spot_img
Home Blog Page 583

ଟେନିସ ଖେଳାଳି ରାଧିକା ଯାଦବଙ୍କୁ ଗୁଳି କରି ହତ୍ୟା କଲେ ତାଙ୍କ ବାପା

ନନ୍ଦିଘୋଷ ବ୍ୟୁରୋ: ଗୁରଗ୍ରାମରେ ଟେନିସ ଖେଳାଳି ରାଧିକା ଯାଦବଙ୍କୁ ଗୁଳି ମାରି ହତ୍ୟା କରାଯାଇଛି । ରାଧିକାଙ୍କ ବାପା ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଗୁରୁଗ୍ରାମର ସୁଶାନ୍ତ ଲୋକ-୨ ସ୍ଥିତ ତାଙ୍କ ଘରେ ହିଁ ହତ୍ୟାକାଣ୍ଡ ଘଟିଛି । ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ଅଭିଯୁକ୍ତ ବାପାଙ୍କୁ ଗିରଫ କରି ତଦନ୍ତ ଆରମ୍ଭ ଦେଇଛି ।

ସୂଚନାଯୋଗ୍ୟ, ଗୁଳି ମାଡ଼ ପରେ ରାଧିକାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କାହିଁକି ରାଧିକାଙ୍କୁ ତାଙ୍କ ବାପା ଗୁଳି କରି ହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ ।

ପୂର୍ବାହ୍ନ ୧୨ଟାରେ ଘଟଣା ଘଟିଛି । ଯେଉଁଠି ରାଧିକା ପରିବାର ସହ ରହୁଥିଲେ । ଅଭିଯୁକ୍ତ ବାପା ରାଧିକାଙ୍କ ଉପରକୁ ତିନି ରାଉଣ୍ଡ ଗୁଳି ଚଲାଇଥିଲେ । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ପାଖରୁ ହତ୍ୟାରେ ବ୍ୟବହୃତ ବନ୍ଧୁକ ଜବତ କରିଛି ।

ଆମେରିକାର ତିନୋଟି ଆକ୍ସନ, ୨୪ ଘଣ୍ଟାରେ ପୁଟିନ କରିବେ ଆତ୍ମସମର୍ପଣ

ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ବିଧ୍ବଂସକ ହେବାରେ ଲାଗିଛି ୟୁକ୍ରେନ ଉପରେ ଋଷର ଆକ୍ରମଣ । ଏହାରି ମଧ୍ୟରେ ଭ୍ଲାଦିମିର ପୁଟନଙ୍କ ବିରୋଧରେ ଘେରାବନ୍ଦୀ ଆରମ୍ଭ କରି ଦେଇଛି ଆମେରିକା । ନିଜେ ଆମେରିକା ରାଷ୍ଟ୍ରପତି ଏହାର ନେତୃତ୍ବ ନେଉଛନ୍ତି । ଆମେରିକା ଗଣମାଧ୍ୟମ ଅନୁସାରେ ପୁଟନଙ୍କୁ କାବୁ କରିବାକୁ ଗତ ୨୪ ଘଣ୍ଟାରେ ଆମେରିକା ତିନୋଟି ବଡ଼ ବ୍ୟାକ୍ ଟୁ ବ୍ୟାକ୍ ନିଷ୍ପତ୍ତି ନେଇଛି ।  ଏଥିରେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଦେବା, ସ୍ପାଏ ଜେଟକୁ ଆକ୍ଟିଭ କରିବା ଓ ଋଷ ଉପରେ ଅଧିକରୁ ଅଧିକ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବ୍ରିଟିଶ ଖବର କାଗଜ ଟେଲିଗ୍ରାଫ ଅନୁସାରେ ଟ୍ରମ୍ପ ଚାହିଁଲେ ପୁଟିନ ୨୪ ଘଣ୍ଟାରେ ଆଣ୍ଡେଇବେ । ତେବେ, କେଉଁ ଆଧାରରେ ଏମିତି ଦାବି କରାଯାଉଛି ଆସନ୍ତୁ ଜାଣିବା ।

ପଏଣ୍ଟ ନମ୍ବର ଓ୍ବାନ୍

ଟ୍ରମ୍ପଙ୍କ ଏକ ପୁରୁଣା ଭିଡିଓ ଏବେ ଗଣମାଧ୍ୟମରେ ବହୁତ ପ୍ରସାରିତ ହେଉଛି । ଏଥିରେ ଟ୍ରମ୍ପ କହୁଛନ୍ତି, ମୁଁ ପୁଟିନଙ୍କୁ ଚେତାବନୀ ଦେଇ ଦେଇଛି । ଯଦି ସେ ଯୁଦ୍ଧ ଜାରି ରଖିବେ ତେବେ ଆମେ ମସ୍କୋ ଉପରେ ଆକ୍ରମଣ କରିବୁ । ଟେଲିଗ୍ରାଫ ଅନୁସାରେ, ଇରାନ ଉପରେ ଜେମିତି B-2 ବମରେ ଆକ୍ରମଣ କରାଯାଇଥିଲା, ସେହିପରି ମସ୍କୋ ଉପରେ ବି ଆକ୍ରମଣ ହେବ । ଏହାଦ୍ବାରା ଋଷର ଏୟାର ଡିଫଷନ୍ସ ବି ସୁରକ୍ଷିତ ରହିବନି । କାରଣ ଇରାନ ପାଖରେ ଋଷର ଏସ-୩୦୦ ଏୟାର ଡିଫଷନ୍ସ ସିଷ୍ଟମ ଥିଲା । ହେଲେ ଏହା ଆମେରିକାର B-2 ନେଇ ଯାଇଥିବା ଜେଟକୁ ଟ୍ରାକ କରିପାରି ନଥିଲା । ସେତିକି ନୁହେଁ, ଗତ କିଛିଦିନ ଭିତରେ ୟୁକ୍ରେନ ଋଷର ବହୁତ ଭିତରକୁ ଯାଇ ଡ୍ରୋନ ଆକ୍ରମଣ କରିବାକୁ ସକ୍ଷମ ହୋଇଛି । ଏହାସହ ୟୁକ୍ରେନ ଲଗାତର ଡ୍ରୋନ ଆଟାକ ଜାରି ରଖିଛି । ଏମିତି ସ୍ଥିତିରେ ଆମେରିକାର ଆକ୍ରମଣରୁ ବର୍ତ୍ତିବା ଋଷ ପାଇଁ କାଠିକର ପାଠ ହେବ । ଟ୍ରମ୍ପ ଚାହିଁଲେ, ଆକାଶରୁ ଋଷ ଉପରେ B-2 ବମ ପକାଇ ପାରିବେ । ଆମେରିକା ପାଖରେ ୨୦ରୁ ଅଧିକ B-2  ବମ ରହିଛି । ଏହାକୁ ବିଶ୍ବର ସବୁଠାରୁ ଶକ୍ତିଶାଳୀ ବମ୍ କୁହାଯାଇଥାଏ । ହେଲେ ପୁଟିନଙ୍କ ଅସ୍ତ୍ର ଭଣ୍ଡାରରେ ଏମିତି ବମ ନାହିଁ । ଋଷ ପାଖରେ ପରମାଣୁ ବୋମା ଅଛି । ହେଲେ ପୁଟିନଙ୍କ ପାଇଁ ଏହାକୁ ପ୍ରୟୋଗ କରିବା ସହଜ ହେବନାହିଁ ।

ପଏଣ୍ଟ ନମ୍ବର ଟୁ

ଏବେ ଯୁଦ୍ଧ କରିବାର ତରିକା ବଦଳି ଗଲାଣି । ଆମେରିକା ଏବେ ଏୟାର ଷ୍ଟ୍ରାଇକ୍ ଉପରେ ଅଧିକ ଗୁରୁତ୍ବ ଦେଉଛି । ଗୋଟିଏ ବି ସୈନିକ ପଠାଇ ଇରାନକୁ ଆମେରିକା ବ୍ୟାକଫୁଟକୁ ନେଇ ଆସିଲା । ଗ୍ଲୋବାଲ ଫାୟାର ପାଓ୍ବର ଅନୁସାରେ ଋଷ ପାଖରେ ଆମେରିକା ତୁଳନାରେ ବହୁତ ଅଧିକ ସୈନିକ ଅଛନ୍ତି । ହେଲେ ଯୁଦ୍ଧ ବିମାନ ଓ ମିଜାଇଲ କ୍ଷେତ୍ରରେ ଋଷ ଆମେରିକାଠାରୁ ବହୁତ ପଛରେ ରହିଛି । ଆମେରିକା ପାଖରେ ୧୩ ହଜାର ଯୁଦ୍ଧ ବିମାନ ରହିଛି । ସେପଟେ ଋଷ ପାଖରେ ମାତ୍ର ୪୩୦୦ ଯୁଦ୍ଧ ବିମାନ ରହିଛି । ସେହିପରି ଆମେରିକା ପାଖରେ ୫୮୪୩ ହେଲିକପ୍ଟର ଥିବା ବେଳେ ଋଷ ପାଖରେ ୧୬୫୧ ରହିଛି । ସେତିକି ନୁହେଁ, ବିଶ୍ବର ବିଭିନ୍ନ ସ୍ଥାନରେ ଆମେରିକାର ୧୫ ହଜାର ପାଖାପାଖି ଏୟାର ବେସ ରହିଥିବା ବେଳେ ଋଷ ପାଖରେ ମାତ୍ର ୯୦୪ଟି ଏୟାର ବେସ ରହିଛି । ଯୁଦ୍ଧ ଲଢ଼ିବାକୁ ପାଖରେ ଅସ୍ତ୍ରଶସ୍ତ୍ର ସହ ଗୁଇନ୍ଦା ସୂଚନା ଓ ପ୍ରଚୁର ଅର୍ଥ ଦରକାର । ବର୍ତ୍ତମାନ ସ୍ଥିତିରେ ଏ କ୍ଷେତ୍ରରେ ବି ଋଷ ଆମେରିକାଠାରୁ ପଛରେ ରହିଛି । ଋଷ ଗତ ୩ ବର୍ଷ ହେବ ୟୁକ୍ରେନ ସହ ଯୁଦ୍ଧ ଲଢ଼ୁଛି । ଯେଉଁ କାରଣରୁ ତା’ଉପରେ ବହୁତ ପ୍ରତିବନ୍ଧକ ଲାଗିଛି ।

ପଏଣ୍ଟ ନମ୍ବର ଥ୍ରୀ

ଯୁଦ୍ଧରେ ସହଯୋଗ କରିବାକୁ ଆମେରିକା ପାଖରେ ଫ୍ରାନ୍ସ, ବ୍ରିଟେନ, ଜର୍ମାନ, ଇସ୍ରାଏଲ ଓ ଜାପାନ କରି ଦେଶ ରହିଛନ୍ତି । ଏସବୁ ଦେଶ ଡିଫେନ୍ସ ପାଓ୍ବରରେ ବହୁତ ଆଗରେ । ଋଷ ସହ ଉତ୍ତର କୋରିଆକୁ ଛାଡି କୌଣସି ବିଶ୍ବାସନୀୟ ସହଯୋଗୀ ନାହାନ୍ତି । ଚୀନ ଓ ଇରାନ ଋଷର ସମର୍ଥକ । ହେଲେ ଇସ୍ରାଏଲ ସହ ଯୁଦ୍ଧ ପରେ ଇରାନ ଏକପ୍ରକାର ଏକ ଘରିଆ ହୋଇଯାଇଛି । ଏମିତି ସ୍ଥିତିରେ ଋଷକୁ ତା’ର ସହଯୋଗୀଙ୍କ ସମର୍ଥନ ମିଳିବ କହିହେବ ନାହିଁ । ସେତିକି ନୁହେଁ, ଆମେରିକା ଋଷ ଉପରେ ଶକ୍ତ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଲେ ପୁଟିନ, ଏସିଆଇ ଓ ୟୁରୋପୀୟ ଦେଶଙ୍କୁ ତେଲ ବିକ୍ରି କରିପାରିବନାହିଁ । ସେହିପରି ଚୀନ, ଋଷକୁ ସେମିକଣ୍ଡକ୍ଟର ଦେଇ ପାରିବ ନାହିଁ । ସେମିକଣ୍ଡକ୍ଟର ବିନା ଋଷର ମିଜାଇଲ କାମ କରିବ ନାହିଁ । ଏମିତି ସ୍ଥିତିରେ ପୁଟିନଙ୍କ ପାଖରେ କୌଣସି ବିକଳ୍ପ ରହିବ ନାହିଁ ।

ବିହାରରେ ଭୋଟର ଲିଷ୍ଟ ସଂଶୋଧନ ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଆଧାର ଓ ରାସନ କାର୍ଡ ସାମିଲ କରିବାକୁ ଦେଲେ ପରାମର୍ଶ

ନନ୍ଦିଘୋଷ ବ୍ୟୁରୋ: ବିହାରରେ ଜାରି ରହିବ ଭୋଟର ଲିଷ୍ଟ ସଂଶୋଧନ । ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗନାଲ । ଗୁରୁବାର ହୋଇଥିବା ଶୁଣାଣିରେ କୋର୍ଟ ଭୋଟର ସଂଶୋଧନ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କରିଛନ୍ତି । କୋର୍ଟ କହିଛନ୍ତି, ଲୋକତାନ୍ତ୍ରିକ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରାଯାଉଛି । ନିର୍ବାଚନ କମିଶନ ସାମ୍ବିଧାନିକ କର୍ତ୍ତୃପକ୍ଷ । ଆମେ ତାଙ୍କୁ ଏହା କରିବାରୁ ଅଟକାଇବୁ ନାହିଁ । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧୀଙ୍କ ପାଇଁ ଏକ ଝଟକା ହୋଇଛି । ତେବେ ସୁପ୍ରିମକୋର୍ଟ ନିଷ୍ପତ୍ତି ଶୁଣାଇବା ବେଳେ ନିର୍ବାଚନ କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଛନ୍ତି । ପରିଚୟ ପାଇଁ ଆଧାର କାର୍ଟ, ରାସନ କାର୍ଡ ଓ ଭୋଟର ପ୍ରମାଣପତ୍ରକୁ ସାମିଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କୋର୍ଟ କହିଛନ୍ତି, ଭୋଟର ତାଲିକାରେ ଅଣ ଭାରତୀୟଙ୍କ ନାଁ ସେମିତି ନରହିବ ତାହା ସୁନିଶ୍ଚିତ କରିବା ପାଇଁ ଭୋଟର ତାଲିକାରେ ସଂଶୋଧନ କୌଣସି ଭୁଲ ନୁହେଁ । ହେଲେ ନିର୍ବାଚନର କିଛି ମାସ ପୂର୍ବରୁ ସଂଶୋଧନ ପାଇଁ ନିଷ୍ପତ୍ତି ନିଆଯିବାକୁ କ’ଣ କୁହାଯିବ ।

ବିଚାରପତି ସୁଧାଂଶୁ ଧୂଲିୟା ଏବଂ ଜୟମାଲା ବାଗଚୀଙ୍କ ଖଣ୍ଡପିଠ ଆବେଦନର ଶୁଣାଣି କରିଥିଲେ । ନିର୍ବାଚନ କମିଶନଙ୍କ ତରଫରୁ ଗରିଷ୍ଠ ଆଇନଜୀବୀ ରାକେଶ ଦ୍ବିବେଦି ହାଜର ହୋଇଥିଲେ । ତାଙ୍କ ବ୍ୟତୀତ ବରିଷ୍ଠ ଆଇନଜୀବୀ କେକେ ବେଣୁଗୋପାଳ ଏବଂ ମନିନ୍ଦର ସିଂ ମଧ୍ୟ ହାଜର ହୋଇଥିଲେ । ଅନ୍ୟପକ୍ଷେ ଜଣେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କରନାରାୟଣ କହିଥିଲେ, ଜନପ୍ରତିନିଧି ଆଇନ ଅନୁସାରେ ଭୋଟର ତାଲିକା ସଂଶୋଧନ ପାଇଁ ଅନୁମତି ଦିଆଯାଇ ପାରିବ । ଏସଆଇଆର ଅନୁସାରେ ପ୍ରାୟ ୭.୯ କୋଟି ନାଗରିକ ଆସିବେ ଏବଂ ଏଥିରେ ଆଧାର କାର୍ଡ ଓ ଭୋଟର ପ୍ରମାଣପତ୍ରକୁ ବି ବିଚାରକୁ ନିଆଯାଉନାହିଁ ।

ବିବାଦୀୟ ସାରଥିଙ୍କୁ ପୁଣି ଭକ୍ତଙ୍କ ପୂଜାର୍ଚ୍ଚନା: ଦୀପ ଧୂପ ଲଗାଇ ଝୁମିଲେ ଭକ୍ତ

ଭୁବନେଶ୍ବର: ବିବାଦୀୟ ସାରଥିଙ୍କୁ ପୁଣି ଭକ୍ତଙ୍କ ପୂଜାର୍ଚ୍ଚନା । ଦୀପ ଧୂପ ଲଗାଇ ଝୁମିଲେ ଭକ୍ତ । ଗୁରୁ ପୂର୍ଣ୍ଣିମାରେ ନାଚିବା ସହ ଝୁମିଲେ । ସାରଥିଙ୍କୁ ପୂଜା କଲେ ସାରଥି ଭକ୍ତ । ଏଭଲି କିଛି ଚିତ୍ର ଭୁବନେଶ୍ବରରେ ଦେଖିବାକୁ ମିଳିଛି  । ଭୁବନେଶ୍ବରରେ ସାରଥି ଭକ୍ତ ମାନେ ଏକାଠି ହୋଇ ବାବାଙ୍କ ଫଟୋ ରଖି ପାଳିଛନ୍ତି ଗୁରୁ ପୂର୍ଣ୍ଣିମା ।

ବିଲ୍ଡର ହତ୍ୟାକାଣ୍ଡ ଘଟଣା: ଅଭିଯୁକ୍ତ ଦେଖାଉଛି ଡେମୋ, କ୍ରାଇମ ସିନ ରିକ୍ରିଏସନ କରୁଛି ପୋଲିସ

ଭୁବନେଶ୍ବର: ଘଞ୍ଚ ଜଙ୍ଗଲରେ ଅଭିଯୁକ୍ତ ଦେଖାଉଛି ଡେମୋ।କ୍ରାଇମ ସିନ ରିକ୍ରିଏସନ କରୁଛି ପୋଲିସ । ବିଲ୍ଡର ସସ୍ମିତ ବିଶ୍ୱାଳ ହତ୍ୟାକାଣ୍ଡ କେସରେ ସିନ ରିକ୍ରିଏସନ କରୁଛି କମିଶନରେଟ ପୋଲିସ। ଏପ୍ରିଲ ୧୧ରେ ଘଟିଥିଲା ନାରକୀୟ ହତ୍ୟାକାଣ୍ଡ। ଏୟାରଫିଲଡ଼ ଥାନା ଅନ୍ତର୍ଗତ ପ୍ରଧାନସାହିର କାଜୁ ଜଙ୍ଗଲରେ ପିଟିପିଟି କରାଯାଇଥିଲା ହତ୍ୟା। ମର୍ଡର କେସରେ ଏଯାବତ ୬ ଜଣଙ୍କୁ ଗିରଫ କରାଯାଇଛି।

୩ ଦିନ ହେବ ଗଡୁନି ଗାଡି: ବରମୁଣ୍ଡା ବସଷ୍ଟାଣ୍ଡରେ ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ବର: ୩ ଦିନ ହେବ ଗଡୁନି ଗାଡି, ଡ୍ରାଇଭର୍ ସଂଘ ଆନ୍ଦୋଳନ ଫଳରେ ଅଚଳାବସ୍ଥା ସୃଷ୍ଟି ହୋଇଛି  । ବରମୁଣ୍ଡା ବସଷ୍ଟାଣ୍ଡରେ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି  । ରାଜ୍ୟର କୌଣସି ରୁଟକୁ ଗାଡି ଗଡୁ ନଥିବା ବେଳେ ଲୋକେ ଅସନ୍ତୋଷ ଜାହିର୍ କରିଛନ୍ତି। କିଏ କାଲି ଠାରୁ ବସଷ୍ଟାଣ୍ଡରେ ବସିଥିବା ବେଳେ କିଏ ଆଜି ସକାଳୁ ଆସି ବିଭିନ୍ନ ଅପେକ୍ଷା କରିଛନ୍ତି  ।

ସୁନୀଲ ଗାଭାସ୍କର କୋଟି କୋଟି ଟଙ୍କାର ମାଲିକ: ତାଙ୍କର ମୋଟ ସମ୍ପତ୍ତି କେତେ?

ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ୭୬ ବର୍ଷରେ ପାଦ ଦେଇଛନ୍ତି । ଗାଭାସ୍କର ନିଜ କ୍ୟାରିୟରରେ ଅନେକ ବିଶ୍ବ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଗାଭାସ୍କର ସର୍ବପ୍ରଥମେ ଟେଷ୍ଟରେ ୧୦ ହଜାର କ୍ଲବରେ ସାମିଲ ହୋଇଥିଲେ । ଟେଷ୍ଟ କ୍ରିକେଟରେ ତାଙ୍କ ନାମରେ ୩୪ଟି ଶତକ ରହିଛି । ମୈଦାନ ବାହାରେ ମଧ୍ୟ ସେ ଜଣେ ସଫଳ ବ୍ୟକ୍ତି ଭାବେ ନିଜକୁ ପ୍ରମାଣିତ କରିପାରିଛନ୍ତି । କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ତାଙ୍କ ନାମରେ ଅନେକ ସମ୍ପତ୍ତି ରହିଛି । ତାଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ରହିବା ସହ ବିସିସିଆଇ ତରଫରୁ ତାଙ୍କୁ ପେନସନ ମଧ୍ୟ ମିଳିଥାଏ ।

ଗାଭାସ୍କରଙ୍କର ନେଟଓ୍ବର୍ଥ ୨୫୦ କୋଟିରୁ ଅଧିକ ବୋଲି କୁହାଯାଉଛି । ରିପୋର୍ଟସ ମୁତାବକ,  ଗାଭାସ୍କର କ୍ରିକେଟ କମେଣ୍ଟ୍ରିରୁ ସବୁଠାରୁ ବେଶି ଇନକମ୍ କରିଥାନ୍ତି । ଆଇସିସି ଓ ଆଇପିଏଲ କମେଣ୍ଟ୍ରି ଦାୟିତ୍ବ ନିର୍ବାହ କରି ଗାଭାସ୍କର ୩୦-୩୬ କୋଟି ଟଙ୍କା ରୋଜଗାର କରିଥାନ୍ତି । ବିସିସିଆଇ ତରଫରୁ ମ୍ୟାଚ ଚୁକ୍ତି ଜରିଆରେ ସେ ୬ କୋଟି ପାଇଥାନ୍ତି । ବିସିସିଆଇର ପେନସନ ସ୍କିମ ଅଧିନରେ ୭୫ ବା ତା’ଠାରୁ ଅଧିକ ଟେଷ୍ଟ ମ୍ୟାଚ ଖେଳିଥିବା ଖେଳାଳିଙ୍କୁ ପ୍ରତି ମାସରେ ୭୫ ହଜାର ଟଙ୍କା ପେନସନ ମିଳିଥାଏ । ଗାଭାସ୍କରଙ୍କ ମୁମ୍ବାଇରେ ଏକ ସି-ଫେସିଂ ଆପାର୍ଟମେଣ୍ଟ ରହିଛି । ତା’ର ମୂଲ୍ୟ ପାଖାପାଖି ୨୦ କୋଟି ହେବ । ଦୁବାଇରେ ମଧ୍ୟ ତାଙ୍କ ନାମରେ ପ୍ରପର୍ଟି ରହିଛି ।ଗାଭାସ୍କରଙ୍କ କାର କଲେକ୍ସନରେ BMC ୫-ସିରିଜ ଓ ୭-ସିରିଜ ସାମିଲ ରହିଛି ।

ପୁଣି ଉଠିଲା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ପ୍ରସଙ୍ଗ

ପୁଣି ଉଠିଲା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ପ୍ରସଙ୍ଗ । ଭାରତ ନିଜର ବିବେକ ଓ ନୈତିକତା ଅନୁସାରେ ଏହି ପ୍ରସଙ୍ଗର ବିବେଚନା କରୁ ବୋଲି କହିଛି ବାଂଲାଦେଶ । ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କ ପ୍ରେସ ସଚବି ସଫିକୁଲ ଆଲାମ କହିଛନ୍ତି । ମାନବିକତା ବିରୋଧୀ ସମ୍ପର୍କିତ କେତେକ ମାମଲା ହସିନାଙ୍କ ବିରୋଧରେ ରହିଥିବାରୁ ତାଙ୍କୁ ପ୍ରତ୍ୟର୍ପଣ କରାଯାଉ ବୋଲି ଦୀର୍ଘ ଦିନ ଧରି ଦାବି କରିଆସୁଛି ବାଂଲାଦେଶ । ଜାତିସଂଘର କେତେକ ତଥ୍ୟକୁ ଆଧାର କରି ପୁଣି ଥରେ ଏହି ଦାବି ଦୋହରାଇଛି ବାଂଲାଦେଶ ।

ହସିନାଙ୍କ ପ୍ରତ୍ୟର୍ପଣ ଲାଗି ଭାରତ ନିକଟରେ ବାଂଲାଦେଶ ଆଇନଗତ ଭାବେ ଦାବି କରିଆସୁଛି । ସାଧାରଣ ନାଗରିକଙ୍କୁ ହତ୍ୟା କରାଯିବା କ୍ଷେତ୍ରରେ କୌଣସି ଆଞ୍ଚଳିକ ମେଣ୍ଟ, ରାଜନୈତିକ ଶକ୍ତି ଆଦି କାହାରିକୁ କ୍ଷମା ଦେଇପାରିବେ ନାହିଁ ବୋଲି କୁହାଯାଇଛି । ବାଂଲାଦେଶ ଓ ବ୍ରିଟେନ ସହ ଭାରତର ରହିଥିବା ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ଲାଗି ଏହି ପ୍ରତ୍ୟର୍ପଣ କରାଯାଉ ବୋଲି କହିଛି ବାଂଲାଦେଶ । ବାଂଲାଦେଶରେ ରାଜନୈତିକ ଅସ୍ଥିରତା ପରେ ଭାରତ ଚାଲିଆସି ଗତବର୍ଷ ଅଗଷ୍ଟରୁ ଆଶ୍ରୟ ନେଇଛନ୍ତି ହସିନା

ଆମ୍ବୁଲାନ୍ସ ନଆସିବାରୁ ୪ କିମି ଖଟିଆରେ ବୁହା ହେଲେ ଗର୍ଭବତୀ

ଭବାନୀପାଟଣା: କଳାହାଣ୍ଡିରେ ଆମ୍ବୁଲାନ୍ସ ନଆସିବାରୁ ୪ କିମି ଖଟିଆରେ ବୁହା ହେଲେ ଗର୍ଭବତୀ । ଭବାନୀପାଟଣା ଯୁଗସାଇପାଟଣା ପଞ୍ଚାୟତ କଡରୁସୋରୁ ଗାଁକୁ ଭଲ ରାସ୍ତା ନାହିଁ। ଫଳରେ ଜଣେ ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ୪ କିମି ବୋହି ନେଇଥିବା ଦେଖିବାକୁ ମିଳିଛି । କଡ଼ରୁସୋରୁ ଗାଁର ସାନଲାକ୍ସା ମାଝୀଙ୍କ ସ୍ତ୍ରୀ ଆନ୍ଦ୍ରାଣୀ ମାଝୀଙ୍କୁ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଡାକ୍ତରଖାନା ନେବାକୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ହେଲେ ରାସ୍ତାଟି ଅତି ଶୋଚନୀୟ ହୋଇ ପଡିଥିବାରୁ ଗାଁ ଭିତରକୁ ଆମ୍ବୁଲାନ୍ସ ପଶିପାରିନଥିଲା । ଗ୍ରାମବାସୀମାନେ ଗର୍ଭବତୀଙ୍କୁ ପ୍ରାୟ ୪ କିମି ଖଟିଆରେ ବୋହି କମଳେଇ ଗାଁରେ ଅଟକିଥିବା ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ । ସେଠାରୁ ଆମ୍ବୁଲାନ୍ସରେ ଲାଞ୍ଜିଗଡ଼ ଡାକ୍ତରଖାନାକୁ ଆଣି ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

ରାଜଧାନୀରେ ବିଜୁ ମହିଳା ଜନତା ଦଳର ଗର୍ଜନ: ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଗିରଫ ଦାବି

ଭୁବନେଶ୍ବର: ବିଜେଡିର ସ୍ବାଭିମାନ ରାଲି । ମହିଳା ବିଜେଡିର ପ୍ରତିବାଦ । ରାଜଧାନୀରେ ବିଜୁ ମହିଳା ଜନତା ଦଳର ଗର୍ଜନ । ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ବିରୋଧରେ ନାରାବାଜି । ରାଜ୍ୟରେ ମହିଳାଙ୍କ ବିରୋଧରେ ବଢୁଥିବା ନିର୍ଯାତନାର ପ୍ରତିବାଦ । ଗତ ୧ ବର୍ଷରେ ବଢିଛି ମହିଳା ନିର୍ଯାତନା । ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଗିରଫ ଦାବି । ଲେଖାଶ୍ରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟକୁ ବିରୋଧ ।