spot_img
Home Blog Page 575

ଆଜିଠୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଅପରାହ୍ନ ୫ ଟା ୧୦ ମିନିଟରେ ଭୁବନେଶ୍ବର ପହଞ୍ଚିବ ମହାମହିମ । ଭୁବନେଶ୍ବର ଏୟାରପୋର୍ଟରୁ ବାହାରି ଭୁବନେଶ୍ବର ସିଜୁଆ ସ୍ଥିତ AIIMS ହସ୍ପିଟାଲରେ ୫ଟା ୩୫ରେ ପହଞ୍ଚିବେ ରାଷ୍ଟ୍ରପତି । AIIMSର ପଞ୍ଚମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଅଭିଭାଷଣ ରଖିବା ସହିତ ୬୪୩ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ସାର୍ଟିଫିକେଟ୍ ପ୍ରଦାନ କରିବେ । ସେହିପରି ୩୧ ଜଣ କୃତି ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବିଭାଗରେ ସଫଳତା ପାଇଁ ୫୯ଟି ସ୍ଵର୍ଣ୍ଣ ପଦକ ପ୍ରଦାନ କରିବେ । ସେଠାରୁ ୬ଟା ୪୫ରେ ବାହାରି ସିଧା ରାଜଭବନ ଯାଇ ରାତ୍ରୀଯାପନ କରିବେ ।

୧୫ ତାରିଖରେ କଟକରେ ବ୍ୟାପକ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି । ସକାଳ ୧୦ରୁ ରାଜଭବନରୁ ବାହାରି ୧୦ଟା ୫୦ରେ କଟକ ରେଭେନ୍ସା ବିଶ୍ବବିଦ୍ୟାଳୟରେ ପହଞ୍ଚିବେ । ୧୧ଟାରୁ ୧୨ ଯାଏ ରେଭେନ୍ସା ବିଶ୍ବବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ । ୧୨ଟା ୨୦ରେ ରେଭେନ୍ସା ଗାର୍ଲ୍ସ ହାଇସ୍କୁଲ ଉନ୍ନତିକରଣର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହାପରେ ମାଛୁଆ ବଜାର ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ ପରେ ତୁଳସୀପୁର ବିଜୁ ପଟ୍ଟନାୟକ ଛକ ନିକଟରେ ପହଞ୍ଚି ଆଦିକବି ଶାରଳା ଦାସଙ୍କ ମାଲ୍ୟାର୍ପଣ କରିବେ । ଏହାପରେ ୪ଟାରୁ ୫ ଟା ଯାଏଁ ଇଣ୍ଡୋର ଷ୍ଟାଡିୟମରେ ଶାରଳା ସାହିତ୍ୟ ସଂସଦ ଦ୍ବାରା ଆୟୋଜିତ ଶାରଳା ଦାସଙ୍କ ୬ଶହ ତମ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମରେ ସାମିଲ ହେବେ । ସେଠାରୁ ବାହାରି ୬ଟା ବେଳେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚି ଦିଲ୍ଲୀ ଫେରିଯିବେ ।

ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ସରକାରଙ୍କ ଉପରେ ବର୍ଷିଲା ମମତା ବାନାର୍ଜୀ ନେତୃତ୍ବାଧୀନ ତୃଣମୂଳ କଂଗ୍ରେସ

ନନ୍ଦିଘୋଷ ବ୍ୟୁରୋ : ଫକୀର ମୋହନ ସ୍ବୟଂଶାସିତ କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା । ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ମମତା ବାନାର୍ଜୀ ନେତୃତ୍ବାଧୀନ ତୃଣମୂଳ କଂଗ୍ରେସ। ଦଳ କହିଛି ଓଡ଼ିଶାରେ ଏହିପରି ଘଟଣା ବାରମ୍ବାର ଘଟିଚାଲିଛି। ବାଲେଶ୍ବରର ଏକ କଲେଜରେ ବିଭାଗୀୟ ମୁଖ୍ୟ ଜଣେ ଛାତ୍ରୀଙ୍କ ଠାରୁ ଯୌନଗତ କୁତ୍ସିତ ଆଶା କରିବା ସହ ତାଙ୍କ ଭବିଷ୍ୟତ ନଷ୍ଟ କରିବାକୁ ଧମକ ଦେଇଥିଲେ। ଛାତ୍ରୀଜଣକ ଏହି ଘଟଣାରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କ ଶରୀରର ୯୫ ପ୍ରତିଶତ ପୋଡିଯାଇଛି। ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ତାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଯାଇଛି। ଏହି ସ୍ପର୍ଶକାତର ଘଟଣାରେ ମୋହନ ଚରଣ ମାଝୀ ନୀରବ ରହିବା ଅତ୍ୟନ୍ତ ଚିନ୍ତାଜନକ। ଏହି ଘଟଣା କେନ୍ଦ୍ରର ବେଟି ବଚାଓ, ବେଟି ପଢାଓ ସ୍ଲୋଗାନ ଯେ ଏକ ଫାର୍ସ-ତାହା ପ୍ରମାଣିତ କରୁଛି ।

FM କଲେଜ ଛାତ୍ରୀ ଆତ୍ମାହତ୍ୟା ଉଦ୍ୟମ ଘଟଣା : ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲେ ନବୀନ

ଭୁବନେଶ୍ବର : ବାଲେଶ୍ଵର FM କଲେଜ ଛାତ୍ରୀ ଆତ୍ମାହତ୍ୟା ଉଦ୍ୟମ ଘଟଣାରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସଂପୃକ୍ତ ଛାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିବା ସହିତ ଏହି ଘଟଣାରେ ସେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କରିଛନ୍ତି। ନବୀନ ପଟ୍ଟନାୟକ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି, କଲେଜର ଜଣେ ଅଧ୍ୟାପକଙ୍କ ଦ୍ଵାରା ଛାତ୍ରୀ ଜଣକ ଦୁର୍ବ୍ୟବହାରର ଶିକାର ହୋଇଥିଲେ। ଏ ସଂପର୍କରେ ସେ କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ କରିବା ସତ୍ତ୍ଵେ ତାଙ୍କୁ ନ୍ୟାୟ ମିଳିନଥିଲା। ଆଗରୁ ବି ଥରେ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ, କିନ୍ତୁ ବର୍ତ୍ତି ଯାଇଥିଲେ। ଗତ  ଜୁଲାଇ ୧ ରେ ସେ ଏହି କଥା ସୋସିଆଲ ମିଡିଆ ଜରିଆରେ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ଓ ବହୁ ଅଧିକାରୀଙ୍କ ଜରିଆରେ ଦୃଷ୍ଟି ଆକର୍ଷଣ କରିଥିଲେ। ତଥାପି କୌଣସି ଆକ୍ସନ ନ ହେବାରୁ ପ୍ରିନସପାଲଙ୍କ ଅଫିସ ଆଗରେ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏଥିରୁ ଜଣାପଡୁଛି, କେମିତି ବାରମ୍ଵାର ଚେଷ୍ଟା ସତ୍ତ୍ଵେ ଛାତ୍ରୀ ଜଣକ ନ୍ୟାୟରୁ ବଞ୍ଚିତ ହୋଇଥିଲେ। ଉଚ୍ଚଶିକ୍ଷାରେ ରାଜ୍ୟପାଳ ହେଉଛନ୍ତି  ସମସ୍ତ ସରକାରୀ ବିଶ୍ଵବିଦ୍ୟାଳୟର କୁଳାଧିପତି। ତେଣୁ ଏହି ଘଟଣାରେ କୁଳାଧିପତି ଭାବେ ହସ୍ତକ୍ଷେପ କରି ସଂପୃକ୍ତ ଛାତ୍ରୀଙ୍କୁ ରାଜ୍ୟପାଳ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଦାବି କରିଛନ୍ତି ନବୀନ ପଟ୍ଟନାୟକ।

ଦେବଦୂତ ସାଜିଲେ ପର୍ଯ୍ୟଟକ, ବଞ୍ଚାଇଲେ ଜଣଙ୍କ ଜୀବନ

ନନ୍ଦିଘୋଷ ବ୍ୟୁରୋ ; ମହାରାଷ୍ଟ୍ର ପୁଣେ ଜିଲ୍ଲାରେ ଅବସ୍ଥିତ ପ୍ରସିଦ୍ଧ କାଲୁ ଜଳପ୍ରପାତରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ଜଳପ୍ରପାତର ମୁଖ୍ୟ ପ୍ରବାହରେ ଫସି ରହିଥିବା ଜଣେ ପର୍ଯ୍ୟଟକଙ୍କୁ ସେଠାରେ ଉପସ୍ଥିତ ଯୁବକମାନେ ଉଦ୍ଧାର କରିଛନ୍ତି ।

କାଲୁ ନଦୀର ପ୍ରବଳ ସ୍ରୋତରେ ଜଣେ ପର୍ଯ୍ୟଟକ ଖସିପଡିଥିଲେ । ସେଠାରେ ଉପସ୍ଥିତ ପର୍ଯ୍ୟଟକମାନେ ସତର୍କତା ଓ ସାହସ ଦେଖାଇ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସେମାନଙ୍କ ପାଖରେ କିଛି ଉଦ୍ଧାର କାରିବା ଲାଗି ଉପକରଣ ନଥିଲା । ସେମାନେ ସ୍କାର୍ଫ ଓ ଶାଲ୍ ଯୋଡ଼ି ଦଉଡ଼ି ତିଆରି କରି ସୁରକ୍ଷତି ଭାବରେ ବାହାର କରିଛନ୍ତି ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବ୍ୟକ୍ତି ଜଣକ ଖସିଯିବା ସମୟରେ ଏକା ଥିଲେ। ତାଙ୍କ ସହିତ କୌଣସି ଗାଇଡ୍ ନଥିଲେ। ସେ ପାଣି ପ୍ରବାହ ପାର ହେବା ସମୟରେ ମଜା କରୁଥିଲେ। ଏହି ସମୟରେ ଏହି ଦୁର୍ଘଟଣା ଘଟିଥିଲା। ତା’ପରେ ତାଙ୍କ ଗୋଡ ଫସି ଯାଇଥିଲା ଓ ସେ ବାହାରକୁ ଆସିପାରିଲେ ନାହିଁ।

ନିୟମକୁ ଅଣଦେଖା କରୁଥିବା ପର୍ଯ୍ୟଟକମାନେ କେବଳ ନିଜ ଜୀବନକୁ ବିପଦରେ ପକାଇ ନ ଥାନ୍ତି ବରଂ ପର୍ଯ୍ୟଟନ ସ୍ଥଳଗୁଡ଼ିକର ପ୍ରତିଛବିକୁ ମଧ୍ୟ ନଷ୍ଟ କରନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ବିପଦପୂର୍ଣ୍ଣ ସ୍ଥାନକୁ ଯାଇ ଫଟୋ ଉଠାଇଥାନ୍ତି । ଯାହା ଫଳରେ  ଅସୁବିଧାର ସମ୍ମୁଖୀନ ହୁଅନ୍ତି ।

୧୦ ଫୁଟ ଉପରକୁ ଉଡି ଜେସିପି ଉପରେ ଝୁଲି ପଡିଲା କାର

ଉଦଳା : ୧୦ ଫୁଟ ଉପରକୁ ଉଡି ଜେସିପି ଉପରେ ଝୁଲି ପଡିଲା କାର। ଅଳ୍ପକେ ବର୍ତ୍ତିଲେ ୩ ଯୁବକ। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଜାମୁଘାଟ ପୋଲରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ବାଲେଶ୍ୱର ଆଡୁ ଏକ କାରରେ ତିନି ଜଣ ଯୁବକ ଅତି ବେପରୁଆ ଭାବେ ଦୃତ ଗତିରେ ଗାଡି ଚଳାଇ ଯିବା ସମୟରେ ଜାମୁଘାଟ ନିକଟରେ ଭାରସାମ୍ୟ ହରାଇ ମାଟି ଗଦା ଉପରେ ଚଢ଼ିଯାଇଥିଲା। ୧୦ ରୁ ୧୫ ଫୁଟ ଉପରକୁ ଯାଇ ସାମ୍ନାରେ ଥିବା ଏକ ଜେସିବି ଉପରେ ଲାଗି ଝୁଲି ପଡିଲା କାର। । ସ୍ଥାନୀୟ ଲୋକ ପହଞ୍ଚି କାର୍ ଭିତରେ ଥିବା ୩ ଯୁବକଙ୍କୁ ଉଦ୍ଧାର କରିଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡିରୁ ବେଲୁନ୍ ବାହାରି ପଡିଥିଲା । ପୋଲିସ ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରି ତଦନ୍ତ କରୁଛି। ଗାଡିଟି ପଶ୍ଚିମବଙ୍ଗର ବୋଲି ଜଣାପଡିଛି ।

ରାଜ୍ୟସଭା ପାଇଁ ୪ ଜଣଙ୍କୁ ମନୋନୀତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଜ୍ୟସଭା ପାଇଁ ୪ ଜଣ ମନୋନୀତ ହୋଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ରାଜ୍ୟସଭା ପାଇଁ ୪ ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କରିଛନ୍ତି। ଏଥିରେ ସରକାରୀ ଓକିଲ ଉଜ୍ଜ୍ୱଳ ଦେବରାଓ ନିକମ, କେରଳର ବରିଷ୍ଠ ସମାଜସେବୀ ଏବଂ ଶିକ୍ଷାବିତ୍ ସି. ସଦାନନ୍ଦନ ମାଷ୍ଟର, ଭାରତର ପୂର୍ବତନ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରିଙ୍ଗଲା ଏବଂ ପ୍ରଖ୍ୟାତ ଐତିହାସିକ ଏବଂ ଶିକ୍ଷାବିତ୍ ମୀନାକ୍ଷୀ ଜୈନଙ୍କ ନାମ ରହିଛି। ୪ ଜଣଙ୍କୁ ମନୋନୀତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ଵର : ଆସନ୍ତାକାଲି AIIMS ଭୁବନେଶ୍ଵରର ପଞ୍ଚମ ସମାବର୍ତ୍ତନ ଉତ୍ସବ । ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଅଭିଭାଷଣ ରଖିବା ସହିତ ମୋଟ ୬୪୩ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ସାର୍ଟିଫିକେଟ୍ ପ୍ରଦାନ କରିବେ। ସେହିପରି ୩୧ ଜଣ କୃତି ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବିଭାଗରେ ସଫଳତା ପାଇଁ ୫୯ଟି ସ୍ଵର୍ଣ୍ଣ ପଦକ ପ୍ରଦାନ କରିବେ ମହାମହିମ। ସେପଟେ ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ପୂର୍ବରୁ ଭୁବନେଶ୍ୱର ଏମ୍ସରେ ସମୀକ୍ଷା ବୈଠକ ବସିଥିଲା। ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ଭୁବନେଶ୍ୱର ଡିସିପି ଓ ବରିଷ୍ଠ ପୋଲିସ ଅଧିକାରୀ ସାମିଲ ଥିଲେ। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଟ୍ବିନ ସିଟିରେ ମୋଟ୍ ୯୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ୫୦ରୁ ଅଧିକ ଅଫିସର ନିୟୋଜିତ ହେବେ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି। ଆଜି ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କାରକେଡ ରିହର୍ସଲ କରାଯିବ ବୋଲି କମିଶନରେଟ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଝାଡ଼ାବାନ୍ତି, ୪୦ରୁ ଅଧିକ ପିଲା ମେଡିକାଲରେ ଭର୍ତ୍ତି

କଟକ : କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଝାଡ଼ାବାନ୍ତି। ଦୁଇଟି ହଷ୍ଟେଲର ୪୦ରୁ ଅଧିକ ପିଲା କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ହଷ୍ଟେଲ ଖାଦ୍ୟ ଖାଇ ସେମାନେ ଅସୁସ୍ଥ ହୋଇଥିବାର ଅନୁମାନ କରାଯାଉଛି। ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି ଏସିବି ଟିମ। ପରବର୍ତୀ ସମୟରେ ଯାଞ୍ଚ କରାଯିବ କାହିଁକି ଏମିତି ଘଟିଲା । ନିୟୁ ପିଜି ହଷ୍ଟେଲର ୩୭ ଜଣ ଓ ଧର୍ମପଦ ହଷ୍ଟେଲର ୭ ଜଣ ଏସିବିରେ ଭର୍ତ୍ତି ହୋଇଛନ୍ତି। ତେବେ ଏ ନେଇ ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ ଭିସି ଓ SCB ସୁପରିଟେଣ୍ଡେଣ୍ଟ ।

ତୈଳ ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ

ନନ୍ଦିଘୋଷ ବ୍ୟୁରୋ : ରବିବାର ଚେନ୍ନାଇ ବନ୍ଦରରୁ ଡିଜେଲ ବୋଝେଇ ଏକ ମାଲବାହୀ ଟ୍ରେନରେ ତିରୁଭଲ୍ଲୁର ନିକଟରେ ନିଆଁ ଲାଗିଯାଇଥିଲା। ଟ୍ରେନର ଚାରୋଟି କୋଚ ଲାଇନଚ୍ୟୁତ ହୋଇଥିଲା ଓ ସେହି ସମୟରେ ନିଆଁ ଲାଗିଯାଇଥିଲା। ଘଟଣା ପରେ ତୁରନ୍ତ ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ଜାରି ରହିଛି।

ଚାରୋଟି କ୍ୟାନରେ ଡିଜେଲ ଭର୍ତ୍ତି କରାଯାଇଥିଲା ରେଳବାଇ ଅଧିକାରୀମାନେ କହିଛନ୍ତି ଯେ ଟ୍ରେନ୍‌ଟି ଡିଜେଲରେ ଭର୍ତ୍ତି କରାଯାଇଥିଲା ଏବଂ ନିଆଁ ଲାଗିଥିବା ଚାରୋଟି କୋଚକୁ ପୃଥକ କରିବା ପାଇଁ ବାକି ୪୮ କୋଚକୁ ବାହାର କରିବା କାମ ଦ୍ରୁତ ଗତିରେ ଚାଲିଛି। ଏହି ଦୁର୍ଘଟଣା ଯୋଗୁଁ ଚେନ୍ନାଇ-ଆରାକୋନମ୍ ରେଳ ସେକ୍ସନରେ ଟ୍ରେନ୍‌ଗୁଡ଼ିକର ଚଳାଚଳ ବନ୍ଦ ହୋଇଯାଇଛି।

ଟ୍ରେନରୁ ଦୂରେଇ ରହିବାକୁ ପ୍ରଶାସନ ନିବେଦନ କରିଛି । ଅଧିକାରୀମାନେ କହିଛନ୍ତି ଯେ ଅଗ୍ନିକାଣ୍ଡର କାରଣ ଟ୍ରେନ ଲାଇନଚ୍ୟୁତ। ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଚାଲିଛି । ଏପର୍ଯ୍ୟନ୍ତ କୌଣସି ମୃତାହତର ଖବର ମିଳିନାହିଁ। ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି।

ନିକଟବର୍ତ୍ତୀ ଅଞ୍ଚଳରୁ ଏଲପିଜି ସିଲିଣ୍ଡର ହଟାଇ ଦିଆଯାଇଛି  । ଅଗ୍ନିକାଣ୍ଡ ଯୋଗୁଁ ଅନେକ ଟ୍ରେନ ପ୍ରଭାବିତ ହୋଇଛି ଦକ୍ଷିଣ ରେଳବାଇ ଟ୍ୱିଟ୍ କରି କହିଛି ଯେ ଥିରୁଭଲ୍ଲୁର ନିକଟରେ ଅଗ୍ନିକାଣ୍ଡ ଘଟଣା ଯୋଗୁଁ, ସୁରକ୍ଷା ଦୃଷ୍ଟିରୁ ଓଭରହେଡ୍ ବିଦ୍ୟୁତ୍ ଯୋଗାଣ ବନ୍ଦ କରାଯାଇଛି। ଏହି କାରଣରୁ, ଟ୍ରେନ ରୁଟ୍ ପରିବର୍ତ୍ତନ କରାଯାଇଛି।

ଶୋଇଥିବା ବେଳେ ଚଢ଼ିଗଲା କାର୍, ଚାଲିଗଲା ୫ ଜଣଙ୍କ ଜୀବନ

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଶୋଇଥିବା ବେଳେ ମାଡିଗଲା କାର । ଦିଲ୍ଲୀର ବସନ୍ତ ବିହାର ଅଞ୍ଚଳରେ ଏକ ଦ୍ରୁତଗାମୀ କାର ଫୁଟପାଥରେ ଶୋଇଥିବା ପାଞ୍ଚ ଜଣଙ୍କୁ ଚାପି ଦେଇଥିଲା। ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କୁ ଦିଲ୍ଲୀର ଦ୍ୱାରକା ଅଞ୍ଚଳର ବାସିନ୍ଦା ଉତ୍ସବ ଶେଖର ବୋଲି ଜଣାପଡିଛି ।  ଦୁର୍ଘଟଣା ପରେ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା। ଡାକ୍ତରୀ ପରୀକ୍ଷାରୁ ଗାଡି ଚଳାଉଥିବା ଚାଳକ ମଦ୍ୟପାନ କରିଥିଲେ ।

ଦୁର୍ଘଟଣା ସମୟରେ, ଲୋକମାନେ ଫୁଟପାଥରେ ଶୋଇଥିଲେ, ଠିକ୍ ସେହି ସମୟରେ ଏକ ଧଳା କାର ଦ୍ରୁତ ଗତିରେ ଆସି ଗୋଟିଏ ପରେ ଗୋଟିଏ ପାଞ୍ଚ ଜଣଙ୍କୁ ଚଢ଼ିଗଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, କାରଟି ଦ୍ରୁତ ଗତିରେ ଚାଲୁଥିଲା। ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ସ୍ଥାନୀୟ ଲୋକମାନେ ତୁରନ୍ତ ପୋଲିସକୁ ଦୁର୍ଘଟଣା ବିଷୟରେ ସୂଚନା ଦେଇଥିଲେ। କାର ଚାଳକ ମଦ୍ୟପାନ କରିଥିବା ପରି ମନେ ହେଉଥିଲା। କିଛି ସମୟ ପରେ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା।

ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ  ।