ନନ୍ଦିଘୋଷ ବ୍ୟୁରୋ : ବିଦେଶରେ ଓଡ଼ିଆ ଝିଅଙ୍କୁ ଅତ୍ୟାଚାର ଅଭିଯୋଗ। ପାଳିତ ମା’ ତାଙ୍କୁ ଅକଥନୀୟ ଅତ୍ୟାଚାର ଦେଉଥିବା ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଝିଅ । କାନ୍ଦି କାନ୍ଦି ଏକ ଭିଡିଓରେ ନିଜର ଦୁଃଖ ଯନ୍ତ୍ରଣାକୁ ବଖାଣିଛନ୍ତି ସେଜଲ ଜୋନ ।ଆମେରିକାରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ। ପୋଷ୍ୟ କନ୍ୟା ଭାବେ ନେଇଥିବା ମହିଳା ତାଙ୍କୁ ସେଠାରେ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ସେଜଲ ଜୋନ । ପ୍ରାୟ ମାସକ ପୂର୍ବରୁ ସେଜଲ୍ ନିଜ ବନ୍ଧୁଙ୍କୁ ପଠାଇଥିବା ଭିଡିଓ ବାର୍ତ୍ତା ଏବେ ଆଲୋଡ଼ନ ସୃଷ୍ଟି କରିଛି । ସୂଚନା ଅନୁସାରେ ଛୋଟ ସମୟରେ ପୂଜା ଟ୍ରେନରେ ବାପା ମା’ଙ୍କ ସହ ଯାତ୍ରା କରୁଥିବା ସମୟରେ ହଜିଯାଇଥିଲେ ଓ ପରେ ଶିଶୁ ସୁରକ୍ଷା ଅଧିକାରୀମାନେ ପୂଜାଙ୍କୁ ଉଦ୍ଧାର କରିଥିଲେ। ବାଲେଶ୍ବର ସ୍ଥିତ ନିଳଗିରୀ ବାଳିକାଶ୍ରମରେ ପୂଜାଙ୍କ ପିଲାଦିନ କଟିଥିଲା । ଏହା ପରେ ଭୁବନେଶ୍ବର ନହରକଣ୍ଟା ଡିଭାଇନ୍ ପାଥ ନାମକ NGOରେ ରହି ପାଠ ପଢୁଥିବା ସମୟରେ ୨୦୧୮ରେ ଆମେରିକୀୟ ଦମ୍ପତି ପୂଜାଙ୍କୁ ପୌଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ସେଠାରେ ପୂଜାଙ୍କ ନୂଆ ନାଁ ହୋଇଥିଲା ସେଜଳ ଜୋନ। କିନ୍ତୁ ଦୀର୍ଘ ବର୍ଷ ପରେ ଏବେ ପାଳିତ ମା’ ତାଙ୍କୁ ଅକଥନୀୟ ଅତ୍ୟାଚାର ଦେଉଥିବା ସହ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରୁଥିବା ଅଭିଯୋଗ ଆଣିଛନ୍ତି ପୂଜା। କାନ୍ଦି କାନ୍ଦି ନିଜ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ସ୍କୁଲ ସମୟର ବନ୍ଧୁଙ୍କୁ ଭିଡ଼ିଓ ସେୟାର କରି ଜଣାଇଛନ୍ତି ଏବଂ ରାଜ୍ୟ ସରକାର ପକ୍ଷରୁ ସାହାଯ୍ୟ କରି ପୂଜାଙ୍କୁ ଉଦ୍ଧାର କରିବାକୁ ଭିଡ଼ିଓରେ ଅନୁରୋଧ କରିଛନ୍ତି।
ମାଆ ଟେଲର, ବାପା ଓ୍ବେଲ୍ଡର: କ୍ରିକେଟରେ ବିଶ୍ବ ରେକର୍ଡ କରିଥିବା ଆକାଶ କୁମାରଙ୍କ ସଂଘର୍ଷପୂର୍ଣ୍ଣ କାହାଣୀ
ମାଆ ଟେଲର, ବାପା ଓ୍ବେଲ୍ଡର: କ୍ରିକେଟରେ ବିଶ୍ବ ରେକର୍ଡ କରିଥିବା ଆକାଶ କୁମାରଙ୍କ ସଂଘର୍ଷପୂର୍ଣ୍ଣ କାହାଣୀ
ନନ୍ଦିଘୋଷ ବ୍ୟୁରୋ: କୁହାଯାଏ ଯଦି ନିଜ କାମ ପ୍ରତି ନିଷ୍ଠା ଓ ଭଲ ପାଇବା ଥିବ ତେବେ ସଫଳତା ଆପେ ଆପେ ଆପଣଙ୍କ ପାଦ ଛୁଇଁବ । ଆଉ ଏମିତି କିଛି କରି ଦେଖାଇଛନ୍ତି ଭାରତର ଉଦୟମାନ କ୍ରିକେଟର ଆକାଶ କୁମାରଙ୍କ କ୍ଷେତ୍ରରେ । ରଣଜୀ ଟ୍ରଫି-୨୦୨୫ର ପ୍ଲେଟ ଗ୍ରୁପ୍ ମ୍ୟାଚରେ ଆାକଶ କୁମାର ବିଶ୍ବ ରେକର୍ଡ କରି ଏହି ଉକ୍ତିକୁ ସତ କରି ଦେଖାଇଛନ୍ତି । ଆଉ କ୍ରିକେଟ ପ୍ରତି ଥିବା ତାଙ୍କର ଭଲ ପାଇବା ଏହାର ଏକ ବଡ଼ ଉଦାହରଣ ହୋଇ ରହିବ ।
କ୍ରିକେଟର ହେବାର ସ୍ବପ୍ନ ତ ସ୍କୁଲ ସମୟରୁ ଥିଲା । ହେଲେ ରାସ୍ତା ଏତେ ସହଜ ନଥିଲା । କାରଣ ପରିବାର ଆର୍ଥିକ ସ୍ଥିତି କ୍ରିକେଟ ଓ ତାଙ୍କ ମଝିରେ ପାଚେରୀ ହୋଇ ଛିଡ଼ା ହୋଇଥିଲା । ଆଉ ଏମିତି ସମୟରେ ଆକାଶଙ୍କୁ ସାହାରା ସାଜିଥିଲେ ତାଙ୍କ ଗରିବ ବାପାମାଆ । ଆକାଶଙ୍କ ମାଆ ଟେଲରିଂ କାମ କରନ୍ତି । ଆଉ ବାପା ଓ୍ବେଲ୍ଡିଂ କାମ । ଯେଣେ ତେଣେ ପ୍ରକାରେ ଘର ଚଳି ଯାଉଥିଲା । ହେଲେ ସେମାନେ ଆକାଶଙ୍କୁ ସେ ସମସ୍ତ ସୁବିଧା ଯୋଗାଇ ଥିଲେ ଯାହା ତାଙ୍କ କ୍ୟାରିୟର ପାଇଁ ଆବଶ୍ୟକ ଥିଲା ।
ବିଶ୍ବ ରେକର୍ଡ କରିବା ପରେ ଆକାଶ କହିଛନ୍ତି, ଘରର ଆର୍ଥିକ ସ୍ଥିତି ଭଲ ନଥିଲେ ବି ମାଆ ଓ ବାପା କେବେ କିଛି ଅଭାବ କରିନାହାନ୍ତି । ମୁଁ ଆଜି ଯେଉଁଠି ପହଞ୍ଚିଛି, ଯାହା ହାସଲ କରିଛି ତାହା କେବଳ ମୋ ମାଆ ଓ ବାପାଙ୍କ ପାଇଁ ପାଇଛି ।
ଡେବ୍ୟୁରୁ ବିଶ୍ବ ରେକର୍ଡ ପର୍ଯ୍ୟନ୍ତର ସଂଘର୍ଷ
୨୦୧୯ରେ ଆକାଶ କୁମାର ଚୌଧୁରୀ ମେଘାଳୟ ପାଇଁ ଫାଷ୍ଟ କ୍ଲାସ୍ ଡେବ୍ୟୁ କରିଥିଲେ । ନାଗାଲ୍ୟାଣ୍ଡ ବିପକ୍ଷରେ ଥିଲା ତାଙ୍କର ଡେବ୍ୟୁ ମ୍ୟାଚ୍ । ସେ ମେଘାଳୟ ତରଫରୁ ଲିଷ୍ଟ ଏ ଓ ଟି୨୦ ବି ଖଷଳିଛନ୍ତି । ଲିଷ୍ଟ ଏ ଡେବ୍ୟୁ ସିକ୍କିମ ଓ ଟି୨୦ ଡେବ୍ୟୁ ଗୁଜରାଟ ବିପକ୍ଷରେ କରିଥିଲେ ।
ନିଜ କ୍ରିକେଟ କ୍ୟାରିୟରେ ଆକାଶ ବହୁତ ଉତ୍ଥାନ ପତନ ଦେଖିଛନ୍ତି । ଅରୁଣାଚଳ ପ୍ରଦେଶ ବିପକ୍ଷରେ ବିଶ୍ବ ରେକର୍ଡ କରିବା ପୂର୍ବରୁ ଫାଷ୍ଟ କ୍ଲାସ କ୍ୟାରିୟରରେ ୧୦ଟି ଇଂନିସରେ ମାତ୍ର ଦୁଇଟି ଅର୍ଦ୍ଧ ଶତକ ମାରିଛନ୍ତି । ଏହି ସମୟରେ ୫ଟି ଇଂନିସରେ ୨୦ ରନ ବି କରି ନଥିଲେ । ରଣଜୀ ଟ୍ରଫିର ପ୍ଲେଟ ଗ୍ରୁପରେ ବିହାର ବିପକ୍ଷରେ ଅର୍ଦ୍ଧ ଶତକ ମାରିବା ପରେ ଆକାଶ କୁମାରଙ୍କ କାହାଣୀ ପୂରା ବଦଳି ଯାଇଥିଲା ।
ଭାଙ୍ଗିଲେ ୧୩ ବର୍ଷ ପୁରୁଣା ବିଶ୍ବ ରେକର୍ଡ
ଅରୁଣାଚଳ ପ୍ରଦେଶ ବିପକ୍ଷରେ ୧୧ ବଲରୁ ଫାଷ୍ଟ ପ୍ଲାସ ୫୦ ବନାଇବା ପରେ ଏବେ ତାଙ୍କୁ ଭିନ୍ନ ପରିଚୟ ଦେଇଛି । ୮ ନମ୍ବରରେ ବ୍ୟାଟିଂ କରିବାକୁ ଆସି ଲଗାତାର ୮ଟି ବଲରେ ୮ଟି ଛକ୍କା ମାରିଛନ୍ତି । ଯାହା ବିଶ୍ବର କୌଣସି ବ୍ୟାଟର କରିପାରିନାହାନ୍ତି । ଏହାପରେ ୧୧ ବଲରେ ଅର୍ଦ୍ଧ ଶତକ ମାରି ଫାଷ୍ଟ କ୍ଲାସ କ୍ରିକେଟରେ ୧୩ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି ।
ସବୁ କ୍ରିକେଟରଙ୍କ ପରି ଟିମ୍ ଇଣ୍ଡିଆ ପାଇଁ ଖେଳିବାକୁ ଆକାଶ କୁମାରଙ୍କ ଇଚ୍ଛା ରହିଛି । ହେଲା ତାଙ୍କ ମତ ହେଲା, ଏହା ମୋ ହାତରେ ନାହିଁ । ମୋ ହାତରେ କେବଳ ବଲ ଓ ବ୍ୟାଟ ରହିଛି । ଆଉ ମୋତେ ଏଥିରେ ଭଲ ପରଫର୍ମାନ୍ସ କରିବାକୁ ପଡିବ । ଆଉ ଏହାକୁ ଆଗକୁ ମୋତେ ବଜାଇ ରଖିବାକୁ ପଡ଼ିବ ।
ପ୍ରବାସୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ିଲା ; ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା
ନନ୍ଦିଘୋଷ ବ୍ୟୁରୋ : ମାଲେସିଆ ଉପକୂଳରେ ପ୍ରବାସୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ିଲା। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଡଙ୍ଗାରେ ଥିଲେ ପ୍ରାୟ ୯୦ ଜଣ ଯାତ୍ରୀ। ୧୩ ଜଣଙ୍କୁ ଜୀବୀତ ଉଦ୍ଧାର କରାଯାଇଛି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଂକା କରାଯାଉଛି। ମିଆଁମାରରୁ ପ୍ରବାସୀଙ୍କୁ ନେଇ ମାଲେସିଆ ଯାଉଥିଲା ଏହି ଡଙ୍ଗା। ଥାଇଲାଣ୍ଡ ସୀମା ନିକଟରେ ପ୍ରବାସୀଙ୍କୁ ନେଇ ଯାଉଥିବାବେଳେ ଏହି ଡଙ୍ଗା ବୁଡ଼ିଯାଇଥିଲା। ଡଙ୍ଗାଟି ବେଆଇନ ଭାବେ ଯାତ୍ରା କରୁଥିବା ପ୍ରବାସୀଙ୍କୁ ନେଇ ଯାଉଥିଲା। ଯେଉଁମାନେ ମିଆଁମାରରୁ ମାଲେସିଆ ଯାଉଥିଲେ। ମୋଟ ୩ଶହ ଯାତ୍ରୀ ବେଆଇନ ଭାବେ ଏକାଧିକ ଡଙ୍ଗାରେ ଯାତ୍ରା କରୁଥିବା ଜଣାପଡିଛି। ଥାଇଲ୍ୟାଣ୍ଡର ତାରୁତାଓ ଦ୍ୱୀପ ନିକଟରେ ବୁଡ଼ିଯାଇଥିଲା ପ୍ରବାସୀଙ୍କୁ ନେଇ ଯାଉଥିବା ଡଙ୍ଗା। ଅନ୍ୟ ଦୁଇଟି ଜାହାଜ ମଧ୍ୟ ନିଖୋଜ ହୋଇଯାଇଥିବା ଜଣାପଡିଛି।
କାଶ୍ମୀରରୁ ଗିରଫ ଆତଙ୍କବାଦୀ ବତାଇଲା ଠିକଣା: ଫରିଦାବାଦରୁ ୩ ଶହ କେଜି RDX ଜବତ, ବଡ଼ ଷଡଯନ୍ତ୍ର ଉପରୁ ହଟିଲା ପରଦା
କାଶ୍ମୀରରୁ ଗିରଫ ଆତଙ୍କବାଦୀ ବତାଇଲା ଠିକଣା: ଫରିଦାବାଦରୁ ୩ ଶହ କେଜି RDX ଜବତ, ବଡ଼ ଷଡଯନ୍ତ୍ର ଉପରୁ ହଟିଲା ପରଦା
ନନ୍ଦିଘୋଷ ବ୍ୟୁରୋ: ଜମ୍ମୁ ଓ କାଶ୍ମୀର ପୋଲିସକୁ ମିଳିଛି ବଡ଼ ସଫଳତା । କାଶ୍ମୀରରୁ ଗିରଫ ଆତଙ୍କବାଦୀ ଡକ୍ତର ଆଦିଲ ଅହମ୍ମଦ ରାଠର ତଥ୍ୟ ଅନୁସାରେ ହରିୟାଣାର ଫରିଦାବାଦରୁ ୩୦୦ କେଜି ଆରଡିଏକ୍ସ, ଗୋଟିଏ ଏକେ-୪୭ ରାଇଫଲ ଓ ପ୍ରଚୁର ପରିମାଣରେ ଗେଳା, ବାରୁଦ ଜବତ କରିଛି । ପଚରାଉଚରା ବେଳେ ଆଦିଲ ବହୁତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଛି । ଏହାପୂର୍ବରୁ କାଶ୍ମୀରରେ ତା’ ଲକରରୁ ଏକେ-୪୭ ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର ମିଳିଥିଲା ।
ପଚରା ଉଚରାରୁ ଜଣାପଡିଛି, କାଶ୍ମୀର ବାସିନ୍ଦା ଅନ୍ୟ ଜଣେ ଡକ୍ତର ଡ. ମୁଜମିଲ ଫରିଦାବାଦରେ ଏହି ଅସ୍ତର୍ଶସ୍ତ୍ର ଓ ଗୋଳାବାରୁଦ ଲୁଚାଇ ରଖିଥିଲା । ଉଭୟ ଏବେ ଜମ୍ମୁ ଓ କାଶ୍ମୀର ଜେଲରେ ରହିଛନ୍ତି ।
ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା
ଆଦିଲକୁ ପଚରାଉଚରା ବେଳେ ମିଳିଥିବା ସୂଚନା ଅନୁସାରେ ଜମ୍ମୁ ଓ କାଶ୍ମୀର ପୋଲିସ ଫରିଦାବାଦରେ ଚଢ଼ାଉ କରିଥିଲା । ଜବତ ବିସ୍ଫୋଟକକୁ ଦେଖି ଅନୁମାନ କରାଯାଉଛି, ଏମାନେ ବଡ଼ ଧରଣର ଆକ୍ରମଣ ଷଡଯନ୍ତ୍ରର ଅଂଶ ହୋଇପାରନ୍ତି । ତଦନ୍ତକାରୀ ସଂସ୍ଥା ଏବେ ଏହି ନେଟଓ୍ବର୍କର ସହ ସମ୍ପୃକ୍ତ ଅନ୍ୟ ମାନଙ୍କୁ ଧରିବାକୁ ଧଡ଼ପଗଡ଼ ଆରମ୍ଭ କରିଦେଇଛି ।
ଶ୍ରୀନଗର ପୋଲିସର ଅପରେଶନ ଅଧୀନରେ ଏହାର ଖଉଲାସା ହୋଇଛି । ଯାଞ୍ଚ ବେଳେ ଏକ ଡକ୍ତର ନେଟଓ୍ବର୍କ ଉପରେ ନଜର ରଖାଯାଇଥିଲା । ଏମାନଙ୍କ ସମ୍ପର୍କ ଆତଙ୍କବାଦୀ ସଙ୍ଗଠାନ ଜେଶ ଏ ମୋହମ୍ମଦ ଓ ଗଜବତି ଉଲ ହିନ୍ଦ ସହ ଥାଇ ପାରେ ବୋଲି ପୋଲିସ ସନ୍ଦେହ କରୁଛନ୍ତି । ଯାଞ୍ଜରୁ ଏହା ମଧ୍ୟ ଜଣାପଡ଼ିଛି, ଡ. ମୁଜମିଲ ଫରିଦାବାଦର ଅଲ ଫଲାହ ମେଡିକାଲ କଲେଜରେ ଜୁନିୟର ଡାକ୍ତର ଭାବେ କାମ କରୁଥିଲା ।

