ଖୋର୍ଦ୍ଧା ଜିଲ୍ଲା ବାଘମାରୀରେ ଗଣଧର୍ଷଣର ଶିକାର ନାବାଳିକାଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ଟିମ । ସେମାନେ ନାବାଳିକାଙ୍କୁ କ୍ୟାପିଟାଲ ହସ୍ପିଟାଲର ସଖୀ ୱାର୍ଡରେ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ବୁଝି ଥିଲେ. ପୀଡିତାଙ୍କୁ ଧର୍ଷଣ ପରେ ଅତ୍ୟାଚାର କରାଯାଇଥିବାରୁ ଦେହ ସାରା ମାଡ଼ର ଦାଗ ଦେଖିବାକୁ ପାଇଥିଲେ ବିଜେଡି ଟିମ. ଅଭିଯୁକ୍ତଙ୍କ ମଧ୍ୟରୁ ଜଣାଙ୍କୁ ପୀଡିତା ଚିହିଁ ଥିବା ନେଇ ପୋଲିସକୁ ଜଣାଇଥିଲେ. ହେଲେ ସେହି ବ୍ୟକ୍ତି ଭଲ ଲୋକ କହି ପୀଡିତାଙ୍କ ଅଭିଯୋଗକୁ ପୋଲିସ ଗ୍ରହଣ କରି ନଥିବା ଅଭିଯୋଗ ହୋଇଛି. ପୋଲିସ ତଦନ୍ତ ବଦଳରେ ଅଭିଯୁକ୍ତଙ୍କୁ କିପରି ସାର୍ଟିଫିକେଟ ଦେଲେ ବୋଲି ବିଜେଡି ପ୍ରଶ୍ନ କରିଛି. ବିଜେପି ସରକାରରେ ମହିଳା, ଶିଶୁ, ଦଳିତ ଅସୁରକ୍ଷିତ ହୋଇ ପଡିଲେଣି. ପୀଡିତାଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ କ୍ୟାପିଟାଲ ହସ୍ପିଟାଲ ଅଧିକ୍ଷିକଙ୍କ ସହ ବିଜେଡି ଆଲୋଚନା କରିଛି. ସେପଟେ ପୀଡିତାଙ୍କୁ ନ୍ୟାୟ ଓ ଅଭିଯୁକ୍ତ ଧରା ନ ପଡିଲେ ରାଜରାସ୍ତାକୁ ଆସିବାର ଚେତାବନୀ ଦେଇଛି ବିଜୁ ଜନତା ଦଳ
ଜାଣନ୍ତୁ ଧର୍ମେନ୍ଦ୍ରଙ୍କ ପାଖରେ ରହିଛି କେତେ ସମ୍ପତ୍ତି ?
ନନ୍ଦିଘୋଷ ବ୍ୟୁରୋ: ପରଲୋକରେ ବଲିଉଡର ହି-ମ୍ୟାନ୍ ଭାବେ ପରିଚିତ ଧର୍ମେନ୍ଦ୍ର । ସୋମବାର ତାଙ୍କର ଦେହାନ୍ତ ହୋଇଥିବାବେଳେ ଶେଷ ଦର୍ଶନ ଲାଗି ଶ୍ମଶାନରେ ଲାଗିଛି ସେଲିବ୍ରେଟୀଙ୍କ ଭିଡ଼ । ତଥାପି ଏଯାବତ ଧର୍ମେନ୍ଦ୍ରଙ୍କ ପରଲୋକ ନେଇ ତାଙ୍କ ପରିବାର ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ମାତ୍ର ଶ୍ମଶାନ ଅଭିମୁଖେ ତାଙ୍କ ମରଶରୀରକୁ ନିଆଯାଇଛି । ତେବେ ଆପଣ ଜାଣନ୍ତି କି, କେତେ ସମ୍ପତ୍ତିର ମାଲିକ ଅଟନ୍ତି ଧର୍ମେନ୍ଦ୍ର ।
2024 ମସିହାରେ ହେମା ମାଳିନୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ନିର୍ବାଚନୀ ଶପଥପତ୍ର ଅନୁଯାୟୀ, ଧର୍ମେନ୍ଦ୍ରଙ୍କ ପାଖରେ ୪୩ ଲକ୍ଷର ଅଧିକ ମୂଲ୍ୟର ନଗଦ ଟଙ୍କା ରହିଛି , ₹4.5 ମିଲିୟନରୁ ଅଧିକ ମୂଲ୍ୟର ସେୟାର ଏବଂ ୧ କୋଟିରୁ ଅଧିକ ମୂଲ୍ୟର ଅଳଙ୍କାର ଅଛି। ତେବେ ବର୍ଷେ ତଳେ ସେ ଏହି ତଥ୍ୟ ଦେଇଥିବାବେଳେ ଏବେ ଆହୁରି ବୃଦ୍ଧି ହୋଇଥିବ ବୋଲି କୁହାଯାଉଛି । ତେବେ ହୁଜୁରେ ୧୨୬ କୋଟି ଟଙ୍କାର ଏକ ବଙ୍ଗଳା ରହିଛି । ହେମା ମାଳିନୀଙ୍କ ତୁଳନାରେ ବହୁ ଅଧିକ ସମ୍ପତ୍ତିର ମାଲିକ ଅଟନ୍ତି ଧର୍ମେନ୍ଦ୍ର ।
ଧାନ ସଂଗ୍ରହ ନେଇ ସମବାୟ ମନ୍ତ୍ରୀଙ୍କ ବୟାନକୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ
ସେପଟେ ଧାନ ସଂଗ୍ରହ ନେଇ ସମବାୟ ମନ୍ତ୍ରୀଙ୍କ ବୟାନକୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ସେ କହିଛନ୍ତି- ସରକାର ଏଥର ଚାଷୀଙ୍କୁ ବୃଦ୍ଧି ହୋଇଥିବା MSP ଦେବେ ନାହିଁ । ଏଥର ଧାନ ସଂଗ୍ରହରେ ବହୁତ ବିଳମ୍ବ ହେବ। ଧାନ ସଂଗ୍ରହ ନେଇ ସରକାରଙ୍କ ନୀତି ସ୍ପଷ୍ଟ ନାହିଁ। ଜାଣି ଜାଣି ସରକାର ଧାନ ସଂଗ୍ରହ ବିଳମ୍ବ କରୁଛନ୍ତି । ଚାଷୀ କଣ କେବେ ଚାହେଁ କଟନିଛଟନି କରିବାକୁ। ସମବାୟ ମନ୍ତ୍ରୀଙ୍କ ଏପରି ସଲାସୂତରା ବୟାନ ଠିକ୍ ନୁହେଁ। ଚାଷୀ ଆଜି ବି ରାସ୍ତାରେ ଆନ୍ଦୋଳନ କରୁଛି। ସରକାର କିପରି କମ୍ ଚାଷୀ ଧାନ ବିକ୍ରି କରିବେ ସେ ବ୍ୟବସ୍ଥା କରୁଛନ୍ତୀ। ସରକାରଙ୍କ ଏପରି ଚାଷୀ ବିରୋଧୀ ଆଭିମୁଖ୍ୟକୁ ବିଜେଡି ଦୃଢ଼ ବିରୋଧ କରିବ । ବିଧାନସଭାରେ ଏ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଜବାବ ମାଗିବ ଦଳ।
ବିଧାୟକ ଅରୁଣ ସାହୁ କହିଛନ୍ତି- ପଞ୍ଜିକରଣରେ ଗୁଡ଼ାଏ ଲୋକଙ୍କୁ ବାଦ ଦିଆଯାଇଛି। ଯେଉଁଥିପାଇଁ ବରଗଡ଼ରେ ଚାଷୀ ରାଜରାସ୍ତାକୁ ଆସିଛନ୍ତି। ଗୋଦାମ ଖାଲି ନଥିବାରୁ ଚାଷୀ ଙ୍କୁ ବାଦ୍ ଦେଇଛନ୍ତି। ସରକାର ହିସାବ ଦିଅନ୍ତୁ ଧାନ କିଣି କେତେ ଅଧିକ ଅର୍ଥ ଦେଇଛନ୍ତି କେତେ ଚାଷୀ ଉପକୃତ ହୋଇଛନ୍ତି ଓ ବାଦ୍ ପଡ଼ିଛନ୍ତି। ସେହିପରି ଧାନ ପ୍ରସଙ୍ଗରେ ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ସେ କହିଛନ୍ତି- ନୂଆ ସରକାର ଆସୁ ଆସୁ କହିଥିଲେ କଟନି ଛଟନି ହେବ ନାହିଁ କିନ୍ତୁ ଗତ ରବି ହେଉ ଖରିଫ ହେଉ ସବୁଠି କଟନିଛଟନି ଚାଲିଛି।
ଆସନ୍ତାକାଲିଠାରୁ ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲିବ
ମିଲର ଓ ଚାଷୀ ଭିତରେ ରହିଛି ସଲାସୁତରା। ଏହା କହିଛନ୍ତି ସମବାୟ ମନ୍ତ୍ରୀ। ଆସନ୍ତାକାଲିଠାରୁ ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲିବ। ଏଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ୧୦ଲକ୍ଷ ମେଟ୍ରିକ୍ ଟ୍ରେନ ଅଧିକ ଧାନ ଉଠାଣ ପାଇଁ ଲକ୍ଷ ରଖିଛନ୍ତି ରାଜ୍ୟ ସରକାର। କଟନିଛଟନିକୁ ସରକାର ବନ୍ଦ କରିଛନ୍ତି । ମିଲର ଓ ଚାଷୀ ଯଦି ସଲାସୁତରା କରିବେ ସରକାର କଣ କରିବେ ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ।

