spot_img
Home Blog Page 294

ଉପଦ୍ରବ ମଚାଇଛି ବେଙ୍ଗଲୀ ଦନ୍ତା: ସଞ୍ଜ ନଇଁଲେ ହେଉଛି ଗାଁ ମୁହାଁ

ଆସୁଛି, ଖାଉଛି, ଭାଙ୍ଗୁଛି, ଆଉ ଚାଲିଯାଉଛି । ଉପଦ୍ରବ ମଚାଇଛି ବେଙ୍ଗଲୀ ଦନ୍ତା । ସଞ୍ଜ ନଇଁଲେ ହେଉଛି ଗାଁ ମୁହାଁ । ମୟୂରଭଞ୍ଜ କପ୍ତିପଦା ବନାଞ୍ଚଳ ଅଧୀନ ଅନନ୍ତପୁର ଅଞ୍ଚଳରେ ରଚିଛି ଆତଙ୍କ। ଫଳରେ ଭୟଭୀତ ଅବସ୍ଥାରେ ଉପର ବାରଡାଙ୍ଗୁଆ ଗାଁର ୫୦ ରୁ ଅଧିକ ପରିବାର। ଆଉ ୫ ଦିନ ହେବ ୨ ଟି ଘରେ ପଶି ଧାନ ଚାଉଳ ଭାତ ଖାଉଛି। କାହାର ଘର ଓ ଚାଳ ଛପର ଭାଙ୍ଗି ନଷ୍ଟ କରି ଦେଲାଣି ତ ଆଉ କାହାର କାନ୍ଥ ଭାଙ୍ଗି ଦେଲାଣି। ସେହିପରି ତାଳସରି ଓ ଭୁଣ୍ଡାସାହିରେ ମଧ୍ୟ ୫ ରୁ ଅଧିକ ଘର ଭାଙ୍ଗିଛି ଦନ୍ତା। କୁଇଣ୍ଟାଲ କୁଇଣ୍ଟାଲ ଧାନ ଚାଉଳ ଖାଇବା ସହ ଅନ୍ୟ ସାମଗ୍ରୀ ନଷ୍ଟ କରି ଦେଉଛି। ଗାଁରେ ଦନ୍ତା ବୁଲୁଥିବାରୁ ଭୟରେ ସ୍କୁଲ ଘରେ ଓ କାହା ଛାତ ଉପରେ ଜରିପାଲ ଟାଣି ଜୀବନ କାଟୁଛନ୍ତି ଗ୍ରାମବାସୀ ।ଏକପ୍ରକାର ଗ୍ରାମବାସୀଙ୍କ ଜୀବନ ଦୁର୍ବିସହ କରି ସାରିଲାଣି ଦନ୍ତା।

ଗ୍ରାମବାସୀ ଏ ନେଇ ବନ ବିଭାଗକୁ ଖବର ଦେଇଥିବା ବେଳେ କାଁ ଭାଁ କେତେବେଳେ ଆସୁଛନ୍ତି ବନ କର୍ମଚାରୀ। ହାତୀକୁ ଗାଁକୁ ଆସିବାକୁ ଅଟକାଇବାକୁ ଚେଷ୍ଟା କରି ଚାଲି ଯାଉଛନ୍ତି । ହେଲେ ହାତୀକୁ ଉକ୍ତ ଅଞ୍ଚଳରୁ ଘଉଡ଼ାଇ ପାରୁ ନାହାଁନ୍ତି। ଯାହାକୁ ନେଇ ବନ ବିଭାଗ ଉପରେ ଅସନ୍ତୋଷ ବାଢିଛନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କ ନିଦ ହଜାଇଥିବା ଏହି ଦନ୍ତାକୁ ତୁରନ୍ତ ଘଉଡ଼ା ନଗଲେ ଆଗାମୀ ଦିନରେ ବଡ଼ ଅଘଟଣ ଯେ ନ ଘଟିବ ତାହା କହିବା ମୁସ୍କିଲ।

ଦୀପାବଳୀ ପୂର୍ବରୁ ବିଏମସି ପକ୍ଷରୁ ବିଭିନ୍ନ ମିଠା ଦୋକାନରେ ଚଢ଼ାଉ

ଦୀପାବଳୀ ପୂର୍ବରୁ ବିଏମସି ପକ୍ଷରୁ ବିଭିନ୍ନ ମିଠା ଦୋକାନରେ ଚଢ଼ାଉ କରାଯାଇଛି । ମିଠାର ମାନ ସହ ହାଇଜିନ ଉପରେ ଗୁରୁତ୍ୱ ଦେଉଛି ବିଏମସି । ସ୍ୱଚ୍ଛତା ଠିକ ନଥିବାରୁ କଳିଙ୍ଗ ଷ୍ଟାଡିୟମ ନିକଟସ୍ଥ ଏକ ମିଠା ଦୋକାନୀଠାରୁ ୫ ହଜାର ଟଙ୍କା ଜରିମାନା ଆଦାୟ କରଯାଇଛି । ମିଠା ନମୁନା ବି ସଂଗ୍ରହ କରାଯାଇଛି । ଏବେ ସୁଦ୍ଧା ଦୁଇଟି ଦୋକାନକୁ ୭ ହଜାର ଟଙ୍କା ଫାଇନ କରିଛି ବିଏମସି । ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଅରୁଣ ସାହୁ।

ବେଦାନ୍ତ ଲାଞ୍ଜିଗଡ଼ ପ୍ରକଳ୍ପ ସଙ୍ଗମ ଅନ୍ତର୍ଗତ ମାଛଚାଷ ପଦକ୍ଷେପ ସହିତ ଚାଷୀଙ୍କ ପାଇଁ ନୂତନ ଆୟସ୍ରୋତ ସୃଷ୍ଟି କରିଛି

ଲାଞ୍ଜିଗଡ଼: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ସ୍ଥାୟୀ ଜୀବିକାକୁ ପ୍ରୋତ୍ସାହିତ କରିବା ଏବଂ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼​​ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ, ଲାଞ୍ଜିଗଡ଼ରେ ଏହାର ପ୍ରମୁଖ ଜଳ ବିଭାଜିକା ଏବଂ ଜୀବିକା ପଦକ୍ଷେପ – ପ୍ରକଳ୍ପ ସଙ୍ଗମ – ଅଧୀନରେ ଏକ ମାଛଚାଷ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏହି ପଦକ୍ଷେପ ବୈଜ୍ଞାନିକ ମାଛଚାଷ ମାଧ୍ୟମରେ ଚାଷୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ସଦସ୍ୟଙ୍କ ପାଇଁ ବିକଳ୍ପ ଆୟ ସୁଯୋଗ ସୃଷ୍ଟି କରିବ।

କଳାହାଣ୍ଡିର ମତ୍ସ୍ୟ ଏବଂ ପଶୁପାଳନ ବିଭାଗ ସହିତ ମିଳିତ ଭାବରେ କାର୍ଯ୍ୟକାରୀ ହୋଇଥିବା, ଏହି ପଦକ୍ଷେପ ୧୩ଟି ଗ୍ରାମର ପାଞ୍ଚ ଏକର ଜମିରେ କମ୍ପାନୀ ଦ୍ୱାରା ନିର୍ମିତ ୩୨ଟି ଜଳ ସଂରଚନାକୁ ବିସ୍ତାର କରିଛି, ଯାହା ୪୪ ଜଣ ଚାଷୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ସିଧାସଳଖ ଲାଭ ପହଞ୍ଚାଇଛି। ଏହା ସେମାନଙ୍କୁ ମାଛଚାଷକୁ ଏକ ସ୍ଥାୟୀ ଜୀବିକା କାର୍ଯ୍ୟକଳାପ ଭାବରେ ଗ୍ରହଣ କରିବା ପାଇଁ ଆବଶ୍ୟକ ସମ୍ବଳ, ତାଲିମ ଏବଂ ବୈଷୟିକ ସହାୟତା ପ୍ରଦାନ କରୁଛି। ଏହି ପଦକ୍ଷେପ ବାର୍ଷିକ ୨୦ ଟନ୍ ମାଛ ଅମଳ କରିବ ବୋଲି ଆଶା କରାଯାଉଛି, ଯାହା ସ୍ଥାନୀୟ ଆବଶ୍ୟକତା ଏବଂ ବଜାର ଯୋଗାଣ ଉଭୟରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ।

ଏହି ପ୍ରୟାସ ବିଷୟରେ ମନ୍ତବ୍ୟ ଦେଇ, ବେଦାନ୍ତ ଆଲୁମିନା ବ୍ୟବସାୟର ସିଇଓ, ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି, ବେଦାନ୍ତଲାଞ୍ଜିଗଡ଼ରେ, ଆମେ ପରିବେଶଗତ ଏବଂ ସାମାଜିକ ଲକ୍ଷ୍ୟ ସହିତ ସମନ୍ୱିତ ସ୍ଥାୟୀ ଜୀବିକା ସୁଯୋଗ ମାଧ୍ୟମରେ ସାମଗ୍ରିକ ସମ୍ପ୍ରଦାୟ ବିକାଶକୁ ଆଗେଇ ନେବା ପାଇଁ ପ୍ରତିବଦ୍ଧ। ପ୍ରକଳ୍ପ ସଙ୍ଗମ ଅଧୀନରେ ମାଛଚାଷ ପଦକ୍ଷେପ ଗ୍ରାମୀଣ ଅର୍ଥନୀତି କୁସୁଦୃଢ଼​​କରିବା ଏବଂ ରାଜ୍ୟର ବିକାଶ ଦୃଷ୍ଟିକୋଣ ସହିତ ସମନ୍ୱିତ କରିବା ସହିତ ଚାଷୀଙ୍କ ପାଇଁ ଆୟ ବିବିଧତାକୁ ସମର୍ଥନ କରେ।

ମାଛ ଉତ୍ପାଦନ ବୃଦ୍ଧି କରିବା ବ୍ୟତୀତ, ଏହି ପ୍ରୟାସ କଳାହାଣ୍ଡିରେ ମାଛଚାଷକୁ ଏକ ପ୍ରମୁଖ ଜୀବିକା ଉତ୍ସ ଭାବରେ ପ୍ରୋତ୍ସାହିତ କରି ଓଡ଼ିଶାର ‘ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦ’ (ODOP) କାର୍ଯ୍ୟକ୍ରମକୁ ଦୃଢ଼ କରେ। ବିଦ୍ୟମାନ ଜଳାଶୟଗୁଡ଼ିକୁ ଉପଯୋଗ କରି ଏବଂ ଆଧୁନିକ ମାଛଚାଷ ଅଭ୍ୟାସଗୁଡ଼ିକୁ ସମନ୍ୱିତ କରି, ଏହି ପ୍ରକଳ୍ପ ଚାଷୀମାନଙ୍କୁ ନୂତନ ଆୟସ୍ରୋତକୁ ଖୋଲିବାକୁ ଏବଂ ଋତୁକାଳୀନ ପରିବର୍ତ୍ତନ ବିରୁଦ୍ଧରେ ସ୍ଥିରତା ନିର୍ମାଣ କରିବାକୁ ସଶକ୍ତ କରେ ତଥା ଦୀର୍ଘକାଳୀନ ଆର୍ଥିକ ସ୍ଥିରତାକୁ ପ୍ରୋତ୍ସାହିତ କରେ।

ବେଦାନ୍ତ ଲାଞ୍ଜିଗଡ଼ର ପ୍ରକଳ୍ପ ସଙ୍ଗମ ଏକ ସମନ୍ୱିତ ଜଳଛାୟା ଏବଂ ଜୀବିକା ପ୍ରକଳ୍ପ ଯାହା ଗ୍ରାମୀଣ ସମ୍ପ୍ରଦାୟର ଜୀବିକା ବୃଦ୍ଧି କରିବା ପାଇଁ ପ୍ରଯୁକ୍ତି ବିଦ୍ୟା-ସମର୍ଥିତ ପଦକ୍ଷେପ ନିର୍ମାଣ କରେ। ଏହି ପ୍ରକଳ୍ପର ଲକ୍ଷ୍ୟ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ର ୪୧ଟି ଗ୍ରାମରେ ଜଳ-ଭିତ୍ତିକ ସମ୍ପତ୍ତି ସୃଷ୍ଟି କରିବା, ପାନୀୟ ଏବଂ କୃଷି ଉଦ୍ଦେଶ୍ୟରେ ବର୍ଷ ସାରା ପାଣିର ଉପଲବ୍ଧତା ସୁନିଶ୍ଚିତ କରିବା। ଏହି ପ୍ରକଳ୍ପ ଜଳ ସଂରକ୍ଷଣ କ୍ଷମତା ଏବଂ ଭୂତଳ ଜଳ ପୁନଃ ଚାର୍ଜ ହାର ବୃଦ୍ଧି କରି ଅଞ୍ଚଳର ୩୫୦୦ ଏକରରୁ ଅଧିକ ଜମିକୁ ଜଳସେଚନ ସୁବିଧା ପ୍ରଦାନ କରେ, ଯାହା ନିଶ୍ଚିତ କରେ ଯେ ୨୨,୦୦୦ରୁ ଅଧିକ ଲୋକ ବର୍ଷ ସାରା ଏହି ପ୍ରକଳ୍ପରୁ ଉପକୃତ ହେବେ। ଏହିପରି ପଦକ୍ଷେପ ମାଧ୍ୟମରେ, ବେଦାନ୍ତ ଲାଞ୍ଜିଗଡ଼ ସ୍ଥାନୀୟ ସମ୍ପ୍ରଦାୟକୁ ସଶକ୍ତ କରିବା, ଗ୍ରାମୀଣ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଏବଂ ଓଡ଼ିଶାର ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଯାତ୍ରାରେ ଯୋଗଦାନ ଦେବା ପାଇଁ ଏହାର ପ୍ରତିବଦ୍ଧତାକୁ ପୁନଃନିର୍ମାଣ କରି ଚାଲିଛି ।

ସୁନା କାହିଁକି ଏତେ ମହଙ୍ଗା ?  ପରଦା ପଛରେ ଚାଲିଛି ବଡ଼ ଖେଳ….!

ଦେଶରେ ଦୀପାବଳୀ ପୂର୍ବରୁ ଓ ପାର୍ବଣ ସିଜିନରେ ସୁନାର ଚମକ କମାଗତ ଭାବେ ବଢ଼ିବାରେ ଲାଗିଛି । ପ୍ରତ୍ୟେକ ଦିନ ସୁନା ଦର ନୂଆ ଶିଖରରେ ପହଞ୍ଚୁଥିବା ଦେଖିବାକୁ ମିଳୁଛି । ଭାରତରେ ଗୁରୁବାର ଦିନ ସୁନା ଦର ପ୍ରତି ଗ୍ରାମ ପିଛା ରେକର୍ଡ ୧୨୮,୩୯୫ ଟଙ୍କାରେ ପହଞ୍ଚି ଯାଇଛି । ଗତ ଜାନୁଆରୀ ଠାରୁ ଏ କ୍ଷେତ୍ରରେ ୬୭ ପ୍ରତିଶତ ବୃଦ୍ଧି ଘଟିଛି । ତେବେ ସୁନା ଦର ଯେଉଁ ହାରରେ ବଢ଼ିବାରେ ଲାଗିଛି, ସୁନାର ତସ୍କରୀ ମାମଲା ମଧ୍ୟ ଜୋରଦାର ବଢ଼ୁଛି । ଏକ ରିପୋର୍ଟ ମୁତାବକ, ଅବୈଧ ସୁନା ତସ୍କରୀ ମାମଲାରେ ଜବରଦସ୍ତ ବୃଦ୍ଧି ପରିଲକ୍ଷିତ ହୋଇଛି । ସୀମିତ ପରିମାଣର ସୁନା ଯୋଗାଣ କାରଣରୁ ଏହାର ଦର ବୃଦ୍ଧି ପାଉଛି ବୋଲି ବ୍ୟବସାୟୀମାନେ ମଧ୍ୟ ସ୍ବୀକାର କରିଛନ୍ତି ।

ରିପୋର୍ଟରେ କୁହାଯାଇଛି, ଧନତେରାସ ଓ ଦୀପାବଳୀ ପୂର୍ବରୁ ଘରୋଇ ଦର ରେକର୍ଡ ହାଇରେ ରହିଛି । ଏଥିସହିତ ପୂରା ଭାରତରେ ସୁନାର ତସ୍କରୀରେ ମଧ୍ୟ ବୃଦ୍ଧି ଘଟିଛି । ପାର୍ବଣ ସିଜିନରେ ସୁନାର ଆଭୂଷଣ, କଏନର ଚାହିଦା ବଢ଼ିଥାଏ । ମାତ୍ର ମୂଲ୍ୟ ବୃଦ୍ଧି ଓ ସୀମିତ ଯୋଗାଣ ତସ୍କରୀକୁ ପ୍ରୋତ୍ସାହନ ଦେଉଛି । ଏହି ତସ୍କରୀ ଖେଳରେ ବହୁତ ଅର୍ଥ ରୋଜଗାର ହେଉଥିବା ଜଣାପଡ଼ିଛି । ମୁମ୍ବାଇର ଜଣେ ବେପାରୀ କହିଛନ୍ତି, ସୁନା ଦର ଯେତିକି ବଢ଼ୁଛି, ତସ୍କର ଅଧିକ ରୋଜଗାର କରୁଛନ୍ତି । ଆକର୍ଷଣୀୟର ଲାଭର ଏହି ଖେଳାରେ ତସ୍କରୀ ବଢ଼ିବାରେ ଲାଗିଛି । ବର୍ତ୍ତମାନର ବଜାର ସ୍ଥିତିକୁ ଦେଖିଲେ ଜଣାପଡ଼ିଛି, ଏକ କେଜି ସୁନାର ତସ୍କରୀ କରି ଆନୁମାନିକ ୧୧.୫ ଲକ୍ଷରୁ ଅଧିକ ଟଙ୍କା ଫାଇଦା ହେଉଛି । ଆର୍ଥିକ ବର୍ଷ ୨୦୨୪-୨୫ରେ ତସ୍କରୀର ୩,୦୦୫ ମାମଲା ଦାୟର କରାଯାଇଛି । ସେଥିରେ ୨.୬ ମେଟ୍ରିକ ଟନ ସୁନା ଜବତ କରାଯାଇଥିଲା । ଚେନ୍ନାଇର ଜଣେ ଡିଲର କହିଛନ୍ତି, ପୂର୍ବରୁ ସୁନା ବଦଳାଇବା ପାଇଁ ସମୟ ଲାଗୁଥିଲା, ଅଧିକ ବିପଦ ରହିଥିଲା । ମାତ୍ର ଏବେ ପାର୍ବଣରେ ସୁନାର ଚାହିଦା ଏତେ ଯେତ କିଛି ଘଣ୍ଟା ମଧ୍ୟରେ ବିକ୍ରି ହୋଇପାରେ ।

ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ଜାରି କଲା ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ଲିଷ୍ଟ

ନୂଆପଡ଼ା ପାଇଁ ଆସିଲା ବିଜେଡିର ଷ୍ଟାର ପ୍ରଚାରକ ତାଲିକା । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସମେତ ୪୦ ଜଣିଆ ପ୍ରଚାର ତାଲିକା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ନିରଂଜନ ପୂଜାରୀ, ଅରୁଣ କୁମାର ସାହୁ, ପ୍ରତାପ ଦେବ, ପ୍ରଣବ ପ୍ରକାଶ ଦାସଙ୍କ ସମେତ ୪୦ ଜଣ କରିବେ ପ୍ରଚାର । ସେହିପରି ଅତନୁ ସବ୍ଯସାଚୀ ନାୟକ, ପ୍ରତାପ ଜେନା, ସଂଜୟ କୁମାର ଦାସବର୍ମା, ଦିବ୍ୟଶଙ୍କର ମିଶ୍ର, କଳିକେଶ ନାରାୟଣ ସିଂହଦେଓ, ସାରଦା ନାୟକ,ପୁଷ୍ପେନ୍ଦ୍ର ସିଂହଦେଓ, ପ୍ରୀତିରଂଜନ ଘଡାଇ, ଟୁକୁନି ସାହୁ, ସୁଲତା ଦେଓ, ଲେଖାଶ୍ରୀ ସାମନ୍ତସିଂହାର, ସୁଦାମ ମାର୍ଣ୍ଣି, ଦେବେଶ ଆଚାର୍ଯ୍ୟ, ପ୍ରଦୀପ କୁମାର ଦିଶାରୀ, ସରୋଜ କୁମାର ମେହେର, ରୋହିତ ପୂଜାରୀ, ମୁନ୍ନା ଖାଁ, ବିକ୍ରମ ପଣ୍ଡା, ଭୃଗୁ ବକ୍ସିପାତ୍ର, ଯୋଗେଶ ସିଂହ, ନିରଂଜନ ବିଶି, ମନୋହର ରନ୍ଧାରୀ, ରମେଶ ମାଝୀ, ପ୍ରଦୀପ ମାଝୀ, ଅଧିରାଜ ପାଣିଗ୍ରାହୀ, ରୋମାଞ୍ଚ ରଂଜନ ବିଶ୍ବାଳ, ସୁବାସିନୀ ଜେନା, ବର୍ଷା ସିଂହ ବରିହା, ଦୀପାଳି ଦାସ, ମନୋରମା ମହାନ୍ତି, ଚିନ୍ମୟ ସାହୁ ଓ ଇପ୍ସିତା ସାହୁ ଟିମରେ ସାମିଲ ଅଛନ୍ତି ।

ଛତିଶଗଡ଼ରେ ମାଓଗଡ଼କୁ ଜବରଦସ୍ତ ଝଟକା: ଆତ୍ମସମର୍ପଣ କଲେ ୧୭୦ରୁ ଅଧିକ ମାଓବାଦୀ

ଛତିଶଗଡ଼ରେ ମାଓଗଡ଼କୁ ଜବରଦସ୍ତ ଝଟକା ଆତ୍ମସମର୍ପଣ କଲେ ୧୭୦ରୁ ଅଧିକ ମାଓବାଦୀ। ସେମାନଙ୍କ ମଧ୍ୟରେ ରହିଛି ଉତ୍ତର ପଶ୍ଚିମ ସବଜୋନାଲ ଇନ ଚାର୍ଜ ରୂପେଶ ସମତେ ଅନେକ ଦୁର୍ଦ୍ଦାନ୍ତ କର୍ମୀ ଓ ନେତା। ଗତକାଲି ୨୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ। ସେପଟେ ଗତକାଲି ମହାରାଷ୍ଟ୍ରରେ ୬୧ ଜଣ ମାଓବାଦୀ ସମର୍ପଣ କରିଥିଲେ। ରୂପେଶ ନିଜ ସହ ୧୩୦ ନସ୍କଲଙ୍କୁ ଧରି କରିଥିଲା ଆତ୍ମସମର୍ପଣ। ସେମାନଙ୍କ ମଧ୍ୟରେ ଥିଲେ କେନ୍ଦ୍ରୀୟ କମିଟି ସଦସ୍ୟ, ୨ ଜଣ ଡିକେଏସଜେସି ସଦସ୍ୟ ଓ ୧୫ ଜଣ ଡିଭିସିଏମ କ୍ୟାଡର। ଏହା ସହ ମାଦ୍ ଡିଭିଜନର ବହୁ କର୍ମୀ ବି ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀଙ୍କୁ ସରକାରୀ ଯୋଜନାରେ ସହାୟତା ଯୋଗାଇଦିଆଯିବ।

ନୂଆପଡାରେ ବିଜେଡି ଭଲ ବ୍ୟବଧାନରେ ବିଜୟୀ ହେବ: ପ୍ରୀତି ରଞ୍ଜନ ଘଡ଼େଇ

ନୂଆପଡା ଉପନିର୍ବାଚନକୁ ନେଇ ବିଜେଡି ନେତା ପ୍ରୀତି ରଞ୍ଜନ ଘଡେଇଙ୍କ ପ୍ରତିକ୍ରିୟା। ୧୬ ମାସରେ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରିବ ବିଜେଡି। ଆଇନଶୃଙ୍ଖଳା ପରିସ୍ଥିତି, ଛାତ୍ରଛାତ୍ରୀ ସୁରକ୍ଷା ଓ ଚାଷୀ ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବ ଦଳ। ଏ ସବୁ ନୂଆପଡାବାସୀ ଅନୁଭବ କରି ସାରିଛନ୍ତି। ନୂଆପଡା ବିକାଶରେ ନବୀନ ଆଙ୍କିଥିବା ବିକାଶ ଚିତ୍ରକୁ ମୁଦ୍ଦା କରିବ । ବିଜେଡି ଫ୍ରଣ୍ଟ ଫୁଟରେ ଅଛି। ନୂଆପଡା ଉପନିର୍ବାଚନରେ ଉଚିତ ଜବାବ ଦେବେ ନୂଆପଡା ବାସୀ । ସାରା ରାଜ୍ୟ ନବୀନଙ୍କ ନେତୃତ୍ବରେ ସୁରକ୍ଷିତ ଥିଲା। ବର୍ତ୍ତମାନ ମୋହନ ସରକାର ଅମଳରେ ଆଇନଶୃଙ୍ଖଳା ବ୍ୟବସ୍ଥା ଭୁଶୁଡ଼ିଯାଇଛି। ନୂଆପଡାରେ ବିଜେଡି ଭଲ ବ୍ୟବଧାନରେ ବିଜୟୀ ହେବ ବୋଲି କହିଛନ୍ତି ବିଜେଡି ନେତା ପ୍ରୀତି ରଞ୍ଜନ ଘଡ଼େଇ।

ସାଲେପୁରରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

କଟକ ଜିଲ୍ଲା ସାଲେପୁରରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ନେତୃତ୍ବରେ ଗୁଜରପୁର, ମୁତାରିଫା,ଚମ୍ପତି ପଶ୍ହିମକଛରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶହ ଶହ ବିଜେଡି ନେତା ଓ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବିଧାୟକ ନିଜ ସମର୍ଥକମାନଙ୍କ ସହ ବିଭିନ୍ନ ଗାଁକୁ ପଦଯାତ୍ରାରେ ଯାଇ ଲୋକଙ୍କୁ ସିଧା ଭେଟିଥିଲେ । ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିଥିଲେ । ଏହାସହ ରାଜ୍ୟ ସରକାରଙ୍କୁ ମିଥ୍ୟା ପ୍ରତିଶ୍ରୁତି ପ୍ରସଙ୍ଗରେ ସମାଲୋଚନା କରିଥିଲେ ।

ଆସନ୍ତା ବର୍ଷ ଫେବୃଆରୀ ୧୫ ରୁ ୨୫ ଭିତରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା

ଆସନ୍ତା ବର୍ଷ ଫେବୃଆରୀ ୧୫ ରୁ ୨୫ ଭିତରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ଡିସେମ୍ବର ୧୫ ସୁଦ୍ଧା ମିଳିବ ଆଡମିଟ କାର୍ଡ। ଇଣ୍ଟରନାଲ ପରୀକ୍ଷା ଡିସେମ୍ବର ୨୨ ରୁ ୩୧ ଯାଏ ହେବ। ଯେଉଁମାନେ ଏହି ସମୟରେ ଇଣ୍ଟରନାଲ ଦେଇ ପାରିବେ ନାହିଁ, ସେମାନେ ଜାନୁଆରୀ ୧୦ ରୁ ୧୫ ଯାଏଁ ଇଣ୍ଟରନାଲ ପାଇଁ ଆଉ ଏକ ସୁଯୋଗ ପାଇବେ। ଜାନୁଆରୀ ୨ ରୁ ୧୫ ଯାଏଁ ହେବ ପ୍ରକାରଟିକାଲ ପରୀକ୍ଷା। ଏକ୍ସ ରେଗୁଲାର ଫାର୍ମ ଫିଲ ଆପ ଅକ୍ଟୋବର ୧୩ ରୁ ନଭେମ୍ବର ୨୨ ଯାଏଁ ଚାଲିବ। ସେହିପରି ଆସନ୍ତା ଅକ୍ଟୋବର ୨୦ରୁ ନଭେମ୍ବର ୨୨ ଯାଏଁ ରେଗୁଲାର ପିଲାଙ୍କ ଫର୍ମ ଫିଲଅପ ଚାଲିବ। ନଭେମ୍ବର ୨୯ ସୁଦ୍ଧା ପରୀକ୍ଷା ସେଣ୍ଟରରେ ଲାଗିବ ସିସିଟିଭି କ୍ୟାମେରା। ଏଥର ନୂଆ ୮୯ ପରୀକ୍ଷା ସେଣ୍ଟର ଅପଗ୍ରେଡ଼ ସ୍କୁଲରେ ହେବ। ସମୁଦାୟ ୧୩୪୯ ସେଣ୍ଟରରେ ହେବ ଯୁକ୍ତ ଦୁଇ ପରୀକ୍ଷା। ଏଥର ନୂଆ କରି ପ୍ରୋଭିଜନାଲ ସାର୍ଟିଫିକେଟକୁ ଡିଜିଟାଲ କରାଯିବ।

ଗୁଜରାଟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ଶପଥ ନେଲେ ୨୫ ଜଣ ମନ୍ତ୍ରୀ

ଗୁଜରାଟରେ ଆଜି ମନ୍ତ୍ରିମଣ୍ଡଳର ବିସ୍ତାର ହୋଇଛି । ମୁଖ୍ୟମନ୍ତ୍ରୀ ପୂପେନ୍ଦ୍ର ପଟେଲଙ୍କ ନେତୃତ୍ବରେ ନୂଆ କ୍ୟାବିନେଟj ଶପଥ ଗ୍ରହଣ ସମାରୋହ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଗାନ୍ଧୀନଗରର ମହାତ୍ମା ମନ୍ଦିରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ହର୍ଷ ସଂଘଭିଙ୍କୁ ଡେପଟି ସିଏମ୍  କରାଯାଇଛି । ଏହି ଅଦଳବଦଳରେ ମୁଖ୍ୟତଃ ଜାତୀୟ ଓ କ୍ଷେତ୍ରୀୟ ସନ୍ତୁଳନକୁ ଧ୍ୟାନ ରଖାଯାଇଛି । ବିଭିନ୍ନ ଅଞ୍ଚଳରେ କ୍ୟାବିନେଟ  ଓ ରାଜ୍ୟ ମନ୍ତ୍ରୀଙ୍କ ଚୟନ ଶ୍ରେଣୀବଦ୍ଧ ଭାବେ କରାଯାଇଛି । କିଛି ପୂର୍ବ କଂଗ୍ରେସ ନେତାଙ୍କୁ ବିଜେପିରେ ସାମିଲ ହେବା ପରେ ମନ୍ତ୍ରୀ ପଦ ମିଳିଛି । ୨୦୨୭ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମନ୍ତ୍ରିମଣ୍ଡଳର ବିସ୍ତାର କରାଯାଇଛି । ନୂଆ ଶକ୍ତି ସଂଗ୍ରହ କରିବା ଓ ପାର୍ଟିର ସଂଗଠନକୁ ମଜବୁତ କରିବା ଲକ୍ଷ୍ୟ ରହିଛି । ଆଦିବାସୀ ସମ୍ପ୍ରଦାୟରୁ ୪ ଜଣ ମନ୍ତ୍ରୀ ହୋଇଛନ୍ତି । କ୍ଷେତୀୟ ସମାଜରୁ ରିଭାବା ଜାଡେଜା ଓ ସଞ୍ଜୟସିଂହ ମହିଡାଙ୍କୁ ମନ୍ତ୍ରୀ କରାଯାଇଛି । ଓବିସି ସମ୍ପ୍ରଦାୟରୁ ୮ ଜଣଙ୍କୁ ମନ୍ତ୍ରୀପଦ ମିଳିଛି । କ୍ୟାବିନେଟରେ ୧୯ ଜଣ ନୂଆ ଚେହେରା ସ୍ଥାନ ପାଇଛନ୍ତି ।