spot_img
Home Blog Page 581

ପାଠପଢିବା ବୟସରେ କିଡନୀ ରୋଗରେ ଆକ୍ରାନ୍ତ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଢେଙ୍କାନାଳ : ବୟସ ମାତ୍ର ଏଗାର । କଅଁଳ ବୟସରୁ ଜୀବନ ସହ କରୁଛନ୍ତି ସଂଘର୍ଷ । ଏ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବିଧାରପୁର ପଞ୍ଚାୟତ ଦିଲ୍ଲୀ ଗାଁର ଜୀବନ ନାଏକ । ଆଜିକୁ ଠିକ ୬ ବର୍ଷ ତଳେ ଅର୍ଥାତ ଜୀବନଙ୍କୁ ଯେତେବେଳେ ପାଞ୍ଚବର୍ଷ ହୋଇଥିଲା ସେବେଠାରୁ ସେ କିଡୀନି ରୋଗରେ ଆକ୍ରାନ୍ତ ହୋଇ ଜୀବନ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ବାପା ରଞ୍ଜନ ନାଏକ ଓ ମାଆ ଗୀତାଞ୍ଜଳି ପୁଅର ଚିକିତ୍ସା କରିବାକୁ ଯାଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିସାରିଲେଣି । ଏପରିକି ଜୀବନର ବାପା ଲୋକଙ୍କ ଠାରୁ ଧାର କରଜ କରିବା ସହ ଜମି ଡିହବି ବିକି ସାରିଲେଣି । ହେଲେ ଜୀବନ ସୁସ୍ଥ ହେବା ବଦଳରେ ଦିନକୁ ଦିନ ତାଙ୍କ ସ୍ଵାସ୍ଥ୍ଯବସ୍ଥା ବିଗିଡିବାରେ ଲାଗିଛି ।

ଡାକ୍ତରଙ୍କ କହିବା ମୁତାବକ ଜୀବନର କିଡନୀ ପ୍ରତିରୋପଣ ପାଇଁ ଆବଶ୍ଯକ ଲକ୍ଷାଧିକ ଟଙ୍କା । ହେଲେ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବାକୁ ଜୀବନର ଚିକିତ୍ସା ହୋଇପାରୁନି । ଆର୍ଥିକ ସହାୟତା ପାଇଁ ଏ ଅଫିସର ସେ ଅଫିସକୁ ଧାଇଁ ନୟାନ୍ତ ହେଲେଣି ପୂରା ପରିବାର । ଏପରି ସ୍ଥିତିରେ ଜୀବନଙ୍କ ଚିକିତ୍ସା ନିମନ୍ତେ ସରକାର ଆର୍ଥିକ ସହାୟତା ଯୋଗାଇଦେବାକୁ ଆକୁଳ ନିବେଦନ କରିଛନ୍ତି ପରିବାର ସମେତ ଗ୍ରାମବାସୀ । ଜୀବନଙ୍କ ଚିକିତ୍ସା ପାଇଁ ସରକାର ଶୀଘ୍ର ସହାୟତା ଯୋଗାଇଦେବା ଜରୁରୀ ହୋଇପଡିଛି ।

ଶେଖ୍ ହସିନା ଉପରେ ଅପରାଧୀକ ମାମଲା ଲାଗୁ, ହେଇପାରେ ମୃତ୍ୟୁ ଦଣ୍ଡ…

ନନ୍ଦିଘୋଷ ବ୍ୟୁରୋ :  ବାଲାଂଦେଶ ରାଜନୀତିକୁ ନେଇ ଏକ ବଡ଼ ଖବର ସାମ୍ନକୁ ଆସିଛି । ଦେଶର କ୍ଷମତାକୁ ବେଦଖଲ କରିବା ଅଭିଯୋଗରେ ପର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ହୋଇଛି ।  ତିନି ଜଣ ସଦସ୍ୟଙ୍କୁ ନେଇ ଗଠିତ ଟ୍ୟୁବିନାଲ ତାଙ୍କ ବିରୁଦ୍ଧରେ ୫ ଅପରାଧୀକ ଧାରା ଲଗୁ କରି ମାମଲା ରୁଜୁ କରିବାକୁ ଅନୁମୋଦନ କରିଛି । ଏହା ଏମିତି ଏକ କେସ ଯେଉଁଥିରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକଙ୍କୁ ମୃତ୍ୟୁଦର୍ଡ ହୋଇଥାଏ । ଟ୍ରିବ୍ୟୁନାଲ୍ ଅଗଷ୍ଟ ୩ ତାରିଖକୁ ସରକାରୀ ପକ୍ଷର ଯୁକ୍ତି ଶୁଣିବା ପାଇଁ ତାରିଖ ସ୍ଥିର କରିଛନ୍ତି। ଯଦି ସବୁକିଛି ଏହିପରି ଚାଲେ, ତେବେ ଏହି ମାମଲା ବାଂଲାଦେଶ ଇତିହାସରେ ସବୁଠାରୁ ବଡ଼ ରାଜନୈତିକ ମୋଡ଼ ହୋଇପାରେ।

ଏହି ମାମଲା ଗତବର୍ଷର ବଡ଼ ଜନ ଆନ୍ଦୋଳନ ସହିତ ଜଡିତ, ଯେଉଁଥିରେ ଶହ ଶହ ଛାତ୍ର ପ୍ରାଣ ହରାଇଥିଲେ। ଏହି ଆନ୍ଦୋଳନକୁ ଦମନ କରିବା ପାଇଁ ସରକାରୀ ଯନ୍ତ୍ରପାତିକୁ ନିର୍ମମ ଭାବରେ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ହିଂସାରେ ମହିଳା ଏବଂ ପିଲାମାନଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା, ଆହତମାନଙ୍କୁ ଚିକିତ୍ସା ମଧ୍ୟ ଦିଆଯାଇ ନଥିଲା ଏବଂ କିଛି ମୃତଦେହ ପୋଡ଼ି ଦିଆଯାଇଥିଲା।

ସରକାରୀ ଓକିଲ କହିଛନ୍ତି ଯେ ଏହି ସମ୍ପୂର୍ଣ୍ଣ କାର୍ଯ୍ୟ ହସିନା ନିଜେ ଯୋଜନା କରିଥିଲେ। ସେ ଦଳ, ପୋଲିସ ଏବଂ ଅନ୍ୟାନ୍ୟ ସରକାରୀ ପ୍ରତିଷ୍ଠାନକୁ ପ୍ରତିବାଦକାରୀଙ୍କ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଟ୍ରିବ୍ୟୁନାଲ୍ କହିଛନ୍ତି ଯେ ତାଙ୍କ ବିରୁଦ୍ଧରେ ପ୍ରମାଣରେ ଅଡିଓ ରେକର୍ଡିଂ ଏବଂ ଡକ୍ୟୁମେଣ୍ଟ ଅନ୍ତର୍ଭୁକ୍ତ।

ଶେଖ ହସିନାଙ୍କ ସହିତ ତାଙ୍କ ଗୃହମନ୍ତ୍ରୀ ଅସଦୁଜ୍ଜମାନ ଖାନଙ୍କ ବିରୁଦ୍ଧରେ ମଧ୍ୟ ଅଭିଯୋଗ ଆସିଛି। ଉଭୟ ବର୍ତ୍ତମାନ ଭାରତରେ ଅଛନ୍ତି ଏବଂ ସେମାନଙ୍କ ଅନୁପସ୍ଥିତିରେ ବିଚାରର ସମ୍ମୁଖୀନ ହେଉଛନ୍ତି। ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କୋର୍ଟରେ ହାଜର ହେବା ପାଇଁ ଖବରକାଗଜରେ ନୋଟିସ ମଧ୍ୟ ପ୍ରକାଶିତ ହୋଇଥିଲା, କିନ୍ତୁ କେହି ପ୍ରତିକ୍ରିୟା ଦେଇ ନଥିଲେ। ହସିନା ଅଗଷ୍ଟ ୫ ତାରିଖରୁ ଭାରତରେ ଆଶ୍ରୟ ନେଉଛନ୍ତି। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମଧ୍ୟ ଭାରତଠାରୁ ତାଙ୍କର ପ୍ରତ୍ୟର୍ପଣ ପାଇଁ ଅନୁରୋଧ କରିଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ।

ଏହି ମାମଲାରେ, ପୂର୍ବତନ ବାଂଲାଦେଶ ପୋଲିସ ମୁଖ୍ୟ ଚୌଧୁରୀ ଅବଦୁଲ୍ଲା ଅଲ-ମାମୁନଙ୍କୁ ଗିରଫ କରାଯାଇଛି। ସେ କୋର୍ଟରେ ଦୋଷ ସ୍ୱୀକାର କରିଛନ୍ତି ଏବଂ ସରକାରଙ୍କ ସପକ୍ଷରେ ସାକ୍ଷ୍ୟ ଦେବାକୁ ପ୍ରସ୍ତାବ ଦେଇଛନ୍ତି। ଏହା ବିଶ୍ୱାସ କରାଯାଏ ଯେ ତାଙ୍କ ପାଇଁ କମ୍ ଦଣ୍ଡ ବିନିମୟରେ ଏହି ଚୁକ୍ତି ହୋଇଥିଲା। ହସିନାଙ୍କ ଦଳ ଆୱାମୀ ଲିଗ୍ ସର୍ବଦା ଏହି ମାମଲାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଆସିଛି। ସେମାନେ କହିଛନ୍ତି ଯେ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ସରକାର ତାଙ୍କ ବିରୋଧୀମାନଙ୍କୁ ଦମନ କରିବା ପାଇଁ ନ୍ୟାୟପାଳିକାକୁ ବ୍ୟବହାର କରୁଛନ୍ତି।

୮୨ ପ୍ରତିଶତ ହିନ୍ଦୁ ଥିବା ଦେଶରେ ଲାଗୁହେଲା ୩ ସନ୍ତାନ ଜନ୍ମ କରିବା ନୀତି

ନନ୍ଦିଘୋଷ ବ୍ୟୁରୋ :  ୮୨ ପ୍ରତିଶନ ହିନ୍ଦୁ ଥିବା ଦେଶ ନେପାଳରେ ରାଷ୍ଟ୍ରୀୟ ଜନସଂଖ୍ୟା ନୀତିକୁ ସର୍ବଜନିନ କରାଯାଇଛି । ଏଥିରେ ୩ଟି ସନ୍ତାନ ଜନ୍ମ କରିବାର ନୀତି ଲାଗୁ କରାଯାଇଛି । ଏହି ନୀତିକୁ ଘୋଷଣା କରିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି । ସରକାରଙ୍କ ଅନୁସାରେ ନେପାଳର ଜନସଂଖ୍ୟା ୨.୯୭ କୋଟି ରହିଛି । ନେପାଳ ଭାରତ ଓ ଚୀନ ସୀମାନ୍ତରେ ଥିବା ଏକ ହିନ୍ଦୁ ବହୁଳ ଦେଶ ।

ଜନସଂଖ୍ୟାକୁ ନେଇ ପ୍ରଧାନମନ୍ତ୍ରୀ ଓଲି କ’ଣ କହିଛନ୍ତି ?

ଜନସଂଖ୍ୟା ଦିବସ ଅବସରରେ ଏକ ସଭାକୁ ସମ୍ବୋଧନ କରି ଓଲି କହିଛନ୍ତି, ଛୁଆ ଜନ୍ମ କରିବାକୁ ଆମେ ଆହ୍ବାନ ଦେଇଥିଲୁ । ଯାହାକୁ ଲୋକ ଭୁଲ ବୁଝିଥିଲେ । କିନ୍ତୁ ବର୍ତ୍ତମାନ ଲୋକ ବିବାହ କରିବାକୁ କି ସନ୍ତାନ ଜନ୍ମ କରିବାକୁ ଚାହୁଁନାହାନ୍ତି । ଯାହାଫଳରେ ଦେଶର ବିକାଶ ଅଟକି ଯିବ ।

ଏବେ ୨୦ ବର୍ଷକୁ ବିବାହ ସ୍ଥିର କରାଯାଇଛି । ଯୁବକମାନଙ୍କୁ ୨୦ରୁ ୩୦ ବର୍ଷ ଭିତରେ ବିବାହ କରିବାକୁ ସେ ଆହ୍ବାନ ଦେଇଛନ୍ତି । ବିବାହ କରିବାର ବୟସ ସର୍ବାଧିକ ୩୦ ରଖନ୍ତୁ । ଯଦି ଏହା ଠାରୁ ଅଧିକ ବୟସରେ ବିବାହ କରିବେ ତାହା ହେଲେ ଭୁଲ ହେବ ।

ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସରକାର ୩ଟି ସନ୍ତାନ ଜନ୍ମ କରିବା ପାଇଁ ନୀତି ଲାଗୁ କରିଥିବା କଥା ପ୍ରଧାନମନ୍ତ୍ରୀ ଓଲି କହିଥିବା ଜଣାପଡିଛି । ଯୁବକମାନେ ଯେକୌଣସି ଦେଶକୁ ଆଗକୁ ନେଇପାରିବେ । ଏହା ଉପରେ ଏକ କଠୋର ନିୟମ ଆଣିବା କଥା ମଧ୍ୟ ସେ କହିଛନ୍ତି ।

ମାନବ ସଭ୍ୟତା ପାଇଁ ଜନ୍ମ ଅଧିକ ଗୁରୁତ୍ବପୂର୍ଣ୍ଣ । ସଭ୍ୟତାକୁ ବଞ୍ଚାଇବାକୁ ହେଲେ ଏହା ପ୍ରତି ଗୁରୁତ୍ବ ଦେବା ଦରକାର ବୋଲି ଓଲି କହିଛନ୍ତି ।

ଜନ୍ମହାରକୁ ନେଇ ନେପାଳ ସରକାର ଏତେ ଚିନ୍ତିତ କାହିଁକି ?

ନେପାଳର ଜନସଂଖ୍ୟା ପାଖାପାଖି ୩ କୋଟି ହେବ  ।   କିନ୍ତୁ ସେଠାକାର ସରକାର ଜନ୍ମହାରକୁ ନେଇ ଚିନ୍ତିତ ଅଛନ୍ତି । ନେପାଳରେ ଜନ୍ମହାର ସଂଖ୍ୟା କମିବାରେ ଲାଗିଛି । ୨୦୨୨ରେ ନେପାଳର ଜନ୍ମହାର ସଂଖ୍ୟା ୧୯.୬୪ ଥିଲା ଆଉ ଏହା ୨୦୨୫ ବେଳକୁ ୧୭ରେ ପହଞ୍ଚିଛି ।

ଭୁବନେଶ୍ବରକୁ ରାଜଧାନୀ କରିଥିଲେ ନେହରୁ : ମଲ୍ଲିକାର୍ଜୁନ ଖଡଗେ

ଭୁବନେଶ୍ବର : ରାହୁଲଙ୍କ ପରେ ପରେ ସମ୍ବିଧାନ ବଞ୍ଚାଅ ସମାବେଶରେ ଡବଲ ଇଞ୍ଜିନ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ । ଡବଲ ଇଞ୍ଜିନ ସରକାର କେବଳ ମିଥ୍ୟା ପ୍ରଚାରରେ ମାତିଛି । ଲୋକଙ୍କୁ ଭୂଆଁ ବୁଲାଉଛି । ଏବେ ରାଜ୍ୟ ସରକାର କେନ୍ଦ୍ର ପ୍ରରୋଚନାରେ ବିମାନବନ୍ଦର, ଖଣି ଆଦି ବିକ୍ରି କରାଯାଉଛି । ଶିଳ୍ପ ନାମରେ ଜଙ୍ଗଲ କଟାଚାଲିଛି । ସମ୍ବିଧାନକୁ ଧ୍ବଂସ କରିବାକୁ ଚାଲିଛି ଷଡ଼ଯନ୍ତ୍ର । ସମ୍ବିଧାନ ବଦଳିଲେ ଦେଶରେ ମୌଳିକ ଅଧିକାର କ୍ଷୁଣ୍ଣ ହେବ । ନେହରୁ, ମହାତ୍ମା ଗାନ୍ଧୀ ଯେଉଁ ଅଧିକାର ଦେଇଥିଲେ ତାହା ହଟିଯିବ । ମହାରାଷ୍ଟ୍ରରେ ଭୋଟ ଜାଲିଆତି ହୋଇଛି । ବିହାରରେ ୨ କୋଟି ଭୋଟରଙ୍କୁ ବାଦ୍ ଦେବା ଲାଗି ଷଡ଼ଯନ୍ତ୍ର ରଚାଯାଉଛି । ସମ୍ବିଧାନକୁ ବଞ୍ଚାଇବାକୁ ହେଲେ ସମସ୍ତଙ୍କୁ ଏକ ହେବାକୁ ପଡ଼ିବ ବୋଲି ଅପିଲ କରିଛନ୍ତି ଖଡଗେ । କଂଗ୍ରେସ ସରକାରରେ ଥିବାବେଳେ ଓଡ଼ିଶାରେ ନାଲକୋ, ଏନଟିପିସି ପ୍ରତିଷ୍ଠା ହୋଇଥିଲା । ଗୋଳବାରୁଦ କାରଖାନା ପ୍ରତିଷ୍ଠା ହୋଇଥିଲା । ଭୁବନେଶ୍ବରକୁ ରାଜଧାନୀ କରିଥିଲେ ନେହରୁ । ଓଡ଼ିଶାର ଲୋକଙ୍କ ସହ ସାଥୀ ହୋଇଚାଲିଛି କଂଗ୍ରେସ । କଂଗ୍ରେସ ଯୋଗୁଁ ଓଡ଼ିଶାରୁ ରାଷ୍ଟ୍ରାୟତ୍ତ ଉଦ୍ଯୋଗ ପ୍ରତିଷ୍ଠା ହୋଇଛି । ଲୋକଙ୍କ ଉନ୍ନତି ଲାଗି କଂଗ୍ରେସ ବହୁତ କିଛି କରିଛି । ୫୫ ବର୍ଷ କାଳ ଦେଶରେ କଂଗ୍ରେସ ସରକାର ଥିଲା । ୧୬୦ଟି ରାଷ୍ଟ୍ରାୟତ୍ତ ଉଦ୍ଯୋଗ ପ୍ରତିଷ୍ଠା ହୋଇଥିଲା । ୨୦୦୬ରେ ଜଙ୍ଗଲ ଆଇନ ଆଣିଥିଲେ ସୋନିଆ ଗାନ୍ଧୀ । ଗରିବଙ୍କୁ ରକ୍ଷା ଲାଗି ଜଙ୍ଗଲ ଆଇନ ଅଣାଯାଇଥିଲା । ଜଙ୍ଗଲ ଅଧିକାର ଲାଗି ଏଣିକି ଲଢେଇ କରିବାକୁ ହେବ ବୋଲି ଖଡଗେ ଆହ୍ବାନ ଦେଇଛନ୍ତି । ଦେଶକୁ ଏକ କରିବା ଲାଗି ଭାରତ ଯୋଡ଼ ଯାତ୍ରା ହୋଇଥିଲା । ଭାରତ ଯୋଡ଼ ଯାତ୍ରାକୁ ବହୁତ ସମର୍ଥନ ମିଳିଥିଲା । ଇଡି, ସିବିଆଇ, ଆଇଟିର ଅପବ୍ୟବହାର କରୁଛନ୍ତି କେନ୍ଦ୍ର ସରକାର । ଏସବୁ ବିରୋଧରେ ଆନ୍ଦୋଳନ କରିବାକୁ ପଡିବ । ବଞ୍ଚିବାକୁ ହେଲେ ଡରିବାକୁ ହେବ ନାହିଁ ବୋଲି ଗର୍ଜନ କରି କହିଛନ୍ତି ମଲ୍ଲିକାର୍ଜୁନ ଖଡଗେ।

ସାଧାରଣ ଜନତାଙ୍କୁ ଉଦବୋଧନ ଦେଇ ରାଜ୍ୟର ବିଜେପି ସରକାର ଉପରେ ବର୍ଷିଲେ ରାହୁଲ୍

ନନ୍ଦିଘୋଷ ବ୍ୟୁରୋ :  ଭୁବନେଶ୍ଵରରେ ରାହୁଲଙ୍କ ସମ୍ବିଧାନ ବଞ୍ଚାଅ ସମାବେଶ। ସାଧାରଣ ଜନତାଙ୍କୁ ଉଦବୋଧନ ଦେଇ ରାଜ୍ୟର ବିଜେପି ସରକାର ଉପରେ ବର୍ଷିଛନ୍ତି ରାହୁଲ। କହିଛନ୍ତି ଓଡ଼ିଶା ସରକାରଙ୍କ କାମ କେବଳ ଓଡ଼ିଶାର ଧନ ଚୋରି କରିବା। ଓଡ଼ିଶାର ଗରିବ, ଜନତା, ପଛୁଆ ବର୍ଗ ଗୋଟିଏ ପଟେ ଆଉ ଅନ୍ୟପଟେ ମୁଷ୍ଟିମେୟ ଧନୀ ଓ ରାଜ୍ୟ ସରକାର। ବିଜେପି ସାରା ଦେଶରେ ସମ୍ବିଧାନ ଉପରେ ଆକ୍ରମଣ କରୁଛି। ବିହାରରେ ନିର୍ବାଚନ ଚୋରି କରୁଛି ବିଜେପି। ମହାରାଷ୍ଟ୍ରରେ ଲୋକସଭା ଓ ବିଧାନସଭାରେ ଜାଲିଆତି ହୋଇଛି । ମହାରାଷ୍ଟ୍ରରେ ଏତେ ଭୋଟର କୁଆଡୁ ଆସିଲେ। ଭୋଟର ତାଲିକା, ଭିଡିଓଗ୍ରାଫି ମାଗିଲେ ଦେଉନାହାନ୍ତି EC । ମହାରାଷ୍ଟ୍ର ପରି ବିହାରରେ ବି ଘଟିବାକୁ ଯାଉଛି ।
ଆଦିବାସୀଙ୍କୁ ପଟ୍ଟା ଦିଆଯାଉନାହିଁ । ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମି ଲୁଟିବାକୁ ଯୋଜନା । ବିକାଶ ଧନୀମାନଙ୍କର ନୁହେଁ, ବିକାଶ ଓଡ଼ିଶାବାସୀଙ୍କ ହେବା ଦରକାର। ରାଜ୍ୟ ସରକାର ୨୪ ଘଣ୍ଟା ଜମି, ଜଙ୍ଗଲ ଲୁଟ କରୁଛନ୍ତି । ପ୍ରଧାନମନ୍ତ୍ରୀ ବୀମା ଯୋଜନା ନାଁରେ ଲୋକଙ୍କୁ ପ୍ରତାରଣା। ଓଡ଼ିଶାର ଚାଷୀ ବୀମା ଯୋଜନା ପାନାହାନ୍ତି। ସମ୍ବିଧାନ ଉପରେ ଆକ୍ରମଣ ଚାଲିଛି ।
ସମ୍ବିଧାନ ଗରିବ ଶ୍ରମିକ, କୃଷକଙ୍କୁ ରକ୍ଷା କରୁଛି। ଏହି ଦେଶ ଧନୀଙ୍କ ନୁହେଁ, ଏହା ଦେଶବାସୀଙ୍କର ବୋଲି କହିଛନ୍ତି । ରାଜ୍ୟରେ ୪୦ ହଜାର ମହିଳା ଗାଏବ ହୋଇଯାଇଛନ୍ତି। ପ୍ରତିଦିନ ଓଡ଼ିଶାରେ ୧୫ ମହିଳାଙ୍କୁ ଦୁଷ୍କର୍ମ କରାଯାଉଛି । ରାଜ୍ୟରେ ମହିଳା ନିର୍ଯାତନା ବଢ଼ିଛି । ଓଡ଼ିଶାରେ ଲୋକଙ୍କ ସରକାର ଚାଲୁନାହିଁ ।
ରାଜ୍ୟ ସରକାର ଲୋକଙ୍କ ଭବିଷ୍ୟତ ଚୋରି କରୁଛନ୍ତି । ରାଜ୍ୟର ଯୁବକଯୁବତୀଙ୍କ ଲାଗି ନିଯୁକ୍ତି ନାହିଁ । ପ୍ରାକୃତିକ ସମ୍ପଦର ହେଉଛି ଲୁଟ୍ । ରାଜ୍ୟର ଛୋଟ ବ୍ୟବସାୟୀଙ୍କୁ ଖତମ କରିଦିଆଯାଉଛି। ଓଡ଼ିଶାର ପଛୁଆବର୍ଗ, ଦଳିତ ହୋଇଛନ୍ତି ତଳିତଳାନ୍ତ। ରାଜ୍ୟରେ କେତେ ଆଦିବାସୀ ଅଛନ୍ତି ତାହାର ସୂଚନା ନାହିଁ। ସର୍ବପ୍ରଥମ କର୍ତ୍ତବ୍ୟ ଜାତି ଜନଗଣନା। ଜାତି ଜନଗଣନା ଯୋଗୁ ପଛୁଆବର୍ଗ, ଦଳିତ ସଶକ୍ତ ହେବେ  ।

ପାକିସ୍ତାନରେ ୯ଜଣଙ୍କୁ ପରିଚୟ ପଚାରି ହତ୍ୟା କଲେ ଆତଙ୍କବାଦୀ

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନର ଏକ ବସ୍ ଉପରେ ବଡ଼ ଆକ୍ରମଣ । ସୂଚନା ଅନୁସାରେ, ଆକ୍ରମଣକାରୀମାନେ ୯ ଜଣଙ୍କୁ ସେମାନଙ୍କର ପରିଚୟ ପଚାରି ହତ୍ୟା କରିଛନ୍ତି । ଆକ୍ରମଣର ଶୀକାର ହୋଇଥିବା ସବୁ ମୃତକ ପଞ୍ଜାବର ଥିବା ଜଣାପଡିଛି । ସେମାନେ କ୍ବେଟାରୁ ଲାହୋର ଅଭିମୁଖେ ଯାଉଥିବା ବେଳେ ଆକ୍ରମଣକାରୀମାନେ ବଲୁଚିସ୍ତାନର ଝୋବ୍ ଅଞ୍ଚଳରେ ବସଟିକୁ ଅଟକାଇ ଆକ୍ରମଣ କରିଥିଲେ ।

ବଲୁଚିସ୍ତାନ ଅଞ୍ଚଳଟି ଭାରି ଅଶାନ୍ତ ଥିବାବେଳେ ଏହି ଅଞ୍ଚଳରେ ଏଭଳି ଘଟଣା ଘଟିବା କିଛି ନୂଆ ନୁହେଁ । ଏକ ଗଣମାଧ୍ୟମର ଖବର ଅନୁଯାୟୀ, ଆସିଷ୍ଟାଣ୍ଟ କମିଶନର ନାବେଦ ଆଲମ୍ କହିଛନ୍ତି ଯେ, ଆକ୍ରମଣକାରୀ ମାନେ ସେହି ରାସ୍ତାରେ ଯାଉଥିବା ଏକ ବସଟିକୁ ଅଟକାଇଥିଲେ । ବସଟି ଅଟକିବାପରେ ଯାତ୍ରୀମାନଙ୍କୁ ଜଣ ଜଣ କରି ସେମାନଙ୍କର ପରିଚୟ ପଚାରିଥିଲେ । ଏହାପରେ ୯ ଜଣଙ୍କୁ ଗୁଳି କରି ହତ୍ୟା କରିଦେଲେ । ଆହୁରି ମଧ୍ୟ ସେ କହିଛନ୍ତି ଯେ, ଯାତ୍ରୀମାନେ ପଞ୍ଜାବର ଅଲଗା ଅଲଗା ଅଞ୍ଚଳର ଥିଲେ । ମୃତକଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

ତେବେ ଏପର୍ଯ୍ୟନ୍ତ କୌଣସି ବି ସଂଗଠନ ବସ୍ ଆକ୍ରମଣ ଘଟଣା ପାଇଁ ଦାୟୀ ଥିବା କହିନାହାଁନ୍ତି । ସରକାରଙ୍କ ମୁଖପାତ୍ର ଶାହିଦ ରିଣ୍ଡ କହିଛନ୍ତି ଯେ, ଏହା କୌଣସି ଆତଙ୍କବାଦୀ ହିଁ କରିଛନ୍ତି । ଆତଙ୍କବାଦୀମାନେ ଯାତ୍ରୀଙ୍କୁ ବସରୁ ଓହ୍ଲାଇ ଜଣ ଜଣ କରି ପରିଚୟ ପଚାରି ପଚାରି ୯ଜଣ ନିର୍ଦ୍ଦୋଷ ଯାତ୍ରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ।

ଅନ୍ୟପଟେ ଚଳିତବର୍ଷ ମାର୍ଚ୍ଚ ମାସରେ ବଲୁଚ ଲିବରେସନ୍ ଆର୍ମି କ୍ବେଟାରୁ ପେଶବାର ଯାଉଥିବା ଏକ୍ସପ୍ରେସ ଟ୍ରେନଟିକୁ ହାଇଜାକ୍ କରିଦେଇଥିଲେ । ଟ୍ରେନରେ ୪୦୦ରୁ ଉର୍ଦ୍ଧ୍ବ ଯାତ୍ରୀ ଥିଲେ । ବଲୁଚ୍ ଲିବରେସନ୍ ଆର୍ମିର ଦାବି ଅନୁସାରେ , ୪୦୦ ଯାତ୍ରୀମାନଙ୍କ ମଧ୍ୟରେ ଥିବା କିଛି ପାକିସ୍ତାନୀ ସୈନ୍ୟଙ୍କୁ ବି ସେମାନେ ବନ୍ଦୀ ବନାଇଦେଇଥିଲେ  ।

 

ଅନୁକମ୍ପା ମୂଳକ ସହାୟତା କ୍ଷେତ୍ରରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନନ୍ଦିଘୋଷ ବ୍ୟୁରୋ : ଅନୁକମ୍ପା ମୂଳକ ସହାୟତା କ୍ଷେତ୍ରରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଏକ ଆବେଦନର ଶୁଣାଣି କରି ହାଇକୋର୍ଟ କହିଛନ୍ତି- ପତ୍ନୀ ଅସୁସ୍ଥ ଥିଲେ ପୁତ୍ର ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଆବେଦନ କରି ପାରିବେ । ସେ ନାବାଳକ ଥିଲେ ସାବାଳକ ହେଲା ପରେ ତାଙ୍କ ଆବେଦନକୁ ଗ୍ରହଣ କରି ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ କରାଯିବ । ବଲାଙ୍ଗୀର ଟିଟିଲାଗଡ ଜନସ୍ବାସ୍ଥ୍ୟ ବିଭାଗ ର ଜନୈକ କର୍ମଚାରୀଙ୍କ ମୃତ୍ୟୁ ୨୦୦୫ରେ ହୋଇଥିଲା । ପରେ ତାଙ୍କ ପତ୍ନୀ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଆବେଦନ କରିଥିଲେ। ସରକାର ୨୦୧୨ ମସିହାରେ ତାଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରସ୍ତାବ ଦେଇ ଥିଲେ । ସେତେବେଳେ ସେ ଶାରୀରିକ ଅସୁସ୍ଥତା କାରଣରୁ ପୁଅ ସଚ୍ଚିଦା ତଣ୍ଡିକୁ ନିଯୁକ୍ତି ଦେବାକୁ ଅନୁରୋଧ କରିଥିଲେ । ସରକାର ଏହାକୁ ୨୦୧୬ରେ ଖାରଜ କରି ଦେଇ ଥିଲେ । ୨୦୧୭ରେ ହାଇକୋର୍ଟ ଙ୍କ ଦ୍ବାରସ୍ଥ ହୋଇଥିଲେ ମୃତ କର୍ମଚାରୀଙ୍କ ପତ୍ନୀ। ହାଇକୋର୍ଟ ୨୦୨୪ରେ ଏହାର ପୁନଃବିଚାର କରିବାକୁ ସରକାରଙ୍କୁ କହିଥିଲେ ସୁଦ୍ଧା ସରକାର ଏହାକୁ ଗ୍ରହଣ କରି ନଥିଲେ । ତେବେ ଏହି ମାମଲାର ପୁନଃଶୁଣାଣି କରି ତିନି ମାସ ମଧ୍ୟରେ ଅସୁସ୍ଥ ପତ୍ନୀ ବଦଳରେ ପୁଅକୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପୋଲିସକୁ ଚୋର ଭାବି ମାଡ଼ ମାରିଲେ ସ୍ଥାନୀୟ ଲୋକେ

ନନ୍ଦିଘୋଷ ବ୍ୟୁରୋ : ବାଲିଗୁଡ଼ା ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼ ଅଞ୍ଚଳରେ କଳାହାଣ୍ଡି ପୋଲିସକୁ ମାଡ଼ । ଅଭିଯୁକ୍ତକୁ ଧରିବାକୁ ବାଲିଗୁଡ଼ା ଥାନା ଅଞ୍ଚଳକୁ ଆସିଥିଲେ ସାଧା ପୋଷାକଧାରୀ ପୋଲିସ୍। ତେବେ ସାଧା ପୋଷାକଧାରୀ ପୋଲିସକୁ ଦେଖି ଅପହରଣକାରୀ ବୋଲି ପାଟି କରିଥିଲା ଅଭିଯୁକ୍ତ । ଏହି ଖବର ପ୍ରସାରିତ ହୋଇଯିବା ପରେ ପୋଲିସକୁ ଲୋକେ ଅପହରଣକାରୀ ବୋଲି ସନ୍ଦେହ କରିଥିଲେ। ପୋଲିସମାନେ ସେଠାରୁ ଫେରିବା ବେଳେ କୁର୍ତ୍ତମଗଡ଼ ପନ୍ଦରମାଇଲ ନିକଟରେ ପୋଲିସଙ୍କୁ ନିର୍ଧୁମ ମାଡ଼ ମାରିଥିବା ସୂଚନା ମିଳିଛି।

ପୂର୍ବତନ ସରପଞ୍ଚଙ୍କୁ ବିଚ୍ ରାସ୍ତାରେ ହତ୍ୟା, ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ସୂଚନା

ନନ୍ଦିଘୋଷ ବ୍ୟୁରୋ:  ପୂର୍ବତନ ସରପଞ୍ଚଙ୍କୁ ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ। ଲୋମହର୍ଷକ ଘଟଣା ଘଟିଛି ରାମପୁର ଥାନା ପଣ୍ଡରାପାଳି ଗ୍ରାମରେ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ଗଜବନ୍ଦ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନର ସରପଞ୍ଚ ବାସନ୍ତୀ ଖେତିଙ୍କ ସ୍ଵାମୀ ବଲ୍ଲଭ ଖେତିଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗଜବନ୍ଦ ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ବଲ୍ଲଭ ଖେତି କୌଣସି କାମ ସାରି ଘରକୁ ଫେରୁଥିବା ବେଳେ ପଣ୍ଡରାପାଳି ନିକଟରେ ଚାରି ଜଣ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଅତର୍କିତ ଭାବେ ଆକ୍ରମଣ କରି ଚମ୍ପଟ ମାରିଥିଲେ l ପରିବାର ଲୋକଙ୍କ କହିବା ଅନୁସାରେ କାଣ୍ଡ ଭିଆଇଥିବା ଦୁର୍ବୃତ୍ତ ଓ ମୃତ ପୂର୍ବତନ ସରପଞ୍ଚଙ୍କ ମଧ୍ୟ ରେ ଜମିବାଡିକୁ କେନ୍ଦ୍ର କରି ଅନେକବାର ଗଣ୍ଡଗୋଳ ହୋଇଆସୁଥିଲା l ଏହାକୁ ନେଇ ଦୁର୍ବୃତ୍ତମାନେ ହତ୍ୟାକାଣ୍ଡ ଘଟlଇଥିବା କୁହାଯାଇଛି। ରାମପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି l

କଂଗ୍ରେସ ସମାବେଶକୁ ଆସୁଥିବା ଗାଡି ଅଟକାଇବନି ଡ୍ରାଇଭର ମହାସଂଘ

ନନ୍ଦିଘୋଷ ବ୍ୟୁରୋ : ଡ୍ରାଇଭର ମହାସଂଘର ବଡ଼ ନିଷ୍ପତ୍ତି। କଂଗ୍ରେସ ସମାବେଶକୁ ଆସୁଥିବା ଗାଡି ନ ଅଟକାଇବାକୁ ଡ୍ରାଇଭର ମହାସଂଘ ନିଷ୍ପତ୍ତି ନେଇଛି। ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି। ଆଜି କଂଗ୍ରେସର ସମ୍ବିଧାନ ବଞ୍ଚାଅ ସମାବେଶ ଅଛି। ଏହି ସମାବେଶରେ ଯୋଗଦେବେ ରାହୁଲ ଓ ମଲ୍ଲିକାର୍ଜୁନ ଖଡଗେ। ତେଣୁ କଂଗ୍ରେସ ସମାବେଶରେ ଯାଉଥିବା ଗାଡିକୁ ନ ଅଟକାଇବା ପାଇଁ ଅନୁରୋଧ କରିଥିଲେ ପିସିସି ସଭାପତି। ପିସିସି ସଭାପତି ସାମ୍ବାଦିକ ସମ୍ମିଳନୀ କରି କହିଥିଲେ, ରାହୁଲ ଗାନ୍ଧୀଙ୍କ ଗସ୍ତକୁ ଭଣ୍ଡୁର କରିବା ପାଇଁ ରାଜ୍ୟ ସରକାରଙ୍କ ଏହା ଏକ ଷଡଯନ୍ତ୍ର । ଜାଣିଶୁଣି ଡ୍ରାଇଭର ମହାସଂଘର ଦାବି ପୂରଣ କରୁନାହାନ୍ତି ସରକାର । ତେଣୁ ଡ୍ରାଇଭର ସଂଘ ବିଜେପି ସରକାରର ଷଡଯନ୍ତ୍ରର ଶିକାର ନହେବାକୁ ଅପିଲ କରିଥିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ତାଙ୍କ ଅନୁରୋଧ ରଖିଛନ୍ତି ଡ୍ରାଇଭର ମହାସଂଘ।