spot_img
Home Blog Page 295

ଦିଲ୍ଲୀ କାର ବିସ୍ଫୋରଣ ଘଟଣା : ପଶ୍ଚିମବଙ୍ଗରୁ ଜଣେ ଡାକ୍ତରୀ ଛାତ୍ର ଗିରଫ

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀ କାର ବିସ୍ଫୋରଣ ଘଟଣା। ପଶ୍ଚିମବଙ୍ଗ ଉତ୍ତର ଦିନାଜପୁର ଡାଲଖୋଲା ଥାନା କୋନାଲ ଗାଁର ଜଣେ ଡାକ୍ତରୀ ଛାତ୍ର ଗିରଫ। ସୂର୍ଯ୍ୟପୁର ହାଇସ୍କୁଲ ସାମ୍ନାରୁ ଏନଆଇଏ ଡାକ୍ତରୀ ଛାତ୍ରଙ୍କୁ ଉଠାଇ ନେଇଛି। ଡାକ୍ତରୀ ଛାତ୍ରଙ୍କ ନାମ ଜାନିସାର ଆଲମ ଓରଫ ଜିଗର। ବହୁ ବର୍ଷ ପୂର୍ବରୁ ଡାକ୍ତରୀ ଛାତ୍ରଙ୍କ ବାପା ଛୋଟ ଥିବା ସମୟରେ ଲୁଧିଆନାକୁ ଚାଲିଯାଇଥିଲେ। ଛାତ୍ରଙ୍କ ବାପା ସେଠାରେ ଜଣେ କ୍ୱାକ୍ ଭାବରେ କାମ କରୁଥିଲେ। ପିତା ତୌହିଦ ଆଲମ ତାଙ୍କ ପୁଅ ଜାନିସାର ଆଲମଙ୍କୁ ଡାକ୍ତର ଭାବରେ ତାଲିମ ଦେଇଥିଲେ। ଏହା ପରେ ଜାନିସାର ୨୦୨୪ରେ ହରିଣାର ଅଲ ଫଲାହ ବିଶ୍ୱବିଦ୍ୟାଳୟରୁ ଏମବିବିଏସ ପାସ୍ କରିଥିଲେ। ଗତ ରବିବାର ସେ ଏମଡି ପରୀକ୍ଷା ଦେବାକୁ ଚଣ୍ଡିଗଡ ଯାଇଥିଲେ। ଗତ ୧୨ ତାରିଖରେ ସେ ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ତାଙ୍କ ଗାଁକୁ ଆସିଥିଲେ।
ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ପୋଲିସ କରିଛି ଛାନବିନ। ଏହା ସହ ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣସ୍ଥଳୀରେ ବି ପୋଲିସ ପହଞ୍ଚି କରିଛି ତଦନ୍ତ। ଏହା ସହ ଲାଲକିଲ୍ଲା ଦେଇ ଯାଇଥିବା ରାସ୍ତାକୁ ସର୍ବସାଧାରଣ ଲାଗି ଉନ୍ମୁକ୍ତ କରାଯାଇଛି ।
ତେଣେ ଅଲ ଫଲାହ ବିଶ୍ବବିଦ୍ୟାଳୟ ଓ ଦିଲ୍ଲୀ ବିସ୍ଫୋରଣ ଘଟଣା ସହ ଜଡିତ ଥିବା ଅଭିଯୋଗରେ ହରିଆଣା ନୁହରେ ୫ ଜଣଙ୍କୁ ରଖାଯାଇଛି ଅଟକ ।

ଦିଲ୍ଲୀ କାର ବିସ୍ଫୋରଣ ଘଟଣା : ଫରିଦାବାଦର ଅଲ ଫଲାହ ବିଶ୍ଵବିଦ୍ୟାଳୟ ନାଁରେ ରୁଜୁ ହେଲା ମାମଲା

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ଘଟଣା। ଫରିଦାବାଦର ଅଲ ଫଲାହ ବିଶ୍ଵବିଦ୍ଯାଳୟ ବିରୋଧରେ ରୁଜୁ ହେଲା ମାମଲା । ଦିଲ୍ଲୀ ପୋଲିସ ପକ୍ଷରୁ ରୁଜୁ ହୋଇଛି ଏଫଆଇଆର। ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ହରିୟାଣାର ଅଲ-ଫଲାହ ବିଶ୍ୱବିଦ୍ୟାଳୟ ବିରୁଦ୍ଧରେ ଦୁଇଟି ପୃଥକ ଏଫଆଇଆର ପଞ୍ଜିକୃତ କରିଛି। ଏଫଆଇଆର ରୁଜୁ ପରେ ବିଶ୍ଵବିଦ୍ୟାଳୟର ବଢିଛି ଅଡୁଆ। ପୂର୍ବରୁ ଏହି ବିଶ୍ଵବିଦ୍ୟାଳୟର ସଦସ୍ୟତା ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ AIU ଦ୍ୱାରା ପୂର୍ବରୁ ରଦ୍ଦ କରାଯାଇଛି। ଗୋଟିଏ ଏଫଆଇଆର ଠକେଇ ଅଭିଯୋଗ ସହିତ ଜଡିତ ଥିବା ବେଳେ ଦ୍ୱିତୀୟଟି ଜାଲିଆତି ଜଡିତ ଧାରାରେ ରୁଜୁ ହୋଇଛି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସିର ଅଭିଯୋଗ ପରେ ଏହି ଏଫଆଇଆର ରୁଜୁ ହୋଇଛି। ଦିଲ୍ଲୀ ପୋଲିସ ଅଲ-ଫଲାହ ବିଶ୍ୱବିଦ୍ୟାଳୟକୁ ଏକ ନୋଟିସ ଜାରି କରିଛି। ଗତ ସପ୍ତାହରେ ଠାବ ହୋଇଥିବା ହ୍ଵାଇଟ କଲାର ଆତଙ୍କୀ ମଡ୍ୟୁଲ ଲିଙ୍କରେ ଅନେକ କାଗଜପତ୍ର ମାଗିଛି। ଏହି ମଡ୍ୟୁଲକୁ ପାକିସ୍ତାନର ଜୈଶ-ଏ-ମହମ୍ମଦ ଏବଂ ଅନସାର ଘଜୱାତ-ଉଲ-ହିନ୍ଦ ସମର୍ଥନ କରୁଥିବା ଜଣାପଡିଛି।

ବିହାରରେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ସରକାର ଗଠନ ନେଇ ପ୍ରୟାସ ଜୋର

ନନ୍ଦିଘୋଷ ବ୍ୟୁରୋ : ବିହାରରେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ସରକାର ଗଠନ ନେଇ ଚାଲିଛି ଜୋରଦାର  ପ୍ରୟାସ। କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ଜେଡିୟୁର ଦୁଇ ନେତା  ସଞ୍ଜୟ ଝା ଏବଂ ଲଲନ ସିଂହ। ଜନତା ଦଳ ୟୁନାଇଟେଡର କାର୍ଯ୍ୟକାରୀ ସଭାପତି ସଞ୍ଜୟ ଝା ଏବଂ କେନ୍ଦ୍ର ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ଏହି ବୈଠକ ମୁଖ୍ୟମନ୍ତ୍ରୀ ପଦ ଏବଂ ଅନ୍ୟାନ୍ୟ ବିଭାଗ ବଣ୍ଟନ ବିଷୟରେ ଆଲୋଚନା ହୋଇଥିବା କୁହାଯାଉଛି। ସଞ୍ଜୟ ଝା ଏବଂ ଲଲ୍ଲନଙ୍କ ସହ ସାକ୍ଷାତ ପରେ ଜେପି ନଡ୍ଡା ମଧ୍ୟ ଅମିତ ଶାହଙ୍କୁ ଭେଟିଛନ୍ତି। ଲଲ୍ଲନ ସିଂହ ଏବଂ ସଞ୍ଜୟ ଝାଙ୍କ ପରେ, ବିହାର ବିଜେପି ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସହ-ପ୍ରଭାରୀ ବିନୋଦ ତାୱଡେ ମଧ୍ୟ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ବୈଠକରେ ନିର୍ବାଚନ ଫଳାଫଳ ସମୀକ୍ଷା ସହ ସରକାର ଗଠନ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା କରାଯାଇଥିବା କୁହାଯାଉଛି। ବିହାରର ନୂତନ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରିମଣ୍ଡଳରେ ସାମିଲ କରିବାକୁ ଥିବା ମନ୍ତ୍ରୀମାନଙ୍କ ପାଇଁ ରଣନୀତି ପ୍ରସ୍ତୁତ ହୋଇଥିବା ଚର୍ଚ୍ଚା ହେଉଛି। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏପର୍ଯ୍ୟନ୍ତ ରାଜ୍ୟପାଳଙ୍କୁ ଆନୁଷ୍ଠାନିକ ଭାବରେ ଇସ୍ତଫାପତ୍ର ପ୍ରଦାନ କରିନାହାଁନ୍ତି। ତାଙ୍କ ଇସ୍ତଫା ପରେ ହିଁ ସରକାର ଗଠନର ଆନୁଷ୍ଠାନିକ ପ୍ରକ୍ରିୟା ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ମୋଦି ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ। ବିଜେପି ଏବଂ ଜେଡିୟୁ ସେମାନଙ୍କର ବିଧାୟକମାନଙ୍କୁ ପାଟନା ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜେଡିୟୁ, ବିଜେପି, ଏଚ୍ଏଏମ୍ ଏବଂ ଆରଏଲଏମ୍ ବିଧାୟକ ଦଳଗୁଡ଼ିକର ବୈଠକ ଏଠାରେ ଅନୁଷ୍ଠିତ ହେବ।  ଯେଉଁଥିରେ ନେତା ଚୟନ ଏବଂ ନୂତନ ମେଣ୍ଟ ସମ୍ପର୍କରେ ଆଲୋଚନା କରାଯିବ। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏନଡିଏ ବିଧାୟକ ଦଳର ଏକ ମିଳିତ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ଯେଉଁଠାରେ ନୀତିଶ କୁମାରଙ୍କୁ ନେତା ନିର୍ବାଚିତ କରାଯିବା ସମ୍ଭାବନା ରହିଛି। ବିହାର ନିର୍ବାଚନରେ NDA ଏକକ ବିଜୟ ହାସଲ କରିଛି। ବିଜେପି ୮୯ ଟି ଆସନ ଜିତିଥିବାବେଳେ JDU ୮୫ ଆସନ ଜିତିଛି। ଉଭୟ ଦଳ ପ୍ରତ୍ୟେକ ୧୦୧ ଟି ଆସନରେ ପ୍ରାର୍ଥୀ ଦେଇଥିଲେ।

ଶ୍ରୀମନ୍ଦିର ଚାରିପାଖରେ ଛତୁ ଫୁଟିଲା ଭଳି ଖୋଲିବାରେ ଲାଗିଛି ଲଜ୍ ଓ ହୋମ ଷ୍ଟେ

ନନ୍ଦିଘୋଷ ବ୍ୟୁରୋ: ପୁରୀ ଶ୍ରୀମନ୍ଦିର ଚାରିପାଖରେ ଛତୁ ଫୁଟିଲା ଭଳି ଖୋଲିବାରେ ଲାଗିଛି ଲଜ୍ ଓ ହୋମ ଷ୍ଟେ । ବିନା ପଞ୍ଜିକରଣରେ ଏସବୁ ଖୋଲୁଥିବାରୁ ଶ୍ରୀମନ୍ଦିର ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଯାହାକୁ ନେଇ ବୁଦ୍ଧୀଜୀବୀ ଓ ସ୍ଥାନୀୟ ଲୋକେ ଚିନ୍ତା ପ୍ରକଟ କରିଛନ୍ତି । ସହର ଓ ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିକୋଣରୁ ଖୋଲିଥିବା ଲଜ ଗୁଡ଼ିକର ଆବଶ୍ଯକ ଲାଇସେନ୍ସ ଯାଞ୍ଚ କରି ପଦକ୍ଷେପ ନେବାକୁ ଦାବି ହୋଇଛି । ସେପଟେ ଏନେଇ ପୁରୀ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଏସପି ।

ଯାତ୍ରୀଙ୍କୁ ରଖିବାକୁ ହେଲେ ହୋଟେଲ, ଗେଷ୍ଟହାଉସ, ଲଜ୍ ଗୁଡ଼ିକୁ ପୁରୀ ପୌର ପାଳିକା ଠାରୁ ଟ୍ରେଡ ଲାଇସେନ୍ସ ଓ ପଞ୍ଜିକରଣ ବାଧ୍ୟତାମୂଳକ । ଏହାସହ ସୁରକ୍ଷା ପାଇଁ ଫାୟାର ସେଫ୍ଟି, ପାର୍କିଂ ବ୍ୟବସ୍ଥା ରଖିବା ଆବଶ୍ଯକ । ଯାତ୍ରୀଙ୍କ ସଠିକ ପରିଚୟପତ୍ର ରଖି ରେଜିଷ୍ଟର କରିବାକୁ କୁହାଯାଇଛି । କୌଣସି ବିଦେଶୀ କିମ୍ବା ସନ୍ଦିଗ୍ଧ ବ୍ୟକ୍ତି ଆସିଲେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେବାର ନିୟମ ରହିଛି । ପୋଲିସ ପକ୍ଷରୁ ହୋଟେଲ ଓ ଗେଷ୍ଟ ହାଉସ ତଥା ଲଜ ଓ ଧର୍ମଶାଳା ମାଲିକଙ୍କ ସହ ସ୍ୱତ୍ରନ୍ତ୍ର ବୈଠକ କରାଯାଇ ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l ପଞ୍ଜିକରଣ ଯାଞ୍ଚ ସହ ବେଆଇନ ଲଜିଂ ଓ ଗେଷ୍ଟ ହାଉସ ଉପରେ କାର୍ଯ୍ଯାନୁଷ୍ଠାନ ନିଆଯାଉଛି । ଏନେଇ ପ୍ରଶାସନ ନୂଆ ଏସଓପି ଆଣିବା ପାଇଁ ଚିନ୍ତା କରିବା ଉଚିତ ବୋଲି କହିଛନ୍ତି ପୁରୀ ଏସପି ।

ଦିଲ୍ଲୀ ବିସ୍ଫୋରଣ ପରେ ଏବେ ହାଇ ଆଲର୍ଟରେ ସାରା ଦେଶ । ତେଣୁ ଶ୍ରୀମନ୍ଦିର ସୁରକ୍ଷା ଏକ ସ୍ପର୍ଶକତାର ବିଷୟ ହୋଇଥିବାବେଳେ ଏହାକୁ ନେଇ ଜିଲ୍ଲାପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିବାର ଆବଶ୍ୟକତା ରହିଛି l

କିଏ ଏହି ରମିଜ୍ ? ତେଜସ୍ବୀଙ୍କ କଣ ରହିଛି ସମ୍ପର୍କ ? କାହିଁକି ଏଭଳି ଅଭିଯୋଗ ଆଣିଲେ ରୋହିଣୀ…

ନନ୍ଦିଘୋଷ ବ୍ୟୁରୋ: ବିହାର ନିର୍ବାଚନ ଫଳାଫଳ ବାହାରିବା ପରେ ବେଶ ଚର୍ଚ୍ଚା ଆଲୋଚନା ଚାଲିଛି । ମହାମେଣ୍ଟର ବଡ଼ ପରାଜୟ ସାଙ୍ଗକୁ ଆରଜେଡି ଭଳି ଦଳର ଏଭଳି ବଡ଼ ବିପର୍ଯ୍ୟୟ ଏବେ ସବଚଠି ଚର୍ଚ୍ଚାର ବିଷୟ ପାଲଟିଛି । ଏହାରି ଭିତରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଉ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ରାଜନୀତିରୁ ସନ୍ୟାସ ନେବା ସହ ପରିବାର ସହ ସମ୍ପର୍କ ମଧ୍ୟ ତୁଟାଇଛନ୍ତି । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ।

ତେବେ ରୋହିଣୀ ଲେଖିଛନ୍ତି କି, ଏଭଳି କରିବା ପାଇଁ ସଞ୍ଜୟ ଯାଦବ ଏବଂ ରମିଜ୍ ମୋତେ ବାଧ୍ୟ କରିଛନ୍ତି । ଯାହାକୁ ନେଇ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିଛି କି ଏହି ରମିଜ୍ କିଏ ? ତେବେ ରମିଜଙ୍କ ଘର ଉତ୍ତରପ୍ରଦେଶରେ । ସେ ନିର୍ବାଚନ ସମୟରେ ତେଜସ୍ବୀଙ୍କ ସାଥୀରେ ରହିଥିଲେ । ତେବେ ରମିଜ୍ ହେଉଛନ୍ତି ପୂର୍ବତନ ସାଂସଦ ଜାହିରଙ୍କ ପୁତୁରା । କ୍ରିକେଟ ଖେଳ ସମୟରୁ ସେ ତେଜସ୍ବୀଙ୍କ ସାଙ୍ଗ । ତାଙ୍କ ସହ ସବୁବେଳେ ରୁହନ୍ତି । ଏବେ ଯାଦବ ପରିବାରରେ ଉଠିଥିବା ଝଡ଼ ପାଇଁ ସେ ମଧ୍ୟ ଦାୟୀ ବୋଲି କୁହାଯାଉଛି । ପୂର୍ବରୁ ବଡ଼ ପୁଅ ତେଜପ୍ରତାପ ଲାଉଙ୍କ ପରିବାରଠାରୁ ଅଲଗା ହୋଇସାରିଛନ୍ତି । ଏବେ ଝିଅଙ୍କ ଏଭଳି ପୋଷ୍ଟ ବିହାର ରାଜନୀତିରେ ବେଶ ହଲଚଲ ସୃଷ୍ଟି କରିଛି ।

ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ କାଞ୍ଜି ଅଁଳା ଓଷା, ନଈ କୂଳରେ ବାଲି ସ୍ତୁପ କରି ଫୁଲରେ ସଜାଇ ପୂଜା କରିଛନ୍ତି ମହିଳା

ନନ୍ଦିଘୋଷ ବ୍ୟୁରୋ: ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ କାଞ୍ଜି ଅଁଳା ଓଷା। ବର୍ଷ ବର୍ଷ ଧରି ଗଞ୍ଜାମ ହିଞ୍ଜିଳିକାଟୁର ରାଳବ, ଆଲୋପୁରରେ ପାଳନ ହେଉଛି ଏହି ନିଆରା ପର୍ବ। ନଦୀ ପଠାରେ ବାଲୁକା ସ୍ତୁପ କରି ପିତା ଶୁଖୁଆ ସାଙ୍ଗକୁ କାଞ୍ଜିଭାତ ପୂଜା କରିବାର ଏଥିରେ ବିଧି ରହିଛି l ଏହି ପୂଜା କଲେ ଅପୁତ୍ରିକ ନାରୀ ସନ୍ତାନ ପ୍ରାପ୍ତିର ବିଶ୍ୱାସ ରହିଥିବାରୁ ନଦୀପଠାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି l

ସନ୍ତାନ ପ୍ରାପ୍ତି ପାଇଁ କାଞ୍ଜି ଅଁଳା ଓଷା। ଷଠୀ ମାତାଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା । ନଈ କୂଳରେ ବାଲି ସ୍ତୁପ କରି ଫୁଲରେ ସଜାଇ ପୂଜା କରିଛନ୍ତି ମହିଳା। ଗଞ୍ଜାମ ହିଞ୍ଜିଳିକାଟୁ ବ୍ଲକର ରାଳବ ଓ ଆଲୋପୁର ଗାଁରେ ନିଆରା କାଞ୍ଜିଅଁଳା ଓଷା ପାଳିତ ହୋଇଛି। ମାର୍ଗଶିର ମାସର କୃଷ୍ଣପକ୍ଷ ନବମୀରେ ଏହି ଓଷା ପାଳନ କରାଯାଏ l ମହିଳାମାନେ ନଦୀ ପଠାରେ ଏକାଠି ହୋଇ ବାଲିରେ ସାତଟି ବାଲୁକା ସ୍ତୁପକରି ସେଥିରେ ପିତା ଶୁଖୁଆ, ହଳଦିଆ ଛିଟକନା, ଫୁଲ ଦେଇ, କାଞ୍ଜିଭାତ ସାଙ୍ଗକୁ ପିଠା ପୂଜା କରନ୍ତି l  ମାନସିକ ଧାରୀ ଅପୁତ୍ରିକ ନାରୀ ନିଷ୍ଠାର ସହ ଏହି ବ୍ରତ ପାଳନ କରି କଦଳୀ ସହ ଜିଅନ୍ତା ଗଡିଶା ମାସ ପ୍ରସାଦ ଭାବେ ସେବନ କରିଥାନ୍ତି l  ସନ୍ତାନ ପ୍ରାପ୍ତିପରେ ମାନସିକ ଧାରୀ ମହିଳା ନିଜ ସନ୍ତାନର ମୁଣ୍ଡନ କରି ମାନସିକ ପୂର୍ଣ୍ଣ କରିବାର ବିଧି ରହିଛି l

କୁହାଯାଏ ସାଧବ ଘରର ସାନ ବୋହୂ  ଅଭିଶାପ ପାଇଁ ସାତଟି ମୃତ ସନ୍ତାନକୁ ଜନ୍ମଦେଇଥିଲା l ପରେ ସ୍ୱପ୍ନାଦେଶ ପାଇ ସାଧବ ସାନବୋହୂ ଷଠୀ ଦେବୀଙ୍କ ପାଖରେ କାଞ୍ଜିଅଁଳା ଓଷା କରିଥିଲା l ଷଠୀ ଦେବୀଙ୍କ କୃପା ହେବାରୁ ସାନବୋହୂ ନିଜର ସାତଟି ଯାକ ସନ୍ତାନଙ୍କୁ ଫେରି ପାଇଥିଲା l ସେବେ ଠାରୁ ସନ୍ତାନ ପ୍ରାପ୍ତିର ବିଶ୍ୱାସ ରଖି କାଞ୍ଜିଅଁଳା ଯାତ୍ରା ଧୁମ୍ ଧାମରେ ପାଳନ ହୋଇଆସୁଛି l

 

ସର୍ବସାଧାରଣ ସ୍ଥାନରୁ ହଟିବେ ବୁଲା କୁକୁର

ନନ୍ଦିଘୋଷ ବ୍ୟୁରୋ: ସର୍ବସାଧାରଣ ସ୍ଥାନରୁ ହଟିବେ ବୁଲା କୁକୁର । ଶିକ୍ଷାନୁଷ୍ଠାନ, ବସଷ୍ଟାଣ୍ଡ, ରେଳ ଷ୍ଟେସନ୍, ହସ୍ପିଟାଲ ପରିସରକୁ କରାଯିବ ବୁଲା କୁକୁର ମୁକ୍ତଞ୍ଚଳ । ରାୟଗଡା ଜିଲ୍ଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କରାଯାଇଛି  । ଗତ ତିନି ବର୍ଷ ମଧ୍ୟରେ ଜିଲ୍ଲାରେ କୁକୁର କାମୁଡାରେ ପ୍ରାୟ ୭ ହଜାର ୨୮୦ ଜଣ ଶିକାର ହୋଇଛନ୍ତି । ରାସ୍ତାରେ କୁକୁରଙ୍କ ଦୌରାତ୍ମ୍ୟ ଯୋଗୁଁ ଅନେକ ଦୁର୍ଘଟଣାର ଶିକାର ହୋଇଛନ୍ତି । ତେବେ ଏହାକୁ ନେଇ  ପଶୁପ୍ରେମୀ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଥମେ ବନ୍ଧ୍ୟାକରଣ ଓ ପରେ ସେମାନଙ୍କୁ ଥଇଥାନ କରିବା ପାଇଁ ସେମାନେ ଦାବି କରିଛନ୍ତି ।

ସର୍ବସାଧାରଣ ସ୍ଥାନରେ ମାଳ ମାଳ ବୁଲା କୁକୁର । ସ୍କୁଲ, କଲେଜ, ହସ୍ପିଟାଲ, ବସଷ୍ଟାଣ୍ଡ ଚାରିଆଡେ ହାଉଯାଉ । କୁକୁର କାମୁଡ଼ାରେ କିଏ ମୃତ୍ୟୁବରଣ କଲାଣି ତ କିଏ ଲହୁଲୁହାଣ ହେଲାଣି । ରାସ୍ତାରେ କୁକୁରଙ୍କ ଦୌରାତ୍ମ୍ୟ ଯୋଗୁଁ ଅନେକ ଦୁର୍ଘଟଣାର ଶିକାର ହୋଇଛନ୍ତି । ରାୟଗଡ଼ା ସହରରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ଗତ ତିନି ବର୍ଷ ମଧ୍ୟରେ ଜିଲ୍ଲାରେ ପ୍ରାୟ ୭ ହଜାର ୨୮୦ ଜଣ କୁକୁର କାମୁଡାର ଶିକାର ହୋଇଛନ୍ତି । ପୂର୍ବରୁ ପୌରପରିଷଦ ପକ୍ଷରୁ ସହରକୁ ବୁଲା କୁକୁର ମୁକ୍ତ କରିବା ପାଇଁ ବାରମ୍ବାର କାଉନସିଲ ବୈଠକରେ ସଂକଳ୍ପ ପାରିତ ହୋଇଥିଲା । କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରିନଥିଲା । ସେହିପରି କୁକୁରମାନଙ୍କୁ ବନ୍ଧ୍ୟାକରଣ ପାଇଁ ଉଦ୍ୟମ କରାଯାଇଥିବା ବେଳେ ତାହା ମଧ୍ୟ ବିଫଳ ହୋଇଥିଲା ।

କେବଳ ବୁଲା କୁକୁର କାହିଁକି, ରାସ୍ତାରେ ମାଳ ମାଳ ଗାଈ ଗୋରୁ ବୁଲୁଥିବା ଯୋଗୁଁ ଅନେକ ସମୟରେ ଦୁର୍ଘଟଣାମାନ ଘଟୁଥିବା ନଜିର ରହିଛି । କୁକୁରମାନଙ୍କ ବନ୍ଧ୍ୟାକରଣ କରିବା ପରେ ସେମାନଙ୍କୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଯତ୍ନ ନେବା ଆବଶ୍ୟକ ରହିଛି । ଏହାସହ ଗୋରୁମାନଙ୍କ ପାଇଁ ମଧ୍ୟ ଗୋଶାଳାମାନ ନିର୍ମାଣ କରାଯିବା ଆବଶ୍ୟକ ବୋଲି ପଶୁପ୍ରେମୀ  କହିଛନ୍ତି । ଅନ୍ୟପଟେ ସରକାରଙ୍କ ନିର୍ଦ୍ଦେଶ ଆସିବା ପରେ ସମସ୍ତ କାର୍ଯ୍ୟ ହାତକୁ ନିଆଯିବ ବୋଲି ରାୟଗଡା ପୌରପରିଷଦ ଅଧ୍ୟକ୍ଷ କହିଛନ୍ତି ।

 

ଗାର୍ଲଫ୍ରେଣ୍ଡକୁ ଆଇଫୋନ ଉପହାର ଦେବା ପୂର୍ବରୁ ବନ୍ଧାହେଲା ପ୍ରେମିକ

ନନ୍ଦିଘୋଷ ବ୍ୟୁରୋ: ଗାର୍ଲଫ୍ରେଣ୍ଡକୁ ଆଇଫୋନ ଉପହାର ଦେବାକୁ କରୁଥିଲେ ଗଂଜେଇ ବେପାର। ହେଲେ ପ୍ରେମିକାକୁ ଉପହାର ଦେବା ପୂର୍ବରୁ ପୋଲିସ ହାବୁଡରେ ପଡିଗଲେ। ମାଲକାନଗିରି ଜିଲ୍ଲା କାଲିମେଳା ଅଞ୍ଚଳର ଏ ଘଟଣା। ଗଂଜେଇ ଚାଲାଣବେଳେ ପୋଲିସ ହାତରେ ଧରାପଡ଼ିଛନ୍ତି ୨ ପ୍ରେମିକ। ଗଂଜେଇ ଧରି ଯାଉଥିବାବେଳ MV-79 ପୋଲିସ ସେମାନଙ୍କୁ ଧରିଥିଲା। ପୋଲିସ ପାଟ୍ରୋଲିଂ ପାର୍ଟି ହାବୁଡରେ ପଡିଯାଇଥିଲେ ଦୁଇ ଗଂଜେଇ ବେପାରୀ। ଏକ ସ୍କୁଟର ସହ ୨୨ କେଜି ଗଂଜେଇ ଜବତ କରିଛି ପୋଲିସ। ଜବତ ଗଂଜେଇର ବଜାର ମୂଲ୍ୟ ପ୍ରାୟ ଦେଢ ଲକ୍ଷ ଟଙ୍କା ହେବ।  ଧରାପଡ଼ିଥିବା ଯୁବକ ଦୁଇ ଯୁବକ ହେଲେ ଟି. ତ୍ରିନାଥ କୁମାର ଓ ବି. ୟୁବାଚରଣ ଆଦିତ୍ୟ॥ ଉଭୟ ତେଲଙ୍ଗାନା ଖମ୍ମମ ଜିଲ୍ଲା ବାସିନ୍ଦା। ମାଲକାନଗିରି ଜିଲ୍ଲାରୁ ତେଲଙ୍ଗାନାକୁ ଚାଲାଣ କରୁଥିଲେ ଗଂଜେଇ। ଗଂଜେଇ ବିକି ଏହି ଟଙ୍କାରେ ଆଇଫୋନ କିଣିବାକୁ ଯୋଜନା କରିଥିଲେ।

 

ଏମିତି ଗାଁ ଯେଉଁଠି ବିଜୁଳି ଆଲୁଅ ସାତସପନ, କ୍ୟାଣ୍ଡେଲ ଜଳାଇ ପାଠ ପଢୁଛନ୍ତି ପିଲା

ନନ୍ଦିଘୋଷ ବ୍ୟୁରୋ: ଦେଶ ସ୍ବାଧୀନତାକୁ ୭୯ ବର୍ଷ ବିତିଥିଲେ ସୁଦ୍ଧା ଆଜି ବି ଏଭଳି ଗାଁ ଅଛି ଯେଉଁଠି ନିତିଦିନିଆ ଜୀବନରେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଲୋକେ। ବିଜୁଳି ଆଲୁଅ ଏଠି ସାତ ସପନ। ରାତିର କିଟିକିଟି ଅନ୍ଧାରରେ ଭୟରେ ଜୀବନ ବିତାଉଛନ୍ତି ଆଦିବାସୀ ଲୋକେ । ଭରସା ସାଜିଛି ଟର୍ଚ୍ଚ ଲାଇଟ ଓ ମହମବତୀ । ଏମିତି କି ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟି କବାଟ। ସୋଲାର ଲାଇଟ ଥିଲେ ମଧ୍ୟ ତାହା କାମରେ ଆସୁ ନାହିଁ l ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକର ଆଦିବାସୀ ଉପାନ୍ତ ସୁବର୍ଣ୍ଣପୁର ଗାଁରେ ପହଞ୍ଚି ପାରିନି ବିଦ୍ୟୁତ ।

ସଞ୍ଜ ନଇଁଲେ ପଡୁଛି ତାଟି କବାଟ। ଡରାଉଛି କିଟିକିଟି ଅନ୍ଧାର । ଶୂନଶାନ ହୋଇଯାଉଛି ଗାଁ ଦାଣ୍ଡ । କ୍ୟାଣ୍ଡେଲ ଜଳାଇ ପାଠ ପଢୁଛନ୍ତି ପିଲା। ବିଜୁଳି ଆଲୁଅ ଏଠି ସାତ ସପନ। ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକର ଆଦିବାସୀ ଉପାନ୍ତ ସୁବର୍ଣ୍ଣପୁର ଗାଁରେ ପହଞ୍ଚି ପାରିନି ବିଦ୍ୟୁତ । ଗାଁରେ ବସ ବାସ କରନ୍ତି ପଚିଶିରୁ ଅଧିକ ପରିବାର। ପ୍ରଶାସନର ଦୃଷ୍ଟି ଆଢୁଆଳରେ ଥିବା ଏହି ଗାଁଟି ସମ୍ପୂର୍ଣ୍ଣ ଅନ୍ଧାର । ସୋଲାର ଲାଇଟ ଥିଲେ ମଧ୍ୟ ତାହା କାର୍ଯ୍ୟରେ ଆସୁ ନାହିଁ l କିରାସିନି ଟୋପାଏ ବି ମିଳୁ ନଥିବାରୁ  ମହମବତୀର ମିଞ୍ଜି ମିଞ୍ଜି ଆଲୁଅରେ ଭବିଷ୍ୟତ ଗଢ଼ିବାକୁ ଚାଲିଛି ଚେଷ୍ଟା।

ବିଜୁଳି ଆଲୁଅ ନଥିବାରୁ ଲୋକେ ସନ୍ଧ୍ୟା ରୁ ହିଁ ରୋଷେଇ କାର୍ଯ୍ୟ ସାରି ଘରେ କବାଟ କିଳି ରୁହନ୍ତି।  ଅନେକ ସମୟରେ ଗାଁ କୁ ହିଂସ୍ର ଜନ୍ତୁ ଙ୍କ ଭୟ ବି ରହିଛି। ବିଦ୍ୟୁତ ସମସ୍ୟାକୁ ନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଅନ୍ୟପଟେ ବିଡିଓଙ୍କ ସହ କଥା ହେବା ସହ ଗାଁ ବିକାଶ ଓ ସମସ୍ୟାର ସମାଧାନ ଦିଗରେ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।

 

ଆପଣଙ୍କ ଛୁଆ ବୁଦ୍ଧିଆ ହେବ କେମିତି ? ଜାଣନ୍ତୁ ଗର୍ଭଧାରଣ ବେଳେ କଣ କରିବେ ?

ନନ୍ଦିଘୋଷ ବ୍ୟୁରୋ: ପ୍ରତ୍ୟେକ ମାଆ ଚାହାଁନ୍ତି ଯେ ତାଙ୍କ ପିଲା ବୁଦ୍ଧିମାନ ହେଉ। ଅନେକ ଲୋକ ଏହି ଭୁଲ ଧାରଣାରେ ଅଛନ୍ତି ଯେ ଜନ୍ମ ପରେ ହିଁ ପିଲାର ସ୍ମୃତିଶକ୍ତି ଉନ୍ନତ ହୋଇପାରିବ। ପ୍ରକୃତରେ, ଗର୍ଭାବସ୍ଥାରେ ମଧ୍ୟ ଏହାକୁ ଉନ୍ନତ କରାଯାଇପାରିବ।

ଗର୍ଭାବସ୍ଥାରେ ମଧ୍ୟ, ଆପଣ ପିଲାର ମସ୍ତିଷ୍କକୁ ତୀକ୍ଷ୍ଣ କରିପାରିବେ। ଯେମିତି ପୌରାଣିକ କଥାବସ୍ତୁ ରହିଛି ଯେ, ଅଭିମନ୍ୟୁ ସୁଭଦ୍ରାଙ୍କ ଗର୍ଭରେ ଥିବାବେଳେ ଅର୍ଜୁନ ତାଙ୍କୁ ଚକ୍ରବ୍ୟୁହରେ ପ୍ରବେଶର ମନ୍ତ୍ର କହୁଥିଲେ । କିନ୍ତୁ ଯେତେବେଳେ ଚକ୍ରବ୍ୟୁହରୁ ବାହାରିବାର କଥା ଶୁଣାଇଥିଲେ ସେତେବେଳେ ସୁଭଦ୍ରା ନିଦ୍ରାରେ ଥିଲେ । ଫଳରେ ଅଭିମନ୍ୟୁ ଚକ୍ରବ୍ୟୁହରୁ ବାହାରିବାର କଥା ଶୁଣିପାରିନଥିଲେ । ପରବର୍ତ୍ତି ସମୟରେ ଅଭିମନ୍ଯୁ ଚକ୍ରବ୍ୟୁହରେ ଫଶିଯାଇଥିଲେ । ଏକଥା କହିବାର କାରଣ ଗର୍ଭାବସ୍ଥାରେ ଛୁଆ ରହିବା ବେଳେ ଅନେକ ପ୍ରଭାବ ପଡ଼ିଥାଏ । ସେମିତି ଜଣେ କୁନି ଝିଅର କାହାଣୀ ଆମେ କହିବୁ ଯିଏ ଗର୍ଭାବସ୍ଥାରେ ଥିଲାବେଳେ ତାଙ୍କ ମା ଗର୍ଭ ସଂସ୍କାର ଉପରେ ଏକ କୋର୍ସ କରିଥିଲେ ଆଉ ଆଜି ସେହିବର୍ଷେ ୮ ମାସର ଝିଅ ଇଣ୍ଡିଆ ବୁକ ଅଫ ରେକର୍ଡ ସମ୍ମାନ କରିଛି ।

ବୟସ ମାତ୍ର ବର୍ଷେ ୮ ମାସ। ହେଲେ କାମ ଏମିତି କରିଛନ୍ତି ତାଙ୍କୁ ମିଳିଛି ଇଣ୍ଡିଆ ବୁକ ଅଫ ରେକର୍ଡ ସମ୍ମାନ। ଭୁବନେଶ୍ୱର ପଟିଆ ଅଞ୍ଚଳର ବେଦାଂଶୀ ପାତ୍ର ଯିଏ ଏଭଳି ସମ୍ମାନ ପାଇବା ପରେ ପରିବାର ଲୋକଙ୍କ ପାଇଁ ଆଣିଦେଇଛନ୍ତି ଖୁସିର ମୁହୂର୍ତ୍ତ । ଏତେ କମ ବୟସରେ ଯେଉଁଠି ପିଲାଟିଏ କଥା କହିବାରେ ସକ୍ଷମ ହୋଇନଥାଏ ସେହି ବୟସରେ ଶରୀରର ବିଭିନ୍ନ ଅଂଶ, ଘରକରଣା ସାମଗ୍ରୀ, ପଶୁ ପକ୍ଷୀ ଓ ଭିନ୍ନ ଭିନ୍ନ ଗାଡି ଚିହ୍ନି ଏହି ସମ୍ମାନ ହାସଲ କରି ପାରିଛନ୍ତି ଏହି କୁନି ଝିଅଟି।