spot_img
Home Blog Page 538

ଇସ୍ରାଏଲୀ ଗୁଳିରେ ୫୩ ପାଲେଷ୍ଟାଇନୀଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ ; ଗାଜାରେ ଇସ୍ରାଏଲୀର ଆକ୍ରମଣ ଫଳରେ ୫୩ ପାଲେଷ୍ଟାଇନୀଙ୍କ ମୃତ୍ୟୁ ହୋଇଛି । ଆଧିକାଂଶ ଲୋକ ସାହାଯ୍ୟ ଖୋଜୁଥିବା ସମୟରେ ତାଙ୍କ ଉପରକୁ ଆକ୍ରମଣ କରାଯାଇଛି ।  ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଯେତେବେଳେ ଲୋକମାନେ ଏକ ଆଲୋକ ଦେଖିଲେ, ଯାହାକୁ ସେମାନେ ସହାୟତା ଟ୍ରକ ବୋଲି ଭାବି ସେମାନେ ଦୌଡ଼ିବାକୁ ଲାଗିଲେ  । ଯେତେବେଳେ ସେମାନେ ପାଖରେ ପହଞ୍ଚିଲେ ଜାଣିପାରିଲେ ଯେ ଏହା ଏକ ଇସ୍ରାଏଲୀ ଟ୍ୟାଙ୍କ ଥିଲା। ତା’ପରେ ସେନା ଗୁଳି ଚଳାଇବା ଆରମ୍ଭ କରିଦେଇଛି। ସେ କହିଛନ୍ତି ଯେ ତାଙ୍କ କାକା ମଧ୍ୟ ମୃତକଙ୍କ ମଧ୍ୟରେ ଥିଲେ। ସେ କହିଛନ୍ତି ଯେ ସେଠାରେ ଖାଦ୍ୟ ନଥିବାରୁ ଆମେ ଚାଲିଗଲୁ।

ଶନିବାର ସନ୍ଧ୍ୟାରେ, ଶିଫା ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ମହମ୍ମଦ ଆବୁ ସେଲମିଆ କହିଛନ୍ତି ଯେ ଇସ୍ରାଏଲୀ ସେନା ଜାତିସଂଘର ଏକ କାଫଲାରୁ ଖାଦ୍ୟ ନେବାକୁ ଚେଷ୍ଟା କରୁଥିବା ଲୋକଙ୍କ ଉପରେ ଗୁଳି ଚଳାଇଛି । ଏଥିରେ ଅତି କମରେ ୧୧ ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ୧୨୦ ଜଣ ଆହତ ହୋଇଛନ୍ତି ।

ହସ୍ପିଟାଲ ଓ ଆମ୍ବୁଲାନ୍ସ କର୍ମଚାରୀଙ୍କ ଅନୁସାରେ, ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ଗାଜା ସହରର ଏକ ଆପାର୍ଟମେଣ୍ଟ କୋଠାର ଚାରି ଜଣ ବାସିନ୍ଦା ଅଛନ୍ତି। ନାସେର ହସ୍ପିଟାଲ ଅନୁଯାୟୀ, ଦକ୍ଷିଣ ସହର ଖାନ ୟୁନିସରେ ମୁୱାସିର ଜନଗହଳିପୂର୍ଣ୍ଣ ତମ୍ବୁ ଶିବିର ଉପରେ ଇସ୍ରାଏଲର ଅନ୍ୟ ଏକ ଆକ୍ରମଣରେ ଚାରି ଜଣ ଶିଶୁଙ୍କ ସମେତ ଅତି କମରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି।

ହସ୍ପିଟାଲ ମର୍ଗ ରେକର୍ଡ ଅନୁଯାୟୀ, ଖାନ ୟୁନିସରେ ମଧ୍ୟ ଇସ୍ରାଏଲୀ ସେନା ଗୁଳି ଚଳାଇ ମୋରାଗ କରିଡର ଦେଇ ଗାଜାକୁ ସାହାଯ୍ୟ ଆଣିବାକୁ ଚେଷ୍ଟା କରୁଥିବା ଅତି କମରେ ନଅ ଜଣଙ୍କୁ ହତ୍ୟା କରିଥିଲେ। ଶନିବାର ଜିକିମରେ ଗୁଳିକାଣ୍ଡ ଘଟିବା ପରେ ସାହାଯ୍ୟ ପାଇବା ପାଇଁ କ୍ରସିଂରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଅତି କମରେ  ୮୦ଜଣ ପାଲେଷ୍ଟାଇନୀଙ୍କ ମୃତ୍ୟୁ ହୋଇଥିଲା। ୨୧ ମାସର ଯୁଦ୍ଧରେ ସାହାଯ୍ୟ ଖୋଜୁଥିବା ଲୋକଙ୍କ ପାଇଁ ଏହା ସବୁଠାରୁ ଘାତକ ଦିନ ଥିଲା।

ଆମେରିକାରେ ସପିଂମଲରେ ୧୧ ଜଣଙ୍କୁ ଛୁରାମାଡ଼…

ନନ୍ଦିଘୋଷ ବ୍ୟୁରୋ : ଆମେରିକାର ମିଶଗନରେ ଥିବା ୱାଲମାର୍ଟରେ ସପିଂ କରିବାକୁ ଆସିଥିବା ଲୋକଙ୍କ ଉପରେ ଛୁରାମାଡ଼ ହୋଇଛି ।  ଏହି ଆକ୍ରମଣରେ ୧୧ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ହଠାତ ଛରାମାଡ଼ ଫଳରେ ଲୋକେ ପ୍ରାଣ ବିକଳରେ ଦୌଡିଥିଲେ । ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀସନ୍ଦିଗ୍ଧମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଛନ୍ତି । ପୋଲିସ ଅଭିଯୁକ୍ତକୁ ଗିରଫ କରି ଥାନାକୁ ନେଇଥିଲା, ଯେଉଁଠାରେ ତାକୁ ପଚରାଉଚରା କରାଯାଇଥିଲା। ବର୍ତ୍ତମାନ, ପୋଲିସ ଅଭିଯୁକ୍ତର ପରିଚୟ ପ୍ରକାଶ କରିନାହିଁ, କିନ୍ତୁ ଛୁରାମାଡ଼ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ମୁନସନ୍ ହେଲଥକେୟାର ସୋସିଆଲ ମିଡିଆ ମାଧ୍ୟମରେ କହିଛି ଯେ ଉତ୍ତର ମିଶିଗନରେ ଥିବା ଏହି ଅଞ୍ଚଳର ସବୁଠାରୁ ବଡ଼ ହସ୍ପିଟାଲରେ ୧୧ ଜଣ ଲୋକଙ୍କୁ ଚିକିତ୍ସା କରାଯାଉଛି। ମୁଖପାତ୍ର ମେଗାନ୍ ବ୍ରାଉନ୍ କହିଛନ୍ତି ଯେ ସମସ୍ତେ ଛୁରୀ ଆକ୍ରମଣର ଶିକାର ହୋଇଛନ୍ତି। ସେମାନଙ୍କ ଅବସ୍ଥା ବିଷୟରେ ତୁରନ୍ତ ସୂଚନା ନାହିଁ। ମୁନସନ୍ ହେଲଥକେୟାର କହିଛି ଯେ ଏହା ଉପଯୁକ୍ତ ସମୟରେ ଏକ ଅପଡେଟ୍ ପ୍ରଦାନ କରିବ।

ମିଚିଗାନ ଷ୍ଟେଟ୍ ପୋଲିସ କହିଛି ଯେ ସ୍ଥାନୀୟ ସେରିଫଙ୍କ କାର୍ଯ୍ୟାଳୟ ଘଟଣାର ତଦନ୍ତ କରୁଛି । ତଦନ୍ତ ଜାରି ରହିଥିବା ପର୍ଯ୍ୟନ୍ତ ଏଜେନ୍ସି ଲୋକଙ୍କୁ ଅଞ୍ଚଳରୁ ଦୂରେଇ ରହିବାକୁ ଅନୁରୋଧ କରିଛି। ଘଟଣା ପରେ ୱାଲମାର୍ଟ ବାହାରେ ଏକ ଅଗ୍ନିଶମ ଗାଡ଼ି, ଅନେକ ପୋଲିସ ଗାଡ଼ି ଓ ୟୁନିଫର୍ମ ପିନ୍ଧା ପୋଲିସ ବାହିନୀ ମୁତୟନ ଅଛନ୍ତି ।

ବିମାନରେ ଲାଗିଲା ନିଆଁ, ପ୍ରାଣ ବିକଳରେ ବିମାନରୁ ଓହ୍ଲାଇଲେ ଯାତ୍ରୀ

ନନ୍ଦିଘୋଷ ବ୍ୟୁରୋ : ଆମେରିକାରେ ଏକ ବିମାନବନ୍ଦରରେ ଅଘଟଣ । ଡେନଭର ବିମାନବନ୍ଦରରେ ବିମାନରେ ଲାଗିଲା ନିଆଁ । ପ୍ରାଣ ବିକଳରେ ବିମାନରୁ ଓହ୍ଲାଇଲେ ଯାତ୍ରୀ । ବିମାନରେ ଥିବା ସମସ୍ତ ୧୭୯ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି।

ଆମେରିକୀୟ ଏୟାରଲାଇନ୍ସର ଏକ ବିମାନରେ ଏକ ଦୁର୍ଘଟଣା ଘଟିଛି। ଡେନଭର ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନଟି ରନୱେରେ ଥିଲା। ବିମାନର ବାମ ମୁଖ୍ୟ ଲ୍ୟାଣ୍ଡିଂ ଗିୟରରେ ନିଆଁ ଲାଗିଯାଇଥିଲା, ଯାହା ପରେ ଏକ ଜରୁରୀକାଳୀନ ପ୍ରସ୍ଥାନ କରାଯାଇଥିଲା। ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଲୋକମାନେ ଭୟଭୀତ ହୋଇ ବିମାନରୁ ଶୀଘ୍ର ବାହାରକୁ ଯାଉଛନ୍ତି। ଧୂଆଁ ମଧ୍ୟରେ ଲୋକମାନେ ବିମାନରୁ ବାହାରକୁ ଆସୁଥିବା ଦେଖାଯାଉଛି।

ମିଆମି ଅଭିମୁଖେ ଯାଉଥିବା ବିମାନ AA3023 ରନୱେରେ ଥିବା ବେଳେ ନିଆଁ ଲାଗିଥିବା ଜଣାପଡିଲା । ବିମାନ ତଳୁ ଧୂଆଁ ଉଠିବା ଦେଖିବା ପରେ ଯାତ୍ରୀ ଓ କ୍ରୁ ସଦସ୍ୟମାନଙ୍କୁ ଜରୁରୀକାଳୀନ ସ୍ଲାଇଡ୍ ମାଧ୍ୟମରେ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା। ଅଧିକାରୀମାନଙ୍କ ଅନୁସାରେ, ଜଣେ ବ୍ୟକ୍ତି ସାମାନ୍ୟ ଆହତ ହୋଇଛନ୍ତି। ଅନ୍ୟ ସମସ୍ତ ୧୭୩ ଜଣ ଯାତ୍ରୀ ଏବଂ ୬ ଜଣ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି। ତଥାପି, ବିମାନରେ ନିଆଁ ଲାଗିବାର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ଫୁଲୁଛି ମହାନଦୀ ସମେତ ଅନ୍ୟ ଶାଖା ନଦୀର ଜଳସ୍ତର

ବାଙ୍କୀ : ହୀରାକୁଦ ପାଣି ଛାଡିବା ପରେ ଫୁଲୁଛି ମହାନଦୀ। ମହାନଦୀ ସମେତ ଅନ୍ୟ ଶାଖା ନଦୀରେ ଜଳସ୍ତର ବଢ଼ୁଥିବାରି ଫୁଲୁଛି ମହାନଦୀ । ୨୯ ତାରିଖ ପର୍ଯ୍ୟନ୍ତ ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଥିବା ବେଳେ, ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ଆଜି ସକାଳ ସୁଦ୍ଧା ହୀରାକୁଦକୁ ୫ ଲକ୍ଷ ୪୨ ହଜାର କ୍ୟୁସେକ ବନ୍ୟା ଜଳ ପ୍ରବେଶ କରୁଥିବା ବେଳେ, ହୀରାକୁଦର ୨୦ଟି ଗେଟରେ ୩ ଲକ୍ଷ ୪୧ ହଜାର କ୍ୟୁସେକ ବନ୍ୟା ଜଳ ନିଷ୍କାସିତ ହେଉଛି। ସେହିପରି ମୁଣ୍ଡଳୀରେ ୩ ଲକ୍ଷ ୮୩ ହଜାର କ୍ୟୁସେକ ପ୍ରବାହିତ ହେଉଥିବା ବେଳେ, ଉପର ମୁଣ୍ଡରେ ୮୬.୦୦ ଓ ତଳ ମୁଣ୍ଡରେ  ୮୩ .୧୦ ବନ୍ୟା ଜଳ ପ୍ରବାହିତ ହେଉଛି।

ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର

ସମ୍ବଲପୁର : ବୃଦ୍ଧି ପାଇବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୫ ଲକ୍ଷ ୪୨ ହଜାର ୪୪୮ ଘନଫୁଟ ବନ୍ୟାଜଳ। ସେହିପରି ମୋଟ ୨୦ଟି ଗେଟ୍ ଦେଇ ୩ ଲକ୍ଷ ୪୧ ହଜାର ୮୩୪ ଘନଫୁଟ ବନ୍ୟାଜଳ ନିଷ୍କାସିତ ହେଉଛି। ବନ୍ୟା ଜଳ ପ୍ରବେଶର ମାତ୍ରା ବଢୁଥିବାରୁ ପୁଣି  ଅଧିକ ଗେଟ୍ ଖୋଲିବା ସମ୍ଭାବନା ରହିଛି l ସେପଟେ ଜଳ ଭଣ୍ଡାରର ଜଳସ୍ତର ୬୧୩.୭୩ ଫୁଟ୍ ଅତିକ୍ରମ କରି ସାରିଥିବା ବେଳେ, ଆଜି ଦିନ ୧୨ ଟାରେ ସର୍ବାଧିକ ପାଣି ଆସିବାର ଆକଳନ କରିଛନ୍ତି ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ।

ବୈତରଣୀ ଏବଂ ଜଳକାରେ ବନ୍ୟା ସ୍ଥିତି, ଯାଜପୁର ଏବଂ ଭଦ୍ରକ ଜ଼ିଲ୍ଲା ପାଇଁ ସତର୍କତା

ଭୁବନେଶ୍ବର : ବୈତରଣୀ ଏବଂ ଜଳକାରେ ବନ୍ୟା। ଆଗାମୀ ଦିନରେ ସୁବର୍ଣ୍ଣରେଖାରେ ମଧ୍ୟ ବନ୍ୟା ହେବ। ଆଖୁଆପଦାରେ ବୈତରଣୀ ନଦୀର ବିପଦ ସଂକେତ ୧୮.୩୩ ମିଟର ଥିବା ବେଳେ, ବର୍ତ୍ତମାନ ୧୮.୯୩ ମିଟର ଉପରେ ପ୍ରବାହିତ ହେଉଛି ବନ୍ୟାଜଳ । ସେହିଭଳି ବଲ୍ଲଭୀଘାଟରେ ବିପଦ ସଂକେତ ୧୩.୩୪ ମିଟର ପାର କରିଛି ଜଳସ୍ତର । ଜିଲ୍ଲାରେ ବନ୍ୟା ଆଶଙ୍କା ରହିଛି। ବୈତରଣୀରେ ବନ୍ୟା ପାଇଁ ଯାଜପୁର ଏବଂ ଭଦ୍ରକ ଜ଼ିଲ୍ଲା ପ୍ରଭାବିତ ହେବ। ବିଶେଷ ଭାବରେ ଧାମନଗର, ଚାନ୍ଦବାଲି, ଯାଜପୁର ଦଶରଥପୁର ପ୍ରଭାବିତ ହେବ। ଜଳକାରେ ମଧ୍ୟରେ ବିପଦସଂକୁଳ ଉପରେ ଜଳସ୍ତର  ରହିଛି। ସେପଟେ ସୁବର୍ଣ୍ଣରେଖାରେ ମଧ୍ୟ ବିପଦସଂକେତ ଅତିକ୍ରମ କରିବ। ସେପଟେ ମହାନଦୀ ଓ ବ୍ରାହ୍ମଣୀରେ ବନ୍ୟା ସ୍ଥିତି ନାହିଁ। ହୀରାକୁଦ ଜଳଭଣ୍ଡାରରେ ୨୦ଟି ଗେଟ୍ ଖୋଲା ଅଛି। ୫ ଲକ୍ଷ ୨୩ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବେ ବେଳେ, ୩ ଲକ୍ଷ ୩୮ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି। ସୁବର୍ଣ୍ଣରେଖାରେ ରାଜଘାଟରେ ୭.୮୬ ମିଟର ରହିଛି। ଜଳକାରେ ୭.୧୩ ମିଟର ରହିଛି। କିନ୍ତୁ ଜଳସ୍ତର ହ୍ରାସ ପାଉଛି। ରେଙ୍ଗାଲିରେ ୩ଟା ଗେଟ୍ ଖୋଲା ଅଛି।..

ପୁରୀ ବଳଙ୍ଗା ଛାତ୍ରୀ ପୋଡ଼ିଯିବା ଘଟଣା, କୋର୍ଟରେ ପିଉସୀଙ୍କ ବୟାନ ରେକର୍ଡ

ନନ୍ଦିଘୋଷ ବ୍ୟୁରୋ  : ପୁରୀ ବଳଙ୍ଗା ଛାତ୍ରୀ ପୋଡ଼ିଯିବା ଘଟଣା। ନାବାଳିକା ପୋଡ଼ି ଘଟଣାରେ JMFC ନିମାପଡା କୋର୍ଟରେ ହାଜର ହେଲେ ପୀଡିତାଙ୍କ ପିଉସୀ, ସାଙ୍ଗଙ୍କ ସହ ଅନ୍ୟ ଦୁଇ ପଡୋଶୀ। ସମସ୍ତଙ୍କ ବୟାନ ରେକର୍ଡ କରାଯାଇଛି। ବିଏନଏସ ଧାରା ୧୮୩ରେ  ବୟାନ ରେକର୍ଡ ହୋଇଛିI ସେପଟେ ଘଟଣାକୁ ବିତିଲା ୯ ଦିନ। ହେଲେ ଏବେବି ପୋଲିସର ହାତ ଖାଲି। ୩୦ରୁ ଅଧିକ ଲୋକଙ୍କୁ ପୋଲିସ ପଚରାଉଚରା କରିସାରିଛି। କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ମଧ୍ୟ ମିଳିଥିବା ମଧ୍ୟ କହିଛନ୍ତି ପୁରୀ ଏସପି। ହେଲେ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚି ପାରିନି ପୋଲିସ। ସମସ୍ତ ବୟାନକୁ ଆଧାର କରି ବିଭିନ୍ନ ଦିଗକୁ ନେଇ ପୋଲିସ ତନାଘନା ଚଳାଇଛି। ଶୁକ୍ରବାର ଦିଲ୍ଲୀ ଏମ୍‌ସରେ ପୀଡ଼ିତାଙ୍କ ବୟାନ ରେକର୍ଡ଼ କରିଛି କ୍ରାଇମବ୍ରାଞ୍ଚ। ପୂର୍ବରୁ ଭୁବନେଶ୍ବର ଏମସରେ ମଧ୍ୟ ପୋଲିସ ପୀଡ଼ିତାଙ୍କ ବୟାନ ରେକର୍ଡ଼ କରିଥିଲା। ତେବେ ଏ ଦୁଇ ବୟାନ ଭିତରେ ତାଳମେଳ ରହୁନଥିବା ପୋଲିସ କହିଛି। ବୟାନରେ ଫରକ ରହୁଥିବାରୁ ପୋଲିସର ତଦନ୍ତରେ ଅଡୁଆ ବଢିଛି। ସତ କଣ ଏପର୍ଯ୍ୟନ୍ତ ପୋଲିସ ବାହାର କରିପାରିନାହିଁ।

ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ଟେଣ୍ଡର ବାତିଲ ପ୍ରସଙ୍ଗ: ଉଦବେଗ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବର ମେଟ୍ରୋ ରେଲ ପ୍ରକଳ୍ପ ଟେଣ୍ଡର ବାତିଲ ହେବାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ, ଭୁବନେଶ୍ବରକୁ ଏକ ବିଶ୍ବସ୍ତରୀୟ ସହରରେ ପରିଣତ କରିବା ଥିଲା ବିଜେଡି ସରକାରର ସ୍ବପ୍ନ । ଭୁବନେଶ୍ବରରେ ବିଶ୍ବସ୍ତରୀୟ କ୍ରୀଡା ଭିତ୍ତିଭୂମୀ ସାଙ୍ଗକୁ ଆନ୍ତର୍ଜାତିକ ସ୍ତରର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏଥିସହିତ ଆଧୁନିକ ପରବହନ ସେବା ସାଙ୍ଗକୁ ଆଇଟି ଭିତ୍ତିଭୂମୀ ସୃଷ୍ଟି କରାଯାଇ ମନ୍ଦିରମାଳିନୀ ସହରକୁ ବିଶ୍ବସ୍ତରୀୟ ସହରରେ ପରିଣତ କରିବାକୁ ଉଦ୍ୟମ କରୁଥିଲା ବିଜେଡି ସରକାର । ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପକୁ ସହରର ସମ୍ପ୍ରସାରଣ ଓ ମୋ ବସ ରୁଟ ସହ ତାଳ ଦେଇ ସମ୍ପ୍ରସାରିତ କରିବାର ଥିଲା । ସହର ମଧ୍ୟରେ ଭିଡ ବୃଦ୍ଧି କରିବା ପରିବର୍ତ୍ତେ ସହରର ସମ୍ପ୍ରସାରଣ ଜୁରୁରୀ । ମେଟ୍ରୋ ସହର ଭଳି ଆବଶ୍ୟକତାକୁ ଉପଲବ୍ଧୀ କରି ବିଜେଡି ସରକାର ୨୦୨୭ ସୁଦ୍ଧା ପ୍ରଥମ ପର୍ଯ୍ୟାୟ କାମ ସାରିବାକୁ ଟାର୍ଗେଟ କରିଥିଲା । କିନ୍ତୁ ଏବେ ଏହି ପ୍ରକଳ୍ପ ପାଇଁ ହୋଇଥିବା ଟେଣ୍ଡରକୁ ବାତିଲ କରିଦିଆଯାଇଛି । ଡବଲ ଇଂଜିନ ସରକାର ଓଡିଶାବାସୀଙ୍କୁ ଧୋକା ଦେଇଛି ବୋଲି ନବୀନ କହିଛନ୍ତି । ବିଜେପି ସରକାରଙ୍କ ଏହି ନିଷ୍ପତ୍ତି ସହରକୁ ଆହୁରି ୧୦ ବର୍ଷ ପଛକୁ ଠେଲିଦେବ ବୋଲି ନବୀନ କହିଛନ୍ତି ।

ରକ୍ଷାଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଗଲାଣି ଖେଳ ଉପକରଣ, ପରିତ୍ଯକ୍ତ ପୁରୀ ପୌରପାଳିକାରେ ଥିବା ଶିଶୁ ଉଦ୍ୟାନ

ନନ୍ଦିଘୋଷ ବ୍ୟୁରୋ: ପୁରୀ ପୌରପାଳିକାରେ ଥିବା ଶିଶୁ ଉଦ୍ୟାନ ଗୁଡ଼ିକର ଅବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ପରିଚାଳନାଗତ ତ୍ରୁଟି ଏବଂ ରକ୍ଷଣାବେକ୍ଷଣ ଅଭାବରୁ ପାର୍କରେ ଥିବା ଖେଳ ଉପକରଣ ସବୁ ଭାଙ୍ଗିରୁଜି ଅନାବନା ଗଛ ଉଠିଲାଣି । ଶିଶୁମାନଙ୍କ ବୌଦ୍ଧିକ, ଶାରୀରିକ ଏବଂ ମାନସିକ ବିକାଶ ନିର୍ମିତ ଏହି ପାର୍କ ଏବେ ପରିତ୍ଯକ୍ତ । ଏଗୁଡ଼ିକୁ ପୁନଃ କାର୍ଯ୍ଯକ୍ଷମ କରିବା ସହ ଦାୟିତ୍ବରେ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ପାଇଁ ଉଠିଛି ଦାବି ।

ଖେଳଣା ଅଛି । ହେଲେ ଯିବାକୁ ରାସ୍ତା ନାହିଁ । ଜଙ୍ଗଲ ଭିତରେ ଲୁଚିଲାଣି ପିଲାଙ୍କ ପ୍ରମୋଦ ସାମଗ୍ରୀ । କଣ୍ଟା ସାଙ୍ଗକୁ ପଡ଼ିଛି ବୋତଲ, ପ୍ଲାଷ୍ଟିକ ଗ୍ଲାସ । ପାର୍କ ନୁହେଁ ତ, ଲାଗୁଛି ଯେପରି ସରୀସୃପଙ୍କ ବାସସ୍ଥଳୀ । ପାଦଚଲା ପେଭର ବ୍ଲକ ଉପରେ ଉଠିଲାଣି ଗଛ । ପୁରୀ ସହରରେ ଥିବା ଅଧିକାଂଶ ଶିଶୁ ଉଦ୍ୟାନର ଅବସ୍ଥା ଏବେ ଏପରି । ଶିଶୁମାନଙ୍କର ଶାରୀରିକ, ମାନସିକ ଏବଂ ବୌଦ୍ଧିକ ବିକାଶ ଉଦ୍ଦେଶ୍ୟ ନିର୍ମାଣ ହୋଇଥିବା ଏହି ପାର୍କ ଏବେ ପିଲାଙ୍କ କାମରେ ଆସୁନି । ପାର୍କ ନିର୍ମାଣ ଆଳରେ ନିମ୍ନମାନର କାର୍ଯ୍ୟକରି କୋଟି କୋଟି ଟଙ୍କା ହରିଲୁଟ୍ କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ଏହାର ଦାୟିତ୍ବରେ ଥିବା ଅଧିକାରୀଙ୍କ ବିରୋଧର କାର୍ଯ୍ଯାନୁଷ୍ଠାନ ପାଇଁ ଦାବି କରିଛନ୍ତି।

୨୦୨୧ ରେ ମୁକ୍ତା ଯୋଜନାରେ ପୁରୀ ପୌରାଞ୍ଚଳରେ ୨୫ ଟି ଶିଶୁ ଉଦ୍ୟାନ ସହ ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ୭.୧୭ କୋଟି ଟଙ୍କା ମଞ୍ଜୁର ହୋଇଥିଲା । ତେବେ ପୌରପାଳିକାର ପରିଚାଳନାଗତ ତ୍ରୁଟି ଏବଂ ରକ୍ଷଣାବେକ୍ଷଣ ଅଭାବରୁ ପାର୍କ ଗୁଡ଼ିକ ଏବେ ପରିତ୍ୟକ୍ତ । ସେପଟେ ପୁରୀ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ସହରରେ ଥିବା ୩୧ ଟି ପାର୍କ ମଧ୍ୟରୁ ୧୮ ଟି ଏବେ କାର୍ଯ୍ୟକ୍ଷମ ଅଛି । ଅନ୍ୟ ପାର୍କ ଗୁଡ଼ିକ ସ୍ଥାନୀୟ ଅଞ୍ଚଳରେ କମିଟି ଗଠନ କରାଯାଇ ପରିଚାଳନା ପାଇଁ ଦାୟିତ୍ବ ଦିଆଯିବ । ପାର୍କଗୁଡ଼ିକ କାର୍ଯ୍ଯାକ୍ଷମ ହେଲେ ସ୍ଥାନୀୟ ବାସିନ୍ଦାଙ୍କ ସହ ପର୍ଯ୍ଯଟକ ମଧ୍ଯ ଉପକୃତ ହୋଇ ପାରନ୍ତେ ବୋଲି କହିଛନ୍ତି ଲୋକେ ।

ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ ନୀତିଶଙ୍କୁ ଟାର୍ଗେଟ କଲେ ଚିରାଗ ପାଶଓ୍ବାନ

ନନ୍ଦିଘୋଷ ବ୍ୟୁରୋ: ଆଗକୁ ବିହାର ନିର୍ବାଚନ ହେବାକୁ ଥିବାବେଳେ ରାଜନୈତିକ ମାହୋଲ ବେଶ ସରଗରମ ହେବାରେ ଲାଗିଛି । ପ୍ରତିଦିନ ନୂଆ ନୂଆ ଖବରମାନ ନଜର ଆସୁଥିବାବେଳେ ଏବେ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶଓ୍ବାନ ନୀତିଶ କୁମାରଙ୍କ ସରକାରକୁ ଟାର୍ଗେଟ କରିଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସେ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି । ସେ କହିଛନ୍ତି କି, ବିହାରରେ ଗୋଟିଏ ପରେ ଗୋଟିଏ ଅପରାଧିକ ଘଟଣାମାନ ଘଟୁଛି । କିନ୍ତୁ ପ୍ରଶାସନ ଅପରାଧୀଙ୍କ ସାମ୍ନାରେ ମୁଣ୍ଡ ନୁଆଁଇବା ଭଳି ହେଉଛି । କାହିଁକି ବିହାରରେ ବାରମ୍ବାର ଏଭଳି ଘଟଣା ଘଟୁଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।

ବିହାରରେ ଗୋଟିଏ ପରେ ଗୋଟିଏ ଅପରାଧିକ ଘଟଣାମାନ ଘଟିବାରେ ଲାଗିଛି । ତଥାପି ପ୍ରଶାସନ ଏହାକୁ ରୋକିବାରେ ବିଫଳ ହେଉଛି । ଯେଉଁମାନେ ତାଙ୍କ ପରିବାର ଲୋକଙ୍କୁ ହରାଇଛନ୍ତି କେତେ କଷ୍ଟରେ ରହିଥିବେ ତାହା ସମସ୍ତଙ୍କୁ ଜଣା । ପ୍ରଶାସନ ନିଜର ଦୋଷ ମାନୁନଥିବାବେଳେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଧାରି ପାରୁନି । ଏହାସହ ଚିରାଗ କହିଛନ୍ତି କି, ମୁଁ ଦୁଃଖିତ କି, ଏଭଳି ଏକ ସରକାରକୁ ସମର୍ଥନ କରୁଥିଲି । ବିହାରୀମାନେ ସୁରକ୍ଷିତ ନୁହଁନ୍ତି, ସରକାର ସମୟ ଥାଉ ଥାଉ ସଜାଗ ହୁଅନ୍ତୁ । ନିକଟରେ ବିହାରରେ ଦୁଇଟି ବଡ଼ ଘଟଣା ଘଟିଛି । ଜଣେ ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା କରାଯାଇଥିବାବେଳେ ଅନ୍ୟଜଣେ ଗ୍ୟାଙ୍ଗଷ୍ଟାରଙ୍କୁ ମେଡିକାଲରେ ମଧ୍ୟ ଗୁଳି କରାଯାଇଛି । ଯାହାକୁ ନେଇ ପ୍ରଶାସନର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ଉଠିଛି ।