spot_img
Home Blog Page 557

ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି ମନା ; ଆଜିଠାରୁ ନିୟମ କଡ଼ାକଡ଼ି ପାଳନ

ନନ୍ଦିଘୋଷ ବ୍ୟୁରୋ : ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି ମନା । ଯିଏ ବିକ୍ରି କରିବ ହେବ କଡା କାର୍ଯ୍ୟାନୁଷ୍ଠାନ । ଆଜିଠାରୁ ନିୟମ କଡ଼ାକଡ଼ି ପାଳନ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଶକ୍ତ ନିର୍ଦ୍ଦେଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଆଜିଠାରୁ ପେଟ୍ରୋଲ ପମ୍ପରେ ଚଢାଉ କରିବାକୁ ମଧ୍ୟ କୁହାଯାଇଛି। ଯିଏ ପେଟ୍ରୋଲ ନେବ, ସିଏ କାଚ ବୋତଲରେ କିମ୍ବା ଟିଣ ବୋତଲରେ ନେଇପାରିବ ବୋଲି କୁହାଯାଇଛି। ନିୟମ ଅନୁଯାୟୀ ବିକ୍ରି ହେବ ପେଟ୍ରୋଲ । ଚାଷୀ , ବିଏମସି, ଗ୍ରାସ କଟର ଭଳି ମେସିନ ପାଇଁ ଟିଣ କିମ୍ବା ଲୁହା, କାଚ, ଆଲୁମିନିୟମ ବୋତଲରେ ବିକ୍ରି ହୋଇପାରିବ ପେଟ୍ରୋଲ। ଯେଉଁମାନେ ବାହାରେ ପ୍ଲାଷ୍ଟିକ ବୋତଲରେ ବିକ୍ରି କରୁଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଲୋକ ସେବା ଭବନରେ ପେଟ୍ରୋଲ ପମ୍ପ ମାଲିକ ସଙ୍ଘ, ପେଟ୍ରୋଲିୟମ କମ୍ପାନୀ କର୍ତ୍ତୃପକ୍ଷ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତି ନିଆଯାଇଛି । ଯୋଗାଣ ବିଭାଗର ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ।

ଦେବାଳିଆ ହୋଇପାରେ ପାକିସ୍ତାନ ! ୬.୫୦ ଲକ୍ଷ କୋଟି ଟଙ୍କାର ଋଣ ନସୁଝିଲେ ଭୋଗିପାରେ ବଡ଼ ପରିଣାମ

ନନ୍ଦିଘୋଷ ବ୍ୟୁରୋ : ଚଳିତ ଆର୍ଥିକ ବର୍ଷରେ ଦେବାଳିଆ ହୋଇପାରେ ପାକିସ୍ତାନ । ଯଦି ପାକିସ୍ତାନ ଚଳିତ ଆର୍ଥିକ ବର୍ଷରେ ତା’ର ୬.୫୦ ଲକ୍ଷ କୋଟି ଟଙ୍କା ବା ୨୩ ବିଲିୟନ ଡଲାରର ଋଣ ପରିଶୋଧ ନ କରେ ତେବେ ପାକିସ୍ତାନକୁ ବଡ଼ ସମସ୍ୟା ମାଡ଼ି ବସିବ । ସୂଚନା ଅନୁଯାୟୀ ପାକିସ୍ତାନର ଅର୍ଥନୈତିକ ସର୍ଭେ ୨୦୨୪-୨୫ କୁ ଉଦ୍ଧୃତ କରି ଜଣାପଡିଛି ଯେ ସରକାରଙ୍କୁ ୨୦୨୫-୨୬ ମଧ୍ୟରେ ୨୩ ବିଲିୟନ ଡଲାରର ଋଣ ପରିଶୋଧ କରିବାକୁ ପଡିବ, ଏବଂ ଯଦି ଏହା କରା ନ ଯାଏ, ତେବେ ଦେଶ ବଡ଼ ପରିଣାମ ଭୋଗିବାକୁ ପଡିପାରେ ।

୨୦୨୫ ମାର୍ଚ୍ଚ ଶେଷ ସୁଦ୍ଧା, ଦେଶର ମୋଟ ସାର୍ବଜନୀନ ଋଣ ୭୬.୦୧ ଟ୍ରିଲିୟନ ଟଙ୍କା ଥିଲା। ଏଥିରେ ୫୧.୫୨ ଟ୍ରିଲିୟନ ଟଙ୍କା ଘରୋଇ ଋଣ (ପ୍ରାୟ ୧୮୦ ବିଲିୟନ ଡଲାର) ଏବଂ ୨୪.୪୯ ଟ୍ରିଲିୟନ ଟଙ୍କା (ପ୍ରାୟ ୮୭.୪ ବିଲିୟନ ଡଲାର) ବାହ୍ୟ ଋଣ ଥିଲା। ବାହ୍ୟ ଋଣ ଦୁଇଟି ପ୍ରକାରର ଯଥା: ସରକାରଙ୍କ ଦ୍ୱାରା ଋଣ ନିଆଯାଇଥିବା ଟଙ୍କା ଏବଂ ଆଇଏମଏଫରୁ ପ୍ରାପ୍ତ ଟଙ୍କା। ବର୍ଷ ବର୍ଷ ଧରି ଆର୍ଥିକ କୁପରିଚାଳନା, ଅସ୍ଥାୟୀ ପାଣ୍ଠି ଏବଂ ବାରମ୍ବାର ବେଲଆଉଟ୍ ଯୋଗୁଁ ଏହି ଋଣ ବୃଦ୍ଧି ହୋଇଚାଲିଛି ।

୧୨ ବିଲିୟନ ଡଲାରର ଅସ୍ଥାୟୀ ଜମା

ଚଳିତ ବର୍ଷ ପାକିସ୍ତାନକୁ ୨୩ ବିଲିୟନ ଡଲାର ଦେବାକୁ ପଡିବ। ଚାରିଟି ବନ୍ଧୁ ଦେଶ ୧୨ ବିଲିୟନ ଡଲାର ଅସ୍ଥାୟୀ ଜମା ରାଶି ଭାବରେ ଗ୍ରହଣ କରାଯିବ। ଏଥିମଧ୍ୟରୁ ସାଉଦି ଆରବରୁ ୫ ବିଲିୟନ ଡଲାର, ଚୀନରୁ ୪ ବିଲିୟନ ଡଲାର, ସଂଯୁକ୍ତ ଆରବ ଅମିରାତରୁ ୨ ବିଲିୟନ ଡଲାର ଏବଂ କତାରରୁ ୧ ବିଲିୟନ ଡଲାର ମିଳିବ।

ଏହି ଟଙ୍କା ସ୍ଥାୟୀ ନୁହେଁ ଏବଂ କେବଳ ସେତେବେଳେ ଉପଯୋଗୀ ହେବ ଯଦି ଏହାକୁ ରୋଲ୍ ଓଭର କରାଯାଏ। ଯଦି ଏହି ଦେଶଗୁଡ଼ିକ ମଧ୍ୟରୁ କୌଣସି ଦେଶ ବାହାରିବାକୁ ନିଷ୍ପତ୍ତି ନିଏ, ତେବେ ପାକିସ୍ତାନକୁ ଏହି ବର୍ଷ ହିଁ  ଏହାକୁ ସମ୍ପୂର୍ଣ୍ଣ ଫେରସ୍ତ କରିବାକୁ ପଡିବ।

୧୧ ବିଲିୟନ ଡଲାର ଦେବାକୁ ବାକି ଅଛି

ଏକ ରିପୋର୍ଟ ଅନୁଯାୟୀ, ଯଦିଓ ସମସ୍ତ ଅସ୍ଥାୟୀ ଜମା ବୃଦ୍ଧି କରାଯାଏ, ତଥାପି ପାକିସ୍ତାନକୁ ଚଳିତ ବର୍ଷ ବାହ୍ୟ ଋଣଦାତାଙ୍କୁ ପ୍ରାୟ ୧୧ ବିଲିୟନ ଡଲାର ଦେବାକୁ ପଡିବ। ଏଥିରେ ଆନ୍ତର୍ଜାତୀୟ ବଣ୍ଡରେ ୧.୭ ବିଲିୟନ ଡଲାର, ବାଣିଜ୍ୟିକ ଋଣରେ ୨.୩ ବିଲିୟନ ଡଲାର, ବିଶ୍ୱ ବ୍ୟାଙ୍କ, ଏସୀୟ ବିକାଶ ବ୍ୟାଙ୍କ, ଇସଲାମିକ୍ ବିକାଶ ବ୍ୟାଙ୍କ ଏବଂ ଏସୀୟ ଇନଫ୍ରା ଇନଭେଷ୍ଟମେଣ୍ଟ ବ୍ୟାଙ୍କ ଇତ୍ୟାଦିକୁ ୨.୮ ବିଲିୟନ ଡଲାର ଏବଂ ଦ୍ୱିପାକ୍ଷିକ ଋଣରେ ୧.୮ ବିଲିୟନ ଡଲାର ଅନ୍ତର୍ଭୁକ୍ତ। ଏହି ଚାପ ଏପରି ସମୟରେ ଆସିଛି ଯେତେବେଳେ ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ପୂର୍ବରୁ ଚାପ ତଳେ ରହିଛି। ଦେଶ ପାଖରେ ନୂତନ ଆୟର ସୀମିତ ଉତ୍ସ ଅଛି ।

ପୁଣି ଏୟାର ଇଣ୍ଡିଆରେ ଯାନ୍ତ୍ରିକ ସମସ୍ୟା : ୧୫୫ କିମି ବେଗରେ ଥିବା ବିମାନକୁ ବ୍ରେକ୍ ମାରିଲେ ପାଇଲଟ୍

ନନ୍ଦିଘୋଷ ବ୍ୟୁରୋ : ପୁଣି ଏୟାର ଇଣ୍ଡିଆ ବିମାନରେ ଦେଖାଦେଲା ଯାନ୍ତ୍ରିକ ସମସ୍ୟା ।  ଦିଲ୍ଲୀରୁ କୋଲକାତାକୁ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ (ଫ୍ଲାଇଟ୍ ଏଆଇ୨୪୦୩) ରନୱେରେ ୧୫୫ କିଲୋମିଟର ପ୍ରତି ଘଣ୍ଟା ବେଗରେ ଚାଲିଥିବା ବେଳେ ଟେକ୍ନିକାଲ୍ ତ୍ରୁଟି ଯୋଗୁଁ ଟେକ୍-ଅଫ୍ ବାତିଲ କରାଯାଇଛି। ପାଇଲଟମାନେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର (ଏସଓପି) ଅନୁସରଣ କରି ବିମାନକୁ ବ୍ରେକ୍ ଲଗାଇ ଅଟକାଇଥିଲେ। ଏହି ଘଟଣା ଗତକାଲି ସନ୍ଧ୍ୟା ୫ଟା ୩୦ରେ ଘଟିଥିବା ଜଣା ପଡିଛି । ଏୟାର ଇଣ୍ଡିଆର ବୟାନ ଅନୁଯାୟୀ, ବିମାନଟି ଆଜି ସନ୍ଧ୍ୟାରେ ପୁନଃନିର୍ଦ୍ଧାରିତ ସମୟରେ କୋଲକାତା ଅଭିମୁଖେ ଯାତ୍ରା କରିବ।

ଏୟାର ଇଣ୍ଡିଆ ଏକ ବିବୃତ୍ତିରେ କହିଛି, “ଫ୍ଲାଇଟ୍ ଏଆଇ୨୪୦୩ ଟେକ୍-ଅଫ୍ ସମୟରେ ଟେକ୍ନିକାଲ୍ ତ୍ରୁଟି ଚିହ୍ନଟ ହେବା ପରେ କକ୍‌ପିଟ୍ କ୍ରୁ ଷ୍ଟାଣ୍ଡାର୍ଡ ପ୍ରୋସିଜର ଅନୁସାରେ ଟେକ୍-ଅଫ୍ ବାତିଲ କରିଥିଲେ। ସମସ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଛି ଏବଂ ଦିଲ୍ଲୀରେ ଆମର ଗ୍ରାଉଣ୍ଡ କର୍ମଚାରୀମାନେ ସେମାନଙ୍କୁ ସହାୟତା ଯୋଗାଉଛନ୍ତି। ଏହି ଅପ୍ରତ୍ୟାଶିତ ବାଧା ପାଇଁ ଯାତ୍ରୀମାନଙ୍କୁ ହେଉଥିବା ଅସୁବିଧା ପାଇଁ ଆମେ ଦୁଃଖିତ। ଏୟାର ଇଣ୍ଡିଆରେ ଯାତ୍ରୀଙ୍କ ସୁରକ୍ଷା ଓ କଲ୍ୟାଣ ସର୍ବୋଚ୍ଚ ପ୍ରାଥମିକତା।”

ସୋମବାର ଏୟାର ଇଣ୍ଡିଆ ସହ ଜଡ଼ିତ ଦ୍ବିତୀୟ ଘଟଣା। ମୁମ୍ବାଇରେ କୋଚିରୁ ଆସୁଥିବା ଏକ ଏୟାର ଇଣ୍ଡିଆ ବିମାନ ବର୍ଷାଜନିତ ରନୱେରେ ଅବତରଣ ସମୟରେ ରନୱେରୁ ବାହାରି ଯାଇଥିଲା। ସାମ୍ନାକୁ ଆସିଥିବା ଫଟୋରେ ବିମାନର ପଛଭାଗରେ ଘାସ ଲାଗିଥିବା ଏବଂ ଏକ ଇଞ୍ଜିନରେ କ୍ଷତି ଦେଖାଯାଇଛି। ରନୱେରେ ମଧ୍ୟ କ୍ଷତି ହୋଇଛି। ତେବେ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସରକାରୀ ସୂତ୍ର ଅନୁଯାୟୀ, ଅବତରଣ ପରେ ବିମାନଟି ରନୱେର ଏକ ପାର୍ଶ୍ବକୁ ଚାଲିଯାଇଥିଲା ଏବଂ ଏକ ଚକର ଘାସ ଅଞ୍ଚଳରେ ପଶିଯାଇଥିଲା। ଘଟଣା ପରେ ତିନୋଟି ସାଇନେଜ୍ ବୋର୍ଡ ଏବଂ ଚାରୋଟି ରନୱେ ଏଜ୍ ଲାଇଟ୍ ଭାଙ୍ଗିଥିବା ଜଣାପଡ଼ିଛି। ଏୟାର ଇଣ୍ଡିଆ କହିଛି ଯେ ବିମାନଟି ଯାଞ୍ଚ ପାଇଁ ଗ୍ରାଉଣ୍ଡେଡ୍ କରାଯାଇଛି ଏବଂ ଦୁଇ ପାଇଲଟଙ୍କୁ ତଦନ୍ତ ପାଇଁ ଡି-ରୋଷ୍ଟର କରାଯାଇଛି।

ଜଗତସିଂହପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ : ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ନାବାଳିକା ଉଦ୍ଧାର

ନନ୍ଦିଘୋଷ ବ୍ୟୁରୋ : ରାଜ୍ୟରେ ବଢ଼ିବାରେ ଲାଗିଛି ନାରୀ ନିର୍ଯାତନା ଓ ମହିଳା ହିଂସା ମାମଲା। ଜଗତସିଂହପୁରେ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଗତକାଲି ସନ୍ଧ୍ୟାରେ ନାବାଳିକା ଜଣଙ୍କ ନିଜ ଦାଦାଙ୍କ ଘରକୁ ବୁଲିବାକୁ ଯାଇଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ବହୁ ସମୟଧରି ନାବାଳିକା ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। ଦୀର୍ଘ ସମୟ ପରେ ସଂପୃକ୍ତ ନାବାଳିକାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗାଁ ପାଖରୁ ଉଦ୍ଧାର କରିଥିଲେ ପରିବାର ଲୋକ। ପରେ ତାଙ୍କୁ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାରେ ଭତ୍ତି କରାଯାଇଥିଲା। ପୀଡିତାଙ୍କ ବାପା ଏ ନେଇ ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ। ୨ ଜଣ ଯୁବକ ତାଙ୍କୁ ଉଠାଇନେଇ ଏଭଳି କାଣ୍ଡ ଭିଆଇଥିବା ପରିବାରଲୋକେ କହିଛନ୍ତି।

ଥାନାରେ ଏତଲା ପରେ ପୋଲିସ ଘଟଣାକୁ ଗୁରୁତର ସହ ନେଇଥିଲା। ଗତକାଲି ରାତି ତମାମ ଖୋଜାଖୋଜି ଚାଲିଥିଲା। ଜଗତସିଂହପୁର ଏସସିଙ୍କ ସୂଚନା ମୁତାବକ ଅଭିଯୁକ୍ତଙ୍କୁ ଧରିବାକୁ ତିନୋଟି ଟିମ୍ ଗଠନ କରାଯାଇ ଜିଲ୍ଲାର ବିଭିନ୍ନ ସ୍ଥାନେର ଚଢ଼ାଉ କରାଯାଇଥିଲା। ଉଭୟଙ୍କୁ ଚିହ୍ନଟ କରାଯାଇଥିବା ଏସପି ସୂଚନା ଦେଇଥିବା ବେଳେ ଜଣଙ୍କୁ କଟକ ନିଆଳି କସର୍ଦ୍ଦା ଅଞ୍ଚଳକୁ କାବୁ କରାଯାଇଛି। ଖୁବଶୀଘ୍ର ଅନ୍ୟଜଣଙ୍କୁ ଧରାଯିବ। ଆଜି ସକାଳେ ସାଇଣ୍ଟିଫିକ୍ ଟିମ୍ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନବିନ୍ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରୁ ସାଉଣ୍ଟିଫିକ୍ ଟିମ୍ ବହୁ ଗୁରୁତ୍ଵପୂର୍ଣ୍ଣ ସାମଗ୍ରୀ ଜବତ କରିଛି। ପୀଡ଼ିତା ଏବେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ସିବିଏସଇ ସ୍କୁଲରେ ଲାଗିବ ସିସିଟିଭି କ୍ୟାମେରା

ନନ୍ଦିଘୋଷ ବ୍ୟୁରୋ : ସିବିଏସଇ ସ୍କୁଲରେ ଲାଗିବ ସିସିଟିଭି କ୍ୟାମେରା। ସିବିଏସଇ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ଏହି ନିର୍ଦ୍ଦେଶ ଜାରି କରିଛି ସିବିଏସଇ। ସଂଶୋଧିତ ସୁରକ୍ଷା ମାନଦଣ୍ଡ ଅନୁଯାୟୀ CBSE ସମସ୍ତ ଅନୁବନ୍ଧିତ ସ୍କୁଲଗୁଡ଼ିକରେ ହାଇଟେକ୍ CCTV ସ୍ଥାପନକୁ ବାଧ୍ୟତାମୂଳକ କରିଛି। ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ NCPCRର ବିଦ୍ୟାଳୟରେ ଶିଶୁଙ୍କ ସୁରକ୍ଷା ଏବଂ ସୁରକ୍ଷା ଉପରେ ନିୟମର ଧାରା ।

X ଅନୁୟାଯୀ ବୋର୍ଡ ସ୍କୁଲଗୁଡ଼ିକୁ ହାଇ-ଡେଫିନେସନ୍ CCTV ସିଷ୍ଟମ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଛି। ଏହି ବ୍ୟବସ୍ଥାରେ ଅଡିଓ-ଭିଜୁଆଲ୍ ରେକର୍ଡିଂ ଅନ୍ତର୍ଭୁକ୍ତ ରହିବ। ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ ଲଗାଯିବ। ସମସ୍ତ ସ୍କୁଲର ପ୍ରବେଶ ଏବଂ ପ୍ରସ୍ଥାନ ସ୍ଥାନ। କରିଡର ଏବଂ ସିଡ଼ିଷ ଶ୍ରେଣୀଗୃହ, ପାଠାଗାର ଏବଂ ପରୀକ୍ଷାଗାର, କ୍ୟାଣ୍ଟିନ୍, ଦୋକାନ ଏବଂ ଖେଳ ପଡ଼ିଆ ଭଳି ସାଧାରଣ ଅଞ୍ଚଳରେ ଲଗାଇବାକୁ ନିର୍ଦ୍ଦେଶ ହୋଇଛି।

ଏହି ନିରୀକ୍ଷଣରୁ ଶୌଚାଳୟଗୁଡ଼ିକୁ ବାଦ ଦିଆଯାଇଛି। CCTV ଫୁଟେଜ୍ ସର୍ବନିମ୍ନ ୧୫ଦିନ ପାଇଁ ସଂରକ୍ଷଣ କରାଯିବା ନେଇ ବ୍ୟାକଅପ୍ ବ୍ୟବସ୍ଥା ରହିବ। ଆବଶ୍ୟକ ହେଲେ ଏହି ତଥ୍ୟ ନିୟାମକ ସଂସ୍ଥାଗୁଡ଼ିକ ପାଖରେ ଦାଖଲ କରିବା ନେଇ ସ୍କୁଲ ଗୁଡିକ ନିଶ୍ଚିତ କରିବେ। ପିଲାମାନଙ୍କର ବୃଦ୍ଧି ଏବଂ ବିକାଶ ପାଇଁ ଏକ ସୁସ୍ଥ ଏବଂ ସହାୟକ ପରିବେଶ ଆବଶ୍ୟକ ବୋଲି କହିଛି ସିବିଏସଇ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ବିଦ୍ୟାଳୟର ସର୍ବୋତ୍ତମ ଦାୟିତ୍ୱ ମଧ୍ୟରୁ ଗୋଟିଏ। ସ୍କୁଲଗୁଡ଼ିକ କେବଳ ଶିକ୍ଷାର କେନ୍ଦ୍ର ଭାବରେ ନୁହେଁ ବରଂ ପିଲାମାନଙ୍କ ସାମଗ୍ରିକ ବିକାଶ ପାଇଁ ସୁରକ୍ଷିତ ସ୍ଥାନ ଭାବରେ ସ୍କୁଲ ଗୁଡିକୁ ଗଢିବାକୁ କାର୍ଯ୍ୟ କରିବେ ବୋଲି କହିଛି ସିବିଏସଇ।

ସଂସଦର ମୌସୁମୀ ଅଧିବେଶନର ଆଜି ଦ୍ଵିତୀୟ ଦିନ, ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ବିରୋଧୀ

ନନ୍ଦିଘୋଷ ବ୍ୟୁରୋ : ସଂସଦ ମୌସୁମୀ ଅଧିବେଶନର ଆଜି ଦ୍ଵିତୀୟ ଦିନ। ଆଜି ବି ଜୋରଦାର ହଙ୍ଗାମା ହେବା ସମ୍ଭାବନା ରହିଛି। ସରକାରଙ୍କୁ ଘେରିବାକୁ ବିରୋଧୀ ଦଳ ନେତା ରାହୁଲଙ୍କ ଗାନ୍ଧୀ କରିଥିଲେ ବୈଠକ। ଏଥିରେ କଂଗ୍ରେସର ବରିଷ୍ଠ ନେତା ଯୋଗ ଦେଇଥିଲେ। ଆଜି ପୁଣି ଗୃହ ସରଗରମ ହେବା ସମ୍ଭାବନା ରହିଛି। ଅପରେସନ ସିନ୍ଦୂର, ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ-ପାକିସ୍ତାନ ଯୁଦ୍ଧସ୍ଥିତିରେ ବୟାନ ପ୍ରସଙ୍ଗ ସହ ଉଠିପାରେ ବିହାର ପ୍ରସଙ୍ଗ। ଗତକାଲି ଏକାଧିକ ପ୍ରସଙ୍ଗ ନେଇ ସରକାରକୁ ଘେରିଥିଲେ ବିରୋଧୀ।

ଅପରେସନ ସିନ୍ଦୂରରେ ଭାରତ-ପାକିସ୍ତାନ ମଧ୍ୟରେ ଲାଗିଥିବା ଯୁଦ୍ଧସ୍ଥିତି ବନ୍ଦ ନେଇ ଟ୍ରମ୍ପଙ୍କ ବୟାନକୁ ନେଇ ଗୃହରେ ତୀବ୍ର ହଟ୍ଟଗୋଳ ଦେଖାଦେଇଥିଲା। ପହଲଗାଓଁ ହମଲା, ଅପରେସନ ସିନ୍ଦୂର ଏବଂ ବିହାରରେ ଭୋଟର ତାଲିକା ପୁନଃନିରୀକ୍ଷଣକୁ ନେଇ ସରକାରଙ୍କ ଉତ୍ତର ମାଗି ହୋହଲ୍ଲା କରିଥିଲେ ବିରୋଧୀ। ରାଜ୍ୟସଭାରେ ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମାଙ୍କୁ ହଟାଇବାକୁ ମହାଭିଯୋଗ ପ୍ରସ୍ତାବ ଆସିଥିଲା। ରାଜ୍ୟସଭା ଅଧ୍ୟକ୍ଷ ମହାଭିଯୋଗ ପ୍ରସ୍ତାବରେ ୫୪ ସଦସ୍ୟଙ୍କ ସମର୍ଥିତ ହସ୍ତାକ୍ଷର ଥିବା ଏକ ନୋଟିସ ମିଳିଥିବା ସୂଚନା ଦେଇଥିଲେ। ଜୋରଦାର ହଙ୍ଗାମା ହେବାରୁ ଗୃହ ବାରମ୍ବାର ମୁଲତବି ହୋଇଥିଲା। ହୋହଲ୍ଲାରୁ ପୁରା ଗୃହ ମୁଲତବି ହୋଇଥିଲା। ଆସନ୍ତା ୨୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ ।

ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ

ନନ୍ଦିଘୋଷ ବ୍ୟୁରୋ: ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ । ରାଷ୍ଟ୍ରପତିଙ୍କ ପାଖକୁ ପଠାଇଲେ ଇସ୍ତଫାପତ୍ର । ସ୍ବାସ୍ଥ୍ୟଗତ କାରଣରୁ ଇସ୍ତଫା ଦେଇଥିବା ସୂଚନା । ସମ୍ବିଧାନର ଧାରା ୬୭-କ ଅନୁଯାୟୀ କଲେ ଇସ୍ତଫା ଘୋଷଣା । ସହଯୋଗ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ପାଇଁ ଜଣାଇଲେ ଧନ୍ୟବାଦ । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀ ପରିଷଦକୁ ଜଣାଇଲେ ଧନ୍ୟବାଦ ।

ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି ମନା, ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ନନ୍ଦିଘୋଷ ବ୍ୟୁରୋ: ଆଜିଠାରୁ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ମନା । ଯିଏ ବିକ୍ରି କରିବ ହେବ କଡା କାର୍ଯ୍ୟାନୁଷ୍ଠାନ । ସମସ୍ତ ଜିଲ୍ଲାପାଳଙ୍କୁ ଶକ୍ତ ନିର୍ଦ୍ଦେଶ ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆସନ୍ତାକାଲିଠାରୁ ବିଭିନ୍ନ ପେଟ୍ରୋଲ ପମ୍ପରେ ହେବ ଚଢାଉ । ଯିଏ ପେଟ୍ରୋଲ ନେବେ ସିଏ କାଚ ବୋତଲରେ କିମ୍ବା ଟିଣ ବୋତଲରେ ନେଇପାରିବେ । ନିୟମ ଅନୁଯାୟୀ ବିକ୍ରି ହେବ ପେଟ୍ରୋଲ ।

ଚାଷୀ , ବିଏମସି, ଗ୍ରାସ କଟର ଭଳି ମେସିନ ଲାଗି ଟିଣ କିମ୍ବା ଲୁହା, କାଚ, ଆଲୁମିନିୟମ ବୋତଲରେ ବିକ୍ରି ହୋଇପାରିବ ପେଟ୍ରୋଲ । ଯେଉଁମାନେ ବାହାରେ ପ୍ଲାଷ୍ଟିକ ବୋତଲରେ ବିକ୍ରି କରୁଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଲୋକସେବା ଭବନରେ ପେଟ୍ରୋଲ ପମ୍ପ ମାଲିକ ସଙ୍ଘ, ପେଟ୍ରୋଲିୟମ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି ନିଆଯାଇଛି । ଯୋଗାଣ ବିଭାଗର ଅଧିକାରୀ ବୈଠକରେ ଉପସ୍ଥିତ ରହିଥିଲେ । ବାଲେଶ୍ୱର ଓ ବଳଙ୍ଗା ଅଘଟଣ ପରେ, ଆକ୍ସନ ମୋଡ଼ରେ ସରକାର ।

ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବା ପରେ ଜୋର ଧରିଲା ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା

ନନ୍ଦିଘୋଷ ବ୍ୟୁରୋ: ଜୋର ଧରିଲା ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟପାଳଙ୍କୁ ଭେଟିବା ପରେ ଏହି ଚର୍ଚ୍ଚା ଜୋର ଧରିଛି । ଏଥିସହିତ ଗତ ୧୩ ମାସ ମଧ୍ୟରେ ରାଜ୍ୟରେ ବିଭିନ୍ନ ଘଟଣା ଦୁର୍ଘଟଣାକୁ ନେଇ ସରକାର ଯେଉଁ ଭଳି ବଦାନମ ହେଉଛନ୍ତି, ତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିପାରନ୍ତି ବୋଲି ଗତ କିଛି ଦିନ ହେଲା ଆଲୋଚନା ହେଉଥିଲା । ହେଲେ ବଲେଶ୍ବର ଛାତ୍ରୀ ଆତ୍ମହତ୍ୟା ଘଟଣା ପରେ ବିଭିନ୍ନ ମହଲରୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଇସ୍ତଫା ଦାବି ହେଉଛି ।

ସେହିଭଳି ପୂର୍ବରୁ ରାଜ୍ୟରେ ଆଳୁ ସଙ୍କଟ ସମୟରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବିଭ୍ରାନ୍ତିକର ବୟାନକୁ ନେଇ ମଧ୍ୟ ବିରୋଧୀ ତାଙ୍କ ଇସ୍ତଫା ଦାବି କରିଥିଲେ । ରଥଯାତ୍ରା ସମୟରେ ହୋଇଥିବା ବିଭ୍ରାଟ ପାଇଁ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଇସ୍ତଫା ଦାବି ମଧ୍ୟ ଜୋର ଧରିଥିଲା । ଗୋପାଳପୁରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମଠାରୁ ଆରମ୍ଭ କରି ଏବେ ବଳଙ୍ଗାରେ ନାବାଳିକାକୁ ପୋଡି ମାରି ଦେବାକୁ ଉଦ୍ୟମ ପର୍ଯ୍ୟନ୍ତ ସବୁଠି ଆଇନ ଶୃଙ୍ଖଳା ଓ ନାରୀ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ବିଶ୍ବ ଦରବାରରେ ବି ଓଡିଶା ନିନ୍ଦିତ ହୋଇଛି ।  ନିଜ ଦଳରୁ ମଧ୍ୟ ଉପମୁଖ୍ୟମନ୍ତ୍ରୀ ବିରୋଧର ସମ୍ମୁଖୀନ ହେଉଛନ୍ତି । ତେଣୁ ସରକାର ନିଜ ଭାବମୂର୍ତ୍ତିର ସୁରକ୍ଷା ପାଇଁ ମନ୍ତ୍ରିମଣ୍ଡଳରେ ଅଦଳବଦଳ ସାଙ୍ଗକୁ ସମ୍ପ୍ରସାରଣ କରିପାରନ୍ତି ବୋଲି ରାଜନୈତିକ ସମୀକ୍ଷକ ଆକଳନ କରୁଛନ୍ତି ।

ଏମିତି ବି ଏବେ ବି ରାଜ୍ୟ ମନ୍ତ୍ରିମଣ୍ଡଳରେ ୬ଟି ମନ୍ତ୍ରୀପଦ ଖାଲି ପଡିଛି । ନିଜେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଛଅ ଛଅଟି ବିଭାଗ ରହିଛି । ଜଣେ ମନ୍ତ୍ରୀଙ୍କ ପାଖରେ ୩/୪ଟି ଲେଖାଏଁ ବିଭାଗ ରହିଛି । ତେଣୁ କ୍ଷମତା ବିକେନ୍ଦ୍ରୀକରଣ ସାଙ୍ଗକୁ ବିଭିନ୍ନ ସ୍ତରରେ ସରକାରୀ ବିଫଳତାକୁ ଢାଙ୍କିବାକୁ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳ ଅଦଳବଦଳ କରିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଆଲୋଚନା ହେଉଛି ।

କଲେଜ କୋଠା ଉପରେ ଖସି ପଡ଼ିଲା ଫାଇଟର ଜେଟ୍, ଏକାଧିକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଆଶଙ୍କା

ନନ୍ଦିଘୋଷ ବ୍ୟୁରୋ: ଢାକାରେ ବାଂଲାଦେଶ ଏୟାରଫୋର୍ସର F-7 ଫାଇଟର ଜେଟ୍ କ୍ରାସ୍ । ଉଡ଼ାଣ ଭରିବାର କିଛି ସମୟ ପରେ ଏକ କଲେଜ ଛାତ ଉପରେ ଖସି ପଡ଼ିଲା ଜେଟ୍ । ଦୁର୍ଘଟଣାରେ ପାଇଲଟଙ୍କ ମୃତ୍ୟୁ ଘଟିଛି । ସେପଟେ କିଛି ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ବିମାନଟିକୁ ଚୀନ ବାଂଲାଦେଶ ଏୟାରଫଷାର୍ସ ପାଇଁ ନିର୍ମାଣ କରିଥିଲା ।

ବାଂଲାଦେଶ ଗଣମାଧ୍ୟମ ଅନୁସାରେ କ୍ରାସ ହୋଇଥିବା ବିମାନଟି ବାୟୁସେନାର F-7 ପ୍ରଶିକ୍ଷଣ ବିମାନ । ରିପୋର୍ଟ ଅନୁସାରେ ଅପରାହ୍ନ ୧.୦୬ ମିନିଟରେ ବିମାନଟି ଉଡାଣ ଭରିଥିଲା । ୨୪ ମିନିଟ ପରେ ୧.୩୦ ମିନିଟରେ ବିମାନଟି କ୍ରାସ୍ ହୋଇଯାଇଥିଲା । ହଜରତ ଶାହଜହାଜ ଇଣ୍ଟର ନ୍ୟାସନାଲ ଏୟାରପୋର୍ଟର ଜଣେ ବରିଷ୍ଠ ଅଧିକାରୀ ପ୍ଲେନ କ୍ରାସର ପୃଷ୍ଟି କରିଛନ୍ତି ।

ମାଇଲଷ୍ଟୋନ କଲେଜ ଉପରେ ଖସିଲା ବିମାନ

ଫାଇଟର ଜେଟଟି ଢାକା ସ୍ଥିତ ମାଇଲଷ୍ଟାନ କଲେଜ ପରିସରରେ କ୍ରାସ୍ ହୋଇଛି । ଦୁର୍ଘଟଣା ସମୟରେ ପିଲାମାନେ ପାଠ ପଢୁଥିଲେ । ଏମିତି ସ୍ଥିତିରେ କିଛି ଛାତ୍ରଙ୍କ ମୃତ୍ୟୁ ଘଟିଥିବା ମଧ୍ୟ ଆଶଙ୍କା କରାଯାଉଛି । ତେବେ ଏନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ସ୍ଥାନୀୟ ଲୋକଙ୍କ ଅନୁସାରେ ପ୍ଲେନ କ୍ରାସ୍ ପରେ ନିଆଁ ଲାଗି ଯାଇଥିଲା । ଅଗ୍ନିଶମ କର୍ମଚାରୀ ଏବଂ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଆହତ ଛାତ୍ରମାନଙ୍କୁ ରିକ୍ସା ଓ ଅନ୍ୟ ଗାଡ଼ିରେ ମେଡିକାଲ ପଠାଯାଇଥିଲା ।

ତିନି ମହଲା କୋଠାରେ ପିଟି ହେଲା ପ୍ଲେନ

ମାଇଲଷ୍ଟାନ କଲେଜର ଜଣେ ଅଧ୍ୟାପକ କହିଛନ୍ତି କଲେଜ ପରିସରରେ ନିର୍ମିତ ତିନି ମହଲା କୋଠାରେ ପ୍ଲେନଟି ଯାଇ ପିଟି ହୋଇଯାଇଥିଲା । ସେ ସମୟରେ କଲେଜ ପରିସରରେ ଥିବା ଅନ୍ୟ ଏକ ୧୦ ମହଲା କୋଠାରେ ସେ ଥାଇ ଏହା ଦେଖିଛନ୍ତି । ଏହାପରେ ଚାରିଆଡେ ଧାଁ ଦୌଡ଼ ଆରମ୍ଭ ହୋଇଯାଇଥିଲା । କଲେଜର ଶିକ୍ଷକ ଓ କର୍ମଚାରୀ ଫସି ଯାଇଥିବା ଛାତ୍ରଙ୍କୁ ଉଦ୍ଧାର କରିବାରେ ଲାଗି ପଡ଼ିଥିଲେ । କ୍ରାସର କିଛି ସମୟ ମଧ୍ୟରେ ସେନା ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । କିଛି ଛାତ୍ର ବହୁ ମାତ୍ରାରେ ଜଳି ଯାଇଥିବା ଅଧ୍ୟାପକ ଜଣଙ୍କ କହିଛନ୍ତି ।