ନନ୍ଦିଘୋଷ ବ୍ୟୁରୋ : ଭିଜିଲାନ୍ସ ଜାଲରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଜନ ମଙ୍ଗଳ ଅଧିକାରୀ ବିଭାଗର ଡାଟା ଏଣ୍ଟ୍ରି ଅପରେଟର। ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି ବିଶ୍ୱରଞ୍ଜନ ପ୍ରଧାନ। ସୂଚନା ଅନୁସାରେ, ଭଦ୍ରକ ଅଞ୍ଚଳର ନରେଶ ମୁଦୁଲି ଏସସି ଏସଟି ବିଭାଗର ସାର୍ଟିଫିକେଟ ଆବେଦନ କରିବାକୁ କିଛି ଦିନ ତଳେ ଆସିଥିଲେ । ସେହି ସମୟରେ ବିଭାଗର ଡାଟା ଏଣ୍ଟ୍ରି ଭାବେ କାର୍ଯ୍ୟ କରୁଥିବା ବିଶ୍ବରଞ୍ଜନ ପ୍ରଧାନ ୫ ହଜାର ଟଙ୍କା ମାଗିଥିଲେ। ନରେଶ ଏନେଇ ଭଦ୍ରକ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଶେଷରେ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ବିଶ୍ବରଞ୍ଜନକୁ ମାଡ଼ି ବସିଥିଲା ଭିଜିଲାନ୍ସ।
ଭାରତର ସବୁଠାରୁ ବଡ଼ ସାଇବର ଠକେଇ: ବ୍ୟାଙ୍କରଙ୍କୁ ୨୩ କୋଟି ଟଙ୍କା ଠକେଇ, ଦେଢ଼ ମାସ ଧରି ‘ଡିଜିଟାଲ୍ ଗିରଫ’
ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀ-ଏନସିଆରରେ ଡିଜିଟାଲ ଗିରଫଦାରୀ ମାମଲା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଡିଜିଟାଲ ଠକମାନେ ପ୍ରାୟତଃ ବୟସ୍କ ବ୍ୟକ୍ତିମାନଙ୍କୁ ଟାର୍ଗେଟ କରନ୍ତି। ରାଜଧାନୀର ଗୁଲମୋହର ପାର୍କରେ ରହୁଥିବା ପୂର୍ବତନ ବ୍ୟାଙ୍କ ଅଧିକାରୀ ନରେଶ ମାଲହୋତ୍ରାଙ୍କୁ ପ୍ରାୟ ଦେଢ଼ ମାସ ଧରି ଡିଜିଟାଲ ଗିରଫ କରାଯାଇଥିଲା ଏବଂ ତାଙ୍କ ଆକାଉଣ୍ଟରୁ ୨୩ କୋଟି ଟଙ୍କା ଠକେଇ କରାଯାଇଥିଲା।
ନରେଶ ମାଲହୋତ୍ରାଙ୍କ ଅନୁଯାୟୀ, ତାଙ୍କୁ ପ୍ରଥମ କଲ୍ ୧ ଅଗଷ୍ଟ, ୨୦୨୫ ରେ ଆସିଥିଲା। ତାଙ୍କ ଲ୍ୟାଣ୍ଡଲାଇନରେ କଲର କହିଥିଲେ ଯେ ସେମାନେ ଏୟାରଟେଲରୁ କଲ୍ କରିଛନ୍ତି ଏବଂ ତାଙ୍କୁ ମୁମ୍ବାଇ ପୋଲିସ ସହିତ ସଂଯୋଗ କରୁଛନ୍ତି। “ଏହାର କାରଣ ହେଉଛି ମୁମ୍ବାଇର ବାଇକୁଲାରେ ଆପଣଙ୍କ ଆଧାର ନମ୍ବର ବ୍ୟବହାର କରି ଏକ ନୂତନ ନମ୍ବର ଜାରି କରାଯାଇଛି,” ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଆପଣ କଲ୍ କାଟନ୍ତି, ତେବେ ଆପଣଙ୍କ ଘରର ସମସ୍ତ ଲାଇନ ବିଚ୍ଛିନ୍ନ ହୋଇଯିବ।
ପୂରା ଘଟଣା କ’ଣ?
ନରେଶ ମାଲହୋତ୍ରା କହିଛନ୍ତି ଯେ ତାଙ୍କୁ ପ୍ରଥମେ ତାଙ୍କ ଲ୍ୟାଣ୍ଡଲାଇନ୍ ଏବଂ ତା’ପରେ ତାଙ୍କ ମୋବାଇଲ୍ ଫୋନ୍ରେ ଏକ ହ୍ୱାଟ୍ସଆପ୍ କଲ୍ ଆସିଥିଲା, ଯେଉଁଠାରେ ସେ ସମସ୍ତ ସୂଚନା ଦେଇଥିଲେ। କଲର ତାଙ୍କୁ ଜଣାଇଥିଲେ ଯେ ନମ୍ବରଟି ତାଙ୍କ ଆଧାର ନମ୍ବର ସହିତ ଲିଙ୍କ୍ ହୋଇଛି ଏବଂ ସେ ଏହାକୁ ଆତଙ୍କବାଦ ପାଣ୍ଠି ପାଇଁ ବ୍ୟବହାର କରିଛନ୍ତି, ଯାହା ଫଳରେ ତାଙ୍କୁ ଡିଜିଟାଲ୍ ଗିରଫ କରାଯାଇଥିଲା। ସେ ଆହୁରି କହିଛନ୍ତି ଯେ ତାଙ୍କ ନମ୍ବର ବ୍ୟବହାର କରି ଜୁଆ ଏବଂ ଆତଙ୍କବାଦ ପାଣ୍ଠି ପରିଚାଳିତ ହେଉଥିବାରୁ ତାଙ୍କୁ PMLA ଆଇନ ଅନୁଯାୟୀ ଅଭିଯୁକ୍ତ କରାଯାଇଛି।
ପରିବାରକୁ ଗିରଫ କରିବାକୁ ଧମକ ଦିଆଯାଇଥିଲା
ଆହୁରିମଧ୍ୟ ଯଦି ଏ ସମ୍ପର୍କରେ କାହାକୁ ଜଣାଏ , ତେବେ ସେମାନେ ସମଗ୍ର ପରିବାରକୁ ଗିରଫ କରିବାକୁ ଧମକ ଦେଇଥିଲେ। ନରେଶ ମାଲହୋତ୍ରା କହିଛନ୍ତି ଯେ ସେମାନେ ସୋମବାର ତାଙ୍କ ଆକାଉଣ୍ଟରୁ RTGS ମାଧ୍ୟମରେ ₹୧.୪ ମିଲିୟନ ଉଠାଇଥିଲେ, ଏବଂ ତା’ପରେ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ସେୟାର ବିକ୍ରୟ ମାଧ୍ୟମରେ ପୃଥକ କାରବାରରେ ବାକି ୨୩ କୋଟି ଟଙ୍କା ସ୍ଥାନାନ୍ତର କରିଥିଲେ। ସେମାନେ ଅର୍ଡର ଦେଇଥିଲେ ଯେ, RTGS ଫର୍ମ ପୂରଣ କରିବେ ଏବଂ ତା’ପରେ ଏକ ଫଟୋକପି ପଠାଇବେ। ତା’ପରେ ସେମାନେ ଆକାଉଣ୍ଟ ନମ୍ବର ପ୍ରଦାନ କରିବେ ଏବଂ ବ୍ୟାଙ୍କକୁ ଯାଇ ଟଙ୍କା ସ୍ଥାନାନ୍ତର କରିବାକୁ କହିଥିଲେ। ସେମାନେ ସେପ୍ଟେମ୍ବର ୧୪ କିମ୍ବା ୧୬ ତାରିଖରେ ଗିରଫ କରିବାକୁ ଧମକ ଦେଇଥିଲେ, କହିଥିଲେ ଯେ ED ତଦନ୍ତ ଆରମ୍ଭ ହୋଇଯାଇଛି ଏବଂ ସେମାନେ ସମସ୍ତ ବିବରଣୀ ପ୍ରଦାନ କରିଛନ୍ତି। ସେମାନେ ଏବେ ୫ କୋଟି ଟଙ୍କା ଦେବାକୁ କହିଥିଲେ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପଠାଇଥିଲେ।
ମା’ଙ୍କୁ ପୂଜାକଲେ ବୃଦ୍ଧାଶ୍ରମର ଆବଶ୍ୟକତା ରହିବ ନାହିଁ : ସୁଲୋଚନା ଦାସ
ଭୁବନେଶ୍ୱର : ମହର୍ଷି ଦୟାନନ୍ଦଙ୍କ ପ୍ରତିଷ୍ଠିତ ସଂସ୍କାରବାଦୀ ସଂଗଠନ ଆର୍ଯ୍ୟ ସମାଜ ପକ୍ଷରୁ ସୋମବାର ନବରାତ୍ରର ପ୍ରଥମ ଦିବସ ଆଶ୍ୱିନ ଶୁକ୍ଳ ପତିପଦାର ପବିତ୍ର ତିଥିରେ ଚନ୍ଦ୍ରଶେଖରପୁର ଶ୍ରୀଅରବିନ୍ଦ ନଗରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଭବନଠାରେ ଆର୍ଯ୍ୟସମାଜ ଓଡ଼ିଶାର ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ମହାସମାରୋହରେ ପାଳିତ ହୋଯାଇଛି । କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ କହିଲେ ଯେ, ମହର୍ଷି ଦୟାନନ୍ଦ ଭାରତବର୍ଷରେ ୧୫୦ ବର୍ଷ ତଳେ ମହିଳାମାନଙ୍କ ପାଇଁ ଯେଉଁ ସଂଗ୍ରାମର ସୂତ୍ରପାତ କରିଥିଲେ ଆଜି ମଧ୍ୟ ତାହାର ଆବଶ୍ୟକତା ରହିଛି । ସମାଜରେ ଆମେ ଯଦି ମା’ଙ୍କୁ ଠିକଣା ଭାବେ ମର୍ଯ୍ୟାଦା ଦେବା, ତେବେ ଆଉ ବୃଦ୍ଧାଶ୍ରମର ଆବଶ୍ୟକତା ରିହବ ନାହିଁ ବୋଲି ସେ କହିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ଉର ବିଧାୟକ ସୁଶାନ୍ତ କୁମାର ରାଉତ, ଆର୍ଯ୍ୟ ସମାଜର ଏହି କାର୍ଯ୍ୟକ୍ରମକୁ ଭୂରୀ ଭୂରୀ ପ୍ରଶଂସା କରିବା ସହ ନୂତନ ଯୁବପିଢିଙ୍କ ପାଖରେ ଏହି ର୍ବାା ପହାଇବାକୁ ସେ ଆହ୍ୱାନ ଦେଇଥିଲେ ।

ବିଶିଷ୍ଟ ବୈଦିକ ବିଦ୍ୱାନ ପଣ୍ଡିତ ବୀରେନ୍ଦ୍ର କୁମାରଙ୍କ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମହୋତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଫେସର ଡଃ ପ୍ରଫୁଲ୍ଲ କୁମାର ମିଶ୍ର କହିଲେ ଯେ, ଭାରତବର୍ଷରେ ମାତୃପୂଜାର ଏକ ଗୌରବମୟ ଇତିହାସ ରହିଛି । “ମା” ସବୁବେଳେ ସମାଜରେ ଅଗ୍ରପୂଜ୍ୟା, ଏ ର୍ବାା ଦେବା ପାଇଁ ମାତୃପୂଜାର ସୃଷ୍ଟି । ସାଧାରଣ ଲୋକଙ୍କୁ ବୁଝିବା ପାଇଁ ର୍ମୂିପୂଜାକୁ ଅଳଙ୍କାରିକ କରାଯାଇଛି । କିନ୍ତୁ ମା’ କରୁଣାର ଅବତାର । ପୁଣି ଦୁଷ୍ଟ ସଂହାରର ଭୂମିକାରେ ଅବତୀର୍ଣ୍ଣ ହୋଇଥାନ୍ତି । ପ୍ରଫେସର ଡଃ ହରେକୃଷ୍ଣ ଶତପଥୀ ମା’ଙ୍କୁ କଲ୍ୟାଣମୟୀ ଓ ଲୋକ କଲ୍ୟାଣ ପାଇଁ ସେ ଆବିର୍ଭୁତା ବୋଲି କହିଥିଲେ । କିନ୍ତୁ ଏହା ସତ୍ୟ ହୋଇଥିଲେ ମଧ୍ୟ ତା’ଭିତରେ ଏକ ଅନ୍ତର୍ନହିତ ଶକ୍ତି ଅଛି । ଏହାକୁ ଚେତାଇ ଦେବା ହିଁ ନବମାତୃକା ପୂଜା । ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଆର୍ଯ୍ୟସମାଜର ଏହି ଅଭିନବ ପରିକଳ୍ପନାର ପ୍ରଶଂସା କରିବା ସହ ଉପସ୍ଥିତ କନ୍ୟାମାନଙ୍କୁ ଆଶୀର୍ବାଦ ଦେଇ ଭାରତୀୟ ସଂସ୍କୃତିର ମହନୀୟତା ଉପରେ ଜାଣିବା ପାଇଁ ପରାମର୍ଶ ଦେଇଥିଲେ ।

ମୁଖ୍ୟବକ୍ତା ପ୍ରଗତିବାଦୀର ସମ୍ପାଦକ ବୀରୁପାକ୍ଷ ତ୍ରିପାଠୀ ସମାଜରେ ଦେଖା ଦେଇଥିବା ବିଲକ୍ଷଣ ଉପରେ ଆଲୋକପାତ କରିଥିଲେ । ଗୋଟିଏ ପଟେ ଆମେ ଧୁମ୍ଧାମରେ ମାତୃପୂଜା କରୁଛୁ, ଅନ୍ୟ ପଟେ ଆମେ କନ୍ୟା ଭ୍ରୁଣହତ୍ୟା କରୁଛେ । ଏଣୁ ଆଜି ସମୟ ଆସିଛି ମଣିଷ ସମାଜକୁ ସତର୍କ କରାଇବା ପାଇଁ ଆଜିର ଏହି ଅଭିନବ ମାତୃପୂଜା । ବିଶିଷ୍ଟ ବକ୍ତା ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥୀ ଓଡ଼ିଶାରେ ମାତୃପୂଜାର ଆଧାରଶୀଳା ସନ୍ଥ ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣ ବୋଲି ସେ କହିବା ସହ ମହର୍ଷି ଦୟାନନ୍ଦ ୧୫୦ ବର୍ଷ ତଳେ ଯେଉଁ ସଂସ୍କାରବାଦୀ ଆନ୍ଦୋଳନର ସୂତ୍ରପାତ କରିଥିଲେ ଆଜି ତାର ସୁଫଳର ଏକ ନିଦର୍ଶନ ନବମାତୃକା ପୂଜା । ଏହି ଅବସରରେ ପଣ୍ଡିତ ବିନୋଦ ବିହାରୀ ଦାସଙ୍କ ପୌରହିତ୍ୟରେ ବେଦଯଜ୍ଞ ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ ଓ ଡଃ ନିବେଦିତା ପଟ୍ଟନାୟକ ଜଜମାନ ଆସନ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ପାଲାଚାର୍ଯ୍ୟ ସୁରେନ୍ଦ୍ରନାଥ ଛୋଟରାୟ, ପାଲାଚାର୍ଯ୍ୟ ନାରାୟଣ ଶୁକ୍ଲ ଓ ସ୍ୱାମୀ ଚିଦାନନ୍ଦ ବ୍ରହ୍ମଚାରୀ ଦେବୀସ୍ତୋତ୍ର ପାଠ କରିଥିଲେ । କରବର ଆର୍ଯ୍ୟ ସମାଜର ମା’ ସବିତା ଶୁକ୍ଲ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଚିରଞ୍ଜନ ପଣ୍ଡା ସ୍ୱାଗତ ଭାଷଣ ଓ ଜନ୍ମେଞ୍ଜୟ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମୁ ନଳିନୀକାନ୍ତ ରାଉତ, ବରୁଣରାଜ ଓ ଭବାନୀକାନ୍ତ ରାଉତ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବ ପ୍ରଶାସକ ସହଦେବ ଜୟସିଂ, ଧାରା ଶ୍ରୀରାଧା ଟ୍ରଷ୍ଟର ଅଧ୍ୟକ୍ଷ ଅମରେନ୍ଦ୍ର ମହାପାତ୍ର, ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର, ଡଃ ବିମୋଚପ୍ରଜ୍ଞା ତ୍ରିପାଠୀ, ଉତ୍କଳ ଆର୍ଯ୍ୟ ପ୍ରତିନିଧି ସଭାର ସମ୍ପାଦକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଡଃ ଆଲୋକ ରଥ, ସୀତାବଲ୍ଲଭ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସମାଜର ବିଭିନ୍ନ ବର୍ଗର ୯ଜଣ ମା’ ସର୍ବଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ପଟ୍ଟନାୟକ, କନକଲତା ବିଶ୍ୱାଳ, ପୁଷ୍ପରେଣୁ ଶତପଥୀ, ରାଜଶ୍ରୀ ମହାପାତ୍ର, ଜ୍ୟୋତିର୍ମୟୀ ନାୟକ, ଅମ୍ବିକା ପ୍ରଧାନ, ଆରତୀ ଜ୍ଞାନେନ୍ଦ୍ର, ବିୟୋତପ୍ରଜ୍ଞା ତ୍ରିପାଠୀ ଓ ବିଚିତ୍ରା ରଥଙ୍କୁ ମହର୍ଷି ଡିଗ୍ରୀ ମହିଳା ମହାବିଦ୍ୟାଳୟର କନ୍ୟାମାନେ ପୂଜାର୍ଚ୍ଚନା କରିଥିଲେ ।

ବନ୍ଦ ଥିବା ମଦ ଦୋକାନ ଖୋଲିବାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ….
ଭୁବନେଶ୍ୱର : ଓଡ଼ିଶା ହେବନି ମଦମୁକ୍ତ । ଓଲଟି ରାଜ୍ୟରେ ବନ୍ଦ ଥିବା ମଦ ଦୋକାନ ଖୋଲିବେ ସରକାର । ଏହାସହ ୪ଟି ନୂଆ ଠିପିଖୋଲା ମଦ ଦୋକାନ ଓ ୩ଟି ମଦ କାରଖାନା ଖୋଲିବେ ବୋଲି ଇଶାରା ଦେଇଛନ୍ତି । ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଧାନସଭାରେ ଏପରି ଉତ୍ତର ଦେବା ପରେ ରାଜନୀତି ଜୋର ଧରିଛି । ମଦ ଦୋକାନ ଓ ମଦ ତିଆରି କାରଖାନା ଖୋଲିବେ । ନିର୍ବାଚନ ପୂର୍ବରୁ ନିଶାମୁକ୍ତ ଓଡ଼ିଶା କଥା କେମିତି କହିଲେ ବୋଲି ବିଜେଡି ପ୍ରଶ୍ନ କରିଛି । ମହିଳା ଏଥିରେ ବହୁତ ସମସ୍ୟାରେ ପଡିବେ ବୋଲି ବିଜେଡି ଅଭିଯୋଗ କରିଛି । ସେହିପରି କଂଗ୍ରେସ ଅଭିଯୋଗ କରିଛି ଯେ ଏହା ଦୁର୍ଭାଗ୍ୟଜନକ। ଯୁବ ବିକାଶ କଥା କହୁଛନ୍ତି କିନ୍ତୁ ମଦ ଦୋକାନ ଖୋଲିବାକୁ ଘୋଷଣା କରୁଛନ୍ତି । ଏହା ସରକାରଙ୍କ ଦୋମୁହାଁ ନୀତି । ସ୍କୁଲ ଖୋଲି ପାରୁନାହାଁନ୍ତି । ହେଲେ ମଦ ଦୋକାନ ଖୋଲୁଛି । ଯାହା ସରକାରଙ୍କ ଅସଲ ମୁଖା ଖୋଲି ଦେଇଛି ବୋଲି କଂଗ୍ରେସ କହିଛି ।
ବିଜେପି ବିଧାୟକ ମଦମୁକ୍ତ ଓଡ଼ିଶା ଚାହୁଁଥିବା ସତ୍ତ୍ବେ ସରକାରଙ୍କ ଉତ୍ତର ଆଗରେ ମୁଣ୍ଡ ନୁଆଇଁଛନ୍ତି । ମଦରୁ ରାଜସ୍ୱ ଆସୁଥିବାରୁ ମଦ ବନ୍ଦ ହେବନି ବୋଲି ବିଜେପି ବାଧ୍ୟ ହୋଇ ସଫେଇ ଦେଇଛି । ହେଲେ ଏହାକୁ ନ ମାନିବାକୁ ବିଜେପି ପରୋକ୍ଷରେ ମତ ଦେଇଛି । ମଦ ଯୋଗୁଁ ସାମାଜିକ ସଂପର୍କ ଖରାପ ହେଉଛି । ପରିବାର ନଷ୍ଟ ହେଉଛି । ବିଜେପି ବି ମଦ ବନ୍ଦ କରିବାକୁ ବାରମ୍ବାର କହୁଛି । ହେଲେ ଏବେ ସରକାର କେବଳ ନିଶାମୁକ୍ତ ଅଭିଯାନ ଗଣଦୌଡରେ ସୀମିତ ରଖିଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

