spot_img
Home Blog Page 343

୩ଟି ରାଜ୍ୟର ଉପନିର୍ବାଚନ ଫଳାଫଳ ଆସିଲା, ଗୋଟିଏ ଆସନରେ କଂଗ୍ରେସ ବିଜୟୀ

ବିହାର ନିର୍ବାଚନ ସହ ୬ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରକୁ ମିଶାଇ ୮ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହୋଇଥିଲା । ଜମ୍ମୁ କଶ୍ମୀରର ଦୁଇଟି ବିଧାନସଭା ଆସନ ପାଇଁ ଭୋଟିଂ ହୋଇଥିଲା । ତେବେ ବିହାରରେ ଜେଡିୟୁ-ବିଜେପି ମେଣ୍ଟ ୨୦୦ରୁ ଅଧିକ ଆସନରେ ଅଗ୍ରଣୀ ଲାଭ କରିବା ସହ ରାଜ୍ୟରେ ସରକାର ଗଠନ କରିବା ଏକ ପ୍ରକାର ସ୍ପଷ୍ଟ ହୋଇସାରିଛି ।

ଅନ୍ୟପକ୍ଷରେ, ରାଜ୍ୟସ୍ଥାନର ଆନ୍ତା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପ୍ରମେଦ ଜୈନ ‘ଭାୟା’ ୧୫,୬୧୨ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ମୋରପାଲ ସୁମନ ୫୩,୯୫୯ ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି ।

ପଞ୍ଜାବର ତାରନ ତରନ ଉପନିର୍ବାଚନରେ ଆପ୍ ପ୍ରାର୍ଥୀ ହରମୀତ ସିଂ ସାନ୍ଧୁ ୧୨,୦୯୧ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଶିରୋମଣି ଅକାଳୀ ଦଳ ପ୍ରାର୍ଥୀ ସୁଖବିନ୍ଦର କୌର୩୦,୫୫୮ ଖଣ୍ଡ ଭୋଟ ପାଇଛନ୍ତି ।

ମିଜୋରାମର ଡାମ୍ପା ଉପନିର୍ବାଚନରେ ମିଜୋ ନ୍ୟାସନାଲ ଫ୍ରଣ୍ଟ ପ୍ରାର୍ଥୀ ୫୬୨ ଖଣ୍ଡ ଭୋଟରେ ଜିତିଛନ୍ତି । ଜୋରାମ ପିପୁଲ୍ସ ମୁଭମେଣ୍ଟ ପ୍ରାର୍ଥୀ ଭାନଲାଲସୈଲୋଭା ୬,୪୧୯ ଖଣ୍ଡ ଭୋଟ ପାଇଛନ୍ତି ।

ଜଗନ୍ନାଥଙ୍କୁ ବି ଛାଡିଲେନି ଲୁଟେରା, ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିବାକୁ ଉଦ୍ୟମ

ନନ୍ଦିଘୋଷ ବ୍ୟୁରୋ : ହାଇ ସିକ୍ୟୁରିଟି ଜୋନରେ ଲୁଟେରାଙ୍କ ହଲ୍ଲାବୋଲ । ଜଗନ୍ନାଥଙ୍କୁ ବି ଛାଡିଲେନି ଲୁଟେରା । ଭୁବନେଶ୍ବର ଏଜି ଛକ ନିକଟ ଜଗନ୍ନାଥ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିବାକୁ ଉଦ୍ୟମ ହୋଇଛି । ସିସିଟିଭିରେ କଏଦ ହୋଇଛି ଲୁଟେରାଙ୍କ କାରନାମା । ମୁହଁରେ କପଡା ବାନ୍ଧି ରାତି ପ୍ରାୟ ୧ ଟା ୫୦ ବେଳେ ହାତରେ ମାରଣାସ୍ତ୍ର ଧରି ଆସୁଛି ଲୁଟେରା । ଦାନବାକ୍ସ ଲୁଟିବା ପାଇଁ ଉଦ୍ୟମ କରୁଛି। ସିସିଟିଭି ତାର କାଟିବା ପରେ ଗେଟରେ ଲାଗିଥିବା ତାଲା ଭାଙ୍ଗିବା ପାଇଁ ଉଦ୍ୟମ କରୁଛି । ପାଖାପାଖି ୧୫ ମିନିଟ ଧରି ଲୁଟେରା ତାର ଉଦ୍ୟମ ଜାରି ରଖିଥିଲା । ପୂର୍ବରୁ ୨ ବର୍ଷ ତଳେ ମଧ୍ୟ ଠିକ ସମାନ ଢଙ୍ଗରେ ଲୁଟ ଉଦ୍ୟମ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇପାରିନି ପୋଲିସ ।

ଗୋପୀନାଥପୁର ଗାଁରେ ଅଘଟଣ : ବିଷାକ୍ତ ଲସି ପିଇ ୩୦ରୁ ଅଧିକ ଗୁରୁତର

ନନ୍ଦିଘୋଷ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଗୋପୀନାଥପୁର ଗାଁରେ ଅଘଟଣ। ବିଷାକ୍ତ ଲସି ପିଇ ୩୦ରୁ ଅଧିକ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ବସ୍ତା ମେଡିକାଲରେ ଭର୍ତ୍ତି କରାଯାଇଛି । ଗୋପୀନାଥପୁର ଗାଁରେ ମୁସଲମାନ ସମ୍ପ୍ରଦାୟର ଜଲସା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପିଲା ଠୁ ବୟସ୍କ ସମସ୍ତେ ଉକ୍ତ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଲସି ପିଇ ପ୍ରଥମେ ଛୋଟ ପିଲା ଓ ପରେ ବୟସ୍କ ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । କିଛି ଗୁରୁତର ମାନଙ୍କୁ ବାଲେଶ୍ୱର ମେଡିକାଲକୁ ପଠାଯାଇଛି।

ଡକ୍ଟର ଶାହୀନଙ୍କ ଜୀବନର ତିନି ରହସ୍ୟମୟୀ ଲୋକ କିଏ ? ଗୋଟେ ପରେ ଗୋଟେ ଖୋଲୁଛି ଗୁମର

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀ ବିସ୍ଫୋରଣ ପୂର୍ବରୁ ଫରିଦାବାଦରେ ଗିରଫ ହୋଇଥିବା ଡାକ୍ତର ଶାହିନ ଶାହିଦଙ୍କ ବିଷୟରେ ବାରମ୍ବାର ଆଶ୍ଚର୍ଯ୍ୟଜନକ ତଥ୍ୟର ଖୁଲାସା ହେଉଛି। ସେ ପୂର୍ବରୁ କାନପୁରରେ ରହୁଥିଲେ ଏବଂ GSVM ମେଡିକାଲ କଲେଜରେ କାମ କରୁଥିଲେ। ଶାହିନଙ୍କ ଗିରଫଦାରୀ ପର ଠାରୁ ସମଗ୍ର କର୍ମଚାରୀ ସ୍ତବ୍ଧ। ତାଙ୍କ ବିଷୟରେ କେହି ଖୋଲାଖୋଲି କହୁନାହାଁନ୍ତି, କିନ୍ତୁ ଚୁପ୍ ସ୍ୱରରେ ତାଙ୍କ ବିଷୟରେ ଅନେକ ଗୁପ୍ତ କଥା ପ୍ରକାଶ ପାଉଛି ଯାହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ।

ରିପୋର୍ଟ  ଅନୁଯାୟୀ,  ଔଷଧ ବିଜ୍ଞାନ ବିଭାଗର ମୁଖ୍ୟ ଡାକ୍ତର ଶାହିନ ହଠାତ୍ ନିଖୋଜ ହୋଇନଥିଲେ ବରଂ ପୁରା ପ୍ଲାନିଂ କରି ଗାୟବ ହୋଇଥିଲେ । ତାଙ୍କ ନିଖୋଜ ହେବା ପୂର୍ବରୁ ତିନି ଜଣ ରହସ୍ୟମୟ ଲୋକ ତାଙ୍କୁ ପ୍ରାୟତଃ ଦେଖା କରୁଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଜଣେ ଛୋଟ ମହିଳା ଯିଏ ସର୍ବଦା ଧୂସର ହିଜାବ ପିନ୍ଧୁଥିଲେ। ସେତେବେଳେ, ତାଙ୍କର ସହକର୍ମୀ ପ୍ରଫେସର କିମ୍ବା କର୍ମଚାରୀଙ୍କ ମଧ୍ୟରୁ କେହି ଏହା ଦେଖି ନଥିଲେ। କିନ୍ତୁ ବର୍ତ୍ତମାନ, ପ୍ରକୃତ ପରିଚୟ ପ୍ରକାଶ ପାଇବା ପରେ, ଘଟଣାଟି ବ୍ୟାପକ ଭାବରେ ଆଲୋଚନା ହେଉଛି।

ସୂତ୍ର ଅନୁଯାୟୀ, ୨୦୧୩ ମସିହାରେ ଡାକ୍ତର ଶାହିନ ମେଡିକାଲ କଲେଜରୁ ହଠାତ୍ ନିଖୋଜ ହେବା ପୂର୍ବରୁ ତାଙ୍କ ଆଚରଣ ଏବଂ ସ୍ୱଭାବରେ ପରିବର୍ତ୍ତନ ଆସିବା ଆରମ୍ଭ ହୋଇଥିଲା। କ୍ୟାରିୟରର ପ୍ରଥମ କିଛି ବର୍ଷ ପାଇଁ ଜଣେ ଖୁସି ଏବଂ ସମର୍ପିତ ଡାକ୍ତର ଶାହିନ ଧୀରେ ଧୀରେ ଏକୁଟିଆ ରହିବାକୁ ଲାଗିଲେ । ତାଙ୍କର ନିରନ୍ତର ଉପସ୍ଥିତି ସତ୍ତ୍ୱେ, ସେ ଅନ୍ୟମାନଙ୍କ ସହିତ କମ୍ ଯୋଗାଯୋଗ ରଖୁଥିଲେ। ସେ ଛାତ୍ରମାନଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ଥିଲେ।

ପ୍ରତି ୧୫ ରୁ ୨୦ ଦିନରେ ଭେଟିବାକୁ ଆସୁଥିଲେ…

ପ୍ରତି ୧୫ ରୁ ୨୦ ଦିନରେ ତିନି ଜଣ ଲୋକ ଡକ୍ଟର ଶାହିନଙ୍କୁ ଦେଖା କରିବାକୁ ଯାଉଥିଲେ। ଯେତେବେଳେ ସେହି ତିନି ଜଣ ଲୋକ ଭେଟିବାକୁ ଆସୁଥିଲେ, ଶାହିନଙ୍କ ମୁଖମଣ୍ଡଳ ଅତ୍ୟନ୍ତ ଗମ୍ଭୀର ହୋଇଯାଉଥିଲା। ସେମାନଙ୍କ ସହିତ କଥା ହେବା ପାଇଁ ସେ ସମସ୍ତଙ୍କୁ କୋଠରୀରୁ ବାହାରକୁ ପଠାଇ ଦେଉଥିଲେ। କେତେକ ସମୟରେ ସେମାନଙ୍କୁ କ୍ୟାମ୍ପସର ଏକ ଶାନ୍ତ ସ୍ଥାନରେ କଥାବାର୍ତ୍ତା କରୁଥିବାର ଦେଖାଯାଉଥିଲା।

କନୌଜରୁ ଫେରିବା ପରେ ବଦଳିଗଲା ଆଚରଣ, ହାବଭାବ

କେତେକ ଏହା ମଧ୍ୟ କୁହନ୍ତି ଯେ, କନୌଜରୁ ଫେରିବା ପରେ ତାଙ୍କର ଆଚରଣ ଏବଂ ମନୋଭାବ ସମ୍ପୂର୍ଣ୍ଣ ବଦଳିଗଲା।  ଶାହିନ ପୁରା ଶାନ୍ତ ହୋଇଗଲେ। ସାଥୀ ପ୍ରଫେସରମାନେ ତାଙ୍କୁ ଚୁପଚାପ କାହିଁକି ରହୁଛ ପଚାରିଲେ, ସେ ଏହାକୁ ହସି ଉଡ଼ାଇ ଦିଅନ୍ତି। ସୂତ୍ର ଅନୁଯାୟୀ ନିଖୋଜ ହେବା ପୂର୍ବରୁ ସେ ତାଙ୍କର ସମସ୍ତ କାର୍ଯ୍ୟ ଯୋଜନା କରିଥିଲେ। ତାଙ୍କ ସ୍ୱାମୀ ଡକ୍ଟର ଜାଫର ହାୟାତଙ୍କୁ ଛାଡପତ୍ର ଦେବା ମଧ୍ୟ ତାଙ୍କ ଯୋଜନାର ଏକ ପ୍ରମୁଖ ଅଂଶ ଥିଲା। ଶାହିନ ତାଙ୍କ ଦୁଇ ପିଲାଙ୍କୁ ନିଜ ପାଖରେ ରଖିବାକୁ ମଧ୍ୟ ମନା କରିଦେଲେ। ଛାଡପତ୍ରର ମାତ୍ର କିଛି ମାସ ପରେ ସେ ହଠାତ୍ ନିଖୋଜ ହୋଇଗଲେ।

 

ବିହାରରେ ଫେଲ୍ ମାରିଲେ ଅଧିକାଂଶ Exit Polls: NDAକୁ ମିଳିଲା ୨୦୧୦ ପରି ବିଜୟ !

ବିହାର ବିଧାନସଭା ମତଗଣନାର ପରିଣାମ ସାମ୍ନାକୁ ଆସିଛି । ଏଗଜିଟ ପୋଲସ ସଠିକ ତଥ୍ୟ ଅନୁମାନ କରିବାରେ ବିଫଳ ହୋଇଛନ୍ତି, ଏହା ପୁଣି ଥଣେ ପ୍ରମାଣିତ ହୋଇଛି । ରାଜ୍ୟର ମୋଟ ଆସନ ସଂଖ୍ୟା ୨୪୩ ହୋଇଥିବା ବେଳେ ବହୁତ ସଂଖ୍ୟା ୧୨୨ । ଏହା ମଧ୍ୟରେ ଏନଡିଏ-ଜେଡିୟୁ ମେଣ୍ଟ ୨୦୦ରୁ ଅଧିକ ଆସନରେ ଆଗୁଆ ହୋଇଛନ୍ତି । ଏହାଦ୍ବାରା ଅନେକ ନାମିଦାମୀ ଏଗଜିଟ ପୋଲସଙ୍କ ଅନୁମାନ  ଭୁଲ ପ୍ରମାଣିତ ହୋଇଛି । ଅଧିକାଂଶ ଏଗଜିଟ ପୋଲ୍ସ ଏନଡିଏକୁ ୧୪୦-୧୫୦ ପର୍ଯ୍ୟନ୍ତ ଆସନ ମିଳିବାର ଅନୁମାନ କରିଥିଲେ । କିଛି ଏଗଜିଟ ପୋଲସ ୧୬୦ ପର୍ଯ୍ୟନ୍ତ ଆସନ ଅନୁମାନ କରିଥିଲେ । ମାତ୍ର ଏହି ସବ ଆକଳନ ଫେଲ୍ ମାରିଥିଲା । ବିହାରରେ ଇତିହାସ ପୁଣି ଥରେ କଡ଼ ଲେଉଟାଇଛି । ଏନଡିଏକୁ ୨୦୧୦ ପରି ବିଜୟ ମିଳିବାକୁ ଯାଉଛି ।

ବିହାର ନିର୍ବାଚନରେ ଏଥର ଭୋଟିଂର ସବୁ ରେକର୍ଡ ଚୁରମାର ହୋଇଯାଇଛି । ସନ୍ଧ୍ୟା ୫ଟା ସୁଦ୍ଧା ୬୭.୧୪ ପ୍ରତିଶତ ଭୋଟିଂ ହୋଇଥିଲା । ୨୦୦ରେ ହୋଇଥିବା ବିଧାନସଭା ନିର୍ବାଚନରେ ୬୨.୫୭ ପ୍ରତିଶତ, ୧୯୯୮ ଲୋକସଭା ନିର୍ବାଚନରେ ୬୪.୬ ପ୍ରତିଶତ ଭୋଟିଂ ହୋଇଥିଲା । ଏଥର ରାଜ୍ୟର ସର୍ବାଧିକ ମତଦାନ ରେକର୍ଡ କରିଛି । ଗତ ୩ଟି ବିଧାନସଭା ନିର୍ବାଚନ (୨୦୧୦, ୨୦୧୫, ୨୦୨୦)ରେ ଏଗଜିଟ ପୋଲସ ମୁତାବକ, ସର୍ଭେ ଏଜେନ୍ସିମାନେ ଭୋଟରଙ୍କ ମୁଡ଼କୁ ଠିକରେ ଆକଳନ କରିପାରିନଥିଲେ । ୨୦୧୫ରେ ଏନଡିଏ ବହୁମତ ହାସଲ ନେଇ ଏଗଜିଟ ପୋଲ ଆକଳନ କରିଥିଲା । ମାତ୍ର ଆରଜେଡି-ଜେଡିୟୁ-କଂଗ୍ରେସ ବହୁମତ ହାସଲ କରିଥିଲେ । ୨୦୨୦ରେ ମହାଗଠବନ୍ଧନ ବିଜୟ ନେଇ କିଛି ଏଜେନ୍ସି ଅନୁମାନ କରିଥିଲେ । ମାତ୍ର ଏନଡି ୧୨୫ ଆସନରେ ଜିତି ସରକାର ଗଠନ କରିଥିଲା । ଅର୍ଥାତ ଅଧିକାଂଶ ଥର ପୋଲସ ଭୁଲ ପ୍ରମାଣିତ ହୋଇଛି ।

ବିହାରରେ ଓଓ୍ବେସୀଙ୍କ AIMIM ଠାରୁ ଅଧିକ ଭୋଟ ପାଇଲା NOTA: ଅନେକଙ୍କ ଖେଳ ବିଗାଡ଼ିଲା ନୋଟା !

ବିହାରରେ ଏନଡିଏର ସରକାର ଗଠନ ହେବା ନେଇ ଚିତ୍ର ସ୍ପଷ୍ଟ ହେବାରେ ଲାଗିଥିବା ବେଳେ ତେଜସ୍ବୀ ଯାଦବଙ୍କ ସମେତ ଅନେକ ବଡ଼ ବଡ଼ ନେତାଙ୍କ ସିଟରେ କଡ଼ା ମୁକାବିଲା ଜାରି ରହିଛି । ଅସଦୁଦ୍ଦିନ ଓଓ୍ବେସୀଙ୍କ AIMIM ୪ଟି ସିଟରେ ଆଗରେ ରହିଛି, ମାତ୍ର ଏହି ଦଳ ଠାରୁ ନୋଟାକୁ ଅଧିକ ଭୋଟ ମିଳିଛି । ବିଜେପିକୁ ୨୧.୪୬ ପ୍ରତିଶତ, ଆରଜେଡିକୁ ୨୩.୦୩ ପ୍ରତିଶତ ଭୋଟ ମିଳିଛି । ନୋଟା ଅନେକ ଆଶାୟୀଙ୍କ ଖେଳ ବିଗାଡ଼ି ଦେଇଛି ।

ନିର୍ବାଚନ ଆୟୋଗଙ୍କ ଦ୍ବାରା ଜାରି କରାଯାଇଥିବା ତଥ୍ୟ ମୁତାବକ, ଅସଦୁଦ୍ଦୀନ ଓଓ୍ବେସୀଙ୍କ ପାର୍ଟି AIMIM ୪ଟି ସିଟରେ ଆଗରେ ରହିଛି । ଏଥର ବିହାରରେ ତାଙ୍କୁ ମାତ୍ର ୧.୭୫ ପ୍ରତିଶତ ଭୋଟ ମିଳିଛି । ଏହାଠାରୁ ବହୁମାତ୍ରାରେ ଅଧିକ ଭୋଟ ନୋଟାକୁ ମିଳିଛି । ବିହାରର ୧.୮୪ ପ୍ରତିଶତ ଲୋକ ନୋଟାକୁ ଭୋଟ ଦେଇଛନ୍ତି । ଏହାର ଅର୍ଥ ହେଉଛି ୧୦ ଲକ୍ଷରୁ ଅଧିକ ଲୋକ ନୋଟାକୁ ଭୋଟ ଦେଇଛନ୍ତି । ତଥ୍ୟ ଅନୁସାରେ, ବିଜେପିକୁ ୨୧.୪୬ ପ୍ରତିଶତ, କଂଗ୍ରେସକୁ ୮.୧୩ ପ୍ରତିଶତ, ଜେଡିୟୁକୁ ୧୯.୦୪ ପ୍ରତିଶତ, ଆରଜେଡିକୁ ୨୩.୦୩ ପ୍ରତିଶତ, ଏନସିପିକୁ ୦.୦୨ ପ୍ରତିଶତ ଓ ସିପିଆଇକୁ ୦.୫୯ ପ୍ରତିଶତ ଭୋଟ ମିଳିଛି ।

ମଣିଷର ବୟସ ହୋଇଯିବ ୧୫୦ ବର୍ଷ ! ଆଣ୍ଟି-ଏଜିଂ ଡ୍ରଗ୍ ପ୍ରସ୍ତୁତ କରୁଛନ୍ତି ବୈଜ୍ଞାନିକ

ଚୀନର ବୈଜ୍ଞାନିକମାନେ ଅଙ୍ଗୁର ମଞ୍ଜିରୁ ପ୍ରସ୍ତୁତ PCC1 ଉପରେ କାମ କରୁଛନ୍ତି । ଏହା ମଣିଷର ବୟସ ୧୫୦ ବର୍ଷ ପର୍ଯ୍ୟନ୍ତ ବଢ଼ାଇପାରେ । ଶେନଝେନର ଲାନବୀ ବାୟୋସାଇନ୍ସେସ କମ୍ପାନୀ ଆଣ୍ଟି-ଏଜିଂ ଗୋଲି ପ୍ରସ୍ତୁତ କରୁଛି । ମୂଷା ଉପରେ ଏହି ମେଡିସିନର ଟେଷ୍ଟ କରାଯିବା ପରେ ସେମାନଙ୍କ ବୟସ ୯ ପ୍ରତିଶତ ବୃଦ୍ଧି ପାଇଛି । ମଣିଷ ଉପରେ ମଧ୍ୟ ଏହାର ଟ୍ରାଏଲ ଜରୁରୀ ବୋଲି ବିଶେଷଜ୍ଞମାନେ ଚିନ୍ତା କରୁଛନ୍ତି ।

ଶେନଝେନର ବାୟୋଟେକ କମ୍ପାନୀ ଲାନବୀ ବାୟୋସାଇନ୍ସେସ ଏହି ଡଗ ଉପରେ କରୁଛି । କମ୍ପାନୀର ନାମ ଲାନବୀ ବାୟୋସାଇନ୍ସେସ ହୋଇଥିବା ବେଳେ ଏହା ଏକ ଆଣ୍ଟି-ଏଜିଂ ଗୋଲି ପ୍ରସ୍ତୁତ କରୁଛି । ଏହି ଗୋଲିର ମୁଖ୍ୟ ତତ୍ତ୍ବ ପ୍ରୋସ୍ୟାନିଡିନ ସି । (PCC1) ଅଟେ । ଏହା ଅଙ୍ଗୁର ମଞ୍ଜିର ଅର୍କରେ ମିଳିଥାଏ । ଏହି ଗୋଲି ବୁଢ଼ା ଓ ଦୁର୍ବଳ କୋଷିକାଙ୍କୁ ନଷ୍ଟ କରି ସ୍ବସ୍ଥ କୋଷିକାଙ୍କୁ ରକ୍ଷା କରିବ । ଏହା ମଣିଷର ବୟସ ବହୁତ ବର୍ଷ ବଢ଼ାଇପାରେ । PCC1 ମୂଷାଙ୍କ ବୁଢ଼ା କୋଷିକାକୁ ନଷ୍ଟ କରିବା ସହ ସୁସ୍ଥ କୋଷିକାଙ୍କୁ ବଞ୍ଚାଇଥିଲା । ପରିଣାମ ଏହା ହୋଇଥିଲା ଯେ, ଡ୍ରଗ ନେଇଥିବା ମୂଷାଙ୍କ ଜୀବନର ହାର ୯ ପ୍ରତିଶତ ବଢ଼ିଯାଇଥିଲା । ଯଦି ଚିକିତ୍ସା ଆରମ୍ଭ ହେବା ପରେ ବୟସ ହିସାବ କରାଯିବ, ତେବେ ତାହା ୬୪.୨ ପ୍ରତିଶତ ଅଧିକ ଥିଲା ।

ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ ୧୪ ହଜାର ଭୋଟରେ ପଛରେ

ବିହାର ବିଧାନସଭା ନିର୍ବାଚନରେ ଆଜି ଭୋଟ ଗଣତି ଚାଲିଛି । ଏହା ମଧ୍ୟରେ ଜେଡିୟୁ ଓ ବିଜେପି ମେଣ୍ଟ ଏକ ବୃହତ୍ ବିଜୟ ଆଡ଼କୁ ଅଗ୍ରସର ହେଉଛନ୍ତି । ମେଣ୍ଟର ପ୍ରାର୍ଥୀମାନେ ୧୮୯ଟି ଆସନରେ ଆଗରେ ରହିଛନ୍ତି । ଜେଡିୟୁ ୭୬ଟିରେ ଓ ବିଜେପି ୮୬ଟିରେ ଆଗରେ ରହିଛନ୍ତି । ଅନ୍ୟପକ୍ଷରେ ଆରଜେଡି ମାତ୍ର ୩୫ଟି ଆସନରେ ଆଗରେ ରହିଛି । ଗତ ୨୦୨୦ ମସିହାର ବିଧାନସଭା ନିର୍ବାଚନ ଅପେକ୍ଷା ଦଳ ଏଥର ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଥିଲେ ହେଁ ତାହା ଫସଲ ଫାଟି ଯାଇଛି ।

ତେବେ ଏଥର ସବୁଠାରୁ ବଡ଼ ଚର୍ଚ୍ଚାରେ ରହିଥିଲେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ପୁଅ ତେଜ ପ୍ରତାପ ଯାଦବ । ତେଜ ପ୍ରତାପ ୧୪ ହଜାର ୭୦୭ ଖଣ୍ଡ ଭୋଟ ପଛରେ ରହିବା ସହ ଚତୁର୍ଥ ସ୍ଥାନରେ ରହିଛନ୍ତି । ଲୋକ ଜନଶକ୍ତି ପାର୍ଟି (ରାମ ବିଲାଶ) ପାର୍ଟିର ପ୍ରାର୍ଥୀ ସଞ୍ଜୟ କୁମାର ସିଂ ୧୯,୧୦୬ ଖଣ୍ଡ ଭୋଟ, ଆରଜେଡି ପ୍ରାର୍ଥୀ ମୁକେଶ କୁାମର ରାଉଶନ ୧୩,୮୨୮, ଅଲ ଇଣ୍ଡିଆ ମଜଲିସ-ଇ-ଇତେହାଦୁଲ ମୁସଲିମିନ ପ୍ରାର୍ଥୀ ଅମିତ କୁମାରଙ୍କୁ ୬୮୭୫ ଖଣ୍ଡ, ତେଜ ପ୍ରତାପଙ୍କୁ ୪,୩୯୯ ଖଣ୍ଡ ଭୋଟ ମିଳିଛି ।

ବିଜୟର ନିକଟତର ୨୫ ବର୍ଷୀୟା ଲୋକଗାୟିକା ମୌଥିଲୀ ଠାକୁର

ଲୋକଗାୟିକା ମୌଥିଲୀ ଠାକୁର ଚଳିତ ବିହାର ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ରଣାଙ୍ଗନକୁ ଓହ୍ଲାଇଛନ୍ତି । ତେବେ ପ୍ରାରମ୍ଭିକ ଗଣତିରେ ମୌଥିଲୀ ଆଗୁଆ ରହିଛନ୍ତି । ଏହାକୁ ନେଇ ସେ ଖୁସି ବ୍ୟକ୍ତ କରିଛନ୍ତି । ମୌଥିଲୀ ନିଜର ଲୋକଗୀତକୁ ନେଇ ବେଶ୍ ଜଣାଶୁଣା ଥିବାବେଳେ ବିହାରରେ ତାଙ୍କର ବହୁ ପ୍ରଶଂସକ ରହିଛନ୍ତି । ମୌଥିଲୀ ବିଜେପି ଟିକେଟରେ ଦରଭଙ୍ଗାର ଅଲୀନଗର ଆସନରୁ ଲଢ଼ୁଛନ୍ତି । ନିର୍ବାଚନ ପ୍ରଚାର ସମୟରେ ମୌଥିଲୀ ବହୁ ପରିଶ୍ରମ କରିଥିଲେ ।

ମୌଥିଲୀ ୨୨,୨୩୬ଟି ଭୋଟ ପାଇ ୮୫୪୪ଟି ଭୋଟରେ ଆଗୁଆ ରହିଛନ୍ତି । ଆରଜେଡି ପ୍ରାର୍ଥୀ ବିନୋଦ ମିଶ୍ର ୧୩,୬୪୪ଟି ଭୋଟ ପାଇଛନ୍ତି । ଜନ ସୁରାଜ ପାର୍ଟିର ପ୍ରାର୍ଥୀ ବିପ୍ଲବ କୁମାର ଚୌଧରୀ ୬୮୬ଟି ଭୋଟ ପାଇଛନ୍ତି ।

ଚାଲିଛି ନୂଆପଡ଼ା ଉପନିର୍ବାଚନ ଗଣତି, ୧୧ ରାଉଣ୍ଡ ସୁଦ୍ଧା ଆଗରେ ବିଜେପି

ନନ୍ଦିଘୋଷ ବ୍ୟୁରୋ : ଚାଲିଛି ନୂଆପଡ଼ା ଉପନିର୍ବାଚନ ଗଣତି ।  ବଢୁଛି ପ୍ରାର୍ଥୀଙ୍କ ମଧ୍ୟରେ ଉତ୍ସାହ । ବଡ଼ ସଂଖ୍ୟାରେ ଆଗେଇ ଚାଲିଛି ବିଜେପି । ୧୧ ରାଉଣ୍ଡ ସୁଦ୍ଧା ବିଜେଡି ଠାରୁ ୩୬ ହଜାର ୭୯୬ଖଣ୍ଡ ଭୋଟରେ ଆଗରେ ଅଛି ବିଜେପି । ଉପନିର୍ବାଚନରେ ଛିଡ଼ା ହୋଇଥିଲେ ୧୪ ଜଣ ପ୍ରାର୍ଥୀ ।  ପ୍ରମୁଖ ୩ ଦଳ ବିଜେଡି, କଂଗ୍ରେସ ଓ ବିଜେପି ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି ।  ଏପର୍ଯ୍ୟନ୍ତ ବିଜେପିର ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ମିଳିଛି ୫୫,୯୮୦ଭୋଟ୍ । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୧୮ହଜାର ୧୮୪ ଭୋଟ୍ ହାତେଇଛନ୍ତି । ଅନ୍ୟପଟେ ତୃତୀୟ ସ୍ଥାନରେ ରହିଛନ୍ତି କଂଗ୍ରେସର ଘାସିରାମ ମାଝୀ । ତାଙ୍କୁ ୧୦ମ ରାଉଣ୍ଡ ୧୫ ହଜାର ୩୩୭ ଖଣ୍ଡ ଭୋଟ୍ ମିଳିଛି । କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ଭୋଟ୍ ଗଣନା ।