spot_img
Home Blog Page 366

ବିଧାନସଭାରେ ଚୋରୀ ଅଭିଯୋଗ: ଆବଶ୍ୟକ ପଦକ୍ଷେପ ନେବାକୁ କଂଗ୍ରେସର ଦାବି

ବିଧାନସଭାରେ ଚୋରୀ ଅଭିଯୋଗ। ଗତ ମାର୍ଚ୍ଚ ୨୬ ତାରିଖ ଅପରାହ୍ନ ପ୍ରାୟ ଅଢେଇଟା ବେଳକୁ ବିଧାନସଭା ଭିତରେ କଂଗ୍ରେସ ବିଧାୟକଙ୍କ କିଛି ଦାମୀ ସାମଗ୍ରୀ ଚୋରୀ ହୋଇଥିଲା। ବିଧାୟକଙ୍କ ସୁନା ଚେନ, ଦାମୀ ଘଣ୍ଟା, ଚସମା, ପ୍ୟାଣ୍ଟ, ସାର୍ଟ ଓ ଅନ୍ୟାନ୍ୟ ଦାମୀ ସାମଗ୍ରୀ ଚୋରୀ ହୋଇଥିଲା। ଏନେଇ ସେ ସମୟରେ ବିଧାନସଭା ସଚିବାଳୟର ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଚୋରୀ ସାମଗ୍ରୀ ବିଧାୟକଙ୍କୁ ହସ୍ତାନ୍ତର କରାଯାଇନି। ଏନେଇ ଆଜି ପୁଣି ଥରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଚୋରୀ ସାମଗ୍ରୀ କିଭଳି ଉଦ୍ଧାର ହେବ ସେନେଇ ଆବଶ୍ୟକ ପଦକ୍ଷେପ ନେବାକୁ କାଡାମ ଦାବି କରିଛନ୍ତି

ପରିବର୍ତ୍ତନ ହେବନି OTET ପରୀକ୍ଷା ତାରିଖ, ସେପ୍ଟେମ୍ବର ୨୭ରେ ହିଁ ହେବ ପରୀକ୍ଷା: ଗଣଶିକ୍ଷା ମନ୍ତ୍ରୀ

ପରିବର୍ତ୍ତନ ହେବନି OTET ପରୀକ୍ଷା ତାରିଖ। ସେପ୍ଟେମ୍ବର ୨୭ ତାରିଖରେ ହିଁ ହେବ ପରୀକ୍ଷା। ଏହି ପରୀକ୍ଷା ଠିକ ଭାବେ କରିବାକୁ ସବୁ ଆୟୋଜନ ହୋଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ତେବେ ଶିକ୍ଷକମାନେ ସେପ୍ଟେମ୍ବର ୨୭କୁ ନେଇ ଆପତ୍ତି ଉଠାଇଥିଲେ। କାରଣ ସେଦିନ କାର୍ଯ୍ୟ ଦିବସ ରହିଛି। ପରୀକ୍ଷା ଦେବେ ନା ସ୍କୁଲକୁ ଯିବେ ଏନେଇ ଶିକ୍ଷକମାନଙ୍କ ଦ୍ୱନ୍ଦ୍ୱ ଦୂର ହୋଇପାରିନି। ସେପଟେ OTET ତାରିଖ ପରିବର୍ତ୍ତନ ନହେବା ନେଇ ଗଣଶିକ୍ଷା ମନ୍ତ୍ରୀ କହିବା ପରେ ଶିକ୍ଷକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। କାର୍ଯ୍ୟ ଦିବସରେ କେମିତି ଶିକ୍ଷକ ପରୀକ୍ଷା ଦେବାକୁ ଯିବେ ବୋଲି କହିଛି ଶିକ୍ଷକ ସଂଘ। କାର୍ଯ୍ୟ ଦିବସରରେ ପରୀକ୍ଷାକୁ ନେଇ ଚିନ୍ତାରେ ପଡିଛନ୍ତି। ସେପ୍ଟେମ୍ବର 22 ରୁ 27 ଯାଏଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଅର୍ଦ୍ଧବାର୍ଷିକ ପରୀକ୍ଷା କରିବାକୁ ସରକାର କ୍ୟାଲେଣ୍ଡର ଜାରି କରିଛନ୍ତି। 75 ହଜାର ଶିକ୍ଷକ ସ୍ୱତନ୍ତ୍ର OTET ଦେଉଥିବାରୁ ବିଦ୍ୟାଳୟ କେମିତି ଚାଲିବ ଓ 27 ତାରିଖରେ କେମିତି ପିଲାମାନଙ୍କ ପରୀକ୍ଷା ପରିଚାଳନା କରିବେ ଏହାକୁ ନେଇ ଚିନ୍ତା। କମ ଶିକ୍ଷକ ଥିବା ସ୍କୁଲର ଶିକ୍ଷକ ଯଦି OTET ଦେବାକୁ ଯିବେ ତାହେଲେ ସେପ୍ଟେମ୍ବର 27ରେ ସ୍କୁଲ ଖାଲି ପଡ଼ିଯିବ। କଣ ଭାବିକି 28 ପରିବର୍ତ୍ତେ 27ରେ ପରୀକ୍ଷା କଲେ ସରକାର

ଆମ ବସ କର୍ମଚାରୀଙ୍କ ଦାଦାଗିରି: କଣ୍ଡକ୍ଟରଙ୍କ ମାଡ଼ରେ ଯାତ୍ରୀଙ୍କ ମୁଣ୍ଡ ଫାଟିଲା

ଆମ ବସ କର୍ମଚାରୀଙ୍କ ଦାଦାଗିରି । ଭୁବନେଶ୍ବର ୟୁନିଟ ୮ ମାର୍କେଟ ପାଖରେ ଥିବା ବସଷ୍ଟପର ଘଟଣା  । ଯାତ୍ରୀ ଜଣଙ୍କ ବସକୁ ଚଢ଼ୁଥିବା ବେଳେ ହୋଇଥିଲା ଯୁକ୍ତିତର୍କ। ବସ୍ ବାହାରକୁ ବାହାର କରି ଦେବା ସହିତ କଣ୍ଡକ୍ଟର ଜଣଙ୍କ ବାହାରକୁ ଆସି ଶକ୍ତ ଚାପୁଡ଼ା ମାରୁଥିବାର ଦେଖିବାକୁ ମିଳିଛି । ପୁଣି ରାସ୍ତା କଡରେ ତାର ଜାଲିରେ ପକାଇ ମାରିବାରୁ ବ୍ୟକ୍ତିଙ୍କ ମୁଣ୍ଡ ଫାଟି ଯାଇଥିବାବେଳେ ସ୍ଥାନୀୟ ଲୋକ ଉଦ୍ଧାର କରି ହସ୍ପିଟାଲକୁ ନେଇଛନ୍ତି । ସେପଟେ ବସ କଣ୍ଡକ୍ଟର କହିବାନୁସାରେ ଯାତ୍ରୀ ଜଣଙ୍କ ନିଶା ଖାଇଥିଲେ। ସେଥିପାଇଁ ସେ ତାଙ୍କୁ ମାରିଲେ। ସେପଟେ ଦିନକୁ ଦିନ ଆମ ବସର ଦାଦାଗିରି ବଢି ଚାଲିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ସବୁଦିନ କିଛି ନା କିଛି ଘଟଣାରେ ଯାତ୍ରୀ ମାନଙ୍କ ସହିତ ସେମାନେ ଦୁର୍ବ୍ୟବହାର କରୁଛନ୍ତି । ଆଉ ଆଜି ଜଣକୁ ମାରି ମୁଣ୍ଡ ଫଟାଇ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

ରାସ୍ତାପାଇଁ ରାସ୍ତା ରୋକ: ପୁଣି ଜାତୀୟ ରାଜପଥ 326 ଅବରୋଧ କଲେ ଗ୍ରାମବାସୀ ଓ ବଣିକ ସଂଘ

ରାସ୍ତାପାଇଁ ରାସ୍ତା ରୋକ । ପୁଣି ଜାତୀୟ ରାଜପଥ 326 ଅବରୋଧ କଲେ ଗ୍ରାମବାସୀ ଓ ବଣିକ ସଂଘ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପଳାସପୁର ଛକରେ ରାସ୍ତା ଅବରୋଧ କରିଛନ୍ତି । ଆସିକା ସେରଗଡ଼- ଦିଗପହଣ୍ଡି ବ୍ରହ୍ମପୁର ମୁଖ୍ୟ ରାସ୍ତାର କାମ ନିମ୍ନମାନର ହୋଇଥିବା ଅଭିଯୋଗ। ଖାଲ ଖମା ଯୋଗୁଁ ଘଟୁଛି ଦୁର୍ଘଟଣା । ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ପାଇଁ ରାସ୍ତାରୋକ ହୋଇଥିବାବେଳେ ଉଭୟ ପାଶ୍ୱରେ ଅଟକିଛି ଗାଡି ମୋଟର । ଖବର ପାଇ ପାଟପୁର ପୋଲିସ ଓ ସାନଖେମୁଣ୍ଡି ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ପ୍ରତିଶୃତି ଦେବାପରେ ହଟିଲା ରାସ୍ତାରୋକ ।

ଭୋଟ ଚୋରି ପ୍ରସଙ୍ଗ: ECI ଓ ବିଜେପିକୁ ପୁଣି ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଟାର୍ଗେଟ୍‌

ଭୋଟ ଚୋରି ପ୍ରସଙ୍ଗ ନେଇ ପୁଣି ଥରେ ଭାରତୀୟ ନିର୍ବାଚନ କମିଶନ ଓ ବିଜେପିକୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଟାର୍ଗେଟ। ଆଗକୁ ବିହାର ନିର୍ବାଚନ ହେବାକୁ ଥିବାବେଳେ ରାହୁଲ ଗାନ୍ଧୀ ପୁଣି ଥରେ ଭୋଟ ଚୋରି ପ୍ରସଙ୍ଗ ଉଠାଇଛନ୍ତି। ସେ ନିର୍ବାଚନ କମିଶନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛ। ଭୋଟର ତାଲିକାରୁ ଅନେକ ଲୋକଙ୍କ ନାମକୁ ବାଦ ଦିଆଯାଇଥିବା ଅଭିଯୋଗ କରିଛନ୍ତି ରାହୁଲ ଗାନ୍ଧି। ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ କହିଛନ୍ତି, ଭୋଟ ଚୋରି ବିଷୟରେ ଯାହା ମୁଁ କହୁଛି, ତାହା ବହୁତ ଦାୟିତ୍ୱର ସହିତ କହୁଛି।ପାଖରେ ଏହାର ପ୍ରମାଣ ଅଛି ବୋଲି। ସେ କହିଛନ୍ତି ଯେ ଭୋଟର ତାଲିକାରୁ ଅନେକ ଲୋକଙ୍କ ନାମ ବାଦ ଦିଆଯାଇଛି। ଏହା ହାଇଡ୍ରୋଜେନ୍ ବୋମା ନୁହେଁ ହାଇଡ୍ରୋଜେନ୍ ବୋମା ଆସୁଛି ବୋଲି କହିଛନ୍ତି ରାହୁଲ। ନିର୍ବାଚନରେ କିପରି ହେରଫେର ହେଉଛି ତାହା ଦେଶର ଯୁବପିଢ଼ିଙ୍କୁ ଦେଖାଇବା ଏବଂ ବୁଝାଇବା ଦରକାର। କର୍ଣ୍ଣାଟକର ଆଲାଣ୍ଡ ନିର୍ବାଚନମଣ୍ଡଳୀରେ ବ୍ୟାପକ ହେରଫେର କରାଯାଇଛି।

ତାଲିକାରୁ ୬ ହଜାର ୧୮ ଭୋଟ୍ ହଟାଇବାକୁ କେହି ଚେଷ୍ଟା କରିଥିଲେ।୨୦୨୩ ନିର୍ବାଚନରେ ଆଲାଣ୍ଡରେ କେତେ ଭୋଟ୍ ଡିଲିଟ୍ ହୋଇଥିଲା ତାହାର ସ୍ପଷ୍ଟ ତଥ୍ୟ ନାହିଁ । ଏହି ସଂଖ୍ୟା ୬ ହଜାରରୁ ବହୁତ ଅଧିକ। ସେହି ୬ ହଜାର ଭୋଟ ଡିଲିଟ୍ କରୁଥିବା ସମୟରେ ଜଣେ ଧରାପଡ଼ିଥିଲେ। ରାହୁଲ ଗାନ୍ଧୀ କର୍ଣ୍ଣାଟକର କିଛି ଭୋଟରଙ୍କ ଉଦାହରଣ ଦେଇ ଏହି ତଥ୍ୟ ରଖିଥିଲେ।ସାମ୍ବାଦିକ ସମ୍ମିଳନୀ ସମୟରେ ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ମଞ୍ଚ ଉପରେ ଡାକିଥିଲେ ରାହୁଲ। ସାମ୍ବାଦିକ ସମ୍ମିଳନୀ ସମୟରେ ଜଣେ ବ୍ୟକ୍ତି କହିଥିଲେ ତାଙ୍କର ୧୨ ଜଣଙ୍କ ନାମ ଡିଲିଟ କରାଯାଇଛି। ଫର୍ମ ପୂରଣ କରିବା ପାଇଁ କେହି ଜଣେ ଅନ୍ୟ ରାଜ୍ୟରୁ ଫୋନ୍ ଆଣିଥିଲେ। ଏହି ଫର୍ମଗୁଡ଼ିକ ସେହି ଫୋନ୍ ବ୍ୟବହାର କରି ପୂରଣ କରାଯାଇଥିଲା।

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ। ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ପାତ୍ରପଡା ପ୍ରାଥମିକ ବିଦ୍ୟାଳୟର ଏ ଘଟଣା। ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବିଦ୍ୟାଳୟରେ ତାଲା ପକାଇଵା ସହ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ। ପାତ୍ରପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ଲିପୁନ ବେହେରା ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଅନ୍ୟ ଜଣେ ଛାତ୍ରୀଙ୍କୁ ମାଡ଼ ମାରିଥିଲେ ଶିକ୍ଷକ। ମଦ୍ୟପାନ କରି ସ୍କୁଲକୁ ଆସି ଗ୍ରାମବାସୀ, ଶିକ୍ଷକମାନଙ୍କ ସହ ଝଗଡା କରିଥିଲେ । ବିଦ୍ୟାଳୟ କମ୍ପ୍ୟୁଟର ଶ୍ରେଣୀ ଗୃହକୁ ତାଲା ପକାଇ ବିଦ୍ୟାଳୟର ଆସବାବପତ୍ର ଫିଙ୍ଗା ଫୋପଡା କରିଥିଲେl ଯାହାକୁ ନେଇ ଅଭିଵାବକ ମହଲରେ ଅସନ୍ତୋଷ ଦେଖାଦଦେଇଛି। ବିଦ୍ୟାଳୟକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ତାଲା ପକାଇ ଧାରଣାରେ ବସିଛନ୍ତି  । ଯେପର୍ଯ୍ୟନ୍ତ ଲିପୁନ ବେହେରାଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ନ ହୋଇଛି ସେପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ଅଭିଭାବକମାନେ ଜିଦ ଧରି ବସି ରହିଛନ୍ତି । ଖବର ପାଇ ବାଗଡିଆ ପୋଲିସ ଘଟଣାସ୍ଥଳରେ ପହଁଚି ଆଲୋଚନା ଜାରି ରଖିଛି

ସାର କଳାବଜାରୀ ହେଉଛି, ସାର ସଂକଟ ନେଇ ସତ ମାନିଲେ ଯୋଗାଣ ମନ୍ତ୍ରୀ

ସାର କଳାବଜାରୀ ହେଉଛି: ଯୋଗାଣମନ୍ତ୍ରୀ । ସାର ସଂକଟ ନେଇ ସତ ମାନିଲେ ଯୋଗାଣମନ୍ତ୍ରୀ । ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା । ସାର କଳାବଜାରୀ ହେଉଛି । ଏହା ଉପରେ ସରକାର ନଜର ରଖିଛନ୍ତି । ରାଜ୍ୟରେ ଆବଶ୍ୟକ ସାର ମହଜୁଦ ଅଛି । ଆବଶ୍ୟକ ସାରର ସୁବଣ୍ଟନ ପାଇଁ ବ୍ୟବସ୍ଥା କରାଯାଉଛି । ସମସ୍ତ ଚାଷୀ ଯେପରି ସାର ପାଇବେ ସେଥିଲାଗି ବ୍ୟବସ୍ଥା କରାଯାଉଛି । ଏହାକୁ ନେଇ ଚାଷୀ ବ୍ୟତିବ୍ୟସ୍ତ ନହେବାକୁ କହିଛନ୍ତି ଚାଷୀ । ସାର କଳାବାଜାରୀ ରୋକିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି । ଯେଉଁଠାରେ କଳାବଜାରୀ ହେଉଛି ଏହାକୁ ରୋକିବାକୁ ରେଡ୍ ମଧ୍ୟ କରାଯାଉଛି । କଳାବଜାରୀ ସାର ଗୁଡିକୁ ଜବତ କରାଯାଉଛି ବୋଲି କହିଛନ୍ତି ମନ୍ତ୍ରୀ ।

ଦୀର୍ଘ ୫ ଦିନ ପରେ ମିଳିଲା ଅପହୃତ ନାବାଳିକାର ମୃତଦେହ

ଦୀର୍ଘ ୫ ଦିନ ପରେ ମିଳିଲା ଅପହୃତ ନାବାଳିକାର ମୃତଦେହ। ରାଧାନାଥପୁର ଆଡିଆ କୋଷ୍ଟକେନାଲ ନାଳରୁ ଉଦ୍ଧାର ହୋଇଛି ମୃତଦେହ। ଓଡ୍ରାଫ ଓ ଫାୟାର ମ୍ୟାନଙ୍କ ମିଳିତ ସର୍ଚ୍ଚ ଅପରେସନରେ କୋଷ୍ଟକେନାଲ ନାଳରୁ ଉଦ୍ଧାର ହୋଇଛି ମୃତଦେହ। ବାସୁଦେବପୁର ପୌରପାଳିକାର ରାଧାନାଥପୁର ଆଡିଆ ଗ୍ରାମର ଶନିବାର ସନ୍ଧ୍ୟାର ୯ ବର୍ଷର ନାବାଳିକା ଶୌଚ ହେବାକୁ ଯାଇଥିବାବେଳେ କେହି ଦୁର୍ବୃତ୍ତ ତାଙ୍କୁ ଅପହରଣ କରିନେଇଥିଲୋ।

ବହୁଚର୍ଚ୍ଚିତ ଶୁଭମିତ୍ରା ସାହୁ ହତ୍ୟା ଘଟଣା: ମୁହଁ ଖୋଲିଲେ ଦୀପକ ରାଉତଙ୍କ ପ୍ରଥମ ସ୍ତ୍ରୀଙ୍କ ଭଉଣୀ

ବହୁଚର୍ଚ୍ଚିତ ଶୁଭମିତ୍ରା ସାହୁ ହତ୍ୟା ଘଟଣା । ଘଟଣାରେ ମୁହଁ ଖୋଲିଲେ ଦୀପକ ରାଉତଙ୍କ ପ୍ରଥମ ସ୍ତ୍ରୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କ ଭଉଣୀ ରୋଜାଲିନ ପ୍ରିୟ ଦର୍ଶିନୀ। ସେ କହିଛନ୍ତି ବଡ ଭଉଣୀଙ୍କୁ ହତ୍ୟା କରାଯାଇଛି।ଏହା ଏକ ସଂଘବଦ୍ଧ ହତ୍ୟାକାଣ୍ଡ । ୨୦୧୮ରେ ତାଙ୍କର ହୋଇଥିଲା ବାହାଘର ।ବାହାଘରର ଚାରି ବର୍ଷ ପରେ ଅର୍ଥାତ୍ ୨୦୨୨ରେ ଖୁଣ୍ଟୁଣିରେ ହୋଇଥିଲା ଯୋଜନାମୂଳକ ଦୁର୍ଘଟଣା। ତେବେ ଏହା ଦୁର୍ଘଟଣା ନଥିଲା ବରଂ ଥିଲା ଏକ ହତ୍ୟାକାଣ୍ଡ। ହତ୍ୟା ପୂର୍ବରୁ ଶୁଭମିତ୍ରା ନାମରେ କୋଟିଏ ଟଙ୍କାର ବୀମା କରାଯାଇଥିଲା। ଏହା ସହିତ ଅପର୍ଣ୍ଣାଙ୍କ ନାମରେ ୨୫ ଲକ୍ଷ ଟଙ୍କାର ଋଣ କରିଥିଲେ। ମୃତ୍ୟୁବେଳକୁ ଅପର୍ଣ୍ଣା ୬ ମାସର ଗର୍ଭବତୀ ଥିଲେ।

’ହିଲସା’ ମାଛ ବଢ଼ାଇବ କି ଭାରତ-ବାଂଲାଦେଶର ବନ୍ଧୁତା ?

ଭାରତର ଦୁର୍ଗାପୂଜା ଅବସରରେ ବାଂଲାଦେଶୀ ’ହିଲସା’ ମାଛର ବେଶ୍ ଚାହିଦା ରହିଥାଏ । ଏହା ପଛର କାରଣ ମଧ୍ୟ ରହିଛି । ଏହି ମାଛ ଭାରତରେ ମିଳୁଥିବା ମାଛ ତୁଳନାରେ ବହୁତ ଭଲ । ଦୁର୍ଗାପୂଜାରେ ଏହି ମାଛର ବହୁତ ମହତ୍ତ୍ବ ରହିଥାଏ । ମାତ୍ର ଏଥର ବାଂଲାଦେଶରୁ ହେଉଥିବା ସପ୍ଲାଇ ୨୦୧୯ ପରେ ସବୁଠାରୁ କମ୍ ହେବ । ଭାରତ-ବାଂଲାଦେଶ ମଧ୍ୟରେ ଯେଉଁଭଳି ଭାବରେ ସମ୍ପର୍କ ରହିଛି, ଏପରି ସ୍ଥିତିରେ ଏହି ମାଛର ସପ୍ଲାଇ ହେବ ନାହିଁ ବୋଲି ଜଣାପଡ଼ୁଥିଲା ।

ବାଂଲାଦେଶରେ ଶାସନ ପରିବର୍ତ୍ତନ ପରେ ଭାରତ ସହ ଭଲ ସମ୍ପର୍କ ରହିନଥିଲା । ଅନ୍ୟପଟେ ବାଂଲାଦେଶୀ ଦୁଇ ପଡ଼ୋଶୀ ଚୀନ ଓ ପାକିସ୍ତାନ ଆଡ଼କୁ ଢଳିବା ଭାରତର ଟେନସନକୁ ବଢ଼ାଇ ଦେଇଥିଲା । ଏହା ମଧ୍ୟରେ ବାଂଲାଦେଶରୁ ୮ ଟ୍ରକ ହିଲସା ମାଛ ଭାରତ ଆସିଛି । ଏହି ମାଛକୁ ଦୁର୍ଗାପୂଜାରେ ପବିତ୍ର ବୋଲି କୁହାଯାଏ । ତେଣୁ ହିଲସା ଦୁଇ ଦେଶର ସମ୍ପର୍କକୁ ପୁଣି ଥରେ ଯୋଡ଼ିବାରେ ସହାୟକ ହେବ କି ବୋଲି ପ୍ରଶ୍ନ ଉଠିଛି । ଦୁର୍ଗାପୂଜା ପୂର୍ବରୁ ବାଂଲାଦେଶରୁ ୮ଟି ଟ୍ରକରେ ପାଖାପାଖି ୩୨ ଟ୍ରନ ମାଛ ଆସି ଭାରତ-ବାଂଲାଦେଶ ସୀମାରେ ପହଞ୍ଚିଛି । ଏହି ମାଛର ଦାମ୍ କେଜି ପ୍ରତି ପାଖାପାଖି ୧୮୦୦ ଟଙ୍କା ହେବ । ତେଣୁ ଏହି ହିଲସା ମାଛର ଆମଦାନୀ ପୁଣି ଥରେ ଦୁଇ ଦେଶର ସମ୍ପର୍କକୁ ଯୋଡ଼ି ପାରିବ କି? ସ୍ବାଦ କାରଣରୁ ଏହି ମାଛକୁ ’ମାଛର ରାଣୀ’ କୁହାଯାଏ ।