spot_img
Home Blog Page 444

ବନ୍ୟା ନେଇ ଆସିଲା ଆଶ୍ଵସ୍ତିକର ଖବର। ସ୍ଥିତିରେ ସୁଧାର ଆସୁଥିବା କହିଛନ୍ତି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ : ବନ୍ୟା ନେଇ ଆସିଲା ଆଶ୍ଵସ୍ତିକର ଖବର। ସ୍ଥିତିରେ ସୁଧାର ଆସୁଥିବା କହିଛନ୍ତି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ। ସେ କହିଛନ୍ତି, କେବଳ ଯାଜପୁର ଜିଲ୍ଲାକୁ ଛାଡ଼ି ବାକି ସବୁ ସ୍ଥାନରେ ସୁଧୁରୁଛି ପରିସ୍ଥିତି। ରାଜଘାଟରେ ସୁବର୍ଣ୍ଣରେଖା ଖସୁଛି। ଆଜି ସନ୍ଧ୍ୟା ସୁଦ୍ଧା ବିପଦ ସଂକେତ ତଳକୁ ଆସିବ। ଆସନ୍ତାକାଲି ଭୋର ସମୟରେ ସତର୍କ ସଂକେତ ତଳକୁ ଆସିବ। କାରଣ ଗତକାଲି ସୁବର୍ଣ୍ଣରେଖା ବେସିନ କି ଜାମସୋଲା ଘାଟରେ ବେଶି ବର୍ଷା ହୋଇନି। ଆଖୁଆପଦାରେ ବୈତରଣୀ ବିପଦ ସଂକେତ ତଳେ ଅଛି। ମରାମତି କାମ ଆସନ୍ତାକାଲି କି ପର ଦିନ ଆରମ୍ଭ ହେବ।  ବଂଶଧାରା, ନାଗାବଳି ଓ କୋଲାବରେ ସାମାନ୍ୟ ଅଧିକ ବର୍ଷା ହୋଇଛି। ଅନ୍ୟ କେଉଁ ବେସିନରେ ବର୍ଷା ହୋଇନି। ହୀରାକୁଦରେ ୪ଟି ଗେଟ ବନ୍ଦ ହେବାରୁ ୮ ଗେଟ ଦେଇ ଜଳ ନିଷ୍କାସନ ହେଉଛି। ମୁଣ୍ଡଳୀରେ ୩ ଲକ୍ଷ କ୍ଯୁସେକ ଜଳ ପ୍ରବାହିତ ହେଉଛି, ଏହା ଯାହା ସ୍ୱାଭାବିକ। ଆସନ୍ତାକାଲିଠାରୁ ସ୍ଥିତି ସ୍ୱାଭାବିକ ହେବ। ଯେଉଁ ଲଘୁଚାପ ଆସୁଛି, ତା ଗତିଵିଧି ବଦଳୁଛି। ସଠିକ ଖବର ଆସିଲେ, ଅନ୍ୟ ସୂଚନା ଦେଇ ହେବ। ବାଲେଶ୍ୱରରେ ବନ୍ୟା ଯୋଗୁଁ ବସ୍ତା, ଭୋଗରାଇ, ବାଲିଆପାଳ, ଜଳେଶ୍ୱର ପ୍ରଭାବିତ ହୋଇଛି। ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଓ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ, ତିହିଡି, ଧାମନଗର ବ୍ଲକ ବି ପ୍ରଭାବିତ ହୋଇଛି। ଯାଜପୁରରେ କାଣୀ ନଦୀ ଘାଇ ଯୋଗୁଁ ସର୍ବାଧିକ ପ୍ରଭାବିତ ହୋଇଛି।

 

ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ଵାଜଙ୍କ ଘରେ ଇଡି ରେଡ୍

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ଵାଜଙ୍କ ଘରେ ଇଡି ରେଡ୍ । ହସ୍ପିଟାଲ ନିର୍ମାଣରେ ଦୁର୍ନୀତି ହୋଇଥିବାର ଅଭିଯୋଗ କରି ଏହି ରେଡ୍ ହୋଇଛି। ସୌରଭ ଭରଦ୍ଵାଜ ଯେତେବେଳେ ଦିଲ୍ଲୀର ସ୍ଵାସ୍ଥ୍ୟମନ୍ତ୍ରୀ ଥିଲେ, ସେହି ସମୟରେ ହସ୍ପିଟାଲ ନିର୍ମାଣରେ ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଛି। ସୌରଭଙ୍କ ବାସଭବନ ସମେତ ୧୩ଟି ସ୍ଥାନରେ ଇଡି ପକ୍ଷରୁ ରେଡ୍ କରାଯାଉଛି। ୨୦୧୮-୨୦୧୯ରେ ଆପ ନେତୃତ୍ୱାଧୀନ ଦିଲ୍ଲୀ ସରକାର ୨୪ଟି ହସ୍ପିଟାଲ ନିର୍ମାଣ ପାଇଁ ୫୫୯୦ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରିଥିଲେ। ICU ହସ୍ପିଟାଲ ଛଅ ମାସରେ ସମାପ୍ତ ହେବାର କଥା ଥିଲା, କିନ୍ତୁ ତିନି ବର୍ଷ ପରେ ମଧ୍ୟ କାମ ଅସମ୍ପୂର୍ଣ୍ଣ ରହିଲା। ୮୦୦ କୋଟି ଟଙ୍କା ଖର୍ଚ୍ଚ  ହେବା ସତ୍ତ୍ୱେ, ମାତ୍ର ୫୦ପ୍ରତିଶତ କାମ ସମାପ୍ତ ହୋଇଛି ବୋଲି କୁହାଯାଇଛି। କାମରେ ଅଗ୍ରଗତି ନ ହୋଇ LNJP ହସ୍ପିଟାଲର ବଜେଟ ୪୮୮ କୋଟି ଟଙ୍କାରୁ ବୃଦ୍ଧି ପାଇ ୧୧୩୫ କୋଟି ଟଙ୍କା ହୋଇଛି। ଅନେକ ସ୍ଥାନରେ ବିନା ଅନୁମୋଦନରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ଠିକାଦାରଙ୍କ ଭୂମିକା ସନ୍ଦେହଜନକ ବୋଲି ଜଣାପଡ଼ିଛି। ହସ୍ପିଟାଲ ସୂଚନା ପରିଚାଳନା ପ୍ରଣାଳୀ (HIMS) ୨୦୧୬ ମସିହାରୁ ବିଚାରାଧୀନ ଅଛି, ଯେଉଁଥିରେ ଜାଣିଶୁଣି ବିଳମ୍ବ କରାଯାଉଥିବା ଅଭିଯୋଗ ହୋଇଛି। ଭରଦ୍ୱାଜଙ୍କ ବ୍ୟତୀତ ଏଏପି ନେତା ସତ୍ୟେନ୍ଦ୍ର ଜୈନ ମଧ୍ୟ ଏହି ତଦନ୍ତ ପରିସରଭୁକ୍ତ ଅଛନ୍ତି।

ସ୍ଥଗିତ ରହିଲା ଅମଲା ସଂଘର ଆନ୍ଦୋଳନ । ଆଜିଠୁ କାର୍ଯ୍ୟରେ ଯୋଗଦେବେ କର୍ମଚାରୀମାନେ

ନନ୍ଦିଘୋଷ ବ୍ୟୁରୋ : ସ୍ଥଗିତ ରହିଲା ଅମଲା ସଂଘର ଆନ୍ଦୋଳନ ଆଜିଠୁ କାର୍ଯ୍ୟରେ ଯୋଗଦେବେ କର୍ମଚାରୀମାନେ ୧୫ ଦିନର ଆନ୍ଦୋଳନ ପରେ ସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଛି ଏନେଇ ଅମଲା ସଂଘ ସଭାପତି ସୂଚନା ଦେଇଥିବାବେଳେ ସରକାରଙ୍କ ସହ ଆଲୋଚନା ପରେ ପରେ ଅମଲା ଆନ୍ଦୋଳନ ବନ୍ଦ ରଖିଥିବା ନେଇ କୁହାଯାଇଛି ଏଥିସହ ବନ୍ୟା ସ୍ଥିତି ପୂଜା ପାର୍ବଣକୁ ଦୃଷ୍ଟିରେ ରଖି ମଧ୍ୟ ଏହି ନିଷ୍ପତ୍ତି ନିଆଯାଇଛି ଫଳରେ ଆଜିଠୁ କାର୍ଯ୍ୟରେ ଯୋଗଦେବେ ଅମଲା କର୍ମଚାରୀମାନେ

ରାଜସ୍ବ ଅମଲାଙ୍କ ମୂଳ ଦରମା ଲେଭଲ୍ ନାଇନ୍ କରିବା ସହ ସ୍ବାସ୍ଥ୍ୟ ବୀମା ୨୦ ଲକ୍ଷକୁ ବୃଦ୍ଧି, ବର୍ଷରେ ପଦୋନ୍ନତି, ନୂଆ ପେନସନ୍ ଯୋଜନା ରଦ୍ଦ କରି ପୁରୁଣା ପେନସନ୍ ଯୋଜନା ଲାଗୁ ଭଳି ୧୦ ଦଫା ଦାବିରେ ରାଜସ୍ବ ଅମଲା ସଂଘ ଆନ୍ଦୋଳନ ଚଳାଇଥିଲା ଅମଲା ସଂଘ ।

ଅମଲା ସଂଘର ଆନ୍ଦୋଳନ ଯୋଗୁ ସାଧାରଣ ଲୋକେ ନାହିଁ ନଥିବାର ଅସୁବିଧାର ସମ୍ମୁଖିନ ହେଉଥିଲେ ଜମିବାଡ଼ି ପଟ୍ଟା, ଇନକମ୍ ସାର୍ଟିଫିକେଟ୍ ହେଉ କି ଲିଗାଲ୍ ହେୟାର ସାର୍ଟିଫିକେଟ୍ ଭଳି ଜରୁରୀ ସେବା ପାଇ ନପାରି ନିରାଶରେ ଫେରୁଥିଲେ 

ସରକାରୀ ମେଡିକାଲ କଲେଜ ଛାତରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା !

ନନ୍ଦିଘୋଷ ବ୍ୟୁରୋ : ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଛାତରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା ଅଭିଯୋଗ ହୋଇଛି।  ତୃତୀୟ ମହଲା ଛାତରୁ ଡେଇଁ ପଡିଲେ ରୋଗୀ। ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା । ସୁନ୍ଦରଗଡ଼ ଟାଉନ ଥାନା ସରକାରୀ ମେଡିକାଲ କଲେଜରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଡିସଚାର୍ଜ ହୋଇଥିଲେ ସୁଦ୍ଧା ଘରକୁ ଯାଇନଥିବା ସୂଚନା ରହିଛି । ହେଲେ କାହିଁକି ରୋଗୀ ଏହିଭଳି କାଣ୍ଡ କଲେ ତାହା ଜଣା ପଡ଼ିନାହିଁ ।

ତିନି ଦେଶ ମିଶି ଆମେରିକାକୁ ଶିକ୍ଷା ଦେବ, ଡୋନାଲ୍ଡ ଟ୍ରମ୍ପ ସାହାଯ୍ୟ ପାଇଁ କାନ୍ଦିବେ

ନନ୍ଦିଘୋଷ ବ୍ୟୁରୋ : ବିଶ୍ୱର ଅର୍ଥନୈତିକ ଖେଳରେ ଏକ ନୂତନ ମୋଡ଼ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ଶୁଳ୍କ ବା ଟିକସ ଭାରତ, ଚୀନ୍ ଓ ରୁଷକୁ ଏକାଠି କରିଛି। ଏହି ତିନୋଟି ବଡ଼ ଦେଶ ଏବେ ଏକାଠି ଏପରି ଏକ ଅର୍ଥନୈତିକ ଶକ୍ତି ହୋଇପାରିବେ ଯାହା ଆଗାମୀ ସମୟରେ ଆମେରିକା ଓ ୟୁରୋପର ନିଦ ହଜାଇ ଦେବ।

ଏକ ମିଣ୍ଟ ରିପୋର୍ଟ ଅନୁଯାୟୀ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୨୦୨୫ ଶେଷ ସୁଦ୍ଧା ଭାରତ ଗସ୍ତରେ ଆସିପାରନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଖୁବ୍ ଶୀଘ୍ର ଚୀନ୍ ଗସ୍ତ କରିବାକୁ ଯାଉଛନ୍ତି। ଏଗୁଡ଼ିକ କେବଳ ଆନୁଷ୍ଠାନିକ ବୈଠକ ନୁହେଁ, ବରଂ ଏକ ନୂତନ ଆରମ୍ଭ ପାଇଁ ପ୍ରସ୍ତୁତି। ତିନି ଦେଶ ଏବେ ବ୍ୟବସାୟ, ତେଲ, ପ୍ରଯୁକ୍ତିବିଦ୍ୟା ଓ ଟଙ୍କା କାରବାର ପାଇଁ ଏକତ୍ରିତ ହେଉଛନ୍ତି। ଯଦି ଆଗାମୀ ସମୟରେ ଏହି ତିନୋଟି ଦେଶ ଦେଶ ମଧ୍ୟରେ ସମ୍ପର୍କ ଭଲ ହୋଇଯାଏ ତେବେ ଡୋନାଲ୍ଡ ଟ୍ରମ୍ପଙ୍କୁ ସାହାଯ୍ୟ ପାଇଁ କାନ୍ଦୁଥିବା ଦେଖାଯାଇପାରେ।

ରୁଷ-ୟୁକ୍ରେନ ଯୁଦ୍ଧ ପରେ, ଆମେରିକା ଓ ୟୁରୋପ ରୁଷ ଉପରେ ଅନେକ କଠୋର କଟକଣା ଲଗାଇଥିଲେ। କିନ୍ତୁ ଭାରତ ଓ ଚୀନ୍  ରୁଷଠାରୁ ଶସ୍ତା ତେଲ କିଣିବା ଜାରି ରଖିଥିଲେ  ତାହା ମଧ୍ୟ ଡଲାରରେ ନୁହେଁ, ସେମାନଙ୍କର ସ୍ଥାନୀୟ ମୁଦ୍ରାରେ। ଏହା ଫଳରେ ଏହି ଦେଶଗୁଡ଼ିକ ଅଧିକ ଡଲାର ସଂଗ୍ରହ କଲେ ଓ ଏବେ ସେମାନେ ଡଲାର ଉପରେ ନିଜକୁ କମ୍ ନିର୍ଭରଶୀଳ କରିବାକୁ ଚାହୁଁଛନ୍ତି। ଅର୍ଥ ବିଶେଷଜ୍ଞ ସନ୍ଦୀପ ପାଣ୍ଡେ ବ୍ୟାଖ୍ୟା କରନ୍ତି ଯେ ଆମେରିକା ଚାହେଁ ଯେ ଅନ୍ୟ ଦେଶଗୁଡ଼ିକ ଏବେ ବି ଡଲାରରେ କାରବାର କରନ୍ତୁ। କିନ୍ତୁ ଭାରତ, ଚୀନ୍ ଓ ରୁଷ ଏବେ ନିଜ ପଥ ବାଛିବାକୁ ଚାହୁଁଛନ୍ତି। ଏହା ବିଶ୍ୱର ମୁଦ୍ରା ବ୍ୟବସ୍ଥାକୁ ମଧ୍ୟ ପରିବର୍ତ୍ତନ କରିପାରିବ।

ଭାରତ, ଚୀନ୍ ଓ ରୁଷ ଏବେ କେବଳ ବାଣିଜ୍ୟ ନୁହେଁ ବରଂ ସାମରିକ ଶକ୍ତି କ୍ଷେତ୍ରରେ ମଧ୍ୟ ବିଶ୍ୱର ଶକ୍ତିଶାଳୀ ହୋଇଯାଇଛନ୍ତି। ଏହି ତିନୋଟି ଦେଶର ମୋଟ ପ୍ରତିରକ୍ଷା ଖର୍ଚ୍ଚ ପ୍ରାୟ ୫୪୯ ବିଲିୟନ ଡଲାର। ସେହି ସମୟରେ, ବିଶ୍ୱର ୩୫% ଶକ୍ତି ଏହି ଦେଶଗୁଡ଼ିକରେ ବ୍ୟବହୃତ ହୁଏ। ଟ୍ରମ୍ପଙ୍କ ଟାରିଫ୍ ନୀତି ଏହି ଦେଶଗୁଡ଼ିକୁ ଅନୁଭବ କରାଇଛି ଯେ ଯଦି ସେମାନେ ଏକତ୍ର ହୁଅନ୍ତି, ତେବେ ସେମାନେ ଆମେରିକାର ଦାଦାଗିରି ସହିତ ପ୍ରତିଯୋଗିତା କରିପାରିବେ। ଆମେରିକା କେବଳ ଏହା ସହିତ ଅନ୍ୟ ଦେଶମାନଙ୍କୁ ପ୍ରତିରକ୍ଷା ଚୁକ୍ତି କରିବାକୁ ଚେଷ୍ଟା କରୁଛି, କିନ୍ତୁ ଭାରତ ଏବେ ରୁଷ ଓ ଚୀନ୍ ସହିତ ମିଶି ଏକ ଭିନ୍ନ ଉପାୟ ଖୋଜୁଛି।

 

ଅର୍ଥ ବିଶେଷଜ୍ଞ ମନୀଷ ଭଣ୍ଡାରୀଙ୍କ ମତରେ ଏହି ମେଣ୍ଟ ଭାରତ ପାଇଁ ବହୁତ ଲାଭଦାୟକ ହୋଇପାରେ। ରୁଷରୁ ଶସ୍ତା ତେଲ ମିଳିବ, ଚୀନରୁ ନିବେଶ ଆସିବ ଓ ଭାରତ ଏହାର IT ସେବା ଓ ମାନବଶକ୍ତିରୁ ବିପୁଳ ଲାଭ ପାଇପାରିବ। ଏହା ବ୍ୟତୀତ, ଭାରତ ଏବେ ଚୀନର ବେଲ୍ଟ ଆଣ୍ଡ ରୋଡ୍ ପ୍ରକଳ୍ପ ଉପରେ ଆଲୋଚନା କରିବାର ସ୍ଥିତିରେ ଅଛି। ଆମେରିକା ଓ ୟୁରୋପର ଟାରିଫ୍ ନୀତି ଚୀନକୁ ଦୁର୍ବଳ କରିଦେଇଛି ଓ ଏବେ ଚୀନକୁ ଭାରତ ପରି ଏକ ଅଂଶୀଦାର ଆବଶ୍ୟକ।

 

 

 

ଚିଙ୍ଗୁଡ଼ି ଖାଇବା ମହିଳାଙ୍କ ପାଇଁ ମହଙ୍ଗା ପଡ଼ିଲା

ନନ୍ଦିଘୋଷ ବ୍ୟୁରୋ : ସୋସିଆଲ ମିଡିଆରେ ସକ୍ରିୟ ଥିବା ଲୋକମାନେ ଭଲ ଭାବରେ ଜାଣିଥିବେ ଯେ ଏଠାରେ ପ୍ରତିଦିନ କିଛି ନୂଆ ଜିନିଷ ଦେଖିବାକୁ ମିଳିଥାଏ। ସେଗୁଡ଼ିକୁ ଦେଖିବା ପରେ, କେତେବେଳେ ଆମେ ଆଶ୍ଚର୍ଯ୍ୟ ହୋଇଯାଉ, କେତେବେଳେ ଆମେ ଏପରି ଭିଡିଓ ଦେଖୁ ଯାହାକୁ ଦେଖିବା ପରେ ଆମେ ଆମର ହସକୁ ନିୟନ୍ତ୍ରଣ କରିପାରିନଥାଉ । ଏମିତି କିଛି ଭିଡିଓ ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ମହିଳା ଉତ୍ସାହର ସହିତ ଚିଙ୍ଗୁଡ଼ି ଖାଇବାକୁ ଚାହୁଁଥିଲେ କିନ୍ତୁ ତାଙ୍କ ସହିତ ଘଟିଥିବା ଘଟଣା ଦେଖି ଲୋକମାନେ ବହୁତ ହସିଥିଲେ ।

ଅନେକ ଲୋକ ଅଛନ୍ତି ଯେଉଁମାନେ ସାମୁଦ୍ରିକ ଖାଦ୍ୟ ଖାଇବାକୁ ବହୁତ ପସନ୍ଦ କରନ୍ତି। ଏଥିପାଇଁ ସେମାନେ ଗୋଟିଏ ପରେ ଗୋଟିଏ ଭଲ ଭଲ ରେଷ୍ଟୁରାଣ୍ଟ ବାଛିଥାନ୍ତି । ଯେଉଁଠାରେ ସେମାନଙ୍କୁ ଭଲ ଖାଦ୍ୟ ଖାଇବାକୁ ମିଳେ। ହେଲେ ଏହି ମହିଳାଙ୍କୁ ଏହି ସଉକ ମହଙ୍ଗା ମହଙ୍ଗା ପଡିଥିଲା । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି  ମହିଳା ଜଣକ ରେଷ୍ଟୁରାଣ୍ଟ ଟେବୁଲରେ ବସି ଏକ ଜୀବନ୍ତ ଚିଙ୍ଗୁଡ଼ି ଖାଇବା ପାଇଁ ଚେଷ୍ଟା କରୁଥିଲେ। ଲହା ତଳେ ପଡିଯିବାରୁ ସେ ଚପଷ୍ଟିକ୍ ସାହାଯ୍ୟରେ ସେହି ଚିଙ୍ଗୁଡ଼ିକୁ ଉଠାଇବା ପାଇଁ ଚେଷ୍ଟା କରୁଥିଲେ । କିନ୍ତୁ ଏହି ସମୟ ମଧ୍ୟରେ ଚିଙ୍ଗୁଡ଼ି ତାଙ୍କୁ ଏକ ଶିକ୍ଷା ଦିଇଥିଲା  । ଚିଙ୍ଗୁଡ଼ିଟି ମହିଳାଙ୍କ ହାତକୁ ଏତେ ଜୋରରେ କାମୁଡ଼ି ଥିଲା ମହିଳା କଷ୍ଟରେ ଚିତ୍କାର କାରିବା ଆରମ୍ଭ କରିଥିଲେ ।

ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରଲ ହେବା ପରେ ହଜାର ହଜାର ଲୋକ ଏହାକୁ ଦେଖିବା ସହ  କମେଣ୍ଟ କରି ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି ଯେ ଏହି ମହିଳା ପରବର୍ତ୍ତୀ ସମୟରୁ କେବେ ଚିଙ୍ଗୁଡି ଖାଇବେ ନାହିଁ। ଅନ୍ୟ ଜଣେ ଲେଖିଛନ୍ତି ଯେ ସାମୁଦ୍ରିକ ଖାଦ୍ୟ ଖାଇବାର ସମସ୍ତ କ୍ରେଜ୍ ଚାଲିଗଲା ।  ଆଉ ଜଣେ ଭିଡିଓରେ କମେଣ୍ଟ କରି ଲେଖିଛନ୍ତି ଯେ ମହିଳା ଜଣକ ଯେପରି ଯନ୍ତ୍ରଣା ଅନୁଭବ କରୁଛନ୍ତି, ତାହା ବୁଝାପଡୁଛି ଯେ ଚିଙ୍ଗୁଡି ତାଙ୍କୁ ବହୁତ ଜୋରରେ କାମୁଡ଼ିଛି।

 

ଆଜି ଶ୍ରୀମନ୍ଦିରରେ ହାତୀ ପ୍ରସ୍ତାବ ବା ଅନ୍ଧ ଲୀଳା ନୀତି ଅନୁଷ୍ଠିତ

ନନ୍ଦିଘୋଷ ବ୍ୟୁରୋ : ଆଜି ଶ୍ରୀମନ୍ଦିରରେ ହାତୀ ପ୍ରସ୍ତାବ ବା ଅନ୍ଧ ଲୀଳା ନୀତି ଅନୁଷ୍ଠିତ ହେବ । ଭାଦ୍ରବ ଶୁକ୍ଳ ତୃତୀୟା ତିଥି ଅବସରରେ ଏହି ନୀତି କରାଯିବ । ମହାପ୍ରଭୁ ଶ୍ରୀକୃଷ୍ଣ ଦୃଷ୍ଟିହୀନ ଭକ୍ତର ଭକ୍ତିରେ ସନ୍ତୁଷ୍ଟ ହୋଇ ଚକ୍ଷୁଦାନ କରିଥିବା ବେଳେ ଏକ ପରାକ୍ରମୀ ଉନ୍ମତ୍ତ ହାତୀକୁ ବିନାଶ କରିବେ । ଶ୍ରୀମନ୍ଦିରରେ ସନ୍ଧ୍ୟା ଆଳତି ବଢିବା ପରେ ଦକ୍ଷିଣୀ ଘରୁ ରାମକୃଷ୍ଣ ରତ୍ନ ସିଂହାସନକୁ ବିଜେ କରିବେ । ପରେ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଇ ମହାଜନ ସେବକଙ୍କ ହସ୍ତରେ ବଟମୂଳ ନିକଟରେ ଥିବା ପାଲିଙ୍କିରେ ବିଜେ କରିବେ । ପରେ ବିମାନବଡୁ ସେବକମାନେ ଠାକୁରଙ୍କୁ ସିଂହଦ୍ୱାର ନିକଟରେ ଥିବା ବଡ଼ଛତା ମଠ ସମ୍ମୁଖକୁ ନେବେ । ସେଠାରେ ପଡିଥିବା ଖଟ ଉପରେ ଠାକୁର ପାଲିଙ୍କି ସହିତ ବିଜେ ହେବେ । ସେଠାରେ ଅନ୍ଧ ମନ୍ଦିର ହସ୍ତୀ ଲୀଳା ପ୍ରସ୍ତାବ ଆଗତ କରାଯିବ । ନୀତି ସମ୍ପନ୍ନ ହେବା ପରେ ଠାକୁରଙ୍କୁ ପଞ୍ଚ ଉପଚାରରେ ଶୀତଳ ଭୋଗ ମଣୋହି କରାଯିବ । ପରେ ବନ୍ଦାପନା ନୀତି ସମ୍ପନ୍ନ ହୋଇ ଠାକୁର ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିବେ ।

ଭାରତର ବଢିଲା ପତିରକ୍ଷା ବଳ । ଇଣ୍ଟିଗ୍ରେଟେଡ୍ ଏୟାର ଡିଫେନ୍ସ ୱେପନ୍ ସିଷ୍ଟମର ସଫଳ ପରୀକ୍ଷଣ

ନନ୍ଦିଘୋଷ ବ୍ୟୁରୋ : ଭାରତର ବଢିଲା ପତିରକ୍ଷା ବଳ । IADWS ତଥା ଇଣ୍ଟିଗ୍ରେଟେଡ୍ ଏୟାର ଡିଫେନ୍ସ ୱେପନ୍ ସିଷ୍ଟମର ସଫଳ ପରୀକ୍ଷଣ  । ଏଭଳି ପରୀକ୍ଷଣକୁ ପ୍ରଶାଂସା କରିଛି ଚୀନ୍ । IADWSର ଏହା ଏକ ବଡ଼ ସଫଳତା ବୋଲି କହିଛି ଚୀନ୍ । IADWS କୁ DRDO , ରିସର୍ଚ୍ଚ ସେଣ୍ଟର ଇମାରତ, ସେଣ୍ଟର ଫର ହାଇ ଏନର୍ଜି ସିଷ୍ଟମ୍ସ ଆଣ୍ଡ ସାଇନ୍ସେସ୍ ଦ୍ୱାରା ମିଳିତ ଭାବରେ ବିକଶିତ କରାଯାଇଛି । IADWS ହେଉଛି ଏକ ବହୁସ୍ତରୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯାହା ସ୍ୱଦେଶୀ।ଏହା ୩ ରୁ ୩୦ କିଲୋମିଟର ଦୂରତାରେ ଶତ୍ରୁ ପକ୍ଷର ବିମାନ ଆକ୍ରମଣକୁ ପ୍ରତିହତ କରିପାରିବ। ଓଡ଼ିଶା ଉପକୂଳରେ ଏହାର ସଫଳ ପରୀକ୍ଷଣ କରାଯାଇଥିଲା।  ଏହି ପ୍ରଣାଳୀ କେବଳ ଆମେରିକା, ରୁଷ, ଚୀନ୍, ବ୍ରିଟେନ, ଜର୍ମାନୀ ଏବଂ ଇସ୍ରାଏଲ ପାଖରେ ଅଛି। ‘ଭାରତର IADWS ସିଷ୍ଟମକୁ କ୍ରୁଜ୍ ମିସାଇଲ୍, ଡ୍ରୋନ, ହେଲିକପ୍ଟର ଏବଂ କମ୍ ଉଡ଼ୁଥିବା ବିମାନ ଭଳି ବସ୍ତକୁ ଅଟକାଇବା ପାଇଁ ବିକଶିତ କରାଯାଇଛି ।

ରାଜ୍ୟରେ ନନଷ୍ଟପ୍ ବର୍ଷା ଆସନ୍ତା ୫ ଦିନ ଯାଏ ନାହିଁ ନିସ୍ତାର

ନନ୍ଦିଘୋଷ ବ୍ୟୁରୋ : ପୁଣି ଲଘୁଚାପ, ପୁଣି ବର୍ଷା । ରାଜ୍ୟରେ ଥମିବନି ବର୍ଷା ପ୍ରକୋପ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଘୁର୍ଣ୍ଣିବଳୟ ୪୮ ଘଣ୍ଟା ମଧ୍ୟରେ ଅଧିକ ଘନିଭୂତ ହୋଇ ଲଘୁଚାପ ରୂପ ନେବା ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଗାମୀ ୫ ଦିନ ଯାଏ ପ୍ରବଳ ବର୍ଷା ହେବା ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର । ଆଜି ରାୟଗଡା ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି  ।  ୨୯ ତାରିଖ ଯାଏଁ ରାଜ୍ୟରେ ଲାଗିରହିବ ବର୍ଷା । ସମୁଦ୍ର ଅଶାନ୍ତ ଥିବାରୁ ୨୯ ତାରିଖ ଯାଏ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଗତ ୨୪ ଘଂଟାରେ କଳାହାଣ୍ଡିର ଜିଲ୍ଲାରେ ସର୍ବାଧିକ ୭୫ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି । ତେବେ ୫ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି ।

କୁମୁନି ବର୍ଷା ଜଟିଳ ହେଉଛି ସ୍ଥିତି, ଜଳାର୍ଣ୍ଣବ ଗାଁ

ନନ୍ଦିଘୋଷ ବ୍ୟୁରୋ : ଲାଗି ରହିଛି ବର୍ଷା । ସୁବର୍ଣ୍ଣରେଖା ଓ ବୈତରଣୀର ବନ୍ୟାରେ ଉବୁଟୁବୁ ଉତ୍ତର ଓଡ଼ିଶା। ଗାଁ ରାସ୍ତାରେ ଚାଲୁଛି ଅଣ୍ଡୁଏ ଆଣ୍ଠୁଏ ପାଣି । ଆଖୁଆପଦାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ତଳେ ରହିଛି । ତେବେ ଜଳେଶ୍ଵର ରାଜଘାଟରେ ବୈତରଣୀର ଜଳସ୍ତର ବଢୁଛି। ବନ୍ୟା ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି । ସୁବର୍ଣ୍ଣରେଖାର ବନ୍ଯାରେ ବାଲିଆପାଳ ବ୍ଲକର ୧୫ରୁ ଅଧିକ ଗାଁ, ଭୋଗରାଇ ବ୍ଲକର ୨୦ ରୁ ଅଧିକ ଗାଁ ପାଣି ଘେରରେ ଅଛି। ଗାଲୁଡିହି ବ୍ଯାରେଜରୁ ୫  ହଜାର କ୍ଯୁସେକ ପାଣି ଛଡା ଯିବାରୁ ସୁବର୍ଣ୍ଣରେଖାରେ ପଞ୍ଚମ ଥର ପାଇଁ ବନ୍ଯା ଆସିଛି ।ବୈତରଣୀ ଯୋଗୁ ଭଦ୍ରକର ଧାମନଗର  ଓ ଚାନ୍ଦବାଲି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି।ସେହିଭଳି ବୈତରଣୀ ନଦୀର ବାମ ପାର୍ଶ୍ଵ  ମଲିମାହାରା  ଓ ଗୋରାଙ୍ଗ ଏସକେପ କର୍ଲଭଟର ଫାଟ ସୃଷ୍ଟି ହେବା ସହ ଘଳିଆ  ପଡ଼ି ବନ୍ୟାପାଣି ଗାଁ ଆଡକୁ ମାଡି ଚାଲିଛି। ଫଳରେ ଅର୍ଜୁନପୁର , ହସନାଵାଦ, ପଧାନି ପଞ୍ଚାୟତ ସମେତ ଅନେକ ଗାଁ ବାହ୍ୟଜଗତରୁ ବିଛିନ୍ନ ହୋଇଛି। ସେହିପରି ପଧାନି ପଞ୍ଚାୟତର ସଇଲୋ ଠାରେ କୋଚିଳା ନଦୀବନ୍ଧ ଧସିଯିଵାରୁ  ୫ ଗାଁରେ ଵନ୍ଯାପାଣି ପସିବା  ସହ ଶହଶହ ଲୋକ ବନ୍ୟା ଘେରରେ ଫସି ରହିଛନ୍ତି। ଏପଟେ ତଳମୁଣ୍ଡରେ  ଚାନ୍ଦବାଲି ବ୍ଲକର ଆରଡି ଅଞ୍ଚଳ ସହ ଓଳଗ, ନାନ୍ଦପୁର, ସୁନ୍ଦରପୁରରେ ବନ୍ୟା ସ୍ଥିତି ବଢିବା ସହ ବୋଡକ ନିକଟରେ ବୈତରଣୀ ନଦୀ କୂଳ ଲଘିଂବାରୁ ଆଖଣ୍ଡଳମଣି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ସେହିଭଳି ବୈତରଣୀ ଯୋଗୁଁ ଯାଜପୁର ବ୍ଲକ, ଦଶରଥପୁର ବ୍ଲକ ପ୍ରଭାବିତ ହୋଇଛି । ଯାଜପୁର ଜିଲ୍ଲାର ସର୍ବାଧିକ ୧୪ ପଞ୍ଚାୟତର ୪୬ ଗାଁ ବନ୍ୟା ଘେରକୁ ଆସିଛି । କାଣୀ ନଦୀର ଘାଇକୁ ପାଣି କମିଲେ ଯାଇ ମରାମତି କାମ ଆରମ୍ଭ ହେବ ବୋଲି  କୁହାଯାଇଛି। ବନ୍ୟା ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି ।