spot_img
Home Blog Page 423

ଚୀନର ଚାଣକ୍ୟ କେଇ ଚି’ଙ୍କ ସହ ମୋଦିଙ୍କ ୪୫ ମିନିଟ ଆଲୋଚନା, ଗୋଟିଏ ହସ ବଦଳାଇ ଦେଲା ଭାରତ-ଚୀନ ସମ୍ପର୍କ

ନନ୍ଦିଘୋଷ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ ଗସ୍ତ କରି SCO ସମ୍ମିଳନୀରେ ଭାଗ ନେବା ସହ ଭାରତ ଫେରି ଆସିଛନ୍ତି । ହେଲେ ତାଙ୍କର ଏହି ଗସ୍ତ ବିଶ୍ବ ରାଜନୀତିରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ଆମେରିକା ରାଷ୍ଟ୍ରପତି ଡୋନାଡ ଟ୍ରମ୍ପଙ୍କ ଟାରିଫ ପରେ ମୋଦିଙ୍କୁ SCO ସମ୍ମିଳନୀରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ ରାଷ୍ଟ୍ରପତି ଜିନପିନଙ୍କ ସହ ଯେମିତି ଦେଖିବାକୁ ମିଳିଲା ତାହା ବିଶ୍ବରେ ଏକ ନୂଆ ସମୀକରଣ ସୃଷ୍ଟିର ସଙ୍କେତ ଦେଇ ସାରିଛି । ଆଉ ଏହାସହ ଆମେରିକାର ଏକଛତ୍ରବାଦ ନୀତି ଆଗରେ ବିକଳ୍ପ ଚିଡ଼ା କରିବାର ସଙ୍କେତ ଦେଇଛି । ଏହି ଗସ୍ତ ସମୟରେ ମୋଦି ନା କେବଳ ଜିନପିଙ୍ଗଙ୍କୁ ଭେଟିଥିଲେ ତାହା ନୁହେଁ । ଚୀନର ଏମିତି ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଭେଟି ଥିଲେ ଯାହାର ଖବର ଶୁଣିବା ପରେ ହୁଏତ ଟ୍ରମ୍ପଙ୍କ ନିଦ ହଜି ସାରିଥିବ । ଆଜ୍ଞା ହଁ ମୋଦି ଚୀନର ଚାଣକ୍ୟ କୁହାଯାଉଥିବା କେଇ ଚି’ଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି ।

ମୋଦି ଏବଂ କେଇଙ୍କ ଭେଟକୁ ଉଭୟ କାରତ ଓ ଚୀନ ମିଡ଼ିଆ ଜୋରସୋରରେ ପ୍ରସାରଣ କରୁଛନ୍ତି । କାରଣ ଏହା କୌଣସି ସାମାନ୍ୟ ଭେଟଘାଟ ନଥିଲା । ମୋଦିଙ୍କ ସହ ଭେଟ କରିଥିବା କେଇ ଚି ହେଉଛନ୍ତି ଚୀନର ସବୁଠୁ ଅଧିକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଜଣେ । ତାଙ୍କୁ ଥରେ ଦେଖା କରିବାକୁ ଲୋକେ ସବୁ କିଛି କରିବାକୁ ପ୍ରସ୍ତୁତ । ଚୀନ ରାଜନୀତିରେ ସେ ସବୁଠାରୁ ଅଧିକ ଗମ୍ଭୀର ବ୍ୟକ୍ତିତ୍ବର ଲୋକ ଭାବେ ଜଣାଶୁଣା । ଏମିତି ସ୍ଥିତିରେ ମୋଦି ଏବଂ କେଇଙ୍କୁ ଏକାଠି ଦେଖାଯିବା ଭାରତ ଓ ଚୀନ ସମ୍ପର୍କରେ ଏକ ନୂଆ ଅଧ୍ୟାୟର ଆରମ୍ଭ ବୋଲି ବିବେଚନା କରାଯାଉଛି ।

କିଏ ଏହି କେଇ ଚି ?

ଜୀନ କମ୍ୟୁନିଷ୍ଟ ପାର୍ଟିର କେଇ ଚି ଏମିତି ଜଣେ ବ୍ୟକ୍ତି ଯିଏ କେବେ ହସୁଥିବା  କେହି କେବେ ଦେଖି ନାହାନ୍ତି । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଡାହାଣ ହାତ ଭାବେ ଜଣେ କେଇ ଚି ବେଞ୍ଜିଂରେ ବିଦେଶ କୂଟନୀତି ପାଇଁ ସବୁଠାରୁ ଆଗରେ ରହିଥାନ୍ତି । ସାଧାରଣ ଲୋକଙ୍କ ତାଙ୍କ ପାଖରେ ପହଞ୍ଚିବା ଏକ ପ୍ରକାର ଅସମ୍ଭବ । ସେ ଦଳରେ ବହୁତ ଗୁରୁତ୍ବପୂର୍ଣ୍ଣ ପଦ ସମ୍ଭାଳି ଥାନ୍ତି । ଚୀନରେ ଜଣେ ଶକ୍ତିଶାଳୀ ଓ ପ୍ରଭାବଶାଳୀ ବ୍ୟକ୍ତି ଭାବେ ଜଣାଶୁଣା । କମ୍ୟୁନିଷ୍ଟ ପାର୍ଟିର ସଚିବାଳୟର ଉଚ୍ଚତମ ସଦସ୍ୟ ଏବଂ ପଲିଟିବ୍ୟୁରୋ ସ୍ଥାୟୀ ସମିତର ସଦସ୍ୟ ଅଛନ୍ତି । ହେଲେ ଏସବୁ ପଦଠାରୁ ଚିନପିଙ୍ଗଙ୍କ ବହୁତ ନିକଟତର ଭାବେ ସେ ଜଣାଶୁଣା ।

ମୋଦିଙ୍କ ସହ ୪୫ ମିନିଟ ଆଲୋଚନା

ମିଳିଥିବା ସୂଚନା ଅନୁସାରେ, ନିଜେ ଜିନପିଙ୍ଗ ତାଙ୍କୁ ମୋଦିଙ୍କ ସହ ଦେଖା କରିବା ଓ ଭାରତ-ଚୀନ ସମ୍ପର୍କକୁ ନେଇ ଆଲୋଚନା କରିବାକୁ କହିଥିଲେ । ଏ ଖବର ଆସିବା ପରେ ତିୟାନଜିନରେ କୂଟନୈତିକ ହଲଚଲ ଆରମ୍ଭ ହୋଇଯାଇଥିଲା । କେଇ, ମୋଦିଙ୍କ ସହ ୪୫ ମିନିଟରୁ ଅଧିକ ସମୟ ଆଲୋଚନା କରିଥିଲେ । ଏହି ସମୟରେ ଏସିଆର ଦୁଇ ଶକ୍ତିଶାଳୀ ଦେଶ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କକୁ ସାମାନ୍ୟ କରିବା ଉପରେ ଆଲୋଚନା ହୋଇଥିଲା ।

ଆଲୋଚନାର ଆରମ୍ଭରେ କେଇ ମୋଦିଙ୍କୁ କହିଥିଲ, ରାଷ୍ଟ୍ରପତି ସି ଆପଣଙ୍କୁ ମଧ୍ୟାହ୍ନ ଭୋଜନ କରାଇବାକୁ କହିଥିଲେ । ହେଲେ ପରେ ସେ ଜାଣିବାକୁ ପାଇଥିଲେ, ଆପଣ (ମୋଦି)ଙ୍କୁ ଖାଇବା, ପିଇବା ଅଧିକ ପସନ୍ଦ ନୁହେଁ । ହେଲେ ମଜାଦାର କଥା ହେଲା, ସବୁବେଳେ ଗମ୍ଭୀର ରହୁଥିବା ଓ କେବେ ହସୁ ନଥିବା କେଇ ଏହି ସମୟରେ ହସୁ ଥିବା ଦେଖିବାକୁ ମିଳିଥିଲା ।

ତେବେ ଦୁଇ ନେତାଙ୍କ ମଧ୍ୟରେ କ’ଣ ଆଲୋଚନା ହେଲା ତାହାର ତଥ୍ୟ ପ୍ରକାଶ କରାଯାଇନି । ହେଲେ ଦୁଇ ନେତାଙ୍କ ଭେଟ ବହୁତ କିଛି କହି ସାରିଛି । ଚୀନରେ କେଇ ଚିଙ୍କୁ ଯେଉଁ ପ୍ରକାର ସମ୍ମାନ ମିଳିଥାଏ ତାକୁ ଦେଖିଲେ ଜଣାପଡୁଛି, ଭାରତ-ଚୀନ ସମ୍ପର୍କ ସୁଧାରିବା କାମ ଜିନପିଙ୍ଗ ତାଙ୍କୁ ଦେଇଛନ୍ତି ।

ରାଜରାସ୍ତାରେ ବସି ପାଠ ପଢିଲେ ଛାତ୍ରଛାତ୍ରୀ । ବର୍ଷାରେ ଭିଜି ଛାତ୍ରଛାତ୍ରୀ କଲେ ବିକ୍ଷୋଭ

ନନ୍ଦିଘୋଷ ବ୍ୟୁରୋ : ରାଜରାସ୍ତାରେ ବସି ପାଠ ପଢିଲେ ଛାତ୍ରଛାତ୍ରୀ । ବର୍ଷାରେ ଭିଜି ଛାତ୍ରଛାତ୍ରୀ କଲେ ବିକ୍ଷୋଭ । ଏଭଳି ଚିତ୍ର ସାମ୍ନାକୁ ଆସିଛି ଉଦଳା – ବାଲେଶ୍ୱର ରାଜ୍ୟ ରାଜପଥର ଯଇଦା ଛକରେ । ପୁରଡିହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ଯେଉଁଥିରେ ୧୩୦ ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି । ହେଲେ ବିଦ୍ୟାଳୟରେ ମାତ୍ର ଦୁଇ ଗୋଟି ଶ୍ରେଣୀ ଗୃହ ରହିଥିବା ବେଳେ ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀ ମିଶି ଗୋଟିଏ କକ୍ଷରେ ବସି ପାଠ ପଢ଼ିବାରୁ ଅନେକ ସମସ୍ୟା ସୃଷ୍ଟି ହୁଏ । ଏହା ସହିତ ବିଦ୍ୟାଳୟରେ ଶୌଚାଳୟ ନାହିଁ, ପାଚେରୀ ନାହିଁ ତା ସହିତ ଦୁଇ ଗୋଟି ଶ୍ରେଣୀ ଗୃହ ଛାତରୁ କଂକ୍ରିଟ ଖସୁଛି । ଯେଉଁଥିପାଇଁ ଅଭିଭାବକ ମାନେ ବାରମ୍ବାର ଅଧିକାରୀଙ୍କୁ ଅବଗତ କରାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନାହିଁ । ବାଧ୍ଯ ହୋଇ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ । ତୁରନ୍ତ ଅଧିକାରୀ ଆସି ସମାଧାନ ନକଲେ ଏଭଳି ବିଭୋକ୍ଷ ଚାଲିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ।

ଶ୍ରୀମନ୍ଦିର ନୀଳଚକ୍ର ପତିତପାବନ ବାନା ଉପରେ ବସିଲା ଚିଲ

ପୁରୀ : ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଚିଲ । ନୀଳଚକ୍ରର ପତିତପାବନ ବାନା ଉପରେ ଚିଲଟି ବସିଥିବା ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ଉପରେ ଚିଲ ବସିଲେ ଅଶୁଭ ସଂକେତ ବୋଲି ବିଶ୍ୱାସ କରାଯାଏ । ତେବେ ଦୀର୍ଘ ସମୟ ଧରି ଚିଲଟି ନୀଳଚକ୍ର ଉପରେ ବସିବା ପରେ ଉଡି ଯାଇଥିବା ଦେଖିବାକୁ ମିଳିଛି।

ଦିନକୁ ଦିନ ଜୋର ଧରୁଛି ମରାଠା କୋଟା ଆନ୍ଦୋଳନ , ପାଞ୍ଚଦିନ ଧରି ଚାଲିଛି ଆନ୍ଦୋଳନକାରୀଙ୍କ ମେଳି

ନନ୍ଦିଘୋଷ ବ୍ୟୁରୋ : ଦିନକୁ ଦିନ ଜୋର ଧରୁଛି ମରାଠା କୋଟା ଆନ୍ଦୋଳନ। ଆଜାଦ ମଇଦାନରେ ପାଞ୍ଚଦିନ ଧରି ଚାଲିଛି ଆନ୍ଦୋଳନକାରୀଙ୍କ ମେଳି। ତେଣେ ସଂରକ୍ଷଣବାଦୀ ନେତା ମନୋଜ ଜାରେଙ୍ଗେ ଜନତା ମଇଦାନ ଖାଲି କରିବାକୁ ଅଗ୍ରାହ୍ୟ କରିଛନ୍ତି। ଦାବି ପୂରଣ ହେବା ଯାଏ ଆମରଣ ଅନଶନ ଜାରି ରହିବ ବୋଲି ଜାରେଙ୍ଗେ ଧମକ ଦେଇଛନ୍ତି। ଏପରିକି ସେ ପାଣି ଗ୍ରହଣ କରିବେ ନାହିଁ କହିବା ପରେ ସରକାର ଅଡୁଆରେ ପଡିଛନ୍ତି। ବର୍ତ୍ତମାନ ଆଜାଦ ମଇଦାନରେ ପ୍ରାୟ ୪୫ ହଜାର ଲୋକଙ୍କ ସମାଗମ ହୋଇଥିବାବେଳେ ଦିନକୁ ଦିନ ସ୍ଥିତି ଜଟିଳ ହେବାରେ ଲାଗିଛି। ଫଳରେ ଟ୍ରାଫିକ ବ୍ୟବସ୍ଥା ଗୁରୁତର ହୋଇଛି। ଆନ୍ଦୋଳନକୁ ପ୍ରଶମିତ କରିବା ଲାଗି ମହାରାଷ୍ଟ୍ର କ୍ୟାବିନେଟ ସବକମିଟି ଉଦ୍ୟମ କରିଥିବାବେଳେ ତାହା ବିଫଳ ହୋଇଛି। ଦକ୍ଷିଣ ମୁମ୍ବାଇ, ମାରିନ ଡ୍ରାଇଭ, ଡିଏନ ରୋଡ ଓ ପିଡି ମେଲୋ ରୋଡରେ ଟ୍ରାଫିକ ବ୍ୟବସ୍ଥା ଗୁରୁତର ହୋଇଛି। ଯଦିଓ ଟ୍ରେନ ସେବା ଜାରି ରହିଛି ତଥାପି ବିଭିନ୍ନ ସ୍ଥାନରେ ଆରପିଏଫ ଓ ଜିଆରପି ମୁତୟନ କରାଯାଇଛି। ଆନ୍ଦୋଳନକାରୀଙ୍କ ବିରୋଧରେ ଦାୟର ମାମଲା ପ୍ରତ୍ୟାହାର କରିବା ଲାଗି ଦାବି କରିଛନ୍ତି ଜାରେଙ୍ଗେ। ହାଇଦ୍ରାବାଦ ଓ ସତାରା ଗେଜେଟ କାର୍ଯ୍ୟକାରୀ, ମରାଠା ଓ କୁନବିଙ୍କୁ ଗୋଟିଏ ଶ୍ରେଣୀଭୁକ୍ତ କରିବା, ଆକ୍ରମଣକାରୀ ପୋଲିସଙ୍କୁ ବଦଳି ଆଦି ଦାବି କରିଛନ୍ତି ଆନ୍ଦୋଳନକାରୀ। ମନୋଜ କହିଛନ୍ତି, ତାଙ୍କ ଦାବି ସମ୍ଵିଧାନ ଅନୁସାରେ ଠିକ୍। ମରାଠାମାନଙ୍କ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାକୁ ଦାବି କରୁଛନ୍ତି ମନୋଜ। ଓବିସି ବର୍ଗ ଭାବେ କୁନବି ଜାତିତୁ ମାନ୍ଯତା ଦିଆଯାଉ। ଏହା ଦ୍ଵାରା ସେମାନେ ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ପାଇବେ।

ପଟିଆ ଅହଲ୍ୟା ନଗରରେ କୃତ୍ରିମ ବନ୍ୟା କୃତ୍ରିମ ବନ୍ୟାରେ କାର ଭିତରେ ଦେଢ଼ ଘଣ୍ଟା ଫସି ରହିଥିଲେ ମହିଳା

ନନ୍ଦିଘୋଷ ବ୍ୟୁରୋ : ଭୁବନେଶ୍ବର ପଟିଆ ଅହଲ୍ୟା ନଗରରେ କୃତ୍ରିମ ବନ୍ୟା। ଡ୍ରେନ ବନ୍ଦ୍ ହେବାରୁ ବନ୍ୟା ଜଳରେ ବୁଡିଲା ଅହଲ୍ୟା ନଗର । ବନ୍ୟା ପାଣିରେ ଫସିଗଲେ ଜଣେ ମହିଳା। କାର ସେନ୍ସର୍ ବନ୍ଦ୍ ହେବାରୁ ଡୋର ଖୋଲିନଥିଲା । କୃତ୍ରିମ ବନ୍ୟାରେ କାର ଭିତରେ ଦେଢ଼ ଘଣ୍ଟା ଫସି ରହିଥିଲେ ମହିଳା। ଶେଷରେ ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଅଗ୍ନିଶମ ବିଭାଗ ଟିମ୍ ପହଁଚି ମେସିନ୍ ଲଗାଇ କାର ଡୋର କାଟି ମହିଳାଙ୍କୁ ଉଦ୍ଧାର କରିଥିଲେ । ବିଏମସି ଏବଂ ପୋଲିସ ମଧ୍ୟ ପହଞ୍ଚି ସ୍ଥିତି ସମୀକ୍ଷା କରିଛି ।

ବନ୍ୟାରୁ ରକ୍ଷା ପାଇବା ପାଇଁ ପାକ୍ ମନ୍ତ୍ରୀଙ୍କ ବ୍ରହ୍ମଜ୍ଞାନ, ବାଲଟିରେ ପାଣି ବୁହା

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନର ପଞ୍ଜାବ, ପିଓକେ, କେପିକେ ସମେତ ବିଭିନ୍ନ ସ୍ଥାନରେ ବନ୍ୟା ତାଣ୍ଡବ ରଚାଇଛି। ବନ୍ୟା ଦ୍ୱାରା ଲକ୍ଷ ଲକ୍ଷ ଲୋକ ଓ ପଶୁ ପ୍ରଭାବିତ ହୋଇଛନ୍ତି  । ଏହା ସହ ବ୍ୟାପକ ପରିମାଣରେ ଫସଲ ନଷ୍ଟ ହୋଇଛି। ଗୋଟିଏ ପଟେ ବନ୍ୟା ତାଣ୍ଡବ ରଚାଇଛି, ଅନ୍ୟପଟେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ଅଜବ ବୟାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଆସିଫଙ୍କୁ ପାକିସ୍ତାନୀମାନେ ବନ୍ୟା ପାଣିକୁ ସଂରକ୍ଷଣ କରି ରଖିବା  ଉଚିତ ବୋଲି ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି ।

ପାକିସ୍ତାନୀ ଟିଭି ଚ୍ୟାନେଲର ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଏଥିରେ ଆଙ୍କର ଖାୱାଜା ଆସିଫଙ୍କ ସହ ଫୋନ୍‌ରେ କଥା ହେଉଛନ୍ତି । ଯେତେବେଳେ ଆଙ୍କର ଖାୱାଜାଙ୍କୁ ବନ୍ୟା ବିଷୟରେ ପ୍ରଶ୍ନ କରିଛନ୍ତି , ଆସିଫ ତାଙ୍କ ଉତ୍ତରରେ କହିଛନ୍ତି କି  ବନ୍ୟା ପାଣିକୁ  ବାଲ୍ଟି ଓ ବାକ୍ସରେ ସଂରକ୍ଷଣ କରି ପରେ ବ୍ୟବହାର କରାଯିବା ଉଚିତ। ଲୋକମାନେ ବନ୍ୟାକୁ ସମସ୍ୟା ଭାବରେ ନ ଦେଖି  ଆଶୀର୍ବାଦ ଭାବରେ ନେବା  ଉଚିତ୍। ଆସିଫଙ୍କ ଏହି ଭିଡିଓ ସୋସିଆଲ ଖୁବ ଭାଇରାଲ ହେଉଛି ।

ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ପାକିସ୍ତାନରେ ପୂର୍ବରୁ ବନ୍ୟା ପାଇଁ ଭାରତକୁ ଦାୟୀ କରିଥିଲେ। ଖୱାଜା ଆସିଫ କହିଥିଲେ ଯେ ଭାରତ ଛାଡୁଥବା ପାଣି ଯୋଗୁଁ ପାକିସ୍ତାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ସେ  ଆଉ ମଧ୍ୟ କହିଥିଲେ ଯେ ଭାରତରୁ ଆସୁଥିବା ବନ୍ୟା ପାଣିରେ ମୃତଦେହ ମଧ୍ୟ ପାକିସ୍ତାନକୁ ଆସୁଛି । ପାକିସ୍ତାନରେ ଭାସୁଥିବା ମୃତଦେହ ଭାରତୀୟମାନଙ୍କର ବୋଲି ସେ କହିଛନ୍ତି ।

ସିଆଲକୋଟର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ସମୟରେ ଖୱାଜା ଆସିଫ ସାମ୍ବାଦିକମାନଙ୍କୁ କହିଥିଲେ ଯେ ଭାରତରୁ ପ୍ରବାହିତ ବନ୍ୟାଜଳରେ ମଣିଷ ମାନଙ୍କ ମୃତଦେହ, ଗାଈଗୋରୁଙ୍କୁମୃତଦେହ ସାଙ୍ଗରେ ଆଣିଛୁ । ଖୱାଜା ଆସିଫ ଦାବି କରିଛନ୍ତି ଯେ ସ୍ଥାନୀୟ ଲୋକମାନେ ସୀମା ଆରପାରିରେ ମୃତଦେହ ଭାସୁଥିବାର ଦେଖିଛନ୍ତି।  ମୃତଦେହ ଭାସୁଥିବାରୁ ଏହି ଅଞ୍ଚଳରୁ ପାଣି ନିଷ୍କାସନ କରିବାକୁ ଚେଷ୍ଟା କରୁଥିବା ଲୋକମାନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି ।

ପାକିସ୍ତାନର ପଞ୍ଜାବ ପ୍ରଦେଶର ସରକାର କହିଛନ୍ତି ଯେ ଇତିହାସର ସବୁଠାରୁ ଭୟଙ୍କର ବନ୍ୟାର ସମ୍ମୁଖୀନ ହେଉଛି। ସେ କହିଛନ୍ତି ଯେ ନଦୀଗୁଡ଼ିକର ଜଳସ୍ତର ଏପର୍ଯ୍ୟନ୍ତ ସର୍ବୋଚ୍ଚ ସ୍ତରରେ ଅଛି। ଏଥିରେ ୨୦ଲକ୍ଷରୁ ଅଧିକ ଜନବସତି ସିଧାସଳଖ ପ୍ରଭାବିତ ହୋଇଛନ୍ତି। ଜୁନ୍ ୨୬ ତାରିଖରୁ ପାକିସ୍ତାନରେ ବର୍ଷା ଓ ବନ୍ୟା ଯୋଗୁଁ ୮୪୯ ଜଣଙ୍କର ମୃତ୍ୟୁ ହେବା ସହ  ୧୧୩୦ ଜଣ ଆହତ ହୋଇଛନ୍ତି।

ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଆଜି ରେକର୍ଡ ହୋଇଥିବା ବର୍ଷା କାରଣରୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବ

ନନ୍ଦିଘୋଷ ବ୍ୟୁରୋ : ଆଜି ରେକର୍ଡ ହୋଇଥିବା ବର୍ଷା କାରଣରୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବ । ରାଜ୍ୟରେ ପ୍ରବଳ ବର୍ଷା ସତ୍ତ୍ଵେ କୌଣସି ନଦୀର ମଧ୍ୟ ବନ୍ୟା ପରିସ୍ଥିତି ନାହିଁ। ଏହା ସ୍ପଷ୍ଟ କରିଛନ୍ତି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ। ତାଙ୍କ ସୂଚନା ଅନୁସାରେ ଗତକାଲି ସୁବର୍ଣ୍ଣରେଖା ବେସିନରେ ୨୦.୯୭ ମିଲିମିଟର, ବୁଢାବଳଙ୍ଗରେ ୪୩.୦୭ mm, ବୈତରଣୀରେ ୩୦.୬୫ mm ବର୍ଷା ହୋଇଛି। ବୈତରଣୀ, ବୁଢାବଳଙ୍ଗ, ଜଳକା ଓ ସୁବର୍ଣ୍ଣରେଖାରେ ଜଳ ବୃଦ୍ଧି ପାଇବ। ଏହା ସତର୍କ ସଂକେତ ଉପରକୁ ଯିବ। ଆଜି ବର୍ଷା ନ ହେଲେ ବିପଦ ସଂକେତ ଟପିବ ନାହିଁ। ବର୍ତ୍ତମାନ କୌଣସି ନଦୀରେ ବନ୍ୟା ନାହିଁ। ହୀରାକୁଦର ଜଳସ୍ତର ୬୨୬.୩୧ ଫୁଟ, ରେଙ୍ଗାଲିର ୧୨୨.୭୩ ମିଟର ଜଳ ଅଛି। କେଉଁଠି ବି ଗେଟ ଖୋଲିବ ନାହିଁ। ଯଦି ଆଜି ବର୍ଷା ଯୋଗୁଁ ଜଳଭଣ୍ଡାରକୁ ଅଧିକ ପାଣି ଆସେ, ତେବେ ଗେଟ ଖୋଲିବା ନିଷ୍ପତ୍ତି ନିଆଯାଇ ପାରେ। କେନ୍ଦୁଝର ହାଟଡିହି ଓ ଘସିପୁରା, ବାଲେଶ୍ୱର ସହରରେ ଲଗାଣ ବର୍ଷା ଯୋଗୁଁ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ମୁଣ୍ଡଳୀରେ ଲକ୍ଷେ କ୍ୟୁସେକ ଜଳ ପ୍ରବାହିତ ହେଉଛି। ତେଣୁ ବନ୍ୟାର ଆଶଙ୍କା ନାହିଁ।

 

ପୋଲିସ ହେପାଜତରୁ ଆପ୍ ବିଧାୟକ ହରମିତ ସିଂ ପଠାନମାଜରା ଫେରାର

ନନ୍ଦିଘୋଷ ବ୍ୟୁରୋ ; ପୋଲିସ ହେପାଜତରୁ ପଞ୍ଜାବ ଆପ୍ ବିଧାୟକ ହରମିତ ସିଂ ପଠାନମାଜରା ଫେରାର। ଦୁଷ୍କର୍ମ ଅଭିଯୋଗରେ ଗିରଫ ବିଧାୟକ ଫେରାର ହୋଇଥିବା ସୂଚନା ମିଳିଛି। ସେ ପୋଲିସ ଉପରକୁ ଗୁଳି କରି ଫେରାର ହୋଇଥିବା କୁହାଯାଉଥିବାବେଳେ ତାଙ୍କର କିଛି ସହଯୋଗୀ ପୋଲିସ ଉପରକୁ ଗୁଳି କରିଥିବା କୁହାଯାଉଛି।  ସାନାଉର ବିଧାନସଭା ଆସନରୁ ନିର୍ବାଚିତ ବିଧାୟକ ହରମିତଙ୍କୁ ହରିଆଣାର କର୍ଣ୍ଣଲରୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରାଯାଇଥିଲା। ତେବେ ପୋଲିସ ହେପାଜତରେ ଥିବାବେଳେ  ତାଙ୍କର କିଛି ସହଯୋଗୀ ପୋଲିସ ଉପରକୁ ଗୁଳିମାଡ କରିଥିଲେ। ପରେ ସେ ଫେରାର ହୋଇଯାଇଥିଲେ। ତାଙ୍କ ବିରୋଧରେ ପୂର୍ବତନ ଦ୍ବିତୀୟ ପତ୍ନୀଙ୍କ ବିଭିନ୍ନ ଅଭିଯୋଗ ସମେତ ଅଶ୍ଳୀଳ ଭିଡିଓ ସ୍କାଣ୍ଡାଲ ବି ରହିଛି। ତାଙ୍କୁ ପୋଲିସ ଷ୍ଟେସନକୁ ନିଆଯାଉଥିବାବେଳେ ତାଙ୍କ କିଛି ସହଯୋଗୀ ପୋଲିସ ଉପରକୁ ଗୁଳି କରିଥିଲେ। ଗୁଳିମାଡରେ ଜଣେ ପୋଲିସ ଆହତ ହୋଇଛନ୍ତି। ହରମିତ ଓ ତାଙ୍କ ସହଯୋଗୀମାନେ ଗୋଟିଏ ସ୍କର୍ପିଓ ଓ ଗୋଟିଏ ଫର୍ଚୁନରରେ ଫେରାର ହୋଇଥିବା କୁହାଯାଉଛି। ପୋଲିସ ଫର୍ଚୁନରକୁ ଜବତ କରିଥିବା ସତ୍ତ୍ବେ ସେ ସ୍କର୍ପିଓରେ ଫେରାର ହୋଇଯାଇଛନ୍ତି। ଗିରଫ ପୂର୍ବରୁ ବିଧାୟକ ଏକ ଭିଡିଓ ରିଲିଜ କରିଥିଲେ। ସେ କହିଥିଲେ ତାଙ୍କ ପୂର୍ବତନ ପତ୍ନୀଙ୍କ ଅଭିଯୋଗ ଆଧାରରେ ଆଇପିସିର ୩୭୬ ଧାରା ଅନୁସାରେ ପଞ୍ଜାବ ପୋଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରିଛି। ଏହା ସହ ପଞ୍ଜାବ ରାଜନୀତିରେ ତାଙ୍କ ସ୍ବର ଚାପିଦେବାକୁ ଆପର ଦିଲ୍ଲୀ ଟିମ ଉଦ୍ୟମ କରୁଛନ୍ତି।

ବିଶ୍ବକପ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ ଝଟକା , ଟି-୨୦ରୁ ସନ୍ୟାସ ନେଲେ ମିଚେଲ ଷ୍ଟାର୍କ

ନନ୍ଦିଘୋଷ ବ୍ୟୁରୋ : ଟି୨୦ କ୍ରିକେଟରୁ ଅବସର ନେଲେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ । ଟେଷ୍ଟ ଏବଂ ୱାନଡେ ଫର୍ମାଟରେ ଖେଳ ଜାରି ରଖିବାକୁ ଏଭଳି ନିଷ୍ପତ୍ତି ନେଇଥିବା ଦେଲେ ସୂଚନା । ୩୫ ବର୍ଷୀୟ ଷ୍ଟାର୍କ କହିଛନ୍ତି ଯେ ସେ ଭାରାତର ଟେଷ୍ଟ ଗସ୍ତ ଓ ୨୦୨୭ ଦିନିକିଆ ବିଶ୍ବକପକୁ ଦୃଷ୍ଟିରେ ରଖି ଏହି ନିଷ୍ପିତି ନେଇଛନ୍ତି ।  ୨୦୧୨ରେ ସେ ଟି-ଟ୍ବେଣ୍ଟି କ୍ୟାରିୟର ଆରମ୍ଭ କରିଥିବା ବେଳେ ୧୩ ବର୍ଷ ପରେ ସେ ଏହି ଫର୍ମାଟକୁ ଅଲବିଦା କହିଛନ୍ତି । ଜୁନ ୨୦୨୪ରେ ଭାରତ ବିପକ୍ଷରେ ତାଙ୍କର ଶେଷ ଅନ୍ତର୍ଜାତୀୟ ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳିଥିଲେ । ୨୦୨୬ ଟି୨୦ ବିଶ୍ୱକପ୍ ପୂର୍ବରୁ ଷ୍ଟାର୍କଙ୍କ ଏଭଳି ନିଷ୍ପତ୍ତି ଅଷ୍ଟ୍ରେଲିଆ ପାଇଁ ଏକ ଶକ୍ତ ଧକ୍କା ବୋଲି ବିବେଚନା କରାଯାଉଛି । ଟି୨୦ ଫର୍ମାଟରେ ମୋଟ ୬୫ଟି ମ୍ୟାଚ ଖେଳିଛନ୍ତି ଷ୍ଟାର୍କ।

ଆଗାମୀ ବର୍ଷ ଅଷ୍ଟ୍ରେଲିଆର ଟେଷ୍ଟ କ୍ରିକେଟରେ କାର୍ଯ୍ୟସୂଚୀ ରହିଛି। ଏଥିରେ ବାଂଲାଦେଶ ବିପକ୍ଷରେ ଟି୨୦ ସିରିଜ୍, ଦକ୍ଷିଣ ଆଫ୍ରିକା ଗସ୍ତ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ୪ଟି ମ୍ୟାଚ୍‌ର ସିରିଜ୍ ଅନ୍ତର୍ଭୁକ୍ତ। ୨୦୨୭ ଜାନୁଆରୀରେ ଅଷ୍ଟ୍ରେଲିଆ ଭାରତ ଗସ୍ତରେ ୫ଟି ଟେଷ୍ଟ ମ୍ୟାଚ୍‌ର ସିରିଜ୍ ଖେଳିବ, । ଏହାପରେ ଦକ୍ଷିଣ ଆଫ୍ରିକା, ନାମିବିଆ ଏବଂ ଜିମ୍ବାବେରେ ଦିନିକିଆ ବିଶ୍ୱକପ ୨୦୨୭ର ଆୟୋଜନ ହେବ, ଯେଉଁଥିରେ ଅଷ୍ଟ୍ରେଲିଆ କ୍ରିକେଟ ଦଳ ଡିଫେଣ୍ଡିଂ ଚାମ୍ପିଅନ ଭାବେ ଅବତୀର୍ଣ୍ଣ ହେବ। ସେ ଟେଷ୍ଟ ଓ ଦିନିକିଆ କ୍ରିକେଟରେ ଧ୍ୟାନ ଦେବା ପାଇଁ  ଟି୨୦କୁ ବିଦାୟ ଦେବାକୁ ନିଷ୍ପତ୍ତି ନେଇଛନ୍ତି।  ଷ୍ଟାର୍କ ୨୦୧୨ରେ  ଟି ୨୦ ଖେଳିବା ଆରମ୍ଭ କରିଥିଲେ । ସେ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ତାଙ୍କର ପ୍ରାଥମିକତା ହେଉଛି ଟେଷ୍ଟ ଏବଂ ଦିନିକିଆ କ୍ରିକେଟରେ ତାଙ୍କ କ୍ୟାରିୟରକୁ ଲମ୍ବା କରିବା । ସେ ଜୁନ ୨୦୨୪ ରେ ଭାରତ ବିପକ୍ଷରେ ତାଙ୍କର ଶେଷ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍ ଖେଳିଥିଲେ।

ନିଜ ସିନ୍ଦୂର ନିଜେ ପୋଛି ଦେଲା ସ୍ତ୍ରୀ। ନିଜ ହାତରେ ସ୍ବାମୀକୁ ହତ୍ୟା କରିଥିବା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ନିଜ ସିନ୍ଦୂର ନିଜେ ପୋଛି ଦେଲା ସ୍ତ୍ରୀ। ନିଜ ହାତରେ ସ୍ବାମୀକୁ ହତ୍ୟା କରିଥିବା ଅଭିଯୋଗ।ଏହି ଜଘନ୍ୟକାଣ୍ଡ ଘଟିଛି ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଡଙ୍ଗରପଡ଼ା ଗାଁରେ। ଆଜି ସକାଳୁ ଗାଆଁ ଦାଣ୍ଡରେ ସନ୍ତୋଷ ପରାଭୁଏଙ୍କ କ୍ଷତବିକ୍ଷତ ଶରୀର ପଡ଼ିଥିଲା। କିଏ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛି ପରି ଲାଗୁଛି। ପରିବାରର ଲୋକେ ସନ୍ତୋଷକୁ ଟିଟିଲାଗଡ଼ ହସ୍ପିଟାଲ ଆଣିଥିଲେ । ଡାକ୍ତର ସେଠାରେ ସନ୍ତୋଷକୁ ମୃତ ଘୋଷଣା କରିଥିଲେ। ଅଭିଯୋଗ ଅନୁସାରେ ସନ୍ତୋଷ ଓ ତା ସ୍ତ୍ରୀ ଭବାନୀ ମଧ୍ୟରେ ଅନେକ ସମୟରେ ଗଣ୍ଡଗୋଳ ହୋଇଥାଏ। ରାତିରେ ଭବାନୀ ଛୁରୀରେ ଆକ୍ରମଣ କରି ସନ୍ତୋଷକୁ ମାରି ଦେଇଥିବା ପରିବାର ଲୋକେ କହିଛନ୍ତି। ୪ ପୁଅ ଝିଅଙ୍କୁ ଧରି ସେ ଫେରାର ହୋଇ ଯାଇଛିନ୍ତି।