spot_img
Home Blog Page 360

ପଇସା ଲୋଭରେ ରୁଷ ସେନାରେ ଯୋଗ ଦେଲେ, ଏବେ ୨୩ଦିନ ହେଲା ନିଖୋଜ ଅଛନ୍ତି !

ନନ୍ଦିଘୋଷ ବ୍ୟୁରୋ: ଲୋକମାନେ ପ୍ରାୟତଃ ଏକ ଭଲ ଜୀବନ ଏବଂ ଭଲ ଭବିଷ୍ୟତ ପାଇଁ ବିଦେଶକୁ ଚାଲିଯାଆନ୍ତି । ସେମାନଙ୍କର ବିଶ୍ୱାସ ଥାଏ କି ସେମାନେ ଏକ ଭଲ ଚାକିରି ପାଇବେ, ଭଲ ରୋଜଗାର କରିବେ ଏବଂ ସେମାନଙ୍କ ପରିବାର ପାଇଁ ଏକ ଭଲ ଭବିଷ୍ୟତ ଗଢିପାରିବେ । ସେମିତି କିଛି ସ୍ବପ୍ନ ନେଇ ରୁଷ ଯାଇଥିଲେ ଅମ୍ବାଲାର ଜାଭେଦ । କିନ୍ତୁ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବଂ ସେଠାକାର ପରିସ୍ଥିତି ସେମାନଙ୍କ ସ୍ବପ୍ନକୁ ଛାରଖାର କରିଦେଇଛି । ଯେଉଁମାନେ ଟଙ୍କା ରୋଜଗାର କରିବାର ଇଚ୍ଛା ଏବଂ ବଡ଼ ସ୍ୱପ୍ନ ନେଇ ରୁଷ ଯାଇଛନ୍ତି ସେମାନେ ଫସି ରହିଛନ୍ତି। ଅମ୍ବାଲାର ମହମ୍ମଦ ଜାଭେଦ ଆଖିରେ ବଡ଼ ସ୍ୱପ୍ନ ନେଇ ରୁଷ ଯାଇଥିଲେ। ପ୍ରାରମ୍ଭରେ ସେ ବହୁତ କାମ କରିଥିଲେ କିନ୍ତୁ ଅଧିକ ଟଙ୍କା ପାଇବାର ଇଚ୍ଛାରେ ସେ ଏଜେଣ୍ଟଙ୍କ କଥାରେ ପଡ଼ି ଋଷ ସେନାରେ ଯୋଗ ଦେଇଥିଲେ। ଯାହା ତାଙ୍କ ଜୀବନର ବଡ଼ ଭୁଲ ଥିଲା । ବର୍ତ୍ତମାନ ଗତ ୨୩ଦିନ ଧରି ଜାଭେଦର କୌଣସି ସନ୍ଧାନ ମିଳିନାହିଁ ଏବଂ ତାଙ୍କ ପରିବାର ସହିତ ମଧ୍ୟ କୌଣସି ଯୋଗାଯୋଗ ହୋଇନାହିଁ।  ଜାଭେଦଙ୍କ ପରିବାର ତାଙ୍କ ବିଷୟରେ ଜାଣିବା ପାଇଁ ସରକାରଙ୍କୁ ନିବେଦନ କରୁଥିବା ବେଳେ, ତାଙ୍କ ଭଉଣୀ ଏବଂ ମାଆ ଅସହାୟ। ଜାଭେଦ ତାଙ୍କ ପରିବାରର ଏକମାତ୍ର ପୁଅ, ତାଙ୍କ ସ୍ତ୍ରୀ, ମାଆ, ଭଉଣୀ ଏବଂ ତିନି ପିଲାଙ୍କ ପାଇଁ ଦାୟିତ୍ବ ତାଙ୍କ ଉପରେ। ପରିବାରବର୍ଗଙ୍କ ଅନୁଯାୟୀ, ସେମାନେ ଶେଷ ଥର ପାଇଁ ୨୩ ଦିନ ପୂର୍ବେ ଜାଭେଦଙ୍କ ସହ କଥା ସେତେବେଳେ ଜାଭେଦ ସେମାନଙ୍କୁ ଯତ୍ନ ନେବାକୁ କହିଥିଲେ।

ମୁଁ ୨୩ ଦିନ ପୂର୍ବେ କଥା ହୋଇଥିଲି

ମହମ୍ମଦ ଜାଭେଦଙ୍କ ପତ୍ନୀ କାହକାଶା କହିଛନ୍ତି ଯେ ୨୩ ଦିନ ପୂର୍ବରୁ ଜାଭେଦ ଫୋନ୍ କରି ତାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କର ଯତ୍ନ ନେବାକୁ କହିଥିଲେ ହେଲେ ୨୩ ଦିନ ବିତିଗଲାଣି କିନ୍ତୁ ତାଙ୍କର କୌଣସି ସନ୍ଧାନ ମିଳିନାହିଁ। ଜାଭେଦ ଭାରତରୁ ରୁଷ କାମ କରିବାକୁ ଯାଇଥିଲେ ଯାହା ପରେ ଜିତୁ ନାମକ ଜଣେ ଏଜେଣ୍ଟ ଏବଂ ଜଣେ କର୍ଣ୍ଣେଲ ତାଙ୍କୁ ରୁଷ ସେନାରେ ଯୋଗଦେବା ପାଇଁ ପ୍ରଲୋଭିତ କରିଥିଲେ। ସେ କହିଛନ୍ତି ଯେ ତାଙ୍କୁ ସେଠାରେ ୧୫ ଦିନର ସାମରିକ ତାଲିମ ଦିଆଯାଇଥିଲା ଏବଂ ଏହା ପରେ ତାଙ୍କୁ ଶେଷ ଥର ପାଇଁ କୁହାଯାଇଥିଲା ଯେ ତାଙ୍କୁ ୟୁକ୍ରେନ ନିକଟବର୍ତ୍ତୀ ରୁଷ ସୀମାରେ ଯୁଦ୍ଧ କରିବାକୁ ପଠାଯାଉଛି।

ସ୍ତ୍ରୀ ଏବଂ ପିଲାମାନଙ୍କର ଯତ୍ନ ନେବ

ସେମାନେ ଏହା ମଧ୍ୟ କହିଛନ୍ତି ଯେ ମହମ୍ମଦ ଜାଭେଦ ଶେଷ ଥର ପାଇଁ ସେପ୍ଟେମ୍ବର ୧୫ ତାରିଖରେ ଏକ ଅଡିଓ ବାର୍ତ୍ତା ପଠାଇଥିଲେ, ଯେଉଁଥିରେ ସେ ତାଙ୍କ ପରିବାରକୁ ତାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କର ଯତ୍ନ ନେବାକୁ କହିଥିଲେ। ସେ ୨୩ଦିନ ଧରି ନିଖୋଜ ଅଛନ୍ତି ଏବଂ ତାଙ୍କୁ ଖୋଜିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି। ଜାଭେଦଙ୍କ ଭଉଣୀ ଦିଲଶାନା ସରକାରଙ୍କୁ ନିବେଦନ କରି କହିଛନ୍ତି ଯେ ତାଙ୍କର କେବଳ ଗୋଟିଏ ଭାଇ ଅଛି, ଯିଏ କାମ ପାଇଁ ରୁଷ ଯାଇଥିଲେ ଏବଂ ୨୩ଦିନ ଧରି ନିଖୋଜ ଅଛନ୍ତି।

ସେନାରେ କେମିତି ଯୋଗଦେଲେ ?

ରୁଷର ଜଣେ କର୍ଣ୍ଣେଲ ତାଙ୍କ ଜାଭେଦଙ୍କୁ ବଙ୍କର ଖୋଳିବା କାମ ଦେଇଥିଲେ। ୧୫ ଦିନର ତାଲିମ ପରେ ତାଙ୍କୁ ସୀମାକୁ ନିଆଯାଇ ସେଠାରେ ନିୟୋଜିତ କରାଯାଇଥିଲା। ଜାଭେଦଙ୍କ ସହିତ ମନୋଜ ନାମକ ଆଉ ଜଣେ ବ୍ୟକ୍ତିଙ୍କୁ ରୁଷ ସେନାରେ ନିଯୁକ୍ତି ଦିଆଯାଇଛି। ସେ ଜୟପୁରର ବାସିନ୍ଦା ଏବଂ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ତାଙ୍କ ଭାଇକୁ ଯଥାଶୀଘ୍ର ଖୋଜି ଭାରତ ଫେରାଇ ଆଣନ୍ତୁ।

ନୂଆପଡ଼ାରେ ଜୋରଦାର କ୍ୟାମ୍ପେନିଂ: ଆସନ୍ତାକାଲି ସଂଧ୍ୟାରେ ସରୁଛି ପ୍ରଚାର

ନୂଆପଡ଼ା: ପ୍ରଚାର ପାଇଁ ହାତରେ ଆଉ ମାତ୍ର ଦୁଇ ଦିନ । ଆଜି ଓ କାଲି। ତେଣୁ ନୂଆପଡ଼ା ଉଠୁଛି ଆଉ ପଡୁଛି । ଜୋରଦାର କ୍ୟାମ୍ପେନିଂରେ ଲାଗିଛନ୍ତି ସବୁ ପ୍ରାର୍ଥୀ । ଦଳୀୟ ପ୍ରାର୍ଥୀମାନେ ପାଟ ପଟୁଆର ନେଇ ସଭା ସମିତି କରି ପ୍ରଚାର କରୁଛନ୍ତି । ଘରକୁ ଘର ମଧ୍ୟ ବୁଲି ଭୋଟରଙ୍କୁ ମତାଉଛନ୍ତି । ନାନା ପ୍ରତିଶୃତି ଦେଉଛନ୍ତି । ବିଶେଷ କରି ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେଡି ଓ ବିଜେପି ପକ୍ଷରୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରାଯାଉଛି, ଲୋକଙ୍କ ସମର୍ଥନ ହାସଲ ପାଇଁ ।

ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆପଡ଼ା ଯାଇ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଭୋଟ ମାଗିଥିଲେ। ସ୍ଵାଧୀନ ପ୍ରାର୍ଥୀ ମଧ୍ୟ ପଛରେ ପଡ଼ି ନାହାଁନ୍ତି। ସେମାନେ ମଧ୍ୟ କ୍ୟାମ୍ପେନିଂରେ ମାତିଛନ୍ତି । ଆସନ୍ତାକାଲି ସଂଧ୍ୟାରେ ସରିବ ନୂଆପଡ଼ା ପ୍ରଚାର । ତାର ଦିନକ ପରେ ୧୧ ତାରିଖରେ ମଙ୍ଗଳବାର ପଡ଼ିବ ଭୋଟ।

OSRTC ବସ ଓ ଟ୍ରକ ମୁହାଁମୁହିଁ ଧକ୍କା ; ୩ବସ ଯାତ୍ରୀଙ୍କ ସହ ଟ୍ରକ ଡ୍ରାଇଭର ଗୁରୁତର

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୧୪୯ ନମ୍ବର ଜାତୀୟ ରାଜପଥର ରଙ୍ଗଥଳି ନିକଟରେ OSRTC ବସ ଓ ଟ୍ରକ ମୁହାଁମୁହିଁ ଧକ୍କା l ତିନି ବସ ଯାତ୍ରୀଙ୍କ ସହ ଟ୍ରକ ଡ୍ରାଇଭର ଗୁରୁତର । ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଏକ OSRTC ବସ ଆଜି ରାତି ପ୍ରାୟ ତିନିଟା ସମୟରେ ରଙ୍ଗଥଳି ଦେଇ ଯାଉଥିବା ବେଳେ ଅପର ପାର୍ଶ୍ଵରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା  । ଦୁର୍ଘଟଣାରେ ତିନି ଜଣ ଯାତ୍ରୀଙ୍କ ସହ ଟ୍ରକ ଡ୍ରାଇଭର ଗୁରୁତର ହେବା ସହ ଟ୍ରକ ଆଗ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ସେହିଭଳି ବସର ସାମ୍ନା ମଧ୍ୟ ଭାଙ୍ଗିଯାଇଛି । ଖବର ପାଇ ପୋଲିସ ଓ ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ପରଜଙ୍ଗ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେମାନଙ୍କ ସ୍ଵାସ୍ଥ୍ୟବସ୍ଥା ସଂକଟାପର୍ଣ୍ଣ ଥିବାରୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।

ତେବେ ବସରେ ଯାଉଥିବା ଦେବରାଣୀ ଦୋରା, ସୁଜାତା ଦୋରା ଓ ରାଜେଶ୍ୱରୀ ଦୋରାଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଥିବା ବେଳେ ଟ୍ରକ ଡ୍ରାଇଭର ରାଜେଶ ପଟେଲଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପର୍ଣ୍ଣ ରହିଛି । ଟ୍ରକ ଡ୍ରାଇଭରଙ୍କ ଆଖି ଲାଗିଯାଇଥିବା ଯୋଗୁ ଏପରି ଦୁର୍ଘଟଣା ହୋଇଥିବା ଜଣାପଡିଛି  ।

ସୁଟିଂ କାର୍ଯ୍ୟକ୍ରମକୁ ସୁଦୃଢ଼​​କରିବା ପାଇଁ ଆର୍ମି ମାର୍କସମ୍ୟାନସିପ୍ ୟୁନିଟ୍ ଏବଂ ରିଲାଏନ୍ସ ଫାଉଣ୍ଡେସନର ସହଭାଗିତା

  • ମଉ ସ୍ଥିତ ଆର୍ମି ମାର୍କସମ୍ୟାନସିପ୍ ୟୁନିଟ୍, ଭାରତୀୟ ସେନାର ‘ମିଶନ ଅଲିମ୍ପିକ୍ସ ୱିଙ୍ଗ’ ଅଧୀନରେ ରହିଛି
  • ସୁଟିଂ କାର୍ଯ୍ୟକ୍ରମକୁ ସୁଦୃଢ଼​​କରିବା ପାଇଁ ସହଭାଗୀତା ବୁଝାମଣାପତ୍ର ସ୍ୱାକ୍ଷରିତ
  • ସୁଟିଂ କାର୍ଯ୍ୟକ୍ରମକୁ ମିଳିବ ନୂତନ ଶକ୍ତି, ୧୪ ଜଣ ସେନା ସୁଟରଙ୍କୁ ସହାୟତା ମିଳିବ

ମୁମ୍ବାଇ: ଭାରତୀୟ ସେନାର ‘ମିଶନ ଅଲିମ୍ପିକ୍ସ ୱିଙ୍ଗ’ ଅଧୀନରେ ମଉ ସ୍ଥିତ ପ୍ରତିଷ୍ଠିତ ଆର୍ମି ମାର୍କସମ୍ୟାନସିପ୍ ୟୁନିଟ୍ (ଏଏମୟୁ), ସୁଟିଂ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ୍ (ଆରଏଫ) ସହିତ ପ୍ରଥମ କର୍ପୋରେଟ୍ ସହଭାଗୀତା କରିଛି । ଏହି ସହଭାଗୀତା ବର୍ତ୍ତମାନ ଏଏମୟୁରେ ତାଲିମ ନେଉଥିବା ୧୪ ଜଣ ସୁଟରଙ୍କୁ ସହାୟତା ପ୍ରଦାନ କରିବ । ଏଥିରେ ପ୍ୟାରିସ୍ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ସନ୍ଦୀପ ସିଂହ ଏବଂ ସେନାର ପ୍ରଥମ ମହିଳା ସୁବେଦାର ପ୍ରୀତି ରଜକ ଅନ୍ତର୍ଭୁକ୍ତ ରହିଛନ୍ତି ।

ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷା ନୀତା ଏମ୍. ଅମ୍ବାନୀ ଏହି ଅବସରରେ କହିଛନ୍ତି, “ଭାରତୀୟ ସେନା ଏବଂ ଆର୍ମି ମାର୍କସମ୍ୟାନସିପ୍ ୟୁନିଟ୍ (ଏଏମୟୁ) ସହିତ ଯୋଡି ହେବା ଆମ ପାଇଁ ସମ୍ମାନର ବିଷୟ। ଏହି ସହଭାଗୀତା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଭାରତକୁ କ୍ରୀଡ଼ାରେ ଶୀର୍ଷରେ ପହଞ୍ଚାଇବା ପାଇଁ ଏକ ସଂକଳ୍ପ । ଆମେ ମିଳିତ ଭାବରେ ଏପରି ଚାମ୍ପିଅନମାନଙ୍କୁ ପ୍ରସ୍ତୁତ କରିବୁ ଯେଉଁମାନେ ଦେଶର ଗୌରବ ବଢ଼ାଇବେ।” ସେ ଆହୁରି ମଧ୍ୟ କହିଛନ୍ତି ଯେ “ଭାରତୀୟ ସେନା କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କଠାରୁ ଆରମ୍ଭ କରି ଲେଫ୍ଟନାଣ୍ଟ କର୍ଣ୍ଣେଲ ନୀରଜ ଚୋପ୍ରାଙ୍କ ପର୍ଯ୍ୟନ୍ତ ଅନେକ ଉତ୍କୃଷ୍ଟ କ୍ରୀଡ଼ାବିତ ସୃଷ୍ଟି କରିଛି, ଯେଉଁମାନେ ଅନେକ ଥର ଭାରତ ଏବଂ ଭାରତୀୟମାନଙ୍କୁ ଗର୍ବିତ କରିଛନ୍ତି।

ଏହି ସହଭାଗୀତା ମାଧ୍ୟମରେ, ଆମର ଲକ୍ଷ୍ୟ ହେଉଛି ମେଧାବୃତ୍ତି, ପ୍ରଶିକ୍ଷଣ, କ୍ରୀଡ଼ା ବିଜ୍ଞାନ, ଅନ୍ତର୍ଜାତୀୟ ଏକ୍ସପୋଜର ବା ଅଭିଜ୍ଞତା ଏବଂ ଉଚ୍ଚସ୍ତରୀୟ ତାଲିମ ଭଳି ବିବିଧ ସୁବିଧା ମାଧ୍ୟମରେ ୨୦୨୮ ଏବଂ ୨୦୩୨ ଅଲିମ୍ପିକ୍ ଗେମ୍ସ ପାଇଁ ଭାରତର ଦୃଢ଼ ପ୍ରସ୍ତୁତିକୁ ସୁନିଶ୍ଚିତ କରିବା।“

 

ଜମିଲା ଛାଡ଼ଖାଇ ; ଖାଇଗଲେ ୪ କୋଟି ୧ ଲକ୍ଷ ୩୦ ହଜାର ଟଙ୍କାର ମାଛ, ମାଂସ ଓ କୁକୁଡ଼ା

ଭୁବନେଶ୍ବର : ଶୁକ୍ରବାର ଛାଡ଼ଖାଇ କରିବାକୁ ଯାଇ ରାଜଧାନୀରେ ଖାଇଗଲେ ୪ କୋଟି ୧ ଲକ୍ଷ ୩୦ ହଜାର ଟଙ୍କାର ମାଛ, ମାଂସ ଓ କୁକୁଡ଼ା । ଚଳିତବର୍ଷ ମାର୍ଗଶୀର ମାସ ପ୍ରଥମ ଗୁରୁବାରରେ ଛାଡ଼ଖାଇ ପଡ଼ିବାରୁ କାର୍ତ୍ତିକ ମାସରେ ନିରାମିଷ ଖାଉଥିବା ଲୋକେ ଶୁକ୍ରବାର ଛାଡ଼ଖାଇ ପାଳିଛନ୍ତି । ଏଥିପାଇଁ ଭୁବନେଶ୍ବର ୪ ନମ୍ବର ସମେତ ବିଭିନ୍ନ ଆମିଷ ମାର୍କେଟରେ ବ୍ୟବସାୟୀ ଟନ ଟନ୍ ଦେଶୀ ଓ ସମୁଦ୍ର ମାଛ ସହିତ ଛେଳି ମାଂସ, କୁକୁଡ଼ା ଉପଲବ୍ଧ କରିଥିଲେ । ହେଲେ ବ୍ୟବସାୟୀଙ୍କ ଆଶାନୁରୂପ ବେପାର ହୋଇନଥିବା ଜଣାପଡ଼ିଛି ।

ସକାଳ ୬ଟାରୁ ରାଜଧାନୀରେ ଆମିଷ ବଜାରରେ ସେତେଟା ଭିଡ଼ ଦେଖିବାକୁ ମିଳିନଥିଲା । ଏହାର କାରଣ ହେଉଛି ଶୁକ୍ରବାର ସନ୍ତୋଷୀ ମାଙ୍କ ବ୍ରତ ପାଳନ କରୁଥିବା ଲୋକେ ଆମିଷ କିଣିନଥିଲେ । ସେହିପରି କେତେକ ଲୋକ ମଧ୍ୟ ମାର୍ଗଶୀର ମାସ ଆରମ୍ଭ ହୋଇଯାଇଥିବାରୁ ମାସର ଶେଷ ଗୁରୁବାର ପର୍ଯ୍ୟନ୍ତ ନିରାମିଷ ଭୋଜନ କରିବାକୁ ମନ ସ୍ଥିର କରିଛନ୍ତି । ଯାହାଯୋଗୁ ଆଜି ଆମିଷ ମାର୍କେଟରେ ବେପାର ମାନ୍ଦା ଧରିଥିଲା । ତେବେ ୟୁନିଟ୍ ୪ ସମେତ ବଡ଼ଗଡ଼, ଡମଣା, କ୍ରାଉନ ନିକଟସ୍ଥ ମାଛ ମାର୍କେଟ, ଭିଏସଏସ ନଗର ମାଛ ବଜାର, ପୁରୁଣା ଭୁବନେଶ୍ବରରେ ଅଧିକ ଭିଡ଼ ଦେଖିବାକୁ ମିଳିଥିଲା ।

ନିଖିଳ ଓଡ଼ିଶା ନନଭେଜ ଟ୍ରେଡର୍ସ ଫେଡେରେସନର ହିସାବ ଅନୁଯାୟୀ ଶୁକ୍ରବାର ଭୁବନେଶ୍ବରରେ ୧ କୋଟି ୩ ଲକ୍ଷ ଟଙ୍କାର ମାଛ, ଚିକେନ ୧ କୋଟି ୧୧ ଲକ୍ଷ ୨୫ ହଜାର, ମଟନ ୧ କୋଟି ୨୭ ଲକ୍ଷ ୫୦ ହଜାର ଏବଂ ଅଣ୍ଡା ୩୨ ଲକ୍ଷ ୫୫ ହଜାର ଟଙ୍କାର କାରବାର ହୋଇଛି । ମଟନ କିଲୋ ପିଛା ୮୦୦ରୁ ୮୫୦ ଟଙ୍କା, ଚିକେନ କିଲୋ ପ୍ରତି ୨୪୦ ଟଙ୍କା, ଦେଶୀ ଚିକେନ୍ କିଲୋ ୫୦୦ରୁ ୬୦୦ ଟଙ୍କା ବିକ୍ରି ହୋଇଥିଲା । ଇଲିସି ମାଛ କିଲୋ ୧୮୦୦ ଟଙ୍କାରୁ ୨ ହଜାର ଟଙ୍କା, ପାମ୍ଫ୍ଲେଟ ମାଛ ୬୦୦, ରୋହି ୨୦୦ରୁ ୨୪୦, ଭାକୁର ୨୫୦ରୁ ୩୦୦ ଟଙ୍କା, ଚିଙ୍ଗୁଡ଼ି ୨୦୦ରୁ ୬୦୦ ଟଙ୍କା, ଟାଇଗର ଚିଙ୍ଗୁଡ଼ି କିଲୋ ୬୦୦ ଟଙ୍କାରେ ବିକ୍ରି ହୋଇଛି ।

ରାଜ୍ୟରେ ଦିନକୁ ଦିନ ବଢିଲାଣି ଶୀତ ; ଥଣ୍ଡାରେ ଥରିଲାଣି ପଶ୍ଚିମ ଓଡ଼ିଶା…

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ବଢିଲାଣି ଶୀତ । ଥଣ୍ଡାରେ ଥରିଲାଣି ପଶ୍ଚିମ ଓଡ଼ିଶା । ୩-୪ ଦିନରେ ଆହୁରି ପାରଦ କମିବ ବୋଲି ପୂବାନୁମାନ କରିଛି ପାଣିପାଗକେନ୍ଦ୍ର । ଚଳିତ ବର୍ଷ ବିଳମ୍ବରେ ଶୀତ ଅନୁଭବ ହୋଇଥିବା ବେଳେ ନଭେମ୍ୱରରେ ସାରା ଓଡ଼ିଶାରେ ସ୍ୱଳ୍ପ ଶୀତ ଅନୁଭବ ହେଉଛି । ପଶ୍ଚିମରେ ଏହାର ପ୍ରକୋପ ଅଧିକ ରହିଛି। ଉତ୍ତରରୁ ଶୁଷ୍କ ଓ ଥଣ୍ଡା ବାୟୁ ବହିବା ଦ୍ୱାରା ଆଗାମୀ ୩ ରୁ ୪ ଦିନରେ ୩ ରୁ ୪ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ଖସିବ । ଆଉ ରାତ୍ରି ତାପମାତ୍ରା କମ ହେବା ସହ ସାରା ରାଜ୍ୟରେ ଶୀତ ବଢିବ ବୋଲି ସମ୍ଭାବନା ଦେଇଛି ପାଣିପାଗ ବିଭାଗ ।

ସେପଟେ ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ୭ ଦିନ ଯାଏଁ ପାଗ ଶୁଖିଲା ରହିବ । ଅନ୍ୟଅଟେ ଗତ ୨୪ ଘଂଟାରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ଓ ଦାରିଙ୍ଗିବାଡିରେ ୧୩ ଡିଗ୍ରୀ ପାରଦ ରେକର୍ଡ କରାଯାଇଛି। ସେହିପରି
ରାଉଲକେଲା ଓ ଭବାନୀ ପାଟଣାରେ ହାଲୁକରୁ ମଧ୍ୟମ ଧରଣର କୁହୁଡି ଅନୁଭବ ହୋଇଛି ।

ଆଜିଠୁ ମାଟ୍ରିକ ବୋର୍ଡ ପରୀକ୍ଷା ପାଇଁ ଫର୍ମ ଫିଲଅପ ; ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ପ୍ରକ୍ରିୟା

ଭୁବନେଶ୍ବର : ୨୦୨୬ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ଆଜିଠୁ ହେବ ଫର୍ମ ଫିଲଅପ । ରେଗୁଲାର ଓ ଏକ୍ସରେଗୁଲାର ଫର୍ମ ପୂରଣ କରାଯିବ । ଗତକାଲି ପ୍ରକାଶ ପାଇଥିଲା ମାଟ୍ରିକ ବୋର୍ଡ଼ ପରୀକ୍ଷା ବିଜ୍ଞପ୍ତି । ଏହି ଫର୍ମ ପିଲଅପ ଆଜିଠୁ ଆରମ୍ଭ ହୋଇ ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ପର୍ମ ପୂରଣ ପାଇଁ ୱେବସାଇଟ ମାଧ୍ଯମରେ ସମସ୍ତ ତଥ୍ୟ ଜାଣିପାରିବେ ଛାତ୍ରଛାତ୍ରୀ । ୱେବସାଇଟ ହେଉଛି www.bseodisha.ac.inରେ ସମସ୍ତ ତଥ୍ୟ ଉପଲବ୍ଧ ଅଛି।

ବିଦ୍ୟାଳୟ ମୁଖ୍ୟଙ୍କ ଦ୍ବାରା ଅନଲାଇନ ଯୋଗେ ଛାତ୍ରଛାତ୍ରୀଙ୍କ ଫର୍ମ ଫିଲଅପ କରାଯିବ। ଅଫଲାଇନରେ ଫର୍ମଫିଲଅପ କରିବାର ମଧ୍ୟ ବ୍ୟବସ୍ଥା ରହିଛି । ଏଥିପାଇଁ ପରିଷଦର ଆଞ୍ଚଳିକ କାର୍ଯ୍ୟାଳୟର ଉପସମ୍ପାଦକଙ୍କ ଦ୍ବାରା ମଧ୍ୟ ଫର୍ମଫିଲ ଅପ କରାଯାଇପାରିବ। ଏହି ସମୟ ମଧ୍ୟରେ ପତ୍ର ବିନିମୟ ମାଧ୍ୟମରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀବି ପରୀକ୍ଷା ପାଇଁ ଫର୍ମ ଫିଲଅପ କରିପାରିବେ।

ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଉଡାଣରେ ବ୍ୟାଘାତ ; ୭୦୦ ବିମାନ ପ୍ରଭାବିତ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଉଡାଣରେ ବ୍ୟାଘାତ । ସର୍ଭରରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ବିମାନ ଉଡାଣ ବିଳମ୍ବ ହୋଇଥିବା ସୂଚନା ରହିଛି । ଅନ୍ୟପଟେ ଆକାଶ ମାର୍ଗରେ ସାଇବର ଆଟାକ ବୋଲି ସନ୍ଦେହ ପ୍ରକାଶ କରାଯାଇଛି । ସପ୍ତାହେ ଧରି ଏଭଳି ସମସ୍ୟା ଲାଗି ରହିଛି । ବିମାନ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥାରେ ଯାନ୍ତ୍ରିକ ସମସ୍ୟା ବିମାନ ଚଳାଚଳକୁ ପ୍ରଭାବିତ କରିଛି । ଫ୍ଲାଇଟ୍ ରାଡାର ଅନୁଯାୟୀ ଅତିକମରେ ୭୦୦ ବିମାନ ପ୍ରଭାବିତ ହୋଇଛି । ବିମାନଗୁଡ଼ିକ ରନୱେରେ ଫସି ରହିଛି ।

ଏହିସମୟରେ ଆଇଜିଆଇ ବିମାନବନ୍ଦର ଯାତ୍ରୀମାନଙ୍କ ପାଇଁ ଏକ ପରାମର୍ଶ ଜାରି କରିଛି। ଯାନ୍ତ୍ରିକ ସମସ୍ୟାଟି ଅଟୋମେଟିକ୍ ମେସେଜ୍ ସ୍ୱିଚିଂ ସିଷ୍ଟମକୁ ପ୍ରଭାବିତ କରିଛି । ଯାହା ଏୟାର ଟ୍ରାଫିକକୁ ନିୟନ୍ତ୍ରଣ କରେ ଓ ଉଡ଼ାଣ ଯୋଜନା ପାଇଁ ବ୍ୟବହୃତ ହୁଏ । ସମ୍ପୃକ୍ତ କର୍ତ୍ତୃପକ୍ଷ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରୁଛନ୍ତି। ଯାତ୍ରୀମାନଙ୍କୁ ସଂଶୋଧିତ ବିମାନ ସମୟସୂଚୀ ଦିଆଯିବ, ଏନେଇ ଅପେକ୍ଷା କରିବାକୁ ନିବେଦନ କରାଯାଇଛି ।

ନୂଆପଡା ଉପନିର୍ବାଚନରେ ନବୀନଙ୍କୁ ଅଦ୍ଭୂତପୂର୍ବ ଜନ ସମର୍ଥନ: କୃତଜ୍ଞତା ଜଣାଇଲେ ବିଜେଡି ସାଂସଦ ମାନସ ମଙ୍ଗରାଜ

ନୂଆପଡା ଉପନିର୍ବାଚନରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ମିଳିଛି ଅଦ୍ଭୁତପୂର୍ବ ଜନ ସମର୍ଥନ । ଆଜି ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରି ନୂଆପଡାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ବିଜେଡି ଯେଉଁଠି ବିକାଶ ସେଇଠି । ବିକାଶ ଚାହୁଁଛ ବିଜେଡିକୁ ଭୋଟ ଦିଅ । ନବୀନଙ୍କୁ ନୂଆପଡାରେ ପାଇ ଲୋକେ ସ୍ଵତଃପ୍ରବୃତ୍ତ ଭାବେ ବିଦ୍ୟୁତ ଭଳି ବିକାଶ ପୁରୁଷଙ୍କୁ ଦେଖିବାକୁ ଟାଣି ହୋଇ ଆସିଥିଲେ । ବିଶାଳ ଜନସମୁଦ୍ର ନବୀନଙ୍କ ନେତୃତ୍ଵରେ ହୋଇଥିବା ବିକାଶର ପ୍ରତିଧ୍ଵନି । ଏହା ଲୋକଙ୍କ ହୃଦୟରେ ଗଭୀର ଆସ୍ଥା ଓ ବିଶ୍ଵାସ ଏବେବି ବଜାୟ ରହିଛି । ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକ ନୂଆପଡାରେ ମେଗା ରୋଡ ଶୋ କରିବା ସହ ଖରିଆର ରୋଡ ଏନଏସି, ନୂଆପଡା ରୋଡ ଏନଏସିରେ ରୋଡ ଶୋ କରିଥିଲେ । ଯେଉଁଥିରେ ହଜାର ହଜାର ଲୋକେ ସାମିଲ ହୋଇଥିଲେ । ଏହା ସହ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବାକୁ ନବୀନ କରିଥିଲେ ଅନୁରୋଧ ।

ସଭିଙ୍କ ମୁହଁରେ ଗୋଟିଏ ନାଁ: ବିକାଶ ପୁରୁଷ ନବୀନଙ୍କ ଗୋଟିଏ ଝଲକ ପାଇଁ ବ୍ୟାକୁଳ ଆବାଳ ବୃଦ୍ଧବନିତା

ସଭିଙ୍କ ମୁହଁରେ ଗୋଟିଏ ନାଁ । ନବୀନ ହିଁ ଆମ ସରକାର । ବିକାଶ ପୁରୁଷଙ୍କ ଗୋଟିଏ ଝଲକ ପାଇଁ ବ୍ୟାକୁଳ ଆବାଳ ବୃଦ୍ଧବନିତା । କି ଖରା କି ଛାଇ । ନବୀନଙ୍କୁ ଦେଖିବାକୁ ସବୁ କଷ୍ଟ ଭୁଲି ଯାଇଥିଲେ ଜନତା । ସୋରିଷ ପକାଇବାକୁ ବି ଜାଗା ନଥିଲା । ଖଚାଖଚ ଭିଡ଼ରେ ଭରିଯାଇଥିଲା ନୂଅପଡା ମାଟି । ଠିକ ସେତିକି ବେଳେ ନଭଶ୍ଚୁମ୍ବୀ ସୂର୍ଯ୍ୟଙ୍କ କିରଣକୁ କାଟି ଖରିଆରରେ ପହଞ୍ଚିଥିଲେ ନବୀନ । ହେଲିକାପ୍ଟରରୁ ଓହ୍ଲାଇ ସ୍ବାଗତ ପାଇଁ ଉପସ୍ଥିତ ଜନତାଙ୍କୁ ହାତ ହଲାଇ ଜଣାଇଥିଲେ ଧନ୍ୟବାଦ । ପରେ ପରେ ନୂଆପଡାରେ ଅରମ୍ଭ ହୋଇଯାଇଥିଲା ନବୀନଙ୍କ ଗ୍ରାଣ୍ଡ ରୋଡ଼ ଶୋ । ସାରା ଦିନ ମାରାଥନ ପ୍ରଚାର । ଜନତାଙ୍କୁ ବସ ଉପରୁ ଭୋଟ ପାଇଁ ଅପିଲ କରି ଲମ୍ବା ପଥ ବୁଲିଥିଲେ ନବୀନ। ନବୀନଙ୍କ ଝଲକ ପାଇଁ ରାସ୍ତାର ଦୁଇ କଡେ ଖଚାଖଚ ଭିଡ଼ । ବିଭିନ୍ନ ବେଶରେ ସଜେଇ ହୋଇ ନବୀନଙ୍କୁ ସ୍ବାଗତ କରିଥିଲେ ଜନତା । କେଉଁଠି କଟ୍ଟପା ବେଶରେ ନବୀନଙ୍କୁ ସ୍ବାଗତ କରାଯାଇଥିଲା ତ ପୁଣି କେଉଁଠି କିଙ୍ଗ କଙ୍ଗ ବେଶରେ ଜନତା ଓ କର୍ମୀଙ୍କୁ ନବୀନଙ୍କ ଆଗମନରେ ଖୁସିରେ ବିଭୋର ହୋଇପଡ଼ିଥିଲେ। ହାଇଡ୍ରୋଲିକ ବସରୁ ଲୋକଙ୍କୁ ହାତ ହଲାଇ ଅଭିବାଦନ ଜଣାଇ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ମାଗିଲେ ଆଶୀର୍ବାଦ ।

ଗତ ୩ ତାରିଖରେ ନବୀନ କୋମନାରେ ପ୍ରଚାର ସାରିଥିବାବେଳେ ଆଜି ଖରିଆର ରୋଡରେ କରିଛନ୍ତି ତୋଫାନୀ ପ୍ରଚାର । ଉପନିର୍ବାଚନରେ କର୍ମୀ ଓ ନେତାଙ୍କ ସହ ଭୋଟରଙ୍କ ମନରେ ଭରିଛନ୍ତି ଜୋଶ । ନୂଆପଡାରେ ବିଳମ୍ବରେ ପହଞ୍ଚିଥିଲେ ସତ। ତଥାପି ନବୀନଙ୍କ ଯାଦୁକରୀ ବ୍ୟକ୍ତିତ୍ବରେ ମଳିନତାର ସାମାନ୍ୟ ଆଭାସ ନଥିଲା । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ପ୍ରଥମେ ଖରିଆର ରୋଡ ପୋଲିସ ଷ୍ଟେସନ ପଡ଼ିଆରେ ପହଂଚିବା ପରେ ଜୋସର ସହ ଆରମ୍ଭ ହୋଇଥିଲା ରୋଡ ଶୋ । ଖରିଆର ରୋଡରୁ ଦଗା, ଦଗାରୁ ବିଜୁ ପଟ୍ଟନାୟକ ସ୍କୋୟାର, ଲଖମାନିଆ ପେଟ୍ରୋଲ ପମ୍ପ ସ୍କୋୟାର ଦେଇ ନୂଆପଡ଼ା ଏନଏସିର ସୂର୍ଯ୍ୟନଗର, ଗାୟତ୍ରୀମନ୍ଦିର ଛକ ପର୍ଯ୍ୟନ୍ତ ରୋଡ ଶୋ କରିଥିଲେ ନବୀନ। ରୋଡ ଶୋ ବେଳେ ନବୀନଙ୍କ ଯାଦୁରେ ନୂଆପରଡ଼ାବାସୀ ଅଭିଭୂତ ହୋଇଥିଲେ। ଖୋଦ ନବୀନଙ୍କ ଶୋକୁ ବାଲକୋନିରୁ ଦେଖିଥିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପରିବାର।

କିଛି ସମୟର ବ୍ରେକ ପରେ ପୁଣି ଆରମ୍ଭ ହୋଇଥିଲା ପ୍ରଚାରର ଦ୍ବିତୀୟ ଇନିଂସ । ଅପରାହ୍ନ ୪ଟାରେ ପରକୋଡ଼ରେ ପହଞ୍ଚି ଥିଲେ ନବୀନ ପଟ୍ଟନାୟକ । ଏହି ସଭାରେ ପୁଣି ପୁଣି ଜନତାଙ୍କୁ ଆର୍ଶୀବାଦ ମାଗିଥିଲେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ । ୫ ଶହ ଦିନର ସରକାର ମିଛ ସରକାର । ବିକାଶର ପ୍ରତିଶୃତି ଦେଇ ପ୍ରତାରଣା କରିଛି ବିଜେପି । ଏବେ ତାଙ୍କୁ ସେବା କରିବାକୁ ସୁଯୋଗ ଦିଆଯାଉ । ନବୀନଙ୍କୁ ଆର୍ଶିବାଦ କରି ଅଟକି ପଡିଥିବା ବିକାଶକୁ ପୁଣି ଆଗକୁ ବଢାଯାଉ ବୋଲି ଅନୁରୋଧ କରିଥିଲେ ସ୍ନେହାଙ୍ଗିନୀ । ହାତରେ ଆଉ ମାତ୍ର ଦୁଇ ଦିନ ଥିବାବେଳେ ନୂଆପଡାରେ ଆଜି ବିଜେଡି ସୁପ୍ରିମୋ କରିଛନ୍ତି ମାରାଥନ ପ୍ରଚାର । ସାରା ଦିନ ଲୋକଙ୍କ ଗହଣରେ ରହି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଛନ୍ତି ବିକାଶ ପୁରୁଷ ନବୀନ ପଟ୍ଟନାୟକ ।