spot_img
Home Blog Page 515

ଆବାସ ଯୋଜନା କାହା ପାଇଁ ? ଭଙ୍ଗା ଦଦରା ଘରେ ବିତୁଛି ଜୀବନ

ନନ୍ଦିଘୋଷ ବ୍ୟୁରୋ: ଆବାସ ଯୋଜନା କାହା ପାଇଁ ? ପ୍ରକୃତ ହିତାଧିକାରୀଙ୍କୁ ମିଳୁନି ଘର ଖଣ୍ଡେ ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଗାଁରେ ଦୁଇ ହିତାଧିକାରୀଙ୍କୁ ମିଳିନି ଘର ଫଳରେ ଭଙ୍ଗା ଦଦରା ପଲିଥିନ ଘରେ ଦୟନୀୟ ଭାବେ ଜୀବନ ବିତାଉଛନ୍ତି ବୃଦ୍ଧ ଦମ୍ପତି ସରକାର ଶୀଘ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି

ଭାଙ୍ଗି ଯାଇଛି ଘର ବାହାର ଅବସ୍ଥା ଯେମିତି ଭିତର ଅବସ୍ଥା ତାଠୁ ଅଧିକ ଖରାପ ଘର ଭିତରୁ ଚାହିଁଲେ ଦିନରେ ସୂର୍ଯ୍ୟ, ରାତିରେ ତାରା ଦେଖାଯାଉଛି ଏହାରି ଭିତରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ଯ ହେଉଛନ୍ତି ଦୁଇ ଅସହାୟ ବୃଦ୍ଧ ବୃଦ୍ଧା ତାଙ୍କ ପରିବାର ହେଉଛି ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଗାଁର ଅସହାୟ ବୃଦ୍ଧ ଜଙ୍ଗଲ କଲାୟତଙ୍କ ଘର ଏଇଠି ତାଙ୍କର ରୋଷେଇ, ଖାଇବା ଶୋଇବା ସେହିପରି ଆଏବାନ କଲାୟତଙ୍କୁ ମଧ୍ଯ ଘର ଖଣ୍ଡେ ମିଳିନଥିବାରୁ ସେ ମଧ୍ଯ ଭଙ୍ଗା ଚାଳ ଘରେ ଅତି ଦୟନୀୟ ଭାବେ ଜୀବନ ବିତାଉଛନ୍ତି

ଏବେ ବୟସର ସାୟାହ୍ନରେ ଏହି ଦୁଇ ପରିବାରର ସଦସ୍ୟ ବର୍ତ୍ତମାନ ବର୍ଷା ହେଉଥିବାରୁ କେତେବେଳେ ଯେ ଘର ଭାଙ୍ଗି ଯିବ ସେଇ ଆଶଙ୍କାରେ ସେ ମୂଲ ଲାଗିବାକୁ ବି ଯାଇ ପାରୁନାହାନ୍ତି ଯେଣତେଣ ପ୍ରକାରେ ପରିବାର ଚଳାଇ ନେଉଛନ୍ତି କିନ୍ତୁ ଘର ଖଣ୍ଡେ କରିବାକୁ ତାଙ୍କର ସମର୍ଥ ନାହିଁ ସରକାରୀ ଯୋଜନାରେ ଘର ଖଣ୍ଡେ ପାଇଁ ସେମାନେ ଅନେକ ଅଫିସକୁ ଯାଇ ଦରଖାସ୍ତ ଦେଲେଣି ହେଲେ ଏଯାଏଁ ତାଙ୍କୁ ଘର ଖଣ୍ଡେ ମିଳିପାରିନାହିଁ ଫଳରେ ଆଜିବି ପଲିଥିନ ଢାଙ୍କି ଦୟନୀୟ ଭାବେ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି ଏହି ଦୁଇ ପରିବାର ଅପରପକ୍ଷେ ବିଡିଓ କହିଛନ୍ତି, ଏବେ ଆବାସ ଯୋଜନା ପାଇଁ ସର୍ଭେ କାମ ଜାରି ରହିଛି

ନିମାପଡା ବ୍ଲକ ସାହାଡ଼ାପଡାରେ ନାଲି ପିମ୍ପୁଡି ଆତଙ୍କ

ନନ୍ଦିଘୋଷ ବ୍ୟୁରୋ: ନିମାପଡା ବ୍ଲକ ସାହାଡ଼ାପଡାରେ ନାଲି ପିମ୍ପୁଡି ଆତଙ୍କ ପିମ୍ପୁଡି କବଳରେ ଛଟପଟ ହେଉଛନ୍ତି ଗ୍ରାମବାସୀ ଘର ବାଡି, ଖେଳପଡିଆ, ଦାଣ୍ଡ କୁଆଡେ ବି ଯାଇପାରୁନାହାନ୍ତି ୪୦୦ ରୁ ଉର୍ଦ୍ଧ୍ଵ ଲୋକେ କେବଳ ମଣିଷ ନୁହେଁ ପିମ୍ପୁଡି କବଳରେ ଗାଈ ଗୋରୁ ମଧ୍ଯ ଛଟପଟ ହେଉଛନ୍ତି

ନାଲି ପିମ୍ପୁଡି କବଳରେ ପୂରା ଗାଁ ଘର ବାଡି, ଖେଳପଡିଆ ସବୁଠି ପିମ୍ପୁଡି ଭୟ ନିମାପଡା ବ୍ଲକ ସାହାଡ଼ାପଡାରେ ଆତଙ୍କ ଖେଳାଉଛନ୍ତି ନାଲି ପିମ୍ପୁଡି ପିଲାମାନେ ପିମ୍ପୁଡି ଭୟରେ କୀଟନାଶକ ଲକ୍ଷ୍ମଣ ରେଖା ଗାର ପକାଇ ମଝିରେ ବସି ପାଠ ପଢୁଛନ୍ତି ଛୋଟ ପିଲାମାନଙ୍କୁ ଦୋଳିରେ ଶୁଆଉଛନ୍ତି ଲୋକେ ମହିଳା ମାନେ ନା ଲୁଗା ପଟା ସଫା କରିପାରୁଛନ୍ତି ନା ଶୁଖାଇ ପାରୁଛନ୍ତି ବାଡ଼ି ପଟକୁ ଯିବା କ୍ଷଣି ମହିଳା ମାନଙ୍କୁ ପିମ୍ପୁଡି କାମୁଡି ଦେଉଥିବା ଅଭିଯୋଗ ହୋଇଛି ଖାଲି ସେତିକି ନୁହେଁ ଗାଈ ଗୋରୁ ଛେଳି ମେଣ୍ଢା ବି ପିମ୍ପୁଡିଙ୍କ କବଳରୁ ବାଦ ପଡ଼ୁ ନାହାନ୍ତି

ପିମ୍ପୁଡିଙ୍କ ଉପରେ କାମ କରୁନି କୌଣସି କୀଟନାଶକ ଫଳରେ ହନ୍ତସନ୍ତ ହେଉଛନ୍ତି ସାହାଡ଼ାପଡାର ୪୦୦ରୁ ଉର୍ଦ୍ଧ୍ଵ ଲୋକେ ତେବେ କୁଆଡୁ ଆସିଲେ ? କେମିତି ଆସିଲେ ଏତେ ପରିମାଣର ନାଲି ପିମ୍ପୁଡି ତାହା କେହିବି ଜାଣି ପାରୁନଥିବା ବେଳେ ପ୍ରଶାସନ ପକ୍ଷରୁ କିଛି କୀଟନାଶକ ସ୍ପ୍ରେ କରିବା ସହ ଏହାର ଉପଚାର କେମିତି ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ଲୋକେ

 

ଗୋଟିଏ ଅକ୍ସିଜେନ ସିଲିଣ୍ଡରରେ ଦୁଇ ଶିଶୁଙ୍କୁ ଦିଆଯାଉଛି ଅକ୍ସିଜେନ

ନନ୍ଦିଘୋଷ ବ୍ୟୁରୋ: ଗୋଟିଏ ଅକ୍ସିଜେନ ସିଲିଣ୍ଡରରେ ଦୁଇ ରୋଗୀଙ୍କୁ ଦିଆଯାଉଛି ଅକ୍ସିଜେନ । ବ୍ରହ୍ମପୁର ଏମକେସିଜି ମେଡିକାଲର ଶିଶୁରୋଗ ବିଭାଗରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ଯ । ପାତ୍ରପୁର ବ୍ଲକ ଅଞ୍ଚଳର କୌଶଲ୍ୟା ସାହୁଙ୍କ ୮ ଦିନର ଶିଶୁ ଓ ଗଜପତି ଜିଲ୍ଲା ନୂଆଗଡ ବ୍ଲକ ପଦପଦା ଗାଁର ପଦ୍ମାଳୟ ବେହେରାଙ୍କ ୧୪ ଦିନର ଶିଶୁକୁ ଗୋଟିଏ ଅକ୍ସିଜେନ ସିଲିଣ୍ଡରରେ ଅକ୍ସିଜେନ ଦିଆଯାଉଥିଲା । ଗୋଟିଏ ଅକ୍ସିଜେନ ସିଲିଣ୍ଡରରେ ଦୁଇ ଜଣ ଶିଶୁଙ୍କୁ ଅକ୍ସିଜେନ ଦେବା ଦ୍ଵାର ଶିଶୁଙ୍କ ସ୍ଵାସ୍ଥ୍ଯ ଖରାପ ହେବାର ସମ୍ଭାବନା ରହିଥାଏ । ତେବେ କାହିଁକି ଏଭଳି ଦୁଇ ଜଣ ଶିଶୁକୁ ଗୋଟିଏ ଅକ୍ସିଜେନ ସିଲିଣ୍ଡରରେ ଅକ୍ସିଜେନ ଦିଆଯାଉଥିଲା ତାହା ଅସ୍ପଷ୍ଟ ରହିଛି ।

ରାଜଧାନୀରେ ବଧୂ ହତ୍ୟା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ରାଜଧାନୀରେ ବଧୂ ହତ୍ୟା ଅଭିଯୋଗ । ଯୌତୁକ ପାଇଁ ବଧୂ ହତ୍ୟା  ଅଭିଯୋଗ ହୋଇଛି। ମଞ୍ଚେଶ୍ୱର ଥାନା ବରିମୁଣ୍ଡ ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ମଳିଛି। ମୃତ ମହିଳାଙ୍କ ନାଁ ରଶ୍ମିତା ସ୍ୱାଇଁ । ଘର ଯାଜପୁରର ବିଂଝାରପୁର ଅଞ୍ଚଳରେ ହୋଇଥିବା ସୂଚନା। ବରିମୁଣ୍ଡ ଗାଁର ବିଶ୍ୱନାଥ ସ୍ୱାଇଁଙ୍କୁ ୯ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ଗତକାଲି  ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ମିଳିଥିଲା । ସ୍ବାମୀ ଡେଲିଭରି ବୟ ଭାବେ କାମ କରନ୍ତି । ଝିଅର ମୃତ୍ୟୁ ପରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ସେପଟେ ମଞ୍ଚେଶ୍ୱର ଥାନା ପୋଲିସ ଯୌତୁକ ଜନିତ ମୃତ୍ୟୁ ନେଇ ମାମଲା ରୁଜୁ କରିବା ସହ ସ୍ୱାମୀଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।

ସମ୍ବଲପୁର ୟୁନିଭରସିଟିର ଲେଡିଜ୍ ହଷ୍ଟେଲରେ ରାଗିଂ ଅଭିଯୋଗ ପରେ ତନାଘନା

ନନ୍ଦିଘୋଷ ବ୍ୟୁରୋ: ସମ୍ବଲପୁର ୟୁନିଭରସିଟିର ଲେଡିଜ୍ ହଷ୍ଟେଲରେ ରାଗିଂ ଅଭିଯୋଗ ପରେ ତନାଘନା। ଆଣ୍ଟିରାଗିଂ ସେଲ୍ ର ବୈଠକ ବସିଛି। ଅଭିଯୋଗ ଅନୁସାରେ ସିନିଅର ଛାତ୍ରୀମାନେ ଜୁନିଅର ଛାତ୍ରୀଙ୍କୁ ରାଗିଂ କରିଛନ୍ତି। ଏହାକୁ ନେଇ ହୋଇଥିବା ବୈଠକରେ ଭିସି, ବହୁ ବରିଷ୍ଠ ଅଧିକାରୀ ଓ ଜୁନିଅର ସିନିୟର୍  ଛାତ୍ରୀ ଯୋଗ ଦେଇଥିଲେ। ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛନ୍ତି ଭିସି ବିଧୁ ଭୂଷଣ ମିଶ୍ର। ପୁରା ଘଟଣାର ତଦନ୍ତ ପାଇଁ ଅଶୋକ କୁମାର ବେହେରାଙ୍କୁ ଦାୟିତ୍ଵ ଦିଆଯାଇଛି। ଛାତ୍ରୀମାନଙ୍କୁ ରାଗିଂ ନେଇ ସଚେତନ କରାଯାଇଛି।

ଅନ୍ତିମ ଟେଷ୍ଟରେ ଟିମ ଇଣ୍ଡିଆର ରୋମାଞ୍ଚକ ବିଜୟ

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ବଡ଼ ବିଜୟ । ଅନ୍ତିମ ଟେଷ୍ଟରେ ରୋମାଞ୍ଚକ ବିଜୟ ହାସଲ କଲା ଭାରତ । ୬ ରନରେ ଘରୋଇ ଦଳ ଇଂଲଣ୍ଡକୁ ଅତି ସହଜରେ ପରାସ୍ତ କରିପାରିଛି । ତେବେ ଭାରତ ପକ୍ଷରୁ ଦ୍ବିତୀୟ ପାଳିରେ ସିରାଜ ୫ ଓ୍ବିକେଟ ଅକ୍ତିଆର କରିଥିବାବେଳେ ପ୍ରସିଦ୍ଧ କ୍ରିଷ୍ଣା ୪ ଓ୍ବିକେଟ ନେବାରେ ସଫଳ ହୋଇଛନ୍ତି । ଭାରତୀୟ ଦ୍ରୁତ ବୋଲରଙ୍କ ଆଗରେ ତିଷ୍ଟି ପାରିନଥିଲେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ । ଜୋ ରୁଟଙ୍କ ଲଢ଼ୁଆ ଶତକ ବଳରେ ମଧ୍ୟ ଦଳ ପରାଜୟକୁ ଏଡ଼ାଇ ପାରିନଥିଲା ।

ରାୟଗଡ଼ା ଜିଲ୍ଲାରେ ପୁଣି ଲଜ୍ଜା : ୧୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ରାୟଗଡ଼ା ଜିଲ୍ଲାରେ ପୁଣି ଲଜ୍ଜା ।  ୧୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ଥାନାରେ ଏତଲା ପରେ ମଧ୍ଯ ପୋଲିସ କୌଣସି କାର୍ଯ୍ଯାନୁଷ୍ଠାନ ଗ୍ରହଣ ନକରିବାରୁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ପୀଡ଼ିତା।

ନ୍ଯାୟ ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଛନ୍ତି। ଗତ ମାସ ୮ ତାରିଖରେ ଗୁଣପୁର ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଅଭିଯୁକ୍ତ  ଚିନା ରାଓ ନାମକ ଜଣେ ଯୁବକ ନିଶା ଶୁଙ୍ଘାଇ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲା। ଏନେଇ  ପୀଡ଼ିତା ନାବାଳିକା ପରିବାରକୁ ଜଣାଇବା ପରେ  ପରିବାର ଲୋକେ ଗତ ୧୦ ତାରିଖରେ ଗୁଣପୁର ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିବା ପରେ ତଦନ୍ତ ଆରମ୍ଭ କରିଥିଲା। ହେଲେ ଦୀର୍ଘ ଦିନ ବିତିଯାଇଥିଲେ ସୁଦ୍ଧା ଦୁଷ୍କର୍ମକାରୀ ବିରୋଧରେ ପୋଲିସ କୌଣସି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି। ଜୀବନ ପ୍ରତି ବିପଦ ଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ପୀଡିତା । ଗୁଣୁପୁର ଥାନାରୁ ନ୍ଯାୟ ନପାଇ ନିରାଶ ହେବା ପରେ ପୀଡିତା ଜିଲ୍ଲାପାଳଙ୍କୁ ନ୍ଯାୟ ଭିକ୍ଷା କରିଛନ୍ତି।

‘ଜଣେ ସଚ୍ଚୋଟ ଭାରତୀୟ ଏପରି କହିବ ନାହିଁ’ ; ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନନ୍ଦିଘୋଷ ବ୍ୟୁରୋ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା। ଭାରତୀୟ ହୋଇ ଆପଣ ଏମିତି କେମିତି କହିପାରିଲେ ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ଅଭିଯୋଗ ହୋଇଥିଲା ଯେ, ଭାରତ ଯୋଡ଼ୋ ଯାତ୍ରା ବେଳେ ରାହୁଲ କହିଥିଲେ ଚୀନର ସୈନ୍ୟମାନେ ଭାରତୀୟ ସୈନ୍ୟମାନଙ୍କୁ ମାଡ଼ ମାରୁଛନ୍ତି। ଭାରତର ୨ ହଜାର ବର୍ଗ କିଲୋମିଟର ଅଞ୍ଚଳ ନେଇଯାଇଛନ୍ତି ଚୀନ ସେନା। ଏଥିପାଇଁ ମୋଦି ଓ ଏନଡିଏ ସରକାରକୁ ଦାୟୀ କରିଥିଲେ ରାହୁଲ ଗାନ୍ଧୀ। ତାଙ୍କର ଏହି ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମାମଲା ରୁଜୁ ହୋଇଥିଲା। ଏବେ କଂଗ୍ରେସ ନେତାଙ୍କୁ ଏହି ମାମଲାରେ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ଲକ୍ଷ୍ନୌ ଟ୍ରାଏଲ୍ କୋର୍ଟର ସମନ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। କୋର୍ଟ ଏହି ମାମଲାରେ ଏକ ନୋଟିସ ଜାରି କରି ଜବାବ ମାଗିଛନ୍ତି। ରାହୁଲ ଗାନ୍ଧୀ ଡିସେମ୍ବର୨୦୨୨ ରେ ତାଙ୍କ ଭାରତ ଯୋଡୋ ଯାତ୍ରା ସମୟରେ ଭାରତୀୟ ସେନା ଉପରେ କଥିତ ମନ୍ତବ୍ୟ ଦେଇଥିଲେ । ଏହାର ଶୁଣାଣି କରି ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି ଯେ ଆପଣ ସଂସଦରେ ଏହା କାହିଁକି କହି ନଥିଲେ ଏବଂ ସୋସିଆଲ ମିଡିଆରେ କାହିଁକି କହିଥିଲେ ? ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଆପଣ ଜଣେ ସଚ୍ଚା ଭାରତୀୟ ତେବେ ଆପଣଙ୍କୁ ଏହା କହିବା ଉଚିତ୍ ନଥିଲା ? ଆପଣଙ୍କର ଅଭିବ୍ୟକ୍ତିର ସ୍ୱାଧୀନତା ଥିଲେ ମଧ୍ୟ ଆପଣ ଏହା କାହିଁକି କହିଲେ। ? ଆପଣ ଜଣେ ଦାୟିତ୍ୱବାନ ନେତା । ଜଣେ ପ୍ରକୃତ ଭାରତୀୟ ଏହା କହିବେ ନାହିଁ । ଭାରତର ସୀମାକୁ ଚୀନ ଦଖଲ କରିଛି ବୋଲି ଆପଣ କେମିତି ଜାଣିଲେ ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। କ’ଣ ପ୍ରମାଣ ଅଛି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ।

ଡିସେମ୍ବର ୨୦୨୨ରେ ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଭାରତ-ଚୀନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା। ଏହାକୁ ନେଇ ରାହୁଲ ଗାନ୍ଧୀ ଦେଇଥିଲେ ବିବାଦୀୟ ମନ୍ତବ୍ୟ। ତେବେ ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଥିଲେ ମଧ୍ୟ ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ଉପରେ ସ୍ଥଗିତାଦେଶ ଜାରିଛନ୍ତି।

କେବେ ପାଳିବେ ରାକ୍ଷୀ ପୂର୍ଣ୍ଣିମା, ରାକ୍ଷୀ ବାନ୍ଧିବାର ଶୁଭ ମୁହୂର୍ତ୍ତ କ’ଣ ?

ନନ୍ଦିଘୋଷ ବ୍ୟୁରୋ : ସ୍ନେହ, ଶ୍ରଦ୍ଧା, ସମ୍ମାନର ପ୍ରତୀକ ରକ୍ଷା ବନ୍ଧନ ସମଗ୍ର ଭାରତବର୍ଷର ଏକ ବଡ଼ ପର୍ବ।  ଭାରତୀୟ ସଂସ୍କୃତିରେ ରକ୍ଷାବନ୍ଧନ ପର୍ବର ଗୁରୁତ୍ୱ ବେଶ୍ ପ୍ରଭାବଶାଳୀ। ଶ୍ରାବଣ ପୂର୍ଣ୍ଣିମାର ଶୁଭ ଅବସରରେ ପାଳିତ ହେଉଥିବା ଏହି ଉତ୍ସବଟି କେବଳ ଭାଇ-ଭଉଣୀର ପବିତ୍ର ସ୍ନେହର ବନ୍ଧନ ନୁହେଁ ବରଂ ଦୁଇଟି ଆତ୍ମା, ଦୁଇଟି ହୃଦୟ ଏବଂ ଦୁଇଟି ପ୍ରାଣ ମଧ୍ୟରେ ପରସ୍ପର ପ୍ରତି ଘନିଷ୍ଠତା ଆବେଗ ଓ ସମ୍ମାନର ପ୍ରତୀକ। ଆଉ କିଛି ଦିନ ପରେ ରକ୍ଷା ବନ୍ଧନ ପର୍ବ ଆସୁଛି, କିନ୍ତୁ ଏହାର ତାରିଖ ଦୁଇଟି ଦିନରେ ପଡୁଛି ଯାହା ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ଲୋକମାନେ ଦ୍ବନ୍ଦରେ ଅଛନ୍ତି କି ଯେ ଏଥର ରକ୍ଷା ବନ୍ଧନ ଦୁଇ ଦିନ ପାଇଁ ପାଳନ କରାଯିବ କି ନାହିଁ । ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା କେବେ ରକ୍ଷା ବନ୍ଧନ ପାଳନ କରିବା ..

ଭାଇ ଭଉଣୀଙ୍କ ମଧ୍ୟରେ ପ୍ରେମ ଏବଂ ଅତୁଟ ବନ୍ଧନର ପ୍ରତୀକ ରକ୍ଷାବନ୍ଧନ ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମାରେ ପାଳନ କରାଯାଏ। ଏଥର ଶ୍ରାବଣ ପୂର୍ଣ୍ଣିମା ତିଥି ଦୁଇଟି ଦିନରେ ପଡୁଛି, ଯାହା ଫଳରେ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଛି ଯେ ଏହି ପର୍ବ କେବଳ ଦୁଇ ଦିନ ପାଇଁ ପାଳନ କରାଯିବ କି ଏବଂ ରାଖୀ ବାନ୍ଧିବା ପାଇଁ କେଉଁ ଦିନ ସଠିକ୍ ହେବ । ପଞ୍ଚାଙ୍ଗ ଅନୁସାରେ, ଶ୍ରାବଣ ମାସର ଅଗଷ୍ଟ 8 ତାରିଖ ଦିନ ଅପରାହ୍ନ ୨.୧୨ ରେ ଆରମ୍ଭ ହେବ ଏବଂ ପରଦିନ ଅର୍ଥାତ୍ ଅଗଷ୍ଟ ୯ ତାରିଖ ଦିନ ଅପରାହ୍ନ ୧.୨୪ ରେ ଶେଷ ହେବ।

ଏପରି ପରିସ୍ଥିତିରେ, ୮ ଅଗଷ୍ଟରେ ଉଦୟ ତିଥି ଏବଂ ଭାଦ୍ରବ ଛାୟା ହେତୁ, ୯ ଅଗଷ୍ଟରେ ରକ୍ଷା ବନ୍ଧନ ପାଳନ କରିବା ଶୁଭ ହେବ। ଯଦି ଆପଣ ୮ ତାରିଖରେ ରକ୍ଷା ବନ୍ଧନ ପାଳନ କରନ୍ତି, ତେବେ ଏପରି କରିବା ଉଚିତ୍ ନୁହେଁ କାରଣ ଭାଦ୍ର କାଳ ସମୟରେ ରାଖୀ ବାନ୍ଧିବା ଶୁଭ ନୁହେଁ। ରକ୍ଷାବନ୍ଧନ ୯ ଅଗଷ୍ଟରେ ପାଳନ କରାଯିବ ଏବଂ ତେଣୁ ଏହି ଦିନ ରାକ୍ଷୀ ବାନ୍ଧିବା ସମୟରେ ଭାଦ୍ରବର ଛାଇ ରହିବ ନାହିଁ, କାରଣ ଭାଦ୍ର କାଳ ୮ ଅଗଷ୍ଟ ଅପରାହ୍ନ ୨:୧୨ ରୁ ୯ ଅଗଷ୍ଟ ସକାଳ ୧:୫୨ ପର୍ଯ୍ୟନ୍ତ ରହିବ। ଏପରି ପରିସ୍ଥିତିରେ, ୯ ଅଗଷ୍ଟର ସମ୍ପୂର୍ଣ୍ଣ ଦିନଟି ରାକ୍ଷୀ ବାନ୍ଧିବା ପାଇଁ ଶୁଭ ହେବାକୁ ଯାଉଛି। ପଞ୍ଚାଙ୍ଗ ଅନୁସାରେ, ୯ ଅଗଷ୍ଟରେ ରାକ୍ଷୀ ବାନ୍ଧିବାର ଶୁଭ ସମୟ ହେଉଛି ସକାଳ ୫:୨୧ ରୁ ଅପରାହ୍ନ ୧:୨୪ ପର୍ଯ୍ୟନ୍ତ। ତଥାପି, ଭଉଣୀମାନେ ୯ ଅଗଷ୍ଟ ଦିନ ସାରା ଦିନ ସେମାନଙ୍କ ଭାଇମାନଙ୍କୁ ରାକ୍ଷୀ ବାନ୍ଧିପାରିବେ। ଏହା ପରେ, ଭାଦ୍ରପଦ ମାସ ଆରମ୍ଭ ହେବ।

 

ଭାରତକୁ ଆମେରିକାର ଧମକ; ରୁଷିଆରୁ ତେଲ ଆମଦାନୀ ପୂରାପୂରି ବନ୍ଦ କର

ନନ୍ଦିଘୋଷ ବ୍ୟୁରୋ; ଭାରତକୁ ଟ୍ରମ୍ପ ପ୍ରଶାସନର ଖୋଲାଖୋଲି ଧମକ। ରୁଷିଆଠାରୁ ତେଲ ଆମଦାନୀ ପୁରା ବନ୍ଦ କର । ୟୁକ୍ରେନ ଯୁଦ୍ଧ ପାଇଁ ଅର୍ଥ ଦିଅନି । ନହେଲେ ଏହାକୁ ଆମେରିକାର ବରଦାସ୍ତ କରିବନି । ଏହା କହିଛନ୍ତି, ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଷ୍ଟିଫେନ ମିଲର୍। ସେ କହିଛନ୍ତି, ଯଦିଓ ଟ୍ରମ୍ପ ଓ ମୋଦିଙ୍କ ମଧ୍ୟରେ ଘନିଷ୍ଠ ସଂପର୍କ ରହିଛି, ତଥାପି ରୁଷିଆରୁ ଭାରତ ପେଟ୍ରୋଲିୟମ କିଣୁ, ଏହା ଟ୍ରମ୍ପ ବିଲକୁଲ ଚାହାନ୍ତି ନାହିଁ। ୟୁକ୍ରେନ ଯୁଦ୍ଧକୁ ଭାରତ ଫାଇନାନ୍ସ ନକରୁ। ଭାରତ-ଆମେରିକା ମଧ୍ୟରେ ଉତ୍ତମ ସଂପର୍କ ଅଛି। କିନ୍ତୁ ରୁଷିଆରୁ ଭାରତ ତେଲ କିଣିବା ଠିକ୍ ନୁହେଁ।

ଆମେରିକା ଏହା ବରଦାସ୍ତ କରିବ ନାହିଁ। ଆଗରୁ ମଧ୍ୟ ଟ୍ରମ୍ପ ଭାରତକୁ ଧମକାଇଥିଲେ। ରୁଷିଆରୁ ତେଲ ନକିଣିବାକୁ କହିଥିଲେ। ନହେଲେ ଶହେ ପ୍ରତିଶତ ଟାରିଫ ଲଗାଇବାକୁ ଧମକ ଦେଇଥିଲେ । ଏହା ସତ୍ତ୍ଵେ ଭାରତ ନିଜର ଷ୍ଟ୍ରାଟେଜିକ୍ ଆବଶ୍ୟକତା ଦୃଷ୍ଟିରୁ ରୁଷରୁ ତେଲ ଆଣୁଛି । ଆମଦାନୀ ବନ୍ଦ କରିବାକୁ ତେଲ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇନି । ତେବେ ରୁଷ ଡିସକାଉଣ୍ଟ ହ୍ରାସ କରିଥିବାରୁ ଆମଦାନୀ ଟିକେ କମିଥିବା କୁହାଯାଉଛି । ଭାରତର ସାମଗ୍ରୀ ଉପରେ ଆମେରିକା ୨୫ ପ୍ରତିଶତ ଟାରିଫ ଲଗାଇଛି ।