ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ଲାଗି ଅଲଗା ଘର ପ୍ରସଙ୍ଗରେ ବର୍ଷିଛି ବିଜେଡି । କୌଣସି ମୁଖ୍ୟମନ୍ତ୍ରୀ ଦ୍ବିତୀୟ ଘର ନେଇ ନଥିବାବେଳେ ମୁଖ୍ୟମନ୍ତ୍ରୀଙ୍କର କଣ ଆବଶ୍ୟକ ପଡିଲା ବୋଲି ପ୍ରଶ୍ନ କରିଛି ବିଜେଡି । ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେଇଥାଏ ଦିଲ୍ଲୀ ପୋଲିସ । ଦିଲ୍ଲୀ ପୋଲିସ ବଦଳରେ ସେହି ଘରେ ମୁତୟନ ହେବେ ଓଡ଼ିଶା ପୋଲିସ । ୨୬ରୁ ଅଧିକ କନଷ୍ଟେବଳ, ବୁଲେଟ ପ୍ରୁଫ ଗାଡି ରହିବ । ଓଡ଼ିଶା ତହବିଲରୁ କରଦାତାଙ୍କ ଟଙ୍କା ଦିଆଯିବ । ଭାଷା ଭିତ୍ତିରେ ଓଡ଼ିଶା ଗଠନ ପରଠାରୁ ଏହା କେବେ ଘଟି ନଥିଲା ବୋଲି ବିଜେଡି କହିଛି । ବିଜେପିରେ ସବୁକିଛି ଠିକ୍ ଠାକ୍ ଚାଲିନି । ଓଡ଼ିଶା ପୋଲିସକୁ ନେଇ ସେଠାରେ କଣ ଲୁଚାଇବାକୁ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ? ଅଶୋକା ହୋଟେଲରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ରୁମ ଅଛି । ତେଣୁ ବିଜେପିରେ ସବୁ କିଛି ଠିକ ନାହିଁ । ପତିଆରା ଜାହିର ପାଇଁ ଏପରି ପଦକ୍ଷେପ ନିଆଯାଇଛି ବୋଲି କଟାକ୍ଷ କରିଛି ବିଜେଡି । ଲୋକସେବା ଭବନ ପଛରେ ଥିବା ଗୋଟେ ଘରକୁ ଚାରି ହଜାର ଟଙ୍କାର ପ୍ଲେଟ ଖାଦ୍ୟ ଦିଆଯାଉଛି । ଏହାର କଣ ଆବଶ୍ୟକ ଅଛି ? ଏହାର ତଦନ୍ତ ଲାଗି ବିଜେଡି ଦାବି କରିଛି । ସେହିପରି ଆର୍ସେଲର-ମିତ୍ତଲ ଆସିଲେ ଭଲ । ହେଲେ ଶାସକ ଦଳର କିଏ ସେ ଲୋକ ଯିଏ କେନ୍ଦୁଝରର ଏହି ପ୍ରକଳ୍ପ ଅଞ୍ଚଳ ପାଖରେ ଜମି କିଣିଲେ ? ଜୟସ୍ବାଲ କିଏ ? ସେ କେମିତି ସୁପର ମୁଖ୍ୟମନ୍ତ୍ରୀ ହେଲା ? ଏହାର ଉତ୍ତର ଦାବି କରିଛି ବିଜେଡି ।
ଭୁବନେଶ୍ବର ଏୟାରପୋର୍ଟ ଥାନା ଘେରାଉ କଲେ ଶହ ଶହ ଅଟୋ ଡ୍ରାଇଭର
ଭୁବନେଶ୍ବର ଏୟାରପୋର୍ଟ ଥାନା ଘେରାଉ କଲେ ଶହଶହ ଅଟୋ ଡ୍ରାଇଭର । ଏୟାରପୋର୍ଟ ଛକରେ ହୋଇଥିବା ଏକ ଗଣ୍ଡଗୋଳ ପରେ ଥାନା ଘେରାଉ । ଅଟୋ ଡ୍ରାଇଭରଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ମାଡ଼ ମାରିଥିବା ଅଭିଯୁକ୍ତଙ୍କୁ ଧରିବାକୁ ଦାବି କରିଛନ୍ତି । ଦାବି ପୂରଣ ନହେଲେ ଆନ୍ଦୋଳନ ବଢିବ ବୋଲି ଚେତାବନୀ ଦେଲା ଅନଲାଇନ ଅଟୋ ଆସୋସିଏସନ।
କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ଆଟେଣ୍ଡାଣ୍ଟଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ଆଟେଣ୍ଡାଣ୍ଟଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ବକେୟା ଦରମା ପ୍ରଦାନ ଦାବିରେ କରୁଛନ୍ତି ଆନ୍ଦୋଳନ।
ଫଳରେ ରୋଗୀସେବା ବାଧାପ୍ରାପ୍ତ ହୋଇଛି। ପୂର୍ବ ସରକାର ସମୟରେ ଦରମା ଚାରି ରୁ ପାଞ୍ଚ ତାରିଖ ମଧ୍ୟରେ ମିଳୁଥିଲା ବେଳେ ବର୍ତ୍ତମାନ ସରକାରରେ ଦୁଇ ତିନି ମାସର ଦରମା ମିଳୁନି ବୋଲି ଅଭିଯୋଗ କରିଛନ୍ତି ଆଟେଣ୍ଡାଣ୍ଟ । ନିଜେ ବଞ୍ଚିଲେ ରୋଗୀଙ୍କ ସେବା କରିବୁ ବୋଲି କହିଛନ୍ତି ।
ରୋଗୀଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର ବେଳର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ
ରୋଗୀଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର ବେଳର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ l ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର ରୋଗୀଙ୍କୁ ଚିତ୍କାର କରି ଦୁର୍ବ୍ୟବହାର କରୁଥିବା ଦେଖିବାକୁ ମିଳିଛି l କର୍ତ୍ତବ୍ୟରେ ଅବହେଳା କରିବା ସହ ମେଡିକାଲକୁ ଆସୁଥିବା ରୋଗୀଙ୍କୁ ଦେଖୁ ସେ ଦେଖୁ ନଥିବା ଅଭିଯୋଗ ହୋଇଛି। ଏପରିକି ସେ ଗାଳିଗୁଲଜ କରିବା ସହ ଧମକ ଦେଉଥିବା ଅଭିଯୋଗ ହୋଇଛି। କିଛି ମାସ ହେବ ମେଡିକାଲର ଷ୍ଟାଫଙ୍କୁ ଏପରି ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହେଉଥିଲେ ବି ଫଳ ଶୂନ। ଗତକାଲି ଜଣେ ରୋଗୀ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ମେଡିକାଲ ଆସିଥିବା ବେଳେ ରୋଗୀଙ୍କୁ ଦୁର୍ବ୍ୟବହାର କରିବା ସହ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି। ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ନୟାଗଡ ଜିଲ୍ଲା ମୁଖ୍ୟ ଅଧିକାରୀ ପୁଷ୍ପାଞ୍ଜଳି ଲାକେରା କହିଛନ୍ତି ଏହି ଘଟଣା ଅତ୍ୟନ୍ତ ନିନ୍ଦନୀୟ। ଏହି ଘଟଣା ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

