ଭୁବନେଶ୍ୱର: ଆଜି ବିଶ୍ୱ ବନ ଦିବସ। ଏହି ଅବସରେ ଭୁବନେଶ୍ୱର ଜୟଦେବ ବାଟିକା ପରିସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ଓ ପ୍ରଧାନ ବନ ସଂରକ୍ଷକ ଶିଶିର କୁମାର ରଥ ସାମିଲ ହୋଇ ଜଙ୍ଗଲ ସୁରକ୍ଷା ଉପରେ ମତ ରଖିଥିଲେ। ଏହି ଅବସରରେ ତଥ୍ୟ ଭିତ୍ତିକ ପୁସ୍ତକ ହାଇଲାଇଟ୍ସ ଅଫ ଓଡ଼ିଶା ଫରେଷ୍ଟ ସେକ୍ଟର ୨୦୨୧ ଏବଂ ଓଡ଼ିଶା ଫରେଷ୍ଟ ଆମେଣ୍ଡମେଣ୍ଟ କୋଡ -୨୦୨୦ର ଉନ୍ମୋଚନ କରାଯାଇଛି। ଜଙ୍ଗଲ ବିଭାଗରେ ଉତ୍ତମ ସେବା ସମ୍ପାଦନ କରିଥିବା ୪୦ ଜଣ କ୍ଷେତ୍ରୀୟ ଅଧ୍ବକାରୀଙ୍କୁ ପୁରସ୍କୃତ କରାଯାଇଛି। ଏହା ସହିତ ଜଙ୍ଗଲ ସୁରକ୍ଷା ଦିଗରେ ଉନ୍ନତ କାର୍ଯ୍ୟ ସମ୍ପାଦନ ପାଇଁ ୬ଟି ପରିବେଶ ଉନ୍ନୟନ କମିଟି ପୁରସ୍କୃତ ହୋଇଛନ୍ତି। ଚଳିତ ଆର୍ଥିକବର୍ଷରେ ୩ ଦଶମିକ୯୨ କୋଟି ଚାରା ରୋପଣ କରାଯାଇଛି। ଏହା ସହିତ ୪ ହଜାର ୧୬୪ ରେ କିଲୋମିଟର ପଥପାର୍ଶ୍ୱ ବନୀକରଣ କରାଯାଇଛି। ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ୩ ଲକ୍ଷ ୮ ହଜାର ବୃକ୍ଷ ଚାରା ରୋପଣ କରାଯାଇଅଛି। ରାଜ୍ୟର ୫୬ ହଜାର୨୬୭ ବର୍ଗ କିଲୋମିଟର ଅଞ୍ଚଳରେ ଜଙ୍ଗଲ ରହିଛି। ଯାହା ରାଜ୍ୟର ସମଗ୍ର ଭୌଗୋଳିକ ଅଞ୍ଚଳର ୩୬ ଦଶମିକ୧୪ ପ୍ରତିଶତ।
ସୁନାପାଲି ଓରାମପଡ଼ାରେ ଗୋଷ୍ଠୀ ସଂଘର୍ଷ, ଜଣଙ୍କ ମୃତ୍ୟୁ ଅନ୍ୟଜଣେ ଗୁରୁତର
ସମ୍ବଲପୁର: ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଓରାମପଡ଼ାରେ ଗୋଷ୍ଠୀ ସଂଘର୍ଷରେ ଜଣଙ୍କ ମୃତ୍ୟୁ, ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି। ଦୋଷୀଙ୍କୁ ଗିରଫ ଦାବିରେ ଧନୁପାଲି ଥାନା ଘେରାଉ କରିଛନ୍ତ ଉତ୍ତ୍ୟକ୍ତ ଲୋକ। ଘଟଣସ୍ଥଳରେ ବ୍ୟାପକ ପୋଲିସ ମୁତୟନ ଅଛନ୍ତି। ସମ୍ବଲପୁର ଏସପି ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ଗତକାଲି ଭୁଜାଲି ମାଡରେ ଜଣକର ମୃତ୍ୟୁ ହୋଇଥିଲା, ଜଣେ ଆହତ ହୋଇଥିଲେ।

ସୁନାପାଲି ଅଞ୍ଚଳରେ ପୋଲିସର ପେଟ୍ରୋଲିଂ ହେଉନାହିଁ ଏବଂ ପୋଲିସର ଅବହେଳା କାରଣରୁ ଏଭଳି ଘଟଣା ଘଟିଛି। ସୁନାପାଲିରେ ୨ ମାସ ଭିତରେ ୪ଟି ହତ୍ୟା ହୋଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେବେ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବାକୁ ଅଭିଯୋଗ ହୋଇଛି। ସେପଟେ ଏହି ଘଟଣା ନେଇ ଜଣଙ୍କୁ ଅଟକ ରଖିଛି ପୋଲିସ। ଅଟକ ରହିଥିବା ଅଭିଯୁକ୍ତ ଜଣକ ନାମରେ ଅନେକ କ୍ରିମିନାଲ ମାମଲା ରହିଛି। ତେବେ ଏହି ହତ୍ୟା ପଛର କାରଣ କଣ ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ଏସ୍ପି ସୂଚନା ଦେଇଛନ୍ତି।
ଭୟଙ୍କର ହେଉଛି କରୋନା ସଂକ୍ରମଣ, ମଧ୍ୟ ପ୍ରଦେଶର ୩ଟି ସହର ସମ୍ପୂର୍ଣ୍ଣ ଲକଡାଉନ୍
ଭୋପାଳ: ମଧ୍ୟ ପ୍ରଦେଶରେ କରୋନା ଗ୍ରାଫ ବଢିବାରେ ଲାଗିଛି । କରୋନାର ବଢୁଥିବା ସଂକ୍ରମଣକୁ ଦେଖି ସରକାର ମଧ୍ୟପ୍ରଦେଶରେ ସମ୍ପୂର୍ଣ୍ଣ ଲକଡାଉନ କରିବାକୁ ନିଷ୍ପତ୍ତି ନିଆଯାଇଛି । ମଧ୍ୟ ପ୍ରଦେଶର ୩ଟି ସହର ଭୋପାଳ , ଇନ୍ଦୋର ଓ ଜବଲପୁରରେ ଆଜି ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି । ଗତ୨୪ ଘଣ୍ଟାରେ ଭୋପାଳରେ ୩୪୫, ଇନ୍ଦୋରରେ ୩୧୭, ଏବଂ ଜବଲପୁରରେ ୧୧୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ମଧ୍ୟ ପ୍ରଦେଶରେ ୨୪ ଘଣ୍ଟାରେ ୧୩୦୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୁଣିଥରେ ମଧ୍ୟ ପ୍ରଦେଶରେ କରୋନା ବଢୁଥିବା ସଂକ୍ରମଣକୁ ଦେଖି ପ୍ରଶାସନ ଜବଲପୁର, ଭୋପାଳ ଏବଂ ଇନ୍ଦୋରରେ ୩୨ ଘଣ୍ଟିଆ ଲକଡାଉନ ଘୋଷଣା କରିଛି । ଏହି ଲକଡାଉନ ଶନିବାର ରାତି ୧୦ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଲଗାଯାଇଛି । ଏହି ଲକଡାଉନରେ ଏମିତି ହିଁ ଚିତ୍ର ସାମ୍ନାକୁ ଆସିଛି ଯେମିତି ସମ୍ପୂର୍ଣ୍ଣ ଦେଶ ଲକଡାଉନରେ ଥିବା ସମୟରେ ଆସିଥିଲା ।

ଲକଡାଉନ ସମୟରେ ଆବଶ୍ୟକୀୟ ସାମଗ୍ରୀର ପରିବହନ, ଶ୍ରମିକମାନଙ୍କୁ, ଉଦ୍ୟୋଗିକ , କଞ୍ଚାମାଲ ଉତ୍ପାଦକର ପରିବହନ , ରୋଗୀଙ୍କ ପରିବହନ , ଏୟାରପୋର୍ଟ-ରେଲୱେ ଷ୍ଟେସନରୁ ଯିବା ଆସିବା କରୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ନିୟମ କୋହଳ ରହିଛି ।

ଏହି ୩ଟି ସହରରେ ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ସ୍କୁଲ , କଲୋଜ ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ । ଜବଲପୁରରେ ରବିବାର ସକାଳୁ ହିଁ ଲକଡାଉନର ପ୍ରଭାବ ଦେଖିବାକୁ ମିଳିଛି । ଯେଉଁଠାରେ ଲୋକ ଶହ ଶହ ସଂଖ୍ୟାରେ ଜାତାୟତ କରୁଥିବାର ଦେଖିବାକୁ ମିଳୁଥିଲା ଆଜି ସେଠି ଶୂନଶାନ । ତେବେପ୍ରତିଯୋଗୀତାମୂଳକ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ ପାଇଁ ମେଟ୍ରୋ ଏବଂ ବସ ଚଳାଚଳକୁ କୋହଳ କରାଯାଇଛି ।
ଶ୍ୱଶୁର ଘରକୁ ଯିବା ବାଟରେ ଯବାନଙ୍କୁ ଅପହରଣ କରି ମାରି ଫିଙ୍ଗିଦେଲେ ମାଓବାଦୀ
ମାଲକାନାଗିରି: ମାଓବାଦୀ ମାନଙ୍କର ବର୍ବରତା। ଯବାନଙ୍କୁ ପ୍ରଥମେ ଅପହରଣ ଏବଂ ପରେ ହତ୍ୟା କରିଲେ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନାଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ। ମାଓବାଦୀ ମାନେ ଯବାନଙ୍କୁ ଅପହରଣ ପରେ ହତ୍ୟା କରିଛନ୍ତି। ସୂଚନା ଅନୁଯାୟୀ ଶ୍ୱଶୁର ଘରକୁ ଯିବା ବେଳେ ଗତକାଲି ଯବାନଙ୍କୁ ମାଓବାଦୀ ମାନେ ଅପହରଣ କରିନେଇଥିଲେ। ଆଉ ଆଜି ନିର୍ମମ ଭାବେ ହତ୍ୟା କରି ଜଙ୍ଗଲ ମଧ୍ୟରେ ଫିଙ୍ଗି ଦେଇଛନ୍ତି। କନଷ୍ଟେବଳ ସନ୍ନୁ ପୁନେମଙ୍କୁ ନକ୍ସଲମାନେ ହତ୍ୟା କରିଛନ୍ତି। ହତ୍ୟା ପରେ ଶବକୁ ଏକ ସ୍କୁଲ ନିକଟରେ ଫିଙ୍ଗି ଦିଆଯାଇଥିଲା। ଘଟଣା ସ୍ଥଳରେ ଏସପି କମଲୋଚନ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ରାଜ୍ୟରେ ମାଓବାଦୀ ମାନଙ୍କର ସଂଖ୍ୟା କମିଛି। ଆଗରୁ ଯେତିକି ପରିମାଣରେ ମାଓବାଦୀ ଆତଙ୍କ ଖେଳାଉଥିଲେ ସେଥିରେ ରୋକ ଲାଗିଛି। କିନ୍ତୁ କିଛି ପରିମାଣରେ ଥିବା ମାଓବାଦୀ ସେମାନଙ୍କର ଉପସ୍ଥିତି ଜାହିର କରିବା ପାଇଁ ଏଭଳି କାଣ୍ଡ ଘଟାଇ ଚାଲିଛନ୍ତି।
ଆଉ ୪ ହଜାର ବଢିଲା ସଂକ୍ରମିତଙ୍କ ସଂଖ୍ୟା
ନୂଆଦିଲ୍ଲୀ: ଦେଶରେ କାୟା ବିସ୍ତା କରୁଛି କରୋନା । କିଛି ଦିନର ବ୍ୟବଧାନ ପରେ ପୁଣି ଉପମୁହାଁ ହେଲା କରୋନା ଗ୍ରାଫ । ଗତକାଲି ୪୦ ହଜାର ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରବିବାର ଦିନ ୪ହଜାର ପାଖାପାଖି ବଢିଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୪୩ ହଜାର ୮୪୬ ନୂଆ ସଂକ୍ରମିତ । ସେହିପରି କରୋନାରେ ଆଉ ୧୯୭ ଜୀବନ ଯାଇଛି ।
ତେବେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୫ ଲକ୍ଷ ୯୯ ହଜାର ୧୩୦ରେ ପହଞ୍ଚିଛି । ସେମଧ୍ୟରୁ ୧ କୋଟି ୧୧ ଲକ୍ଷ ୩୦ ହଜାର ୨୮୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେବି ଦେଶରେ ୩ ଲକ୍ଷ ୯ ହଜାର ୮୭ ସକ୍ରିୟ ମାମଲା ରହିଛି । ସେହିପରି ଓଡ଼ିଶାରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଶନିବାରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୨ ଥିବାବେଳେ କେବଳ କଟକରେ ୨୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରବିବାର ଦିନ ୨୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଏହାବ୍ୟତୀତ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରେକର୍ଡ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଅନ୍ୟରାଜ୍ୟରୁ ଆସୁଥିବା ବସ୍ ଚଳାଚଳ ଉପରେ ରୋକ ଲଗାଇଛନ୍ତି । ସେପଟେ ମଧ୍ୟପ୍ରଦେଶର ଭୋପାଳ, ଇନ୍ଦୋର ଓ ଜବଲପୁରରେ ଲକଡାଉନ୍ ଘୋଷଣା କରାଯାଇଛି । ଦିଲ୍ଲୀରେ ମଧ୍ୟ କରୋନା କହର ଦେଖିବାକୁ ମିଳିଛି ।
ଆଖି ଲାଗିଯିବାରୁ ଗଛରେ ପିଟି ହୋଇଗଲା କାର, ବାପା ମୃତ ପୁଅ ଗୁରୁତର
କେନ୍ଦୁଝର: ସଡ଼କ ଦୁର୍ଘଟଣାରେ ପୁଅ ଆଗରେ ଚାଲିଗଲା ବାପାର ଜୀବନ। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଦୁବୁଲାପାଳ ଛକ ନିକଟରେ କାର ଦୁର୍ଘଟଣା ରେ ବାପା ମୃତ ଓ ପୁଅ ଆହତ। ରେଙ୍ଗାଳୀରୁ ନିଜ ବାସସ୍ଥାନକୁ କାରରେ ଠାକୁରମୁଣ୍ଡା କୁ ଯାଉଥିବା ସମୟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଇଲେକ୍ଟ୍ରିକାଲ ଇଂଜିନିୟର ଥିଲେ ପୁରୁଷୋତ୍ତମ ନାୟକ ଓ ବାପା ଦୈତାରୀ ନାୟକ। ତେବେ ଭୋରରେ ପୁରୁଷୋତ୍ତମ ଙ୍କ ଆଖି ଲାଗିଯିବାରୁ କାରଟି ଏକ ଗଛରେ ବାଡେଇ ହୋଇଥିଲା। ବାପା ଦୈତାରୀ ଗୁରୁତର ଅବସ୍ଥାରେ ତେଲକୋଇରେ ପ୍ରାଥମିକ ଚିକିତ୍ସା ହେବା ପରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଯାଉଥିବା ବେଳେ ବାଟରେ ବାପା ଦୈତାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଆହତ ଅବସ୍ଥାରେ ଚିକିଶ୍ଚିତ ହେଉଛନ୍ତି।
ହୋଲି ପୂର୍ବରୁ ଏହିସବୁ ଟ୍ରେନକୁ ବାତିଲ କଲା ରେଲୱେ, ଦେଖନ୍ତୁ ତାଲିକା
ନୂଆଦିଲ୍ଲୀ: ଏଥର ହୋଲି ପୂର୍ବରୁ ଯଦି ଆପଣ କୌଣସି ସ୍ଥାନକୁ ଯିବାକୁ ଯୋଜନା କରୁଛନ୍ତି କିମ୍ବା କୌଣସି ସ୍ଥାନକୁ ଯିବାକୁ ଟ୍ରେନ ଟିକେଟ୍ ବୁକ୍ କରିଛନ୍ତି, ତେବେ ଆପଣଙ୍କୁ ଥରେ ଟ୍ରେନର ଷ୍ଟାଟସ ଯାଞ୍ଚ କରିନିଅନ୍ତୁ । ଭାରତୀୟ ରେଲୱେ କିଛି ଟ୍ରେନର ମାର୍ଗକୁ ପରିବର୍ତ୍ତନ କରିବାସହ ଅନେକ ଟ୍ରେନର ସମୟ ମଧ୍ୟ ବଦଳାଇ ଦେଇଛନ୍ତି । ତେଣୁ ଯାତ୍ରା ପୂର୍ବରୁ ଆପଣ ଆପଣଙ୍କ ଟ୍ରେନ ବିଷୟରେ ସୂଚନା ଅବଶ୍ୟ ଯାଞ୍ଚ କରି ନିଅନ୍ତୁ । ପଶ୍ଚିମ ରେଲୱେ ଅହମ୍ମଦାବାଦ ଡିଭିଜନର ଧ୍ରାଙ୍ଗଧ୍ରା-ସମାଖିଆଲୀ ବିଭାଗରେ ନନ୍-ଇଣ୍ଟରକ୍ଲିଂ କାର୍ଯ୍ୟ ହେତୁ ପଶ୍ଚିମ ରେଳରୁ ବାହାରୁ ଥିବା ଏବଂ ଅନ୍ୟ କିଛି ଦୂର ଦୂରଗାମୀ ଟ୍ରେନକୁ ବାତିଲ କିମ୍ବା ଟ୍ରେନର ସମୟସୀମା ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି।
ପଶ୍ଚିମ ରେଲୱେର ମୁଖ୍ୟ ସୁମିତ ଠାକୁର ଏକ ବିବୃତ୍ତିରେ ଏହି ସୂଚନା ଦେଇଛନ୍ତି । ଆସନ୍ତୁ ଜାଣିବା କେଉଁ ଟ୍ରେନ୍ ବାତିଲ୍ ହୋଇଛି ଏବଂ କେଉଁ ଟ୍ରେନର ରୁଟରେ ପରିବର୍ତ୍ତନ ହୋଇଛି ।
- ଟ୍ରେନ୍ ନମ୍ବର ୦୯୧୧୬ୟ୦୯୧୧୫କୁ ୨୧ ମାର୍ଚ୍ଚରୁ ୨୩ ମାର୍ଚ୍ଚକୁ ପର୍ଯ୍ୟନ୍ତ ବାତିଲ କରାଯାଇଛି ।
- ଟ୍ରେନ୍ ନମ୍ବର ୦୨୯୭୪କୁ ୨୦ ମାର୍ଚ୍ଚରେ ଅହମ୍ମଦାବାଦ ଏବଂ ଗାନ୍ଧୀଧାମ ମଧ୍ୟରେ ଆଂଶିକ ବାତିଲ କରାଯାଇଛି ।
- ଟ୍ରେନ୍ ନମ୍ବର ୦୨୯୭୩କୁ ୨୪ ମାର୍ଚ୍ଚ ୨୦୨୧ରେ ଗାନ୍ଧୀଧାମ ଏବଂ ଅହମ୍ମଦାବାଦ ମଧ୍ୟରେ ଆଂଶିକ ବାତିଲ କରାଯାଇଛି ।
ପରିବର୍ତ୍ତନ କରାଯାଇଥିବା ଟ୍ରେନର ତାଲିକା
- ମାର୍ଚ୍ଚ ୨୦ ଓ ୨୩ ଆରମ୍ଭ ହେବାକୁ ଥିବା ଟ୍ରେନ୍ ନମ୍ବର ୦୪୩୧୧ ବରେଲି-ଭୁଜକୁ ପାଲନପୁର-ଭିଲାଡି-ସାମାଖିଆଲି ରୁଟରେ ଚାଲିବ ।
- ୨୩ ଏବଂ ୨୪ ମାର୍ଚ୍ଚରୁ ଆରମ୍ଭ ହେବକୁ ଥିବା ଟ୍ରେନ୍ ନମ୍ବର ୦୪୩୧୨ ଭୁଜ୍-ବରେଲିକୁ ସମାଖିଆଲି-ବିଲଡି-ପାଲନପୁର ରୁଟ ଦେଇ ଚଳାଚଳ କରିବ ଏବଂ ଏହି ସେବା ୧୭.୦୫ ରେ ଭୁଜରୁ ପ୍ରସ୍ଥାନ କରିବ ।
ସଂକ୍ଷିପ୍ତ ବାତିଲ କରାଯାଇଥିବା ଟ୍ରେନ୍
- ଟ୍ରେନ୍ ନମ୍ବର ୦୯୩୩୬ ଇନ୍ଦୋର-ଗାନ୍ଧୀଧାମକୁ ୨୧ ମାର୍ଚ୍ଚ ୨୦୨୧ ରେ ଆରମ୍ଭ ହେବାକୁ ଥିବା ସେବାକୁ ଅହମ୍ମଦାବାଦରେ ବନ୍ଦ କରାଯିବ । ଅହମ୍ମଦାବାଦ ଏବଂ ଗାନ୍ଧୀନଗର ମଧ୍ୟରେ ଏହା ବାତିଲ ହୋଇ ରହିବ ।
- ଟ୍ରେନ୍ ନମ୍ବର ୦୯୩୩୫ ଗାନ୍ଧୀଧାମ୍-ଇନ୍ଦୋର ସ୍ୱତନ୍ତ୍ର ୨୨ ମାର୍ଚ୍ଚ ୨୦୨୧ରେ ଆରମ୍ଭ ହେବାକୁ ଥିବା ସେବା ଅହମ୍ମଦାବାଦରେ ବନ୍ଦ କରାଯିବ । ଗାନ୍ଧୀଧାମ୍ ଏବଂ ଅହମ୍ମଦାବାଦ ମଧ୍ୟରେ ଏହି ଟ୍ରେନ୍ ବାତିଲ ରହିବ ।
- ଟ୍ରେନ୍ ନମ୍ବର ୦୯୦୦୩କୁ ୨୧ ମାର୍ଚ୍ଚ ୨୦୨୧ରେ ଅହମ୍ମଦାବାଦ ଏବଂ ଭୁଜ ମଧ୍ୟରେ ବାତିଲ ରହିବ ।
- ଟ୍ରେନ୍ ନମ୍ବର ୦୯୦୦୪କୁ ଭୁଜ-ବାନ୍ଦ୍ରା ଟର୍ମିନସ୍ ୨୨ ମାର୍ଚ୍ଚ ୨୦୨୧ ରେ ଭୁଜ୍ ଏବଂ ଅହମ୍ମଦାବାଦ ମଧ୍ୟରେ ବାତିଲ୍ ରହିବ ।
- ଟ୍ରେନ୍ ନମ୍ବର ୦୬୫୦୫କୁ ଗାନ୍ଧୀଧାମ୍ ଏବଂ ଅହମ୍ମଦାବାଦ ମଧ୍ୟରେ ୨୩ ମାର୍ଚ୍ଚ ୨୦୨୧ ମଧ୍ୟରେ ବାତିଲ ରହିବ ।
ପିପିଲ ନିର୍ବାଚନ ପୂର୍ବରୁ ସତ୍ୟବାଦୀରେ ବିଜେପି ଦୁଇଫାଳ, ମାରପିଟ୍-ଥାନା ପୋଲିସ
ପୁରୀ: ଆଉ କିଛି ଦିନ ପରେ ପିପିଲିରେ ହେବାକୁ ଯାଉଛି ଉପ ନିର୍ବାଚନ । ସବୁ ଦଳ ଏଥିପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ବିଜେପି ମଧ୍ୟ ମୈଦାନରେ ଅଛି । କିନ୍ତୁ ଏହାରି ଭିତରେ ଏମିତି ଗୋଟିଏ ଘଟଣା ଘଟିଛି,ଯାହାର ଯଦିଓ ପିପିଲି ନିର୍ବାଚନ ମଣ୍ଡଳି ସହିତ କୌଣସି ସମ୍ପର୍କ ନାହିଁ ତଥାପି ଗୋଟିଏ କଥା ସ୍ପଷ୍ଟ ଯେ, ଜିଲ୍ଲା ବିଜେପିରେ ସବୁକିଛି ଠିକ୍ ଚାଲୁ ନାହିଁ । ନେତା-ନେତାଙ୍କ ମଧ୍ୟରେ ଚାଲିଛି ମାରପିଟ୍ । ମାମଲା ଥାନାରେ ପହଂଚିଲାଣି ।

ସତ୍ୟବାଦୀରେ ଶନିବାର ଦିନ ବିଜେପିର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଯାହାକୁ ନେଇ ଗଡିଶାଗଦା ଥାନାରେ ଏତଲା ମଧ୍ୟ ହୋଇଛି । ଏତଲାରେ ସତ୍ୟବାଦୀରୁ ଗତ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଓମ ପ୍ରକାଶ ମିଶ୍ରଙ୍କ ନାମ ରହିଛି । ସୂଚନା ଅନୁସାରେ, ରାଜ୍ୟ ବିଜେପିର ବରିଷ୍ଠ ନେତା ସୁରଥ ବିଶ୍ୱାଳଙ୍କ ମା’ଙ୍କର ୪ ଦିନ ତଳେ ଦେହାନ୍ତ ହୋଇଥିଲା । ସମବେଦନା ଜଣାଇବା ପାଇଁ ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ରାଜ୍ୟ ବିଜେପିର କିଛି ବରିଷ୍ଠ ନେତା ସୁରଥଙ୍କ ଘରକୁ ଯାଇଥିଲେ । ଏହି ସମୟରେ ସେଠାରେ ବିବାଦ ସୃଷ୍ଟି ହୋଇଥଲା । ଏତଲାକାରୀ ଜିଷ୍ଣୁଜୟ ମତ୍ତଗଜସିଂ(ଜଇ)ଙ୍କ ଅନୁସାରେ ଓମ୍ ପ୍ରକାଶଙ୍କ ସହିତ ଆସିଥିବା କିଛି ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ । ମଜଗଜସିଂଙ୍କ ମୁଣ୍ଡ ଓ ନାକରେ ଗଭୀର ଆଘାତ ଲାଗିଛି ।

ଅଭିଯୋଗ ଅନୁସାରେ ଆକ୍ରମଣରେ ୩୦ରୁ ଅଧିକ ବ୍ୟକ୍ତି ସାମିଲ ଥିଲେ । ଆକ୍ରମଣ କାଳରେ ଓମ ପ୍ରକାଶ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିବା ସେ ଅଭିଯୋଗ କରିଛନ୍ତି । ଆକ୍ରମଣକାରୀ ତାଙ୍କ ତଣ୍ଟିଚିପି ତଳେ ପକାଇ ଦେବା ସହିତ ତାଙ୍କଠାରୁ ୨୭ଶହ ଟଙ୍କା ଛଡାଇ ନେଇଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି ।

୨୦୧୯ ଲୋକସଭା ନିର୍ବାଚନରେ ପୁରୀ ଲୋକସଭାରୁ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଗୋଷ୍ଠୀ ସହିତ ଓମ ପ୍ରକାଶଙ୍କ ରାଜନୈତିକ ମତପାର୍ଥକ୍ୟ ଥିବା କୁହାଯାଉଛି ।
୬ ଜଣଙ୍କୁ ସ୍ୱର୍ଣ୍ଣ ଓ ୭୦ ଜଣଙ୍କୁ ରୌପ୍ୟ ପଦକ ସହ ୫ ଜଣଙ୍କୁ ଏଣ୍ଡୋମେଣ୍ଟ ସ୍ୱର୍ଣ୍ଣ ପଦକ ପ୍ରଦାନ କଲେ ରାଷ୍ଟ୍ରପତି
ରାଉରକେଲା: NITରେ ରାଷ୍ଟ୍ରପତି କୋବିନ୍ଦ। NIT ସମାବର୍ତ୍ତନ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତିଙ୍କ ସମେମ ବହୁ ମାନ୍ୟଗଣ୍ୟ ବ୍ୟକ୍ତି। ମୁଖ୍ୟ ଅତିଥି ଭାବେ ରାଷ୍ଟପତିଙ୍କ ସହ ରାଜ୍ୟପାଳ ଗଣେଶୀଲାଲ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥିଭାବେ ଯୋଗ ଦେଇଛନ୍ତି । ଏନ ଆଇ ଟିର ୧୮ ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ରାଷ୍ଟ୍ରପତି। ଏହାସହ ଆଇ ଜି ଏଚ ସୁପର ସ୍ପେସିଆଲିଟ ହସ୍ପିଟାଲର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସମାବର୍ତ୍ତନ ଉତ୍ସବରେ ୫୪୪ ଜଣ ଛାତ୍ରଛାତ୍ରୀ ଙ୍କୁ ବିଟେକ ଡିଗ୍ରୀ, ୧୭ ଜଣଙ୍କୁ ବି ଆର୍କ, ୧୧୭ ଜଣଙ୍କୁ ଡୁଆଲ ଡିଗ୍ରୀ, ୭୫ ଜଣଙ୍କୁ ଇଣ୍ଟିଗ୍ରେଟେଡ ଏମ ଏସ ସି , ୪୨୪ ଜଣଙ୍କୁ ଏମ ଟେକ, ୧୨୫ ଜଣଙ୍କୁ ଏମ ଏସ ସି, ୨୧ ଜଣଙ୍କୁ ଏମ ଏ, ୨୫ ଜଣଙ୍କୁ ଏମ ବି ଏ, ୪ ଜଣଙ୍କୁ ଏମ ଟେକ ରିସର୍ଚ୍ଚ, ଏବଂ ୧୧୮ ଜଣଙ୍କୁ ପି ଏଚ ଡି ଡିଗ୍ରୀ ପ୍ରଦାନ କରାଯିବ। ୬ଜଣଙ୍କୁ ସ୍ଵର୍ଣ୍ଣ ଓ ୭୦ ଜଣଙ୍କୁ ରୈପ୍ୟ ପଦକ, ୫ ଜଣଙ୍କୁ ଏଣ୍ଡୋମେଣ୍ଟ ସ୍ୱର୍ଣ ପଦକ, ୫ଜଣଙ୍କୁ ଏଣ୍ଡୋମେଣ୍ଟ ଆୱାର୍ଡ଼ ଓ ୮ ଜଣ ପୁରାତନ ଛାତ୍ର ଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି। ଏହାସହ ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ ପାଇଁ ଡକ୍ଟର କୁମାର ମଙ୍ଗଳମ ବିର୍ଲା, ପବ୍ଲିକ ଆଡମିନିଷ୍ଟ୍ରେସନ କ୍ଷେତ୍ରରେ ଅବଦାନ ପାଇଁ ଡକ୍ଟର ପ୍ରମୋଦ କୁମାର ମିଶ୍ର ଓ ଇଣ୍ଡିଆନ ଲିଟରେଚର ପାଇଁ ସିତାକାନ୍ତ ମହାପାତ୍ରଙ୍କୁ ଡକ୍ଟର ଅଫ ସାଇନସ୍ ଡିଗ୍ରୀ ରେ ସମ୍ମାନିତ କରାଯିବ। ଏହାସହ ଏକାଡେମିଆ ଓ ରିସର୍ଚ୍ଚ ପାଇଁ ଏନ ଆଇ ଟି ର ପୁରାତନ ଛାତ୍ର ଡକ୍ଟର ରାଜ କିଶୋର ପରମଗୁରୁ ଓ ଆଶୁତୋଷ ଦତ୍ତ ଙ୍କୁ ସମ୍ମାନିତ କରାଯିବ। ଇଣ୍ଡଷ୍ଟ୍ରି ଓ ମ୍ୟାନେଜମେଣ୍ଟ ପାଇଁ ଏଆର ଭାଇସ ମାର୍ସଲ ଶୁଭଙ୍କ ଶେଖର ଲାହିରୀ ଇଞ୍ଜିନିୟର ଏସ ଏମ ବୈଦ୍ୟ, ଵିଷ୍ଣୁପଦ ସେଠୀ, ଏଫ ସି ମହାନ୍ତି, ଇଞ୍ଜିନିୟର ଭରତ ଭୁଷଣ ମହାନ୍ତି,ଓ ଗେରୀ କ୍ରୀଷ୍ନନଙ୍କୁ ସମ୍ମାନିତ କରାଯିବ ବୋଲି ଏନ ଆଇ ଟି ପଷରୁ ସୁଚନା ଦିଆଯାଇଛି।

