spot_img
Home Blog Page 2932

୧୦୦ ଟଙ୍କା ପାର କଲା ଟମାଟୋ, ଚିନ୍ତାରେ ଖାଉଟି

ଭୁବନେଶ୍ୱର: ହାଣ୍ଡିଶାଳକୁ ମହଙ୍ଗା ମାଡ଼। ୧୦୦ ଟଙ୍କା ପାର କଲା ଟମାଟୋ ଦର। ଓଡ଼ିଶାରେ ସର୍ବକାଳୀନ ରେକର୍ଡ ଦରରେ ପହଞ୍ଚିଥିବା ବେଳେ ସବୁ ପରିବା ଦର ବୃଦ୍ଧି ପାଇଛି। ଭୁବନେଶ୍ୱର ଏକ ନମ୍ବର ମାର୍କଟରେ ବିନ୍, ଝୁଡଙ୍ଗ, କଲରା, ଠାରୁ ଆରମ୍ଭ କରି ଜହ୍ନି ବାଇଗଣ ପର୍ଯ୍ୟନ୍ତ ସବୁ ପରିବା ଦର ଆକାଶଛୁଆଁ।

ପରିବା ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିବାରୁ ବର୍ଷା ଓ କମ ଉତ୍ପାଦନ କାରଣରୁ ଆବଶ୍ୟକୀୟ ପରିମାଣରେ ପରିବା ଓଡ଼ିଶା ଆସିପାରୁ ନାହିଁ। ତେଣୁ ଆଗାମୀ ୧୫ ଦିନ ଯାଏ ପରିବା ଦର ଏହିପରି ରହିବ ବୋଲି କହିଛି କଞ୍ଚା ପରିବା ବ୍ୟବସାୟୀ ମହାସଂଘ।

ଗତ ସପ୍ତାହରେ କିଲୋଗ୍ରାମ ପିଛା ୨୫ ରୁ ୩୦ ଟଙ୍କାରେ ମିଳୁଥିବା ଟମାଟୋ ହଠାତ୍ ୧୦୦ ରୁ ଅଧିକ ଟଙ୍କାରେ ପହଞ୍ଚିଛି। ଭୁବନେଶ୍ୱର ଏକ ନମ୍ବର ମାର୍କଟରେ ଦର ରହିଛି ୧୦୦ ଟଙ୍କା। ଟମାଟୋର ଦରବୃଦ୍ଧି ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଗାହକ। ଚଢା ଦର ଦେଖି ଅନେକ ମୁହଁ ଫେରାଇ ନେଉଥିବାବେଳେ କେଜିଏ ବଦଳରେ ଅଢେଇଶ କିଣି ଘରକୁ ନେଉଛନ୍ତି। ତେବେ ଆଗାମୀ କିଛି ଦିନ ଟମାଟୋ ଦର ଏହିଭଳି ବୃଦ୍ଧି ରହିବ। ୨ ଦିନ ମଧ୍ୟରେ ଟମାଟୋ ଦର ୧୫୦ ଛୁଇଁବ ବୋଲି ବ୍ୟବସାୟୀ କହିଛନ୍ତି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଉତ୍ତର ଛତିଶଗଡ଼ ଓ ଏହାର ପାର୍ଶ୍ଵବର୍ତୀ ଅଞ୍ଚଳରେ 7.6 କିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତ ରହିଛି। ଏହାସହିତ ଏକ ନିମ୍ନଚାପ ରେଖା ରାଜସ୍ଥାନରୁ ଉତ୍ତର ପୂର୍ବ ବଙ୍ଗୋପସାଗରରେ ରହିଛି। ଫଳରେ ଏହି ଦୁଇ ପ୍ରକାରର ସ୍ଥିତି ଯୋଗୁଁ ଆସନ୍ତା 24ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ତଥା ଉତ୍ତର ଓଡ଼ିଶାରେ କିଛି ସ୍ଥାନରେ ପ୍ରବଳ ବର୍ଷିବା ନେଇ ଅନୁମାନ କରାଯାଉଛି। ତେବେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷାର ବିସ୍ତୃତି ଓ ପରିମାଣ ହ୍ରାସ ପାଇବ।

ଆସନ୍ତା ୨୪ ଘଣ୍ଟା ପରେ ରାଜ୍ୟରେ ବର୍ଷା କମିବ। ଲଘୁଚାପ କ୍ଷେତ୍ର ସୃଷ୍ଟି ସହ ମୌସୁମୀ ବାୟୁ ଚଳନ ସୁଗମ ହୋଇଛି। ଗତ ୨ଦିନରେ ଯଥେଷ୍ଟ ବର୍ଷା ରେକର୍ଡ ହୋଇଥିବା ବେଳେ ଆଜି ମଧ୍ୟ ସମୁଦ୍ର ଅଶାନ୍ତ ରହିବ।

ଅଧିକ ବର୍ଷା କୃଷି ପାଇଁ ଉପଯୋଗୀ ହୋଇଥିଲେ ହେଁ ଖାଲୁଆ ଅଞ୍ଚଳରେ ଜଳ ନିଷ୍କାସନ ନହୋଇ ପନିପରିବା ନଷ୍ଟ ହେବାର ଆଶଙ୍କା କରାଯାଇ ପୂର୍ବରୁ ସତର୍କ ଦିଆଯାଇଥିଲା। ତେବେ ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଖରିଫ ଫସଲ ପାଇଁ ପାଣିପାଗ ଅନୁକୂଳ ରହିବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ।

ସେପ୍ଟେମ୍ବର ସୁଦ୍ଧା ଗଙ୍ଗାଧର ମେହେର ପ୍ରକଳ୍ପ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ରମ ହେବ। ୧୬ ଶହ ୭୭ କୋଟିରେ ନିର୍ମିତ ଏହି ପ୍ରକଳ୍ପ ୨୫ ହଜାର ୬ଶହ ହେକ୍ଟର ଜମିକୁ ସେଚ ଯୋଗାଇବ। ଏହାଦ୍ୱାରା ବରଗଡ଼ ଜିଲ୍ଲାର ବିଜେପୁର, ବରପାଲି, ସୋହେଲା ଓ ବରଗଡ଼ ବ୍ଲକର ଚାଷୀମାନେ ଉପକୃତ ହେବେ । ଏହାଛଡ଼ା  ନୃସିଂହନାଥ ମନ୍ଦିର ପ୍ରକଳ୍ପ କାମ ଡିସେମ୍ବର ସୁଦ୍ଧା ସରିବ ବୋଲି ଧାର୍ଯ୍ୟ ଲକ୍ଷ୍ୟ ରହିଛି।

5T ସଚିବ ଭିକେ ପାଣ୍ଡିଆନଙ୍କ ବରଗଡ଼ ଗସ୍ତ ବେଳେ ବିକାଶମୂଳକ ପ୍ରକଳ୍ପର ସମୀକ୍ଷା ବେଳେ ଏହି ସୂଚନା ଦିଆଯାଇଛି । ପ୍ରବଳ ବର୍ଷା ସତ୍ୱେ ବରଗଡ଼ ଗସ୍ତରେ ଥାଇ ଶ୍ରୀ ପାଣ୍ଡିଆନ୍ ଜନସାଧାରଣଙ୍କ ନିକଟକୁ ଯାଇ ସେମାନଙ୍କ ସମସ୍ୟା ବୁଝିବା ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କରିଥିଲେ । ଜନସାଧାରଣଙ୍କୁ ସେ ସମ୍ବୋଧିତ କରି କହିଥିଲେ, ତୃଣମୂଳସ୍ତରର ସମସ୍ୟାର ଖୁବ୍ ଶୀଘ୍ର ସମାଧାନ କରାଯିବ । ସପ୍ତାହକ ମଧ୍ୟରେ ଆପଣମାନେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଖୁସି ଖବର ପାଇବେ।

ଏହି ଗସ୍ତ ବେଳେ 5T ସଚିବ ନୃସିଂହନାଥ ମନ୍ଦିର ପ୍ରକଳ୍ପ, ଗଙ୍ଗାଧର ମେହେର ପ୍ରକଳ୍ପର ସମୀକ୍ଷା କରିବା ସହ ସୋହେଲାରେ ଏମସିଏଚ୍ କୋଠା କାମ ଅନୁଧ୍ୟାନ୍ କରିଥିଲେ । ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ହାଇସ୍କୁଲରେ ପିଲାମାନଙ୍କ ସହ ଭାବ ବିନିମୟ କରିଥିଲେ। ଏହି ଗସ୍ତ ବେଳେ ଶ୍ରୀ ପାଣ୍ଡିଆନ୍ ମା’ ଦୁର୍ଗା ମନ୍ଦିର, ଅଲେଖ ମହିମା ମନ୍ଦିର ଯାଇ ମନ୍ଦିର କମିଟି ସହ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ।

OSRTC ବସ୍ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ହୋଇଥିଲା ଦିଗପହଣ୍ଡି ଦୁର୍ଘଟଣା

ଗଞ୍ଜାମ: ବସ୍‌ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ବଡ଼ ଦୁର୍ଘଟଣା । ସୂଚନା ଦେଲେ ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ । ଦିଗପହଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତନାଘନା । ପଚରାଉଚରା ପରେ OSRTC ବସ ଡ୍ରାଇଭର ମାନସ ପ୍ରଧାନଙ୍କୁ ଗିରଫ କରିଛି ପୋଲିସ । ଘଟଣାର ତଦନ୍ତ କରୁଥିଲେ ଚିକିଟି SDPO ଓ ଦିଗପହଣ୍ଡି ଥାନା ଅଧିକାରୀ । ଗତକାଲି ରାତିରେ ଡ୍ରାଇଭର ସହ ତଦନ୍ତକାରୀ ଟିମ୍ ମଧ୍ୟ ଆଲୋଚନା କରିଥିଲେ । ଆଜି ଡ୍ରାଇଭରଙ୍କୁ କୋର୍ଟ ଚାଲାଣ କରାଯିବ । ଦୁର୍ଘଟଣାର ଆଜି ରିପୋର୍ଟ ଦେବେ ତଦନ୍ତକାରୀ ଟିମ୍ ।

ଦୁଇ ଜଣ ଇଞ୍ଜିନିୟର ଜଣେ ଅଭିଜ୍ଞ ଡାକ୍ତରଙ୍କ ସମେତ ଏନଫୋର୍ସମେଣ୍ଟ ଡିଏସପି ଏହି ଟିମରେ ସାମିଲ ଅଛନ୍ତି । ସେହିପରି MKCG ମେଡିକାଲରେ ଥିବା ଘରୋଇ ମିନି ବସର ଡ୍ରାଇଭରଙ୍କୁ ଭେଟିଛନ୍ତି ତଦନ୍ତକାରୀ ଟିମ । ଘରୋଇ ମିନି ବସର ପରମିଟ ନଥିବା ବେଳେ ଇନସ୍ୟୁରାନ୍ସ ଅବଧୀ ସରିଯାଇଥିଲା । ମିନି ବସ ମାଲିକକୁ ଚିହ୍ନଟ କରାଯାଇଥିବା ବେଳେ, ତାଙ୍କୁ ଖୋଜୁଛି ପୋଲିସ । ଗତକାଲି ଭୟଙ୍କର ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୯ ଜଣଙ୍କର ଚିକିତ୍ସା ଚାଲିଛି । ସେପଟେ ମୃତକଙ୍କ ପରିବାରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ପତ୍ନୀହନ୍ତା ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ ଜେଲ୍

ଭୁବନେଶ୍ୱର: ପତ୍ନୀହନ୍ତା ପୂର୍ବତନ ବିଧାୟକଙ୍କୁ ଆଜୀବନ ଜେଲ । ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି ଭୁବନେଶ୍ବର ସ୍ବତନ୍ତ୍ର ଏଡିଜେ-୩ କୋର୍ଟ । ଆଜୀବନ କାରଦଣ୍ଡ ସହିତ 50ହଜାର ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । କୋରିମାନା ଅନାଦେୟ ଏକ ବର୍ଷ ଜେଲ ଦଣ୍ଡ ଭୋଗୁବାକୁ ପଡ଼ିବ । ଏହା ସହିତ ପ୍ରମାଣ ନଷ୍ଟ ପାଇଁ 10ହଜାର ଟଙ୍କା ଫାଇନ ଅନାଦେୟ 6 ମାସ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଚ । ୧୯୯୫ ମସିହା ଅଗଷ୍ଟ ୨୯ରେ ବିଧାୟକ କ୍ବାର୍ଟର୍ସରେ ପତ୍ନୀ ଶଶୀରେଖା ଗମାଙ୍ଗଙ୍କୁ ପୋଡ଼ି ମାରିଥିଲେ ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ।

ଏହି ସମୟରେ ତାଙ୍କ ପତ୍ନୀ ଗର୍ଭବତୀ ମଧ୍ୟ ଥିଲେ । ହତ୍ୟା କରିବା ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିଲେ ପୂର୍ବତନ ବିଧାୟକ । ଆତ୍ମହତ୍ୟା ନେଇ ଥାନାରେ ଏତଲା ମଧ୍ୟ ଦେଇଥିଲେ ପୂର୍ବତନ ବିଧାୟକ । ଖାରବେଳ ନଗର ଥାନାରେ ଏତଲା ପରେ ତଦନ୍ତ କରିଥିଲା ପୋଲିସ । ପ୍ରଥମେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବାବେଳେ ପରେ ହତ୍ୟା ମାମଲା ରୁଜୁ କରିଥିଲା ପୋଲିସ ।

୨୮ ବର୍ଷ ପରେ ମତ ପଦାକୁ ଆସିବା ସହିତ ରାମମୂର୍ତ୍ତିଙ୍କୁ ଦଣ୍ଡ ଶୁଣାଇଛନ୍ତି ଭୁବନେଶ୍ବର ଏଡିଜେ-୩ କୋର୍ଟ । ୧୧ ଜଣ ସାକ୍ଷୀ ଓ ୧୫ଟି ଦସ୍ତାବିଜ ଆଧାରରେ ଦଣ୍ଡାଦେଶ ହୋଇଛି । ରାମମୂର୍ତ୍ତି ୧୯୯୦ ମସିହାରେ ଜନତା ଦଳରୁ ବିଧାୟକ ହୋଇଥିବାବେଳେ ୨୦୦୨ରୁ ୨୦୦୪ ମସିହା ପର୍ଯ୍ୟନ୍ତ ବିଜେପିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସରକାରଙ୍କ ତରଫରୁ ସ୍ପେଶାଲ ପିପି ଭାବେ ରଶ୍ମିରଞ୍ଜନ ବ୍ରହ୍ମା ମାମଲା ପରିଚାଳନା କରୁଥିଲେ ।

କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର ଦାବିରେ ପୁଣି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର ଦାବିରେ ପୁଣି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୮ ଲକ୍ଷ କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ କର୍ମଚାରୀଙ୍କ ପାଇଁ ଅର୍ଥନୈତିକ ମେରୁଦଣ୍ଡ କେନ୍ଦୁପତ୍ର । ରାଜ୍ୟରେ ମୁଖ୍ୟତଃ ଆଦିବାସୀ ଏହି କାର୍ଯ୍ୟରେ ନିୟୋଜିତ ଥାଆନ୍ତି । ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲ ଅଧିବାସୀ ଆଇନ ୨୦୦୬ ଆଧାରରେ ଆଦିବାସୀ କେନ୍ଦୁପତ୍ର ସଂଗ୍ରହ କରିଥାନ୍ତି । କେନ୍ଦୁପତ୍ର ଉପରୁ ୧୮ପ୍ରତିଶତ ଜିଏସଟି ଆଦାୟ ହେଉଛି । ଏହା ସିଧାସଳଖ କେନ୍ଦୁପତ୍ର ତୋଳାଳି, କର୍ମଚାରୀ ଓ ବନ୍ଧାଳିଙ୍କ ସାମାଜିକ ସୁରକ୍ଷାକୁ ପ୍ରଭାବିତ କରୁଛି । ତେଣୁ କେନ୍ଦୁପତ୍ର ତୋଳାଳିଙ୍କ ସମୂହ ସ୍ବାର୍ଥ ପାଇଁ କେନ୍ଦୁପତ୍ର ଉପରୁ ସଂପୂର୍ଣ୍ଣ ଜିଏସଟି ଛାଡ କରିବାକୁ ଦାବି ଦୋହରାଇଛନ୍ତି ନବୀନ । ଏହାପୂର୍ବରୁ ଗତ ନଭେମ୍ବର ୨୫ତାରିଖରେ କେନ୍ଦ୍ରକୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ। ସଂସଦରେ ମଧ୍ୟ କେନ୍ଦୁପତ୍ର ଉପରୁ ଜିଏସଟି ଛାଡ଼ ପାଇଁ ବିଜେଡି ସାଂସଦ ଦାବି ଉଠାଇଥିଲେ । ରାଜ୍ୟର ୮ଲକ୍ଷ ଗରିବ କେନ୍ଦୁପତ୍ର ତୋଳାଳିଙ୍କ ସ୍ବାର୍ଥ ରକ୍ଷା ପାଇଁ ଏହି ଲଘୁ ବନଜାତ ଦ୍ରବ୍ୟ ଉପରୁ ଜିଏସଟି ଛାଡ ପାଇଁ ଦାବି କରିଆସୁଛି ବିଜେଡି ।

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା, ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା । କୋଚ୍ ବିହାରରେ ଆଉ ଜଣେ ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ହାଟାରେ ନିର୍ବାଚନ ପ୍ରଚାର କରି ଫେରୁଥିବା ବେଳେ ତୃଣମୂଳ କଂଗ୍ରେସର ଜଣେ କର୍ମୀଙ୍କୁ ଗୁଳି କରି ହତ୍ୟା କରଯାଇଛି । ଅନ୍ୟ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ରାଜ୍ୟରେ ବିଜେପି ହିଂସା ଭିଆଉଛି ବୋଲି କହିଛନ୍ତି ମନ୍ତ୍ରୀ ଉଦୟନ ଗୁହା । ଗତକାଲି ଟିଏମସିର ନିର୍ବାଚନୀ ପ୍ରଚାର ବଳେ ଗୁଳିମାଡ଼ରେ ୪ ଜଣ କର୍ମୀ ଗୁରୁତର ହୋଇଥିଲେ । ସିପିଆଇଏମ ପକ୍ଷରୁ ଗୁଳିମାଡ଼ କରାଯାଇଥିବା ଦଳ ଅଭିଯୋଗ କରିଥିଲା । ପଞ୍ଚାୟତ ନିର୍ବାଚନକୁ ନେଇ ପଶ୍ଚିମବଙ୍ଗରେ ହାଇଭୋଲଟେଜ ଡ୍ରାମା ଜାରି ରହିଛି । ଏବେସୁଦ୍ଧା ହିଂସାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କୁଚ ବିହାର, ଉତ୍ତର, ଦକ୍ଷିଣ ୨୪ ପ୍ରଗଣା, ମୁର୍ସିଦାବାଦ, ବୀରଭୂମ, ପୂର୍ବ ମେଦିନାପୁର ଆଦି ଅଞ୍ଚଳରେ ହିଂସା ଜାରି ରହିଛି ।

ଦିନକୁ ଦିନ ଉଗ୍ର ହେଉଛି ମଣିପୁର ହିଂସା, ଭିଡିଓ ଜାରି କରି ସେନାର ଶାନ୍ତି ପ୍ରତିଷ୍ଠା ଅପିଲ

ଇମ୍ଫାଲ: ଲିଭୁନି ମଣିପୁର ନିଆଁ । ମେ’ ୩ ତାରିଖରୁ ଆରମ୍ଭ ହୋଇଥିବା ସଂଘର୍ଷ ଦିନକୁ ଦିନ ଉଗ୍ର ହେଉଛି । ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକଙ୍କ ଘର ଜଳାଇ ଦିଆଯାଇଛି । ମଣିପୁରରେ ଦୀର୍ଘମାସ ଧରି ଜାରି ରହିଥିବା ହିଂସା ଯୋଗୁ ଲୋକଙ୍କ ପଳାୟନ ମଧ୍ୟ ଆରମ୍ଭ ହୋଇଯାଇଛି । ଆଖି ଆଗରେ ସର୍ବସ୍ବ ଧ୍ବଂସ ହୋଇଯିବା ପରେ, ଆତ୍ମୀୟଙ୍କୁ ହରାଇବା ପରେ ଅନ୍ୟ ରାଜ୍ୟରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହୋଇଛନ୍ତି ।

ସେପଟେ ପୂର୍ବୋତ୍ତର ରାଜ୍ୟରେ ଶାନ୍ତି ସ୍ଥାପନା ପାଇଁ ସେନା ପକ୍ଷରୁ ଭିଡିଓ ଜାରି କରାଯାଇ ଅପିଲ କରାଯାଇଛି । ହିଂସା ଗ୍ରସ୍ତ ରାଜ୍ୟରେ ଶାନ୍ତି ଓ ସାମାନ୍ୟ ସ୍ଥିତି ଫେରାଇ ଆଣିବାକୁ ସ୍ଥାନୀୟ ଲୋକଙ୍କ ସମର୍ଥନ ଲୋଡିଛି ଆର୍ମି । ମହିଳା କର୍ମକର୍ତ୍ତାମାନେ ଜାଣିଶୁଣି ରାସ୍ତା ଅବରୋଧ କରିବା ସହ ସୁରକ୍ଷାବଳର ଅପରେସନରେ ବାଧା ସୃଷ୍ଟି କରୁଛନ୍ତି । ଧନ ଜୀବନର ରକ୍ଷା ପାଇଁ ସବୁ ବର୍ଗର ଲୋକ ସେନାକୁ ସହଯୋଗ କରିବାକୁ ଅପିଲ କରାଯାଇଛି ।

 

ହିମାଚଳରେ ପ୍ରକୃତିର ତାଣ୍ଡବ, ଅତି ପ୍ରବଳ ବର୍ଷା ପରେ ଫ୍ଲାସ ଫ୍ଲଡ୍

ଧର୍ମଶାଳା: ମୌସୁମୀ ଆରମ୍ଭରୁ ପ୍ରଳୟ ଚିତ୍ର । ପାହାଡ଼ି ରାଜ୍ୟରେ ପ୍ରକୃତିର ତାଣ୍ଡବ । ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା , ଭୂସ୍ଖଳନ ପରେ ବନ୍ୟା ସ୍ଥିତି । ଲ୍ୟାଣ୍ଡସ୍ଲାଇଡ୍ ଯୋଗୁ ଅଧିକାଂଶ ହାଇଓ୍ବେ ବନ୍ଦ ହୋଇଥିବା ବେଳେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଫ୍ଲାସଫ୍ଲଡ୍ ଯୋଗୁ ଅନେକ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ପାଙ୍ଗୀ-କିଲାଡ ହାଇଓ୍ବେରେ ପାହାଡ଼ ଧସିଯିବା ଯୋଗୁ ଉଭୟ ପଟେ ଗାଡ଼ିମୋଟର ଅଟକି ରହିଛି । ଚଣ୍ଡିଗଡ଼-ମନାଲି ହାଇଓ୍ବେ ମଧ୍ୟ ଲ୍ୟାଣ୍ଡସ୍ଲାଇଡ ଯୋଗୁ ଜାମ୍ ହୋଇଛି । ମଣ୍ଡି-କୁଲ୍ଲୁ ରାସ୍ତାର ପ୍ରାୟ ୭୦ କିମି ଫ୍ଲାସଫ୍ଲଡ, ଭୂସ୍ଖଳନ ଯୋଗୁ ପ୍ରଭାବିତ ହୋଇଛି । ସେପଟେ ଲଗାଣ ବର୍ଷା ପରେ ଗଙ୍ଗା ସମେତ ଅନ୍ୟ ଶାଖା ନଦୀରେ ବି ଜଳସ୍ତର ବୃଦ୍ଧି ପାଇଛି । ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ପରେ ୩ଶହରୁ ଅଧିକ ରାସ୍ତା ବନ୍ଦ କରିଦିଆଯାଇଛି । ଆଜି ହିମାଚଳରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ସେପଟେ ଉତ୍ତରାଖଣ୍ଡ ନୈନିତାଲରେ ଅତି ପ୍ରବଳ ବର୍ଷା ପରେ ଲ୍ୟାଣ୍ଡସ୍ଲାଇଡ ଯୋଗୁ ରାସ୍ତା ଧସିବା ସହ ପାଇପ ଲାଇନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଗତ କିଛି ଦିନ ଧରି ରାସ୍ତା ଧସୁଥିବା ନେଇ ଅଭିଯୋଗ ସତ୍ତ୍ବେ ପ୍ରଶାସନ ପଦକ୍ଷେପ ନନେବା ଯୋଗୁ ଗ୍ରାମୀଣ ଅଞ୍ଚଳରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଉତ୍ତରାଖଣ୍ତରେ ପ୍ରାୟ ୪୫ଟି ରାସ୍ତାରେ ଯାତାୟାତ ଠପ୍ ହୋଇଥିବା ବେଳେ ଶତାଧିକ ପର୍ଯ୍ୟଟକ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । ବର୍ଷା, ବନ୍ୟା, ଲ୍ୟାଣ୍ଡସ୍ଲାଇଡ ଯୋଗୁ ପର୍ଯ୍ୟଟକମାନଙ୍କ ପାଇଁ ସ୍ବତନ୍ତ୍ର ଆଡଭାଇଜରୀ ଜାରି କରାଯାଇଛି ।

ICC ବିଶ୍ବକପ୍-୨୦୨୩ କାର୍ଯ୍ୟସୂଚୀ ଜାରି, ଅକ୍ଟୋବର ୧୫ରେ ଭାରତ-ପାକ୍ ମହାମୁକାବିଲା

ମୁମ୍ବାଇ: ICC ବିଶ୍ବକପ୍-୨୦୨୩ କାର୍ଯ୍ୟସୂଚୀ ଜାରି । ଅକ୍ଟୋବର ୧୫ରେ ଭାରତ-ପାକିସ୍ତାନ ମହାମୁକାବିଲା । ଗୁଜରାଟ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ । ଦିନିକିଆ ବିଶ୍ୱକପ ୫ ଅକ୍ଟୋବରରୁ ଆରମ୍ଭ ହେବ । ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଉଦଘାଟନୀ ମ୍ୟାଚ୍ । ଉଦଘାଟନୀ ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ । ୮ ଅକ୍ଟୋବରରେ ଅଷ୍ଟ୍ରେଲିଆ ସହ ପ୍ରଥମ ମ୍ୟାଚ ଖେଳିବ ଟିମ୍‌ ଇଣ୍ଡିଆ । ଅକ୍ଟୋବର ୧୧ରେ ଭାରତ-ଆଫଗାନିସ୍ତାନ ମ୍ୟାଚ୍ । ମୁମ୍ବାଇ, କୋଲକାତାରେ ଖେଳାଯିବ ଦୁଇ ସେମିଫାଇନାଲ । ନଭେମ୍ବର ୧୯ରେ ଫାଇନାଲ ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ । ICC ଦିନିକିଆ ବିଶ୍ୱକପରେ ଭାରତ ଦୁଇ ଥର ଚାମ୍ପିୟନ ହୋଇଥିବା ବେଳେ ଥରେ ରନର୍ସ ଅପ୍ ଟାଇଟଲ ବିଜୟୀ ହୋଇଛି । ୨୦୧୩ରେ କ୍ୟାପଟେନ କୁଲ୍ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ବରେ ଶେଷଥର ଚାମ୍ପିଅନ୍ସ ଟ୍ରଫି ଜିତିଥିଲା ଟିମ୍ ଇଣ୍ଡିଆ ।

Image