spot_img
Home Blog Page 339

୬୦ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ପୂଜା ଭେଟି ଦେଲେ ପ୍ରଧାନମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଝାରସୁଗୁଡ଼ା ଅମଲିପାଲିରେ ଆୟୋଜିତ ସେବା ପର୍ବରେ ଯୋଗ ଦେଇ ୬୦ ହଜାର କୋଟିର ବିଭିନ୍ନ ପ୍ରକଳ୍ପର ପୂଜା ଭେଟି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଭିନ୍ନ ପ୍ରଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶରେ ୧ ଲକ୍ଷ ଟେଲିକମ ଟାୱାର ନିର୍ମାଣ, ଭୁବନେଶ୍ୱରରେ ୨ ସେମି କଣ୍ଡକ୍ଟର ଇଏସଡିଏମ ପାର୍କର ଶିଳାନ୍ୟାସ କରିଛନ୍ତି ମୋଦି ।

୮ଟି ଆଇଆଇଟିର କ୍ଷମତା ବୃଦ୍ଧି ସହ ସମ୍ବଲପୁର ସିଟି ଫ୍ଲାଇ ଓଭର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବ୍ରହ୍ମପୁରରୁ ଗୁଜରାଟ ଉଦନାକୁ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ ମଧ୍ୟ କରିଛନ୍ତି ମୋଦି ।

ଝାରସୁଗୁଡ଼ାରେ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ଓଡି଼ଆରେ ଭାଷଣ ଆରମ୍ଭ କରି ରାଜ୍ୟବାସୀଙ୍କୁ ନବରାତ୍ରୀର ଶୁଭେଚ୍ଛା ଜଣାଇଥିଲେ ମୋଦି । ଓଡ଼ିଶାର କଳା ଓ ସଂସ୍କୃତିର ଅନେକ ପ୍ରଶଂସା କରିଥିଲେ । ଓଡ଼ିଶାର କଳା ବିଶ୍ଵ ପ୍ରସିଦ୍ଧ ବୋଲି କହିଥିଲେ ମୋଦି । ଗରିବ, ଦଳିତଙ୍କୁ ସଶକ୍ତ କରିବା ସହ ମୌଳିକ ସୁବିଧା ଉପଲବ୍ଧ କରାଇବା ମୂଳ ଲକ୍ଷ୍ୟ । ଅନ୍ତୋଦୟ ଗୃହ ଯୋଜନାରେ ୫୦ ହଜାର ପରିବାରଙ୍କୁ ସ୍ଵୀକୃତି ପତ୍ର ବଣ୍ଟନ କରିଥିଲେ ମୋଦି ।

ଚିପ୍ ଠାରୁ ଆରମ୍ଭ କରି ସିପ୍ ପର୍ଯ୍ୟନ୍ତ ଭାରତ ଆତ୍ମନିର୍ଭର ହେବ । ପାରାଦୀପରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ଶିଳ୍ପକ୍ଷେତ୍ର ନିର୍ମାଣ ହେବ । ଓଡ଼ିଶାର ଯୁବକଙ୍କୁ ରୋଜଗାର ସୁଯୋଗ ମିଳିବ । ଜନତାଙ୍କୁ ସମ୍ବୋଧିତ କରି ଝାରସୁଗୁଡ଼ା ବିମାନ ବନ୍ଦର ସାରା ଦେଶର ଲୋକଙ୍କୁ ଯୋଡି ପାରିଛି ଓ ଆଜିର ସମାବେଶ ଯୁବକଙ୍କ ପାଇଁ ବେଶ୍ ଉପାଦେୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ । ଝାରସୁଗୁଡାରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦେଖି ବେଶ୍ ଉତ୍ସାହିତ ଥିଲେ ରାଜ୍ୟବାସୀ । ବିମାନବନ୍ଦରରୁ ଅମଲିପାଲି ପର୍ଯ୍ୟନ୍ତ ଏକ ବିରାଟ ରୋଡ ଶୋ’ର ଆୟୋଜନ କରାଯାଇଥିଲା ।

ଅଭିନେତା ତଥା ଟିଭିକେ ପାର୍ଟି ମୁଖ୍ୟ ବିଜୟଙ୍କ ରାଲିରେ ଦଳାଚକଟା, ୧୦ ମୃତ

ନନ୍ଦିଘୋଷ ବ୍ୟୁରୋ: ତାମିଲନାଡୁରେ ବଡ଼ ଅଘଟଣ । ଦଳାଚକଟାରେ ୧୦ ଜଣଙ୍କ ମୃତ୍ୟୁ । ଅଭିନେତା ତଥା ଟିଭିକେ ପାର୍ଟିର ମୁଖ୍ୟ ବିଜୟ ରାଲିରେ ଘଟିଛି ଏହି ଅଘଟଣ ।

କରୁର୍ ସହରରେ ଏହି ଦୁର୍ଘଟଣା ଘଟିଛି । ବିଜୟଙ୍କର ଏକ ସମାବେଶ ହେବାର ଥିଲା । ଏଥିପାଇଁ ଲକ୍ଷାଧିକ ସମର୍ଥକ ତାଙ୍କୁ ଅପେକ୍ଷା କରିଥିଲେ । ହେଲେ ସେ ବହୁତ ଡେରିରେ ପହଞ୍ଚିଲେ । ଏଥିପାଇଁ ସମର୍ଥକଙ୍କ ଧୈର୍ଯ୍ୟ ଭାଙ୍ଗିଥିଲା । ସେ ୬ ଘଣ୍ଟା ଡେରିରେ ଆସିବାରୁ ଦଳାଚକଟା ହୋଇଛି । ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଉଦ୍ଧାର କାମ ଜାରି ରହିଛି ।

ସେପଟେ ଘଟଣାର  ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଷ୍ଟାଲିନ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ବରିଷ୍ଠ ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇଛନ୍ତି ।

କପିଲ ଶର୍ମାଙ୍କୁକଲି କରି ଏକ କୋଟି ଟଙ୍କା ଦାଦାବଟି ମାଗିଥିବା ଅଭିଯୁକ୍ତକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ

ନନ୍ଦିଘୋଷ ବ୍ୟୁରୋ: ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ଧମକ ଦେଇ ଦାଦାବଟି ମାଗିଥିବା ଅଭିଯୁକ୍ତ କ୍ରାଇମବ୍ରାଞ୍ଚ ପଞ୍ଝାରେ । ଅଭିଯୁକ୍ତ ଜଣଙ୍କ ପଶ୍ଚିମବଙ୍ଗର ବୋଲି ଜଣାପଡିଛି । କପିଲ ଶର୍ମାଙ୍କୁ ୭ ଥର କଲ୍ କରି ଏକ କୋଟି ଟଙ୍କା ଦାଦାବଟି ଦେବାକୁ ଦାବି କରିଥିଲା ଅଭିଯୁକ୍ତ । ଏହାସହ ଡରାଇବାକୁ କପିଲଙ୍କ ପାଖକୁ ପଠାଇଥିଲା ଭିଡିଓ । ଏନେଇ କପିଲ ଅଭିଯୋଗ କରିବା ପରେ କ୍ରାଇମବ୍ରାଞ୍ଚ ଅଭିଯୁକକୁ ଗିରଫ କରିଛି ।

ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତ ଏକାଧିକ ଥର କପିଲଙ୍କୁ କଲ୍ କରି ଟଙ୍କା ମାଗିବା ସହ ଭିଡିଓ ପଠାଇଥିଲା । ଗତ ୨୨ ଓ ୨୩ ତାରିଖରେ ଏହି ଘଟଣା ଘଟିଥିଲା । ଅଭିଯୁକ୍ତ ଜଣକ କୁଖ୍ୟତ ଗ୍ୟାଙ୍ଗଷ୍ଟର ରୋହିତ ଗୋଦାରା ଏବଂ ଗୋଲ୍ଡି ବରାଡର ନାଁ ନେଇ ଧମକ ଦେଉଥିଲା । ତେବେ ଗିରଫ ଅଭିଯୁକ୍ତର ଏହି ଗ୍ୟାଙ୍ଗଷ୍ଟରଙ୍କ ସହ ସମ୍ପର୍କ ଅଛି କି ନାହିଁ ତାହାର ଯାଞ୍ଚ ଆରମ୍ଭ କରିଦେଇଛି କ୍ରାଇମବ୍ରାଞ୍ଚ ।

ମିଳିଥିବା ତଥ୍ୟ ଅନୁସାରେ, ଗିରଫ ଅଭିଯୁକ୍ତର ନାଁ ଦିଲୀପ ଚୌଧୁରୀ । ୨୨ ଓ ୨୩ ସେପ୍ଟେମ୍ବରକୁ ୭ ଥର କଲ କରି ଧମକ ଦେବା ସହ ୧ କୋଟି ଟଙ୍କା ମାଗିଥିଲା । ଦୁଇଟି ନମ୍ବରରୁ ଅଭିଯୁକ୍ତ କପିଲ ଶର୍ମାଙ୍କୁ ଏସବୁ କଲ କରିଥିଲା । ପଶ୍ଚିମବଙ୍ଗରୁ ଅଭିଯୁକ୍ତକୁ ଗିରଫ କରାଯିବା ପରେ ପଚରାଉଚରା ପାଇଁ ମୁମ୍ବାଇ ନିଆଯାଇଛି । ଅଭିଯୁକ୍ତକୁ ଏକ୍ସପ୍ଲାନେଣ୍ଟ କୋର୍ଟରେ ହାଜର କରିବା ପରେ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବିଜାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଏସିଆ କପ୍: ପାକିସ୍ତାନକୁ ୧.୩୦ କୋଟି ଟଙ୍କା କ୍ଷତି କରାଇବା ଯୋଜନାରେ ଭାରତ, ଅଭିଶେକ ଶର୍ମାଙ୍କୁ ମିଳିପାରେ ୭୫ ଲକ୍ଷ

ନନ୍ଦିଘୋଷ ବ୍ୟୁରୋ: ଏସିଆ କପ୍ ୨୦୨୫ର ଫାଇନାଲିଷ୍ଟ ସ୍ପଷ୍ଟ ହୋଇ ସାରିଛି । ରବିବାର ହେବାକୁ ଥିବା ଏହି ମେଗା ଇଭେଣ୍ଟର ଫାଇନାରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବି ଭାରତ ଓ ପାକିସ୍ତାନ । ଦୀର୍ଘ ୪୧ ବର୍ଷ ପରେ ଏସିଆ କପରେ ଭାରତ-ପାକିସ୍ତାନ ଫାଇନାଲରେ ଭେଟାଭେଟି ହେବାକୁ ଯାଉଛନ୍ତି । ଏହି ମୈଦାନେ ଜଙ୍ଗ ପୂର୍ବରୁ ଚଳିତ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଦୁଇ ଥର ଭାରତ ପାଖରୁ ପରାଜିତ ହୋଇ ସାରିଛି । ଲିଗ ଓ ସୁପର ଫୋର ମ୍ୟାଚରେ ଭାରତ ହାତରୁ ପାକିସ୍ତାନ ଶୋଚନୀୟ ପରାଜୟ ବରଣ କରିଛି । ଆଉ ପୁଣି ଥରେ ପାକିସ୍ତାନକୁ ତା’ର ଔକାତ ଦେଖାଇବାକୁ ଟିମ୍ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଦୁବାଇରେ ରବିବାରକୁ ଖେଳା ଯିବାକୁ ଥିବା ଏହି ହାଇ-ଭୋଲଟେଜ୍ ମ୍ୟାଚରେ ପାକିସ୍ତାନକୁ ହରାଇ ହାଟ୍ରିକ ବିଜୟ ସହ ଟ୍ରଫି ଉଠାଇବାକୁ ଭାରତୀୟ ଖେଳାଳି ପ୍ରସ୍ତୁତ ହୋଇ ରହିଛନ୍ତି । ହେଲେ ଜାଣିଛନ୍ତି କି ପାକିସ୍ତାନ ଫାଇନାଲରେ ହାରିଲେ ୧.୩୦ କୋଟି ଟଙ୍କାର କ୍ଷତି ସହିବ । ଆଉ ଟିମ୍ ଇଣ୍ଡିଆର ଓପ୍ନର ବ୍ୟାଟର ଅଭିଶେକ ଶର୍ମାଙ୍କ ପାଖରେ ୭୫ ଲକ୍ଷ ଟଙ୍କା ଜିତିବାର ସୁଯୋଗ ବି ରହିଛି ।

ପ୍ରାଇଜ ମନି କେତେ ମିଳିବ ?

ଚଳିତ ଏସିଆ କପ୍ ଜିତିବା ଟିମ୍ ମୋଟା ଅଙ୍କର ପୁରସ୍କାର ପାଇବାକୁ ଯାଉଛି । ରିପୋର୍ଟ ଅନୁସାରେ, ୨୦୨୩ ଏସିଆ କପ୍ ପ୍ରାଇଜ୍ ମନି ତୁଳନାରେ ଚଳିତ ଟୁର୍ଣ୍ଣାମେଣ୍ଟରେ ଏହାକୁ ଦୁଇଗୁଣା ହୋଇଛି । ରିପୋର୍ଟ ଅନୁସାରେ, ବିଜୟୀ ଟିମକୁ ୨.୩୦ କୋଟି ଟଙ୍କାର ପୁରସ୍କାର ରାଶି ମିଳିବ । ଆଉ ରନର୍ସ ଅପ୍ ଟିମକୁ ୧.୩୦ କୋଟି ଟଙ୍କା ମିଳିବ ।

ଏହାସହ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଖେଳାଳିଙ୍କୁ ୫୦ ଲକ୍ଷ ଟଙ୍କା ପୁରସ୍କାର ବାବଦକୁ ମିଳିବ । ଏହାବାଦ ଫାଇନାଲରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପାଇଁ ୨୦ ଲକ୍ଷ ଟଙ୍କାର ପୁରସ୍କାର ରଖାଯାଇଛି । ବେଷ୍ଟ ବୋଲର ଓ ବେଷ୍ଟ ବ୍ୟାଟର ପାଇଁ ୨୫ ଲକ୍ଷ ଲେଖାଏଁ ପୁରସ୍କାର ରହିଛି । ତେବେ ଏସିଆନ କ୍ରିକେଟ କାଉନସିଲ ଏହି ପୁରସ୍କାର ରାଶି ନେଇ ସ୍ପଷ୍ଟ କରିନି ।

ଅଭିଶେକଙ୍କୁ ମିଳିବ କେତେ ?

୨୦୨୫ ଏସିଆ କପରେ ସର୍ବାଧିକ ରନ୍ କରିଥିବା ତାଲିକାର ଟପରେ ରହିଛନ୍ତି ଟିମ୍ ଇଣ୍ଡିଆର ଓପ୍ନର ଅଭିଶେକ ଶର୍ମା । ଆଉ ସେ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରବଳ ଦାବିଦାର ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ଅଭିଶେଷ ୬ଟି ମ୍ୟାଚ ଖେଳି ୫୧.୫୦ ହାରରେ ୩୦୯ ରନ୍ କରିଛନ୍ତି । ଏଥିରେ ୩ଟି ଅର୍ଦ୍ଧଶତକ ରହିଛି । ଦ୍ବିତୀୟ ନମ୍ବରରେ ଶ୍ରୀଲଙ୍କା ଓପ୍ନର ପାଥୁମ ନିସଙ୍କ ରହିଛନ୍ତି । ସେ ୬ଟି ମ୍ୟାଚ୍ ଖେଳି ୪୩.୫୦ ହାରରେ ୨୬୧ ରନ୍ କରିଛନ୍ତି । ସେ ଗୋଟିଏ ଶତକ ଓ ଦୁଇଟି ଅର୍ଦ୍ଧଶତକ ଲଗାଇଛନ୍ତି । ଏହାକୁ ଦେଖିଲେ ଅଭିଶେକଙ୍କୁ ବେଷ୍ଟ ବ୍ୟାଟର ପୁରସ୍କାର ମିଳିବା ଏକପ୍ରକାର ନିଶ୍ଚିତ । ଏହାସହ ଅଭିଶେକ ପ୍ଲେୟାର ଅଫ୍ ନି ଟୁର୍ଣ୍ଣାମେଣ୍ଟ ବି ହୋଇପାରନ୍ତି । ଏହାକୁ ଦେଖିଲେ ଫାଇନାଲ ମ୍ୟାଚରେ ସେ ପ୍ରାୟ ୭୫ ଲକ୍ଷ ଟଙ୍କାର ପୁରସ୍କାର ପାଇପାରନ୍ତି ।

କୁଲଦୀପ ଓ ଅଭିଶେକଙ୍କ ମଧ୍ୟରେ ଟକ୍କର

କୁଲଦୀପ ଯାଦବ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ପାଇଁ ଅଭିଶେକଙ୍କୁ କଡା ଟକ୍କର ଦେଉଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ କୁଲଦୀପ ୬ଟି ମ୍ୟାଚରୁ ୧୩ଟି ଓ୍ବିକେଟ ନେଇଛନ୍ତି । ଏହାକୁ ଦେଖିଲେ କୁଲଦୀପ ବେଷ୍ଟ ବୋଲର ହୋଇପାରନ୍ତି । କୁଲଦୀପଙ୍କ ପଛକୁ ୟୁଏଇ ବୋଲର ଜୁନେଦ ସିଦ୍ଦକୀ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେ ୯ଟି ଓ୍ବିକେଟ ନେଇଚନ୍ତି । ପାକିସ୍ତାନର ଦ୍ରୁତ ବୋଲର ଶାହିନ ଆଫ୍ରିଦ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି । ସେ ୬ଟି ମ୍ୟାଚ୍ ଖେଳି ୯ ଓ୍ବିକେଟ୍ ନେଇଛନ୍ତି । ତାଲିକାର ଦ୍ବିତୀୟ ସ୍ଥାନକୁ ଆସିବାକୁ ତାଙ୍କ ପାଖରେ ଏକ ସୁଯୋଗ ରହିଛି ।

ଡିଭାଇଡରକୁ ପିଟିଲା ଦ୍ରୁତଗାମୀ ଥାର ; ୫ ଜଣଙ୍କ ମୃତ୍ୟୁ

0

ନନ୍ଦିଘୋଷ ବ୍ୟୁରୋ: ଥାର ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ। ହରିୟାଣା ଗୁରୁଗ୍ରାମରେ ଦ୍ରୁତଗାମୀ ଥାର ଡିଭାଇଡରକୁ ଧକ୍କା ଦେବାପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ଭୋର ସକାଳ ସାଢେ ୪ଟାରେ ଘଟିଥିଲା ଏ ଦୁର୍ଘଟଣା। ଜାତୀୟ ରାଜପଥ ୪୮ର ଏକଜିଟ୍ ୯ରେ ଏହି ଦୁର୍ଘଟଣା ଘଟିଥିଲା। ଗୁରୁଗ୍ରାମର ରାଜୀବ ଚୌକ ଅଭିମୁଖେ ଯାଉଥିବାବେଳେ ଏକ ଡିଭାଇଡରକୁ ଧକ୍କା ଦେଇଥିଲା। ମୃତକମାନେ ଉତ୍ତରପ୍ରଦେଶ ବାସିନ୍ଦା । କାମ ପାଇଁ ସେମାନେ ଗୁରୁଗ୍ରାମ ଆସିଥିଲେ। ମୃତକଙ୍କ ମଧ୍ୟରେ ତିନି ଜଣ ଯୁବତୀ ଏବଂ ଦୁଇ ଜଣ ଯୁବକ ଅଛନ୍ତି। ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ ମିଳିଛି। ପରିଚୟ ମିଳିଥିବା ଛାତ୍ର ଜଣକ ୨୪ ବର୍ଷୀୟ ମହିଳା ଯିଏକି ଆଇନ ଛାତ୍ରୀ ଥିଲେ ବୋଲି କୁହାଯାଉଛି । ଦୁର୍ଘଟଣାର କାରଣ ହେଲା ଅତ୍ୟଧିକ ଦ୍ରୁତ ଗତି ବୋଲି ପୋଲିସ କହିଛି । ଡ୍ରାଇଭର ଗାଡି ଉପରୁ ନିୟନ୍ତ୍ରଣ ହରାଇବାରୁ ଥାର ଡିଭାଇଡରରେ ଧକ୍କା ଦେଇଥିଲା।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି । ସମସ୍ତ ମୃତକଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ଏବଂ ମୃତକଙ୍କୁ ସ୍ଥାନୀୟ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲା। ମେଡିକାଲରେ ପାଞ୍ଚ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। ରାଜପଥରେ ଅଧିକ ସଂଖ୍ୟକ ଗତି ନିୟନ୍ତ୍ରଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ଉଚିତ। ଏହାର ପାଳନ ନକଲେ ଗୁରୁତର ଦୁର୍ଘଟଣା ଘଟିପାରେ ବୋଲି ଲୋକେ କହିଛନ୍ତି।ଗୁରୁଗ୍ରାମରେ ଦ୍ରୁତ ଗତିରେ ଗାଡି ଚଲାଇବା ଯୋଗୁଁ ଦୁର୍ଘଟଣା ଘଟାଇବାର ଏହା ପ୍ରଥମ ଘଟଣା ନୁହେଁ। କିଛି ମାସ ପୂର୍ବେ ସାଇବର ସିଟି ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ଦ୍ରୁତ ଗତିରେ ଯାଉଥିବା କାର ଏକ ମହିନ୍ଦ୍ରା ଥର ସହିତ ଧକ୍କା ହୋଇଥିଲା।ଦୁର୍ଘଟଣା ଧକ୍କା ଏତେ ଜୋରରେ ଥିଲା ଯେ ଥାର ଏକ ବିଦ୍ୟୁତ୍ ଖୁଣ୍ଟରେ ଫସି ଯାଇଥିଲା। ଗାଡ଼ି ଚଲାଉଥିବା ଯୁବତୀ ମଧ୍ୟ ନିୟନ୍ତ୍ରଣ ହରାଇଥିଲେ ଏବଂ ଗାଡ଼ିଟି ପୋଲ ଉପରେ ପଡ଼ିଗଲା।

ଫୁଲୁଛି ମହାନଦୀ କିନ୍ତୁ କୌଣସି ସ୍ଥାନରେ ବନ୍ୟା ସ୍ଥିତି ନାହିଁ : ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ପ୍ରତିକ୍ରିୟା ଦେଲେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ । କହିଲେ କୌଣସି ସ୍ଥାନରେ ବନ୍ୟା ସ୍ଥିତି ନାହିଁ । ଗତକାଲି ୪୯ ବ୍ଲକ ହେଡ଼କ୍ୟାରର୍ଟରରେ ୫୦ ଏମଏମ ଓ କାଲିମେଳା ବ୍ଲକରେ ୧୦୦ ଏମଏମ ବର୍ଷା ହୋଇଛି । ଦକ୍ଷିଣ ଓଡ଼ିଶାରେ ବର୍ଷା ଯୋଗୁଁ କୋରାପୁଟ, ମାଲକାନଗିରି ଓ ପଶ୍ଚିମରେ କଳାହାଣ୍ଡିରେ ରେଡ ଓ୍ବାର୍ଣ୍ଣିଂ ଥିଲା । ବର୍ଷା ଯୋଗୁଁ ଜଳସ୍ତର ବଢୁଛି ହେଲେ ବିପଦ ସଂକେତ ଉପରେ ନାହିଁ । ଯେହେତୁ ଜଳସ୍ତର ବଢୁଛି, ମହାନଦୀର ଶାଖା କାଠଯୋଡ଼ି, ବିରୂପା, କୁଶଭଦ୍ରା, ଦୟା, ଭାର୍ଗବୀ, ଲୁଣା, ଦେବୀ, ପାଇକା, ଚିତ୍ରଟପଳା ପାଇଁ ସତର୍କତା ରହିଛି ।

ସେହିଭଳି ବଂଶଧରା ଓ ଋଷିକୂଲ୍ୟାରେ ଜଳସ୍ତର ବଢୁଛି, ହେଲେ ବିପଦ ସଂକେତ ତଳେ ଅଛି । ହୀରାକୁଦର ସର୍ବୋଚ୍ଚ ସ୍ତର ୬୩୦ ଫୁଟ ରହିଛି ଏବେ ୬୨୭. ୮୫ ଫୁଟ ପାଣି ଅଛି । ୧୬ ଗେଟ ଦେଇ ଜଳ ନିଷ୍କାସନ ହେଉଛି । ତାଳମୁଣ୍ଡ ସ୍ଥିତି ଦେଖି ନିଷ୍ପତ୍ତି ନିଆଯାଇଛି ଆଉ ୬ଟି ଗେଟ ବନ୍ଦ ହେବ । ମୁଣ୍ଡଳୀରେ ୫ .୯୬ କ୍ୟୁସେକ ଜଳ ପ୍ରବାହିତ ହେଉଛି । ସୁକ୍ତେଲ, ଜିରା ନଦୀରେ ବର୍ଷା ଯୋଗୁଁ ଖଇରମାଲ ଓ ମୁଣ୍ଡଳୀରେ ଜଳ ବୃଦ୍ଧି ହେବ । ତେଲ ନଦୀରୁ ଅଧିକ ପାଣି ଆସିବ ହେଲେ ଏହା ୬ ଲକ୍ଷ କ୍ୟୁସେକ ତଳେ ରହିବ । ନଦୀରୁ ପାଣି କମିଲେ ତଳିଆ ଅଞ୍ଚଳରେ ପାଣି କମିଯିବ । ରେଙ୍ଗାଲିରେ ବ୍ରାହଣୀ ନଦୀ ପାଇଁ ଗୋଟେ ଗେଟ ବନ୍ଦ ହୋଇଛି । ଜଳସ୍ତର ୧୨୩.୩୫ ମିଟର ଅଛି । IMDର ପୂର୍ବାନୁମାନରେ ଆଗାମୀ ଦିନରେ ବର୍ଷା ସମ୍ଭାବନା ନାହିଁ ।

ଭୁଶୁଡ଼ିଲା କଳାହାଣ୍ଡି ରେତ ଡ୍ୟାମ ମୁଖ୍ୟ କେନାଲ ; ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ

କଳାହାଣ୍ଡି : ଭୁଶୁଡ଼ିଲା କଳାହାଣ୍ଡି ରେତ ଡ୍ୟାମ ମୁଖ୍ୟ କେନାଲ। ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଳକ୍ ଦେପୁର ନିକଟର ରେତ ଡ୍ୟାମ ମୁଖ୍ୟ କେନାଲରେ ଘାଇ ସୃଷ୍ଟି ହୋଇଛି। ଫଳରେ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। ଘଟଣାସ୍ଥଳରେ ବିଭାଗୀୟ ଜନ୍ତ୍ରୀ ଓ ଅଧିକାରୀ ପହଞ୍ଚି କେନାଲ ମରାମତି ପାଇଁ ପଦକ୍ଷେପ ଆରମ୍ଭ କରିଥିବା ବେଳେ ଚାଷ କ୍ଷୟକ୍ଷତି ର ଆକଳନ ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ ଗତ ବିଳମ୍ବିତ ରାତିରେ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥଲା ଏହା ସହ କେନାଲ ଦେଇ ଡେମ ରୁ ପାଣି ଛଡ଼ା ଯାଇଥିଲା। ଫଳର ଦେପୁର୍ ନିକଟର ଅଧିକ ପାଣି ପ୍ରବାହିତ ହେବାରୁ କେନାଲ ଭୁଶୁଡ଼ି ପଡ଼ିଥିଲା। ଫଳରେ ଅମଳ ଅପେକ୍ଷାରେ ଥିବା ଚାଷ ସବୁ ପାଣିରେ ବୁଡି ନଷ୍ଟ ହେବା ସହ ଜମି ବାଲିଚର ହୋଇଛି।

ଝାରସୁଗୁଡାରେ ମୋଦି ; ୬୦ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର କଲେ ଶିଳାନ୍ୟାସ ଓ ଉଦଘାଟନ

ନନ୍ଦିଘୋଷ ବ୍ୟୁରୋ: ସେବାପର୍ବ ୨୦୨୫ ପରିପ୍ରେକ୍ଷୀରେ ଝାରସୁଗୁଡାରେ ଆୟୋଜିତ ସେବା ପର୍ବରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଝାରସୁଗୁଡା ଅମଲିପାଲିଠାରେ ଆୟୋଜିତ ସମାବେଶରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ। ଦେଶର ମୋଟ ୬୦ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଏଥିରେ ରହିଛି। ଦୂରସଞ୍ଚାର, ରେଳବାଇ, ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ ଏବଂ ଗ୍ରାମୀଣ ଗୃହ ନିର୍ମାଣ ସମେତ ବିଭିନ୍ନ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ।

ପ୍ରାୟ ୩୭ ଜଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ୯୭ ହଜାର ୫୦୦ରୁ ଅଧିକ ମୋବାଇଲ୍ 4-ଜି ଟାୱାରକୁ ଉଦଘାଟନ କରିଛନ୍ତି ମୋଦି। ଝାରସୁଗୁଡ଼ା ସମାବେଶରୁ ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ଓଡ଼ିଶାର କଳା ଓ ସଂସ୍କୃତର ଭୁରି ଭୁରି ପ୍ରଶଂସା କରିଥିଲେ ପିଏମ। ଓଡ଼ିଶାର କଳା ବିଶ୍ଵପ୍ରସିଦ୍ଧ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। ନୂଆ ସଂକଳ୍ପର ସହ ଆଗକୁ ବଢିବାକୁ ପଣ କରିଛି ଓଡ଼ିଶା। ଏହି ସଂକଳ୍ପ ଥିଲା ବିକଶିତ ଓଡ଼ିଶା। ଆଉ ଓଡ଼ିଶା ଏବେ ଡବଲ ଇଂଜିନ ଗତିରେ ବଢ଼ିବାରେ ଲାଗିଛି। ଗରିବ, ଦଳିତଙ୍କୁ ସଶକ୍ତ କରିବା ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ। ସେମାନଙ୍କୁ ମୌଳିକ ସୁବିଧା ଉପଲବ୍ଧ କରାଇବା ମୂଳ ଲକ୍ଷ୍ୟ। ଅନ୍ତୋଦୟ ଗୃହ ଯୋଜନାରେ ସ୍ଵୀକୃତି ପତ୍ର ବଣ୍ଟନ କରିଥିଲେ ମୋଦି। ୫୦ ହଜାର ପରିବାରଙ୍କୁ ନୂଆ ଘର ସ୍ଵୀକୃତି ପତ୍ର ବଣ୍ଟନ କରିଛନ୍ତି ମୋଦି। ପିଏମ ଜନ ମନ ଯୋଜନାରେ ଆଦିବାସୀ ପରିବାରକୁ ଘର ବଣ୍ଟନ କରାଯାଇଛି। ଏହି ଯୋଜନାରେ ଓଡ଼ିଶାରେ ୪୦ ହଜାର ହିତାଧିକାରୀ ପାଇବେ ଘର। ପ୍ରକୃତିରେ ଓଡି଼ଶାକୁ ବହୁତ କିଛି ଦେଇଛି। ଆଗାମୀ ଦଶନ୍ଧୀ ଓଡ଼ିଶାକୁ ସମୃଦ୍ଧି ଆଡ଼କୁ ନେଇଯିବ। ଏଥିଲାଗି ସରକାର ଅନେକ ବଡ଼ ପ୍ରକଳ୍ପ ଓଡ଼ିଶାକୁ ଆଣୁଛନ୍ତି । ଓଡ଼ିଶାରେ ୨ ସେମିକଣ୍ଡକ୍ଟର ପାର୍କ ନିର୍ମାଣ ହେବାକୁ ଯାଉଛି। ଓଡ଼ିଶାରେ ନିର୍ମିତ ହେବ ସେମିକଣ୍ଡକ୍ଟର ଚିପ୍। ଚିପ୍ ଠାରୁ ଆରମ୍ଭ କରି ସିପ୍ ପର୍ଯ୍ୟନ୍ତ ଭାରତ ଆତ୍ମନିର୍ଭର ହେବ। ସବୁ କ୍ଷେତ୍ରରେ ଆମେ ଆତ୍ମନିର୍ଭର ହେବା ଆବଶ୍ୟକ। ପାରାଦୀପ ଠାରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ଶିଳ୍ପକ୍ଷେତ୍ର ନିର୍ମାଣ ହେବ।

ଓଡ଼ିଶାର ଯୁବକଙ୍କୁ ରୋଜଗାର ସୁଯୋଗ ମିଳିବ। ବିଶ୍ଵର ସର୍ବଶ୍ରେଷ୍ଠ ୫ ଦେଶ ମଧ୍ୟରେ ସ୍ଥାନ ପାଇଛି ଭାରତ। ସ୍ଵଦେଶୀ ଜ୍ଞାନକୌଶଳରେ 4G ନେଟୱର୍କ ସ୍ଥାପନ କରିପାରିଛି। ଭାରତ ଗ୍ଲୋବାଲ ଟେଲିକମ ମ୍ୟାନୁଫାକ୍ଚରିଂ ହବ ହେବାକୁ ଯାଉଛି। ଦେଶରେ ୨ କୋଟିରୁ ଅଧିକ ଲୋକଙ୍କୁ ଏହାର ଲାଭ ମିଳିବ।
୩୦ ହଜାରରୁ ଅଧିକ ଗାଁରେ ହାଇ-ସ୍ପିଡ୍ ଇଣ୍ଟରନେଟ୍ ପହଞ୍ଚିଛି। ଏହାର ସବୁଠାରୁ ଅଧିକ ଲାଭ ଆଦିବାସୀ କ୍ଷେତ୍ରକୁ ମିଳିବ। ଦୁର୍ଗମ ଅଂଚଳରେ ମଧ୍ୟ ଇଣ୍ଟରନେଟ୍ ସେବା ଉପଲବ୍ଧ ହୋଇପାରିଛି।

ଲଦାଖ ହିଂସା ପାଇଁ ଦାୟୀ କିଏ ?

ନନ୍ଦିଘୋଷ ବ୍ୟୁରୋ: ନିଜର ସୌନ୍ଦର୍ଯ୍ୟ ଏବଂ ରଣନୈତିକ ଗୁରୁତ୍ୱ ପାଇଁ ଜଣାଶୁଣା ଲଦାଖରେ ହଠାତ ହିଂସା ଏବଂ ଉତ୍ତେଜନା। ବୁଧବାର ଲେହର ରାସ୍ତାରେ ଯେଉଁ ଦୃଶ୍ୟ ଦେଖାଯାଇଥିଲା ତାହା ସମଗ୍ର ଦେଶକୁ ଚକିତ କରିଦେଇଥିଲା। ପତାକା ଏବଂ ପ୍ରାର୍ଥନା ମନ୍ତ୍ରରେ ସଜ୍ଜିତ ଉପତ୍ୟକାଗୁଡ଼ିକ ନିଆଁ, ପଥର ଫିଙ୍ଗାଳି ଗହଣରେ ଧ୍ବଂସସ୍ତୁପ ପାଲଟିଥିଲା। ଏବଂ ଏହି ବିଶୃଙ୍ଖଳାର କେନ୍ଦ୍ରରେ ଠିଆ ହୋଇଥିଲେ ସୋନମ ୱାଙ୍ଗଚୁକ୍ ।

ବୁଧବାର ଦିନ ଲଦାଖରେ ଦଶନ୍ଧି ମଧ୍ୟରେ ସବୁଠାରୁ ଖରାପ ହିଂସା ଦେଖିବାକୁ ମିଳିଥିଲା, ରାଜ୍ୟ ମାନ୍ୟତା ଏବଂ ଷଷ୍ଠ ଅନୁସୂଚୀ ସୁରକ୍ଷା ପାଇଁ ହୋଇଥିବା ପ୍ରତିବାଦ ସଂଘର୍ଷରେ ପରିଣତ ହୋଇଥିଲା ଯେଉଁଥିରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ପୋଲିସ କର୍ମଚାରୀଙ୍କ ସମେତ ୮୦ରୁ ଅଧିକ ଆହତ ହୋଇଥିଲେ । ଲେହରେ କର୍ଫ୍ୟୁ ଜାରି କରାଯାଇଥିଲା, ଯାନବାହାନ ପୋଡ଼ି ଦିଆଯାଇଥିଲା ଏବଂ ସୁରକ୍ଷା ବାହିନୀ ଭିଡ଼କୁ ଦମନ କରିବା ପାଇଁ ଲୁହବୁହା ଗ୍ୟାସ୍ ଏବଂ ଗୁଳି ଚାଳନା କରିଥିଲେ। ଦୁଇ ଜଣ ଅନଶନକାରୀ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଏବଂ ଉତ୍ତେଜନା ତୀବ୍ର ହେବାରୁ ରାଜ୍ୟ ମାନ୍ୟତା ଏବଂ ସାମ୍ବିଧାନିକ ସୁରକ୍ଷା ପାଇଁ ଅନଶନରେ ବସିଥିବା ଜଳବାୟୁ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ଅନଶନ ପ୍ରତ୍ୟାହାର କରିଥିଲେ।

କ୍ରୋଧ ସଂଘର୍ଷରେ ପରିଣତ

ମଙ୍ଗଳବାର ସନ୍ଧ୍ୟାରେ ଦୁଇ ଅନଶନକାରୀ, ସେରିଂ ଆଙ୍ଗଚୁକ୍ (୭୨) ଏବଂ ତାଶି ଡୋଲମା (୬୦)ଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ପରେ ତୁରନ୍ତ ଆକ୍ରମଣ ହୋଇଥିଲା। ସେମାନେ ରାଜ୍ୟ ମାନ୍ୟତା ଏବଂ ଷଷ୍ଠ ସୂଚୀ ସୁରକ୍ଷା ଦାବି କରି ୩୫ ଦିନିଆ ଅନଶନରେ ସାମିଲ ଥିଲେ। ସେମାନଙ୍କ ପତନ ଲଦାଖର ଯୁବକମାନଙ୍କୁ ଏକତାରେ ରାସ୍ତାକୁ ଓହ୍ଲାଇବାକୁ ପ୍ରେରଣା ଦେଇଥିଲା। ବୁଧବାର ସକାଳ ସୁଦ୍ଧା, ବନ୍ଦ ଡାକରା ଦିଆଯାଇଥିଲା, ଲେହର ସହିଦ ଭୂମିରେ ଭିଡ଼ ଜମା ହୋଇଥିଲା ଏବଂ କ୍ରୋଧ ସଂଘର୍ଷରେ ପରିଣତ ହୋଇଥିଲା। ଜଳବାୟୁ କର୍ମୀ ସୋନମ ୱାଙ୍ଗଚୁକ୍ ସ୍ୱୀକାର କରିଛନ୍ତି ଯେ ହସ୍ପିଟାଲରେ ଭର୍ତ୍ତି ହେବା ତାଙ୍କ ଶାନ୍ତିପୂର୍ଣ୍ଣ ଅଭିଯାନକୁ ପଥଭ୍ରଷ୍ଟ କରିଥିବା ହିଂସାର ଏକ ପ୍ରମୁଖ କାରଣ ଥିଲା।

ଆନ୍ଦୋଳନର ମୁଖ୍ୟ କାରଣ :

ତେବେ ଆନ୍ଦୋଳନର ମୂଳରେ ଚାରୋଟି ଦାବି ରହିଥିଲା : ଲଦାଖକୁ ରାଜ୍ୟ ମାନ୍ୟତା, ଷଷ୍ଠ ଅନୁସୂଚୀର ବିସ୍ତାର, ଲେହ ଏବଂ କାରଗିଲ ପାଇଁ ପୃଥକ ଲୋକସଭା ଆସନ ଏବଂ ନିଯୁକ୍ତି ସଂରକ୍ଷଣ। ପ୍ରତିବାଦକାରୀମାନେ ଯୁକ୍ତି ବାଢ଼ିଛନ୍ତି ଯେ ଷଷ୍ଠ ଅନୁସୂଚୀ ସୁରକ୍ଷା ବିନା, ଲଦାଖର ଦୁର୍ବଳ ପରିବେଶ, ଭୂମି ଅଧିକାର ଏବଂ ସାଂସ୍କୃତିକ ପରିଚୟ ଗୁରୁତର ବିପଦର ସମ୍ମୁଖୀନ ହେଉଛି। ଷଷ୍ଠ ଅନୁସୂଚୀ ଯାହା ବର୍ତ୍ତମାନ ଉତ୍ତର-ପୂର୍ବର ଆଦିବାସୀ ଅଞ୍ଚଳ ପାଇଁ ପ୍ରଯୁଜ୍ୟ, ନିର୍ବାଚିତ ପରିଷଦ ମାଧ୍ୟମରେ ଆର୍ଥିକ ଏବଂ ପ୍ରଶାସନିକ କ୍ଷମତା ସହିତ ସ୍ୱାୟତ୍ତତା ପ୍ରଦାନ କରେ। କର୍ମୀମାନେ ବିଜେପି ଉପରେ ଲଦାଖ ପାଇଁ ଏହି ମାନ୍ୟତା ସୁରକ୍ଷିତ କରିବା ପାଇଁ ୨୦୨୦ ପ୍ରତିଶ୍ରୁତିରୁ ଓହରିଯିବାର ଅଭିଯୋଗ ଆଣିଛନ୍ତି।

ଉତ୍ତେଜକ ବୟାନ ହିଂସାର କାରଣ

କେନ୍ଦ୍ର ଗୃହ ମନ୍ତ୍ରଣାଳୟ “ରାଜନୈତିକ ଭାବରେ ପ୍ରେରିତ ବ୍ୟକ୍ତି” ଏବଂ “ଉତ୍ତେଜକ ବୟାନ” ଅଶାନ୍ତିକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ କରିଛି। ଏବଂ ଲୋକମାନଙ୍କୁ ସୋସିଆଲ ମିଡିଆରେ ପୁରୁଣା କିମ୍ବା ଭ୍ରାମକ ଭିଡିଓ ପ୍ରସାରଣ ନକରିବାକୁ ଅନୁରୋଧ କରିଛି ଏବଂ ଆଶ୍ୱାସନା ଦେଇଛି ଯେ ଲଦାଖର ଗୋଷ୍ଠୀମାନଙ୍କ ସହିତ ଆଲୋଚନା ଜାରି ରହିଛି। “ସରକାର ପର୍ଯ୍ୟାପ୍ତ ସାମ୍ବିଧାନିକ ସୁରକ୍ଷା ଯୋଗାଇ ଦେଇ ଲଦାଖର ଲୋକଙ୍କ ଆକାଂକ୍ଷା ପ୍ରତି ପ୍ରତିବଦ୍ଧ,” ।  ଉପରାଜ୍ୟପାଳ କବିନ୍ଦର ଗୁପ୍ତା ହିଂସାକୁ ନିନ୍ଦା କରି ଏହାକୁ “ହୃଦୟ ବିଦାରକ” ଏବଂ ଲଦାଖର ଶାନ୍ତିକୁ ବିଚଳିତ କରିବାର ଏକ ଷଡ଼ଯନ୍ତ୍ର ବୋଲି କହିଥିଲେ। “ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମସ୍ତଙ୍କର କହିବାର ଅଧିକାର ଅଛି, କିନ୍ତୁ ଯାହା ଘଟିଲା ତାହା ସ୍ୱତଃସ୍ଫୂର୍ତ୍ତ ନୁହେଁ,” ସେ ଦାୟୀ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଥିଲେ ଯେ, ନେପାଳ ଏବଂ ବାଂଲାଦେଶରେ ବିଦ୍ରୋହକୁ ପୁନରାବୃତ୍ତି କରିବାକୁ ଚେଷ୍ଟା କରାଯାଉଛି ଏବଂ ହିଂସାକୁ ଉସୁକାଇବା ପାଇଁ “ନିହିତ ସ୍ୱାର୍ଥ” କୁ ଦାୟୀ କରିଥିଲେ। ସେ ଲଦାଖବାସୀଙ୍କୁ, ବିଶେଷକରି ଯୁବପିଢ଼ିଙ୍କୁ ଶାନ୍ତି ଫେରାଇ ଆଣିବାକୁ ଅନୁରୋଧ କରିଥିଲେ, ଜୋର ଦେଇ କହିଥିଲେ ଯେ ପ୍ରଶାସନ ସେମାନଙ୍କ ସହିତ ଠିଆ ହୋଇଛି କିନ୍ତୁ ଷଡ଼ଯନ୍ତ୍ରକାରୀଙ୍କୁ ଛାଡିବ ନାହିଁ।

ଲେହରେ କର୍ଫ୍ୟୁ ଜାରି

୨୦୧୯ ମସିହାରୁ ଲଦାଖି ଗୋଷ୍ଠୀଗୁଡ଼ିକ ବାରମ୍ବାର ସାମ୍ବିଧାନିକ ସୁରକ୍ଷା ଦାବି କରିଆସୁଛନ୍ତି । ଲେହ ଆପେକ୍ସ ବଡି ଏବଂ କାର୍ଗିଲ ଡେମୋକ୍ରାଟିକ୍ ଆଲାଏନ୍ସ ମିଳିତ ଭାବରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ, ଯାହା ଫଳରେ କେନ୍ଦ୍ର ଜାନୁଆରୀ ୨୦୨୩ ରେ ଏକ ଉଚ୍ଚ-କ୍ଷମତାପ୍ରାପ୍ତ କମିଟି ଗଠନ କରିବାକୁ ବାଧ୍ୟ ହୋଇଥିଲା। କିନ୍ତୁ ମେ ମାସ ପରେ ଆଲୋଚନା ସ୍ଥଗିତ ରହିଲା, ଯେତେବେଳେ କେବଳ ଏକ ବାସସ୍ଥାନ ନୀତି ଚୂଡ଼ାନ୍ତ ହୋଇଥିଲା। ଅନଶନ ଏବଂ ନୂତନ ବନ୍ଦ କେନ୍ଦ୍ର ଉପରେ ଆଲୋଚନା ପୁନଃ ଆରମ୍ଭ କରିବା ପାଇଁ ଚାପ ପକାଇବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ପରବର୍ତ୍ତୀ ବୈଠକ ଅକ୍ଟୋବର ୬ ତାରିଖରେ ସ୍ଥିର ହୋଇଥିବା ବେଳେ, କର୍ମୀମାନେ ସରକାରଙ୍କୁ ଟାଣି ନେଉଥିବା ଅଭିଯୋଗ କରିଥିଲେ। ୱାଙ୍ଗଚୁକ୍ କହିଛନ୍ତି ଯେ ବର୍ଷ ବର୍ଷ ଧରି ସରକାର ଶାନ୍ତିପୂର୍ଣ୍ଣ ଆବେଦନକୁ ଅଣଦେଖା କରିବା ଯୋଗୁଁ ଲଦାଖର ଯୁବକମାନଙ୍କ ମଧ୍ୟରେ ହତାଶା ବୃଦ୍ଧି ପାଇଛି । ଲେହରେ କର୍ଫ୍ୟୁ ଜାରି ଏବଂ ସୁରକ୍ଷା ବାହିନୀ ମୁତୟନ ହେବା ସହିତ, ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।

 

 

 

 

 

 

 

 

 

 

 

 

 

 

 

ଟ୍ରମ୍ପଙ୍କ ମୁଖପାତ୍ର ସାଜିଲେ ସରିଫ ; ସିନ୍ଧୁ ଜଳ ଚୁକ୍ତି ପ୍ରସଙ୍ଗରେ ଭାରତକୁ କଲେ ଟାର୍ଗେଟ

ନନ୍ଦିଘୋଷ ବ୍ୟୁରୋ: ଆମେରିକାଠାରୁ ବଳ ଗୋଟାଇ ଜାତିସଂଘରେ ଗର୍ଜିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ। ଜାତିସଂଘ ସାଧାରଣ ଆସେମ୍ବ୍ଲିରେ ଉଦବୋଧନ ଦେଇ ସରିଫ ସିନ୍ଧୁ ଜଳ ଚୁକ୍ତି ପ୍ରସଙ୍ଗରେ ଭାରତ ଉପରେ ବର୍ଷିଛନ୍ତି । ଏହାସହ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ମୁଖପାତ୍ର ସାଜିଛନ୍ତି ସରିଫ । ପହଲଗାମ ହମଲା ପରେ ସୃଷ୍ଟି ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧରେ ଅସ୍ତ୍ରବିରତି କ୍ଷେତ୍ରରେ ଟ୍ରମ୍ପଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା ବୋଲି କହିଛନ୍ତି ସରିଫ । ନିଜର ୨୫ ମିନିଟର ଅଭିଭାଷଣରେ ସେ ଟ୍ରମ୍ପଙ୍କ ପ୍ରଶଂସକ ପାଲଟିଥିବାବେଳେ ଆତଙ୍କବାଦ ପ୍ରସଙ୍ଗ ଉଠାଇନଥିଲେ। ଏପରିକି ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳୁ ବୋଲି ସେ ଦାବି କରିଥିଲେ।

ପହଲଗାମ ହମଲା ପରେ ସିନ୍ଧୁ ଜଳ ଚୁକ୍ତିକୁ ଭାରତ ରଦ୍ଦ କରିଥିବାରୁ ଏହାକୁ ନେଇ ଉତକ୍ଷିପ୍ତ ହୋଇଥିଲେ ସରିଫ । ଚୁକ୍ତିର ନିୟମ ଓ ଅନ୍ତର୍ଜାତୀୟ ଆଇନକୁ ଭାରତର ନିଷ୍ପତ୍ତି ଉଲ୍ଲଂଘନ କରୁଛି ବୋଲି କହିଥିଲେ ସରିଫ । ଭାରତର ଏକପାଖିଆ ନୀତି ଓ ବେଆଇନ ପଦକ୍ଷେପକୁ ସମାଲୋଚନା କରିଥିଲେ ସରିଫ। ସିନ୍ଧୁ ଜଳ ପାଇବାର ଅଧିକାର ପାକିସ୍ତାନବାସୀଙ୍କର ରହିଛି ଏବଂ ଚୁକ୍ତିର ଉଲ୍ଲଂଘନ ଯୁଦ୍ଧ ସହ ସମାନ ବୋଲି ସେ କହିଛନ୍ତି। ଏହା ସହ କାଶ୍ମୀରବାସୀଙ୍କ ସେ ରହିଛନ୍ତି ବୋଲି କହିଛନ୍ତି ସରିଫ। କାଶ୍ମୀର ଉପରେ ଭାରତ ସ୍ବେଚ୍ଛାଚାରୀ ଶାସନ ଚଳାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ନିଜ ଅଭିଭାଷଣରେ ସେ ଚୀନ, ତୁର୍କୀ, ସାଉଦିଆରବ, କାତାର, ଅଜରବୈଜାନ, ଇରାନ, ୟୁଏଇକୁ ପ୍ରଶଂସା କରିଥିଲେ। ଗତ ଏପ୍ରିଲ ୨୨ରେ ପହଲଗାମ ହମଲାରେ ୨୬ ପର୍ଯ୍ୟଟକଙ୍କ ପ୍ରାଣହାନି ପରେ ସିନ୍ଧୁଜଳ ଚୁକ୍ତି ରଦ୍ଦ କରିଥିଲା ଭାରତ।