ନ୍ୟାସନାଲ ହେରାଲଡ ମାମଲାରେ ତାତିଲା କଂଗ୍ରେସ। ରାଜଧାନୀରେ ବିଜେପି ବିରୋଧରେ ଜୋରଦାର ପ୍ରତିବାଦ। କେନ୍ଦ୍ର ବିରୋଧରେ କଂଗ୍ରେସର ଯୁଦ୍ଧଂଦେହୀ ଡାକରା। ନ୍ୟାସନାଲ ହେରାଲଡ ମାମଲାରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ଇଡି ଦାୟର କରିଥିବା ଚାର୍ଜସିଟକୁ କୋର୍ଟ ଅଗ୍ରାହ୍ୟ କରିବା ଘଟଣାକୁ ନେଇ କରାଯାଇଛି ଆନ୍ଦୋଳନ। ମାଷ୍ଟରକ୍ୟାଣ୍ଟିନ ଛକରେ କଂଗ୍ରେସ କର୍ମୀ ଓ ପୋଲିସ ଧସ୍ତାଧସ୍ତି ହୋଇଛନ୍ତି। କଂଗ୍ରେସ ଭବନ ନିକଟରେ ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି ହୋଇଛନ୍ତି। ଗଣତନ୍ତ୍ରକୁ ବିଜେପି ହତ୍ୟା କରୁଥିବା ଅଭିଯୋଗ ହୋଇଛି। ଦଳର ନେତା କହିଛନ୍ତି- ସତ ଲାଗି ଲଢୁଥିବା ନେତାଙ୍କୁ କରାଯାଉଛି ଟାର୍ଗେଟ। ଏହା ସହ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ।
ଦିଲ୍ଲୀ ପ୍ରଦୂଷଣ:ୱାର୍କ ଫ୍ରମ୍ ହୋମ୍ ନିର୍ଦ୍ଦେଶ
ନନ୍ଦିଘୋଷ ବ୍ୟୁରୋ: ସବୁ ସଂସ୍ଥାର ୫୦ ପ୍ରତିଶତ କର୍ମଚାରୀ ୱାର୍କ ଫ୍ରମ୍ ହୋମ୍ ମୋଡ୍ ରେ କାମ କରିବେ। ବାକି ୫୦ ପ୍ରତିଶତ ଅଫିସ ଆସିବେ। ଏହି ନିର୍ଦ୍ଦେଶନାମା ସମସ୍ତ ସରକାରୀ ସଂସ୍ଥା ଓ ପ୍ରାଇଭେଟ କମ୍ପାନୀ ପ୍ରତି ଲାଗୁ ହେବ। ଭୟଙ୍କର ପ୍ରଦୂଷଣକୁ ଦେଖି ଏହି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର। ଯିଏ ନ ମାନିବ, ତା ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଦିଲ୍ଲୀରେ ଏବେ ସୀମା ଟପିଛି ବାୟୁ ପ୍ରଦୂଷଣ। ଏୟାର କ୍ଵାଲିଟି ଇନଡେକ୍ସ ୪୦୦ ଉପରେ ରହିଛି। କେତେକ ସ୍ଥାନରେ ଏହା ୫୦୦ ପାଖାପାଖି ପହଞ୍ଚିଛି। ସ୍ଵାସ୍ଥ୍ୟ ପାଇଁ ଏହ ବହୁତ ଖରାପ। ତେଣୁ GRAP -4 ଲାଗୁ କରାଯାଇଛି। ବାୟୁର ମାନ ହ୍ରାସ ପାଇବା ସହିତ ଘନ କୁହୁଡ଼ି ହେବା ସ୍ଥିତିକୁ ସଂଗୀନ କରିଛି। ଗତକାଲି ଏଥିପାଇଁ ବିମାନ ଚଳାଚଳ ବି ପ୍ରଭାବିତ ହୋଇଥିଲା। ୨୦୦ଟି ଫ୍ଲାଇଟ ବାତିଲ ହୋଇଥିବା ବେଲେ ୮ ଶହରୁ ଅଧିକ ଫ୍ଲାଇଟ ଡେରିରେ ଚାଲିଥିଲା। ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଏତେ ପ୍ରଦୂଷଣ ଯେ, ଘରୁ ବାହାରିବାକୁ ଲୋକେ ଡରୁଛନ୍ତି।
ସାନଖେମୁଣ୍ଡି ବ୍ଲକ ପାଟପୁର ସେକ୍ସନରେ ହାତୀପଲଙ୍କ ଉପଦ୍ରବ, ନଜର ରଖିଛି ବନ ବିଭାଗ ଟିମ୍
ନନ୍ଦିଘୋଷ ବ୍ୟୁରୋ: ଦିଗପହଣ୍ଡି ରେଞ୍ଜ ସାନଖେମୁଣ୍ଡି ବ୍ଲକ ପାଟପୁର ସେକ୍ସନରେ ହାତୀପଲଙ୍କ ଉପଦ୍ରବ। ଜଙ୍ଗଲରୁ ଜନ ବସତି ମୁହାଁ ହେଉଛନ୍ତି ଚାରି ଟିକିଆ ହାତୀ ପଲ। ଯାହାକୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି ଅଞ୍ଚଳବାସୀ। ହାତୀ କବଳରୁ ଫସଲକୁ କିଭଳି ସୁରକ୍ଷା ଦେବେ ସେନେଇ ଚିନ୍ତାରେ ଚାଷୀକୂଳ। ଗତ କିଛି ଦିନ ତଳେ ପଳାସପୁର ଇନ୍ଦିରାବାସ ନୂଆଗଡ ଢେପାଗୁଡା ଠାରେ ବହୁ କଦଳୀ ଗଛ,ଆମ୍ବ ଗଛ, ପଣସ ଗଛ ଓ ଧାନ ଗଦା ଖାଇ ନଷ୍ଟ କରିଥିଲେ। ଚାଷ ଜମି ନିକଟରେ ଥିବା ଚାଷୀ ଙ୍କ ପାୱାର ଟିଲର , ପାଣି ପମ୍ପ ଓ ବିଛାଯାଇଥିବା ପାଇପକୁ କଚାଡି ନଷ୍ଟ କରିଥିଲେ ହାତୀପଲ।ତେବେ ଏହି ଚାରି ଟିକିଆ ହାତୀ ପଲର ଗତିବିଧି ଉପରେ ନଜର ରଖିଛି ବନ ବିଭାଗ ଟିମ୍ ! ରାତିରେ ପେଟ୍ରୋଲିଂକୁ ଜୋରଦାର କରାଯାଇଛି।
ଘର ମାଲିକଙ୍କ ନିର୍ଯାତନା : ଶୀତ ରାତିରେ ଭଡ଼ାଟିଆଙ୍କୁ ବାହାର କରିଦେଲେ..
ନନ୍ଦିଘୋଷ ବ୍ୟୁରୋ: ଶୀତ ରାତିରେ ରାଜଧାନୀରେ ଘର ମାଲିକଙ୍କ ନିର୍ଯାତନା । ରାତି ଅଧରେ ଘରୁ ବାହାର କରିଦେଲେ ଭଡାଟିଆଙ୍କୁ। ଭଡାଟିଆ ଚାକିରିକୁ ଯାଇଥିବା ବେଳେ ତାଙ୍କ ଘରୁ ଜିନିଷ କାଢ଼ିଦେଲେ ମାଲିକ । ରାତି ସାରା ଘର ବାହାରେ ବସିଲେ ଭଡାଟିଆ , ତାଙ୍କ ପତ୍ନୀ ଓ ବୁଢ଼ୀ ମା’ । ଭୁବନେଶ୍ୱର ଡମଣା ଠାରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏଭଳି ଘଟଣା । ଡମଣା ବଦ୍ରୀ ଗାର୍ଡେନ ଆପାର୍ଟମେଣ୍ଟ ପାଖରେ ଥିବା ଏକ ଘରେ ଭଡ଼ାରେ ରୁହନ୍ତି ସୌମ୍ୟାଜିତ ମହାପାତ୍ର । ଗତ କିଛିଦିନ ହେଲା ମାଲିକଙ୍କ ସହ ତାଙ୍କର ଘର ଭଡ଼ାକୁ କେନ୍ଦ୍ର କରି ଝଗଡା ଚାଲିଥିଲା। କଥା ଯାଇ ଥାନାରେ ପହଞ୍ଚିଥିଲା । ଚନ୍ଦ୍ରଶେଖରପୁର ଥାନା ପୋଲିସର ବୁଝାମଣା ମୁତାବକ ଏହି ମାସ ଶେଷରେ ଘର ଛାଡିବାକୁ ତାଙ୍କୁ କୁହାଯାଇଥିଲା। କିନ୍ତୁ ସୌମ୍ୟାଜିତଙ୍କ ପରିବାର ଲୋକେ ବାହାରକୁ ଯାଇଥିବା ବେଳେ ଘରୁ ସମସ୍ତ ଜିନିଷ ବାହାରକୁ କାଢି ଘର ତାଲା ପକାଇଦେଇଛନ୍ତି ମାଲିକ। ଏ ନେଇ ଘର ମାଲିକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ଆଜି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ
ନନ୍ଦିଘୋଷ ବ୍ୟୁରୋ: ଆଜି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପୁରୁଣା କୋଠାରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ପ୍ରଦାନ ଦାବିରେ ଜିଲ୍ଲା ମହିଳା ଏକତା ମଞ୍ଚ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ ହେଉଥିବାବେଳେ ଏହାର ପ୍ରଭାବ ଦେଖିବାକୁ ମିଳିଛି l ଦୋକାନ ବଜାର ଓ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି l ଜରୁରୀ କାଳୀନ ସେବା ବ୍ୟତୀତ ସମସ୍ତ ସେବା ବନ୍ଦ ରହିଛି l ୪୯ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଅଟକି ରହିଥିଲା ଯାନବାହାନ l ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ଜାତୀୟ ରାଜପଥରୁ ଉଠାଇ ନେଇଥିବାବେଳେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଛି l
ସୁଦାନରୁ ଫେରିଲେ ଓଡ଼ିଆ ପୁଅ ଆଦର୍ଶ ବେହେରା
ନନ୍ଦିଘୋଷ ବ୍ୟୁରୋ: ଆଫ୍ରିକା ସୁଦାନରୁ ଫେରିଲେ ଓଡ଼ିଆ ପୁଅ ଆଦର୍ଶ ବେହେରା । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା କୋଟକଣା ଗାଁର ଆଦର୍ଶ ବେହେରା ଓଡ଼ିଶା ଫେରିଛନ୍ତି। ସୁଦାନରେ କାର୍ଯ୍ୟ କରୁଥିବା ବେଳେ ଓଡ଼ିଆ ଯୁବକଙ୍କୁ ଆତଙ୍କବାଦୀ ଅପହରଣ କରିଥିଲେ । ଗୃହ ଯୁଦ୍ଧରେ ସାମିଲ ବିଦ୍ରୋହୀଙ୍କ ଦ୍ୱାରା ଅପହରଣ ହୋଇଥିଲେ ଆଦର୍ଶ । ଦୀର୍ଘ ଦିନ ପରେ ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ଆଦର୍ଶ । ବିମାନବନ୍ଦରରେ ପରିବାର ପକ୍ଷରୁ ସ୍ବାଗତ କରାଯାଇଛି।
ଆଦର୍ଶଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ ପରିବାର। ଜଙ୍ଗଲ ଭିତରେ ଆଦର୍ଶଙ୍କୁ ଦିଆଯାଉଥିଲା ନିର୍ଯାତନା। ଆତଙ୍କବାଦୀମାନେ ଆଦର୍ଶଙ୍କୁ ଶାହାରୁଖ ଖାନଙ୍କୁ ଜାଣିଛନ୍ତି କି ବୋଲି କରୁଥିଲେ ପ୍ରଶ୍ନ। ଆଦର୍ଶ ମୁମ୍ବାଇରେ କାମ କରିବା ସମୟରେ ସୁଦାନରେ ଏକ ପ୍ଲାଷ୍ଟିକ କାରଖାନାରେ କାମ କରିବା ପାଇଁ ଚୁକ୍ତି କରିଥିଲେ। ସୁଦାନର ରାଜଧାନୀ ଖାରତୁମ ଠାରୁ ହଜାର କିଲୋମିଟର ଦୂରରେ ସେ କାମ କରିବା ବେଳେ ଅପହରଣକାରୀ ଅପହରଣ କରିଥିଲେ। ଗତ ୨୦୨୨ ମସିହାରୁ ଆଦର୍ଶ ସୁଦାନରେ ଶୁକ୍ରତି ପ୍ଲାଷ୍ଟିକ ଫାକ୍ଟେରିରେ କାମ କରିଆସୁଥିଲେ।
ଶୀତରେ ଥରୁଛି ସାରା ଓଡିଶା
ନନ୍ଦିଘୋଷ ବ୍ୟୁରୋ: ଶୀତରେ ଥରୁଛି ସାରା ଓଡିଶା। ସବୁଠି ଜାଡ ଶୀତ ଅନୁଭୂତ ହେଉଥିବା ବେଳେ ଆଗାମୀ ୭ ଦିନ ଯାଏ ଏଥିରେ କୌଣସି ପରିବର୍ତ୍ତନ ହେବାର ନାହିଁ। ଗତ ୨୪ ଘଂଟାରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭.୦ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ପାହାଡିଆ ଅଂଚଳର ସିମିଲିଗୁଡାରେ ୫.୨ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ଗତ ଦୁଇଦିନ ହେବ ଶୀତ ସାମାନ୍ୟ କମ ରହିଥିବା ବେଳେ କିଛି କିଛି ସ୍ଥାନରେ ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇଛି । ସେପଟେ ଘନ କୁହୁଡି କିଛି କିଛି ସ୍ଥାନରେ ଦୃଶ୍ୟମାନ ହେଉଥିବା ବେଳେ ଆଗାମୀ ଦୁଇଦିନ ଯାଏଁ ଚେତାବନୀ ଦେଇଛି ପାଣିପାଗ ବିଭାଗ । ଆଜି ପାଇଁ କୋରାପୁଟ କନ୍ଧମାଳ ସୁନ୍ଦରଗଡ ୩ ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ଓ୍ବାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ। ଅନ୍ୟପଟେ ଗତ ୨୪ ଘଣ୍ଟାରେ ୫ ଟି ସ୍ଥାନରେ ଘନ କୁହୁଡି ପରିଲିକ୍ଷିତ ହୋଇଥିବା ବେଳେ ରାଉଲକେଲାରେ ମାତ୍ରାଧିକ ଘନ କୁହୁଡି ଦୃଶ୍ୟମାନ ହୋଇଛି।.
ଆଜି ଓଟିଇଟି ପରୀକ୍ଷା
ନନ୍ଦିଘୋଷ ବ୍ୟୁରୋ: ଆଜି ଓଟିଇଟି ପରୀକ୍ଷା । 452 ଟି ପରୀକ୍ଷା କେନ୍ଦ୍ରରେ ଦେଢ଼ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଦୁଇଟି ସିଟିଂ ପରୀକ୍ଷା ହେବ । ପ୍ରଥମ ସିଟିଂ ସକାଳ 9 ରୁ ସାଢେ 11 ଟା ପର୍ଯ୍ୟନ୍ତ ଚାଲିବ । ଏବଂ ଦ୍ୱିତୀୟ ସିଟିଂ ଅପରାହ୍ନ ସାଢେ ଗୋଟାଏରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ଚାଲିବ । ପରୀକ୍ଷା ସମୟ ରେ ସାମାନ୍ୟ ପରିବର୍ତ୍ତନ କରିଛି ବୋର୍ଡ । ଦ୍ୱିତୀୟ ସିଟିଂ ପରୀକ୍ଷା ଅପରାହ୍ନ 2 ଟାରୁ ଆରମ୍ଭ ହୋଇ ଅପରାହ୍ନ 4.30 ରେ ଶେଷ ହୋଇଥାନ୍ତା । ଯାହାକି ପରିବର୍ତ୍ତନ କରାଯାଇ ଅପରାହ୍ନ 1.30 ରୁ ଅପରାହ୍ନ 4 ଟା ସମୟ ଧର୍ଯ୍ୟ କରାଯାଇଛି । ଏନେଇ ବୋର୍ଡ ପକ୍ଷରୁ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି । ତେବେ ସମସ୍ତ କେନ୍ଦ୍ର ରେ ପ୍ରଶ୍ନ ପତ୍ର ସୁରକ୍ଷିତ ଭାବରେ ପହଞ୍ଚି ସାରିଛି ।

