ନନ୍ଦିଘୋଷ ବ୍ୟୁରୋ : କଟକ ସଂଘର୍ଷ ଘଟଣାକୁ ନେଇ ରାଜ୍ୟ ସରକାରଙ୍କକୁ ସମାଲୋଚନା। ଶିବସେନା UBT ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ରାଜ୍ୟ ସରକାରଙ୍କୁ ତୀବ୍ର ନିନ୍ଦା କରିଛନ୍ତି। କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଓଡ଼ିଶା ଭଳି ଏକ ରାଜ୍ୟ ଯେଉଁଠାରେ ଶାନ୍ତିପ୍ରିୟ ଲୋକମାନେ ରହୁଛନ୍ତି। ଯେତେବେଳେ ବିଜେଡି କ୍ଷମତାରେ ଥିଲା ସେଠାରେ କୌଣସି ସଂଘର୍ଷ ଘଟିନଥିଲା। ହଠାତ୍ ବିଜେପି କ୍ଷମତାକୁ ଆସିବା ପରେ ସ୍ଥିତି ବଦଳିଯାଇଛି। କଟକରେ ଯାହା ଘଟିଛି ତାହା ଭାରତୀୟ ଜନତା ପାର୍ଟି ସରକାରରେ ଥିବା ସମୟରେ ଘଟିଛି। ରାଜନୀତି ପାଇଁ ରାଜ୍ୟବାସୀଙ୍କୁ ବିଭାଜିତ କରିବାର ଏହା ଦୁଃଖଦ ପ୍ରତିଫଳନ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆଶା କରୁଛି ଯେ ଆଇନ ଶୃଙ୍ଖଳା ବଜାୟ ରହିବ ବୋଲି କହିଛନ୍ତି ପ୍ରିୟଙ୍କା ଚତୁର୍ବେଦୀ। ଓଡ଼ିଶାବାସୀଙ୍କୁ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ା ସୃଷ୍ଟି କରିବା ପାଇଁ କେବଳ ଉପକରଣ ଭାବରେ ବ୍ୟବହାର କରାଯାଉଛି। ହିଂସାକାଣ୍ଡର ଦୋଷୀଙ୍କୁ ଯଥାଶୀଘ୍ର ଗିରଫ କରାଯିବା ଉଚିତ।
୪୮ଟି ଛକା ଓ ଚୌକା ସହିତ ୪୫୯ ରନ କରି ସମ୍ମାନିତ ହେଲେ ରାହୁଲ ଦ୍ରାବିଡଙ୍କ ପୁଅ
ନନ୍ଦିଘୋଷ ବ୍ୟୁରୋ : ରାହୁଲ ଦ୍ରାବିଡଙ୍କ ବ୍ୟାଟିଂ ଦକ୍ଷତାକୁ ତ ସମସ୍ତେ ଜାଣନ୍ତି । କିନ୍ତୁ ତାଙ୍କ ପୁଅ ଏବେ ଦମଦାର ବ୍ୟାଟିଂ କରି ସମ୍ମାନିତ ହୋଇଛନ୍ତି । ରାହୁଲ ଦ୍ରାବିଡଙ୍କ ସାନ ପୁଅକୁ ଅନଭୟ ଦ୍ରାବିଡ ଅକ୍ଟୋବର ୫ ତାରିଖରେ ଅନୁଷ୍ଠିତ KSCA ବାର୍ଷିକ ପୁରସ୍କାର ସମାରୋହରେ ସମ୍ମାନିତ ହୋଇଛନ୍ତି । ଅନଭୟ ଦ୍ରାବିଡ କ୍ରିକେଟ୍ କ୍ଷେତ୍ରରେ ତାଙ୍କର ଦମଦାର ପ୍ରଦର୍ଶନ ପାଇଁ ଏହି ସମ୍ମାନ ପାଇଛନ୍ତି। ୧୬ ବର୍ଷରୁ କମ୍ ବିଜୟ ମର୍ଚ୍ଚାଣ୍ଟ ଟ୍ରଫିରେ କର୍ଣ୍ଣାଟକ ପାଇଁ ସର୍ବାଧିକ ରନ ସ୍କୋର କରିବା ପାଇଁ ତାଙ୍କୁ KSCA ଦ୍ୱାରା ବାର୍ଷିକ ପୁରସ୍କାର ସମାରୋହରେ ସମ୍ମାନିତ କରାଯାଇଛି।
୪୮ଟି ଛକା ଓ ଚୌକା ସହିତ ୪୫୯ ରନ୍ କରିବା ପାଇଁ ଅନଭୟ ଦ୍ରାବିଡଙ୍କୁ KSCA ଦ୍ୱାରା ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହି ରନ୍ ଗୋଟିଏ ମ୍ୟାଚ୍ କିମ୍ବା ଇନିଂସରେ ନୁହେଁ, ବରଂ ଛଅଟି ମ୍ୟାଚରେ ୮ଟି ଇନିଂସରେ ୯୧.୮୦ ହାରରେ କରାଯାଇଥିଲା । ଯେଉଁଥିରେ ଦୁଇଟି ଶତକ ଅନ୍ତର୍ଭୁକ୍ତ। ଏହି ସମୟ ମଧ୍ୟରେ ସେ ୪୬ଟି ଚୌକା ଓ ଦୁଇଟି ଛକା ମାରିଥିଲେ। ୧୬ ବର୍ଷରୁ କମ୍ ବିଜୟ ମର୍ଚ୍ଚାଣ୍ଟ ଟ୍ରଫିରେ ଦ୍ରାବିଡ କର୍ଣ୍ଣାଟକ ପାଇଁ ସର୍ବାଧିକ ରନ୍ ସ୍କୋରର ଅଟନ୍ତି ଓ ଟୁର୍ଣ୍ଣାମେଣ୍ଟରେ ତାଙ୍କର ସର୍ବାଧିକ ହାର ମଧ୍ୟ ଅଛି।
କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘର ବାର୍ଷିକ ପୁରସ୍କାର ଉତ୍ସବରେ ଅନଭୟ ଦ୍ରାବିଡ ଏକା ସମ୍ମାନିତ ନଥିଲେ। ରାହୁଲ ଦ୍ରାବିଡଙ୍କ ପୁଅଙ୍କ ସହ ମୟଙ୍କ ଅଗ୍ରୱାଲ ଏବଂ ଆର. ସ୍ମରନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ବିଜୟ ହଜାରେ ଟ୍ରଫିରେ କର୍ଣ୍ଣାଟକର ସର୍ବାଧିକ ରନ ସ୍କୋରର ହେବା ପାଇଁ ମୟଙ୍କ ଅଗ୍ରୱାଲଙ୍କୁ ଏହି ପୁରସ୍କାର ମିଳିଥିଲା, ସେ ୯୩ ହାରରେ ୬୫୧ ରନ ସଂଗ୍ରହ କରିଥିଲେ। ଯୁବ ଖେଳାଳି ଆର. ସ୍ମରନଙ୍କୁ ରଣଜୀ ଟ୍ରଫିରେ ତାଙ୍କ ପ୍ରଦର୍ଶନ ପାଇଁ ସମ୍ମାନିତ କରାଯାଇଥିଲା। ବାମହାତୀ ବ୍ୟାଟସମ୍ୟାନ ସ୍ମରନ ଦୁଇଟି ଶତକ ସହିତ ୬୪.୫୦ ହାରରେ ୫୧୬ ରନ କରିଥିଲେ।
କର୍ଣ୍ଣାଟକ ୱିକେଟକିପର-ବ୍ୟାଟସମ୍ୟାନ୍ କେଏଲ ଶ୍ରୀଜିତଙ୍କୁ ମଧ୍ୟ କେଏସସିଏ ପୁରସ୍କାର ଉତ୍ସବରେ ସମ୍ମାନିତ କରାଯାଇଥିଲା। ସେ ସୟଦ ମୁସ୍ତାକ ଅଲି ଟ୍ରଫିରେ ସର୍ବାଧିକ ୨୧୩ ରନ ସ୍କୋର କରିବା ପାଇଁ ଏହି ପୁରସ୍କାର ପାଇଥିଲେ।
ଟ୍ରକ- ବୋଲେରୋ ମୁହାଁମୁହିଁ ଧକ୍କା, ୫ ମୃତ
ନନ୍ଦିଘୋଷ ବ୍ୟୁରୋ ; ଛତିଶଗଡ଼ର କୱାର୍ଦ୍ଧା ଜିଲ୍ଲାର ରାୟପୁର-ଜବଲପୁର ଜାତୀୟ ରାଜପଥ ୩୦ ରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଚିଲଫି ଥାନା ଅଞ୍ଚଳର ରାଜପଥର ଅକାଲଘରିଆ ଗାଁ ନିକଟରେ ଟ୍ରକ୍ ଓ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି। ଚିଲଫି ଥାନାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛି।
ମୃତକ ଓ ଆହତମାନେ କୋଲକାତାର ବୋଲି ଜଣାପଡ଼ିଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ପଡ଼ୋଶୀ ରାଜ୍ୟ ମଧ୍ୟ ପ୍ରଦେଶର କାନହା ଜାତୀୟ ଉଦ୍ୟାନ ପରିଦର୍ଶନ କରିବା ପରେ, ସେମାନେ କୋଲକାତା ଯିବାକୁ ଟ୍ରେନ୍ ଧରିବା ପାଇଁ ବିଳାସପୁର ଯାତ୍ରା କରୁଥିଲେ, ସେତେବେଳେ ଦୁର୍ଘଟଣା ଘଟିଥିଲା।
ବୋଲେରୋଟି ସତନାରୁ ଭଡା ନିଆଯାଇଥିଲା। ଏଥିରେ ମୋଟ ୧୦ ଜଣ ଲୋକ ଯାତ୍ରା କରିଥିଲେ ବୋଲି ଜଣାପଡିଛି। ଯେତେବେଳେ ବୋଲେରୋଟି ରାୟପୁର-ଜବଲପୁର ଜାତୀୟ ରାଜପଥ ୩୦ ରେ ଅକାଲଘରିଆରେ ପହଞ୍ଚିଲା, ସେତେବେଳେ ଏହା ସାମ୍ନାରୁ ଆସୁଥିବା ଏକ ଟ୍ରକ ସହିତ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରରେ ଥିଲା ଯେ ବୋଲେରୋଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା। ଡ୍ରାଇଭରଙ୍କ ଘଟଣାସ୍ଥଳେ ମୃତ୍ୟୁ ହୋଇଥିଲା, ଯେତେବେଳେ ଅନ୍ୟ ଚାରି ଜଣଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଥିଲା।

