spot_img
Home Blog Page 368

ଦାଦାବଟିକୁ କେନ୍ଦ୍ର କରି ଆକ୍ରମଣ ଓ ଭଙ୍ଗାରୁଜା

ନନ୍ଦିଘୋଷ ବ୍ୟୁରୋ : ଦାଦାବଟିକୁ କେନ୍ଦ୍ର କରି ଆକ୍ରମଣ ଓ ଭଙ୍ଗାରୁଜା । ଏନେଇ ପୁରୀ ଜିଲ୍ଲା ପିପିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଲକ୍ଷ୍ମୀ ନାରାୟଣପୁର ପାରିଜଅଂର ଗାଁର ତେଜସ୍ବିନୀ ପାତ୍ର । ୧୪ରୁ ୧୫ ଜଣ ଯୁବକ ସନ୍ଧ୍ୟା ସମୟରେ ତେଜସ୍ବିନୀଙ୍କ ଘର ସମ୍ମୁଖରେ ଥିବା ଗାଡି ଗୁଡିକୁ ଭଙ୍ଗାରୁଜା କରିବା ସହିତ ଘର ଝରକା କାଚ ଭାଙ୍ଗିଥିଲେ । ଏହାର ପ୍ରତିବାଦ କରିବାରେ ତାଙ୍କ ଦିଅର ବାଦଲ ବସ୍ତିଆଙ୍କୁ ଦୁବୁତ୍ତମାନେ ଆକ୍ରମଣ କରିଥିଲେ । ନେଇ ସେ ପିପିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଆକ୍ରମଣର କାରଣ ଦାଦାବଟି ବୋଲି ଅଭିଯୋଗ କରାଯାଇଛି । ସେପଟେ ଖବର ପାଇ ପିପିଲି ପୋଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ଦୁର୍ବୁତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି । ପୋଲିସ ଘଟଣାର ତଦନ୍ତ କରିବା ସହିତ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରିଛି । ଅଭିଯୁକ୍ତ ମାନଙ୍କୁ ଧରିବାକୁ ଜୋରଦାର ଉଦ୍ୟମ ଚଳାଇଛି ପୋଲିସ ।

ଜାପାନରେ ଶକ୍ତିଶାଳୀ ଭୂକମ୍ପର ଝଟକା

ନନ୍ଦିଘୋଷ ବ୍ୟୁରୋ : ଜାପାନରେ ଶକ୍ତିଶାଳୀ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଜାପାନର ହୋନ୍ସୁର ପୂର୍ବ ଅଞ୍ଚଳରେ ଅନୁଭୂତ ହୋଇଛି । ଭୂକମ୍ପର ତ୍ରୀବ୍ରତା ରିକ୍ଟର ସ୍କେଲରେ ୬.୦ ରହିଛି । ଭୂକମ୍ପର କେନ୍ଦ୍ରସ୍ଥଳ ତାକାସାକୀ ସହର ଠାରୁ ପ୍ରାୟ ୨୬୨ କିମି ଦୂର ଉତ୍ତର ପୂର୍ବର ୫୦ କିମି ମାଟି ତଳୁ ଠାବ ହୋଇଛି । ଭୂକମ୍ପର କ୍ଷୟକ୍ଷତିର କୌଣସି ଖବର ମିଳିନାହିଁ । ତଥାପି ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

କୋଲଡ୍ରିଫ୍ କଫ୍ ସିରପ୍ ବିବାଦରେ ଆକ୍ସନ : ଡାକ୍ତର ଗିରଫ , ବ୍ୟାନ୍ ହେଲା କଫ ସିରପ୍ କମ୍ପାନୀ

ନନ୍ଦିଘୋଷ ବ୍ୟୁରୋ : ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଗତ କିଛି ଦିନ ମଧ୍ୟରେ କଫ ସିରପ୍ ଖାଇବା ଯୋଗୁଁ ୧୨ ଜଣ ପିଲାଙ୍କ ମୃତ୍ୟୁ ଘଟିଛି। ଏହି ପିଲାମାନଙ୍କ ମଧ୍ୟରୁ ଅଧିକାଂଶ ମଧ୍ୟପ୍ରଦେଶର ଛିନ୍ଦୱାଡ଼ାର ଥିଲେ। ତେବ ଏହି ମାମଲାରେ ସରକାର କାଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । କଫ ସିରପ୍ ତିଆରି କରୁଥିବା କମ୍ପାନୀ ଗୁଡିକୁ ନିଷିଦ୍ଧ କରାଯାଇଛି। ଏହାଛଡ଼ା ଏହି ମାମଲାରେ ପ୍ରଥମ ଗିରଫଦାରୀ ହୋଇଛି। ଛିନ୍ଦୱାଡ଼ାର ପରସିଆର ଡାକ୍ତର ପ୍ରବୀଣ ସୋନିଙ୍କୁ ପୋଲିସ ଅଧିକ୍ଷକଙ୍କ ସ୍ୱତନ୍ତ୍ର ଦଳ ଗିରଫ କରିଛି। ତାଙ୍କ ବିରୁଦ୍ଧରେ ବିଏନଏସ ଏବଂ ଡ୍ରଗ୍ସ ଏବଂ କସମେଟିକ୍ସ ଆଇନର ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି। ତାଙ୍କୁ ମଧ୍ୟରାତ୍ରିରେ ଛିନ୍ଦୱାଡ଼ାର ରାଜପାଲ ଚୌକରୁ ଗିରଫ କରାଯାଇଥିଲା।

ଡାକ୍ତର ପ୍ରବୀଣ ସୋନି ତାଙ୍କ କ୍ଲିନିକ୍‌ରେ ପିଲାମାନଙ୍କୁ କଫ୍ ସିରପ୍ ଦେଇଥିଲେ, ଯାହା ଫଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ସେ ଛୋଟ ପିଲାମାନଙ୍କୁ ଏହି ସିରପ୍ ପିଇବାକୁ ପରାମର୍ଶ ମଧ୍ୟ ଦେଇଥିଲେ। ପିଲାମାନଙ୍କୁ କୋଲଡ୍ରିଫ୍ ଏବଂ ନାଷ୍ଟ୍ରୋ ଡିଏସ୍ ଦିଆଯାଇଥିଲା, ଯାହା କିଡନୀ ସଂକ୍ରମଣରୁ ପିଲାମାନଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

କଫ୍ ସିରପ୍ ଉପରେ ପ୍ରତିବନ୍ଧକ

ତାମିଲନାଡୁ ପରେ, ମଧ୍ୟପ୍ରଦେଶ ସରକାର ମଧ୍ୟ ଶନିବାର ଦିନ କୋଲଡ୍ରିଫ୍ କଫ୍ ସିରପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ସିରପ୍ ମଧ୍ୟପ୍ରଦେଶରେ ୨୭ ଦିନରେ ୧୧ ଜଣ ଶିଶୁଙ୍କ ମୃତ୍ୟୁ କରିଛି। ମୃତକ ପିଲାମାନଙ୍କ ବୟସ ୧ ରୁ ୫ ବର୍ଷ ମଧ୍ୟରେ ଥିଲା। ତାମିଲନାଡୁର କାଞ୍ଚିପୁରମରେ କୋଲଡ୍ରିଫ୍ ନିର୍ମିତ ହେଉଥିବା ସୂଚନା ମିଛି । ଅନ୍ୟପଟେ କୋଲଡ୍ରିଫ୍ କଫ୍ ସିରପ୍ ଖାଇ ମୃତ୍ୟୁବରଣ କରିଥିବା ପିଲାମାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

କେନ୍ଦ୍ର ପରାମର୍ଶଦାତା ଜାରି କରିଛି

ସାରା ଦେଶରେ କଫ ସିରପକୁ ନେଇ ଭୟର ବାତାବରଣ ରହିଛି। ଅନେକ ରାଜ୍ୟରେ ରୋଗ ଏବଂ ମୃତ୍ୟୁର ମାମଲା ରିପୋର୍ଟ ହୋଇଛି। ଏହି କାରଣରୁ ସରକାର ଏକ ପରାମର୍ଶ ଜାରି କରିଛନ୍ତି। କେନ୍ଦ୍ର ଦୁଇ ବର୍ଷରୁ କମ୍ ବୟସର ପିଲାମାନଙ୍କୁ କଫ ସିରପ (କାଶ ଏବଂ ଥଣ୍ଡା ଔଷଧ) ନଦେବାକୁ ପରାମର୍ଶ ଦେଇଛନ୍ତି । ଯଦି ଏହାଠାରୁ ବଡ଼ ପିଲାମାନଙ୍କୁ କଫ ସିରପ ଦିଆଯାଏ, ତେବେ ସେଗୁଡ଼ିକୁ ସତର୍କତାର ସହିତ ବ୍ୟବହାର କରିବା ଉଚିତ।

ଓଡ଼ିଶା ପିଛା ଛାଡ଼ୁନି ଲଘୁଚାପ ; ୧୦ରୁ ପୁଣି ବର୍ଷା

ନନ୍ଦିଘୋଷ ବ୍ୟୁରୋ : ଓଡ଼ିଶାର ପିଛା ଛାଡ଼ୁନି ଲଘୁଚାପ । ଗୋଟିଏର ପ୍ରଭାବ ନକମୁଣୁ ପୁଣି ଦାନା ବାନ୍ଧିଲାଣି ଆଉଏକ ଲଘୁଚାପ । ଅକ୍ଟୋବର ୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ଆକଳନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ଏହାର ପ୍ରଭାବରେ ପୁଣି ୧୦ରୁ ରାଜ୍ଯରେ ଆରମ୍ଭ ହେବ ବର୍ଷା ।

ଚଳିତ ମୌସୁମୀ ଓଡ଼ିଶା ଛୁଇଁବା ପରଠାରୁ ୧୬ଟି ଲଘୁଚାପ ଓଡ଼ିଶାକୁ ପ୍ରଭାବିତ କରିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ସେପଟେ କେନ୍ଦ୍ରୀୟ ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଗଭୀର ଅପପାତ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବାପରେ ଯଦିଓ ବର୍ଷାର ତୀବ୍ରତା କମିଛି କିନ୍ତୁ ଦକ୍ଷିଣ ଓଡିଶା ସମେତ ଉପକୂଳରେ ତୁହାକୁ ତୁହା ବର୍ଷା ହେଉଥିବା ବେଳେ ଆକାଶ ମେଘଛନ୍ନ ରହିଛି । ୩ ଦିନ ଯାଏ ବର୍ଷା ଲାଗିରହିବା ନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଜିଲ୍ଲା ଗଞ୍ଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର କେନ୍ଦ୍ରାପଡା, କଟକ, ଅନୁଗୁଳ ,ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ , କେନ୍ଦୁଝର, ଦେଓଗଡ଼, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ ଓ ଝାରସୁଗୁଡାକୁ ସତର୍କତା ଜାରି କରାଯାଇଛି । ସେହିପରି ଆସନ୍ତାକାଲି ସମାନ ଜିଲ୍ଲାପାଇଁ ୟେଲୋ ଆଲର୍ଟ ରହିଛି ।

ଆଜି ସରୁଛି ଟ୍ରମ୍ପ ଦେଇଥିବା ଡେଡଲାଇନ, ମୁକୁଳିପାରନ୍ତି ଦୀର୍ଘ ୨ ବର୍ଷ ଧରି ରହିଥିବା ପଣବନ୍ଦୀ !

ନନ୍ଦିଘୋଷ ବ୍ୟୁରୋ : ଆଜି ସରୁଛି ହମାସକୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଦେଇଥିବା ଡେଡଲାଇନ। ମୁକୁଳିପାରନ୍ତି ଦୀର୍ଘ ୨ ବର୍ଷ ଧରି ରହିଥିବା ପଣବନ୍ଦୀ। ପୂର୍ବରୁ ହମାସକୁ ଶାନ୍ତି ନେଇ ଏକ ୨୦-ସୂତ୍ରୀ ପ୍ରସ୍ତାବର ରୂପରେଖ ଦେଇଥିଲେ ଟ୍ରମ୍ପ। ଇସ୍ରାଏଲ ସହିତ ଏକ ଶାନ୍ତି ଚୁକ୍ତି ନକଲେ ପରିଣାମ ଭୟାବହ ହେବ ବୋଲି ଚେତାବନୀ ଦେଇଥିଲେ ଟ୍ରମ୍ପ। ଦୁଇ ବର୍ଷ ଧରି ଚାଲିଥିବା ଗାଜା ଯୁଦ୍ଧର ଅନ୍ତ ପାଇଁ ଇସ୍ରାଏଲ ଏବଂ ହମାସ ଉଭୟଙ୍କୁ ଏକ ଶାନ୍ତି ଚୁକ୍ତିରେ ସହମତ ଲାଗି ଚାପ ପକାଇଥିଲେ ଟ୍ରମ୍ପ।

ହ୍ୱାଇଟ୍ ହାଉସ୍ ଏହି ୨୦ ସୂତ୍ରୀ ପ୍ରସ୍ତାବକୁ ପ୍ରକାଶ କରିଥିଲା। ଏହାକୁ ସଂଘର୍ଷର ଅନ୍ତ ଏବଂ ଗାଜାର ଭବିଷ୍ୟତ ଗଠନ ପାଇଁ ଏକ ରୋଡମ୍ୟାପ୍ ଭାବରେ ବର୍ଣ୍ଣନା କରିଥିଲା ହ୍ଵାଇଟ ହାଉସ। ପୁଣିଥରେ ଶାନ୍ତି ପ୍ରସ୍ତାବ କଥା ଦୋହରାଇ ବିଶ୍ଵର ୭ଟି ସ୍ଥାନରେ ଯୁଦ୍ଧ ବନ୍ଦ କରିଛି ବୋଲି କହିଥିଲେ ଟ୍ରମ୍ପ। ଯଦି ଏହି ଚୁକ୍ତି ନହୁଏ ତେବେ ହମାସର ପରିମାଣ ଭୟାବହ ହେବ। ଯାହା ପୂର୍ବରୁ କେହି କେବେ ଦେଖି ନାହାଁନ୍ତି ବୋଲି କହିଥିଲେ ଟ୍ରମ୍ପ।

କ’ଣ ଥିଲା ଟ୍ରମ୍ପଙ୍କ ୨୦ ସୂତ୍ରୀ ପ୍ରସ୍ତାବ ?

ଗାଜାକୁ ଆତଙ୍କବାଦମୁକ୍ତ ଅଞ୍ଚଳ ଘୋଷଣା, ଏହା ଅନ୍ୟ ପଡ଼ୋଶୀ ରାଷ୍ଟ୍ର ପ୍ରତି ବିପଦ ନହେବା, ଗାଜାବାସୀଙ୍କ ବିକାଶକୁ ଫୋକସ କରାଯିବ, ଅବିଳମ୍ବେ ଇସ୍ରାଏଲ ଓ ଗାଜା ଯୁଦ୍ଧ ବନ୍ଦ କରିବା, ଗାଜାରୁ ଇସ୍ରାଏଲ ବାହିନୀ ହଟିବେ। ସେହିପରି ସମସ୍ତ ପଣବନ୍ଦୀଙ୍କୁ ଜୀବିତ ଖଲାସ, ଯେଉଁ ହମାସ କର୍ମୀ ଅସ୍ତ୍ରଶସ୍ତ୍ର ତ୍ୟାଗ କରିବେ ସେମାନଙ୍କୁ କ୍ଷମା, ନିରାପଦରେ ଗାଜା ଛାଡ଼ିବାକୁ ହମାସ କର୍ମୀଙ୍କୁ ଅନୁମତି ଆଦି ଅନ୍ତର୍ଭୁକ୍ତ। ରାଜିନାମା କାର୍ଯ୍ଯକାରୀ ହେଲେ ଗାଜା ଷ୍ଟ୍ରିପକୁ ସହାୟତା ପ୍ରେରଣ, ଗାଜାରେ ହସ୍ପିଟାଲ ସମେତ ଭିତ୍ତିଭୂମି ପ୍ରତିଷ୍ଠା, ଜାତିସଂଘ ଜରିଆରେ ସହାୟତା ବଣ୍ଟନ, ଅସ୍ଥାୟୀ ସରକାର ଗଠନ ଅଧୀନରେ ଗାଜାକୁ ପରିଚାଳନା, ଏକ ସ୍ବତନ୍ତ୍ର ଅର୍ଥନୈତିକ ଜୋନ ପ୍ରତିଷ୍ଠା, କାହାକୁ ବଳପୂର୍ବକ ଗାଜା ଛାଡ଼ିବାକୁ ଚାପ ନପକାଇବା, ଆଞ୍ଚଳିକ ସହଯୋଗୀମାନଙ୍କୁ ନିରାପତ୍ତା ଯୋଗାଇବା, ଆରବ ଓ ଅନ୍ତର୍ଜାତୀଯ ସହଯୋଗୀଙ୍କ ସହ ମିଶି ଆମେରିକା ଏକ ଅସ୍ଥାୟ ଅନ୍ତର୍ଜାତୀୟ ସ୍ଥିରତ ବାହିନୀ ବା ଆଇଏସଏଫ ଗଠନ କରିବା, ସହନଶୀଳତା ଲାଗି ପଦକ୍ଷେପ ନେବା, ଶାନ୍ତି ପ୍ରତିଷ୍ଠା ଲାଗି ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ଯରେ ଆମେରିକା କଥାବାର୍ତ୍ତା କରିବା ଆଦି ପ୍ରସ୍ତାବ ରହିଛି।

ବିହାରରେ ବିଧାନସଭା ନିର୍ବାଚନ ପ୍ରସଙ୍ଗ, ଆଜି ବି ପାଟନାରେ ସ୍ଥିତି ସମୀକ୍ଷା କରିବେ ଇସିଆଇ

ନନ୍ଦିଘୋଷ ବ୍ୟୁରୋ : ବିହାରରେ ବିଧାନସଭା ନିର୍ବାଚନ ପ୍ରସଙ୍ଗ। ଆଜି ବି ସ୍ଥିତି ସମୀକ୍ଷା କରିବେ ନିର୍ବାଚନ କମିଶନ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ନେତୃତ୍ବରେ ଯାଇଥିବା ୩ ଜମିଟି କରୁଛନ୍ତି ସମୀକ୍ଷା। ଟିମରେ ସାମିଲ ଅଛନ୍ତି ଅନ୍ୟତମ ୨ ନିର୍ବାଚନ ଅଧିକାରୀ ସୁଖବୀର ସିଂ ସାନ୍ଧୁ ଓ ବିବେକ ଯୋଶୀ। ଗତକାଲି ପାଟନାର ତାଜ ହୋଟେଲରେ ରାଜ୍ୟର ପଞ୍ଜିକୃତ ୧୨ଟି ରାଜନୈତିକ ଦଳର ନେତାଙ୍କ ସହ ଇସିଆଇ କରିଥିଲେ ଆଲୋଚନା। ବିହାର ଗସ୍ତ ପୂର୍ବରୁ ଦିଲ୍ଲୀରେ ବିହାର ଓ ଅନ୍ୟାନ୍ୟ ରାଜ୍ୟରେ ହେବାକୁ ଉପନିର୍ବାଚନ ଲାଗି ନିଯୁକ୍ତ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ସହ ବୈଠକ କରିଥିଲେ ଆୟୋଗ। ଆସନ୍ତା ନଭେମ୍ବର ୨୨ରେ ବିହାର ବିଧାନସଭାର କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ହେବ ବିଧାନସଭା ନିର୍ବାଚନ  । ଚଳିତ ମାସ ଶେଷ ଭାଗ ଓ ନଭେମ୍ବରରେ ବିଭିନ୍ନ ପର୍ଯ୍ୟାୟରେ ହୋଇପାରେ ନିର୍ବାଚନ  । ବିହାରରେ ନିର୍ବାଚନକୁ ସ୍ବଚ୍ଛ ଓ ନିରପେକ୍ଷ କରିବା ଦିଗରେ ନିର୍ବାଚନ କମିଶନ ଯୋଜନା କରିଛନ୍ତି  । ବିହାର ଓ ଅନ୍ୟ ରାଜ୍ୟର ଉପନିର୍ବାଚନ ଲାଗି ନିର୍ବାଚନ କମିଶନ ୪୭୦ ଜଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି  । ସେମାନଙ୍କ ମଧ୍ୟରେ ଅଛନ୍ତି ୩୨୦ ଆଇଏଏସ, ୬୦ ଆଇପିଏସ ଓ ୯୦ ଆଇଆରଏସ ଅଧିକାରୀ l ଓଡ଼ିଶା, ଜାମ୍ମୁ ଓ କାଶ୍ମୀର, ରାଜସ୍ଥାନ, ଝାଡ଼ଖଣ୍ଡ, ତେଲଙ୍ଗାନା, ପଞ୍ଜାବ, ମିଜୋରାମରେ ହେବ ଉପନିର୍ବାଚନ  ।

ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ ସସପେନ୍ସ ଜାରି, ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ଯୋଗାଇଲା ଖୋରାକ

ନନ୍ଦିଘୋଷ ବ୍ୟୁରୋ: ଜାରି ରହିଛି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସସପେନ୍ସ । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀଗସ୍ତରେ ଯାଇ ପ୍ରଭାରୀଙ୍କ ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟିବା ପରେ ଚର୍ଚ୍ଚା ଜୋର ଧରିଛି । ମନ୍ତ୍ରିମଣ୍ଡଳ ସହ ଦିଲ୍ଲୀରେ ଶୀର୍ଷ ନେତୃତ୍ବଙ୍କ ସହ ରାଜ୍ୟ କମିଟି, ବୋର୍ଡ ନିଗମ ଅଧ୍ୟକ୍ଷ ପଦ ନେଇ ଆଲୋଚନା କରି ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରେ ବୋଲି ବିଜେପି ଅନ୍ଦର ମହଲରୁ ଚର୍ଚ୍ଚା ହେଉଛି ।

ସରିଲା ପୂଜା, ବଢିଲା ଚର୍ଚ୍ଚା । କେବେ ହେବ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ? ଦେଢ ବର୍ଷ ହେବ ଅଧାଗଢା ମନ୍ତ୍ରିମଣ୍ଡଳ ନେବ କି ପୂର୍ଣ୍ଣାଙ୍ଗ ରୂପ ? ଦିଲ୍ଲୀଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡାଙ୍କୁ ଭେଟିବା ପରେ ଏହି ଚର୍ଚ୍ଚା ଜୋର ଧରିଛି । ଆଉ ଏହାକୁ ଖୋରାକ ଯୋଗାଇଛି ଏକ୍ସରେ ମୁଖ୍ୟମନ୍ତ୍ରୀ କରିଥିବା ପୋଷ୍ଟ । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି , ରାଷ୍ଟ୍ରୀୟ ସଭାପତିଙ୍କ ସହ ଭେଟି ବିଭିନ୍ନ ସାଂଗଠନିକ ବିଷୟ, ରାଜନୈତିକ ପରିସ୍ଥିତି ଓ ଭବିଷ୍ୟତର କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଛି । ଯାହାକୁ ନେଇ ବିଜେପି ଶିବିରରେ ଉତ୍ସାହ ମାହୋଲ । ବିଜେପି ବିଧାୟକ କହିଛନ୍ତି, ଖାଲିପଡିଥିବା ମନ୍ତ୍ରୀପଦ ପୂରଣ ହେବ କି ନାହିଁ ତାହା ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧୀନ ବ୍ୟାପାର । କେବଳ ମନ୍ତ୍ରିମଣ୍ଡଳ ନୁହେଁ, ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଦିଲ୍ଲୀଗସ୍ତ କରି କେନ୍ଦ୍ରମନ୍ତ୍ରୀ ଓ ବିଜେପିର ଶୀର୍ଷ ନେତୃତ୍ବଙ୍କ ସହ ଆଲୋଚନା କରିଛନ୍ତି ।

ନିୟମ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୨୨ ଜଣ ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରିବେ । ୧୫ ମାସ ହେବ ୬ଟି ମନ୍ତ୍ରିପଦ ଖାଲିପଡିଛି । ଅଧିକାଂଶ ମନ୍ତ୍ରୀଙ୍କ ପାଖରେ ଏକାଧିକ ବିଭାଗ ରହିଛି । ଏହାରି ଭିତରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମସ୍ତ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ରହିଛି । ବିବାଦୀୟ ମନ୍ତ୍ରୀ ଓ ଦକ୍ଷତା ଦେଖି ମୁଖ୍ୟମନ୍ତ୍ରୀ କାହାକୁ ମନ୍ତ୍ରିମଣ୍ଡଳରେ ସାମିଲ କରିବେ ଓ ବାଦ ଦେବେ ସେନେଇ ନିଷ୍ପତ୍ତି ନେବେ ।

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସହ ରାଜ୍ୟ ପରିଷଦ ଓ ନିଗମ ବଣ୍ଟନ ବି ରାଜ୍ୟ ବିଜେପି ନେତୃତ୍ବ ପାଇଁ କଣ୍ଟା ସାଜିଛି । ଓଡିଶାରୁ ଦିଲ୍ଲୀ ଯାଏଁ କସରତ ଜାରି ରହିଛି । କିନ୍ତୁ ମନ୍ତ୍ରିମଣ୍ଡଳ ୨ ବର୍ଷ ପୂର୍ବରୁ କରିବେ କି ନାହିଁ ସେ ଦ୍ବନ୍ଦରେ ମଧ୍ୟ ପଡିଛନ୍ତି ।

ସରକାରଙ୍କ ବଡ଼ ଯୋଜନା, ଗୋଟିଏ ଛାତ ତଳେ ରହିବ ବିପର୍ଯ୍ୟୟ ମୁକାବିଲାର ସବୁ ବିଭାଗ

ନନ୍ଦିଘୋଷ ବ୍ୟୁରୋ: ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ସରକାରଙ୍କ ବଡ଼ ଯୋଜନା । ରାଜ୍ୟରେ ନିର୍ମାଣ ହେବ ବିପର୍ଯ୍ୟୟ ଭବନ । ଭୁବନେଶ୍ଵରରେ ଅତ୍ୟାଧୁନିକ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟାଳୟ ଖୋଲିବେ ସରକାର । ଗୋଟିଏ ବିଲ୍ଡିଂରେ ରହିବ ଏସଆରସି, ଅଗ୍ନିଶମ, ପାଣିପାଗ, ODRAF, NDRF, ଜଙ୍ଗଲ ବିଭାଗର କାର୍ଯ୍ୟାଳୟ । ଏନେଇ କାମ ଆରମ୍ଭ ହୋଇଥିବା ରାଜସ୍ବ ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଭୂସ୍ଖଳନ ପାଇଁ ସରକାର କରିବେ ମାଷ୍ଟର ପ୍ଲାନ୍ ।

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓଡିଶା ସାରା ବିଶ୍ବକୁ ବାଟ ଦେଖାଇଛି । ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା କରି ଉଦାହରଣ ସାଜିଛି ଓଡି଼ଶା । ଏହି ଧାରାକୁ ବଜାୟ ରଖିବା ଲାଗି ସରକାର ବଡ ଯୋଜନା କରିଛନ୍ତି । ସେଥିଲାଗି ରାଜ୍ୟରେ ନିର୍ମାଣ ହେବ ବିପର୍ଯ୍ୟୟ ଭବନ । ଗୋଟିଏ ଛାତ ତଳେ ଏସଆରସି, ଅଗ୍ନିଶମ, ପାଣିପାଗ, ODRAF, NDRF, ଜଙ୍ଗଲ ବିଭାଗର କାର୍ଯ୍ୟାଳୟ ରହିବ । ଫଳରେ ପ୍ରାକୃତିକ ବିପର୍ଯ୍ୟୟକୁ ସହଜରେ ମୁକାବିଲା କରିହେବ । ଏଥିପାଇଁ ୨ ଶହ କୋଟି ଟଙ୍କା ମଞ୍ଜୁର କରାଯାଇଛି । ମଲ୍ଟି ଷ୍ଟୋରି ଏବଂ ଭୂତଳ ବିଲ୍ଡିଙ୍ଗ ନିର୍ମାଣ ହେବ । ଏଥିଲାଗି ସଚିବାଳୟ ନିକଟରେ ଜମି ଚିହ୍ନଟ କରାଯାଇଛି । ବିଲ୍ଡିଂରେ ଅତ୍ୟାଧୁନିକ କାରିଗରୀ କୌଶଳର ବ୍ୟବସ୍ଥା କରାଯିବ । କାର୍ଯ୍ୟାଳୟ ନିର୍ମାଣ ପାଇଁ ଲାଗିବ ୨ ବର୍ଷ ସମୟ । ବିପର୍ଯ୍ୟୟ ସମୟରେ କାମ କରୁଥିବା ସଂସ୍ଥା ଗୋଟିଏ ଛାତ ତଳେ ରହିବେ । ସବୁ ବିଭାଗ ନିଜ ଭିତରେ ସହଯୋଗ ରକ୍ଷା କରି କାମ କରିବେ । ସବୁ ଜିଲ୍ଲାକୁ ଏହି ଭବନରୁ ଯେମିତି ଯୋଡ଼ି ହେବ ସେ ନେଇ ବ୍ୟବସ୍ଥା କରାଯିବ । ଏ ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । କେନ୍ଦ୍ରକୁ ବିପର୍ଯ୍ୟୟ ମୁକାବିଲା ପାଇଁ ଆଧୁନିକ ଜ୍ଞାନକୌଶଳର ସାହାଯ୍ୟ ମାଗିଛି ରାଜ୍ୟ । ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ଶ୍ରେଷ୍ଠ ରାଜ୍ୟ ହେଲେ ମଧ୍ୟ ଆଗକୁ ଆହୁରି କାମ କରାଯାଇପାରିବ ବୋଲି ମନ୍ତ୍ରୀ କହିଛନ୍ତି ।

ସେପଟେ ଗଜପତି ଭୂସ୍ଖଳନ ପରେ ସରକାରଙ୍କ ବଡ଼ ପଦକ୍ଷେପ ନେଇଛନ୍ତି । ଗଜପତି ଭଳି ରାଜ୍ୟର ପାହାଡ଼ ପର୍ବତ ଅଞ୍ଚଳରେ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଗୁଡକୁ ଚିହ୍ନଟ କରିବେ ରାଜ୍ୟ ସରକାର । ଭୂସ୍ଖଳନ ହୋଇ ଯେମିତି ପଥର ଖସି ଲୋକଙ୍କର ମୃତ୍ୟୁ ହେବ ନାହିଁ ତାହାକୁ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ଏହାସହ ବର୍ଷା ଯୋଗୁଁ ବୁଡି ଯାଉଥିବା ତଳିଆ ରୋଡ ଗୁଡ଼ିକୁ ଠାବ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେମିତି ବର୍ଷା ଯୋଗୁଁ ରାସ୍ତା ବୁଡି ଯୋଗାଯୋଗ ବିଚ୍ଛିନ୍ନ ହେବ ନାହିଁ । ମାଲକାନଗିରି ଅଞ୍ଚଳରେ ଅଧିକ ତଳିଆ ରୋଡ଼ ଥିବାରୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେଥିପାଇଁ ତଳିଆ ରୋଡ଼ ଗୁଡ଼ିକୁ ଉଚ୍ଚ କରାଯିବ ।

ରାସ୍ତା କଡ଼ରୁ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଉଠାଇ ନେଇଥିବା ଟ୍ରକ ଡ୍ରାଇଭର ଗିରଫ

ନନ୍ଦିଘୋଷ ବ୍ୟୁରୋ: ଭଦ୍ରକ ଚରମ୍ପାରୁ ବିଳମ୍ବିତ ରାତିରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଟ୍ରକ ଡ୍ରାଇଭର ଉଠାଇ ନେବା ଘଟଣାରେ ପୋଲିସକୁ ସଫଳତା । ଅଭିଯୁକ୍ତ ଡ୍ରାଇଭରକୁ କେନ୍ଦୁଝର ଝୁମ୍ପୁରାରୁ ଗିରଫ କରିବା ସହ ଭଦ୍ରକ ବନ୍ତ ରାସ୍ତା ରାନ୍ଦିଆ ରାସ୍ତା କଡ଼ରୁ ମହିଳାଙ୍କୁ ଉଦ୍ଧାର କରିଛି ଭଦ୍ରକ ପୋଲିସ । ଅଭିଯୁକ୍ତ ବିହାର ଅଞ୍ଚଳରୁ ଆସି ଝୁମ୍ପୁରାରେ ରହୁଥିବା ଏମ.ଡି. ସଦ୍ଦାମହୁସେନ ଗିରଫ ପରେ ପୋଲିସ ଆଗରେ ଉଗାରିଛି ସତ ।

ଟ୍ରକ ଡ୍ରାଇଭରର ଜଘନ୍ଯ କାଣ୍ଡ । ରାସ୍ତାକଡ଼ରୁ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଉଠାଇ ନେଇ ଦୁଷ୍କର୍ମ ଅଭିଯୋଗ । ରାସ୍ତା କଡ଼ରେ ଛାଡ଼ିଦେଇ ଫେରାର । ଅଭିଯୁକ୍ତକୁ ଖୋଜି ଖୋଜି ବାନ୍ଧିଲା ପୋଲିସ । ଗିରଫ ପରେ ପୋଲିସ ଆଗରେ ଉଗାରିଲା ଛାତିଥରା ସତ । ୨ ତାରିଖ ରାତି ପ୍ରାୟ ୧୨ଟା ୫୦ । ଭଦ୍ରକ ଚରମ୍ପାରେ ମହିଳା ଜଣଙ୍କ ରାତିରେ ବର୍ଷା ଦାଉରୁ ରକ୍ଷା ପାଇଇବାକୁ ରାସ୍ତା କଡ଼ରେ ଠିଆ ହୋଇଥିଲେ । ଏତିକିବେଳେ ଏକ ଟ୍ରକ ଡ୍ରାଇଭର ତାଙ୍କୁ ଟେକିନେଇ ଫେରାର ହୋଇଯାଇଥିଲା । ସିସିଟିଭିରେ ଏହାର ଦୃଶ୍ଯ କଏଦ ହେବା ପରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଯାହାକୁ ନେଇ ଆକ୍ଟିଭ ହୋଇଥିଲା ଭଦ୍ରକ ପୋଲିସ । ଯାଞ୍ଚ ପରେ ଅଭିଯୁକ୍ତ ଡ୍ରାଇଭର ଏମ.ଡି. ସଦ୍ଦାମହୁସେନକୁ କେନ୍ଦୁଝର ଝୁମ୍ପୁରାରୁ ଗିରଫ କରିବା ସହ ଟ୍ରକକୁ ଜବତ କରିଛି ପୋଲିସ । ଅନ୍ଯପଟେ ଏପରି ଘଟଣାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି ।

ମହିଳାଙ୍କୁ ଉଠାଇ ନେବା ପରେ ରାନ୍ଦିଆ ନିକଟରେ ଛାଡି ପଳାଇଥିଲା ଅଭିଯୁକ୍ତ । ପୋଲିସ ମହିଳାଙ୍କୁ ଉଦ୍ଧାର କରି ଉଭୟଙ୍କ ଡାକ୍ତରୀ ପରୀକ୍ଷା କରିଛି । ଟ୍ରକକୁ ଜବତ କରିବା ସହିତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ । ମାନସିକ ବିକାରଗ୍ରସ୍ତ ମହିଳାଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡିଛି । ତେବେ ସେ ଘଟଣାକୁ ନେଇ ସ୍ପଷ୍ଟ ଭାବେ କହିପାରୁ ନଥିବାବେଳେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ସନ୍ଦେହ କରାଯାଉଛି ବୋଲି କହିଛନ୍ତି ଭଦ୍ରକ ଆଡିସନାଲ ଏସପି । ଘଟଣାକୁ ନିନ୍ଦା କରାଯିବା ସହ ଅଭିଯୁକ୍ତ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।

ଚୌଦ୍ଵାର ଜେଲରୁ ୨ କଏଦୀ ଫେରାର ଘଟଣା: ଜେଲ ସୁରକ୍ଷା ନେଇ ସରକାରଙ୍କୁ ବିରୋଧୀଙ୍କ ସମାଲୋଚନା

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟର ସବୁଠାରୁ ସୁରକ୍ଷିତ ଜେଲରୁ ଫେରାର ଦୁଇ ଦୁର୍ଦ୍ଦାନ୍ତ ଅପରାଧିଙ୍କ ପତ୍ତା ଏଯାଏଁ ମିଳିନାହିଁ । ୪୮ ଘଣ୍ଟା ପରେ ବି ପୋଲିସର ହାତ ଖାଲି । ଯାଜପୁର ଜିଲ୍ଲା ପାଣିକୋଇଲି ପଣ୍ଡା ଅଳଙ୍କାର ଲୁଟ ଉଦ୍ୟମ ବେଳେ ଦୁଇ ଜଣଙ୍କୁ ହତ୍ୟା କରି ଫେରାର ହେଉଥିବା ୨ ବିହାରୀ କାୟତଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୋଲିସରେ ଜିମା ଦେଇଥିଲେ । ଜାନୁଆରୀ ମାସରେ ଘଟିଥିବା ଘଟଣା ଏବେ ବି ରହସ୍ୟ ଘେରରେ ଥିବା ବେଳେ ଏବେ ଦୁଇ ଅପରାଧି ଜେଲ ପାଚେରୀ ଡେଇଁ ଫେରାର ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଫେରାର ଅପରାଧୀକୁ ନେଇ ପାଣିକୋଇଲି ଅଞ୍ଚଳରେ ଭୟର ବାତାବରଣ ଥିବାବେଳେ ସରକାରଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଆଇନ ମନ୍ତ୍ରୀ କହିଛନ୍ତି ଫେରାର କଏଦୀଙ୍କୁ ଧରିବା ପାଇଁ ଚାଲିଛି ଉଦ୍ୟମ ।

୨୦୨୫ ଜାନୁଆରୀ ୪ରେ ସୁନା ଦୋକାନରୁ ଦ୍ବିପ୍ରହରରେ ଲୁଟ ଉଦ୍ୟମ । ୪ ବିହାରୀ ଅପରାଧିଙ୍କ ଲୁଟ ଉଦ୍ୟମକୁ ବିଫଳ କଲେ ସ୍ଥାନୀୟ ଲୋକେ । ଲୋକଙ୍କ ଭିଡ଼ରୁ ବର୍ତ୍ତିବା ପାଇଁ ଅପରାଧି ଗୁଳି ଚଳାଇ ଦୁଇ ଜଣ ନୀରିହ ଲୋକଙ୍କ ଜୀବନ ନେଲେ । ନୀଳମାଧବ ପଣ୍ଡା ଓ ଅନିଲ ରାୟ ଦୁଇ ସ୍ଥାନୀୟ ଯୁବକଙ୍କୁ ହତ୍ୟା କରି ଫେରାର ହେଉଥିବା ବେଳେ ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡ଼ିଥିଲେ ୨ ଅପରାଧୀ । ଲୋକଙ୍କ କବଳରୁ ପୋଲିସ ଅପରାଧିଙ୍କୁ ମୁକୁଳାଇ ଜେଲ୍ ପଠାଇଥିଲା । ଲୋକେ ଆଶ୍ବସ୍ତ ହୋଇଥିଲେ । ହେଲେ ଘଟଣାର ୯ ମାସ ପରେ ଗତ ୩ ତାରିଖରେ ରାଜ୍ୟର ସବୁଠାରୁ ସୁରକ୍ଷିତ ଚୌଦ୍ବାର ଜେଲରୁ ଫେରାର ହେବାରେ ସକ୍ଷମ ହେଲେ ଡକାୟତ ମଧୁକାନ୍ତ ଓ ରାଜା ସାହାଣୀ । କଡ଼ା ପହରା ସତ୍ତ୍ବେ ଲୁହା ରଡ଼ କାଟି କମ୍ବଳ ଜରିଆରେ ପାଚେରୀ ଡ଼େଇଁ ଦୁଇ ବିହାରୀ ଅପରାଧି ଫେରାର ହେବା ଯେତିକି ଆଶ୍ଚର୍ଯ୍ୟଜନକ, ସେତିକି ଭୟାବହ । ଫେରାର ଅପରାଧିଙ୍କୁ ନେଇ ପାଣିକୋଇଲି ଅଞ୍ଚଳରେ ଭୟର ବାତାବରଣ । ପୋଲିସକୁ ସମାଲୋଚନା କରିବା ସହ ଜେଲ ଫେରନ୍ତାଙ୍କ ଆଗାମୀ ପଦକ୍ଷେପକୁ ନେଇ ଚିନ୍ତାରେ ଲୋକେ ।

ପୋଲିସ SI ପରୀକ୍ଷା ସ୍କାମରେ ଓଡ଼ିଶା ପୋଲିସ ମୁଣ୍ଡ ତଳକୁ ହୋଇଥିବା ବେଳେ ଚୌଦ୍ବାରରୁ ଦୁଇ କଏଦୀ ଫେରାର ହେବା ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛି । ୧୫ ମାସ ମଧ୍ୟରେ ନାରୀ ନିର୍ଯାତନା ଶିଖର ଛୁଇଁଲାଣି । ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହେଲାଣି । ଲୋକଙ୍କ ସରକାର ଉତ୍ସବ ମନାଇବାରେ ବ୍ୟସ୍ତ ଥିବା ବେଳେ ପୋଲିସ ଉପରୁ ଅପରାଧୀଙ୍କ ଭୟ ତୁଟିଲାଣି। କେବଳ ଫମ୍ପା ସ୍ଲୋଗାନ, ମିଛ ପ୍ରତିଶୃତି ଦେଇ ସରକାର ରାଜ୍ୟବାସୀଙ୍କୁ ଭକୁଆ ବନାଉଛି ବୋଲି ବିଜେଡ଼ି ଓ କଂଗ୍ରେସ ସମାଲୋଚନା କରିଛନ୍ତି । ଜବାବରେ ଆଇନ ମନ୍ତ୍ରୀ କହିଛନ୍ତି, ଜେଲ ଡ଼ିଜିଙ୍କ ନିର୍ଦ୍ଦେଶରେ କେନ୍ଦ୍ରାଞ୍ଚଳ ଡ଼ିଆଇଜି ଘଟଣାର ତଦନ୍ତ କରୁଛନ୍ତି । ଖୁବଶୀଘ୍ର ଦୁଇ ଅଭିଯୁକ୍ତ ଧରାପଡ଼ିବେ ।

ଦୁଇ ଦୁର୍ଦ୍ଦାନ୍ତ ଅପରାଧି ଜେଲରୁ ଫେରାର ଘଟଣାକୁ ୨ ଦିନ ହେଲାଣି । ପୋଲିସ ଦୁଇ ଅପରାଧୀଙ୍କ ବିଷୟରେ ଖବର ଦେବାକୁ ୫୦ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିବା ସହ ଚୌଦ୍ବାର ଜେଲ ଓ୍ବାର୍ଡ଼ନଙ୍କୁ ନିଲମ୍ବିତ କରି ଦାୟିତ୍ବ ସାରିଦେଇଛି । ଏ ଯାଏଁ କୌଣସି ପୋଲିସ ଅଧିକାରୀ ଏ ବାବଦରେ କିଛି ମୁହଁ ଖୋଲୁନାହାନ୍ତି ।