spot_img
Home Blog Page 560

ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାର ସଠିକ ତଦନ୍ତ କରାଯାଇ ନ୍ୟାୟ ଦିଆଯିବ: କ୍ରାଇମବ୍ରାଞ୍ଚ ଡିଜି

ନନ୍ଦିଘୋଷ ବ୍ୟୁରୋ: ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲାକୁ ନେଇ କ୍ରାଇମବ୍ରାଞ୍ଜ ଡିଜି ବିନୟତୋଷ ମିଶ୍ରଙ୍କ ସାମ୍ବାଦିକ ସମ୍ମିଳନୀ । କହିଲେ, ମାମଲାର ତଦନ୍ତ ଜାରି ରହିଛି । ଅନେକ କିଛି ସୁରାକ ମିଳିଛି । ଘଟଣାର ସଠିକ ତଦନ୍ତ କରାଯାଇ ନ୍ୟାୟ ପ୍ରଦାନ କରାଯିବ ।

ସେ କହିଛନ୍ତି, ମୃତ୍ୟୁ ଘଟଣାରେ ବହୁତ ଲୋକଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି । ସିସିଟିଭି ଯାଞ୍ଚ କରାଯିବା ସହ ଡିଜିଟାଲ ଏଭିଡେନ୍ସ ସଂଗ୍ରହ କରାଯାଇଛି । ଏବେ ବି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ ଜାରି ରଖିଛି । ମାମଲାର ସଠିକ ତଦନ୍ତ ହେବ ଓ ନ୍ୟାୟ ମିଳିବ । ତଦନ୍ତରୁ ବହୁତ କିଛି ତଥ୍ୟ ମିଳିଛି । ତରତର ହେବାର ନାହିଁ, ସମସ୍ତଙ୍କୁ ନ୍ୟାୟ ମିଳିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ।

ବାଲେଶ୍ଵର ଗସ୍ତରେ ଯାଇ ପ୍ରଥମେ କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଟିମ ସହିତ ଆଲୋଚନା କରିଥିଲେ ବିନୟତୋଷ । ପରେ ପୂର୍ବାଞ୍ଚଳ ଡିଆଇଜିଙ୍କ ଅଫିସରେ ଡିଆଇଜିଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ଫକୀର ମୋହନ କଲେଜରେ ପହଞ୍ଚି କ୍ରାଇମ ସ୍ପଟ ବୁଲି ଦେଖିଥିଲେ । ଘଟଣାସ୍ଥଳ ବୁଲିବା ପରେ ପ୍ରିନ୍ସିପାଲଙ୍କ ଚାମ୍ବରରେ କଲେଜ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରିଥିଲେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ।

ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡ଼ିତା, ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ଏମ୍ସକୁ କରାଗଲା ଏୟାରଲିଫ୍ଟ

ଭୁବନେଶ୍ବର : ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡ଼ିତା। ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ଏମ୍ସକୁ କରାଗଲା ଏୟାରଲିଫ୍ଟ। ଏଥିପାଇଁ ଭୁବନେଶ୍ୱର ଏମ୍ସରୁ ବିଜୁ ପଟ୍ଟନାୟକ ବିମାନବନ୍ଦର ଯାଏଁ ହୋଇଥିଲା ଗ୍ରୀନ କରିଡର । କମିଶନରେଟ ପୋଲିସ ପକ୍ଷରୁ ଗ୍ରୀନ କରିଡର ବ୍ୟବସ୍ଥା କରାଯାଇଥିଲା। ପୀଡିତାଙ୍କ ଯିବା ରାସ୍ତା ହୋଇଥିଲା ଟ୍ରାଫିକ ଫ୍ରି । ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏଥିପାଇଁ ତାଙ୍କୁ ଦିଲ୍ଲୀ ପଠାଇବାକୁ ନିଷ୍ପତ୍ତି ହୋଇଥିଲା। ଦିଲ୍ଲୀ ଏମସରେ ସ୍ଵତନ୍ତ୍ର ଟିମ୍ ଚିକତ୍ସା କରିବେ । ପୀଡ଼ିତାଙ୍କ ଶରୀରର ୭୦ରୁ ୭୫ ପ୍ରତିଶତ ପୋଡିଯାଇଛି। ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମସକୁ ପୀଡ଼ିତାଙ୍କୁ ପଠାଯାଇଛି।

ଏୟାର ଲିଫ୍ଟ ହେଉଛନ୍ତି ବଳଙ୍ଗା ପୀଡ଼ିତା, ଏମ୍ସରୁ ବିମାନବନ୍ଦର ଯାଏଁ ଗ୍ରୀନ କରିଡର

ଭୁବନେଶ୍ବର : ଏୟାର ଲିଫ୍ଟ ହେଉଛନ୍ତି ବଳଙ୍ଗା ପୀଡ଼ିତା । ଦିଲ୍ଲୀ ଏମ୍ସକୁ କରାଯାଉଛି ଏୟାରଲିଫ୍ଟ। ଭୁବନେଶ୍ୱର ଏମ୍ସରୁ ଆମ୍ବୁଲାନ୍ସ ଯୋଗେ ବିମାନ ବନ୍ଦରକୁ ନିଆଯାଉଛି ।  ବିଜୁ ପଟ୍ଟନାୟକ ବିମାନବନ୍ଦର ହୋଇଛି ଗ୍ରୀନ କରିଡର । କମିଶନରେଟ ପୋଲିସ ପକ୍ଷରୁ ଗ୍ରୀନ କରିଡର ବ୍ୟବସ୍ଥା କରାଯାଇଛି। ପୀଡିତାଙ୍କ ଯିବା ରାସ୍ତା ହୋଇଛି ଟ୍ରାଫିକ ଫ୍ରି । କମିଶନରେଟ ପୋଲିସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ଟ୍ରାଫିକ ଓ୍ବିଙ୍ଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । କମ ସମୟରେ ପୀଡିତାଙ୍କୁ ବିମାନ ବନ୍ଦରରେ ପହଞ୍ଚାଇବା ପ୍ରାଥମିକତା ରହିବ ବୋଲି ସୂଚନା ଦେଇଛନ୍ତି ଡିସିପି । ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏଥିପାଇଁ ତାଙ୍କୁ ଦିଲ୍ଲୀ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀ ଏମସରେ ସ୍ଵତନ୍ତ୍ର ଟିମ୍ ଚିକତ୍ସା କରିବେ I ସେଠାରୁ ଏକ ଟିମ୍ ଆସି ପୀଡ଼ିତାଙ୍କ ସହିତ ରହିବେ। ପୀଡ଼ିତାଙ୍କ ଶରୀରର ୭୦ରୁ ୭୫ ପ୍ରତିଶତ ପୋଡିଯାଇଛି। ଡାକ୍ତରୀ ଟିମ୍ ଓ ପୀଡ଼ିତାଙ୍କ ପରିବାର ସହ ଆଲୋଚନା।

ମେଡିକାଲରୁ ଡିସଚାର୍ଜ ପରେ ପ୍ରଣବଙ୍କୁ ଭେଟିବାକୁ ନେତା ଓ କର୍ମୀଙ୍କ ଅସମ୍ଭାଳ ଭିଡ଼

ଯାଜପୁର : ମେଡିକାଲରୁ ଡିସଚାର୍ଜ ପରେ ଯାଜପୁର କାଳୀମେଘା ବାସଭବନରେ ପହଞ୍ଚିଲେ ପୂର୍ବତନ ବିଧାୟକ ତଥା ବିଜେଡି ଉପସଭାପତି ପ୍ରଣବ ପ୍ରକାଶ ଦାସ। ପ୍ରଣବଙ୍କୁ ଭେଟିବାକୁ ନେତା ଓ କର୍ମୀଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ଏଫଏମ କଲେଜ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଲୋୟର ପିଏମଜିରେ ରାଜ୍ୟ ସରକାରଙ୍କ ଆପାରଗତାକୁ ନେଇ ଆନ୍ଦୋଳନ ଚାଲିଥିବା ବେଳେ ପ୍ରଣବ ଆହତ ହୋଇଥିଲେ। ଏହି ଆନ୍ଦୋଳନରେ ପ୍ରଣବଙ୍କ ସମେତ ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେ଼ଇ, ରାଜ୍ୟସଭା ସାଂସଦ ସୁଲତା ଦେଓ ଓ ଅନ୍ୟ କିଛି ନେତା ଆହତ ହୋଇଥିଲେ। ପୋଲିସର ଅମାନୁଷିକ ରବର ବୁଲେଟ ଚାଳନାରେ ସେମାନେ ଆହତ ହୋଇଥିଲେ। ସୁସ୍ଥ ହେବା ପରେ ଆଜି ଯାଜପୁର ବାସଭବନରେ ପ୍ରଣବଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା କରିଛନ୍ତି ଶହ ଶହ ସଂଖ୍ୟକ ସମର୍ଥକ, କର୍ମୀ ଓ ନେତା। ଜିଲ୍ଲାର ବିଭିନ୍ନ ଅଂଚଳରୁ ସାଧାରଣ ଜନତା ମଧ୍ୟ ଆସି ପ୍ରଣବଙ୍କୁ ଭେଟି ମା ବିରଜାଙ୍କ ନିକଟରେ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଏମସରୁ ଆସିଲା ବଡ଼ ଖବର, ଦିଲ୍ଲୀ ଏମସକୁ ଏୟାର ଲିଫ୍ଟ ହେବେ ବଳଙ୍ଗା ପୀଡ଼ିତା

ଭୁବନେଶ୍ବର : ଏମସରୁ ଆସିଲା ବଡ଼ ଖବର। ଏୟାର ଲିଫ୍ଟ ହେବେ ବଳଙ୍ଗା ପୀଡ଼ିତା। ଦିଲ୍ଲୀ ଏମସକୁ କରାଯିବ ଏୟାରଲିଫ୍ଟ। ଦିନ ୧୨ଟାରୁ ସାଢ଼େ ୧୨ଟା ଭିତରେ ଏୟାରଲିଫ୍ଟ କରାଯିବ। ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏଥିପାଇଁ ତାଙ୍କୁ ଦିଲ୍ଲୀ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀ ଏମସରେ ସ୍ଵତନ୍ତ୍ର ଟିମ୍ ଚିକତ୍ସା କରିବେ । ସେଠାରୁ ଏକ ଟିମ୍ ଆସି ପୀଡ଼ିତାଙ୍କ ସହିତ ରହିବେ। ପୀଡ଼ିତାଙ୍କ ଶରୀରର ୭୦ରୁ ୭୫ ପ୍ରତିଶତ ପୋଡିଯାଇଛି। ଡାକ୍ତରୀ ଟିମ୍ ଓ ପୀଡ଼ିତାଙ୍କ ପରିବାର ସହ ଆଲୋଚନା।

ଉଡ଼ାଣ ଭରିବା ମାତ୍ରେ ବୋଇଂ ବିମାନର ଇଞ୍ଜିନରେ ଲାଗିଗଲା ନିଆଁ

ନନ୍ଦିଘୋଷ ବ୍ୟୁରୋ  : ଉଡ଼ାଣ ଭରିବା ମାତ୍ରେ ବୋଇଂ ବିମାନର ଇଞ୍ଜିନରେ ଲାଗିଗଲା ନିଆଁ  । ଜରୁରୀକଳୀନ ଅବତରଣ କଲା ବିମାନ । ଲସ୍ ଆଞ୍ଜେଲସ୍ ଅନ୍ତର୍ଜାତୀୟ ବିମାନବନ୍ଦର (LAX)ରୁ ଆଟଲାଣ୍ଟା ଯାଉଥିବା ଏକ ଡେଲ୍ଟା ଏୟାରଲାଇନ୍ସ ବିମାନ ଉଡ଼ାଣ ଆରମ୍ଭ କରିଥିଲା । ଅବତରଣ କରିବା ପରେ, ବିମାନବନ୍ଦର ଅଗ୍ନିଶମ ବାହିନୀ ତୁରନ୍ତ ଇଞ୍ଜିନରେ ଲାଗିଥିବା ନିଆଁକୁ ଲିଭାଇ ଦେଇଥିଲେ। ଏହି ଦୁର୍ଘଟଣାରେ କୌଣସି ମୃତାହତ ହୋଇଥିବା ରିପୋର୍ଟ ନାହିଁ।

୧୮ ଜୁଲାଇରେ ଡେଲ୍ଟା ଏୟାରଲାଇନ୍ସର ଏକ ବିମାନ ଲସ୍ ଆଞ୍ଜେଲସ୍ ଅନ୍ତର୍ଜାତୀୟ ବିମାନବନ୍ଦର ରୁ ଆଟଲାଣ୍ଟା ପାଇଁ ଉଡ଼ାଣ ଭରଥିଲା। ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ, ବିମାନର କର୍ମଚାରୀମାନେ ବିମାନର ବାମ ଇଞ୍ଜିନରେ ନିଆଁ ଲାଗିବାର ସଙ୍କେତ ପାଇଲେ। ଏହା ପରେ ପାଇଲଟ୍ମାନେ ତୁରନ୍ତ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି LAX ଫେରିବାକୁ ଅନୁରୋଧ କଲେ। ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ବିମାନର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ସମନ୍ୱୟ ସ୍ଥାପନ କରିଥିଲା ଓ ବିମାନବନ୍ଦରର ଜରୁରୀକାଳୀନ ଦଳଗୁଡ଼ିକୁ ସତର୍କ କରିଥିଲା। ଅବତରଣ ପରେ, ଅଗ୍ନିଶମ କର୍ମଚାରୀମାନେ ତୁରନ୍ତ କାର୍ଯ୍ୟରେ ଆସି ଇଞ୍ଜିନରେ ଲାଗିଥିବା ନିଆଁକୁ ଲିଭାଇ ଦେଇଥିଲେ। ସୂଚନା ଅନୁଯାୟୀ, କୌଣସି ଯାତ୍ରୀ କିମ୍ବା କ୍ରୁ ସଦସ୍ୟ ଆହତ ହୋଇ ନଥିଲେ। ଉଡ଼ାଣ ଭରିବା ସମୟରେ ବିମାନର ଇଞ୍ଜିନରେ ନିଆଁ ଲାଗିବାର ଦୃଶ୍ୟ ଏକ ଭିଡିଓରେ କଏଦ ହୋଇଛି। ଯେଉଁଥିରେ ବିମାନର ବାମ ଇଞ୍ଜିନରୁ ନିଆଁ ବାହାରୁଥିବାର ଦେଖାଯାଇଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଉତ୍ତରକାଶୀ ହେଲିକପ୍ଟର ଦୁର୍ଘଟଣାର ଆସିଲା ରିପୋର୍ଟ, କେବୁଲରେ ବାଜିଥିଲା ଚପର ବ୍ଲେଡ୍

ନନ୍ଦିଘୋଷ ବ୍ୟୁରୋ : ୮ ମଇ ୨୦୨୫ରେ ହୋଇଥିବା ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏରୋଟ୍ରାନ୍ସ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡର ଏକ ବେଲ୍ ୪୦୭ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ପାଇଲଟ୍ ସମେତ ଛଅ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଏହି ଦୁର୍ଘଟଣାର ରିପୋର୍ଟ ପ୍ରକାଶ କରିଛି ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ (AAIB)। AAIBର ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ ହେଲିକପ୍ଟରର ରୋଟର ବ୍ଲେଡ୍ ଓଭରହେଡ୍ କେବୁଲ୍ ସହିତ ଧକ୍କା ହୋଇଥିଲା, ଯାହା ପରେ ହେଲିକପ୍ଟରଟି ପାହାଡ଼ ତଳକୁ ଖସିପଡ଼ିଥିଲା। ୨୫୦ ଫୁଟ ଗଭୀର ଖାଲରେ ଗଛରେ ପିଟି ହେବା ପରେ ଏହା ବନ୍ଦ ହୋଇଗଲା। ଏହି ଦୁର୍ଘଟଣାର ମୂଳ କାରଣ ଖୋଜିବା ପାଇଁ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

AAIB କହିଛି ଯେ ହେଲିକପ୍ଟରଟି ମେ ୮ ତାରିଖ ସକାଳ ୮.୧୧ ରେ ଖରସାଲି ହେଲିପ୍ୟାଡରୁ ଉଡ଼ାଣ ଭରିଥିଲା। ଉତ୍ତରକାଶୀର ଗଙ୍ଗାନୀରେ ସକାଳ ୮.୩୫ ରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ, ହେଲିକପ୍ଟରଟି ନଷ୍ଟ ହୋଇଯାଇଥିଲା, କିନ୍ତୁ ଏଥିରେ ନିଆଁ ଲାଗି ନଥିଲା। ନିର୍ଦ୍ଧାରିତ ଉଚ୍ଚତାରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଉଡ଼ିବା ପରେ, ହେଲିକପ୍ଟରଟି ତଳକୁ ଓହ୍ଲାଇବା ଆରମ୍ଭ କରିଥିଲା।ଉତ୍ତରକାଶୀର ଗଙ୍ଗାନି ନିକଟରେ ଉତ୍ତରକାଶୀ-ଗଙ୍ଗୋତ୍ରୀ ରାସ୍ତାରେ ପାଇଲଟ୍ ହେଲିକପ୍ଟରର ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରିଥିଲେ। ସେହି ସମୟରେ, ହେଲିକପ୍ଟରର ମୁଖ୍ୟ ରୋଟର ବ୍ଲେଡ୍ ରାସ୍ତା ଦେଇ ଯାଉଥିବା ଓଭରହେଡ୍ ଫାଇବର କେବୁଲ ସହିତ ଧକ୍କା ହୋଇଥିଲା। ରିପୋର୍ଟରେ କୁହାଯାଇଛି ଯେ ରାସ୍ତା କଡ଼ରେ ସ୍ଥାପିତ କିଛି ଧାତୁ ବ୍ୟାରିକେଡ୍ କ୍ଷତିଗ୍ରସ୍ତ ହୋଇଛି। ରୋଲ୍ସ ରଏସ୍ ଇଞ୍ଜିନ୍ ଦ୍ୱାରା ଚାଳିତ ଏହି ହେଲିକପ୍ଟରଟି ୨୦୦୮ ମସିହାରେ ନିର୍ମିତ ହୋଇଥିଲା।

ଝଡ଼ ତୋଫାନରେ ଓଲଟିଲା ଡଙ୍ଗା, ୩୪ ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ : ଶନିବାର ଦିନ ଭିଏତନାମରେ ତାଣ୍ଡବ ରଚିଲା ଝଡ ତୋଫାନ । ଦର୍ଶନୀୟ ସ୍ଥାନ ବୁଲିବା ସମୟରେ ହଠାତ୍ ଝଡ଼ ଯୋଗୁଁ ଏକ ପର୍ଯ୍ୟଟକ ଡଙ୍ଗା ଓଲଟି ପଡ଼ିଥିଲା । ଫଳରେ ୩୪ ଜଣଙ୍କ ଜୀବନ ଚାଲିଯାଇଛି । ରିପୋର୍ଟ ଅନୁସାରେ, ୱଣ୍ଡର ସି ଡଙ୍ଗାଟି ୪୮ ଜଣ ଯାତ୍ରୀ ଓ ପାଞ୍ଚ ଜଣ କ୍ରୁ ସଦସ୍ୟଙ୍କୁ ନେଇ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ହା ଲଙ୍ଗ ବେ ଅଭିମୁଖେ ଯାତ୍ରା କରୁଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଡଙ୍ଗା ବୁଡ଼ି ଯାଇଥିବା ସ୍ଥାନରୁ ଉଦ୍ଧାରକାରୀମାନେ ୧୧ ଜଣଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରେ ଜଣେ ୧୪ ବର୍ଷୀୟ ବାଳକ ମଧ୍ୟ ଅଛି, ଯାହାକୁ ଓଲଟି ପଡ଼ିଥିବା ଡଙ୍ଗାରେ ଫସି ରହିବାର ଚାରି ଘଣ୍ଟା ପରେ ଉଦ୍ଧାର କରାଯାଇଥିଲା। ଅଧିକାଂଶ ଯାତ୍ରୀ ଦେଶର ରାଜଧାନୀ ହାନୋଇରୁ ଆସିଥିବା ପର୍ଯ୍ୟଟକ ଥିଲେ, ଯେଉଁଥିରେ ପ୍ରାୟ ୨୦ ଜଣ ପିଲା ମଧ୍ୟ ଥିଲେ। ଅନେକ ଗଣମାଧ୍ୟମ ରିପୋର୍ଟରେ ୨୩ ଜଣ ନିଖୋଜ ଥିବା ମଧ୍ୟ ରିପୋର୍ଟ କରାଯାଇଛି। ଘଟଣାସ୍ଥଳରୁ ସମସ୍ତ ମୃତକଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଭିଏତନାମ ପାଣିପାଗ ବିଭାଗ ଏକ ଉଷ୍ଣକଟିବନ୍ଧୀୟ ଝଡ଼ର ଚେତାବନୀ ମଧ୍ୟ ଜାରି କରିଛି, ଯାହା ନିରନ୍ତର ଏହି ଅଞ୍ଚଳ ଆଡକୁ ଗତି କରୁଛି। ପାଣିପାଗ ବିଭାଗ କହିଛି ଯେ ଟାଇଫୁନ୍ ଭିଫା ଆସନ୍ତା ସପ୍ତାହରେ ହା ଲଙ୍ଗ ବେ ଉପକୂଳ ସମେତ ଭିଏତନାମର ଉତ୍ତର ଅଞ୍ଚଳକୁ ଧକ୍କା ଦେବ।

ଜୋର ଧରିଲା ଜାମ୍ମୁ ଓ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି

ଶ୍ରୀନଗର : ଜୋର ଧରିଲା ଜାମ୍ମୁ ଓ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି। ଏନେଇ ଆଜି ଜାମ୍ମୁ ଓ କାଶ୍ମୀରରେ କଂଗ୍ରେସ କରିବ ବିକ୍ଷୋଭ। ଏହି ଦାବି ନେଇ ଆସନ୍ତା ୨୨ରେ ସଂସଦ ଘେରାଉ କରିବାକୁ ଦଳ ନିଷ୍ପତ୍ତି ନେଇଛି। ଆଜି ଜାମୁ ରାଜଭବନ ସମ୍ମୁଖରେ ଦଳ କରିବ ପ୍ରତିବାଦ ଆନ୍ଦୋଳନ। ଜାମ୍ମୁ ଓ କାଶ୍ମୀର ପିସିସି ସଭାପତି ତାରିକ ହମିଦ କାରା କହିଛନ୍ତି- ସମ୍ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ଯାଏ ଦଳ ସଂଗ୍ରାମ କରି। ୨୧ରେ ଦିଲ୍ଲୀ ଚଲୋ ଅଭିଯାନ କରାଯିବା ସହ ୨୨ରେ ପାର୍ଲାମେଣ୍ଟ ଘେରାଉ କରାଯିବ। ପୂର୍ଣ୍ଣ ରାଜ୍ୟ ପାହ୍ୟା ଦେବା ଲାଗି ପ୍ରଧାନମନ୍ତ୍ରୀଙ୍କୁ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ପତ୍ର ଲେଖିବା ପରେ ଏହି ଦାବି ଜୋର ଧରିଛି। ସଂସଦ ଅଧିବେଶନ ବେଳ ଏନେଇ ଏକ ବିଲ ଆଣିବାକୁ ସେମାନେ ଦାବି କରିଥିଲେ। ଏହି ବିକ୍ଷୋଭରେ ଦଳର ବରିଷ୍ଠ ନେତା, ବିଧାୟକ, ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ ପ୍ରମୁଖ ସାମିଲ ହେବେ।

ବିହାର ନିର୍ବାଚନ ଲାଗି ମହାଗଠବନ୍ଧନରେ ଚାଲିଛି ଆସନ ବୁଝାମଣା

ପାଟନା : ବିହାର ବିଧାନସଭା ନିର୍ବାଚନ ଲାଗି ମହାଗଠବନ୍ଧନରେ ଚାଲିଛି ଆସନ ବୁଝାମଣା । ସମ୍ଭବତଃ ୨୦୨୦ ନିର୍ବାଚନ ବେଳେ ହୋଇଥିବା ଆସନ ବୁଝାମଣାକୁ ଚଳିତ ନିର୍ବାଚନରେ ଗ୍ରହଣ କରାଯାଇପାରେ । ଏନେଇ କଂଗ୍ରେସ ଓ ଆରଜେଡି ମଧ୍ୟରେ ଚାଲିଛି କଥାବାର୍ତ୍ତା । ଗତ ନିର୍ବାଚନରେ ଆରଜେଡି ୧୪୪ ଆସନ, କଂଗ୍ରେସ ୭୦ ଆସନରେ ଲଢିଥିଲେ । ଆରଜେଡି ୭୫ ଆସନରେ ବିଜୟୀ ହୋଇଥିବାବେଳେ କଂଗ୍ରେସକୁ ମାତ୍ର ୧୯ ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ଏଦୃଷ୍ଟିରୁ କଂଗ୍ରେସକୁ ଅଧିକ ଆସନ ଦେବା ଲାଗି ଆରଜେଡି ଚାହୁଁ ନଥିବା ଚର୍ଚ୍ଚା ହେଉଛି । ସେହିପରି ମହାଗଠବନ୍ଧନରେ ଥିବା ସିପିଆଇଏମଏଲ 19 ଆସନରେ ଲଢି 12ଟିରେ ବିଜୟୀ ହୋଇଥିଲା । ସିପିଆଇ ୬ ଆସନରେ ଲଢି ୨ ଆସନରେ ଏବଂ ସିପିଏମ ୪ ଆସନରେ ଲଢି ୨ ଆସନରେ ବିଜୟୀ ହୋଇଥିଲେ । ଗତ ନିର୍ବାଚନରେ ବିଜେପି ସର୍ବାଧିକ ୭୯ ଆସନ ଲାଭ  କରିଥିବାବେଳେ ଆରଜେଡି ଦ୍ବିତୀୟ ସର୍ବାଧିକ ୭୭ ଆସନ ହାସଲ କରିଥିଲା । ଏ ଦୃଷ୍ଟିରୁ ଚଳିତ ଥର କଂଗ୍ରେସକୁ ୫୦ରୁ ୫୫ ଆସନ ଦେବାକୁ ଚାହୁଁଛି ଆରଜେଡି । ଚଳିତ ଥର ମହାଗଠବନ୍ଧନରେ ମୁକେଶ ସାହନିଙ୍କ ବିକାଶଶୀଳ ଇନସାନ ପାର୍ଟି ଓ ପଶୁପତି କୁମାର ପାରସଙ୍କ ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟିକୁ ସାମିଲ କରାଯିବା ସମ୍ଭାବନା ଥିବାରୁ ଆସନ ବୁଝାମଣା ଅଧିକ ଜଟିଳ ହୋଇପାରେ । ତେଣୁ କଂଗ୍ରେସକୁ କମ୍ ଆସନ ଦେଲେ ହିଁ ଏହି ଦୁଇ ଦଳକୁ ସନ୍ତୁଷ୍ଟ କରାଯାଇପାରିବ ବୋଲି ଚର୍ଚ୍ଚ ଚାଲିଛି । ଏଦୃଷ୍ଟିରୁ ଆରଜେଡି ଅତି କମରେ ୧୪୦ ଆସନ ଲଢିବା ନିଶ୍ଚିତ ହୋଇଛି । ବିକାଶଶୀଳ ଇନସାନ ପାର୍ଟିକୁ ୧୨ ଆସନରେ ଲଢିବା ଲାଗି କୁହାଯାଇପାରେ । ଗତ ନିର୍ବାଚନରେ ଏନଡିଏରେ ସାମିଲ ଥିବା ଏହି ଦଳ ୧୧ ଆସନ ଲଢି ମାତ୍ର ୪ ଆସନରେ ବିଜୟୀ ହୋଇଥିଲା । ସେହିପରି ପଶୁପତିଙ୍କ ଦଳକୁ ସର୍ବାଧିକ ୩ ଆସନ ଦିଆଯାଇପାରେ । ମହାଗଠବନ୍ଧନରେ AIMIMକୁ ସାମିଲ କରାଯାଇ ନପାରେ ।