spot_img
Home Blog Page 359

ଭୁବନେଶ୍ୱର ଖାରବେଳ ନଗର ବସ୍ତିରେ ବୁଲିଲା ବୁଲଡୋଜର

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ୱର ଖାରବେଳ ନଗର ବସ୍ତି ଅଞ୍ଚଳରେ ବୁଲିଲା ବୁଲଡୋଜର। ୟୁନିଟ ୩  ଶ୍ରୀୟା ଛକ ଠାରୁ ବ୍ଲାଇଣ୍ଡ ସ୍କୁଲ ରାସ୍ତାରେ ବିଏମସି ପକ୍ଷରୁ ବଡ଼ ଧରଣର ଉଚ୍ଛେଦ ଚାଲିଛି।  ଖାରବେଳ ନଗର ଥାନା ପୋଲିସ, ବିଏମସି ଏନଫୋର୍ସମେଣ୍ଟ ସ୍କ୍ବାଡ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ କରାଯାଇଛି। ରାସ୍ତାକୁ ଅବରୋଧ କରିଥିବା କବାଡିଆ ଦୋକାନକୁ ହଟାଯାଇଛି। ସମ୍ଭାବ୍ୟ ଅପ୍ରୀତିକର ପରିସ୍ଥିତିକୁ ନଜରରେ ରଖି ବ୍ୟାପକ ପୋଲିସ ମୁତୟନ ଅଛନ୍ତି। । ଉଚ୍ଛେଦ ପୂର୍ବରୁ ନୋଟିସ କରିଥିଲା ବିଏମସି। କବିଡ଼ିଆ ମାନେ ରାସ୍ତାର ଉଭୟ ପାର୍ଶ୍ଵରେ ଆବର୍ଜନା କରି ରଖି ଥିଲେ । ରାସ୍ତାକଡ଼ ଅବରୋଧ ସହିତ ଡ୍ରେନ ଜାମ ସହ ଦୁର୍ଗନ୍ଧରେ ଫାଟୁଥିଲା ଅଞ୍ଚଳ।

ଗୁଣୁପୁରରେ ଫୁଟିଲା ଗୁଳି

ନନ୍ଦିଘୋଷ ବ୍ୟୁରୋ: ରାୟଗଡ଼ା ଜିଲ୍ଲା ଗୁଣୁପୁରରେ ଫୁଟିଲା ଗୁଳି। ଜଣେ ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା ଅଭିଯୋଗ ହୋଇଛି । ଆନ୍ଧ୍ର-ଓଡିଶା ସୀମାନ୍ତ  ଶିକ୍ଲା ପାହାଡ ଉପରେ ଗୁଳିକରି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତକ ହେଲେ ଆନ୍ଧ୍ର ପାର୍ବତୀପୁର ଅଞ୍ଚଳର କୁଭେଲା ବରେୟା।  କେଉଁ କାରଣରୁ ହତ୍ୟା ହୋଇଛି ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ରାମନାଗୁଡ଼ା ପୋଲିସ୍ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଜାରି ରଖିଛି।ବ୍ୟକ୍ତି ଜଣକ ଅନେନ ଦିନ ଧରି ଆନ୍ଧ୍ରରୁ ଆସି ପାହାଡ ଉପରେ ରହି ଚାଷ କରି ବଞ୍ଚୁଥିଲେ।

ମହୁମାଛି ଆକ୍ରମଣରେ ୭ ଗୁରୁତର

ନନ୍ଦିଘୋଷ ବ୍ୟୁରୋ: ମହୁମାଛି ଆକ୍ରମଣରେ ୭ ଗୁରୁତର। ଢେଙ୍କାନାଳ ପରଜଙ୍ଗ ଥାନା ବସୁଲେଈ ଗ୍ରାମରେ ମହୁମାଛିଙ୍କ ଅତର୍କିତ ଆକ୍ରମଣରେ ୭ ଜଣ ଗୁରୁତର ହୋଇଛନ୍ତି । ବସୁଲେଈ ଗ୍ରାମ ନିକଟରେ ଯାଇଥିବା ରେଙ୍ଗାଳି ବାମପାର୍ଶ୍ଵ ଶାଖା କେନାଲର ପୂର୍ତ୍ତବିଭାଗ ରାସ୍ତାରେ ଲୋକମାନେ ଯିବାଆସିବା କରୁଥିବା ବେଳେ ହଠାତ ମହୁମାଛି ମାନେ ଅତର୍କିତ ଆକ୍ରମଣ କରିଥିଲେ । ଫଳରେ ସେହି ସମୟରେ ଯାଉଥିବା ଲୋକେ ମହୁମାଛି ମାନେ ଆକ୍ରମଣର ଶିକାର ହୋଇଥିଲେ।  ମହୁମାଛିଙ୍କ ଭୟଙ୍କର ଆକ୍ରମଣ ଫଳରେ ଲୋକମାନେ ରାସ୍ତାରେ ନିଜ ବାଇକ ଫିଙ୍ଗି ଦେଇ ଏଣେତେଣେ ଧାଇଁବା ସହ ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ମହୁମାଛିଙ୍କ ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଜଣେ ଛୋଟ ଝିଅ ଭୟରେ ନିକଟରେ ଥିବା କେନାଲକୁ ପଶିଯାଇ ନିଜ ଜୀବନ ବଞ୍ଚାଇଥିଲା । ଏହିପରି ଭାବରେ ବେଶ ସମୟ ଧରି ସେହି ରାସ୍ତାରେ ମହୁମାଛି ମାନେ ଆତଙ୍କ ସୃଷ୍ଟି କରିଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ମାନେ କେନାଲ ଭିତରେ ପଶିଥିବା ଛୋଟ ଝିଅ ସମେତ ଅନ୍ୟ ମାନଙ୍କୁ ଉଦ୍ଧାର କରିଥିଲେ । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଗ୍ରାମବାସୀଙ୍କ ସହାୟତାରେ ଆହତଙ୍କୁ ତାଳଚେର ସ୍ଥିତ ମଣ୍ଡାପାଳ ମେଡିକାଲକୁ ସ୍ଥାନାନ୍ତର କରଯାଇଛି ।.

ରୋହିତଙ୍କ ହାତରୁ ଅଧିନାୟକ ପଦ ଯିବା ପ୍ରସଙ୍ଗ : ଏମିତି କହିଲେ ବରୁଣ ଚକ୍ରବର୍ତ୍ତୀ

ନନ୍ଦିଘୋଷ ବ୍ୟୁରୋ: ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଦିନିକିଆରେ ରୋହିତଙ୍କୁ ଅଧିନାୟକ ପଦରୁ ହଟାଇ ଗିଲଙ୍କୁ ଦାୟିତ୍ବ ଦିଆଯାଇଛି । ତେବେ ଅଭିଜ୍ଞ ଖେଳାଳିଙ୍କଠାରୁ ଅଧିନାୟକ ପଦ ଛଡ଼ାଇ ନେବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ରୋହିତ ଏବଂ କୋହଲିଙ୍କୁ ଏହି ସିରିଜ ଲାଗି ଚୟନ କରାଯାଇଥିବାବେଳେ କୁହାଯାଉଛି କି, ଏହା ସେମାନଙ୍କ ଶେଷ ସିରିଜ ହୋଇପାରେ । ସେପଟେ ପ୍ରଥମଥର ଲାଗି ମୁହଁ ଖୋଲିଛନ୍ତି ରୋହିତ । ସେ କହିଛନ୍ତି କି, ମୁଁ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବାକୁ ଭଲପାଏ । ମୁଁ ଅଷ୍ଟ୍ରେଲିଆରେ ଖେଳିବାକୁ ଭଲପାଏ । ସେଠାକାର ଲୋକମାନେ କ୍ରିକେଟକୁ ବହୁତ ଭଲ ପାଆନ୍ତି, ସେଥିଲାଗି ସେଠାରେ ଖେଳିବାକୁ ଭଲଲାଗେ ।

ରୋହିତ ଶର୍ମାଙ୍କୁ ଚାମ୍ପିଅନ୍ସ ଟ୍ରଫି ଜିତିବା ପାଇଁ ସିଏଟ ପୁରସ୍କାରରେ ଏକ ସ୍ୱତନ୍ତ୍ର ପୁରସ୍କାର ମିଳିଥିଲା। ସେହି ଉତ୍ସବରେ ଟି-୨୦ ଅନ୍ତର୍ଜାତୀୟ ବୋଲର ଅଫ୍ ଦି ଇୟର ଭାବରେ ସମ୍ମାନିତ ହୋଇଥିବା ବରୁଣ ଚକ୍ରବର୍ତ୍ତୀ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ ଗମ୍ଭୀର ଦଳ ଭିତରେ ଏକ ସ୍ପାର୍ଟାନ ମାନସିକତା ସୃଷ୍ଟି କରିଛନ୍ତି, “ତୁମକୁ ନିଜର ସର୍ବୋତ୍ତମ ଦେବାକୁ ପଡିବ। ଦଳକୁ ଜିତାଇବା ପାଇଁ ପଡ଼ିଆରେ ସବୁକିଛି ଦେବାକୁ ପଡିବ।” ବରୁଣ କହିଥିଲେ ଯେ ଗମ୍ଭୀରଙ୍କ ସହିତ, ଆପଣ ମଧ୍ୟମ ପ୍ରଦର୍ଶନ କଳ୍ପନା କରିପାରିବେ ନାହିଁ।

୧୭ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

ନନ୍ଦିଘୋଷ ବ୍ୟୁରୋ: ୧୭ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର। ସୁବର୍ଣ୍ଣପୁର ସହରର ସ୍ଥାନୀୟ ଜୟଗୁରୁ ମାର୍କେଟ କମ୍ପ୍ଲେକ୍ସ ରାସ୍ତାକଡ ଡ୍ରେନ ଭିତରୁ ଏକ ୧୭ ଫୁଟ ଲମ୍ବର  ଅଜଗର ସାପ ଉଦ୍ଧାର ହୋଇଛି। ଗତକାଲି ରାତି ପ୍ରାୟ ୧୨ଟା ସମୟରେ  ଜୟଗୁରୁ ମାର୍କେଟ କମ୍ପ୍ଲେକ୍ସର ମୁଖ୍ୟ ରାସ୍ତାରେ ଏକ ଅଜଗର ସାପ ରାସ୍ତା ପାର ହେଉଥିଲା। ଏହି ସମୟରେ ରାସ୍ତାରେ ଯାଉଥିବା କିଛି ଲୋକ ଦେଖିଥିବା ବେଳେ ଅଜଗରଟି ରାସ୍ତା କଡ଼ରେ ଥିବା ଡ୍ରେନ୍ ଭିତରକୁ ପଶିଯାଇଥିଲା। ପରେ ସ୍ଥାନୀୟ କିଛି ଲୋକ ସାପ ଉଦ୍ଧାରକାରୀ ଦଳକୁ ଡକାଇ ଡ୍ରେନ ଭିତରୁ ସାପଟିକୁ ବହୁତ୍ କଷ୍ଟରେ ଉଦ୍ଧାର କରି ନିକଟ ଜଙ୍ଗଲରେ ଛାଡ଼ିଦେଇଥିଲେ।

ଆଜି ରାଜ୍ୟ ବାର୍ କାଉନସିଲ କାର୍ଯ୍ୟବନ୍ଦ ଆନ୍ଦୋଳନ

ନନ୍ଦିଘୋଷ ବ୍ୟୁରୋ: ଆଜି ରାଜ୍ୟ ବାର୍ କାଉନସିଲ କାର୍ଯ୍ୟବନ୍ଦ ଆନ୍ଦୋଳନ। ବ୍ରହ୍ମପୁରରେ ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ଘଟଣାରେ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି ରାଜ୍ୟ ବାର୍ କାଉନସିଲ। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ସହ ମୃତକଙ୍କ ପରିବାରକୁ ୧ କୋଟି କ୍ଷତିପୂରଣ ଦେବାକୁ ଦାବି କରାଯାଇଛି। ସେପଟେ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ଘଟଣାରେ ପୋଲିସର ତନାଘନା ଜାରି। ବିଭିନ୍ନ ଦିଗକୁ ନେଇ ପୋଲିସ ଛାନବିନ କରୁଛି। ପୋଲିସକୁ କିଛି ସୁରାକ ମିଳିଥିବା ଜଣାପଡିଛ। ଏହି ତଥ୍ୟକୁ ନେଇ ତଦନ୍ତ ଚଳାଇଛି ପୋଲିସ। ଗତକାଲି ଆଇନଜୀବୀ ପୀତବାସ ପଣ୍ଡାଙ୍କ ଶେଷକୃତ୍ୟ ବ୍ରହ୍ମପୁର ଗେଟ ବଜାର ନିକଟ ଶ୍ମଶାନରେ ସମ୍ପନ୍ନ ହୋଇଥିଲା। ସୋମବାର ରାତି ୧୦ଟା ବେଳେ ଗିରି ମାର୍କେଟରେ ଥିବା ଚାମ୍ବରରୁ ବ୍ରହ୍ମାନଗର ସ୍ଥିତ ଘରକୁ ସ୍କୁଟି ଯୋଗେ ଫେରୁଥିଲେ। ଘର ଆଉ ଶହେ ମିଟର ଦୂର ଥିବାବେଳେ ୨ ଜଣ ହେଲମେଟ ପିନ୍ଧା ଦୁର୍ବୃତ୍ତ ଆସି ତାଙ୍କୁ ଅଚାନକ ଗୁଳିମାଡ଼ କରିଥିଲେ।

ଗୁଳିମାଡ଼ ପରେ ପୀତବାସ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କର ଛାତିରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୀତବାସ ବିଜେପିର ସକ୍ରିୟ ସଦସ୍ୟ ଥିଲେ। ତେବେ କିଏ ଓ କାହିଁକି ତାଙ୍କ ଉପରେ ଆକ୍ରମଣ କଲା ଜଣାପଡ଼ିନି। ସେ ରାଜ୍ୟ ଆଇନଜୀବୀ ପରିଷଦର ମଧ୍ୟ ସଦସ୍ୟ ଥିଲେ। ଛାତ୍ରାବସ୍ଥାରୁ ବାମପନ୍ଥୀ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ଛାତ୍ର ରାଜନୀତିକୁ ଆସିଥିଲେ। ପରେ ସେ ଦୀର୍ଘଦିନ ଧରି କଂଗ୍ରେସ ଦଳରେ ସକ୍ରିୟ ଥିଲେ।୨୦୨୪ ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗ ଦେଇଥିଲେ। ଖଣିମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କର ଅତି ନିକଟତର ଥିଲେ ପୀତବାସ ପଣ୍ଡା। ବ୍ରହ୍ମପୁରର ଜଣେ ଆଗଧାଡ଼ିର ଓକିଲ ଭାବେ ମଧ୍ୟ ସେ ପରିଚିତ ଥିଲେ। ପୀତବାସ ପଣ୍ଡାଙ୍କ ନିଜ ଘର ହିଂଜିଳି ଅନ୍ତର୍ଗତ ପିତଳ ଗାଁରେ।

ପୁଣି ଚର୍ଚ୍ଚାରେ ପୃଥୀ ଶ’, ଏହି ଖେଳାଳିଙ୍କୁ ଗାଳି କରିବା ସହ ବ୍ୟାଟ ଉଠାଇ ମାରିବାକୁ…

ନନ୍ଦିଘୋଷ ବ୍ୟୁରୋ: ଏକଦା କୁହାଯାଉଥିଲା, ସେ ହେଉଛନ୍ତି ଭାରତୀୟ କ୍ରିକେଟର ଭବିଷ୍ୟତ । ମାତ୍ର ସମୟକ୍ରମେ ତାଙ୍କ କ୍ୟାରିୟର ଉପରେ ଅନେକ ପ୍ରଭାବ ପଡ଼ିଛି । ଆଉ ସବୁବେଳେ ନିଜର ଅନ୍ଦାଜ ପାଇଁ ସେ ରହିଛନ୍ତି ଚର୍ଚ୍ଚାରେ । ପୁଣି ଏବେ ରଣଜୀ ଟ୍ରଫି ଆରମ୍ଭ ହେବା ପୂର୍ବରୁ ନିଜର କ୍ରୋଧ ପାଇଁ ଚର୍ଚ୍ଚାରେ ରହିଛନ୍ତି ପୃଥୀ ଶ’ । ମୁମ୍ବାଇ ଏବଂ ମହାରାଷ୍ଟ୍ର ପକ୍ଷରୁ ଖେଳାଯାଉଥିବା ମ୍ୟାଚ ସମୟରେ ତାଙ୍କର କ୍ରୋଧ ଦେଖିବାକୁ ମିଳିଥିଲା । ପୂର୍ବରୁ ମୁମ୍ବାଇ ପକ୍ଷରୁ ଖେଳୁଥିଲେ ଶ’ । ମାତ୍ର ଏବେ ମହାରାଷ୍ଟ୍ର ପକ୍ଷରୁ ଖେଳିବେ । ତେବେ ମୁମ୍ବାଇ ବିପକ୍ଷରେ ସେ ଦମଦାର ପାଳି ଖେଳିଥିଲେ । ୧୮୧ ରନ କରି ଆଉଟ ହୋଇଥିଲେ ।

ସମସ୍ତଙ୍କ ଆଶା ରହିଥିଲା କି, ସେ ଦ୍ବିଶତକ ହାସଲ କରିବେ । ମାତ୍ର ମୁଶିର ଖାନଙ୍କ ବଲରେ ଆଉଟ ହୋଇ ପାଭିଲିୟନ ଫେରିଥିଲେ । ତେବେ ଏହି ସମୟରେ ସେଲିବ୍ରେସନ କରୁଥିବା ମୁଶିରଙ୍କ ଉପରେ ରାଗି ଯାଇଥିଲେ ଶ’ । ସେ ତାଙ୍କ କଲରକୁ ଧରିବା ସହ ମାରିବା ପାଇଁ ବ୍ୟାଟ ମଧ୍ୟ ଉଠାଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଶ’ଙ୍କ ଏଭଳି ବ୍ୟବହାରକୁ ନେଇ ମଧ୍ୟ ଟ୍ରୋଲ କରାଯାଉଥିବା ଦେଖିବାକୁ ମିଳୁଛି ।

ସରଗରମ ବିହାର ବିଧାନସଭା ନିର୍ବାଚନ ମାହୋଲ, ଆଜି କଂଗ୍ରେସ କରିପାରେ ଦଳୀୟ ପାର୍ଥୀଙ୍କ ନାଁ  ଘୋଷଣା

ନନ୍ଦିଘୋଷ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି କଂଗ୍ରେସ କରିପାରେ ଦଳୀୟ ପାର୍ଥୀ ଘୋଷଣା । ସିସିଇ ବୈଠକରେ ନିଆଯାଇପାରେ ଏହି ବଡ଼ ନିଷ୍ପତ୍ତି । ଗୁରୁତ୍ୱପୂର୍ଣ୍ଣ ବୈଠକ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଏହି ବୈଠକ ଭର୍ଚୁଆଲ୍ ଭାବରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଦଳର ଅନେକ ବରିଷ୍ଠ ନେତା ଏବଂ ନିର୍ବାଚନ କମିଟି ସଦସ୍ୟ ଯୋଗଦେବେ। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ବି ଅନଲାଇନରେ ବୈଠକରେ ଯୋଗଦେବେ। ସୋନିଆ ଗାନ୍ଧି, ଅଧିର ରଞ୍ଜନ ଚୌଧୁରୀ, କେସି ଭେନୁଗୋପାଳ, ଆମେ ୟାଗନିକ, ଉତ୍ତମ କୁମାର ରେଡ୍ଡୀ ଏବଂ ଟିଏସ ସିଂହ ଦେଓଙ୍କ ଭଳି ପ୍ରମୁଖ ନେତା ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଂଶଗ୍ରହଣ କରିବେ। କଂଗ୍ରେସ ସିପିଆଇ ଏବଂ ସିପିଆଇ-ଏମଏଲ ଭଳି ବାମପନ୍ଥୀ ଦଳଗୁଡ଼ିକ ସହିତ ରାଷ୍ଟ୍ରୀୟ ଜନତା ଦଳ (RJD) ସହିତ ମହାଗଠବନ୍ଧନର ଅଂଶ ଭାବରେ ବିହାର ନିର୍ବାଚନ ଲଢ଼ୁଛି। ଏହି ମେଣ୍ଟ ରାଜ୍ୟର ଭାରତୀୟ ଜନତା ପାର୍ଟି (ବିଜେପି), ଜନତା ଦଳ ୟୁନାଇଟେଡ୍ (ଜେଡିୟୁ), ଲୋକ ଜନଶକ୍ତି ପାର୍ଟି-ରାମ ବିଳାସ (ଏଲଜେପି-ଆରଭି), ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା-ସେକୁଲାର (ଏଚଏଏମଏସ) ଏବଂ ଅନ୍ୟାନ୍ୟ ଦଳଗୁଡ଼ିକର ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)କୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି ।ତଥାପି, କଂଗ୍ରେସ ଏପର୍ଯ୍ୟନ୍ତ ତାର ମେଣ୍ଟ ସହଯୋଗୀମାନଙ୍କ ସହିତ ଆସନ ବଣ୍ଟନ ସମ୍ପର୍କରେ କୌଣସି ଆନୁଷ୍ଠାନିକ ଘୋଷଣା କରିନାହିଁ।

ସୁଧୁରିବା ବଦଳରେ ବିଗିଡ଼ି ବିଗିଡ଼ି ଚାଲିଛି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି

ନନ୍ଦିଘୋଷ ବ୍ୟୁରୋ: ସୁଧୁରିବା ବଦଳରେ ବିଗିଡ଼ି ବିଗିଡ଼ି ଚାଲିଛି ରାଜ୍ୟର ଆଇନ ଶୃଂଖଳା ପରିସ୍ଥିତି । କଟକ କର୍ଫ୍ୟୁ ଉପରୁ ନଜର ନ ହଟୁଣୁ ଗତକାଲି ଗୋଟାଏ ଦିନରେ ସାରା ରାଜ୍ୟରେ ୫ ଟି ହତ୍ୟାକାଣ୍ଡ ସାରା ରାଜ୍ୟକୁ ଦୋହଲାଇ ଦେଇଛି । ରାଜ୍ୟର ଆଇନ ଶୃଂଖଳା ପରିସ୍ଥିତିକୁ କାଠଗଡ଼ାରେ ଠିଆ କଲାଣି । ସାରା ରାଜ୍ୟକୁ ଦୋହଲାଇ ଦେଇଛି ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳିମାଡ଼ କରି ହତ୍ୟା ଘଟଣା । ସେହିପରି ଗଞ୍ଜାମର ଅନ୍ୟ ସ୍ଥାନରୁ ବି ହତ୍ୟାକାଣ୍ଡ ରିପୋର୍ଟ ହୋଇଛି । ଏ ନେଇ ସରକାରଙ୍କ ବିଫଳ ଆଇନ ଶୃଂଖଳକୁ ବିରୋଧୀ ଦାୟୀ କରିଛନ୍ତି । ସେପଟେ ଦୋଷୀଙ୍କୁ ଖୁବ୍ ଶୀଘ୍ର ଧରା ଯିବା ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । ସେପଟେ ନିଖିଳ ଓଡ଼ିଶା ଆଇନଜୀବୀ ସଂଘ କାଲି ସାରା ରାଜ୍ୟରେ କରିବ ପ୍ରତିବାଦ । ଓକିଲମାନେ କାର୍ଯ୍ୟରୁ ରହିବେ ନିବୃତ୍ତ ।

ଗତକାଲି ଓଡ଼ିଶା ପାଇଁ ଥିଲା ହତ୍ୟାକାଣ୍ଡର ହରର ନାଇଟ । ତିର୍ତ୍ତୋଲ ଓ ଲାଞ୍ଜିଗଡ଼ର ହତ୍ୟାକାଣ୍ଡ ରାଜ୍ୟର ଆଇନ ଶୃଂଖଳା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ଠିଆ କରିଛି । ତାକୁ ବଳି ଯାଇଛି ଗଞ୍ଜାମ ଜିଲ୍ଲା । ଯେଉଁଠି ଗତକାଲି ଦିନକରେ ଗଡିଛି ତିନି ମୁଣ୍ଡ । ଭଞ୍ଜନଗର ଓ ଧରାକୋଟରେ ହତ୍ୟାକାଣ୍ଡ ପର ଛାତି ଥରାଇ ଦେଇଛି ବ୍ରହ୍ମପୁରର ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳି ମାରି ହତ୍ୟା ଘଟଣା । ନିଜ ଦଳର ନେତାଙ୍କୁ ବିଜେପି ସରକାର ସୁରକ୍ଷା ଦେଇ ପାରୁ ନଥିବାରୁ ବିରୋଧୀ ପ୍ରଶ୍ନ କରିଛନ୍ତି । କୁମାର ପୂର୍ଣ୍ଣିମାରେ ପୋଲିସ ପାଟ୍ରୋଲିଂ କାହିଁକି ଦେଖିବାକ ମିଳିନଥିଲା ବୋଲି ବିଜେଡି ଅଭିଯୋଗ କରିଛି । ଗୁଳିମାଡ଼ ହୋଇଥିବା ଅଞ୍ଚଳରୁ ସିସିଟିଭି ବାହାର କରାଯାଇଥିଲା । ସ୍ଥାନୀୟ ଥାନାଧିକାରୀ ଓ ବ୍ରହ୍ମପୁର ପୋଲିସ ଜିଲ୍ଲା ଏସପି ବି ଛୁଟିରେ ଅଛନ୍ତି । ଯାହା ପୀତବାସଙ୍କ ହତ୍ୟା ଯୋଜନାବଦ୍ଧ ଥିବା ଇଙ୍ଗିତ କରିଛି । ଗତ ଏକ ବର୍ଷ ଭିତରେ ଗଞ୍ଜାମ ଜିଲ୍ଲାରେ ୧୨୮ ହତ୍ୟାକାଣ୍ଡ ରେକର୍ଡ ହୋଇଛି ।

ଆଇନ ଶୃଙ୍ଖଳା ନିୟନ୍ତ୍ରଣରେ ସରକାର ବିଫଳ । ଏସଆଇ ପରୀକ୍ଷା ବିଭ୍ରାଟ ବି ଗଞ୍ଜାମରେ ହେଲା । ଚୌଦ୍ବାର ଜେଲରୁ ଦୁଇ କଏଦୀ ଚମ୍ପଟ ମାରୁଛନ୍ତି । କଟକ ଅଶାନ୍ତ ହେଲା । ଏସବୁ ଉପରୁ ନଜର ହଟୁଣୁ ଆଜି କଣାସରେ ଲକ୍ଷ୍ମୀ ବସରେ ପଶି ଲୋକଙ୍କୁ ହାଣିଲେ ଦୁର୍ବୃତ୍ତ । ବିଜେପି କେବଳ ବାକ୍ୟବାଣ ନ କରି ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରନ୍ତୁ ବୋଲି ବିଜେଡି ଦାବି କରିଛି । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେଲେ କେବେ ବି ରାଜ୍ୟର ବିକାଶ ହେବନି ବୋଲି କଂଗ୍ରେସ ମତ ଦେଇଛି । ଓଡ଼ିଆ ଅସ୍ମିତା କଥା କହୁଛନ୍ତି ସରକାର । ହେଲେ ଯେପରି ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେଲାଣି, ସରକାର ପାଞ୍ଚ ବର୍ଷ ଚାଲି ପାରିବା ନେଇ କଂଗ୍ରେସ ସନ୍ଦେହ ପ୍ରକାଶ କରିଛି । ସେପଟେ ଆଇନଜୀବୀ ପୀତବାସ ପଣ୍ଡାଙ୍କ ଜଘନ୍ୟ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ କରିବା ସହ ଖୁବ୍ ଶୀଘ୍ର ଦୋଷୀଙ୍କୁ ଖୋଜି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ଉଦବେଗ ପ୍ରକାଶ କଲେ ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ:  ରାଜ୍ୟରେ ଉତ୍ସବର ପରିବେଶ ମଧ୍ୟରେ ଭୟର ବାତାବରଣ, ନିଜକୁ ଅସୁରକ୍ଷିତ ମନେ କଲେଣି ଲୋକ । ନିଜ ସୋସିଆଲ ସାଇଟରେ ଏଭଳି କହି ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ଘର ସାମ୍ନାରେ ଠିଆ ହୋଇଥିବା ସମୟରେ ଗଞ୍ଜାମର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଯେପରି ଗୁଳି କରି ହତ୍ୟା କରାଗଲା ତାହା ଅତ୍ୟନ୍ତ ଜଘନ୍ୟ ଓ ଦୁଃଖଦାୟକ । ଏଭଳି କହିବା ସହ ଦୁଃଖରେ ଭାଙ୍ଗି ପଡ଼ିଥିବା ପରିବାରବର୍ଗଙ୍କୁ ସମବେଦନା ଜଣାଛନ୍ତି ନବୀନ ପଟ୍ଟାନାୟକ । ସେହିପରି ରାଉରକେଲାରେ ଦୁଷ୍କର୍ମ, କଣାସରେ ଲକ୍ଷ୍ମୀ ବସ ଭିତରେ ଅଭାବନୀୟ କାଣ୍ଡ ସାଙ୍ଗକୁ ବାଲେଶ୍ୱରରେ ରାତ୍ରିକାଳୀନ କଟକଣା ଓ  କଟକରେ ସାମ୍ପ୍ରଦାୟିକ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ବୋଲି କହିଛନ୍ତି ନବୀନ ।

ପୋଲିସ ଏସଆଇ ନିଯୁକ୍ତିରେ ମହାଘୋଟାଲା ଆଶାୟୀ ଯୁବଗୋଷ୍ଠୀଙ୍କ ମନୋବଳ ଭାଙ୍ଗି ଦେଇଥିବା ବେଳେ ସରକାରୀ ନିଯୁକ୍ତିରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବଜାୟ ରଖିବାରେ ମଧ୍ୟ ବିଜେପି ସରକାର ଅସମର୍ଥ ବୋଲି ସେ କହିଛନ୍ତି ।  ଶାନ୍ତିପ୍ରିୟ ଓଡ଼ିଶାରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ମଜଭୁତ ରଖିବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଯାହା ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି କରୁଛି । ଅପରାଧ ରୋକିବା ପାଇଁ ସରକାର କାହିଁକି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରୁନାହାନ୍ତି ? ଲୋକଙ୍କ ସ୍ୱାର୍ଥ ପାଇଁ ସରକାର ତତ୍ପର ଓ ସଜାଗ ହେବା ଜରୁରୀ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । …