spot_img
Home Blog Page 528

ଟି-୨୦ରେ ନମ୍ବର ଓ୍ବାନ ବ୍ୟାଟ୍ସମ୍ୟାନ ହେଲେ ଅଭିଶେକ ଶର୍ମା

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆ ଯୁବ କ୍ରିକେଟର ଅଭିଶେକ ଶର୍ମା ନିଜ କ୍ୟାରିୟରରେ ଏକ ମାଇଲଖୁଣ୍ଟ ପାର୍ କରିଛନ୍ତି । ସଦ୍ୟ ପ୍ରକାଶିତ ଆଇସିସି ରାଙ୍କିଂରେ ୧ ନମ୍ବର ସ୍ଥାନରେ ରହିଛନ୍ତି । ସେ ନିଜର ବନ୍ଧୁଙ୍କୁ ପଛରେ ପକାଇ ଏହି କିର୍ତ୍ତୀମାନ ଅର୍ଜନ କରିଛନ୍ତି । ଟ୍ରାଭିସ୍ ହେଡଙ୍କୁ ପଛରେ ପକାଇ ଦେଇଛନ୍ତି । ନିକଟରେ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରେ ସେତେ ଭଲ ପ୍ରଦର୍ଶନ କରିନଥିଲେ ହେଡ୍ । ଯାହାଫଳରେ ତାଙ୍କୁ ଟପି ଯାଇଛନ୍ତି ଅଭିଶେକ ଶର୍ମା ।

ଅଭିଶେକ ଶର୍ମାଙ୍କ ରେଟିଂ ପଏଣ୍ଟ ୮୨୯ ରହିଥିବାବେଳେ ଟ୍ରାଭିସ୍ ହେଡଙ୍କ ରହିଛି ୮୧୪ ପଏଣ୍ଟ । ସେ ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ଅଭିଶେକ ଶର୍ମା ଏବେ ଟପରେ ରହିଛନ୍ତି । ଉଭୟ ଆଇପିଏଲରେ ଗୋଟିଏ ଟିମରେ ଖେଳୁଥିଲେ । ହାଇଦ୍ରାବାଦ ପକ୍ଷରୁ ଖେଳୁଥିବାବେଳେ ସେମାନଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି । ସେପଟେ ଟପ୍ ୧୦ ମଧ୍ୟରେ ଭାରତୀୟ ଖେଳାଳିଙ୍କ ତିଲକ ବର୍ମା ତୃତୀୟ ଏବଂ ସୂର୍ଯ୍ୟକୁମାର ଯାଦବ ଷଷ୍ଠ ସ୍ଥାନରେ ରହିଛନ୍ତି । ସେପଟେ ଜଶସ୍ବୀ ଜୟସ୍ବାଲ ଟପ୍ ୧୦ରୁ ବାହାର ହୋଇଥିବାବେଳେ ଏବେ ୧୧ ନମ୍ବର ସ୍ଥାନରେ ରହିଛନ୍ତି ।

ଟ୍ରମ୍ପ ୨୦-୨୫ ପ୍ରତିଶତ ଟାରିଫ ଲାଗୁକଲେ ଭାରତର କେଉଁ କେଉଁ ସେକ୍ଟର ପ୍ରଭାବିତ ହେବେ?

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଟାରିଫ ଲାଗୁ କରିବା ନେଇ ଏକ ବଡ଼ ବୟାନ ଦେଇଛନ୍ତି । ଭାରତ ଉପରେ ୨୦-୨୫ ପ୍ରତିଶତ ଟାରିଫ ଲାଗୁ ହୋଇପାରେ ବୋଲି ସେ କହିଛନ୍ତି । ମାତ୍ର ଏନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ଭାରତ ଓ ଆମେରିକା ମଧ୍ୟରେ ଟ୍ରେଡ ଡିଲକୁ ନେଇ ଷଷ୍ଠ ଗସ୍ତର ଚର୍ଚ୍ଚା ଚାଲିଥିବା ବେଳେ ଟ୍ରମ୍ପ ଏହି ବୟାନ ଦେଇଛନ୍ତି । ଯଦି ଏହି ଟାରିଫ ଲାଗୁ ହୁଏ, ତେବେ ଭାରତର କିଛି ସେକ୍ଟର ପ୍ରଭାବିତ ହୋଇପାରେ ।

ଟେକ୍ସଟାଇଲ ଓ ଗାରମେଣ୍ଟସ ଉପରେ ପ୍ରଭାବ

ଭାରତର ପ୍ରମୁଖ ଏକ୍ସପୋର୍ଟ ମଧ୍ୟରୁ ଟେକ୍ସଟାଇଲ ଅନ୍ୟତମ । ଭାରତରୁ କପଡ଼ା ଓ ଫୁଟଓ୍ବେୟର ଆମଦାନୀ କରିବାରେ ଆମେରିକା ସବୁଠାରୁ ବଡ଼ ଦେଶ । ୨୦-୨୫ ପ୍ରତିଶତ ଟାରିଫ ଲାଗୁ ହେଲେ ଆମେରିକା ବଜାରରେ ଉତ୍ପାଦ ଅଧିକ ମହଙ୍ଗା ହୋଇପାରେ । ଫଳରେ ଭାରତର ଶିପମେଣ୍ଟ ଠାରୁ ଆରମ୍ଭ କରି କାରବାର ପର୍ଯ୍ୟନ୍ତ ପ୍ରଭାବିତ ହୋଇପାରେ ।

ଜୁଏଲାରୀ ଓ ଡାଇମଣ୍ଡ ଉପରେ ବଡ଼ ପ୍ରଭାବ

ଭାରତର ବିଶ୍ବର ସବୁଠାରୁ ଅଧିକ ଡାଇମଣ୍ଡ ଏକ୍ସପୋର୍ଟ କରୁଥିବା ଦେଶ ମଧ୍ୟରୁ ଅନ୍ୟତମ । ଆମେରିକା ଭାରତରୁ ବହୁ ମାତ୍ରାରେ ଡାଇମଣ୍ଡ ଆମଦାନୀ କରିଥାଏ । ଟାରିଫ ଲାଗୁ ହେବା ଫଳରେ ଜୁଏଲାରୀ ଓ ଡାଇମଣ୍ଡର ଦାମ୍ ବଢ଼ିପାରେ । ଫଳରେ ଭାରତରେ ଏହାର ଚାହିଦା ପ୍ରଭାବିତ ହୋଇପାରେ । କାରଣ ଆମେରିକାର କ୍ରେତାମାନେ ଭାରତ ବ୍ୟତୀତ ଅନ୍ୟ ବିକଳ୍ପ ସନ୍ଧାନ କରି ପାରନ୍ତି । ଏହା ଉପରେ ୨୬-୨୭ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ ଲାଗୁ ହୋଇପାରେ ।

ଅଟୋମୋବାଇଲ ଓ ଅଟୋ ପାର୍ଟସ ଉପରେ ପ୍ରଭାବ

ଅଟୋ ସେକ୍ଟର କଥା ଯଦି କହିବା, ଭାରତ ଆମେରିକାକୁ ବହୁ ମାତ୍ରାରେ ଅଟୋ ସାମଗ୍ରୀ ଏକ୍ସପୋର୍ଟ କରିଥାଏ । ପୂର୍ବରୁ ଷ୍ଟିଲ ଓ ଆଲୁମିନିୟମ ଉପରେ ୨୫ ପ୍ରତିଶତ ଟାରିଫ ରହିଛି । ଏବେ ଅଟୋ ସେକ୍ଟରରେ ୨୫ ପ୍ରତିଶତ ଟାରିଫ ଲାଗୁ ହେଲେ ଭାରତୀୟ ଚାହିଦା ପ୍ରଭାବିତ ହୋଇପାରେ । ଏହି ସାମଗ୍ରୀ ଉପରେ ୨୭ ପ୍ରତିଶତ ଟାରିଫ ଲାଗିପାରେ ।

ଯଦି ଟାରିଫ ଲାଗୁ ହୁଏ, ତେବେ ଭାରତର କିଛି ସେକ୍ଟର୍ସକୁ ଆମେରିକା ଟାରିଫରୁ ଦୂରେଇ ରଖିବ । ସେଥିମଧ୍ୟରେ ଫାର୍ମାସ୍ୟୁଟିକଲ୍ସ (ଔଷଧ), ସେମିକଣ୍ଡକ୍ଟର, ଉର୍ଜା ଉତ୍ପାଦ (ତେଲ, ଗ୍ୟାସ, କୋଇଲା, ଏଲଏନଜି) ଓ କପର । ଏକ୍ସପର୍ଟଙ୍କ ଅନୁମାନ ମୁତାବକ, ଟାରିଫ କାରଣରୁ ଭାରତର ବାର୍ଷିକ ରପ୍ତାନୀ ୨ରୁ ୭ ଅରବ ଡଲାର ହ୍ରାସ ଘଟିପାରେ ।

ଅନଲାଇନ ସ୍କାର୍ମର ନୂଆ ତରିକା, ହ୍ଟାର୍ଟ୍ସଆପ୍ ଏବଂ ଟେଲିଗ୍ରାମରେ ଏମିତି ଚୂନା ଲଗାଉଛନ୍ତି ସାଇବର ଠକ

ନନ୍ଦିଘୋଷ ବ୍ୟୁରୋ : ଦିନକୁ ଦି ବଢୁଛି ଅନଲାଇନ ଠକେଇ । ସାଇବର ଠକ ମାନେ ଟଙ୍କା ହଡ଼ପ କରିବା ପାଇଁ ପ୍ରତିଦିନ ନୂଆନୂଆ ପନ୍ଥା ଆପଣାଉଛନ୍ତି । ଆଜିକାଲି ଏକ ନୂଆ ଅନଲାଇନ୍ ଠକେଇ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ; ଯାହା ବିଶେଷକରି ବେକାର ଯୁବକ, ଗୃହିଣୀ ଏବଂ ଛାତ୍ରମାନଙ୍କୁ ଟାର୍ଗେଟ କରୁଛି। ହ୍ୱାଟ୍ସଆପ୍ ଏବଂ ଟେଲିଗ୍ରାମ ଭଳି ମେସେଜିଂ ଆପ୍ ମାଧ୍ୟମରେ, ଠକମାନେ ସହଜରେ ଟଙ୍କା ରୋଜଗାର କରିବାର ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଫସାଉଛନ୍ତି। ଏହା ଏକ ସରଳ ମେସେଜରୁ ଆରମ୍ଭ ହୁଏ ଯେଉଁଥିରେ ଲେଖା ହୋଇଥାଏ ଯେ, ଆପଣଙ୍କୁ ଏକ ଉତ୍ପାଦକୁ 5ଷ୍ଟାର ରେଟିଂ ଦେବାକୁ ପଡିବ, ଯେପରିକି YouTube ଭିଡିଓ କିମ୍ବା କିଛି ଛୋଟ ଅନୁବାଦ କରିବାକୁ ପଡିବ ଏବଂ ଆପଣଙ୍କୁ ଏହା ବଦଳରେ ଟଙ୍କା ଦିଆଯିବ।

 ଛୋଟ କାମଠାରୁ ଲକ୍ଷ ଲକ୍ଷ ଋଣ

ଗୁଜରାଟର ଏକ ଘରୋଇ ବ୍ୟାଙ୍କରେ କାମ କରୁଥିବା ୨୫ବର୍ଷୀୟ ସୋରଥିଆ ମଧ୍ୟ ଏପରି ଏକ ଟେଲିଗ୍ରାମ ଗ୍ରୁପର ଅଂଶ ଥିଲେ। ପ୍ରାରମ୍ଭିକ କାମ କରିବା ପାଇଁ ତାଙ୍କୁ କିଛି ଟଙ୍କା ମିଳିଥିଲା। କିନ୍ତୁ ପରେ ତାଙ୍କୁ “ଉଚ୍ଚ ସ୍ତରର କାର୍ଯ୍ୟ” ପାଇଁ ଅଧିକ ଟଙ୍କା ଦେବାକୁ କୁହାଗଲା। ଧୀରେ ଧୀରେ ସେ ୨୮ଲକ୍ଷ ଟଙ୍କାର ଋଣରେ ବୁଡ଼ିଗଲେ ଏବଂ ଶେଷରେ ଆତ୍ମହତ୍ୟା କଲେ। ତାଙ୍କ ଆତ୍ମହତ୍ୟା ନୋଟରେ ସେ ଲେଖିଛନ୍ତି ଯେ ସେ ଏହି ଜାଲରୁ ବାହାରି ପାରିଲେ ନାହିଁ।

କେମିତି ଚିହ୍ନିବେ ଅନଲାଇନ ସ୍କାମ୍

ଏହି ଠକେଇଗୁଡ଼ିକରେ ନକଲି ୱେବସାଇଟ୍, ନକଲି ସାକ୍ଷାତକାର ଏବଂ ନକଲି ଡ୍ୟାସବୋର୍ଡ ଅନ୍ତର୍ଭୁକ୍ତ ଯାହା ଦର୍ଶାଏ ଯେ ଆପଣ କେତେ ରୋଜଗାର କରିଛନ୍ତି। କିନ୍ତୁ ଏହା ସବୁ ଏକ ଠକେଇର ଅଂଶ। ଆପଣ ଏଥିରେ ଟଙ୍କା ନିବେଶ କଲେ ଆପଣ ଏହି ଫ୍ରଡର ଶିକାର ହେବେ।

  • ଅଫିସିଆଲ୍ ୱେବସାଇଟ୍ କିମ୍ବା ସୋର୍ସରୁ ଯେକୌଣସି ଚାକିରି ପ୍ରସ୍ତାବ ଉପରେ ବିଶ୍ୱାସ କରିବା ପୂର୍ବରୁ ଯାଞ୍ଚ କରନ୍ତୁ।
  • ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ସୂଚନା, OTP କିମ୍ବା ପାସୱାର୍ଡ କାହା ସହିତ ସେୟାର କରନ୍ତୁ ନାହିଁ।
  • ଏପରି ଯେକୌଣସି ଠକେଇ ହେଲେ ତୁରନ୍ତgov.in ରେ ରିପୋର୍ଟ କରନ୍ତୁ ।

 

କୁଆଖାଇରେ ପୁଣି ବୁଡିଗଲେ ଯୁବକ: ତୁଠକୁ ଦଶ କର୍ମ ପାଇଁ ଆସିଥିବା ବେଳେ ଅଘଟଟ

କୁଆଖାଇରେ ପୁଣି ବୁଡିଗଲେ ଯୁବକ । ତୁଠକୁ ଦଶ କର୍ମ ପାଇଁ ଆସିଥିବାବେଳେ ଅଘଟଣ । ବୁଡିଯାଇଥିବା ଯୁବକ ବାଣୀବିହାର ବସ୍ତିବାସିନ୍ଦା । ଗାଧୋଇବାବେଳେ ଦୁଇ ଜଣ ଯୁବକ ବୁଡିଯାଇଥିଲେ । ଜଣଙ୍କୁ ଉଦ୍ଧାର କରିଛନ୍ତି ପରିବାର ଲୋକେ । ଆଉ ଜଣେ ଯୁବକ ଏବେ ନିଖୋଜ । ନିଖୋଜ ଯୁବକ ହେଲେ ସୋମନାଥ ଦାସ । ଘଟଣାସ୍ଥଳରେ ଚାଲିଛି ଉଦ୍ଧାର କାର୍ଯ୍ୟ । ସମାନ ସ୍ଥାନରେ ଦୁଇ ଦିନ ତଳେ ଜଣେ ଯୁବକ ବୁଡିଯାଇଥିଲେ ।

ଭିଜିଲାନ୍ସ ରେଡ୍‌ ବେଳେ ଟଙ୍କା ବ୍ୟାଗ ଫୋପାଡୁଥିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର

ଭିଜିଲାନ୍ସ ରେ଼ଡ୍ ବେଳେ ଟଙ୍କା ବ୍ୟାଗ ଫୋପାଡୁଥିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର। ୧ ଲକ୍ଷ ଟଙ୍କା ସହ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଘର ବାହାରକୁ ଫୋପାଡୁଥିଲେ ବାବୁ। ଦ୍ୱିତୀୟ ଦିନରେ ମାରାଥନ ରେଡ଼ ବେଳେ ଅନେକ ସଙ୍ଗୀନ ଘଟଣା ସାମ୍ନାକୁ ଆସିଛି। ଭୁବନେଶ୍ଵର ଆର ଆଣ୍ଡ ବି ଡିଭିଜନ ଆସିଷ୍ଟାଣ୍ଟ ଇଞ୍ଜିନିୟର ରାଜକିଶୋର ଜେନାଙ୍କ ଫ୍ଲାଟ ସମେତ ଅନ୍ୟାନ୍ୟ ସ୍ଥାନରେ ମାରାଥନ ରେଡ଼ କରିଥିଲା। କାଲିଠାରୁ ୧୦ଟି ସ୍ଥାନରେ ଚାଲିଛି ଚଢାଉ। ରେଡ଼ ବେଳେ ଗତକାଲି ବାବୁଙ୍କର ଗୋଟିଏ ବହୁତଳ ପ୍ରାସାଦ, ୨ ଟି ଫ୍ଲାଟ, ୨ ଟି ମଲରେ ଦୁଇଟି କମର୍ସିଆଲ ଦୋକାନ, ୧୩ଟି ଦାମୀ ପ୍ଲଟ ଠାବ କରାଯାଇଥିଲା। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜକିଶୋର ଜେନାଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି ଭିଜିଲାନ୍ସ। ଭିଜିଲାନ୍ସର ଟେକ୍ନିକାଲ ଟିମ ଏବେବି ବାବୁଙ୍କ ଠୁଳ ସମ୍ପତ୍ତି, ବ୍ୟାଙ୍କ ବାଲାନ୍ସ, ଫରେନ ଟ୍ରିପରେ ଖର୍ଚ୍ଚ ନେଇ ଛାନଭିନ ଜାରି ରଖିଛି।

ଅଗଷ୍ଟ ୧ ତାରିଖରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

ଅଗଷ୍ଟ ୧ ତାରିଖରେ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । ନୂଆ ରୂପରେ ସଜେଇ ହୋଇଛି ଭିତରକନିକା। ସବୁଠୁ ଆକର୍ଷଣୀୟ ଓ ନୂତନ ଭାବେ ନିର୍ମାଣ କରାଯାଇଛି ସଂଗ୍ରହାଳୟ । ପର୍ଯ୍ୟଟକମାନେ ଏହି ସଂଗ୍ରହାଳୟ ବୁଲି ଭିତରକନିକାର ଐତିହ୍ୟ, ବନ୍ୟଜନ୍ତୁ ଓ ପକ୍ଷୀ ମାନଙ୍କ ସମ୍ପର୍କରେ ଅଧିକ ତଥ୍ୟ ଜାଣିପାରିବେ। ଗବେଷକ ମାନେ ଗବେଷଣା କ୍ଷେତ୍ରରେ ଅଧିକ ତଥ୍ୟ ମଧ୍ୟ ଜାଣିପାରିବେ | ଏନେଇ ଭିତରକନିକା ସଂଗ୍ରହାଳୟ ପରିସରରୁ ଅଧିକ ସୂଚନା ଦେଉଛନ୍ତି ଆମ ରାଜନଗର ପ୍ରତିନିଧି ତ୍ରିଲୋଚନ ଦାସ ।

ଅଗଷ୍ଟ ୯ରେ ସୁଭଦ୍ରା ତୃତୀୟ କିସ୍ତି ଦେବେ ସରକାର, ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା

ଅଗଷ୍ଟ ୯ରେ ସୁଭଦ୍ରା ତୃତୀୟ କିସ୍ତି ଦେବେ ସରକାର । ଏହାପରେ ପୁଣି ସୁଭଦ୍ରା ପୋର୍ଟାଲ ଖୋଲିବ । ୨୧ ବର୍ଷ ହୋଇଥିଲେ ମହିଳାମାନେ ଆବେଦନ କରିପାରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏବେ ୨ ଲକ୍ଷ ହିତାଧିକାରୀଙ୍କୁ ରଦ୍ଦ କରାଯାଇଛି । ପ୍ରଥମ କିସ୍ତି ନେଲା ପରେ କିଏ ଆଇଟି ରିଟର୍ଣ୍ଣ, କିଏ ଗାଡି କିଣି ଦେଇଛି । ୫ ଏକର ଜମି ଥିବା କାରଣରୁ ସେମାନଙ୍କୁ ବାଦ ବି ଦିଆଯାଇଛି । ଅଗଷ୍ଟ ୯ ପରେ ସେମାନଙ୍କୁ ଯୋଡିବା ପାଇଁ ପୁଣିଥରେ ସର୍ଭେ ହେବ । ଅର୍ଥାତ ତୃତୀୟ କିସ୍ତି ଅଗଷ୍ଟ ୯ ପରେ ଖୋଲିବ ସୁଭଦ୍ରା ସାଇଟ । ୯୩ ହଜାର ହିତାଧିକାରୀ ମହିଳାଙ୍କୁ ୬୦ ବର୍ଷ ପୂରିଥିବାରୁ ବିଭାଗ ସେମାନଙ୍କୁ ଭତ୍ତା ପାଇଁ SSEPDକୁ ପଠାଯାଇଛି ବୋଲି କହିଛନ୍ତି ପ୍ରଭାତୀ ।

ରୁଷିଆରେ ଭୟଙ୍କର ଭୂକମ୍ପ ପରେ ଆମେରିକାରେ ଭାରତୀୟ କନସୁଲେଟ୍ ଜାରି କଲେ ଆଡଭାଇଜରୀ

ନନ୍ଦିଘୋଷ ବ୍ୟୁରୋ : ଭୟଙ୍କର ଭୂକମ୍ପ ପରେ ଆମେରିକାରେ ଭାରତୀୟ କନସୁଲେଟ୍ ଜାରି କରିଛନ୍ତି ଆଡଭାଇଜରୀ । ଆମେରିକାର ସେନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ କନସୁଲେଟ୍ ଜେନେରାଲ କାଲିଫର୍ନିଆ ଏବଂ ହାୱାଇର ପଶ୍ଚିମ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକରେ ରହୁଥିବା ଭାରତୀୟ ନାଗରିକଙ୍କ ପାଇଁ ଏକ ପରାମର୍ଶ ଜାରି କରିଛନ୍ତି। ଭାରତୀୟ କନସୁଲେଟ୍ ଜେନେରାଲ କହିଛନ୍ତି ଯେ,  ରୁଷର କାମଚଟକା ଉପଦ୍ୱୀପରେ ହୋଇଥିବା ୮.୬ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ପରେ ଆମେ ସମ୍ଭାବ୍ୟ ସୁନାମିର ବିପଦ ଉପରେ ନଜର ରଖିଛୁ। ତେବେ ଆହୁରି ମଧ୍ୟ ଆମେରିକାର ପଶ୍ଚିମ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ଭୂମିକମ୍ପ ଏବଂ ସୁନାମିର ବିପଦକୁ ଦୃଷ୍ଟିରେ ରଖି ଅନେକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।

ଭାରତୀୟ ନାଗରିକଙ୍କ ପାଇଁ ଜାରି ହୋଇଛି ଆଡଭାଇଜରୀ

ଭାରତୀୟ ନାଗରିକଙ୍କ ପାଇଁ ଜାରି କରାଯାଇଥିବା ଆଡଭାଇଜରୀରେ କୁହାଯାଇଛି ଯେ, ସ୍ଥାନୀୟ ସତର୍କତା ପାଳନ କରନ୍ତୁ। ଜରୁରୀକାଳୀନ ପରିଚାଳନା ଏବଂ ଆମେରିକାର ସୁନାମh ଚେତାବନୀ କେନ୍ଦ୍ର ସମେତ ଆମେରିକୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ଚେତାବନୀକୁ ସତର୍କତାର ସହ ନିରୀକ୍ଷଣ କରନ୍ତୁ। ସୁନାମୀ ଚେତାବନୀ ଜାରି ହେଲେ ଉଚ୍ଚ ସ୍ଥାନକୁ ଚାଲିଯାଆନ୍ତୁ।

ଜାରି ହେଲା ହେଲ୍ପଲାଇନ୍ ନମ୍ବର

ଆମେରିକାର ଉପକୂଳବର୍ତ୍ତୀ ଅଞ୍ଚଳକୁ ନଯିବା ପାଇଁ ଲୋକଙ୍କୁ ଅନୁରୋଧ କରାଯାଇଛି। ଏହା ବ୍ୟତୀତ, ଯେକୌଣସି ପ୍ରକାରର ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ଏବଂ ସେମାନଙ୍କର ସମସ୍ତ ଇଲେକ୍ଟ୍ରୋନିକ୍ ଉପକରଣକୁ ଚାର୍ଜ ରଖିବାକୁ କୁହାଯାଇଛି। ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ କନସୁଲେଟ୍ ଜେନେରାଲ ଏକ ହେଲ୍ପଲାଇନ୍ ନମ୍ବର, +1-415-483-6629 ମଧ୍ୟ ଜାରି କରିଛନ୍ତି।

 

ସାପ କାମୁଡାରେ ଦୁଇଜଣଙ୍କ ମୃତ୍ୟୁ

ସାପ କାମୁଡାରେ ଦୁଇଜଣଙ୍କ ମୃତ୍ୟୁ । ମୃତକ ହେଲେ ଫୁଲବାଣୀ ଖଜୁରୀପଡ଼ା ଥାନା ନୂଆଗାଁ ପଞ୍ଚାୟତ ଖଲିବେଣି ଗାଁର ୨୫ ବର୍ଷିୟ ମାନସ ହଂସ । ଘରେ ଶୋଇଥିବା ବେଳେ ତାଙ୍କୁ ସାପ କମୁଡ଼ିଥିଲା । ଫୁଲବାଣୀ ମେଡ଼ିକାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେହିଭଳି ଗୋଛାପଡ଼ା ଥାନା ଅଞ୍ଚଳର ୩୫ ବର୍ଷିୟ ନିମା ବିନ୍ଧାଣିଙ୍କ ସାପ କାମୁଡ଼ାରେ ମୃତ୍ୟୁ ହୋଇଛି । ଘରେ ଶୋାଇଥିବା ବେଳେ ସାପ କମୁଡ଼ିଥିଲା l ସଙ୍ଗେ ସଙ୍ଗେ ତାଙ୍କୁ ପ୍ରଥମେ ଗୋଛପଡା ମେଡ଼ିକାଲ ଓ ପରେ ଅବସ୍ଥା ଗୁରୁତର ହେବାରୁ ଫୁଲବାଣୀ ମେଡ଼ିକାଲ ନିଆଯାଇଥିଲା l ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଭଉଣୀ ଉପରେ ଚିଲେଇବାରୁ ରାଗରେ ଭିଣେଇଙ୍କ ଚୁଟି ଉପାଡି ଦେଲା ଶଳା

ନନ୍ଦିଘୋଷ ବ୍ୟୁରୋ : ବେଳେ ବେଳେ  ସମ୍ପର୍କ ସମାଧାନ କରିବା ବେଳେ ତାହା ଝଗଡ଼ାରେ ପରିଣତ ହୋଇଯାଏ । ଏମିତି କିଛି ଘଟିଛି ଦେବରିଆର ମହିଳା ଥାନା ବାହାରେ । ଯେଉଁଠି ସ୍ୱାମୀ- ସ୍ତ୍ରୀ ମଧ୍ୟରେ ଝଗଡ଼ା ସମାଧାନ କରିବାକୁ ଚେଷ୍ଟା କରୁଥିଲେ ପୋଲିସ । ହେଲେ ଥାନାରୁ ବାହାରିବା କ୍ଷଣି ଆରମ୍ଭ ହୋଇଗଲା ପାରିବାରିକ କଳହ । ନିଜ ଭଉଣୀ ଉପରେ ଚିଲେଇ କରି କଥା ହେଉଥିବା ଦେଖି ରାଗରେ ଶଳା  ଭିଣେଇର କେଶ ଭିଡି ଉପାଡି ନିସ୍ତୁକ ମାଡ଼ ମାରିଲା ।

ଏହି ମାମଲାଟି ବାହୋର ଗ୍ରାମର ସୁରଜ ସୋନକର ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଏକ ପାରିବାରିକ ବିବାଦକୁ ନେଇ ଘଟିଛି । କିଛି ଦିନ ପୂର୍ବେ ଝଗଧା ପରେ ପତ୍ନୀ ତାଙ୍କ ମାଆଙ୍କ ଘରକୁ ଫେରି ଆସିଥିଲେ  । ଏବଂ ସେ ମହିଳା ଥାନାରେ ସ୍ୱାମୀଙ୍କ  ନାଁରେ ନିର୍ଯାତନା କରୁଥିବା ନେଇ ଲିଖିତ ଅଭିଯୋଗ କରିଥିଲେ । ମାମଲାର ଗମ୍ଭୀରତା ଦେଖି ପୋଲିସ ମଙ୍ଗଳବାର ଉଭୟ ପକ୍ଷଙ୍କୁ ଥାନାକୁ ସମାଧାନ ପାଇଁ ଡାକିଥିଲା  । ପୋଲିସର ମଧ୍ୟସ୍ଥତା ପରେ ସୁରଜଙ୍କ ସ୍ତ୍ରୀ ଶ୍ୱଶୁର ଘର ଯିବାକୁ ରାଜି ହୋଇଯାଇଥିଲେ । ଥାନା ଭିତରେ ଶାନ୍ତିପୂର୍ଣ୍ଣ ଭାବେ କଥାବାର୍ତ୍ତା ହୋଇଥିଲେ । ହେଲେ ଥାନା ବାହାରକୁ ଆସିବା ମାତ୍ରେ ସୁରଜ ତାଙ୍କ ସ୍ତ୍ରୀଙ୍କ ଉପରେ ଉଚ୍ଚ ସ୍ୱରରେ ଚିଲେଇ କରି କିଛି କହିଲେ , ଯାହା ଶୁଣି ମହିଳାଙ୍କ ବାପା , ଭାଇ ଏବଂ ଅନ୍ୟ ପରିବାର ସଦସ୍ୟମାନେ ରାଗିଗଲେ । ଏହା ପରେ ସୁରଜଙ୍କ ଉପରେ ଆକ୍ରମଣ କରିଥିଲେ । ତାଙ୍କୁ ନିର୍ମମ ଭାବ ମାଡ଼ ମାରିଥିଲେ । ମହିଳାଙ୍କ ଭାଇ ରାଗିକରି ସୁରଜଙ୍କ ଓ୍ୱିଗ ଟାଣି ବାହାର କରି ଦେଇଥିଲେ , ଏହା ସହ ଲାତ, ଗୋଇଠା ମାରିଥିଲେ ।

ଏହି ଘଟଣାଟି  ମହିଳା ପୋଲିସ ଷ୍ଟେସନ ବାହାରେ ଘଟିଥିଲା, ଯେଉଁଠାରେ କିଛି ପୋଲିସ କର୍ମଚାରି ମଧ୍ୟ ଉପସ୍ଥିତ ଥିଲେ, ହେଲେ କେହି ଏଥିରେ ହସ୍ତକ୍ଷେପ କରିନଥିଲେ । ଆକ୍ରମଣ ପରେ ଆକ୍ରମଣକାରୀମାନେ ଦୌଡ଼ି ପଳାଇଥିଲେ ଏବଂ ପୋଲିସ ନୀରବ ଦର୍ଶକ ହୋଇ ରହିଥିଲା