ନନ୍ଦିଘୋଷ ବ୍ୟୁରୋ: ଗଂଜାମ ଜିଲ୍ଲା ଦିଗପହଣ୍ଡିରେ ଯୁକ୍ତ ତିନି ଛାତ୍ରୀଙ୍କୁ ଅପହରଣ ଅଭିଯୋଗ। କଲେଜ ପଢୁଆ ଛାତ୍ରୀଙ୍କୁ ଅପହରଣ କରାଯାଇଥିବାର ଅଭିଯୋଗ କରିଛନ୍ତି ପରିବାର। ଏକ କଲେଜରେ ଯୁକ୍ତ ୩ ଶ୍ରେଣୀରେ ସେ ପଢ଼ୁଥିଲେ। ଛାତ୍ରୀ ସାଇକେଲରେ କଲେଜ ଯାଇ ଘରକୁ ଫେରିନଥିବା ବେଳେ ସାଇକେଲ ରାସ୍ତାରେ ପଡ଼ିଥିବା ଦେଖିଥିଲେ। ପରିବାର ଲୋକେ ସାଇକଲ ଆଣିଛନ୍ତି। ଛାତ୍ରୀଙ୍କ ବାପା ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି।
ଅପହରଣର ୫୫ ଦିନ ପରେ ଉଦ୍ଧାର ହେଲେ ନାବାଳିକା
ନନ୍ଦିଘୋଷ ବ୍ୟୁରୋ: ଅପହରଣର ୫୫ ଦିନ ପରେ ଉଦ୍ଧାର ହେଲେ ନାବାଳିକା ଛାତ୍ରୀ। ଅପହରଣକାରୀଙ୍କୁ ଅନୁକମ୍ପା ଦେଖାଉଥିବା ଅଭିଯୋଗରେ ଏଏସଆଇ ନିଲମ୍ଵିତ। କୋର୍ଟରେ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ ପରେ ଏଏସଆଇଙ୍କୁ ନିଲମ୍ଵିତ କରାଯାଇଛି। ଏହି ଘଟଣା ହେଉଛି ଭଦ୍ରକ ଜିଲ୍ଲା ଧାମନଗର ଥାନାର । ଅଭିଯୋଗ ଅନୁସାରେ କାଙ୍କରାର ନାବାଳିକା ଛାତ୍ରୀକୁ ତାଳପଦା ଗାଁର ଜଣେ ଯୁବକ ଜୁନ ୧୭ ତାରିଖରେ ଅପହରଣ କରିନଇଥିଲେ। ଏଥିରେ ସେହି ଯୁବକର ଦୁଇ ଯୁବକ ବି ସାମିଲ ଥିଲେ। ଅପହରଣ ନେଇ ଧାମନଗର ଥାନାରେ ଅଭିଯୋଗ କରିଥିଲେ ପରିବାର। ଏହାର ତଦନ୍ତ ଦାୟିତ୍ଵ ଏଏସଆଇ ନେପାଳ ସାହାଙ୍କୁ ଦିଆଯାଇଥିଲା।
ଛାତ୍ରୀ କି ଅପହରଣକାରୀଙ୍କୁ ଠାବ କରିପାରିନଥିଲେ ସଂପୃକ୍ତ ପୋଲିସ ଅଧିକାରୀ। ୫୫ ଦିନ ପରେ ଧାମନଗର ପୁଲିସ ଏକ ସ୍ବତନ୍ତ୍ର ସ୍କ୍ୱାର୍ଡ କରି ଗତ ୧୧ ତାରିଖ ବିଳମ୍ୱିତ ରାତିରେ କେନ୍ଦୁଝର ଜିଲାର ଏକ ଭଡାଘରୁ ନାବାଳିକା ଛାତ୍ରୀକୁ ଉଦ୍ଧାର କରିଥିଲେ । ନାବାଳିକାକୁ ଡାକ୍ତର ମାଇନା କରିବା ପରେ ଭଦ୍ରକ ଆସିଆନାରେ ରଖା ଯାଇଛି । ଖୋଜିବାରେ ବିଳମ୍ୱ ନେଇ ପରିବାର ହାଇକୋର୍ଟକୁ ଯାଇଥିଲେ। ଧାମନଗର ଥାନା ଆଇଆଇସି ଓ ତଦନ୍ତକାରୀ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣା ପରେ ତଦନ୍ତକାରୀ ଅଧିକାରୀ ଏଏସଆଇଙ୍କୁ ଭଦ୍ରକ ଏସପି ନିଲମ୍ଵିତ କରିଛନ୍ତି।
ଟ୍ରକ ଓ ପିକଅପ୍ ମଧ୍ୟରେ ଧକ୍କା: ଚାଲିଗଲା ୧୧ ଜୀବନ
ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନର ଦୌସା ନିକଟରେ ବଡ଼ ଦୁର୍ଘଟଣା। ଟ୍ରକ ଓ ପିକଅପ୍ ମଧ୍ୟରେ ଧକ୍କା ହେବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତାହତମାନେ ଉତ୍ତର ପ୍ରଦେଶର ଇଟାୱା ଜିଲ୍ଲାର ହୋଇଥିବା ସୂଚନା ମିଳିଛି। ତୀର୍ଥଯାତ୍ରାରୁ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା। ସୂଚନା ଅନୁସାରେ ଖଟୁ ଶ୍ୟାମଜୀ ମନ୍ଦିରରୁ ସେମାନେ ଫେରୁଥିଲେ। ମୃତକଙ୍କ ମଧ୍ୟରେ ଅଛନ୍ତି ସାତ ଜଣ ଶିଶୁ ଏବଂ ତିନି ଜଣ ମହିଳା। ଭୋର ପ୍ରାୟ ସାଢ଼େ ୩ଟା ସମୟରେ ଏହି ଘଟଣା ଘଟିଥିଲା। ୯ ଜଣଙ୍କୁ ଚିକିତ୍ସା ପାଇଁ ରେଫର କରାଯାଇଛି ଏବଂ ତିନି ଜଣଙ୍କୁ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଦୁର୍ଘଟଣା ଖବର ପାଇବା ସାଙ୍ଗେ ସାଙ୍ଗେ ସେଠାରେ ପହଞ୍ଚିଥିଲେ ପ୍ରାଶାସନିକ ଅଧିକାରୀ। ଆହତମାନଙ୍କୁ ଜରୁରୀକାଳୀନ ଚିକିତ୍ସା ଯୋଗାଇବା ଏବଂ ପରିବହନ କରିବା ପାଇଁ ଆମ୍ବୁଲାନ୍ସ, ପୋଲିସ ଦଳ ଏବଂ ଡାକ୍ତରୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗୁରୁତର ଆହତମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଜୟପୁରର ସୱାଇ ମାନ ସିଂହ ହସ୍ପିଟାଲ (SMS)କୁ ପଠାଯାଇଥିଲା।
ପୁରୀରୁ କୋଟପାଡ ଯାଉଥିବା ବେଳେ ଓଲଟିଲା OSRTC ବସ୍
ନନ୍ଦିଘୋଷ ବ୍ୟୁରୋ: ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଆଖୁସିଙ୍ଗ ନିକଟରେ ଓଲଟିଲା OSRTC ବସ୍ । ପୁରୀରୁ କୋଟପାଡ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ ଜମିକୁ ଓଲଟି ପଡିଛି । ବସରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ । ୧୦ ଜଣ ସାମାନ୍ୟ ଆହତ ହୋଇ ପଦ୍ମପୁର ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି | ଭୋର ୩ଟା ସମୟରେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ପଦ୍ମପୁର ପୋଲିସ ଓ ଅଗ୍ନିଶମ ବାହିନୀ ପହଂଚି ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି। ଗାଡି ଚାଳକକୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ।

