spot_img
Home Blog Page 355

’ରାଓ୍ବଲପିଣ୍ଡି’ ଚିକେନ ଟିକା, ’ବହାବଲପୁର’ ନାନ… : ସୋସିଆଲ ମିଡ଼ିଆରେ ଧୂମ୍ ମଚାଇଲା ଭାରତୀୟ ବାୟୁସେନାର ଡିନର ମେନ୍ୟୁ

ଭାରତୀୟ ବାୟୁସେନା (IAF)ର ୯୩ତମ ସ୍ଥାପନା ଦିବସରେ ଆୟୋଜିତ ଡିନର ମେନ୍ୟୁ ସୋସିଆଲ ମିଡ଼ିଆରେ ଧୂମ୍ ମଚାଇଛି । ଏହି ମେନ୍ୟୁରେ ପାକିସ୍ତାନୀ ସହରର ନାମରେ ରଖାଯାଇଥିବା ବ୍ୟଞ୍ଜନକୁ ସାମିଲ କରାଯାଇଛି । ଏହି ନିଆରା ମେନ୍ୟୁର ଫଟୋ ଭାଇରାଲ ହୋଇଛି ଓ ଲୋକମାନେ ଏହାକୁ ନେଇ ଖୁବ୍ ଚର୍ଚ୍ଚା କରୁଛନ୍ତି ।

ଏହି ମେନ୍ୟୁରେ ମୁଖ୍ୟ ବ୍ୟଞ୍ଜନ ଭାବେ ’ରାଓ୍ବଲପିଣ୍ଡି’ ଚିକନ ଟିକ୍କା ମସାଲା, ’ରଫୀକୀ’ ରାରା ମ ଟନ, ’ବୋଲାରୀ’ ପନୀର ମେଥୀ ମଲାଈ, ’ସୁକ୍କୁର’ ଶାମ ସବେରା କୋଫତା, ’ସରଗୋଧା’ ଦାଲ ମଖନୀ, ’ଜ୍ୟାକବାଦାଦ’ ମେଓ୍ବା ପୁଲାଓ ଓ ’ବହାବଲପୁର’ ନାନ ପରସା ଯାଇଥିଲା । ସେହିପରି ମିଠାରେ ’ବାଲକୋଟ’ ତିରମିସୂ, ’ମୁଜଫରାବାଦ’ କୁଲଫୀ ଫାଲଦା ଓ ’ମୁରୀଦକେ’ ମିଠା ପାନ ସାମିଲ ଥିଲା । ସବୁଠାରୁ ବଡ଼ କଥା ହେଉଛି, ମେନ୍ୟୁରେ ସାମିଲ ସମସ୍ତ ପାକିସ୍ତାନୀ ସହର ଭାରତୀୟ ବାୟୁସେନା ପାଇଁ ଐତିହାସିକ ମହତ୍ତ୍ବ ରଖୁଛି । ଏହି ସହର ୨୦୧୯ରେ ହୋଇଥିବା ଅପରେସନ ବନ୍ଦର ଓ ଚଳିତ ବର୍ଷ ହୋଇଥିବା ଅପରେସନ ସିନ୍ଦୂର ସମୟରେ ଭାରତର ଏୟାର ଷ୍ଟ୍ରାଇକର ଟାର୍ଗେଟରେ ରହିଥିଲା ।

କଟକ ହିଂସାକୁ ନେଇ ଘରେ ଘରେ ପୋଲିସର ଯାଞ୍ଚ

କଟକ ହିଂସାକୁ ନେଇ ଘରେ ଘରେ ପୋଲିସର ଯାଞ୍ଚ। ହାତୀ ପୋଖରୀ ଅଞ୍ଚଳରେ ଘରେ ଘରେ ଯାଞ୍ଚ କରୁଛି ପୋଲିସ । ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଏହି ଯାଞ୍ଚ କରାଯାଉଛି। ଦୁଇ ଜଣ ଏସିପି, ତିନି ଜଣ ଇନ୍ସପେକ୍ଟର ଓ ଫୋର୍ସ ସହ ପାଞ୍ଚଟି ଘର ଖାନତଲାସ କରାଯାଇଛି। ଗିରଫ ହୋଇଥିବା ଓ କିଛି ସନ୍ଦିଗ୍ଧଙ୍କ ଘରେ ଯାଞ୍ଚ କରାାଯାଇଛି। କାଳେ ଘରେ କିଛି ଆପତ୍ତି ଜନକ ସାମଗ୍ରୀ ରହିଛି କି ତାର ଯାଞ୍ଚ କରାଯାଉଛି। ଦୁର୍ଗାପୂଜା ଭସାଣ ଗଣ୍ଡଗୋଳକୁ ନେଇ ବ୍ଯାପକ ହିଂସାକାଣ୍ଡ ହୋଇଥିଲା କଟକରେ। ଜଳାପୋଡ଼ା ଓ ବ୍ୟାପକ ଭଙ୍ଗାରୁଜା ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ କରିବାକୁ କର୍ଫ୍ୟୁ ଜାରି କରିବାକୁ ପଡ଼ିଥିଲା। ୧୩ଟି ଥାନା ଅଞ୍ଚଳରେ ଜାରି କରାଯାଇଥିଲା କର୍ଫ୍ୟୁ। ଏପରିକି ଇଣ୍ଟରନେଟ ଓ ସୋସିଆଲ ମିଡିଆରେ ବି କଟକଣା ଜାରି କରାଯାଇଛି। ତା ପରେ ସୁଧୁରିଥିଲା ପରିସ୍ଥିତି। କିନ୍ତୁ ଗଣ୍ଡଗୋଳର ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଚଲାଇଛି ଧରପଗଡ଼। ପ୍ରଥମ ଗଣ୍ଡଗୋଳକୁ ନେଇ ୯ ଜଣଙ୍କୁ ଗିରଫ କରଯାଇଛି।

ପ୍ରତି ପରିବାରର ଜଣଙ୍କୁ ସରକାରୀ ଚାକିରି ମିଳିବ: ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ବଡ଼ ଘୋଷଣା

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ବଡ଼ ଘୋଷଣା। ଯଦି ବିହାରରେ ଆରଜେଡି କ୍ଷମତାକୁ ଆସେ ତେବେ ପ୍ରତି ପରିବାରର ଜଣଙ୍କୁ ସରକାରୀ ଚାକିରି ମିଳିବ ବୋଲି ଗ୍ୟାରେଣ୍ଟି ଦେଇଛନ୍ତି ତେଜସ୍ବୀ. ସରକାର ଗଠନର ୨୦ ଦିନ ଭିତରେ ଏନେଇ ଆଇନ ଅଣାଯିବ। ବିହାରରେ ବେକାରୀର ସ୍ଥାନ ରହିବ ନାହିଁ ବୋଲି ସେ କହିଛନ୍ତି। ବିଗତ ୨୦ ବର୍ଷ ଧରି ରାଜ୍ୟରେ ବେକାରୀ ସମସ୍ୟା ଦୂରୀଭୂତ ଲାଗି କୌଣସି ପଦକ୍ଷେପ ନିଆଯାଇନାହିଁ। ସେ କହିଛନ୍ତି ଏନଡିଏ ସହଯୋଗୀ ଜେଡିୟୁ ଓ ବିଜେପି ବିହାରରେ ବେକାରୀ ଦୂରୀକରଣ କରିବା ଲାଗି କୌଣସି ପଦକ୍ଷେପ ନେଇନାହାନ୍ତି। ବିହାରରେ ଯେପରି ବେକାରୀ ସମସ୍ୟା ରହିବ ନାହିଁ ସେଦିଗରେ ତାଙ୍କ ସରକାର ପଦକ୍ଷେପ ନେବ ବୋଲି ସେ କହିଛନ୍ତି।

ଉପର ପଡ଼ିଆରେ ହେବ ବାଲିଯାତ୍ରା: ଅନୁମତି ଦେଲେ ହାଇକୋର୍ଟ

ଉପର ପଡ଼ିଆରେ ହେବ ବାଲିଯାତ୍ରା। ଉପର ପଡ଼ିଆରେ ବାଲିଯାତ୍ରାକୁ ମିଳିଲା ଅନୁମତି। ଉପର ପଡ଼ିଆ ବାଲିଯାତ୍ରାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ। ପୂର୍ବରୁ କେବଳ ତଳ ପଡ଼ିଆରେ ବାଲିଯାତ୍ରା କରିବାକୁ ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତିର ପୁନର୍ବିଚାର ପାଇଁ ପ୍ରଶାସନକୁ କରାଯାଇଥିଲା ଅନୁରୋଧ। ସବୁ ମହଲରୁ ପ୍ରଶାସନକୁ ଅନୁରୋଧ କରାଯାଇଥିଲା। ଆଜି ହାଇକୋର୍ଟ ଉପର ପଡ଼ିଆରେ ବାଲିଯାତ୍ରା କରିବାକୁ ଅନୁମତି ଦେଇଛନ୍ତି।

ସ୍ତ୍ରୀ ଓ ପୁଅକୁ ହତ୍ୟା କରି ଝୁଲିପଡିଲା ସ୍ୱାମୀ

ନନ୍ଦିଘୋଷ ବ୍ୟୁରୋ : ସ୍ତ୍ରୀ ଓ ପୁଅକୁ ହତ୍ୟା କରିବା ପରେ ଆତ୍ମହତ୍ୟା କଲା ସ୍ୱାମୀ । ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲା ବେଲଡାଙ୍ଗା ଥାନା ଆଣ୍ଡିରନ ହାଲଦାରପଡାରେ ଘଟିଛି ଏଭଳି ଘଟଣା । ସଞ୍ଜିତ ହାଲଦାର ତାଙ୍କ ଘରେ ସ୍ତ୍ରୀ ଏବଂ ପୁଅର ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ତା’ପରେ ସେ ସିଲିଂ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି । ସକାଳେ ସଞ୍ଜିତ ହାଲଦାରଙ୍କ ମାଆ ବାଥରୁମକୁ ଯାଇ ତାଙ୍କ ପୁଅକୁ ଝୁଲୁଥିବାର ଦେଖିଥିଲେ । ସେ ଶୀଘ୍ର ପଡ଼ୋଶୀମାନଙ୍କୁ ଡାକିବା ପରେ ପଡ଼ୋଶୀମାନେ କବାଟ ଖୋଲିଥିଲେ । ପରେ ସ୍ତ୍ରୀ ଓ ପୁଅର ଗଳାକଟା ମୃତଦେହ ଉଦ୍ଧାର କରାଯାଇଛି । ବେଲଡାଙ୍ଗା ଥାନା ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ କରୁଛନ୍ତି । ଘଟଣାରେ ଅନ୍ୟ କୌଣସି କାରଣ ଜଡିତ ଅଛି କି ନାହିଁ ତାହା ବେଲଡାଙ୍ଗା ଥାନାର ପୁଲିସ ତଦନ୍ତ କରୁଛି। ତେବେ, ସଞ୍ଜିତ ହାଲଦାରଙ୍କ ମାଆ କହିଛନ୍ତି ଯେ ସଞ୍ଜିତ ହାଲଦାରଙ୍କ ସ୍ତ୍ରୀ କାରଣରୁ ଏହି ଘଟଣା ଘଟିଛି।

କ୍ରିକେଟର ରିଙ୍କୁ ସିଂହଙ୍କୁ ଡି- କମ୍ପାନୀରୁ ଧମକ, ୧୦ କୋଟି ଟଙ୍କା ଦାବି

ନନ୍ଦିଘୋଷ ବ୍ୟୁରୋ : ଭାରତୀୟ କ୍ରିକେଟର ରିଙ୍କୁ ସିଂହଙ୍କ ସମ୍ପର୍କରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି । ସାଉଦ ଇବ୍ରାହିମର ଡି- କମ୍ପାନୀ ନାଁ ନେଇ ତାଙ୍କୁ ୧୦ କୋଟି ଟଙ୍କା ଦେବା ପାଇଁ ଦାବି କରିଛି । ତେବେ ପୋଲିସ ଏହି ମାମଲାରେ ରିଙ୍କୁ ସିଂହଙ୍କୁ ଧମକ ଦେଇଥିବା ବ୍ୟକ୍ତିକୁ ଗିରଫ କରି ପଚାରାଉଚରା କରିଛି । ଯାହା ଫଳରେ ଏହି ଘଟଣାର ପର୍ଦ୍ଦାଫାଶ ହୋଇଛି ।

ପୋଲିସର ସୂଚନା ମୁତାବକ, ଅଭିଯୁକ୍ତ ନୌଶାଦ ପଚରାଉଚରା ବେଳେ ଭାରତୀୟ ଖେଳାଳି ରଙ୍କୁ ସିଂହଙ୍କୁ ୧୦ କୋଟି ଟଙ୍କା ଦେବାକୁ ଧମକ ଦେବା କଥା ସ୍ୱୀକାର କରିଛି । ଖାଲି ଏତିକି ନୁହେଁ ସେ ରିଙ୍କୁଙ୍କ ଇଭେଣ୍ଟ ମ୍ୟାନେଜରଙ୍କୁ ମଧ୍ୟ ଧକମ ପୂର୍ଣ୍ଣ ଇମେଲ୍ ପଠାଉଥିବା କଥା ଜଣା ପଡିଛି । ଏଥିରେ ସେ ନିଜକୁ ଡି-କମ୍ପାନୀର ସଦସ୍ୟ ବୋଲି ପରିଚୟ ଦେଇ ଟଙ୍କା ନଦେଲେ ହତ୍ୟା ନେଇ ଧମକ ଦେଇଥିଲା ।  ତେବେ ମୁମ୍ୱାଇ ପୋଲିସ ଏହି ମାମଲା ନେଇ ପ୍ରଥମ ଥର ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି । ବିହାର ଦରଭଙ୍ଗାର ଅଧିବାସୀ ୩୩ ବର୍ଷୀୟ ମହମ୍ମଦ ଦିଲଶାଦ ନୌଶାଦକୁ ଗିରଫ କରିଛି ।

ବଦଳିଲେ ବ୍ରହ୍ମପୁରର ଅତିରିକ୍ତ ଏସପି

ନନ୍ଦିଘୋଷ ବ୍ୟୁରୋ : ବଦଳିଲେ ବ୍ରହ୍ମପୁରର ଅତିରିକ୍ତ ଏସପି । ବ୍ରହ୍ମପୁରର ଅତିରିକ୍ତ ଏସପି ସୀମା ସ୍ଵାଇଁଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର। ତାଙ୍କ ସ୍ଥାନରେ ଆଲୋକ ଜେନାଙ୍କୁ ଅତିରିକ୍ତ ଏସପି ଭାବେ ବ୍ରହ୍ମପୁରରେ ଅବସ୍ଥାପିତ କରାଯାଇଛି। ଆଲୋକ ଜେନା ବଲାଙ୍ଗିରର ଅତିରିକ୍ତ ଏସପି ଥିଲେ। ସୀମା ସ୍ଵାଇଁଙ୍କୁ ତାଳଚେରର ଅତିରିକ୍ତି ଏସପି ଭାବେ ବଦଳି କରାଯାଇଛି। ଏହା ସହିତ ୧୯ ଜଣ ଅତିରିକ୍ତ ଏସପିଙ୍କୁ ବିଭିନ୍ନ ସ୍ଥାନକୁ ବଦଳି କରାଯାଇଛି।

ମସଜିଦ ନିକଟରେ ସ୍କୁଟି ବ୍ଲାଷ୍ଟ ଘଟଣା ଆତଙ୍କବାଦୀ ଆକ୍ରମଣ ନୁହେଁ ; ପୋଲିସ ଜଣାଇଲେ ପ୍ରକୃତ ସତ

ନନ୍ଦିଘୋଷ ବ୍ୟୁରୋ : ମସଜିଦ ସାମ୍ନାରେ ବିସ୍ଫୋରଣ ଘଟଣା ପର୍ଦ୍ଦାଫାଶ । ଏବେ ଏହା ପଛର ପ୍ରକୃତ କାରଣ ସାମ୍ନାକୁ ଆସିଛି ।  ବୁଧବାର ବିଳମ୍ବିତ ସନ୍ଧ୍ୟାରେ, କାନପୁରର  ମିଶ୍ରି ବଜାରରେ ଥିବା ଏକ ମସଜିଦଠାରୁ ଅଳ୍ପ ଦୂରରେ ଦୁଇଟି ସ୍କୁଟରରେ ଏକ ବିସ୍ଫୋରଣ ଘଟିଥିଲା, ଯାହା ଫଳରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ନିକଟ ଦୋକାନୀ ଏବଂ ପଥଚାରୀମାନେ ଭୟଭୀତ ହୋଇଯାଇଥିଲେ। ବିସ୍ଫୋରଣରେ ପାଞ୍ଚ ଜଣ ଆହତ ହୋଇଥିଲେ ଏବଂ ସେମାନଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ସମୟରେ, ଘଟଣା ସମ୍ପର୍କରେ ସୋସିଆଲ ମିଡିଆରେ ବିଭିନ୍ନ ଗୁଜବ ପ୍ରଚାର ହେବା ଆରମ୍ଭ ହୋଇ ଯାଇଥିଲା। ତଥାପି, ପୋଲିସ ସ୍ପଷ୍ଟ କରିଛି ଯେ ଏହା କୌଣସି ଆତଙ୍କବାଦୀ ଆକ୍ରମଣ ନୁହେଁ, ବରଂ ବାଣ ଯୋଗୁଁ ବିସ୍ଫୋରଣ ହୋଇଥିଲା।

ଅନ୍ୟପଟେ ପୋଲିସ କହିଛି ଯେ, ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା ପ୍ରମାଣ ସ୍ପଷ୍ଟ ଭାବରେ ସୂଚିତ କରୁଛି ଯେ ବିସ୍ଫୋରଣ ବାଣ ସହିତ ଜଡିତ ଥିଲା। ଘଟଣା ପରେ, କାନପୁର ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଞ୍ଚଳର ୧୮ଟି ଦୋକାନ ଏବଂ ଗୋଦାମରେ ଖୋଳତାଳ ଚଳାଇଛି। ଏପର୍ଯ୍ୟନ୍ତ, ବେଆଇନ ବାଣ ଥିବା ଦୁଇଟି ଗୋଦାମକୁ ସିଲ୍ କରାଯାଇଛି।

SHO ସମେତ ୫ ପୋଲିସ କର୍ମଚାରୀ ନିଲମ୍ବିତ 

ବିସ୍ଫୋରଣ ପରେ, ପୋଲିସ ପ୍ରଶାସନ ଅବହେଳା କରିଥିବା ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଷ୍ଟେସନ ହାଉସ ଅଫିସର (SHO) ସମେତ ପାଞ୍ଚ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଏହା ବ୍ୟତୀତ, ସର୍କଲର ACPଙ୍କୁ ମଧ୍ୟ ହଟାଇ ଦିଆଯାଇଛି। ଅଭିଯୋଗ ହୋଇଛି ଯେ ଘଟଣାସ୍ଥଳରୁ ଷ୍ଟେସନ ଅଳ୍ପ ଦୂରରେ ଅବସ୍ଥିତ ଥିଲେ ମଧ୍ୟ, ଅଞ୍ଚଳରେ ପର୍ଯ୍ୟାପ୍ତ ନଜର ରଖାଯାଇ ନଥିଲା, ଯାହା ଫଳରେ ବେଆଇନ ଫାଇବର ଗଚ୍ଛିତ ରଖାଯାଇଥିଲା।

ଏହି ଘଟଣାରେ ଆହତ ମହମ୍ମଦ ମୁରସାଲିନ୍ କହିଛନ୍ତି ଯେ ବିସ୍ଫୋରଣ ଅତ୍ୟନ୍ତ ଶକ୍ତିଶାଳୀ ଥିଲା। ତାଙ୍କ ଗୋଡ ଏବଂ ହାତ ଗୁରୁତର ଭାବରେ ପୋଡ଼ି ଯାଇଛି। ସେ ଅନ୍ଧତ୍ୱର ଶିକାର ହୋଇଛନ୍ତି ଏବଂ ଏବେ ବି ତାଙ୍କର ଗମ୍ଭୀର ଶ୍ରବଣ ସମସ୍ୟା ଦେଖାଦେଇଛି ।

ବର୍ତ୍ତମାନ ପୋଲିସ ୧୨ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ କାନପୁର ଭଳି ଏକ ବ୍ୟସ୍ତବହୁଳ ଏବଂ ଘନ ଜନବସତି ଅଞ୍ଚଳରେ ଏପରି ଘଟଣା ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି। ଭବିଷ୍ୟତରେ ଏପରି ଘଟଣା ରୋକିବା ପାଇଁ ପୋଲିସ ଏବେ ମିଶ୍ରି ବଜାର ଏବଂ ଆଖପାଖ ଅଞ୍ଚଳରେ ସୁରକ୍ଷା ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛି।

ଶିକ୍ଷୟତ୍ରୀଙ୍କ ବେକରୁ ଝାମ୍ପି ନେଲେ ଦୁର୍ବୁତ୍ତ ସୁନା ଚେନ

ନନ୍ଦିଘୋଷ ବ୍ୟୁରୋ : ଶିକ୍ଷୟତ୍ରୀଙ୍କ ବେକରୁ ସୁନା ଚେନ ଝାମ୍ପି ନେଲେ ଦୁର୍ବୁତ୍ତ। ଝାରସୁଗୁଡା ଜିଲ୍ଲା ବେଲପାହାଡ ଅଞ୍ଚଳରୁ ଲୁଟ। ସିସିଟିଭିରେ କଏଦ ହୋଇଛି ଲୁଟ ବେଳର ଦୃଶ୍ୟ। ଗତକାଲି ଦୁଇ ଜଣ ଦୁର୍ବୁତ୍ତ ବାଇକରେ ଆସି ସୁନା ଚେନ ଝାମ୍ପି ନେଇ ଫେରାର ହୋଇଛନ୍ତି l ପିଏମଶ୍ରୀ ଗିରଧରଲାଲ ହାଇସ୍କୁଲର ଶିକ୍ଷୟତ୍ରୀ କମଳା ସରାଫ ସ୍କୁଲ ଛୁଟି ହେବା ପରେ ଚାଲିଚାଲି ଘରକୁ ଫେରୁଥିବାବେଳେ ଦୁଇ ଜଣ ଦୁର୍ବୁତ୍ତ ବାଇକରେ ଆସି ସୁନା ଚେନ ଝାମ୍ପି ନେଇଛନ୍ତି। ଶିକ୍ଷୟତ୍ରୀ ଜଣକ ଏନେଇ ବେଲପାହାଡ ଥାନାରେ ଅଭିଯୋଗ କଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ବର୍ଷା ଘଡ଼ଘଡ଼ିରେ ଜଳିଗଲା ଲିଙ୍ଗରାଜଙ୍କ ବାନା

ନନ୍ଦିଘୋଷ ବ୍ୟୁରୋ : ବଜ୍ରପାତରେ ଜଳିଗଲା ଲିଙ୍ଗରାଜଙ୍କ ବାନା । ଗତକାଲି ପ୍ରବଳ ବର୍ଷା ଓ ଘଡ଼ଘଡ଼ିରେ ଏପରି ହୋଇଥିବା ଜଣାପଡ଼ିଛି। ଲିଙ୍ଗରାଜ ମନ୍ଦିରର ବାନା ପୋଡ଼ି ଯାଇଛି। ବଜ୍ରପାତରେ କିଛି ସିସିଟିଭି ମଧ୍ୟ ନଷ୍ଟ ହୋଇଥିବା ଜଣାପଡ଼ିଛି। ଏପରିକି ଗର୍ଭଗୃହରେ ଲାଗିଥିବା ବିଜୁଳି ବଲ୍ ବି ପୋଡ଼ି ଯାଇଛି। ଆଜି ସକାଳେ ମନ୍ଦିର ସେବାୟତ ସବୁ ଯାଞ୍ଚ କରିବା ପରେ ଏହା ଜଣାପଡ଼ିଛି। ଲିଙ୍ଗରାଜ ମନ୍ଦିରରେ ମୋଟ ୩୫ଟି ସିସିଟିଭି କ୍ୟାମେରା ଲାଗିଛି । ବଜ୍ରପାତରେ କେତେ କ୍ୟାମେରା ନଷ୍ଟ ହୋଇଛି ତାହା ସ୍ପଷ୍ଟ ହୋଇନି। ବାନା ପୋଡ଼ି ଯିବା ପରେ ଏଏସଆଇ ଟିମ୍ ଲିଙ୍ଗରାଜ ମନ୍ଦିରକୁ ଯାଇ ଅନୁଧ୍ୟାନ କରିଛି।