରୀର ମାଡ଼ରେ ଅନେକ ଦେଶର ଅବସ୍ଥା ଘାଇଲା ହୋଇ ଯାଇଥିବା ବେଳେ ଭୁଶୁଡ଼ି ପଡ଼ିଛି ଅର୍ଥନୀତି ତଥାପି ଦେଶବାସୀ ଖୁସି । ଲଗାତାର ଚତୁର୍ଥଥର ପାଇଁ ଫିନଲ୍ୟାଣ୍ଡ ଦୁନିଆର ଖୁସି ଦେଶ ଭାବେ ଉଭା ହୋଇଛି । ଏର୍ଥାତ୍ ବିଶ୍ୱର ଅନ୍ୟ ପ୍ରାନ୍ତ ଅପେକ୍ଷା ଫିନଲ୍ୟାଣ୍ଡବାସୀ ବେଶି ଖୁସି । ଏପରିକି ଚୀନ୍ ଓ ଆମେରିକା ଭଳି ଶକ୍ତିଶାଳୀ ଦେଶ ମଧ୍ୟ ଖୁସି ମନରେ ଫିନଲ୍ୟାଣ୍ଡ ଠାରୁ ପଛୁଆ । ତେବେ, ଫିନଲ୍ୟାଣ୍ଡବାସୀଙ୍କ ଖୁସିର ରାଜ କ’ଣ ? ଆସନ୍ତୁ ଜାଣିବା…

 Why Finland Becomes Most Happiest Country In The World Know About 10 Facts

ସ୍ୱତନ୍ତ୍ରତା: ଫିନଲ୍ୟାଣ୍ଡର ପ୍ରତିଟି ଗଳିରେ ରହୁଥିବା ଲୋକ ହସ ଓ ଖୁସିରେ ଜୀବନ ବିତାନ୍ତି । ଏଠାକାର ଲୋକ ବେଶ୍ ଭଦ୍ର ଏବଂ ଯାହାର ବହୁତ ଫାଇଦା ମିଳେ । ଏଥିସହ ଏଠି ଲୋକ ଯାହା ଚାହାନ୍ତି ତାହା କରିବାକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଅଛି । କେହି ବି ଅନ୍ୟ କାହାର ଜୀବନରେ ବିଲକୁଲ୍ ହସ୍ତକ୍ଷେପ କରନ୍ତି ନାହିଁ ।

 Why Finland Becomes Most Happiest Country In The World Know About 10 Facts

ଖୁସି ରହିବା: ଫିନଲ୍ୟାଣ୍ଡର ଲୋକ ଖୁସି, ଶାନ୍ତି ଓ ସନ୍ତୁଷ୍ଟ ଉପରେ ନିର୍ଭର କରନ୍ତି । ଏଠାକାର ଲୋକ ଖୁସି ହେଉଥିବା ଦେଖେଇ ହୁଅନ୍ତୁ ନାହିଁ ବରଂ ନିଜେ ଖୁସି ରହିବାର କଳାକୁ ବୁଝି ପାରିଛନ୍ତି ।

 Why Finland Becomes Most Happiest Country In The World Know About 10 Facts

ଆୟ: ଏଠାକାର ଲୋକଙ୍କ ଆୟରେ ବିଶେଷ ଅନ୍ତର ନାହିଁ । ଅର୍ଥାତ୍ ଫିନଲ୍ୟାଣ୍ଡରେ ରହୁଥିବା ଲୋକଙ୍କ ଆୟ ପ୍ରାୟ ସମାନ । ସାମାଜିକ ସୁରକ୍ଷା ଉନ୍ନତଧରଣର ହୋଇଥିବା ବେଳେ ଶିକ୍ଷା ବ୍ୟବସ୍ଥା ପୂରା ବିଶ୍ୱରେ ପ୍ରସିଦ୍ଧ । ଏଠାରେ ସମସ୍ତେ ବିଦ୍ୟାଳୟ ଯାଆନ୍ତି ଏବଂ ସମସ୍ତଙ୍କୁ ସମାନ ଶିକ୍ଷାର ଅଧିକାର ରହିଛି ।

 Why Finland Becomes Most Happiest Country In The World Know About 10 Facts

ଅଭିଯୋଗଠୁ ଦୂରରେ: ଫିନଲ୍ୟାଣ୍ଡବାସୀଙ୍କ ଏକ ଭଲ ଗୁଣ ହେଉଛି ଏଠାକାର ଲୋକ ଛୋଟ ଛୋଟ କଥାରେ ଅଭିଯୋଗ କରିବା ଠାରୁ ଦୂରେଇ ରୁହନ୍ତି । ଅନ୍ୟକୁ ଅଭିଯୋଗ କରିବା ପରିବର୍ତ୍ତେ ଅନ୍ୟର ଅସୁବିଧାକୁ ବୁଝିବାକୁ ଚେଷ୍ଟା କରନ୍ତି ।

 Why Finland Becomes Most Happiest Country In The World Know About 10 Facts

ମିଛ କୁହନ୍ତିନି: ଏଠାକାର ଲୋକ ଖୁସି ମନର ହୋଇଥିବା ବେଳେ ଟିକିଏ ଅଜବ । ଅଜଣା ଲୋକଙ୍କ ସହ ଏମାନେ ଅଧିକ କଥାବାର୍ତ୍ତା କରନ୍ତି ନାହିଁ । ଲୋକ ସମୟକୁ ନେଇ ବେଶ୍ ସଚେତନ ଥିବାବେଳେ ମିଛ କୁହନ୍ତି ନାହିଁ ।

 Why Finland Becomes Most Happiest Country In The World Know About 10 Facts

ଜନ୍ମରୁ ସମାନ ଅଧିକାର: ଫିନଲାଣ୍ଡରେ ଜନ୍ମ ହେଉ ହେଉ ସମାନ ଅଧିକାର ଦିଆଯାଇଥାଏ । ଶିକ୍ଷା ବ୍ୟବସ୍ଥା ଦୃଢ଼ ଥିବାବେଳେ ବିଶ୍ୱବିଦ୍ୟାଳୟରେ ପଢ଼ିବା ମାଗଣା ଅଟେ । ଦେଶରେ ଅଳ୍ପ କିଛି ଘରୋଇ ଶିକ୍ଷାନୁଷ୍ଠାନ ଥିବା ବେଳେ ସମସ୍ତେ ବେଶ୍ ଶିକ୍ଷିତ ଅଟନ୍ତି ।

 Why Finland Becomes Most Happiest Country In The World Know About 10 Facts

ଲୋକ ସାହାଯ୍ୟକାରୀ: ଫିନଲ୍ୟାଣ୍ଡରେ ୱେଲଫେୟାର ସିଷ୍ଟମ ବେଶ୍ ମଜଭୁତ୍ । ଏଠାକାର ଲୋକଙ୍କ ଜୀବନଯାପନ ଶୈଳୀ ଉନ୍ନତ ମଧ୍ୟ । ୱାର୍ଲ୍ଡ ହ୍ୟାପିନେସ୍ ରିପୋର୍ଟ-୨୦୨୧ରେ ଫିନଲ୍ୟାଣ୍ଡର ଜନ କଲ୍ୟାଣକାରୀ ମନୋଭାବ ଏହାକୁ ଖୁସି ମିଜାଜ ଦେଶ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି ।

 Why Finland Becomes Most Happiest Country In The World Know About 10 Facts

ସ୍ୱାସ୍ଥ୍ୟ ବ୍ୟବସ୍ଥା: ଫିନଲ୍ୟାଣ୍ଡରେ ସମସ୍ତ ଲୋକଙ୍କ ପାଖରେ ମାଗଣା ସ୍ୱାସ୍ଥ୍ୟସେବା ପାଇବାର ଅଧିକାର ରହିଛି । ଫଳରେ ଲୋକ ସ୍ୱାସ୍ଥ୍ୟକୁ ନେଇ କେବେ ଚିନ୍ତା କରିନଥାନ୍ତି ।

 Why Finland Becomes Most Happiest Country In The World Know About 10 Facts

ବ୍ୟକ୍ତିଗତ ଜୀବନ: ଏଠାକାର ଲୋକ ପଢ଼ିବା-ଲେଖିବାକୁ ନେଇ ବେଶ୍ ସୌଖିନ । ସମୟ ବାହାର କରି ଭଲ ବହି ପଢ଼ିବା ସହିତ ପରିବାର ସହିତ ଅଧିକ ସମୟ ବିତାଇବା ଲାଗି ପସନ୍ଦ କରିଥାନ୍ତି ।

 Why Finland Becomes Most Happiest Country In The World Know About 10 Facts

ମଦ: ଫିନଲ୍ୟାଣ୍ଡର ଲୋକ ଖୁସି ମାହୋଲରେ ମଦ ପିଇବାକୁ ଭୁଲି ନଥାନ୍ତି । ଖୁସିର ମାହୋଲକୁ ଆଉ ଟିକିଏ ରୋମାଞ୍ଚିତ କରିବା କରିବା ଲାଗି ମଦ ପିଇଥାନ୍ତି ।