spot_img
Home Blog Page 3488

ଜମ୍ମୁର ନରଓ୍ବାଲରେ ବିସ୍ଫୋରଣ, ୬ ଆହତ

ଶ୍ରୀନଗର: ଜମ୍ମୁର ନରଓ୍ବାଲ ଅଞ୍ଚଳରେ ଦୁଇଟି ବିସ୍ଫୋରଣ । ବିସ୍ଫୋରଣରେ ୬ ଜଣ ଆହତ ହୋଇଥିବା ସୂଚନା। ଏନେଇ ସୂଚନା ଦେଇଛନ୍ତି ଜମ୍ମୁ ଜୋନ ଏଡିଜି ମୁକେଶ ସିଂ । ଗ୍ରେଟର କାଶ୍ମୀରରେ ହୋଇଛି ବିସ୍ଫୋରଣ ।

ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି । ତେବେ ବିସ୍ଫୋରଣର କାରଣ ନେଇ ଛାନଭିନ ଜାରି ରହିଛି। ନରଓ୍ବାଲ ଅନ୍ତର୍ଗତ ଟ୍ରାନ୍ସପୋର୍ଟ ନଗରର ୟାର୍ଡ ନମ୍ବର ୭ରେ ହୋଇଛି ବିସ୍ଫୋରଣ। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ହକି ବିଶ୍ୱକପରେ ଟିମ୍‌ ଇଣ୍ଡିଆକୁ ଝଟକା, ବିଶ୍ୱକପରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ସିଂ

ଭୁବନେଶ୍ୱର: ହକି ବିଶ୍ୱକପରେ ଟିମ୍‌ ଇଣ୍ଡିଆକୁ ଲଗିଛି ବଡ଼ ଝଟକା । ରବିବାର ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ କ୍ରସ୍ ଓଭର ମ୍ୟାଚ୍ । ତେବେ ଏହି ମ୍ୟାଚ୍ ପୂର୍ବରୁ ଭାରତକୁ ଲାଗିଛି ଶକ୍ତ ଝଟକା । ଆହତ କାରଣରୁ ଭାରତୀୟ ଦଳରୁ ବାଦ୍ ପଡ଼ିଛନ୍ତି ଷ୍ଟାର ମିଡ୍ ଫିଲ୍ଡର ହାର୍ଦ୍ଦିକ ସିଂ । ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ ହାର୍ଦ୍ଦିକ । ଏହା ପରେ ସେ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଓ୍ୱେଲ୍ସ ବିପକ୍ଷ ମ୍ୟାଚରେ ଖେଳିନଥିଲେ ।

ଅନ୍ୟପକ୍ଷରେ ଆହତ କାରଣରୁ ହାର୍ଦ୍ଦିକ ବାଦ୍ ପଡ଼ିବା ପରେ ତାଙ୍କ ସ୍ଥାନରେ ଦଳରେ ସାମିଲ ହୋଇଛନ୍ତି ରାଜ୍ କୁମାର ପାଲ୍ । ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଗ୍ରାହମ୍ ରିଡ୍‌ କହିଛନ୍ତି କି ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ କ୍ରସ୍ ଓଭର ମ୍ୟାଚରେ ହାର୍ଦ୍ଦିକ ସିଂ ଖେଳିବେ ନାହିଁ । ସେ ଚଳିତ ହକି ବିଶ୍ୱକପରୁ ବାଦ୍ ପଡ଼ିଛନ୍ତି । ସେ ଆହୁରି କହିଛନ୍ତି କି ହାର୍ଦ୍ଦିକଙ୍କ ଆଗାତ ସେତେ ଗୁରୁତର ନୁହେଁ । କିନ୍ତୁ ଆମ ପାଖରେ ସମୟ ନାହିଁ । ତେଣୁ ସବୁ ପ୍ରକାର ପ୍ରକ୍ରିୟା ଶେଷ କରିବା ପରେ ହାର୍ଦ୍ଦିକଙ୍କୁ ବାଦ୍ ଦିଆଯିବା ନେଇ ନିଷ୍ପତ୍ତି ହୋଇଛି ବୋଲି ଗ୍ରାହମ୍ ରିଡ୍ କହିଛନ୍ତି ।

 

କୁସ୍ତି ମହାସଙ୍ଘ ସଭାପତି ବ୍ରିଜ ଭୂଷଣଙ୍କୁ ଧକ୍କା, ତଦନ୍ତ ସରିବା ଯାଏଁ ଦାୟିତ୍ୱରୁ ବିରତି

ନୂଆଦିଲ୍ଲୀ: କୁସ୍ତି ମହାସଙ୍ଘ ସଭାପତି ବ୍ରିଜ ଭୂଷଣଙ୍କୁ ଧକ୍କା। ୪ ସପ୍ତାହ ଲାଗି ଦାୟିତ୍ବରୁ ହେବେ ଅନ୍ତର। ଏହା ଛଡ଼ା ଯୌନ କେଳେଙ୍କାରୀ ଅଭିଯୋଗର ତଦନ୍ତ ଲାଗି ଗଠିତ କମିଟିକୁ ସହଯୋଗ କରିବା ଲାଗି ତାଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ସେପଟେ ସରକାରୀ ଆଶ୍ବାସନା ପରେ ଜନ୍ତରମନ୍ତରରୁ ହଟିଛି କୁସ୍ତିଯୋଦ୍ଧାଙ୍କ ଧାରଣା । ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ଆନ୍ଦୋଳନକାରୀଙ୍କ ଆଲୋଚନା ପରେ ବାହାରିଛି ନିସ୍କର୍ସ ।

କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ହେବ ତଦନ୍ତ । ଏନେଇ ଏକ କମିଟି ଗଠନ କରିଛି ଇଣ୍ଡିଆନ ଅଲିମ୍ପିକ୍ସ ଆସୋସିଏସନ । ଏହି କମିଟିର ଅଧ୍ୟକ୍ଷତା କରିବେ ମେରିକମ୍ । କମିଟିରେ ଅଲକନନ୍ଦା ଅଶୋକ, ଡୋଲା ବାନାର୍ଜୀ, ଯୋଗେଶ୍ବର ଦତ୍ତ ଅଛନ୍ତି । କମିଟି ୪ ସପ୍ତାହରେ ଯାଞ୍ଚ କରି ରିପୋର୍ଟ ଦେବେ । ଏହାରି ଭିତରେ ସଭାପତି ବ୍ରିଜଭୂଷଣ କମିଟିର ଯାଞ୍ଚରେ ସହଯୋଗ କରିବେ । ସଂଘର କୌଣସି କାର୍ଯ୍ୟରେ ହସ୍ତକ୍ଷେପ କରିବେନି ବୋଲି ଗତକାଲି ଅନୁରାଗ ଠାକୁର ଘୋଷଣା କରିଥିଲେ।

ତେବେ ୪ ସପ୍ତାହ ପରେ କୁସ୍ତି ମହାସଂଘ ସଭାପତିଙ୍କ ଭବିଷ୍ୟତ କ’ଣ ହେବ ତାହା ସ୍ପଷ୍ଟ ହେବ। ବ୍ରିଜଭୂଷଣ ପଦରେ ରହିବେ ନା ବିଦା ହେବେ ତାହା କମିଟି ନିଶ୍ଚିତ କରିବ। ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ରେସଲର ମାନେ ଧାରଣାରେ ବସିଥିଲେ।

୧୨ଟି ପ୍ରସ୍ତାବ ଉପରେ ଲାଗିଲା କ୍ୟାବିନେଟର ମୋହର

ଭୁବନେଶ୍ୱର: ୧୨ଟି ପ୍ରସ୍ତାବରେ ଲାଗିଲା କ୍ୟାବିନେଟ୍ ମୋହର । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବରେ ମୋହର ବାଜିଛି । ବଢ଼ିଲା ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ-ଇନ୍ ଏଡ୍ । ପିଛିଲା ଭାବେ ୨୦୨୨ ଜାନୁଆରୀ ୧ ତାରିଖରୁ ଲାଗୁହେବ । ସେହିପରି BSSCCRIର କର୍କଟ ରୋଗୀଙ୍କ ଆବାସ ପାଇଁ ୨ ଏକର ମାଗଣା ଜମି ପ୍ରଦାନ । ଗ୍ରାମୀଣ ପାଇପ ଜଳ ଯୋଗାଣରେ ୨ଟି ପ୍ରକଳ୍ପକୁ ଅନୁମୋଦନ । ଯାଜପୁରର ବରୀ ଓ କୋରେଇ ବ୍ଲକରେ ନିର୍ମାଣ ହେବ ଏହି ପ୍ରକଳ୍ପ । ବରୀ ଓ କୋରେଇ ବ୍ଲକରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ କାର୍ଯ୍ୟ ୫ ବର୍ଷରେ ଶେଷ ହେବ । ନୟାଗଡ଼ର ଦଶପଲା, ଗଣିଆ ଓ ନୂଆଗାଁରେ ହେବ ୩ଟି ପାନୀୟଜଳ ପ୍ରକଳ୍ପ ହେବ । ମାଲକାନଗିରିର ୪ଟି ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ । ଖଇରିପୁଟ, ମାଲକାନଗିରି, ମାଥିଲି ଓ କାଲିମେଳାରେ ଏହି ପ୍ରକଳ୍ପ ହେବ ।

ସେହିପରି OBC କମିଶନ ଆଇନରେ ହେବ ସଂଶୋଧନ । ଜଳେଶ୍ୱର ଗୋବରୀ ଘାଟର ସୁବର୍ଣ୍ଣରେଖା ନଦୀରେ ହେବ ବ୍ରିଜ୍ । ବ୍ରିଜ୍ ପାଇଁ ଆହ୍ୱାନ କରାଯାଇଥିବା ଟେଣ୍ଡରକୁ ଅନୁମୋଦନ ମିଳିଛି । ଓଡ଼ିଶା ଗ୍ରୁପ-ବି କର୍ମଚାରୀ ନିଯୁକ୍ତି ଓ ସେବାସର୍ତ୍ତରେ ସଂଶୋଧନ । GST, ବାଣିଜ୍ୟ କର ଡାଟାଏଣ୍ଟ୍ରି ଅପରେଟର ନିଯୁକ୍ତି ଅଧିନିୟମ ସଂଶୋଧନ ହୋଇଛି । ଓଡ଼ିଶା ଖାଦ୍ୟ ପରୀକ୍ଷାଗାର କର୍ମଚାରୀ ନିଯୁକ୍ତି ଅଧିନିୟମରେ ମଧ୍ୟ ସଂଶୋଧନ କରାଯାଇଛି । OSJS ଓ OJS ସେବା ଅଧିନିୟମରେ କ୍ୟ୍ୟାବିନେଟରେ ସଂଶୋଧନ ହୋଇଛି । ଖଣି, ଭୂତତ୍ତ୍ୱ ସେବା ନିର୍ଦ୍ଦେଶାଳୟର ୫ଟି କ୍ୟାଡର ନିଯୁକ୍ତିରେ ସଂଶୋଧନ ହୋଇଛି ।

ମସ୍କୋରୁ ଗୋଆ ଆସୁଥିବା ବିମାନରେ ବୋମା ଆତଙ୍କ, ଉଜବେକିସ୍ତାନକୁ ଗଲା ଆଜୁର ଏୟାର ଫ୍ଲାଇଟର ବିମାନ

ନୂଆଦିଲ୍ଲୀ: ମସ୍କୋରୁ ଗୋଆ ଆସୁଥିବା ବିମାନରେ ବୋମା ଆତଙ୍କ । ବୋମା ଆତଙ୍କ ପରେ ଉଜବେକିସ୍ତାନକୁ ନିଆଗଲା ବିମାନ । ଋଷର ପର୍ମ ବିମାନବନ୍ଦରରୁ ଆଜୁର ଏୟାର ଫ୍ଲାଇଟର ବିମାନ AZV2463 ବାହାରିଥିବାବେଳେ ସେଥିରେ ବୋମା ଥିବା ନେଇ ଗୁଜବ ପ୍ରସାରିତ ହୋଇଥିଲା । ତେବେ ତୁରନ୍ତ ବିମାନକୁ ଉଜବେକିସ୍ତାନ ଅଭିମୁଖେ ଦିଗ ପରିବର୍ତ୍ତନ କରାଯାଇଥିଲା ।

ମସ୍କୋରୁ ଗୋଆ ଆସୁଥିବା ଏହି ବିମାନରେ ୨ ଜଣ ଶିଶୁ, ୭ ଜଣ କ୍ରିଉ ମେମ୍ବରଙ୍କ ସମେତ ୨୩୮ ଜଣ ଯାତ୍ରୀ ଥିଲେ । ବିମାନଟି ଆଜି ଭୋର ୪ଟା ୧୫ରେ ଗୋଆର ଡାବୋଲିମ ବିମାନ ବନ୍ଦରରେ ଅବତରଣ କରିଥାନ୍ତା ।

କ୍ରିସ ହିପକିନ୍ସ ହେବେ ନ୍ୟୁଜିଲାଣ୍ଡର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କ୍ରିସ ହିପକିନ୍ସ ହେବେ ନ୍ୟୁଜିଲାଣ୍ଡର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ । ଜାସିଣ୍ଡା ଆର୍ଡେର୍ଣ୍ଣଙ୍କ ସ୍ଥାନରେ ଦାୟିତ୍ବ ସମ୍ଭାଳିବେ ହିପକିନ୍ସ । ଏନେଇ ଘୋଷଣା କରିଛି ଲେବର ପାର୍ଟି । ଗତ ଗୁରୁବାର ଜାସିଣ୍ଡାଙ୍କ ଅଚାନକ ଇସ୍ତଫା ପରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ ତାହାକୁ ନେଇ ଚର୍ଚ୍ଚା ଚାଲିଥିଲା । ବରିଷ୍ଠ ରାଜନେତା ହିପକିନ୍ସଙ୍କୁ ଶେଷରେ ପ୍ରଧାନମନ୍ତ୍ରୀ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା । ଆସନ୍ତା ଅକ୍ଟୋବର ୧୪ରେ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଦଳର ନେତୃତ୍ବ ନେବେ ହିପକିନ୍ସ ।

ବର୍ତ୍ତମାନ ହିପକିନ୍ସ ଦେଶର ପୋଲିସ ଓ ଶିକ୍ଷା ବିଭାଗ ମନ୍ତ୍ରୀ ଅଛନ୍ତି । ଦରବୃଦ୍ଧି, ଦାରିଦ୍ର୍ୟ, ଅପରାଧ ଆଦି କ୍ଷେତ୍ରରେ ସମାଲୋଚନାର ଶରବ୍ୟ ହେଉଥିବା ଦଳ ହିପକିନ୍ସଙ୍କ ନେତୃତ୍ବରେ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ଆସନ୍ତାକାଲି ଦଳର ବୈଠକରେ ହିପକିନ୍ସଙ୍କ ପ୍ରସଙ୍ଗରେ ବିଧିବଦ୍ଧ ଘୋଷଣା କରାଯିବ ।

ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ବିଶ୍ୱକପ୍ ମ୍ୟାଚ ଦେଖିଲେ ଭିନ୍ନକ୍ଷମ ଛାତ୍ରଛାତ୍ରୀ

ରାଉରକେଲା: ଭୁବନେଶ୍ୱରର ବିଭିନ୍ନ ଭିନ୍ନକ୍ଷମ ବିଦ୍ୟାଳୟରୁ ୨୩ ଜଣ ଛାତ୍ରଛାତ୍ରୀ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ବସି ବିଶ୍ୱକପ ମ୍ୟାଚ ଦେଖିଛନ୍ତି । ପ୍ରଥମ ଥର ପାଇଁ ବିମାନରେ ଆସି ଷ୍ଟାଡିୟମରେ ସିଧାସଳଖ ଅନ୍ତର୍ଜାତୀୟ ମ୍ୟାଚ ଦେଖିଥିବାରୁ ଏହି ଛାତ୍ରଛାତ୍ରୀଙ୍କ ଭିତରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ଏଥିପାଇଁ ସେମାନେ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ତତ୍ତ୍ୱାବଧାନରେ ଏହି ଛାତ୍ରଛାତ୍ରୀମାନେ ବିମାନ ଯୋଗେ ରାଉରକେଲାରେ ପହଞ୍ଚିଥିଲେ । ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଥିଲା। ସ୍ୱତନ୍ତ୍ର ବସରେ ସେମାନଙ୍କୁ ବିର୍ସା ମୁଣ୍ଡା ଷ୍ଟାଡିୟମକୁ ନିଆଯାଇଥିଲା ।

ବିର୍ସା ମୁଣ୍ଡା ଷ୍ଟାଡିୟମରେ ଭିନ୍ନକ୍ଷମମାନଙ୍କ ସୁବିଧା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ସେମାନେ ଷ୍ଟାଡିୟମରେ ବସି ଯେପରି ସୁବିଧାରେ ମ୍ୟାଚ ଦେଖିପାରିବେ ସେଥିଲାଗି ସ୍ୱତନ୍ତ୍ର ସିଟ୍‌ ସଂରକ୍ଷଣ କରାଯାଇଛି। ଭୁବନେଶ୍ୱରରୁ ଆସିଥିବା ଏହି ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ସେଠାରେ ବସି ମ୍ୟାଚର ମଜା ନେଇଥିଲେ। ଅନ୍ତର୍ଜାତୀୟ ସ୍ତରର ହକି ତାରକାମାନଙ୍କୁ ପାଖରୁ ଦେଖିବାର ସେମାନେ ସୁଯୋଗ ପାଇଥିବାରୁ ଖୁସି ହୋଇଥିଲେ।

ଭୁବନେଶ୍ୱରସ୍ଥିତ ଶ୍ରୀହର୍ଷ ମିଶ୍ର ମେମୋରିଆଲ ସ୍କୁଲ ଫର ଦ ଡିଫ୍, ଏସଆଇଇପି, ଜୁଏଲସ ଇଣ୍ଟରନ୍ୟାସନାଲ ଚେତନା ଇନଷ୍ଟିଚ୍ୟୁଟ୍ ଫର ଇଣ୍ଟେଲେକଚୁଆଲ ଡିଜାବିଲିଟି ଏବଂ ଏନସିଏସସିଡିଏର ମୋଟ ୨୩ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ରାଉରକେଲା ଆସିଛନ୍ତି।

ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅତିରିକ୍ତ ସଚିବ ଦୀପକ ରାଉତରାୟ, ଅତିରିକ୍ତ ସଚିବ ସୋନିଆ ବେହେରାଙ୍କ ତତ୍ତ୍ୱାବଧାନରେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ଭୁବନେଶ୍ୱରରୁ ବିମାନ ଯାତ୍ରା କରି ରାଉରକେଲାରେ ପହଞ୍ଚିଥିଲେ ।

ରାଉରକେଲାରେ ଏହି ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରାଯିବା ବେଳେ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭୈରବ ସିଂ ପଟେଲ, ସୁନ୍ଦରଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ହାବଡ଼ାସିଂ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ମାମଲା: ମାମଲା ରଦ୍ଦ ପାଇଁ ହାଇକୋର୍ଟରେ ଅପିଲ କଲେ ପ୍ରେମିକ

କଟକ: ବହୁ ଚର୍ଚ୍ଚିତ ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ମାମଲା । ଆସିଲା ଶୁଭଶ୍ରୀଙ୍କ ଭିସେରା ରିପୋର୍ଟ । ମଦ୍ୟପାନ ସହ ନିଦ ବଟିକା ଖାଇଥିବାରୁ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇଥିବା ଭିସେରାରେ ଉଲ୍ଲେଖ ରହିଛି । ପୋଷ୍ଟମର୍ଟମ ରିପୋର୍ଟରେ ବିଷକ୍ରୀୟାରୁ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । ତେବେ ଝିଅ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରି ୨୦ ଦିନ ପରେ ଯୋଡ଼ା ଥାନାରେ ଏତଲା ଦେଇଛନ୍ତି ବାପା ମନୋରଞ୍ଜନ କର । ଯୋଡ଼ା ପୋଲିସ୍ ଏତଲାକୁ ଗ୍ରହଣ କରିଛି । ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟ ରଞ୍ଜନ ମାଝୀଙ୍କ ସହ ତାଙ୍କର କିଛି ସମ୍ପର୍କୀୟ ଏବଂ ଅନ୍ୟ ୩ ଜଣ ସାଥୀ ଡାକ୍ତରଙ୍କ ବିରୋଧରେ ଏତଲା ଦେଇଛନ୍ତି ଶୁଭଶ୍ରୀଙ୍କ ବାପା ।

ସେପଟେ ମାମଲାକୁ ରଦ୍ଦ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୁରୁଷ ବନ୍ଧୁ ଦିବ୍ୟରଞ୍ଜନ ମାଝୀ । ଏହି ମାମଲାକୁ ଖାରଜ ସାଙ୍ଗକୁ ତାଙ୍କୁ ଆଗୁଆ ଜାମିନ ପ୍ରଦାନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି ଦିବ୍ୟରଞ୍ଜନ । ଯୋଡ଼ା ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରର ମହିଳା ଡାକ୍ତର ଶୁଭଶ୍ରୀ କର ଏବଂ ଡାକ୍ତର ଦିବ୍ୟରଂଜନ ବ୍ରହ୍ମପୁର ସ୍ଥିତ ମେଡିକାଲ କଲେଜରେ ପଢ଼ୁଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା। ପରବର୍ତ୍ତୀ ସମୟରେ ଉଭୟ ଯୋଡ଼ା ଅଞ୍ଚଳରେ ଚାକିରି କରିବାରୁ ସଂପର୍କ ନିବିଡ଼ ହୋଇଥିଲା । ଗତ ଡିସେମ୍ବର ୩୧ ତାରିଖରେ ଶୁଭଶ୍ରୀ ନିଜର ସହକର୍ମୀଙ୍କ ସହିତ ଜିରୋ ନାଇଟ୍ ସେଲିବ୍ରେସନ କରିବା ପରେ, ଜାନୁଆରୀ ୧ ତାରିଖରେ ଭଡ଼ା ଘରୁ ମୃତଦେହ ଉଦ୍ଧାର ହୋଇଥିଲା ।

ଦିଲ୍ଲୀ କନ୍ନଟ ପ୍ଲେସ ଇଲାକାରେ ଅଗ୍ନିକାଣ୍ଡ, ସନସିଟି ହୋଟେଲରେ ଲାଗିଲା ନିଆଁ

ନୂଆଦିଲ୍ଲୀ: ନୂଆଦିଲ୍ଲୀ କନ୍ନଟ ପ୍ଲେସ ଇଲାକାରେ ବଡ଼ ଧରଣର ଅଗ୍ନିକାଣ୍ଡ । ସ୍ଥାନୀୟ ଇଲାକାରେ ଥିବା ସନସିଟି ହୋଟେଲରେ ଘଟିଛି ଅଗ୍ନିକାଣ୍ଡ । ନିଆଁ ଲିଭା କାର୍ଯ୍ୟରେ ୬ଟି ଅଗ୍ନିଶମ ଟିମ୍ ନିୟୋଜିତ ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପୁମା ସୋ’ରୁମ୍ ଉପରେ ଥିବା ହୋଟେଲ ସନସିଟିରେ ଏହି ଅଘଟଣ ଘଟିଛି । ତେବେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ଗଞ୍ଜେଇ ଚାଲାଣର ନୂଆ ତରିକା, ସ୍କୁଲ ବ୍ୟାଗରେ ପଠାଯାଉଛି ନୀଳ ଜହର

ଲମତାପୁଟ: ଗଞ୍ଜେଇ ଚାଲାଣର ନୂଆ ତରିକା । ସ୍କୁଲ ବ୍ୟାଗରେ ପଠାଯାଉଛି ନୀଳ ଜହର । ପଡୋଶୀ ଆନ୍ଧ୍ରପ୍ରଦେଶ ସୀମାନ୍ତରୁ ଉତ୍ତରପ୍ରଦେଶ ଓ ବିହାର ଅଞ୍ଚଳକୁ ଗଞ୍ଜେଇ ଚାଲାଣ କରାଯାଉଥିଲା । ମାଛକୁଣ୍ଡ ଓ ଲମତାପୁଟ ପୋଲିସ ମଲେଗାଁ ଛକ ନିକଟରେ ଚଢ଼ାଉ କରି ୨୦ କେଜିରୁ ଅଧିକ ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି । ଗିରଫ ୪ ଜଣ ହେଲେ ଉତ୍ତରପ୍ରଦେଶ ଓ ବିହାର ଅଞ୍ଚଳର । ନନ୍ଦପୁର ଏସଡିପିଓ ସଞ୍ଜୟ ପ୍ରଧାନ ଏନେଇ ସୂଚନା ଦେଇଛନ୍ତି ।