spot_img
Home Blog Page 58

ଆଉ ଜଣେ ଠକ ଡାକ୍ତର ଗିରଫ ; ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କ ପରିବାରଠୁ ୨୨ ଲକ୍ଷ ଠକେଇ

ନନ୍ଦିଘୋଷ ବ୍ୟୁରୋ : ଆଉ ଜଣେ ଠକ ଡାକ୍ତର ଗିରଫ । ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କ ପରିବାରଠୁ ୨୨ ଲକ୍ଷ ଠକେଇ କରିଥିଲା ନକଲି ଡାକ୍ତର । ଅଭିଯୋଗ ପରେ ନକଲି ଡାକ୍ତରଙ୍କୁ ବାନ୍ଧିଲା ପାହାଳ ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ରଞ୍ଜୀବ କୁମାର ପ୍ରଧାନ । ସେ ୨୦୨୧ରେ ମାଟ୍ରିମୋନି ସାଇଟ୍‌ରେ ନିଜକୁ ଡକ୍ଟର ପ୍ରକାଶ ପ୍ରଧାନ କହିବା ସହିତ ନିଜ ସାନଭାଇ ତୁଷାର ପ୍ରଧାନଙ୍କ ସହ ବିବାହ ପାଇଁ ଅଭିଯୋଗକାରିଣୀଙ୍କ ସହ ଯୋଗାଯୋଗରେ ଆସିଥିଲା । ସାନ ଭାଇ ତୁଷାର ରାୟଗଡ଼ା SBIରେ ଡେପୁଟି ମ୍ୟାନେଜର ବୋଲି ଅଭିଯୋକାରିଣୀଙ୍କ ପରିବାରକୁ କହିଥିଲା । ବ୍ୟାଙ୍କର ବିଭିନ୍ନ ପଲିସ କରିବା ନାଁରେ ମହିଳାଙ୍କ ବାପାଙ୍କ ଠାରୁ ୨୨ଲକ୍ଷ ଟଙ୍କା ନେଇଥିଲେ । ଟଙ୍କା ନେବାପରେ ଅଭିଯୁକ୍ତ ଆଉ ଧରା ଛୁଆଁ ଦେଉନଥିବା ପରେ ଏନେଇ ପାହାଳ ଥାନାରେ ଅଭିଯୋଗ କରିଥିଲେ ମହିଳା । ତଦନ୍ତ ବେଳେ ଅଭିଯୁକ୍ତ ରଞ୍ଜୀବ କୌଣସି ଡାକ୍ତର ହୋଇନଥିବା ବେଳେ ତାଙ୍କର କୌଣସି ଭାଇନଥିବା ପୋଲିସ ଜାଣିବାକୁ ପାଇଛି ।

 

ଗଞ୍ଜାମ ଜିଲ୍ଲା ଆସିକା ଉପଖଣ୍ଡରେ ପୋଲିସର ଧରପଗଡ଼ ; ଗୋଟିଏ ରାତିରେ ବନ୍ଧା ହେଲେ ୩୪ ଜଣ

ନନ୍ଦିଘୋଷ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଆସିକା ଉପଖଣ୍ଡରେ ପୋଲିସର ଧରପଗଡ଼। ଗୋଟିଏ ରାତିରେ ବନ୍ଧା ହେଲେ ୩୪ ଜଣ। ଏହି ରେଡ୍ ସମୟରେ ଏକ ମାଉଜର୍ ବି ଜବତ କରାଯାଇଛି। ଏହି ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ବେଆଇନ ମଦ ପ୍ରସ୍ତୁତି ଅଭିଯୋଗରେ ୫ ଜଣ ଓ ଜୁଆ ଆଡ୍ଡାରୁ ୨୭ ଜଣଙ୍କୁ ଗିରଫ କରାଯାଇଛି। ଆସିକା ଏସଡିପିଓ ସନ୍ତୋଷ କୁମାର ଜେନାଙ୍କ ନେତୃତ୍ବରେ ଏକ ଟିମ୍ ଏହି ରେଡ୍ କରିଛି। କାଳଷଣ୍ଢପୁର ନିକଟ ଋଷିକୁଲ୍ୟା ନଦୀ ବ୍ରିଜ୍ ଉପରେ କଡା ଚେକିଂ ବେଳେ ମାଉଜର ଜବତ କରାଯାଇଥିଲା। ଦୁଇ ଗିରଫ ଅଭିଯୁକ୍ତଙ୍କ ନାଁରେ ବହୁ ମାମଲା ଅଛି। ଏହି ମାଉଜର୍ ମିଳିବା ପରେ ପୋଲିସ ଏହାକୁ ନେଇ ତଦନ୍ତ ଜୋରଦାର କରିଛି। ସେହିପରି ବାଲିସିରା ଓ ବଡ଼ଗଡ଼ ଥାନା ଅଧୀନ ରୁଗୁମୁ ଗ୍ରାମରେ ଚଢ଼lଉ କରି ତିନି ହଜାର ଲିଟର ପୋଚ ନଷ୍ଟ କରାଯାଇଛି। ଧରାକୋଟ, ପାଟପୁର, ହିଞ୍ଜିଳି, ବଡ଼ଗଡ଼ ଓ ଶେରଗଡ଼ ଥାନା ଅଞ୍ଚଳରେ ଚାଲିଥିବା ଜୁଆ ଆଡଡାରେ ରେଡ୍ କରାଯାଇ ୨୭ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି ପୋଲିସ।

ଶୀତଦିନେ ଏହି ଲୋକଙ୍କୁ ବ୍ରେନଷ୍ଟ୍ରୋକ ଆଶଙ୍କା, ଭୁଲରେ କରନ୍ତୁନି ଏହି ଭୁଲ୍ ..

ନନ୍ଦିଘୋଷ ବ୍ୟୁରୋ: ବ୍ରେନ ଷ୍ଟ୍ରୋକ୍ ଏକ ବିପଦପୂର୍ଣ୍ଣ ରୋଗ। ଯଦି ଷ୍ଟ୍ରୋକ୍ ପରେ ସମୟସୀମା ମଧ୍ୟରେ ଚିକିତ୍ସା ନକରାଯାଏ ତେବେ ରୋଗୀର ମୃତ୍ୟୁ ମଧ୍ୟ ହୋଇପାରେ । ତେବେ ଆପଣ ଜାଣିଛନ୍ତି କି ଶୀତ ଏବଂ ଥଣ୍ଡା ଲହରୀ ସମୟରେ ଷ୍ଟ୍ରୋକ୍ ହେବାର ଆଶଙ୍କା ବୃଦ୍ଧି ପାଏ। ଏହା କାହାକୁ ମଧ୍ୟ ହୋଇପାରେ କିନ୍ତୁ କିଛି ଲୋକଙ୍କ ପାଖରେ ବିପଦ ଅଧିକ ଥାଏ । ତେଣୁ ଡାକ୍ତରମାନେ ସେହି ଲୋକମାନଙ୍କୁ ଏହି ଋତୁରେ କିଛି ଭୁଲ୍ ଏଡାଇବାକୁ ପରାମର୍ଶ ଦେଇଛନ୍ତି। ଆସନ୍ତୁ ଜାଣିବା ଷ୍ଟ୍ରୋକ୍ ରୋକିବା ପାଇଁ କ’ଣ କରିବା ଏବଂ କ’ଣ ସତର୍କତା ଅବଲମ୍ବନ କରିବା।

ଯଦି ଆପଣ ମଧୁମେହ, ଉଚ୍ଚ ରକ୍ତଚାପ, ହୃଦରୋଗରେ ପୀଡିତ ଏବଂ ଧୂମପାନ କରୁଛନ୍ତି ତାହେଲେ ଆପଣଙ୍କ କ୍ଷେତ୍ରରେ ଷ୍ଟ୍ରୋକର ଆଶଙ୍କା ଅନ୍ୟମାନଙ୍କ ତୁଳନାରେ ଅଧିକ ଥାଏ।  ଏହାସହିତ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ମଧ୍ୟ ବିପଦ ରହିଛି । ତେଣୁ ଏହି ଶ୍ରେଣୀର ବ୍ୟକ୍ତିମାନଙ୍କୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପଡିବ।

ଶୀତଦିନେ ଷ୍ଟ୍ରୋକ୍ କାହିଁକି ବୃଦ୍ଧି ପାଏ ?

ଥଣ୍ଡା ପାଗରେ ଶରୀରର ତାପମାତ୍ରା ବଜାୟ ରଖିବା ପାଇଁ ଶିରାଗୁଡ଼ିକ ସଙ୍କୁଚିତ ହୋଇଯାଏ। ଏହା ରକ୍ତଚାପ ବୃଦ୍ଧି କରେ, ହୃଦୟ ଉପରେ ଚାପ ପକାଏ। ଏହା ଶରୀରରେ ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ବୃଦ୍ଧି କରେ। ଯଦି ଏହି ଜମାଟ ବାନ୍ଧି ମସ୍ତିଷ୍କରେ ହୁଏ ତେବେ ଏହା ଷ୍ଟ୍ରୋକ୍ ସୃଷ୍ଟି କରିପାରେ । ଯେଉଁଥିପାଇଁ ସମୟୋଚିତ ଚିକିତ୍ସା ନେବା ଏବଂ ଡାକ୍ତରଖାନା ଯିବା ଗୁରୁତ୍ୱପୂର୍ଣ୍ଣ।

ଶୀତଦିନେ ଏହି ଭୁଲଗୁଡ଼ିକ ଏଡାନ୍ତୁ

ଶୀତଦିନେ ହଠାତ୍ ଥଣ୍ଡାର ସମ୍ମୁଖକୁ ନଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନହେଲେ ଏହା ଷ୍ଟ୍ରୋକର ଆଶଙ୍କା ବଢ଼ାଇପାରେ। ତେଣୁ  ବାହାରକୁ ଯିବା ପୂର୍ବରୁ କିଛି ହାଲୁକା ଷ୍ଟ୍ରେଚିଂ କରିବା ଏବଂ ଗରମ ପୋଷାକ ପିନ୍ଧିବା ଅତ୍ୟନ୍ତ ଜରୁରୀ। ଏହି ଋତୁରେ ଡିହାଇଡ୍ରେସନ୍ ଏଡାଇବାକୁ ମଧ୍ୟ ନିଶ୍ଚିତ କରନ୍ତୁ। ଦିନକୁ ଅତି କମରେ ସାତରୁ ଆଠ ଗ୍ଲାସ ପାଣି ପିଅନ୍ତୁ। ଶୀତଦିନେ ଆପଣଙ୍କ ଖାଦ୍ୟ ପ୍ରତି ସତର୍କ ରୁହନ୍ତୁ ଏବଂ ଅଧିକ ଚର୍ବି ଏବଂ ଲୁଣିଆ ଖାଦ୍ୟ ତ୍ୟାଗ କରନ୍ତୁ କାରଣ ଅତ୍ୟଧିକ ଲୁଣ ରକ୍ତଚାପ ବୃଦ୍ଧି କରିପାରେ  ଯାହା ଷ୍ଟ୍ରୋକ୍ ସୃଷ୍ଟି କରିପାରେ।

ବ୍ରେନ୍ ଷ୍ଟ୍ରୋକର ଲକ୍ଷଣଗୁଡ଼ିକ କ’ଣ ?

ଅସ୍ପଷ୍ଟ ଦୃଷ୍ଟି

ମୁଣ୍ଡ ଘୁରାଇବା

ଗୁରୁତର ମୁଣ୍ଡବିନ୍ଧା

ଚାଲିବାରେ କଷ୍ଟ

କହିବାରେ କଷ୍ଟ

 

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ରଙ୍ଗପୁର ପଡିଆରେ ସାରଥି ପରିବାର ପକ୍ଷରୁ ଏକ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ

ନନ୍ଦିଘୋଷ ବ୍ୟୁରୋ : ଯାଜପୁର ଜିଲା ଦଶରଥପୁର ବ୍ଲକ ରଙ୍ଗପୁର ପଡିଆରେ ସାରଥି ପରିବାର ପକ୍ଷରୁ ଏକ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ପ୍ରବଚକ ଭାବେ ବାଲେଶ୍ୱର ସୋରୋ ଅଞ୍ଚଳରୁ ରତିକାନ୍ତ ପାଣି ଯୋଗ ଦେଇ ପ୍ରବଚନ ଦେଇଥିଲେ। ଏହି ପ୍ରବଚନ କାର୍ଯ୍ୟକ୍ରମରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଏହାସହ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ମଧ୍ୟ ସାରଥି ପରିବାର ପକ୍ଷରୁ ଯୋଗାଇ ଦିଆଯାଇଥିଲା । ଏହି ସତସଙ୍ଗ କାର୍ଯ୍ୟକ୍ରମ ଯୋଗୁ ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଦୀର୍ଘ ବର୍ଷ ପରେ ସାରଥିଙ୍କ ପ୍ରତି ରହିଥିବା ଭଲ ପାଇବା ଦେଖିବାକୁ ମିଳିଥିଲା। ଧିରେ ଧିରେ ଏହି ଭଳି ପ୍ରବଚନ କାର୍ଯ୍ୟକ୍ରମ ସମଗ୍ର ଜିଲ୍ଲାରେ ଅନୁଷ୍ଠିତ ହେବ ବୋଲି ସାରଥିଙ୍କ ସମର୍ଥକ ମାନଙ୍କ ପକ୍ଷରୁ ସୂଚନା ମିଳିଛି।

 

ହ୍ୟୁମାନ ସାଗର ମୃତ୍ୟୁ ଘଟଣା ; ମୁହଁ ଖୋଲିଲେ ଅଭିନେତା ଅନୁଭବ ମହାନ୍ତି

ନନ୍ଦିଘୋଷ ବ୍ୟୁରୋ : ହ୍ୟୁମାନ ସାଗର ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ଅଭିନେତା ଅନୁଭବ ମହାନ୍ତି । ମଲ୍ଟି ଅର୍ଗାନ୍ ଫେଲ ଯୋଗୁଁ ହ୍ୟୁମାନଙ୍କ ମୃତ୍ୟୁ ହୋଇଛି । ହେଲେ ହ୍ୟୁମାନ କେଉଁଥି ପାଇଁ ସେ ଷ୍ଟେଜରେ ପହଞ୍ଚିଲେ । କ’ଣ କ’ଣ ସେ ଗତି କରିକି ଆସିଥିଲେ । ଏଥିରେ କାହାର କାହାର ସମ୍ପୃକ୍ତି ରହିଛି ତାହାର ତଦନ୍ତ ଦାବି କରିଛନ୍ତି ଅନୁଭବ । ତାଙ୍କ ମାଆଙ୍କୁ ଧନ୍ୟବାଦ ଯେ ସେ ସାହାସ ବାନ୍ଧି ଏତଲା ଦେଲେ । ଯେଉଁମାନେ ଏଥିରେ ଲିପ୍ତ ଅଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ବିଶ୍ବାସ ଅଛି ଯିଏ ଦୋଷୀ ସେ ଦଣ୍ଡ ପାଇବ । ଅନେକ ଜିନିଷର ଆଶଙ୍କା କରୁଛୁ ଏବଂ ତାର ପ୍ରମାଣ ମଧ୍ୟ ପାଇଛୁ । ନିରପେକ୍ଷ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମିଳିଲାନି ମହାପରାୟଣ ଗାଡ଼ି ; ୩ କିଲୋମିଟର ବୁହାହେଲା ବୃଦ୍ଧାଙ୍କ ଶବ

ନନ୍ଦିଘୋଷ ବ୍ୟୁରୋ : ମହାପରାୟଣ ଗାଡି ନମିଳିବାରୁ ୩ କିଲୋମିଟର ବୁହାହେଲା ବୃଦ୍ଧାଙ୍କ ମୃତଦେହ । କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଅଞ୍ଚଳରୁ ଏଭଳି ଅଭାବନୀୟ ଦୃଶ୍ୟ ସାମନାକୁ ଆସିଛି। ଝିଞ୍ଜିରିଗୁଡ଼ା ପଞ୍ଚାୟତ କିରାମା ଗାଁର ଫିଲିମିନା ନାୟକ ଅସୁସ୍ଥତା ହେତୁ ବ୍ରାହ୍ମଣୀଗାଁ ସ୍ଥିତ ବଡ଼ଝିଅ ଘରେ ରହି ଚିକିତ୍ସିତ ହେଉଥିଲେ । ଗତକାଲି ସନ୍ଧ୍ୟାରେ ଫିଲିମିନାଙ୍କ ମୃତ୍ୟୁ ହୋଇଥିବା ବେଳେ ପରିବା ଲୋକେ କିରାମା ଗ୍ରାମକୁ ମୃତଦେହ ନେବା ଲାଗି ପ୍ରସ୍ତୁତ ହୋଇଥିଲେ । ହେଲେ ମୃତଦେହ ନେବା ପାଇଁ କୌଣସି ଗାଡ଼ି ରାଜି ହୋଇନଥିଲେ । ଗୋଟିଏ ପଟେ ମୃତଦେହ ନେବାକୁ ମହାପ୍ରୟାଣ ଗାଡ଼ିର ସୁବିଧା ନ‌ଥିବା ବେଳେ ଅନ୍ୟପଟେ ରାତିରେ ମୃତଦେହକୁ ନେବା ଲାଗି ଅଟୋ ଚାଳକ ରାଜି ହେଲେ ନାହିଁ । ଫଳରେ ପରିବାରବର୍ଗ ବାଧ୍ୟ ହୋଇ ବୃଦ୍ଧାଙ୍କ ମୃତଦେହକୁ ୩ କିଲୋମିଟର ଦୋଳିରେ ବୋହି ନେଇଥିଲେ ।

ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି; କ୍ଷୀର ଆଉଟା ନୀତିକୁ ନେଇ ଲାଗିରହିଥଲା ବିବାଦ

ଭୁବନେଶ୍ବର : ସ୍ୱାଭାବିକ ହୋଇଛି ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ଆଜି ସୁରୁଖୁରୁରେ ଚାଲିଛି ନୀତିକାନ୍ତି । ସକାଳେ ମଙ୍ଗଳ ଆଳତୀ ହୋଇଥିଲା। ତାପରେ ହୋଇଥିଲା ଧାଡ଼ି ଦର୍ଶନ। ବ୍ରାହ୍ମଣ ନିଯୋଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁଁ ଗତ ମଙ୍ଗଳବାର ରାତିରୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ଥିଲା। ଏପରିକି ମକର ସଂକ୍ରାନ୍ତିରେ ବି ଉପାସରେ ରହିଥିଲେ ଲିଙ୍ଗରାଜ। କ୍ଷୀର ଆଉଟା ନୀତିକୁ ନେଇ ବଡୁ ଓ ବ୍ରାହ୍ମଣ ନିଯୋଗ ମଧ୍ୟରେ ବିବାଦ ହେବାରୁ ଏପରି ସମସ୍ୟା ଦେଖା ଦେଇଥିଲା। … ସେପଟେ ଏଥିପାଇଁ ମନ୍ଦିର ପ୍ରଶାସନକୁ ଦାୟୀ କରିଛି ବଡୁ ନିଯୋଗ। ପ୍ରଶାସନ ଚାହିଁଥିଲେ ପ୍ରଭୁ ଲିଙ୍ଗରାଜ ଓପାସ ରହିନଥାନ୍ତେ ବୋଲି ଅଭିଯୋଗ କରିଛନ୍ତି ବଡୁ ନିଯୋଗ ସେବାୟତ। ମଙ୍ଗଳବାର ଦିନ ଥିବା କ୍ଷୀର ଆଉଟା ନୀତି ସମୟରେ ବିଭ୍ରାଟ ଉପୁଜିପାରେ ବୋଲି ଦୋବୋତ୍ତର ବିଭାଗ , ଆଇନ ବିଭାଗ ଓ ମନ୍ଦିର ପ୍ରଶାସନକୁ ବଡୁ ନିଯୋଗ ଅବଗତ କରାଇଥିଲେ। ବିଭ୍ରାଟ ସମ୍ପର୍କରେ ଜଣାଇବା ସତ୍ତ୍ଵେ ପ୍ରଶାସନ କାହିଁକି ଚୂପ ରହିଲା ବୋଲି ପ୍ରଶ୍ନ କରିଛନ୍ତି ବଡୁ ନିଯୋଗ ସମ୍ପାଦକ। ଆଲୋଚନା କରାଯାଇଥିଲେ ସମାଧାନ ହୋଇପାରିଥାନ୍ତାବୋଲି ସେ କହିଛନ୍ତି। ମନ୍ଦିରର ନୀତିକାନ୍ତି ପରିଚାଳନା ସମ୍ପର୍କରେ ଜିଲ୍ଲାପାଳ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ। ଅନେକ ବର୍ଷରୁ ଏହି ନୀତି ବଡୁ ସେବାୟତ କରିଆସୁଛନ୍ତି। ଲିଙ୍ଗରାଜ ମନ୍ଦିରର ରେକର୍ଡରେ ବି ଏହି ବିଷୟରେ ଲେଖାଯାଇଛି ବୋଲି ବଡୁ ନିଯୋଗ ସମ୍ପାଦକ କହିଛନ୍ତି।

 

୫୦ବର୍ଷ ଧରି ଶୋଇନାହାଁନ୍ତି ଏହି ବ୍ୟକ୍ତି ! ଡାକ୍ତର ଆଶ୍ଚର୍ଯ୍ୟ ..

ନନ୍ଦିଘୋଷ ବ୍ୟୁରୋ: ୫୦ବର୍ଷ ଧରି ଶୋଇନାହାଁନ୍ତି ଜଣେ ବ୍ୟକ୍ତି । ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ  । ଏଭଳି ଘଟଣା ମଧ୍ୟପ୍ରଦେଶର ରେୱାରୁ ଆସିଛି ଯାହା ଡାକ୍ତରମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରେୱା ସହରର ଚାଣକ୍ୟପୁରୀ କଲୋନୀର ୭୫ ବର୍ଷୀୟ ମୋହନଲାଲ ଦ୍ୱିବେଦୀ ଦାବି କରିଛନ୍ତି ଯେ ସେ ପ୍ରାୟ ୫୦ ବର୍ଷ ଧରି ଗୋଟିଏ ମୁହୂର୍ତ୍ତ ପାଇଁ ମଧ୍ୟ ଶୋଇନାହାଁନ୍ତି। ତେବେ ଆଶ୍ଚର୍ଯ୍ୟର କଥା ଏତେ ଦୀର୍ଘ ସମୟ ଧରି ନିଦ୍ରାହୀନତା ସତ୍ତ୍ୱେ, ସେ କୌଣସି ଗୁରୁତର ରୋଗରେ ପୀଡିତ ନାହାଁନ୍ତି ଏବଂ ଏକ ସାଧାରଣ ଦୈନନ୍ଦିନ ଜୀବନ ଅତିବାହିତ କରୁଛନ୍ତି ।

ଚିକିତ୍ସା ବିଜ୍ଞାନ କହିଛି ଯେ ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ଦୈନିକ ୬ ରୁ ୮ ଘଣ୍ଟା ଶୋଇବା ଆବଶ୍ୟକ। ନିଦ୍ରାର ଅଭାବ ଶରୀର ଏବଂ ମନ ଉପରେ ଗମ୍ଭୀର ପ୍ରଭାବ ପକାଇଥାଏ। ତଥାପି ମୋହନଲାଲ ଦ୍ୱିବେଦୀ ଏହି ତତ୍ତ୍ୱକୁ ସମ୍ପୂର୍ଣ୍ଣ ଭାବରେ ଚ୍ୟାଲେଞ୍ଜ କରୁଥିବା ପରି ମନେହୁଏ। ସେ ଦାବି କରନ୍ତି ଯେ ସେ କେବଳ ଅନିଦ୍ରା ରୁହନ୍ତି ତାହା ନୁହେଁ ଆହତ ହେଲେ ମଧ୍ୟ ସେ ଯନ୍ତ୍ରଣା ଅନୁଭବ କରନ୍ତି ନାହିଁ।

ପ୍ରାରମ୍ଭରେ ମୋହନଲାଲ ତାଙ୍କର ସମସ୍ୟା କାହା ସହିତ ସେୟାର କରୁନଥିଲେ। ସେ ସାରା ରାତି ଅନିଦ୍ରା ରହୁଥିଲେ କିନ୍ତୁ ତାଙ୍କ ଆଖି ଜଳୁନଥିଲା ବା ପୋଡୁନଥିଲା କିମ୍ବା ଏହା ତାଙ୍କ କାମକୁ ମଧ୍ୟ ପ୍ରଭାବିତ କରୁନଥିଲା। ଯେତେବେଳେ ସେ ତାଙ୍କ ପରିବାରକୁ ଏହା କହିଥିଲେ ସେମାନେ ପ୍ରଥମେ ଭୂତ ଛଡ଼ାଇବା ପାଇଁ ଚେଷ୍ଟା କରିଥିଲେ। ତାପରେ ସେ ଦିଲ୍ଲୀ ଏବଂ ମୁମ୍ବାଇର ପ୍ରମୁଖ ହସ୍ପିଟାଲରେ ଡାକ୍ତରଙ୍କ ସହିତ ପରାମର୍ଶ କରିଥିଲେ। ଅନେକ ପରୀକ୍ଷା କରାଯାଇଥିଲା କିନ୍ତୁ ତାଙ୍କ ଅସୁସ୍ଥତାର କାରଣ ଜଣାପଡିନଥିଲା।

ସେ ଜଣେ ସାଧାରଣ ବ୍ୟକ୍ତିଙ୍କ ଭଳି ଜୀବନ ବିତାନ୍ତି । ସେ ୧୯୭୩ ମସିହାରେ ଅଧ୍ୟାପକ ହୋଇଥିଲେ, ୧୯୭୪ ମସିହାରେ ଯୁଗ୍ମ କଲେକ୍ଟର ଭାବରେ ଅବସର ନେଇଥିଲେ। ତାଙ୍କର ନିଦ୍ରା ସମସ୍ୟା ପ୍ରାୟ ୧୯୭୩ ମସିହାରେ ଆରମ୍ଭ ହୋଇଥିଲା, ଏବଂ ସେବେଠାରୁ ସେ ନିଦ୍ରାହୀନତା ଅନୁଭବ କରିନାହାଁନ୍ତି।

ମୋହନଲାଲ ତାଙ୍କର ଅଧିକାଂଶ ସମୟ ପୁସ୍ତକ ପଢିବାରେ ବିତାଇଥାନ୍ତି। ତାଙ୍କୁ ପ୍ରାୟତଃ ରାତିରେ ଛାତ ଉପରେ ଚାଲିବାର ଦେଖାଯାଏ। ଆଶ୍ଚର୍ଯ୍ୟର କଥା ହେଉଛି, ତାଙ୍କ ସ୍ତ୍ରୀ ମଧ୍ୟ ଦିନକୁ କେବଳ ୩ ରୁ ୪ ଘଣ୍ଟା ଶୋଇଥାନ୍ତି। ଏହି ମାମଲା ଚିକିତ୍ସା ବିଜ୍ଞାନ ପାଇଁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ତାଙ୍କ ଅନୁସାରେ ଶୋଇ ରହିବା ପ୍ରାୟ ଅସମ୍ଭବ। ତଥାପି ନିଦ୍ରା ଚିକିତ୍ସା ଏବଂ ମନସ୍ତତ୍ତ୍ୱ କ୍ଷେତ୍ରରେ ନିରନ୍ତର ନୂତନ ଗବେଷଣା କରାଯାଉଛି। ସେ ପରାମର୍ଶ ଦେଇଥିଲେ ଯେ ମୋହନଲାଲ ପୁଣି ଥରେ ମନସ୍ତତ୍ତ୍ୱ ବିଭାଗ ସହିତ ଯୋଗାଯୋଗ କରିବା ଉଚିତ।

 

 

ଆଜିଠୁ ଅଣ୍ଡର-19 ଓ୍ବାଲ୍ଡ କପ୍ ; ଫେବୃଆରୀ ୬ତାରିଖ ପର୍ଯ୍ୟନ୍ତ ଜିମ୍ବାୱେ ଏବଂ ନାମିବିଆରେ ଖେଳାଯିବ ମ୍ୟାଚ..

ନନ୍ଦିଘୋଷ ବ୍ୟୁରୋ: ଆଜିଠୁ ଅଣ୍ଡର-୧୯ ଓ୍ବାଲ୍ଡ କପ୍ । ଭାରତ ଏବଂ ପାକିସ୍ତାନକୁ ପୃଥକ ଗ୍ରୁପରେ ରଖିଛି ଆଇସିସି । ଟୁର୍ଣ୍ଣାମେଣ୍ଟର ଲିଗ୍ ପର୍ଯ୍ୟାୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି ମ୍ୟାଚ୍ ହେବ ନାହିଁ । ଫେବୃଆରୀ ୬ ତାରିଖ ପର୍ଯ୍ୟନ୍ତ ଜିମ୍ବାୱେ ଏବଂ ନାମିବିଆରେ ମିଳିତ ଭାବରେ ଖେଳାଯିବ ମ୍ୟାଚ । ଏହି ବିଶ୍ୱକପରେ ୧୬ଟି ଦଳ ଅଂଶଗ୍ରହଣ କରୁଛନ୍ତି । ସେମାନଙ୍କୁ ଚାରିଟି ଗ୍ରୁପରେ ବିଭକ୍ତ କରାଯାଇଛି। ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟର ଲିଗ୍ ପର୍ଯ୍ୟାୟରେ ଆମେରିକା, ବାଂଲାଦେଶ ଏବଂ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ମ୍ୟାଚ୍ ଖେଳିବ।

ବିଶ୍ୱକପ୍‌ର ପ୍ରଥମ ଦିନରେ ଭାରତ ଆମେରିକା ସହିତ ମୁକାବିଲା କରିବ। ଏହି ମ୍ୟାଚ୍ ଜିମ୍ବାୱେର ବୁଲାୱାୟୋର କୁଇନ୍ସ ସ୍ପୋର୍ଟ୍ସ କ୍ଲବ୍‌ରେ ଅପରାହ୍ନ ଗୋଟାଏରେ ଆରମ୍ଭ ହେବ। ଭାରତର ଦ୍ୱିତୀୟ ମ୍ୟାଚ୍ ଜାନୁଆରୀ ୧୭ ତାରିଖରେ ବାଂଲାଦେଶ ବିପକ୍ଷରେ ଖେଳାଯିବ। ଏହି ମ୍ୟାଚ୍ ଜିମ୍ବାୱେର ବୁଲାୱାୟୋର କୁଇନ୍ସ ସ୍ପୋର୍ଟ୍ସ କ୍ଲବ୍‌ରେ ମଧ୍ୟ ଖେଳାଯିବ, ଯାହା ଅପରାହ୍ନ ଗୋଟାଏରେ ଆରମ୍ଭ ହେବ। ଭାରତ ଏବଂ ବାଂଲାଦେଶ ମଧ୍ୟରେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଏହି ମ୍ୟାଚ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ଭାରତର ତୃତୀୟ ଲିଗ୍ ପର୍ଯ୍ୟାୟ ମ୍ୟାଚ୍

ଶୀତର ପ୍ରକୋପରେ ଥରୁଛି ସାରା ଓଡ଼ିଶା ଆହୁରି ୨ଦିନ ରାଜ୍ୟରେ ହାଡ଼ଭଙ୍ଗା ଶୀତ

ଭୁବନେଶ୍ବର : ଶୀତର ପ୍ରକୋପରେ ଥରୁଛି ସାରା ଓଡିଶା । ପଶ୍ଚିମରୁ ଉପକୂଳ ହାଡ ଭଙ୍ଗା ଶୀତ ଅନୁଭୂତ ହେଉଛି । ଆହୁରି ୨ ଦିନ ପ୍ରବଳ ଶୀତ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଆଜି ପାଇଁ ଝାରସୁଗୁଡା, ସୁନ୍ଦରଗଡ,କେନ୍ଦୁଝର,ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା , ଜଗତସିଂହପୁର , କନ୍ଧମାଳ, ସୋନପୁର ଓ କେନ୍ଦ୍ରାପଡାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

ସେପଟେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେଉଥିବା ବେଳେ ଉପକୂଳ ଓଡ଼ିଶାର ୧୩ ଜିଲ୍ଲାକୁ କୁହୁଡି ପାଇଁ ସର୍ତକ କରାଇଛି ପାଣିପାଗ ବିଭାଗ । ୪ ଦିନ ପରେ ବଢ଼ିପାରେ ତାପମାତ୍ରା । ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ବଢିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।