spot_img
Home Blog Page 361

ସରିଲାଣି ଆସନ ଭାଗବଣ୍ଟା!, ଆଜି ସଂନ୍ଧ୍ୟାରେ ଗୁରୁତ୍ବପୂର୍ଣ୍ଣ ବୈଠକ

ନନ୍ଦିଘୋଷ ବ୍ୟୁରୋ: ବିହାର ନିର୍ବାଚନ ତାରିଖ ଘୋଷଣା ହେବା ପରେ ସରଗମର ହେବାରେ ଲାଗିଛି ରାଜନୈତିକ ମାହୋଲ । ଏନଡିଏ ଏବଂ ମହାଗଠବନ୍ଧନ ମଧ୍ୟରେ କଡ଼ା ଟକ୍କର ହେବାକୁ ଯାଉଛି । ତେବେ ଏଥର ମହାଗଠବନ୍ଧନ ବେଶ ଦମରେ ରହିଥିବାବେଳେ ବିହାରରେ କିଏ ସରକାର ଗଠନ କରିବ ଏହାକୁ ନେଇ ବେଶ ଚର୍ଚ୍ଚା ହେଉଛି । ତେବେ ଏହାରି ଭିତରେ ମହାଗଠବନ୍ଧନର ଆସନ ଭାଗବଣ୍ଟା ଏକପ୍ରକାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ସଂନ୍ଧ୍ୟାରେ ଏକ ବଡ଼ ବୈଠକ ହେବ ବୋଲି କୁହାଯାଉଛି ।

ତେବେ ମିଳିଥିବା ତଥ୍ୟକୁ ଯଦି ବିଶ୍ବାସ କରିବା ତାହେଲେ ଆରଜେଡି ୧୩୦ରୁ ୧୩୫ ଆସନରେ ଲଢ଼ିବ । ସେହିପରି କଂଗ୍ରେସ ୫୫ରୁ ୫୮, ଭିଆଇପି- ୧୪ରୁ ୧୪ ଏବଂ ବାମଦଳ ଗୁଡ଼ିକ ୩୦ରୁ ୩୫ ଆସନରେ ଲଢ଼ିବେ । ତେବେ ଏହି ଗଣିତକୁ ନେଇ କିଛି ଅସୁବିଧା ରହିଥିବାବେଳେ ଆଜି ସଂନ୍ଧ୍ୟାରେ ତେଜସ୍ବୀ ଯାଦବଙ୍କ ବାସଭବନରେ ବୈଠକ ହେବାକୁ ଯାଉଛି । ସେପଟେ ମୁକେଶ ସାହାଣୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରାର୍ଥୀଭାବେ ଘୋଷଣା କରାଯାଇପାରେ ।

ମହଙ୍ଗା ପଡିଲା ଜାତିଆଣ ମନ୍ତବ୍ୟ, ଗିରଫ ହେଲା ଅଭିଯୁକ୍ତ

ନନ୍ଦିଘୋଷ ବ୍ୟୁରୋ: ବନ୍ଧାହେଲା ଗୁଜବକାରୀ । ସୋସିଆଲ ମିଡିଆରେ ମହଙ୍ଗା ପଡିଲା ଜାତିଆଣ ମନ୍ତବ୍ୟ । କଟକ ସହରରେ ହିଂସାକୁ ଉସୁକାଉଥିବା ଅଭିଯୋଗରେ ଜଣେ ଗିରଫ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲା ପ୍ରଦୀପ ଚନ୍ଦ୍ର ସାହୁ । ଅଭିଯୁକ୍ତକୁ ଗିରଫ କରିଛି ଭରତପୁର ଥାନା ପୋଲିସ। ଅଭିଯୁକ୍ତର ଘର ବଡଗଡ଼ ଥାନା ଅନ୍ତର୍ଗତ ବ୍ରହ୍ମେଶ୍ବର ପାଟଣା । ଅଭିଯୁକ୍ତ ଜଣଙ୍କ ବାରମ୍ବାର ସୋସିଆଲ ମିଡ଼ିଆରେ ଜାତିଆଣ ଆକ୍ଷେପ ସହ କଟାକ୍ଷ କରୁଥିଲା । ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିଲା । କମିଶନରେଟ ପୋଲିସ ପକ୍ଷରୁ ସୋସିଆଲ ମିଡ଼ିଆ ମନିଟରିଂ ବେଳେ ଧରାପଡିଥିଲା ଏହି ଅଭିଯୁକ୍ତ ପ୍ରଦୀପ ଚନ୍ଦ୍ର ସାହୁ ।

‘ରାଜ୍ୟରେ ଭୁଶୁଡ଼ି ପଡ଼ିଲାଣି ଆଇନଶୃଙ୍ଖଳା ବ୍ୟବସ୍ଥା’, ଘଟୁଛି ଗୋଟିଏ ପରେ ଗୋଟିଏ ଘଟଣା…

ନନ୍ଦିଘୋଷ ବ୍ୟୁରୋ: ଓଡିଶାରେ ଭୁଶୁଡିପଡିଛି ଆଇନଶୃଙ୍ଖଳା ପରିସ୍ଥିତି । ଗତ କିଛି ଦିନ ଧରି ଘଟିଥିବା ହିଂସାକାଣ୍ଡ ତାର ପ୍ରମାଣ । ଗତକାଲି ରାତିରେ ୧୦ଟାରେ ବ୍ରହ୍ମପୁର ସହରରେ ଜଣେ ବରିଷ୍ଠ ଆଇନଜୀବୀ ତଥା ବାର କାଉନସିଲ ସଦସ୍ୟ ବିଜେପି ନେତା ପୀତବାସ ପଣ୍ଡାଙ୍କୁ ପଏଣ୍ଟ ବ୍ଲାଙ୍କ ରେଞ୍ଜରେ ଗୁଳି ମାଡ଼ କରି ହତ୍ୟା କରାଯାଇଛି । ୧୫ ଘଣ୍ଟାରୁ ଅଧିକ ସମୟ ବିତିବା ପରେ ପୋଲିସ ଦୁଇ ଦୁର୍ବୃତ୍ତଙ୍କ ଟେର ପାଉନି । ଗତକାଲି ଗଞ୍ଜାମର ବଡ଼ ପର୍ବ କୁମରା ପୂର୍ଣ୍ଣିମାରେ ସକ୍ରିୟ ପାଟ୍ରୋଲିଂ ନଥିଲା । ତେଣୁ ଦୁର୍ବୃତ୍ତ ଏପରି ଏକ ଜଘନ୍ଯକାଣ୍ଡ ଭିଆଇ ଫେରାର ହୋଇଗଲେ ବୋଲି ଅଭିଯୋଗ କରିଛି ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । କହିଛି, ଯେଉଁ ସ୍ଥାନରେ ତାଙ୍କୁ ହତ୍ୟା କରାଗଲା ସେଠିଥିବା ସିସିଟିଭି ବି ବାହାର କରାଯାଇଥିଲା । ଅର୍ଥାତ ଏହା ଯୋଜନାବଦ୍ଧ ହତ୍ଯାକାଣ୍ଡ ଥିଲା । ସ୍ଥାନୀୟ IIC ଓ ବ୍ରହ୍ମପୁର ପୋଲିସ ଜିଲ୍ଲା SP ବି ଛୁଟିରେ ଅଛନ୍ତି । ଏହା ଗୁଇନ୍ଦା ଓ ଆଇନ ଶୃଙ୍ଖଳାର ବିଫଳତା ।

୧୬ ମାସର ସରକାରରେ ଗଞ୍ଜାମରେ ରେକର୍ଡ ୧୨୮ ହତ୍ୟା ହୋଇଛି । ଧରାକୋଟ ଓ ଭଞ୍ଜନଗରରେ ବି ହତ୍ୟା ହୋଇଛି । ନବୀନ ପଟ୍ଟନାୟକ ଗଞ୍ଜାମରେ ଶାନ୍ତି ଫେରାଇ ଆଣିଥିଲେ । ହେଲେ ଆଜି ସରକାରରେ ପୋଲିସ ନାଚାର । ଗଞ୍ଜାମ ଜିଲ୍ଲାରେ ୧୧ ବିଜେପି ବିଧାୟକ, ଜଣେ ସାସଂଦ, ଦୁଇ ଜଣ ମନ୍ତ୍ରୀ ନିଜ ଦଳର ଆଇନଜୀବୀଙ୍କୁ ସୁରକ୍ଷା ଦେଇ ପାରୁ ନାହାନ୍ତି । ପୀତବାସ ନିଜ ସୁରକ୍ଷା ଦାବି କରିଥିଲେ । ହେଲେ ସରକାର ଭୃକ୍ଷେପ କଲେନି । ବିଜେଡି ପୀତବାସ ପଣ୍ଡା ହତ୍ୟାରେ ଗଭୀର ଦୁଃଖ ପ୍ରକାଶ କରୁଛି ବୋଲି କହିଛନ୍ତି ଦଳର ବରିଷ୍ଠ ସଂପାଦକ ଭୃଗୁ ବକ୍ସିପାତ୍ର । କଣାସରେ ଲକ୍ଷ୍ମୀ ବସରେ ପଶି ଜଣେ ଦୁର୍ବୃତ୍ତ ହାଣି ଚାଲିଲେ । ପରିବହନ ମନ୍ତ୍ରୀ ଗଞ୍ଜାମର । ତାଙ୍କ ସହଯୋଗୀ ପୀତବାସ ପଣ୍ଡା । ଲକ୍ଷ୍ମୀ ବସରେ ହତ୍ୟା ହେଉଛି । ବାଲି, ଖାଦାନ ବି ଲୁଟ ହେଉଛି । ଏହି ଦୁଇ ବିଭାଗ ମନ୍ତ୍ରୀ ବିଭୂତି ଜେନାଙ୍କ ପାଖରେ । ସେ କିନ୍ତୁ କହୁଛନ୍ତି, କାହାକୁ ଛଡାଯିବନି । କେଉଁଠି ବି ଦୋଷୀ ଧରା ପଡୁନି । SI ପରୀକ୍ଷା ବିଭ୍ରାଟ ବି ଗଞ୍ଜାମରେ ହେଲା । ଚୌଦ୍ୱାର ଜେଲରୁ ଦୁଇ କଏଦୀ ଚମ୍ପଟ ମାରୁଛନ୍ତି ।  ଭାଇଚାରାର ସହର କଟକ ଅଶାନ୍ତ ହେଲା । ବିଶ୍ରାରେ ହତ୍ୟାକାଣ୍ଡ ଘଟିଲା । କେତେ କେତେ ହତ୍ଯାକାଣ୍ଡ ଘଟୁଛି ତାର ହିସାବ ନାହିଁ । ପୀତବାସ ପଣ୍ଡାଙ୍କ ହତ୍ୟାର ତଦନ୍ତ ସକ୍ରିୟ ଭାବେ କରନ୍ତୁ ସରକାର । ବିଜେପି କେବଳ ବାକ୍ୟବାଣ ନଛାଡି ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରନ୍ତୁ ।

ବିଜେପି ସରକାର ଆସିବା ଦିନଠୁ ଆଇନଶୃଙ୍ଖଳା ବିଗିଡିଛି, ଆଇନଜୀବୀଙ୍କ ହତ୍ୟା ଯୋଜନାବଦ୍ଧ : ଭୃଗୁବକ୍ସି ପାତ୍ର

ଭୁବନେଶ୍ବର : ଆଇନଜୀବୀ ପିତବାସ ପଣ୍ଡାଙ୍କୁ ହତ୍ୟା ଘଟଣାକୁ ନେଇ ବର୍ଷିଲା ବିଜେଡି । ଶଙ୍ଖ ଭବନରେ ଏକ  ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ ବିଜେଡି ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁବକ୍ସି ପାତ୍ର । ସେ ମହିଛନ୍ତି ବିଜେପି ସରକାର ଆସିବା ଦିନଠୁ ଆଇନ ଶୃଙ୍ଖଳା ବିଗିଡିଛି । ଗତ କିଛି ଦିନ ଧରି ଓଡ଼ିଶାରେ ହେଉଥିବା ସମ୍ପୂର୍ଣ୍ଣ ଆଇନ ଶୃଙ୍ଖଳା ବିଫଳତା, ସମ୍ବେଦନଶୀଳ ଘଟଣା ସବୁ ଅଞ୍ଚଳରେ ଘଟୁଛି । ଗତକାଲି ରାତି ୧୦ଟା ରେ ବ୍ରହ୍ମପୁର ସହରରେ ଜଣେ ବରିଷ୍ଠ ଆଇନଜୀବୀ ତଥା ବାର କାଉଁସିଲ ସଦସ୍ୟ ବିଜେପି ନେତା ପୀତବାସ ପଣ୍ଡାଙ୍କୁ ପଏଣ୍ଟ ବ୍ଲାଙ୍କ ରେଞ୍ଜରେ ଗୁଳି ମାଡ଼ କରି ହତ୍ୟା କରାଯାଇଛି । ଗତକାଲି ଗଞ୍ଜାମର ବଡ଼ ପର୍ବ କୁମାର ପୁର୍ଣିମା ଥିଲା । ପ୍ରତିବର୍ଷ ଏହି ସମୟରେ ଗଞ୍ଜାମ ଜିଲ୍ଲାରେ ପୋଲିସର ସକ୍ରିୟ ପେଟ୍ରଲିଙ୍ଗ ହୁଏ । ହେଲେ ଗତକାଲି ହୋଇନଥିଲା । ଦୁର୍ବୃତ୍ତ ଗୁଳି କରି ଖସି ପଳାଇଲେ । ୧୫ ଘଣ୍ଟା ହେବ ସେମାନଙ୍କ ଟେର ପାଉନି ପୋଲିସ ।  ଯେଉଁ ସ୍ଥାନରେ ତାଙ୍କ ହତ୍ୟା ହେଲା, ସେଠି ଥିବା ସିସିଟିଭି ବି ବାହାର କରାଯାଇଥିଲା । ଅର୍ଥାତ ଏହା ଯୋଜନାବଦ୍ଧ ହତ୍ୟା ଥିଲା । ସ୍ଥାନୀୟ IIC ଛୁଟିରେ ଥିଲେ । ବ୍ରହ୍ମପୁର ପୋଲିସ ଜିଲ୍ଲା SP ବି ଛୁଟିରେ ଅଛନ୍ତି । ଏହା ସମ୍ପୂର୍ଣ୍ଣ ସରକାରଙ୍କ ଗୁଇନ୍ଦା ଓ ଆଇନ ଶୃଙ୍ଖଳାର ବିଫଳତା ।  ୧୬ ମାସର ମୋହନ ମାଝୀ ସରକାର ଶାସନ ଭାର ନେବା ପରେ ଗଞ୍ଜାମରେ ରେକର୍ଡ ୧୨୮ ହତ୍ୟା ହୋଇଛି । ଧରାକୋଟ ଓ ଭଞ୍ଜନଗରରେ ବି ହତ୍ୟା ହୋଇଛି । ନବୀନ ପଟ୍ଟନାୟକ ଗଞ୍ଜାମରେ ଶାନ୍ତି ଫେରାଇ ଆଣିଥିଲେ । ହେଲେ ଆଜି ସରକାରରେ ପୋଲିସ ନାଚାର । ମୁଖ୍ୟମନ୍ତ୍ରୀ ନିଜେ ଗୃହ ମନ୍ତ୍ରୀ, ଗଞ୍ଜାମ ଜିଲ୍ଲାରେ ୧୧ ବିଜେପି ବିଧାୟକ, ଜଣେ ସାସଂଦ, ଦୁଇ ଜଣ ମନ୍ତ୍ରୀ ନିଜ ଦଳର ଆଇନଜୀବିଙ୍କୁ ସୁରକ୍ଷା ଦେଇ ପାରୁ ନାହାନ୍ତି । ବ୍ରହ୍ମପୁର ଓଡ଼ିଶା ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର । ବିଜେପି ନିଜ ନେତାଙ୍କୁ ସୁରକ୍ଷା ଦେଇ ପାରୁନି । ବିଜେଡି ପୀତବାସ ପଣ୍ଡା ହତ୍ୟାରେ ଗଭୀର ଦୁଃଖ ପ୍ରକାଶ କରୁଛି । ସରକାରଙ୍କ ବେପରୁଆ ଆଇନ ବ୍ୟବସ୍ଥାକୁ ନିନ୍ଦା କରୁଛି । ବିଜେପି ସରକାରର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବିରୋଧରେ ବିଜେଡି ଆନ୍ଦୋଳନ କରି ଆସୁଛି । ଗତ ଏକ ସପ୍ତାହରେ ଯାହା ଘଟିଛି, ତାହା ଆଜି ଯାଏ କେବେ ହୋଇ ନଥିଲା । କିଛି ସମୟ ତଳେ କଣାସରେ ଲକ୍ଷ୍ମୀ ବସରେ ପଶି ଜଣେ ଦୁବୃତ୍ତ ହାଣି ଚାଲିଲେ । ପରିବହନ ମନ୍ତ୍ରୀ ଗଞ୍ଜାମର । ତାଙ୍କ ସହଯୋଗୀ ପୀତବାସ ପଣ୍ଡା । ଲକ୍ଷ୍ମୀ ବସରେ ହତ୍ୟା ହେଉଛି । ବାଲି, ଖାଦାନ ବି ଲୁଟ ହେଉଛି । ଏହି ଦୁଇ ବିଭାଗ ବିଭୂତି ଜେନାଙ୍କ ପାଖରେ ଅଛି । ଆଶ୍ଚର୍ଯ୍ୟ ଲାଗୁଛି, ସେ କହୁଛନ୍ତି କାହାକୁ ଛଡା ଯିବନି । କେଉଁଠି ବି ଦୋଷୀ ଧରା ପଡୁନି । ଦୋଷୀର ଆଇନ ଓ ପୋଲିସ ପ୍ରତି ଭୟ ନାହିଁ । ଆଇନ ଶୃଙ୍ଖଳା ନିୟନ୍ତ୍ରଣରେ ସରକାର ବିଫଳ । SI ପରୀକ୍ଷା ବିଭ୍ରାଟ ବି ଗଞ୍ଜାମରେ ହେଲା । ଚୌଦ୍ୱାର ଜେଲରୁ ଦୁଇ କଏଦୀ ଚମ୍ପଟ ମାରୁଛନ୍ତି । ଭାଇଚାରାର ସହର କଟକରେ କଣ କଲେ ସରକାର । ବିଶ୍ରାରେ ହତ୍ୟାକାଣ୍ଡ, ବାଲେଶ୍ୱରରେ କର୍ଫ୍ୟୁ, କେତେ ହତ୍ୟା ଏକ ବର୍ଷରେ, ତାହାର ହିସାବ ନାହିଁ । ବିଜେଡି ସରକାରଙ୍କ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନିନ୍ଦା କରୁଛି । ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବାରେ ସରକାରଙ୍କ ନିର୍ଦ୍ଧିଷ୍ଟ ପଦକ୍ଷେପ ନାହିଁ  । ମୁଖ୍ୟମନ୍ତ୍ରୀ, ଗୃହ ସଚିବ, ମୁଖ୍ୟ ଶାସନ ସଚିବ, SP, IG, DG ଆଇନ ଶୃଙ୍ଖଳା ପାଇଁ ଦିନେ ବି ବୈଠକ କଲେନି । ପ୍ରତିଦିନ ଖବରକାଗଜ ପଢିଲେ, ହତ୍ୟା, ଲୁଟ. ଦିନରେ ସରକାରୀ ବସରେ ପଶି ହତ୍ୟା କରାଯାଉଛି । ପୀତବାସ ପଣ୍ଡାଙ୍କ ହତ୍ୟାର ତଦନ୍ତ ସକ୍ରିୟ ଭାବେ କରନ୍ତୁ ସରକାର । ବିଜେପି କେବଳ ବାକ୍ୟବାଣ ନ କରି ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରନ୍ତୁ । ନ ହେଲେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ବାହାରକୁ ପଳାଇବ ।

କୋଲଡ୍ରିପ୍ କଫ୍ ସିରପର ସାଂଘାତିକ ସତ ! ଫ୍ୟାକଟ୍ରିରେ ୩୫୦ରୁ ଅଧିକ ନିୟମ ଉଲ୍ଲଂଘନ..

ନନ୍ଦିଘୋଷ ବ୍ୟୁରୋ : ଅତ୍ୟନ୍ତ ଅସନା ପରିବେଶରେ ତିଆରି ହେଉଥିଲା ଔଷଧ, ଫ୍ୟାକଟ୍ରିର ସବୁ ଯନ୍ତ୍ରପାତିରେ ଲାଗି ଗଲାଣି କଳଙ୍କି, ଏୟାର ଫିଲଟର ବି କାମ କରୁନି, ଏପରିକି ଔଷଧ ପ୍ରସ୍ତୁତିରେ ଯେଉଁ ମାନର ରାସାୟନିକ ପଦାର୍ଥ ବ୍ୟବହାର ହେବା କଥା, ସେମିତି ସାମଗ୍ରୀ ବ୍ୟବହାର କରାଯାଇନାହିଁ। ଏମିତି ଗୋଟିଏ ଦୁଇଟି ନୁହେଁ, ପୁରା ୩୫୦ଟି ନିୟମର ଉଲ୍ଲଂଘନ କରିଛି କୋଲଡ୍ରିପ୍ କଫ୍ ସିରପ୍ ପ୍ରସ୍ତୁତ କରୁଥିବା କମ୍ପାନି ଶ୍ରେସାନ ଫାର୍ମାସ୍ୟୁଟିକାଲସ। ଏପରି ସାଂଘାତିକ ତଥ୍ୟ ଆସିଛି ତଦନ୍ତରୁ। ତାମିଲନାଡୁର କାଞ୍ଚିପୁରମରେ ଅଛି ଏହାର ଫ୍ୟାକଟ୍ରି । ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଅନେକ ଶିଶୁ  କୋଲଡ୍ରିପ୍ କଫ୍ ସିରଫ ବ୍ୟବହାର କରି ମୃତ୍ୟୁମୁଖରେ ପଡ଼ିବା ପରେ ତାମିଲନାଡୁ ସରକାରଙ୍କ ଏକ ଟିମ୍  ଫ୍ୟାକଟ୍ରି ପରିଦର୍ଶନ କରି ତଦନ୍ତ କରିଛନ୍ତି। ସେଥିରୁ ଜଣାପଡ଼ିଛି କମ୍ପାନି ପକ୍ଷରୁ ବ୍ୟାପକ ନିୟମ ଉଲ୍ଲଂଘନ ହୋଇଛି। ମୋଟ ୩୫୦ ଟି ନିୟମର ଉଲ୍ଲଂଘନ ହୋଇଥିବା ଜଣାପଡ଼ିଛି। ଔଷଧ କେମିତି ପ୍ରସ୍ତୁତ ହେଉଛି, ତାହା ତଦାରଖ ରଖିବାକୁ ମଧ୍ୟ କେହି ନାହାନ୍ତି। ପୁରା ପ୍ଲାଣ୍ଟ ର ଲେଆଉଟ ଡିଜାଇନ୍ ଭୁଲ। ଔଷଧର ବ୍ୟାଚ ଯାଞ୍ଚ କରିବାକୁ କିମ୍ଵା କ୍ଵାଲିଟି ଯାଞ୍ଚ କରିବାକୁ, ମାନ ଠିକ୍ ନ ଥିଲେ ତାହା ଫେରସ୍ତ କରିବାକୁ ମଧ୍ୟ କୌଣସି ବ୍ୟବସ୍ଥା ନାହିଁ। ଏହି କମ୍ପାନି ୫୦ କେଜି ପ୍ରୋପିଲିନ୍ ଗ୍ଲାଏକଲ୍ କିଣିଛି ବିନା ବିଲରେ। ଏଥିରୁ ଜଣାପଡ଼ିଛି ବେଆଇନ ଭାବେ ଏହା କିଣାଯାଇଛି। ଅତ୍ୟନ୍ତ ବିଷାକ୍ତ ପଦାର୍ଥ ଡାଇଥିଲିନ୍ ଗ୍ଲାଏକଲ୍  ମଧ୍ୟ ମିଳିଛି। ଔଷଧ ପ୍ରସ୍ତୁତିରେ ଏହା ବିଲକୁଲ ବ୍ୟବହାର ହେବା କଥା ନୁହେଁ। କିନ୍ତୁ ସ୍ରେସାନ ଫାର୍ମାସିଟ୍ୟୁକାଲସ ପକ୍ଷରୁ ଏହା ବ୍ୟବହାର କରାଯାଉଥିବା ଜଣାପଡ଼ିଛି। କୋଲଡ୍ରିପ୍ ସେବନ କରି ମଧ୍ୟପ୍ରଦେଶରେ ୧୪ ଓ ରାଜସ୍ଥାନରେ ୨ ଶିଶୁଙ୍କ ମୃତ୍ୟୁ ହୋଇଥିବାର ଖବର ଆସିଥିଲା।  ଏହାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ବି ହୋଇଥିଲା। କୋଲଡ୍ରିପ୍ ସେବନ କରି ଶିଶୁଙ୍କ ମୃତ୍ୟୁ ଖବର ପରେ ତାମିଲନାଡୁ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ଏହି ଔଷଧକୁ ବ୍ୟାନ କରିବା ସହିତ ମାର୍କେଟରେ ଥିବା ସମସ୍ତ ଏହି ଔଷଧକୁ ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କର୍ତ୍ତୃପକ୍ଷଙ୍କୁ ନୋଟିସ ଦିଆଯାଇଛି। ଉତ୍ତର ନ ଆସିବା ପର୍ଯ୍ୟନ୍ତ ଫ୍ୟାକଟ୍ରି ବନ୍ଦ ରହିବ। ପ୍ରାୟ ୧୧ଟି ରାଜ୍ୟ ଏହି ଔଷଧକୁ ବ୍ୟାନ କରିଛନ୍ତି।

ଖସଡ଼ା ଜଳପ୍ରପାତକୁ ପର୍ଯ୍ୟଟକଙ୍କୁ ମନା

ମୋହନା : ଖସଡ଼ା ଜଳପ୍ରପାତକୁ ପର୍ଯ୍ୟଟକଙ୍କୁ ମନା  । ଗତ ଲଗାଣ ବର୍ଷାରେ ଗଜପତି ଜିଲ୍ଲା ଖସଡ଼ା ଜଳପ୍ରପାତରେ ପ୍ରବଳ ମାତ୍ରାରେ ବନ୍ୟାଜଳ ପ୍ରବାହିତ ହେଉଛି । ଜଳପ୍ରପାତଟି ଏବେ ବିପଦପୂର୍ଣ୍ଣ ଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାରିକେଟ କରାଯାଇଛି । ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ପୋଲିସ ୨୪ ଘଣ୍ଟିଆ ପହରା ଦେଉଥିବା ବେଳେ ଗାଁର ଛୋଟ ଛୋଟ ପିଲାମାନେ ବିପଦସଂକୁଳ ଅବସ୍ଥାରେ ଗାଧୋଇବାକୁ ଆସୁଥିବା ଦେଖୁବାକୁ ମିଳିଥିଲା। ପ୍ରାଖୋର ସ୍ରୋତ ଥିବା ହେତୁ ଛୋଟ ଛୋଟ ପିଲାମାନେ ପାଣିରେ ଭାସିଯିବା ଆଶଙ୍କା ରହିଛି । ତେଣୁ ପ୍ରଶାସନ ଏହା ଉପରେ ଦୃଷ୍ଟି ଦେବା ପାଇଁ ସ୍ଥାନୀୟବାସୀ ଦାବି କରିଛନ୍ତି ।

ବ୍ରହ୍ମପୁରରେ ଆଇନଜୀବୀଙ୍କୁ ହତ୍ୟା ଘଟଣା, ଦୁଃଖପ୍ରକାଶ କଲେ ବିଜେଡି ସାଂସଦ ମାନସ ମଙ୍ଗରାଜ

ନନ୍ଦିଘୋଷ ବ୍ୟୁରୋ : ବ୍ରହ୍ମପୁରରେ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ଘଟଣାରେ ଦୁଃଖପ୍ରକାଶ କଲେ ବିଜେଡି ସାଂସଦ ମାନସ ମଙ୍ଗରାଜ। ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ଘଟଣାକୁ ଦୃଢ ନିନ୍ଦା କରିଛନ୍ତି । ଏହାସହ ରାଜ୍ୟରେ ଆଇନ ଶୃଙ୍କଳାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସାଂସଦ ମାନସ ମଙ୍ଗରାଜ । ରାଜ୍ୟରେ ଏକ ବର୍ଷ ହେବ ହତ୍ୟା, ଦୁଷ୍କର୍ମ ଭଳି ଘଟଣା ବଢିବାରେ ଲାଗିଛି। ଯାହା ରାଜ୍ୟ ପାଇଁ ଶୁଭଙ୍କର ନୁହେଁ ବୋଲି ସାଂସଦ ମାନସ ମଙ୍ଗରାଜ କହିଛନ୍ତି।

କଟକର ଜାରି କରାଯାଇଥିବା କର୍ଫ୍ୟୁ ଅବଧି ଶେଷ, ସଂଧ୍ୟା ୭ଟା ପର୍ଯ୍ୟନ୍ତ ବଳବତ୍ତର ଇଣ୍ଟରନେଟ୍ କଟକଣା

କଟକ : ଶୋଭାଯାତ୍ରାରେ ଗଣ୍ଡଗୋଳରୁ ଉତ୍ତେଜନା ଘଟଣା। କଟକର ଜାରି କରାଯାଇଥିବା କର୍ଫ୍ୟୁ ଅବଧି ଶେଷ ହୋଇଛି। ଧିରେ ଧିରେ ସ୍ଵାଭାବିକ ହେଉଛି ଜନଜୀବନ। କର୍ଫ୍ୟୁ ସରିବା ନେଇ ପ୍ରଶାସନ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇନାହିଁ। ଆଗକୁ କର୍ଫ୍ୟୁ ଜାରି ରହିବ ନା କୋହଳ କରାଯିବ ଏ ନେଇ ପ୍ରଶାସନ ଘୋଷଣା କରିପାରେ। ତେବେ ସୋସିଆଲ ମିଡିଆ ଉପରେ କଟକଣା ଜାରି ରହିଛି।  ଗତକାଲିଠାରୁ ଆଉ କୌଣସି ନୂଆ ଗଣ୍ଡଗୋଳ ହୋଇ ନାହିଁ। ତଥାପି ପରିସ୍ଥିତି ଉପରେ କଡ଼ା ନଜର ରଖିଛି ପ୍ରଶାସନ। ବରିଷ୍ଠ ପୋଲିସ ଅଧିକାରୀ କ୍ୟାମ୍ପ କରି ସେଠାରେ ରହିଛନ୍ତି ଓ ପରିସ୍ଥିତି ଉପରେ ରଖିଛନ୍ତି ତୀକ୍ଷଣ ନଜର। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ସବୁ ସ୍ତରରେ ଉଦ୍ୟମ ଚାଲିଛି। ଇଣ୍ଟରନେଟ ଓ ସୋସିଆଲ ମିଡିଆ କଟକଣା ଆଜି ସଂଧ୍ୟା ୭ ଯାଏ ରହିବ। କୌଣସି ପ୍ରକାର ଗୁଜବକୁ ସୁଯୋଗ ନ ଦେବାକୁ ଏହି ନିଷ୍ପତ୍ତି ନିଆଯାଇଛି। କଟକ ମହାନଗର ନିଗମ ଅଞ୍ଚଳ, ସିଡ଼ିଏ ଅଞ୍ଚଳ ଓ ବୟାଳିଶି ମୌଜା ଅଞ୍ଚଳରେ ଏହି ପ୍ରତିବନ୍ଧକ ଲାଗୁ କରାଯାଇଛି । ୩୬ ଘଣ୍ଟା ଧରି ଆଜି ସକାଳ ୧୦ ଟା ଯାଏ କର୍ଫ୍ୟୁ ଲଗାଯାଇଥିଲା।

ରାଉରକେଲାରେ ପୁଣି ଲଜ୍ଜା, ଵିଵାହିତ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ରାଉରକେଲା : ରାଉରକେଲା ସହରରେ ପୁଣି ଲଜ୍ଜା। ଗତକାଲି ରଘୁନାଥପାଲ୍ଲି ଥାନା ଅନ୍ତର୍ଗତ ଖରିଆଵାହାଲ ରେଳ ଲାଇନ ନିକଟରେ ଜଣେ ଵିଵାହିତ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ରଘୁନାଥପାଲ୍ଲି ଥାନାରେ ଅଭିଯୋଗ ହେଵା ପରେ ପୋଲିସ ପକ୍ଷରୁ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ବିବାହିତ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ବେଳେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ସହଯୋଗ କରିବା ସହ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ସହଯୋଗୀକୁ ମଧ୍ୟ ଗିରଫ କରାଯାଇଛି। ଦୁଇ ଅଭିଯୁକ୍ତଙ୍କୁ ରଘୁନାଥପାଲ୍ଲି ଥାନାରେ ଅଟକ ରଖି ପୋଲିସ ପକ୍ଷରୁ ପଚରାଉଚରା କରାଯାଉଛି।

ବଲିଉଡ ଅଭିନେତ୍ରୀ ଶିଲ୍ପା ସେଟ୍ଟୀଙ୍କୁ EOWର ଜେରା

ନନ୍ଦିଘୋଷ ବ୍ୟୁରୋ : ବଲିଉଡ ଅଭିନେତ୍ରୀ ଶିଲ୍ପା ସେଟ୍ଟୀଙ୍କୁ EOWର ଜେରା। ଜଣେ ବ୍ୟବସାୟୀଙ୍କୁ ୬୦ କୋଟି ଠକେଇ ମାମଲାରେ ପଚରାଉଚରା କରିଛି ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାକା EOW। ଦୀର୍ଘ  ସାଢେ ୪ ଘଣ୍ଟା ଧରି EOWର ଟିମ ପଚରାଉଚରା କରିଛନ୍ତି। ମାମଲାରେ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସମେତ ମୋଟ ୫ ଜଣଙ୍କ ବୟାନ ରେକର୍ଡ କରିଛି ଇଓଡବ୍ଲୁ। ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା ବ୍ୟବସାୟୀ ରାଜ କୁନ୍ଦ୍ରା ଏବଂ ପତ୍ନୀ ଶିଳ୍ପା ସେଟ୍ଟୀଙ୍କ ସହିତ ଜଡିତ ୬୦ କୋଟି ଠକେଇ ମାମଲାରେ ରାଜେନ୍ଦ୍ର ଭୁତାଡାଙ୍କ ବୟାନ ରେକର୍ଡ କରିଥିଲା ତଦନ୍ତକାରୀ ସଂସ୍ଥା।  ଭୁତାଡାଙ୍କୁ ଏହି ମାମଲାରେ ସାକ୍ଷୀ ଭାବରେ EOW କାର୍ଯ୍ୟାଳୟକୁ ଡକାଯାଇଥିଲା। ଭୁତାଡା ବେଷ୍ଟ ଡିଲ୍ ଟିଭି ପ୍ରାଇଭେଟ୍ ଲିମିଟେଡର ଜଣେ କର୍ମଚାରୀ। ରାଜ କୁନ୍ଦ୍ରା ଏବଂ ଅଭିନେତ୍ରୀ ଶିଳ୍ପା ବେଷ୍ଟ ଡିଲ ପ୍ରାଇଭେଟ ଲିମିଟେଡ ନାମରେ ଏକ ଅନଲାଇନ ସପିଙ୍ଗ ଏବଂ ଖୁଚୁରା ବିକ୍ରି ନେଇ ଏକ ପ୍ଲାଟଫର୍ମ କରିଥିଲେ। ଉଭୟ ରାଜ ଏବଂ ଶିଳ୍ପା ସେଟ୍ଟି ଏହି କମ୍ପାନୀର ନିର୍ଦ୍ଦେଶକ ଥିଲେ। ବ୍ୟବସାୟୀ ଦୀପକ କୋଠାରୀଙ୍କୁ ପ୍ରାୟ  60 କୋଟି ଠକେଇ କରିଥିବା ଅଭିଯୋଗରେ ଅଗଷ୍ଟ 14 ତାରିଖରେ ମାମଲା ହୋଇଥଲା। ଉଭୟଙ୍କ ବିରୁଦ୍ଧରେ ଜୁହୁ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଥିଲା। ରାଜ କୁନ୍ଦ୍ରା ତଦନ୍ତକାରୀଙ୍କ ସମ୍ମୁଖରେ ଦାବି କରିଛନ୍ତି ଯେ ଅର୍ଥର କିଛି ଅଂଶ ବଲିଉଡ୍ ଅଭିନେତା ବିପାଶା ବସୁ, ନେହା ଧୂପିଆ ଏବଂ ପ୍ରଯୋଜିକା ଏକତା କପୁରଙ୍କୁ ସେମାନଙ୍କର ବୃତ୍ତିଗତ ଫିସ୍ ଭାବରେ ଦେଇଥିଲେ। ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା EOW ସମ୍ମୁଖରେ ଏହି ତଥ୍ୟ ରଖିଥିଲେ। ମାମଲାରେ ରାଜ କୁନ୍ଦ୍ରା ଏବଂ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ଅନ୍ୟମାନଙ୍କ ସହିତ ଅଭିଯୁକ୍ତ ଭାବରେ ଦର୍ଶାଯାଇଛି।