spot_img
Home Blog Page 3517

କାହିଁକି ଜଙ୍ଗଲରେ ଲାଗୁଛି ନିଆଁ ? ଏମିତି କହିଲେ ପିସିସିଏଫ

ଭୁବନେଶ୍ୱର: ଜଙ୍ଗଲି ଜନ୍ତୁ ଶିକାର ଲୋଭରେ ଜଙ୍ଗଲରେ ନିଆଁ ଲଗାଉଛନ୍ତି ଶିକାରୀ। ଗତକାଲି ନିଆଁ ଲଗାଇବା ବେଳେ କନ୍ଧମାଳ ଜିଲ୍ଲାରୁ ଜଣେ ଶିକାରୀ ଧରାପଡିଛି। ପ୍ରାୟ ସବୁ ନିଆଁ ମନୁଷ୍ୟକୃତ ହୋଇଥିବାରୁ ସଚେତନତା କରାଯାଉଛି ବୋଲି କହିଛନ୍ତି ପିସିସିଏଫ ଦେବୀଦତ୍ତ ବିଶ୍ୱାଳ। ନିଆଁ ଲାଗିଲେ ବନ କର୍ମଚାରୀଙ୍କ ମୋବାଇଲକୁ ମେସେଜ ଆସୁଛି।

ନିଆଁ ଲିଭା ଯିବା ପରେ ଫଟୋ ଉଠାଇ ଅପଲୋଡ଼ କରାଯାଉଛି। ନିଆଁ ଲଗାଉଥିବା ବେଳେ ଧରା ପଡିଲେ ମାମଲା ରୁଜୁ କରାଯିବା ସହ ଆକ୍ସନ ନିଆଯିବ ବୋଲି ସତର୍କ କରାଇ ଦିଆଯାଇଛି। ନିଆଁ ଲାଗିବା ନେଇ ଖବର ଦେଲେ ୫ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ପୁରସ୍କାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଜଙ୍ଗଲୀ ଜନ୍ତୁ ମାଡି ଆସିବା ନେଇ ଆଲର୍ଟରେ ରହିଛି ବନ ବିଭାଗ। ଯେଉଁଠିକି ଜନ୍ତୁ ଆସୁଛନ୍ତି ବନ କର୍ମଚାରୀଙ୍କୁ ତୁରନ୍ତ ଜଣାନ୍ତୁ ବୋଲି କୁହାଯାଇଛି।

ଆଜି ୧୨୦୦ ପଏଣ୍ଟରେ ନିଆଁ ଲାଗିଛି ଏହା ବଢ଼ିକି ୧୫୦୦ ହୋଇପାରେ। ମାର୍ଚ୍ଚ ୧୨ ତାରିଖ ସୁଦ୍ଧା ୯୭ ପ୍ରତିଶତରୁ ଅଧିକ ରେସପନ୍ସ ମିଳିଛି। ଭୁବନେଶ୍ବର ଶିଖରଚଣ୍ଡୀରେ ଲାଗିଥିବା ନିଆଁ ଆୟତ୍ତ ହୋଇ ସାରିଛି। ଜଙ୍ଗଲରୁ ଚାଲି ଆସିଥିବା ହାତୀକୁ ମଧ୍ୟ ଘଉଡ଼ାଇ ଦିଆଯାଇଛି ବୋଲି ଜଣାଇଛନ୍ତି ପିସିସିଏଫ ଦେବୀଦତ୍ତ ବିଶ୍ୱାଳ ।

ଯନ୍ତ୍ରଣାରେ ଛଟପଟ ହେଉଥିଲା ବୁଲା କୁକୁର, ଚିକିତ୍ସା କରାଇଲେ IT ସଚିବ

ଭୁବନେଶ୍ୱର: ରାଜ୍ୟ ଆଇଟି ସଚିବ ମନୋଜ ମିଶ୍ରଙ୍କ ମହାନତା । ବୁଝିଲେ କୁକୁରର ଯନ୍ତ୍ରଣା, କରାଇଲେ ଚିକିତ୍ସା ବ୍ୟବସ୍ଥା । ଗତକାଲିଠାରୁ ଏକ ବୁଲା କୁକୁର ଗୋଡ଼ ଭାଙ୍ଗି ଯାଇଥିବା ବେଳେ କୁକୁରଟି ଉତ୍କଳ ବିଶ୍ଵବିଦ୍ୟାଳୟର ଫକୀର ମୋହନ ଛାତ୍ରାବାସ ନିକଟରେ ପଡ଼ିରହିଥିଲା । ଛାତ୍ରମାନେ ଖାଇବାକୁ ଦେଲେ ବି ନଖାଇ ଆଖିରୁ ଲୁହ ଗଡାଉଥିଲା ।

ପରେ ଦେବବ୍ରତ ସାହୁ ନାମକ ଛାତ୍ର ଟୁଇଟ ଯୋଗେ ଏକଥା ଜଣାଇଥିଲେ । ଏ ଟୁଇଟ ଆଇଟି ସଚିବ ମନୋଜ ମିଶ୍ରଙ୍କ ନଜରରେ ପଡ଼ିଥିଲା । ସେ ତୁରନ୍ତ ବିଭାଗୀୟ ଟିମକୁ ପଠାଇ କୁକୁରକୁ ଉଦ୍ଧାର କରି ଚିକିତ୍ସା ବ୍ୟବସ୍ଥା କରିଥିଲେ । ଏଥିପାଇଁ ମନୋଜ ମିଶ୍ରଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।

ଆକ୍ସନ ମୋଡରେ ବଲାଙ୍ଗୀର ପୋଲିସ, ୧୨ ହଜାରରୁ ଅଧିକ କଫ ସିରପ୍ ବୋତଲ ଜବତ

ବଲାଙ୍ଗୀର: ବର୍ତ୍ତିବେନି କଫ ସିରପ ମାଫିଆ ଓ ବ୍ୟବସାୟୀ। ଆକ୍ସନ ମୋଡରେ ବଲାଙ୍ଗୀର ପୋଲିସI ୧୨ ହଜାରରୁ ଅଧିକ କଫ ସିରପ୍ ବୋତଲ ସହ ଦାମୀ ଗାଡ଼ି ଜବତ କରିଛି ପୋଲିସ I ଘଟଣାରେ ରାଜ୍ୟ ତଥା ରାଜ୍ୟ ବାହାରୁ ୪ ମହିଳାଙ୍କ ସମେତ ୩୭ ବ୍ୟବସାୟୀ ଓ ମାଫିଆଙ୍କୁ ଗିରଫ କରିଛି ପୋଲିସ।

୪୦ ଲକ୍ଷ ଟଙ୍କାର କଫ ସିରପ, ୪ଟି ଦାମୀ ଗାଡ଼ି, ୭ଟି ବାଇକ, ୨୭ଟି ମୋବାଇଲ, ଗୋଟିଏ ବନ୍ଧୁକ ଓ କିଛି ସୁନା ଜବତ କରିଛି ପୋଲିସ। କଫ ସିରପ ଯୋଗାଉଥିବା କୋଲକାତାର ଡେଫୋଡିଲ ପ୍ରାଇଭେଟ ଲିମିଟେଡ କମ୍ପାନୀର ୨ କୋଟି ଟଙ୍କା ଥିବା ଆକଉଣ୍ଟକୁ ଫ୍ରିଜ କରିଛି ବଲାଙ୍ଗୀର ପୋଲିସ।

ଖୁବଶୀଘ୍ର କମ୍ପାନୀର ନିର୍ଦ୍ଦେଶକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ। ଏହାସହ ପୂରା ନେଟଓ୍ବର୍କକୁ ଧରିବା ପାଇଁ ପ୍ରକ୍ରିୟା ଜାରି ରହିବ ବୋଲି କହିଛନ୍ତି ବଲାଙ୍ଗୀର ଏସପି। ଆଗକୁ ଗିରଫଦାରୀଙ୍କ ସଂଖ୍ୟା ମଧ୍ୟ ବଢିବାର ସମ୍ଭାବନା ରହିଛି। କୋଲକତା, ହରିୟାଣା, ହିମାଚଳ ପ୍ରଦେଶରୁ କଟକ, ବଲାଙ୍ଗୀର ଓ ବରଗଡ଼ ଆଦି ଜିଲ୍ଲାକୁ ଏହି କଫସିରପ ମାଫିଆଙ୍କ ଚେର ଲମ୍ବିଥିଲା ବୋଲି ଏସପି କହିଛନ୍ତ ।

ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ନୂଆ ଇତିହାସ ରଚିଛି ଟିମ ଇଣ୍ଡିଆ। ଲଗାତର ଦ୍ବିତୀୟ ଥର ଲାଗି ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ନ୍ୟୁଜିଲାଣ୍ଡଠାରୁ ଶ୍ରୀଲଙ୍କାର ପରାଜୟ ପରେ ଭାରତକୁ ଫାଇନାଲ ଖେଳିବାକୁ ଟିକେଟ ମିଳିଛି । ଫାଇନାଲରେ ଅଷ୍ଟ୍ରେଲିଆ ସହ ମୁକାବିଲା କରିବ ଟିମ ଇଣ୍ଡିଆ ।

ଏହି ଫାଇନାଲ ଟେଷ୍ଟ ମ୍ୟାଚ ଜୁନ ୭ରୁ ୧୧ ମଧ୍ୟରେ ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ ଖେଳାଯିବ। କିଛି ସମସ୍ୟା ଉପୁଜିଲେ ଏଥିପାଇଁ ୧୨ ତାରିଖକୁ ରିଜର୍ଭ ଡେ ରଖାଯାଇଛି। ଗତଥର ଫାଇନାଲରେ ନ୍ୟୁଜିଲାଣ୍ଡ ଭାରତକୁ ପରାସ୍ତ କରି ଚାମ୍ପିଅନ ହୋଇଥିଲା। ଏବେ ଭାରତରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ ହାରିବା ପରେ ଫାଇନାଲ ଖେଳିବା ନେଇ ଆଶଂକା ସୃଷ୍ଟି ହୋଇଥିଲା । କିନ୍ତୁ ଇନ୍ଦୋର ମ୍ୟାଚ ଜିତି ଅଷ୍ଟ୍ରେଲିଆ ଫାଇନାଲ ଟିକେଟ ପାଇଥିଲା। ଏବେ ଅହମ୍ମଦାବାଦରେ ୪ର୍ଥ ଟେଷ୍ଟ ଖେଳାଯାଉଛି । ଯେଉଁଥିରେ ଭାରତର ପଲ୍ଲା ଭାରି ରହିଛି।

ବଢ଼ିବାରେ ଲାଗିଛି H3N2 ଭାଇରସ ଚିନ୍ତା, ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର: ଚିନ୍ତା ବଢ଼ାଇଲା H3N2 ଭାଇରସ। ସବୁ ଜିଲ୍ଲାର ସିଡିଏମଓ ଓ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଆଲର୍ଟ ରହିବାକୁ ଚିଠି ଲେଖିଲା ଜନସ୍ୱାସ୍ଥ୍ୟ ବିଭାଗ । ଭାଇରସ ସଂକ୍ରମଣ ଭିତରେ ପୁଣି ଘାରିଲା କୋଭିଡ ଭୟ। ଥଣ୍ଡା କାଶ ଥିଲେ କୋଭିଡ଼ ଟେଷ୍ଟ କରିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ ।

ସର୍ଭିଲାନ୍ସ ବଢାଇବା ସହ ଅକ୍ସିଜେନ ଓ ଆଇସିୟୁ ପ୍ରସ୍ତୁତ ରଖିବାକୁ ନିର୍ଦେଶ ଦିଆଯାଇଛି । ଇଂଫ୍ଲୁଏଞ୍ଜାର ନାହିଁ ନିର୍ଦ୍ଧିଷ୍ଟ ଚିକିତ୍ସା । ଜର କାଶ କିଛି ଦିନ ରହିବ, ତାପରେ ଆପେ ଭଲ ହୋଇପାରେ । ଗୁରୁତର ହୋଇ ନିମୋନିଆରେ ସଂକ୍ରମଣ ହୋଇପାରନ୍ତି କିଡ଼ନୀ, ହାର୍ଟ ଓ଼ ସ୍ୱାଶ୍ୱ ରୋଗୀ । ତେଣୁ ଲକ୍ଷଣ ଥିଲେ ନିଜକୁ ଆଇସୋଲେଟ କରିବା ସହ ମାସ୍କ ପିନ୍ଧିବା ଓ ହାତ ଧୋଇବାକୁ କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ରୋଗ ଭଲ ନହେଲେ ଡାକ୍ତରଙ୍କ ପରାମର୍ଶ ନେଇ ମେଡିକାଲରେ ଆଡମିଟ ହେବାକୁ ଦେଇଛନ୍ତି ପରାମର୍ଶ ।

୭୧ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଦିଆଯିବ ମେଧାବୃତ୍ତି, ପୁରସ୍କୃତ ହେବେ ଶିକ୍ଷକ

ଭୁବନେଶ୍ୱର: ୨୦୨୩-୨୪ରେ ଶିକ୍ଷା ବିଭାଗକୁ ୨୨ ହଜାର କୋଟି ଟଙ୍କା ମଞ୍ଜୁର ହୋଇଛି। ଯାହାକି ଗତବର୍ଷ ତୁଳନାରେ ୫ ପ୍ରତିଶତ ଅଧିକ ରହିଛି । ଏନେଇ ପ୍ରେସମିଟ୍‌ କରି ସୂଚନା ଦେଇଛି ଗଣଶିକ୍ଷା ବିଭାଗ ।  ଗଣ ଶିକ୍ଷା ବିଭାଗରେ ୫୧ ହଜାର ୫୩୫ଟି ପଦବୀ ସୃଷ୍ଟି ହୋଇଛି ।

୫ ଜିଲ୍ଲାର ୨୨୧ ବହୁଭାଷୀ ଶିକ୍ଷକଙ୍କ ଦରମା ୫ହଜାର ୩୭୯କୁ ବୃଦ୍ଧି ପାଇଛି । ୧୯୨୦ ପ୍ରଶିକ୍ଷକ ଓ ପ୍ରଶିକ୍ଷକାଙ୍କ ମାସିକ ପାରିତୋଷିକ ବଢ଼ାଯାଇଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୨୩୭ ଛାତ୍ରାବାସ ପ୍ରତିଷ୍ଠା ପାଇଁ ଅର୍ଥ ମଂଜୁର ହୋଇଛି । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ୧୩୯ କୋଟି ଟଙ୍କା ଦିଆଯାଇଛି ।

୭୧ ହଜାର ୬୧୮ ଛାତ୍ରଛାତ୍ରୀଙ୍କୁ ଦିଆଯିବ ମେଧାବୃତ୍ତି । ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହ ସ୍କୁଲକୁ ମଧ୍ୟ ପୁରସ୍କୃତ କରାଯିବ । ଗ୍ରାମ ପଞ୍ଚାୟତ, ଏସଏଚଜିଙ୍କୁ ମଧ୍ୟ ପୁରସ୍କୃତ କରାଯିବ । ଛାତ୍ରଛାତ୍ରୀଙ୍କୁ ସାଇକେଲ ପାଇଁ ଦିଆଯିବ ସାଢ଼େ ୩ ହଜାର ଟଙ୍କା । ସ୍କୁଲ ୟୁନିଫର୍ମ ପାଇଁ ୬୦୦ ପରିବର୍ତ୍ତେ ଦିଆଯିବ ୧ ହଜାର ଟଙ୍କା । ଶିଶୁଲେଖା ପାଇଁ ଆର୍ଥିକ ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀଙ୍କୁ ନୋଟବୁକ୍ ସହ ଡାଏରୀ ଦିଆଯିବା ସହ ନବନିଯୁକ୍ତ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ଆକାଶରେ ପୁଣି ଶୁଭିଲା ପ୍ରଚଣ୍ଡ ଶବ୍ଦ, ଥରିଲା କୋଠାଘର

ବାଲେଶ୍ବର: ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ ଓ କେନ୍ଦୁଝର ଆକାଶରେ ଶୁଭିଛି ଭୟଙ୍କର ଶବ୍ଦ। କୋଠାଘର ଥରିବା ସାଙ୍ଗକୁ କବାଟ ଓ ଝରକା ହଲିବାକୁ ଲାଗିଥିଲା। ଶବ୍ଦ କେଉଁଠୁ ଆସିଲା ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ଦୁଇ ସପ୍ତାହ ପୂର୍ବରୁ ଆକାଶରେ ଏହିପରି ପ୍ରଚଣ୍ଡ ଶବ୍ଦ ଶୁଭିଥିଲା ।

ମ୍ୟାଟ୍ରିକ୍ ପରୀକ୍ଷା କେନ୍ଦ୍ର ନିକଟସ୍ଥ ଜେରକ୍ସ ଦୋକାନରେ ଚଢାଉ, ମାଇକ୍ରୋ ଜେରକ୍ସ ହେଉଥିବା ଅଭିଯୋଗ

ଭୁବନେଶ୍ୱର: ମ୍ୟାଟ୍ରିକ ପରୀକ୍ଷା କେନ୍ଦ୍ର ନିକଟ ଜେରକ୍ସ ଦୋକାନରେ ଉପଜିଲ୍ଲାପାଳଙ୍କ ଚଢାଉ। ସମ୍ଭାବ୍ୟ ଉତ୍ତର ମାଇକ୍ରୋ ଜେରକ୍ସ ହେଉଥିବା ଅଭିଯୋଗକୁ ନେଇ ଚଢାଉ କରିଛନ୍ତି ଉପଜିଲ୍ଲାପାଳ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପାଳିକାର କେତେକ ମ୍ୟାଟ୍ରିକ୍ ପରୀକ୍ଷା କେନ୍ଦ୍ର ନିକଟ ଜେରକ୍ସ ଦୋକାନ ଗୁଡିକରେ ଉପଜିଲ୍ଲାପାଳ ଓ ଏସଡିପିଓ ମିଳିତ ଚଢାଉ କରିଛନ୍ତି।

ସଂପୃକ୍ତ ଦୋକାନ ଗୁଡିକରେ ପରୀକ୍ଷା ସମୟରେ ସମ୍ଭାବ୍ୟ ପ୍ରଶ୍ନ ଗୁଡିକର ଉତ୍ତର ମାଇକ୍ରୋ ଜେରକ୍ସ କରାଯାଇ ପରୀକ୍ଷାର୍ଥୀଙ୍କୁ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା। ଦୋକାନୀଙ୍କୁ ତାଗିଦ୍ କରିବା ସହ ପରୀକ୍ଷା ଦିନ ସଂପୃକ୍ତ ଦୋକାନ ଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ପରୀକ୍ଷା କେନ୍ଦ୍ରରେ ଆହୁରି କଡାକଡି ଭାବେ କପି ଚେକିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ ।

ରାଜ୍ୟରେ ବଢିଛି ମୁଣ୍ଡପିଛା ଆୟ, ଋଣ ଭାରରେ ବୁଡ଼ିନି ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ ଋଣ ଭାର ଭଲ ସ୍ଥିତିରେ ଅଛି। ଋଣ ଭାର ତୁଳନାରେ ମୁଣ୍ଡ ପିଛା ଆୟ ଅଧିକ ରହିଛି। ବିଧାନସଭା ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

୨୦୨୨ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ମୁଣ୍ଡ ପିଛା ଋଣ ହାର ୨୨ ହଜାର ୪୨ ଟଙ୍କା ଥିବା ବେଳେ, ମୁଣ୍ଡ ପିଛା ଆୟ ପରିମାଣ ୧ ଲକ୍ଷ ୨୮ ହଜାର ୮୭୩ ଟଙ୍କା ରହିଛି । ୧୯୯୯ ମସିହାରେ କଂଗ୍ରେସ ସରକାର ଥିବା ସମୟରେ ରାଜ୍ୟର ମୁଣ୍ଡ ପିଛା ଋଣ ଭାର ଥିଲା ୪ ହଜାର ୯୧୮ ଟଙ୍କା । ଏଥିସହ ମୁଣ୍ଡ ପିଛା ଆୟ ଥିଲା ୧୩ ହଜାର ୧୨ ଟଙ୍କା ।

ତେବେ ମୁଖମନ୍ତ୍ରୀଙ୍କ ବଳିଷ୍ଠ ପଦକ୍ଷେପ ଓ ସୁଚିନ୍ତିତ ଯୋଜନା ଯୋଗୁ ବିତ୍ତୀୟ ପରିଚାଳନାରେ ଦେଶରେ ଏକ ନମ୍ବର ହୋଇଛି ଓଡ଼ିଶା । ୧୯୯୯ ମସିହା ତୁଳନାରେ ୨୦୨୨ ସୁଦ୍ଧା ରାଜ୍ୟର ମୁଣ୍ଡ ପିଛା ଆୟ ୫.୮ ଗୁଣ ବୃଦ୍ଧି ପାଇଛି । ସରକାରୀ କର୍ମଚାରୀଙ୍କ ଜିପିଏଫ ଉଠାଣରେ କୌଣସି ଅସୁବିଧା ନାହିଁ । ଏଥିପାଇଁ ଇ-ଟ୍ରେଜେରୀ ଓ ଇ-ଭାଉଚର ବ୍ୟବସ୍ଥା ହୋଇଛି ।

ସରକାରୀ କର୍ମଚାରୀଙ୍କ ଜିପିଏଫ ଜମା ଉପରେ ସୁଧ ଦେଉଛନ୍ତି ସରକାର । ରାଜ୍ୟ ସରକାର ଋଣ ଭାର ପୋଷଣୀୟ ସ୍ଥିତି ରଖିଥିବା ବେଳେ, କେନ୍ଦ୍ରର ଋଣ ଭାର ଲକ୍ଷ ଲକ୍ଷ କୋଟିରେ ରହିଛି। କେନ୍ଦ୍ର ବଜେଟର ୨୫ ପତିଶତ ଏବେ ଋଣ ପରିଶୋଧରେ ଖର୍ଚ୍ଚ କରାଯାଉଛି ବୋଲି କହିଛନ୍ତି ନିରଞ୍ଜନ ପୂଜାରୀ।

ମୋବାଇଲ ପାଇଁ ସ୍ବାମୀକୁ ପନିକିରେ ହାଣିଲା ସ୍ତ୍ରୀ

ବଲାଙ୍ଗୀର: ବଲାଙ୍ଗୀର ପୁଇଁତଳା ବ୍ଳକ କେଶେରକେଲା ଗାଁରେ ଅଭାବନୀୟ ଘଟଣା। ମୋବାଇଲ ନଦେବାରୁ ସ୍ବାମୀକୁ ହାଣିଲା ସ୍ତ୍ରୀ I ସ୍ବାମୀକୁ ସନ୍ଦେହ କରି ସ୍ତ୍ରୀ ପନିକିରେ ହାଣିଥିବା ଜଣାପଡିଛି I ସ୍ବାମୀ ଗଣେଶ୍ବର ସୁନା ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି I ଆକ୍ରମଣ ପରେ ସ୍ତ୍ରୀ ଇଶ୍ବରୀ କୁମାରୀ ଫେରାର୍ ଥିବା ଜଣାପଡ଼ିଛି I

ଗତ ୬ ବର୍ଷ ତଳେ କେଷେରକେଲା ଗାଁର ଗଣେଶ୍ବର ସୁନା ଛତିଶଗଡ ବିଳାସପୁରର ଈଶ୍ୱରୀ କୁମାରୀଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ସେମାନଙ୍କର ଚାରି ବର୍ଷର ଝିଅ ଟିଏ ମଧ୍ୟ ଅଛିI ଉଭୟ ପରସ୍ପରକୁ ସନ୍ଦେହ କରି ପ୍ରତିଦିନ ମାଡ଼ଗୋଳ ଲାଗୁଥିଲେ। ଗତକାଲି ରାତିରେ ସ୍ବାମୀ କାହା ସହିତ ମୋବାଇଲରେ କଥା ହୋଇଥିଲେ ତାହା ଦେଖି ଈଶ୍ୱରୀ ଗଣେଶ୍ୱରଙ୍କୁ ମୋବାଇଲ ମାଗିଥିଲେ I କିନ୍ତୁ ସ୍ତ୍ରୀକୁ ମୋବାଇଲ ଦେଇନଥିଲେ ଗଣେଶ୍ୱର I

ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା I ବିଳମ୍ବିତ ରାତିରେ ଗଣେଶ୍ୱର ଶୋଇଥିବା ବେଳେ ଈଶ୍ୱରୀ ପନିକରେ ଗଣେଶ୍ବରଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେI ଗଣେଶ୍ବର ପ୍ରତିରୋଧ କରିବାରୁ ତାଙ୍କ ହାତକୁ ମଧ୍ୟ ଆକ୍ରମଣ କରିଥିଲେI ସ୍ବାମୀଙ୍କୁ ଆକ୍ରମଣ କରିବା ପରେ ଝିଅକୁ ଧରି ସ୍ତ୍ରୀ ଫେରାର ମାରିଛି I ପରିବାର ଲୋକ ଗଣେଶ୍ୱରଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି I