ନନ୍ଦିଘୋଷ ବ୍ୟୁରୋ : ବିହାରରେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ସରକାର ଗଠନ ନେଇ ଚାଲିଛି ଜୋରଦାର ପ୍ରୟାସ। କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ଜେଡିୟୁର ଦୁଇ ନେତା ସଞ୍ଜୟ ଝା ଏବଂ ଲଲନ ସିଂହ। ଜନତା ଦଳ ୟୁନାଇଟେଡର କାର୍ଯ୍ୟକାରୀ ସଭାପତି ସଞ୍ଜୟ ଝା ଏବଂ କେନ୍ଦ୍ର ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ଏହି ବୈଠକ ମୁଖ୍ୟମନ୍ତ୍ରୀ ପଦ ଏବଂ ଅନ୍ୟାନ୍ୟ ବିଭାଗ ବଣ୍ଟନ ବିଷୟରେ ଆଲୋଚନା ହୋଇଥିବା କୁହାଯାଉଛି। ସଞ୍ଜୟ ଝା ଏବଂ ଲଲ୍ଲନଙ୍କ ସହ ସାକ୍ଷାତ ପରେ ଜେପି ନଡ୍ଡା ମଧ୍ୟ ଅମିତ ଶାହଙ୍କୁ ଭେଟିଛନ୍ତି। ଲଲ୍ଲନ ସିଂହ ଏବଂ ସଞ୍ଜୟ ଝାଙ୍କ ପରେ, ବିହାର ବିଜେପି ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସହ-ପ୍ରଭାରୀ ବିନୋଦ ତାୱଡେ ମଧ୍ୟ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ବୈଠକରେ ନିର୍ବାଚନ ଫଳାଫଳ ସମୀକ୍ଷା ସହ ସରକାର ଗଠନ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା କରାଯାଇଥିବା କୁହାଯାଉଛି। ବିହାରର ନୂତନ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରିମଣ୍ଡଳରେ ସାମିଲ କରିବାକୁ ଥିବା ମନ୍ତ୍ରୀମାନଙ୍କ ପାଇଁ ରଣନୀତି ପ୍ରସ୍ତୁତ ହୋଇଥିବା ଚର୍ଚ୍ଚା ହେଉଛି। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏପର୍ଯ୍ୟନ୍ତ ରାଜ୍ୟପାଳଙ୍କୁ ଆନୁଷ୍ଠାନିକ ଭାବରେ ଇସ୍ତଫାପତ୍ର ପ୍ରଦାନ କରିନାହାଁନ୍ତି। ତାଙ୍କ ଇସ୍ତଫା ପରେ ହିଁ ସରକାର ଗଠନର ଆନୁଷ୍ଠାନିକ ପ୍ରକ୍ରିୟା ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ମୋଦି ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ। ବିଜେପି ଏବଂ ଜେଡିୟୁ ସେମାନଙ୍କର ବିଧାୟକମାନଙ୍କୁ ପାଟନା ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜେଡିୟୁ, ବିଜେପି, ଏଚ୍ଏଏମ୍ ଏବଂ ଆରଏଲଏମ୍ ବିଧାୟକ ଦଳଗୁଡ଼ିକର ବୈଠକ ଏଠାରେ ଅନୁଷ୍ଠିତ ହେବ। ଯେଉଁଥିରେ ନେତା ଚୟନ ଏବଂ ନୂତନ ମେଣ୍ଟ ସମ୍ପର୍କରେ ଆଲୋଚନା କରାଯିବ। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏନଡିଏ ବିଧାୟକ ଦଳର ଏକ ମିଳିତ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ଯେଉଁଠାରେ ନୀତିଶ କୁମାରଙ୍କୁ ନେତା ନିର୍ବାଚିତ କରାଯିବା ସମ୍ଭାବନା ରହିଛି। ବିହାର ନିର୍ବାଚନରେ NDA ଏକକ ବିଜୟ ହାସଲ କରିଛି। ବିଜେପି ୮୯ ଟି ଆସନ ଜିତିଥିବାବେଳେ JDU ୮୫ ଆସନ ଜିତିଛି। ଉଭୟ ଦଳ ପ୍ରତ୍ୟେକ ୧୦୧ ଟି ଆସନରେ ପ୍ରାର୍ଥୀ ଦେଇଥିଲେ।
ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ କାଞ୍ଜି ଅଁଳା ଓଷା, ନଈ କୂଳରେ ବାଲି ସ୍ତୁପ କରି ଫୁଲରେ ସଜାଇ ପୂଜା କରିଛନ୍ତି ମହିଳା
ନନ୍ଦିଘୋଷ ବ୍ୟୁରୋ: ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ କାଞ୍ଜି ଅଁଳା ଓଷା। ବର୍ଷ ବର୍ଷ ଧରି ଗଞ୍ଜାମ ହିଞ୍ଜିଳିକାଟୁର ରାଳବ, ଆଲୋପୁରରେ ପାଳନ ହେଉଛି ଏହି ନିଆରା ପର୍ବ। ନଦୀ ପଠାରେ ବାଲୁକା ସ୍ତୁପ କରି ପିତା ଶୁଖୁଆ ସାଙ୍ଗକୁ କାଞ୍ଜିଭାତ ପୂଜା କରିବାର ଏଥିରେ ବିଧି ରହିଛି l ଏହି ପୂଜା କଲେ ଅପୁତ୍ରିକ ନାରୀ ସନ୍ତାନ ପ୍ରାପ୍ତିର ବିଶ୍ୱାସ ରହିଥିବାରୁ ନଦୀପଠାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି l
ସନ୍ତାନ ପ୍ରାପ୍ତି ପାଇଁ କାଞ୍ଜି ଅଁଳା ଓଷା। ଷଠୀ ମାତାଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା । ନଈ କୂଳରେ ବାଲି ସ୍ତୁପ କରି ଫୁଲରେ ସଜାଇ ପୂଜା କରିଛନ୍ତି ମହିଳା। ଗଞ୍ଜାମ ହିଞ୍ଜିଳିକାଟୁ ବ୍ଲକର ରାଳବ ଓ ଆଲୋପୁର ଗାଁରେ ନିଆରା କାଞ୍ଜିଅଁଳା ଓଷା ପାଳିତ ହୋଇଛି। ମାର୍ଗଶିର ମାସର କୃଷ୍ଣପକ୍ଷ ନବମୀରେ ଏହି ଓଷା ପାଳନ କରାଯାଏ l ମହିଳାମାନେ ନଦୀ ପଠାରେ ଏକାଠି ହୋଇ ବାଲିରେ ସାତଟି ବାଲୁକା ସ୍ତୁପକରି ସେଥିରେ ପିତା ଶୁଖୁଆ, ହଳଦିଆ ଛିଟକନା, ଫୁଲ ଦେଇ, କାଞ୍ଜିଭାତ ସାଙ୍ଗକୁ ପିଠା ପୂଜା କରନ୍ତି l ମାନସିକ ଧାରୀ ଅପୁତ୍ରିକ ନାରୀ ନିଷ୍ଠାର ସହ ଏହି ବ୍ରତ ପାଳନ କରି କଦଳୀ ସହ ଜିଅନ୍ତା ଗଡିଶା ମାସ ପ୍ରସାଦ ଭାବେ ସେବନ କରିଥାନ୍ତି l ସନ୍ତାନ ପ୍ରାପ୍ତିପରେ ମାନସିକ ଧାରୀ ମହିଳା ନିଜ ସନ୍ତାନର ମୁଣ୍ଡନ କରି ମାନସିକ ପୂର୍ଣ୍ଣ କରିବାର ବିଧି ରହିଛି l
କୁହାଯାଏ ସାଧବ ଘରର ସାନ ବୋହୂ ଅଭିଶାପ ପାଇଁ ସାତଟି ମୃତ ସନ୍ତାନକୁ ଜନ୍ମଦେଇଥିଲା l ପରେ ସ୍ୱପ୍ନାଦେଶ ପାଇ ସାଧବ ସାନବୋହୂ ଷଠୀ ଦେବୀଙ୍କ ପାଖରେ କାଞ୍ଜିଅଁଳା ଓଷା କରିଥିଲା l ଷଠୀ ଦେବୀଙ୍କ କୃପା ହେବାରୁ ସାନବୋହୂ ନିଜର ସାତଟି ଯାକ ସନ୍ତାନଙ୍କୁ ଫେରି ପାଇଥିଲା l ସେବେ ଠାରୁ ସନ୍ତାନ ପ୍ରାପ୍ତିର ବିଶ୍ୱାସ ରଖି କାଞ୍ଜିଅଁଳା ଯାତ୍ରା ଧୁମ୍ ଧାମରେ ପାଳନ ହୋଇଆସୁଛି l
ଗାର୍ଲଫ୍ରେଣ୍ଡକୁ ଆଇଫୋନ ଉପହାର ଦେବା ପୂର୍ବରୁ ବନ୍ଧାହେଲା ପ୍ରେମିକ
ନନ୍ଦିଘୋଷ ବ୍ୟୁରୋ: ଗାର୍ଲଫ୍ରେଣ୍ଡକୁ ଆଇଫୋନ ଉପହାର ଦେବାକୁ କରୁଥିଲେ ଗଂଜେଇ ବେପାର। ହେଲେ ପ୍ରେମିକାକୁ ଉପହାର ଦେବା ପୂର୍ବରୁ ପୋଲିସ ହାବୁଡରେ ପଡିଗଲେ। ମାଲକାନଗିରି ଜିଲ୍ଲା କାଲିମେଳା ଅଞ୍ଚଳର ଏ ଘଟଣା। ଗଂଜେଇ ଚାଲାଣବେଳେ ପୋଲିସ ହାତରେ ଧରାପଡ଼ିଛନ୍ତି ୨ ପ୍ରେମିକ। ଗଂଜେଇ ଧରି ଯାଉଥିବାବେଳ MV-79 ପୋଲିସ ସେମାନଙ୍କୁ ଧରିଥିଲା। ପୋଲିସ ପାଟ୍ରୋଲିଂ ପାର୍ଟି ହାବୁଡରେ ପଡିଯାଇଥିଲେ ଦୁଇ ଗଂଜେଇ ବେପାରୀ। ଏକ ସ୍କୁଟର ସହ ୨୨ କେଜି ଗଂଜେଇ ଜବତ କରିଛି ପୋଲିସ। ଜବତ ଗଂଜେଇର ବଜାର ମୂଲ୍ୟ ପ୍ରାୟ ଦେଢ ଲକ୍ଷ ଟଙ୍କା ହେବ। ଧରାପଡ଼ିଥିବା ଯୁବକ ଦୁଇ ଯୁବକ ହେଲେ ଟି. ତ୍ରିନାଥ କୁମାର ଓ ବି. ୟୁବାଚରଣ ଆଦିତ୍ୟ॥ ଉଭୟ ତେଲଙ୍ଗାନା ଖମ୍ମମ ଜିଲ୍ଲା ବାସିନ୍ଦା। ମାଲକାନଗିରି ଜିଲ୍ଲାରୁ ତେଲଙ୍ଗାନାକୁ ଚାଲାଣ କରୁଥିଲେ ଗଂଜେଇ। ଗଂଜେଇ ବିକି ଏହି ଟଙ୍କାରେ ଆଇଫୋନ କିଣିବାକୁ ଯୋଜନା କରିଥିଲେ।

