spot_img
Home Blog Page 3

ଆଜିଠାରୁ ହଟିବ ବିମାନ ଭଡ଼ା ଉପରେ ଲାଗୁ କଟକଣା ; ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ନିଷ୍ପତ୍ତି କ୍ରମେ ପଦକ୍ଷେପ

ନନ୍ଦିଘୋଷ ବ୍ୟୁରୋ : ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ନିଷ୍ପତ୍ତି କ୍ରମେ ଆଜିଠାରୁ ହଟିବ ବିମାନ ଭଡ଼ା ଉପରେ ଲଗାଯାଇଥିବା କଟକଣା l ଗତବର୍ଷ ଡିସେମ୍ବରରେ ବିମାନ ଚଳାଚଳ କ୍ଷେତ୍ର ଲାଗି ଅସ୍ଥାୟୀ ଦର ନିୟନ୍ତ୍ରଣ ନିୟମ ଲାଗୁ ହୋଇଥିଲା l ତାହା ଆଜିଠାରୁ ଅନ୍ତ ଘଟିଛି l ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି- ଟିକେଟ ଦର ନିର୍ଦ୍ଧାରଣ ଉପରେ ଯେଉଁ କଟକଣା ଲାଗୁ ହୋଇଥିଲା ତାହାକୁ ହଟାଇଦିଆଯାଇଛି l ଇଣ୍ଡିଗୋ କ୍ଷେତ୍ରରେ ଦେଖାଦେଇଥିବ ଅଚଳାବସ୍ଥାକୁ ନିୟନ୍ତ୍ରଣ କରିବା ଲାଗି ଏହି ନିୟମ ଲାଗୁ ହୋଇଥିଲା l ଯାତ୍ରୀମାନଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହି ପଦକ୍ଷେପ ନେଇଥିଲା ମନ୍ତ୍ରାଳୟ l ନୂଆ ନିଷ୍ପତ୍ତି ଅନୁସାରେ ଏଣିକି ବଜାର ସ୍ଥିତି ଓ ଚାହିଦା ଅନୁସାରେ ବିମାନ କମ୍ପାନି ଦର ନିର୍ଦ୍ଧାରଣ କରିପାରିବେ l ତେବେ ବିମାନ ଟିକେଟ ଭଡ଼ା ଯେପରି ଯଥାର୍ଥ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି l ଏହା ସହ ଯାତ୍ରୀଙ୍କ ସ୍ବାର୍ଥ ପ୍ରତି ଧ୍ୟାନ ଦେଇ ଭଡ଼ା ନିର୍ଦ୍ଧାରଣ କରିବା ଲାଗି କୁହାଯାଇଛି l ଯଦି କୌଣସି ବିମାନ କମ୍ପାନି ଉଚିତ ଦରଠାରୁ ଅଧିକ ଦର ନିଅନ୍ତି ବା ମନଇଚ୍ଛା ଦର ବଢ଼ାନ୍ତି ତେବେ ତାହାକୁ ଗୁରୁତର ସହ ବିଚାର କରାଯାଇ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି l

ବିଷ ପୁଡିଆ ଧରି ଧାନ ମଣ୍ଡିରେ ଚାଷୀଙ୍କ ପ୍ରତିବାଦ

ନନ୍ଦିଘୋଷ ବ୍ୟୁରୋ : ବିଷ ପୁଡିଆ ଧରି ଧାନ ମଣ୍ଡିରେ ଚାଷୀଙ୍କ ପ୍ରତିବାଦ । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ନାରଦିଆ ସେବା ସମବାୟ ସମିତିରେ ଚାଷୀମାନଙ୍କ ଚରମ ପ୍ରତିବାଦ । ହାତରେ ବିଷ ପୁଡିଆ ଧରି ପ୍ରତିବାଦ କରିଛନ୍ତି ଚାଷୀ । ଧାନ ଉଠାଣରେ ବିଳମ୍ବ ହେବା ଓ ଟୋକନ ସମୟ ସରିବାକୁ ବସିଥିବାରୁ ଚାଷୀମାନେ ଏହି ଚରମ ପଦକ୍ଷେପ ନେଇଥିବା କହିଛନ୍ତି । ମଣ୍ଡିକୁ ମିଲରମାନଙ୍କ ଗାଡ଼ି ସମୟରେ ନଆସିବାରୁ ଧାନ ଉଠାଣ ବିଳମ୍ବ ହେଉଛି । ୪୪୦ ଜଣ ଚାଷୀ ଧାନ ଦେବାପାଇଁ ପଞ୍ଜିକରଣ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମାତ୍ର ୧୧୦ ଜଣ ଚାଷୀ ଧାନ ଦେଇଛନ୍ତି । ଆହୁରି ୩୩୦ ଜଣ ଚାଷୀ ଧାନ ମଣ୍ଡିରେ ଦେବାପାଇଁ ଅପେକ୍ଷାରେ ରହିଛନ୍ତି । ଚାଷୀମାନଙ୍କ ଟୋକନ ଅବଧି ସରିବାକୁ ବସିଥିବାରୁ ଋଣ ପରିଶୋଧ ଚିନ୍ତାରେ । ବାଧ୍ୟ ହୋଇ ଜରୁରୀ ଆବଶ୍ୟକତା ପୂରଣ କରିବା ପାଇଁ କମ୍ ଟଙ୍କାରେ ଦଲାଲଙ୍କୁ ଧାନ ଦେଉଛନ୍ତି । ଏହି ସମସ୍ୟା ଦୀର୍ଘଦିନ ଧରି ଚାଲିଥିବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ଠୋସ ବ୍ୟବସ୍ଥା  ହୋଇ ନ ଥିବା ଅଭିଯୋଗ ହୋଇଛି। ତେଣୁ ଚାଷୀମାନେ ମଣ୍ଡି ସମ୍ମୁଖରେ ହାତରେ ବିଷ ପୁଡିଆ ଧରି ପ୍ରତିବାଦ କରିବା ସହ, ଶୀଘ୍ର ଧାନ ଉଠାଣ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ସରକାର ତୁରନ୍ତ ସମସ୍ୟାର ସମାଧାନ ନ କରିଲେ, ଚାଷୀ ମାନେ ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ।

ପୁରୀ ବସଷ୍ଟାଣ୍ଡରେ ଅଗ୍ନିକାଣ୍ଡ ; ଏକ ଘରୋଇ ବସରେ ଲାଗିଲା ନିଆଁ

ନନ୍ଦିଘୋଷ ବ୍ୟୁରୋ : ପୁରୀ ବସଷ୍ଟାଣ୍ଡରେ ବସ୍ ରେ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ଏକ ଘରୋଇ ବସ୍ ରେ ଲାଗିଲା ନିଆଁ । ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀର ୪ଟି ଦମକଳ ଗାଡ଼ି । ଦୀର୍ଘ ସମୟ ପର୍ଯ୍ୟନ୍ତ ଅଗ୍ନିଶମ ବିଭାଗ ପାଣି ମାଡ଼ କରି ନିଆଁକୁ ଆୟତ କରିଥିବା ବେଳେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ତେବେ ବସଷ୍ଟାଣ୍ଡରେ ଅନେକ ଗୁଡିଏ ବସ୍ ଲାଇନ୍ ହୋଇ ରହିଥିବା ବେଳେ ଅଗ୍ନିଶମ ବିଭାଗର ତ୍ୱରିତ ପଦକ୍ଷେପ ଯୋଗୁଁ ଅନ୍ୟ କୌଣସି ବସରେ ନିଆଁ ଲାଗିବାରୁ ବର୍ତ୍ତି ଯାଇଥିଲା । କେହି ଦୁର୍ବୁତ୍ତ ବସ୍ ରେ ଜାଣିଶୁଣି ନିଆଁ ଲଗାଇଥିବା ଅନୁମାନ କରାଯାଉଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ଏ ନେଇ ତଦନ୍ତ ଆରମ୍ଭ ହୋଇଛି ।

ସମ୍ବଲପୁର ଜେଲରେ ବଡ଼ଧରଣର ରେଡ୍ ; କିଛି ଆପତ୍ତିଜନକ ସାମଗ୍ରୀ ଥିବା ସୂଚନା ପରେ ଚଢ଼ାଉ

ନନ୍ଦିଘୋଷ ବ୍ୟୁରୋ : ସମ୍ବଲପୁର ଜେଲ୍‌ରେ ବଡ଼ ଧରଣର ରେଡ୍ । ସମ୍ବଲପୁର ମଣ୍ଡଳ କାରାଗାରରେ ପୋଲିସର ଅଚାନକ ଚଢ଼ଉ । ସକାଳ ୫ ଟାରୁ ରେଡ୍ କରୁଛି ପୋଲିସ । ସମ୍ବଲପୁର SDPOଙ୍କ ନେତୃତ୍ୱରେ ଚାଲିଛି ରେଡ୍ । ବିଶେଷ ସୂଚନା ପାଇ ଜେଲ୍ ଭିତରେ ରେଡ୍ କରିଛି ପୋଲିସ । ଜେଲରେ କିଛି ଆପତ୍ତିଜନକ ସାମଗ୍ରୀ ଥିବା ସୂଚନା ପରେ ଚଢ଼ାଉ ।

ଭୁବନେଶ୍ଵର ମହାବୀର ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ

ଭୁବନେଶ୍ବର : ଭୁବନେଶ୍ବର ସିଆରପି ମହାବୀର ମାର୍କେଟ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଦୋକାନ ବଜାର ଜଳି ଛାରଖାର । ମେଡିସିନ ଦୋକାନ, ପ୍ଲାଷ୍ଟିକ ଦୋକାନ, ବହି ଦୋକାନ, ଗିଫ୍ଟ ଆଇଟମ ଦୋକାନ ଆଦି ଛାରଖାର ହୋଇଛି। ଅଗ୍ନିଶମ ବାହିନୀ ପକ୍ଷରୁ ପାଣିମାଡ଼ କରାଯାଇଛି। ପ୍ରବଳ ଧୂଆଁ ଯୋଗୁ ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଛି। ଅନେକ ଦୋକାନୀଙ୍କ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି। ୪ ତାଲା ବିଶିଷ୍ଟ କୋଠାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବଡ଼ ବଡ଼ ପାଣି ଟ୍ୟାଙ୍କରରୁ ପାଣି ମାଡ଼ କରାଯାଇଛି। ଏକ ଖେଳନା ଦୋକାନରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ୪ଟି ଫାୟାର ଟିମ ଅଗ୍ନିକାଣ୍ଡ ରୋକିବାରେ ନିୟୋଜିତ ହୋଇଛନ୍ତି । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ମାର୍କେଟ କମ୍ପ୍ଲେକ୍ସରେ ନିରାପତ୍ତା ଲାଗି ଅଗ୍ନିଶମ ବ୍ୟବସ୍ଥା ଥିଲା କି ନାହିଁ ତାହା ଜଣାପଡିନାହିଁ।

ତେହରାନ ଉପରେ ପୁଣି ଇସ୍ରାଏଲର ଏୟାରଷ୍ଟ୍ରାଇକ

ନନ୍ଦିଘୋଷ ବ୍ୟୁରୋ : ତେହରାନ ଉପରେ ପୁଣି ଇସ୍ରାଏଲର ଏୟାରଷ୍ଟ୍ରାଇକ । ଦେଶବାସୀଙ୍କ ଉଦ୍ଦେଶ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ଭାଷଣ ପରେ ପରେ ଏହି ହମଲା ହୋଇଛି । ସେପଟେ ସାଉଦିଆରବ ଓ କୁଏତର ବହୁ ଶକ୍ତି ସ୍ଥଳରେ ହମଲା କରିଛି ଇରାନ । କତାର କହିଛି ଇରାନ ହମଲାରେ ଯେତିକି କ୍ଷତି ଘଟିଛି ତାହାକୁ ମରାମତି କରିବା ଲାଗି ଲାଗିପାରେ ୫ ବର୍ଷ । ନେତନ୍ୟାହୁ କହିଛନ୍ତି- ଖୁବ୍ ଶୀଘ୍ର ଯୁଦ୍ଧର ଅନ୍ତ ଘଟିବାକୁ ଯାଉଛି। ଇରାନ ବର୍ତ୍ତମାନ ୟୁରାନିୟମ ଏନରିଚ କରିପାରିବ ନାହିଁ କି ମିସାଇଲ ନିର୍ମାଣ କରିପାରିବ ନାହିଁ । ତେବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଅନୁରୋଧ କ୍ରମେ ଇରାନର ଗ୍ୟାସ ଫିଲ୍ଡରେ ଇସ୍ରାଏଲ ହମଲା କରିବ ନାହିଁ ବୋଲି କହିଛନ୍ତି ନେତନ୍ୟାହୁ । ତେଣେ ଉପସାଗରୀୟ ଅଞ୍ଚଳରେ ଅସ୍ଥିରତାର ସମାଧାନ ଲାଗି ଜାତିସଂଘ ନିରାପତ୍ତା ପରିଷଦର ଜରୁରୀ ବୈଠକ ବସିଛି । ବିଭିନ୍ନ ରାଷ୍ଟ୍ର ଉପରେ ଇରାନର ହମଲା ବନ୍ଦ କରିବାକୁ ଆହ୍ବାନ ଦିଆଯାଇଛି । ଇରାନ ତୁରନ୍ତ ହମଲା ବନ୍ଦ କରିବାକୁ ଦାବି କରିଛନ୍ତି ବହୁ ସଦସ୍ୟ ରାଷ୍ଟ୍ର ।

ରାସ୍ତା ଉପରେ ଧାନ ବସ୍ତା ରଖି ଆନ୍ଦୋଳନ କଲେ ଚାଷୀ…

ଚାନ୍ଦବାଲି : ମାସ ମାସ ହେଲା ମଣ୍ଡିରୁ ଉଠୁନି ଧାନ । ଧାନ ରଖିବାକୁ ମଣ୍ଡିରେ ଜାଗା ନାହିଁ । ଯେତେ ଗୁହାରି କଲେ ବି ଶୁଣୁନି ପ୍ରଶାସନ । ଶେଷରେ ରାସ୍ତା ଉପରେ ଧାନ ବସ୍ତା ରଖି ଆନ୍ଦୋଳନ ଆରମ୍ଭ କରିଛନ୍ତି ଚାଷୀ । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ତିହିଡି ବ୍ଳକର ଚାରିତରଫ ସେବା ସମବାୟ ସମିତିରେ । ଉକ୍ତ ସମବାୟ ସମିତିରେ ପ୍ରାୟ ୯ ହଜାରରୁ ଉର୍ଦ୍ଧ୍ବ କୁଇଣ୍ଟାଲ ଧାନ ପଡି ରହିଥିବା ବେଳେ ଆହୁରି ୪ ହଜାର କୁଇଣ୍ଟାଲ ଧାନ ବିକ୍ରି ଅପେକ୍ଷାରେ ଅଛନ୍ତି ଚାଷୀ । ମାତ୍ର ମିଲରଙ୍କ ମାନମାନି ଯୋଗୁଁ ମଣ୍ଡିରୁ ଉଠିପାରୁନି ଧାନ । ଦୀର୍ଘ ଦିନ ହେବ ମଣ୍ଡିରୁ ଧାନ ନ ଉଠିବାରୁ ଧାନ ଟଙ୍କା ବି ପାଇ ପାରୁନାହାନ୍ତି ଚାଷୀ । ସମସ୍ୟା ସଂପର୍କରେ ଚାଷୀ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ଵେ ବି ଫଳ ଶୂନ । ଶେଷରେ ରାସ୍ତା ଉପରେ ଧାନ ବସ୍ତା ରଖି ବସି ରହିଛନ୍ତି ଶହ ଶହ ଚାଷୀ । ଯେ ପର୍ଯ୍ୟନ୍ତ ମଣ୍ଡିରୁ ଧାନ ଉଠିବାର ବ୍ୟବସ୍ଥା ପ୍ରଶାସନ ନ କରିଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ମାନେ ଚେତାବନୀ ଦେଇଛନ୍ତି ।

ଦୁଷ୍କର୍ମ ଅଭିଯୋଗରେ ଗଡମ୍ୟାନ୍ ଗିରଫ…

ନନ୍ଦିଘୋଷ ବ୍ୟୁରୋ : ମହାରାଷ୍ଟ୍ର ନାସିକରେ ଜଣେ ତଥାକଥିତ ବାବା ଗିରଫ। ଦୁଷ୍କର୍ମ ଓ ଅନ୍ୟାନ୍ୟ ଅଭିଯୋଗ କ୍ରମେ ଗଡମ୍ୟାନ ଅଶୋକ ଖରାତ ଓରଫ କ୍ୟାପଟେନ ଖରାତଙ୍କୁ ଗିରଫ କରିଛି ନାସିକ କ୍ରାଇମ ବ୍ରାଞ୍ଚ। ଧାର୍ମିକ ଭାବନା ଆଳରେ ସେ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି। ଜଣେ ମହିଳାଙ୍କୁ ଖାଦ୍ୟରେ ନିଶାଦ୍ରବ୍ୟ ମିଶାଇ ତାଙ୍କୁ ଦୁଷ୍କର୍ମ କରିବା ନେଇ ଅଭିଯୋଗ ହୋଇଥିଲା। ନଭେମ୍ବର ୨୦୨୨୨ରୁ ଡିସେମ୍ବର ୨୦୨୫ ମଧ୍ୟରେ ମହିଳାଙ୍କୁ ବାବା ବାରମ୍ବାର ଯୌନ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଥିଲା। ଏପରିକି ଏହି ଖବର ପ୍ରଘଟ କଲେ ତାଙ୍କ ସ୍ବାମୀଙ୍କୁ ଫଳ ଭୋଗିବାକୁ ପଡିବ ଏବଂ ତାଙ୍କ ଜୀବନ ବରବାଦ କରିଦିଆଯିବ ବୋଲି ବାବା କୁଆଡ଼େ ଧମକ ଦେଉଥିଲେ। ନାସିକର କାନାଡା କର୍ଣ୍ଣରସ୍ଥିତ ବାବାଙ୍କ କାର୍ଯ୍ଯାଳୟ ଓକସ ପ୍ରପର୍ଟି ଡିଲର ଆଣ୍ଡ ଡେଭଲପରରେ ପୋଲିସ ରେଡ କରି ଏକ ପେନ ଡ୍ରାଇଭ ଜବତ କରିଥିଲା। ଏଥିରୁ ୫୮ଟି ଅଶ୍ଳୀଳ ଭିଡିଓ ଜବତ ହୋଇଥିଲା। ଏହି ରାକେଟରେ କିଛି ହାଇପ୍ରୋଫାଇଲ ଲୋକ ସାମିଲ ଥିବା ସୂଚନା ମିଳିଛି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ବାବା ଜଣକର ଘର ସିନାର ତାଲୁକାରେ ହୋଇଥିବାବେଳେ ସେ ଶ୍ରୀ ଈଶାନେଶ୍ବର ମନ୍ଦିର ଟ୍ରଷ୍ଟର ସଭାପତି ଥିଲେ। ମିରାଗାଓସ୍ଥିତ ମନ୍ଦିରକୁ ଗତ ୨୦୨୨ ନଭେମ୍ବରରେ ତତକାଳୀନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପରିଦର୍ଶନ କରିବାକୁ ଯାଇଥିବାବେଳେ ବାବା ଚର୍ଚ୍ଚାର ପରିସରକୁ ଆସିଥିଲେ।

ବହଳଦା ଘଟଣାରେ ଗିରଫ ୩୪ ଆଦିବାସୀଙ୍କୁ ତୁରନ୍ତ ଖଲାସ ଦାବି…

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡରେ ଆଜି ବନ୍ଦ ଡାକରା। ବହଳଦା ଘଟଣାରେ ଗିରଫ ହୋଇଥିବା ୩୪ ଜଣ ଆଦିବାସୀଙ୍କୁ ତୁରନ୍ତ ଖଲାସ ଦାବିରେ ‘ମୟୂରଭଞ୍ଜ ଆଦିବାସୀ ଏକତା ମଞ୍ଚ’ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଡାକରାକୁ ବିଜେଡି, କଂଗ୍ରେସ, ଜେଏମ୍ଏମ୍ ଏବଂ ବିଭିନ୍ନ ଆଦିବାସୀ ସଂଗଠନ ସମର୍ଥନ ଜଣାଇଛନ୍ତି। ପୋଲିସ ଗ୍ରାମବାସୀଙ୍କୁ ମାଡ଼ ମାରିବା ସହ ଥାନାରେ ଯେଉଁଭଳି ଭାବେ ଅମାନୁଷିକ ନିର୍ଯାତନା ଦିଆଯାଇଥିଲା,ତାର ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି। ପ୍ରଭାବରେ ରାଇରଙ୍ଗପୁର ଉପଖଣ୍ଡ ରେ ଯାନବାହନ ଚଳାଚଳ, ଦୋକାନ ବଜାର ସବୁ ବନ୍ଦ ରହିଛି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ରାଇରଙ୍ଗପୁର ଅତିରିକ୍ତ ଏସପି କହିଛନ୍ତି।

ଭାରସାମ୍ୟ ହରାଇ ଗଛକୁ ପିଟିଲା କାର, ୨ ମୃତ

ଲମତାପୁଟ : ଭାରସାମ୍ୟ ହରାଇ ଗଛକୁ ପିଟିଲା କାର । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ । କୋରାପୁଟ ଜିଲ୍ଲା ନନ୍ଦପୁର ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ନିକଟରେ ଘଟିଛି ଅଘଟଣ । କାରଟି ନନ୍ଦପୁରରୁ ପାଡୁଆ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗଛକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଗାଡିଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇପଡିଥିଲେ । ଖବର ପାଇ ନନ୍ଦପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ଗୋଲୁର ଗାଁର ଲବ ଖରା ଓ ଖୁଡୁବ ଗାଁର ଅନନ୍ତ ପାଙ୍ଗି ବୋଲି ଜଣାପଡିଛି ।