spot_img
Home Blog Page 2916

ଗ୍ୟାଙ୍ଗଷ୍ଟରଙ୍କୁ କଳାପାଣି ସଜା, ଆଣ୍ଡାମାନ ସିଫ୍ଟ ହେବେ ଦୁର୍ଦ୍ଦାନ୍ତ ଅପରାଧୀ

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟରଙ୍କୁ କଳାପାଣି ସଜା । ଆଣ୍ଡାମାନ ସିଫ୍ଟ ହେବେ ଦୁର୍ଦ୍ଦାନ୍ତ ଅପରାଧୀ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଛି NIA । ଉତ୍ତର ଭାରତର ବିଭିନ୍ନ ଜିଲ୍ଲାରେ କଏଦ ଥିବା ୧୦ରୁ ୧୨ ଅପରାଧୀଙ୍କୁ ଆଣ୍ଡାମାନ-ନିକୋବର ଦ୍ବୀପକୁ ସ୍ଥାନାନ୍ତର କରାଯିବ । କିଛି ଗ୍ୟାଙ୍ଗଷ୍ଟରଙ୍କୁ ଆସାମ ଡିବ୍ରୁଗଡ଼ ଜେଲ ପଠାଇବାକୁ ମଧ୍ୟ ଯୋଜନା କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ।

ଗୃହ ମନ୍ତ୍ରଣାଳୟ ଅଧିକାରୀ ଓ NIA ଟିମ୍ ମଧ୍ୟରେ ଏନେଇ ଦୀର୍ଘ ଘଣ୍ଟା ଧରି ଆଲୋଚନା ହୋଇଛି । ଦିଲ୍ଲୀ, ପଞ୍ଜାବ ଓ ହରିଆଣାର ବିଭିନ୍ନ ଜେଲରେ ବନ୍ଦୀ ଥିବା ଗ୍ୟାଙ୍ଗଷ୍ଟର ଜେଲ ଭିତରେ ରହି ମଧ୍ୟ କ୍ରାଇମ ସିଣ୍ଡିକେଟ ଚଳାଇଥିବାରୁ ସେମାନଙ୍କୁ କଳାପାଣି ସଜା କାଟିବାକୁ ପଠାଇବାକୁ ଯୋଜନା କରୁଛି NIA ।

ଋଣ ଭାର ସହି ନପାରି ଦମ୍ପତିଙ୍କ ଆତ୍ମହତ୍ୟା

ଖୋର୍ଦ୍ଧା: ଋଣ ଭାର ସହି ନପାରି ଦମ୍ପତିଙ୍କ ଆତ୍ମହତ୍ୟା ଅଭିଯୋଗ । ଋଣ ଶୁଝିବା ପାଇଁ ଘରୋଇ ଫାଇନାନ୍ସ କମ୍ପାନି ଚାପ ପକାଇବା ଫଳରେ ବୃଦ୍ଧ ଦମ୍ପତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଋଣ ଶୁଝି ନପାରି ଘରେ ରଶି ଲଗାଇ ଝୁଲି ପଡ଼ିଛନ୍ତି ସ୍ବାମୀ- ସ୍ତ୍ରୀ । ପୁରୀ ଜିଲ୍ଲା କଣାସ ବ୍ଲକ ଅଁଳାଯୋଡ଼ି ଉପରସାହି ଗାଁରେ ଏଭଳି ଘଟଣା ଘଟିଛି । ମୃତ ଦମ୍ପତି ହେଲେ ୫୮ ବର୍ଷୀୟ ବାନାମ୍ବର ବେହେରା ଓ ୫୩ ବର୍ଷୀୟା ବନିତା ବେହେରା ।

ଗତ ରାତିରେ ଫାଇନାନ୍ସ କମ୍ପାନୀର କର୍ମଚାରୀମାନେ କିସ୍ତି ଟଙ୍କା ପାଇଁ ତାଙ୍କ ଘରେ ପହଞ୍ଚିଥିଲେ । ବିଳମ୍ବିତ ରାତି ଯାଏ ପାଇଁ ଘରେ ବସି ରହିଥିଲେ । ଏବେ ଟଙ୍କା ନଥିବା ବୃଦ୍ଧ ଦମ୍ପତିଙ୍କ ଜଣାଇବା ପରେ ମଧ୍ୟ କର୍ମଚାରୀମାନେ ଯାଇ ନ ଥିଲେ । ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି । ଏହା ପରେ ଘର ଭିତରେ ସ୍ବାମୀ-ସ୍ତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଦମ୍ପତିଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ  ଖୋର୍ଦ୍ଧା ମେଡିକାଲ ପଠାଯାଇଛି ।

ବିପଦରେ ଗଜରାଜ, ଯଶିପୁର ଜାମୁକେଶର ନିକଟରୁ ହାତୀଦାନ୍ତ ଜବତ

ମୟୂରଭଞ୍ଜ: ଅସୁରକ୍ଷିତ ଶିମିଳିପାଳ । ପୁଣି ହାତୀ ଦାନ୍ତ ଜବତ, ୫ ଗିରଫ । ଯଶିପୁର ଜାମୁକେଶର ନିକଟରୁ ୫ ଜଣ ହାତୀଦାନ୍ତ ତସ୍କରୀଙ୍କୁ ଗିରଫ କରିଛି ବନ ବିଭାଗ । ଡିଲ୍‌ ପାଇଁ ଯୋଜନା ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ଚଢ଼ାଉ କରିଥିଲା ବନବିଭାଗ। ଚଢ଼ାଉରେ ନର୍ଥ ଜୋନ, ସାଉଥ ଜୋନ ଏବଂ ରାଇରଙ୍ଗପୁର ଡିଭିଜନର ଅଧିକାରୀ ସାମିଲ ଥିଲେ । କେବେ ଶିକାରୀଙ୍କ ଶିକାର ହେଉଛନ୍ତି ବନ୍ୟଜନ୍ତୁ ତ କେବେ ଶିକାରୀକୁ ରୋକିବା ପାଇଁ ଯାଇ ବନ ବିଭାଗ ବାରମ୍ଵାର ମୁହାଁମୁହିଁ ହେଉଛନ୍ତି । ଆମନା ସାମ୍ନା ହେଲେ ଗୁଳି ଫୁଟାଇବାକୁ ବି ପଛାଉ ନାହାଁନ୍ତି ଶିକାରୀ। ଏଭଳି ସ୍ଥିତିରେ ଶିମିଳିପାଳର ସୁରକ୍ଷା ନେଇ ଚିନ୍ତା ଘାରିଛି ।

ସମ୍ବଲପୁର ଗସ୍ତରେ ବିଜେଡି ସାଙ୍ଗଠନିକ ସମ୍ପାଦକ, ବିଶାଳ ରାଲିରେ ପାଛୋଟି ନେଲେ ନେତା ଓ କର୍ମୀ

ସମ୍ବଲପୁର: ସମ୍ବଲପୁର ଗସ୍ତରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ନେଲା ପରେ ସମ୍ବଲପୁର ଗସ୍ତ କରିଛନ୍ତି ପ୍ରଣବ ପ୍ରକାଶ ଦାସ । ରେଢ଼ାଖୋଲରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ପରେ ଯୁଯୁମରାରେ ଏକ ବିଶାଳ ବାଇକ ରାଲିରେ ସମ୍ବଲପୁର ଗସ୍ତ କରିଛନ୍ତି ପ୍ରଣବ ପ୍ରକାଶ ଦାସ । ସାଙ୍ଗରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ, ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ, ପୂର୍ବତନ ମନ୍ତ୍ରୀ ରୋହିତ ପୂଜାରୀଙ୍କ ସହ ହଜାର ହଜାର ସଂଖ୍ୟାରେ କର୍ମୀ ସାମିଲ ହୋଇଛନ୍ତି ।

ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ’ସାଗରିକା’ର ସଫଳ ପରୀକ୍ଷଣ

ବାଲେଶ୍ୱର: ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ସାଗରିକାର ସଫଳ ପରୀକ୍ଷଣ । ଶନିବାର ଧାମରାର ଅବଦୁଲ କଲାମ ଦ୍ୱୀପରୁ ସନ୍ଧ୍ୟା ୬ଟା ୫୫ରେ ୪ ନମ୍ବର ଲଞ୍ଚ ପ୍ୟାଡରୁ ଏହି ପରୀକ୍ଷଣ କରାଯାଇଥିଲା । ଏହାର ଲକ୍ଷ୍ୟଭେଦ କ୍ଷମତା ୭୫୦ କିମି ରହିଛି । ଏହି ବାଲାଷ୍ଟିକ୍ ମିସାଇଲ ପରୀକ୍ଷଣ ସମୟରେ ଡିଆରଡିଓ, ଭାରତୀୟ ନୌସେନାର ବହୁ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ । ପରୀକ୍ଷଣ ପରେ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ଶକ୍ତିଶାଳୀ ହେବ ବୋଲି ଡିଆରଡିଓ ପକ୍ଷରୁ କୁହାଯାଇଛି । ପୂର୍ବରୁ ଏହି କ୍ଷେପଣାସ୍ତ୍ର ସାଗରିକାକୁ ପ୍ରତିରକ୍ଷା ବିଭାଗ ନୌସେନାରୁ ବ୍ୟବହାର କରାଯାଇଥିଲା ।

ଉପର ମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦରେ ବଢ଼ୁଛି ବନ୍ୟାଜଳ

ସମ୍ବଲପୁର: ଉପର ମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳ ଭଣ୍ଡାରକୁ ଆହୁରି ବଢ଼ୁଛି ବନ୍ୟାଜଳ ପ୍ରବେଶ ମାତ୍ରା । କଲମାର ସମସ୍ତ ଗେଟ୍ ଖୋଲାଥିବାବେଳେ ହୀରାକୁଦ ଡ୍ୟାମ୍ ଭିତରକୁ ପ୍ରତି ସେକେଣ୍ଡରେ ୯୨ ହଜାର ୫୭୩ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଛି । ୩୫ ହଜାର ୧୫୯ ଘନଫୁଟ ଜଳ ବିଭିନ୍ନ କେନାଲ ଦେଇ ନିଷ୍କାସିତ ହେଉଛି । ସେପଟେ ୬୦୬.୪୧ ଫୁଟରେ ପହଞ୍ଚିଲାଣି ହୀରାକୁଦ ଡ୍ୟାମର ଜଳସ୍ତର ।

ଆସୁଛି ଲଘୁଚାପ, ଆସନ୍ତାକାଲିଠୁ ଆରମ୍ଭ ହେବ ବର୍ଷା

ଭୁବନେଶ୍ୱର: ଆସୁଛି ଲଘୁଚାପ । ଆସନ୍ତାକାଲିଠୁ ଆରମ୍ଭ ହେବ ବର୍ଷା । ଆସନ୍ତା ୪ ତାରିଖରୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇପାରେ ଲଘୁଚାପ । ଏହାର ପ୍ରଭାବରେ ଆସନ୍ତାକାଲିଠୁ ୬ ତାରିଖରେ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଆଜି ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଆଦି ଜିଲ୍ଲାରେ ଆଜି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛ । କାଲିଠୁ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି । ବର୍ଷା ସହ ପାଗରେ ଆସିବ ପରିବର୍ତ୍ତନ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁରୁ ଦୁର୍ବଳ ପ୍ରବାହ ଯୋଗୁ ରାଜ୍ୟରେ କିଛି ଦିନ ହେବ ବର୍ଷାର ମାତ୍ରା କମ୍ ରହିଥିବା ବେଳେ ତାପମାତ୍ରାରେ ବି ବୃଦ୍ଧି ଘଟିଛି ।

ଟ୍ବିଟ୍ ଦେଖିବା ଉପରେ ଲାଗିଲା କଟକଣା, ଦିନକୁ ୧୦ ହଜାର ପୋଷ୍ଟ ପଢ଼ିପାରିବେ ଭେରିଫାଏଡ ଆକାଉଣ୍ଟ

ନୂଆଦିଲ୍ଲୀ: ଟୁଇଟର ୟୁଜର୍ସଙ୍କ ପାଇଁ ନୂଆ କଟକଣା । ୬ ଘଣ୍ଟାରେ ୩ଥର ଟୁଇଟରର ନୂଆ ଲିମିଟ୍ ବଦଳାଇଲେଣି ଏଲନ ମସ୍କ । ଏଣିକି ଟ୍ୱିଟର୍‌ରେ ଦିନକୁ କେତେ ପୋଷ୍ଟ ଦେଖି ପାରିବେ? ତା’ର ସୀମା ନିର୍ଦ୍ଧାରଣ କରିଛନ୍ତି ଏଲନ ମସ୍କ । ଡାଟା ଚୋରି ଓ ସିଷ୍ଟମ ଜାଲିଆତିକୁ ରୋକିବାକୁ ଟ୍ୱିଟର ଆକାଉଣ୍ଟଧାରୀଙ୍କ ଉପରେ କଟକଣା ଲଗାଯାଇଛି । ଅସ୍ଥାୟୀ ଭାବେ ଏହି କଟକଣା ଲାଗୁ କରାଯାଉଥିବା ଟ୍ୱିଟ କରି ଜଣାଇଛନ୍ତି ଏଲନ ମସ୍କ । ଭେରିଫାଏଡ ଆକାଉଣ୍ଟ ଦିନକୁ ୧୦ ହଜାର ପୋଷ୍ଟ ପଢ଼ି ପାରିବେ। ସେହିପରି ଭେରିଫାଏଡ ହୋଇ ନଥିବା ଆକାଉଣ୍ଟଧାରୀ ଦିନକୁ ୧ ହଜାର ଓ ନୂଆ କରି ଖୋଲିଥିବା ବା ନୂଆ ଅନଭେରିଫାଏଡ ଆକାଉଣ୍ଟଧାରୀ ସର୍ବାଧିକ ୫୦୦ଟି ପୋଷ୍ଟ ପଢ଼ି ପାରିବେ। ପୂର୍ବରୁ ଭେରିଫାଏଡ୍ ଆକାଉଣ୍ଟ ଦିନକୁ ୬ ହଜାର, ଅନଭେରିଫାଏଡ୍ ଆକାଉଣ୍ଟଧାରୀ ୬୦୦ ଓ ନୂଆ ଆକାଉଣ୍ଟଧାରୀ ସର୍ବାଦିକ ୩୦୦ଟି ପୋଷ୍ଟ ପମି ପାରିବେ ବୋଲି ଟ୍ୱିଟ୍ କରିଥିଲେ ମସ୍କ ।

ବିଭିନ୍ନ ସଂଗଠନ ଟ୍ୱିଟର ତଥ୍ୟକୁ ବେଶ୍ ସକ୍ରିୟ ଭାବେ ଚୋରି କରୁଥିବା ଅଭିଯୋଗ ରହିଛି । ଏହାଦ୍ୱାରା ଟ୍ୱିଟର ଆକାଉଣ୍ଟଧାରୀଙ୍କ ଉପରେ ପ୍ରଭାବ ପଡ଼ୁଛି । ସେ ଓପନଏଆଇ, ଚ୍ୟାଟଜିପିଟି ଭଳି କୃତ୍ରିମ ବୃଦ୍ଧିର କମ୍ପାନୀଗୁଡ଼ିକ ଉପରେ ମଧ୍ୟ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ । ଟ୍ୱିଟର ତଥ୍ୟକୁ ଏହି କମ୍ପାନୀଗୁଡ଼ିକ ନେଇ ସେମାନଙ୍କ ଭାଷାର ମଡେଲରେ ବ୍ୟବହାର କରୁଥିବା କହିଥିଲେ ।

 

ବୈତରଣୀକୁ ଧସିଲା ୨ ଶହ ଫୁଟର ନଦୀବନ୍ଧ

ଆରଡି: ବୈତରଣୀକୁ ଧସିଲା ୨ ଶହ ଫୁଟର ନଦୀବନ୍ଧ । ନିମ୍ନମାନର କାମ ଯୋଗୁ ନଦୀର ଜୁଆର ଢେଉରେ କୋଟିଏ ଟଙ୍କାର କାମ ୧୫ ଦିନରେ ଧୋଇ ଗଲାଣି । ଆତଙ୍କିତ ଷାଠିବାଙ୍କୁଡା ଓ ବୋଡକ ୨ଟି ଗାଁର ନଦୀକୂଳିଆ ଲୋକ । ଆଖଣ୍ଡଳମଣି ଯାଜପୁର ମୁଖ୍ଯ ଜାତୀୟ ରାଜପଥ ବିଛିନ୍ନ ହେବା ଆଶଙ୍କା ରହିଛି । ଭଦ୍ରକ ଜିଲା ଷାଠିବାଙ୍କୁଡା ଠାରେ ପ୍ରବାହିତ ବୈତରଣୀ ନଦୀକୁ ଗତକାଲି ରାତିରେ ପାଖାପାଖି ୨ଶହ ଫୁଟର ସୁରକ୍ଷା ବନ୍ଧ ଧସିଯାଇଛି । ବର୍ଷାଋତୁକୁ ଆଖି ଆଗରେ ରଖି ଯାଜପୁର ଜଳସେଚନ ବିଭାଗ ପକ୍ଷରୁ ପ୍ରାୟ ୧ କୋଟି ଟଙ୍କା ବ୍ଯୟରେ ବନ୍ଧର ସ୍ଥାୟୀ ମରାମତି ପାଇଁ ମାଟି ପକାଯାଇଥିଲା । ଏହାସହ ମାଟି ଯେପରି ଜୁଆର ଓ ବନ୍ଯାପାଣିରେ ଧୋଇ ନଯିବ ସେଥିପାଈଁ ପଥର ପ୍ଯାକିଂ କରାଯାଇଥିଲା । ହେଲେ କାମ ହେବାର ୧୫ଦିନ ଯାଇନାହିଁ, ନଦୀ ମଧ୍ଯକୁ ପଥର ଧସିଯାଇଥିବା ବେଳେ ବନ୍ଧର ବଡବଡ ଫାଟ ସୃଷ୍ଟି ହୋଇଛି । ଫଳରେ ଷାଠିବାଙ୍କୁଡା ଗାଁ ସହ ପାଖ ବୋଡକ ଗାଁର ନଦୀକୂଳିଆବାସୀ ଏବେ ଭୟଭୀତ ହୋଇପଡିଛନ୍ତି ।

ଆସନ୍ତାକାଲି ପୂର୍ଣ୍ଣିମା ତିଥି ଥିବାରୁ ନଦୀରେ ଜୁଆର ଢେଉ ବୃଦ୍ଧି ପାଇବ । ଯଦି ବନ୍ଧ ସମ୍ପୂର୍ଣ୍ଣ ଧସିଯାଏ, ତାହାଲେ ବନ୍ଧକୁ ଲାଗି ଥିବା ଆଖଣ୍ଡଳମଣି ଯାଜପୁର ଜାତୀୟ ରାଜପଥ ପ୍ରଭାବିତ ହେବା ସହ ବିଛିନ୍ନ ହେବାର ଆଶଙ୍କା ଦେଖାଦେଇଛି ।

 

ବାହାନଗା ଟ୍ରେନ ଦୁର୍ଘଟଣାକୁ ପୂରିଲା ୩୦ ଦିନ, ମୃତକଙ୍କ ପରିବାର ଆଖିରୁ ଶୁଖୁନି ଲୁହ 

ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାକୁ ପୂରିଲା ୩୦ ଦିନ । ଏବେ କାନ୍ଦୁଛନ୍ତି ମୃତକଙ୍କ ପରିବାର । ସେଦିନର ସେହି କାଳ ରାତିକୁ ଭୁଲିପାରିନାହାନ୍ତି ଓଡ଼ିଶାବାସୀ । ଆଜିର ଦିନରେ ସଂଧ୍ୟା ୭ଟା ସମୟରେ ବାହାନଗାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ । ହଠାତ୍ ଚାରିଆଡ଼େ ବ୍ୟାପିଯାଇଥିଲା ଦୁର୍ଘଟଣାର ସେହି ଭୟନକ ଖବର । ଦୁର୍ଘଟଣାରେ କିଏ ବାପାଙ୍କୁ ହରାଇଛି ତ ଆଉ କିଏ ମାଆ ଓ ଭାଇଙ୍କୁ ବି ହରାଇଛି । କିଏ ମାଙ୍କୁ ହରାଇଛି ।

ଦୁର୍ଘଟଣାରେ ମୋଟ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଥିଲେ । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏବେବି ଏମ୍ସରେ ପରିବାର ଲୋକଙ୍କୁ ହସ୍ତାନ୍ତର ହେଉଛି ମୃତଦେହ । ଡିଏନଏ ଟେଷ୍ଟ ପରେ ଆତ୍ମୀୟଙ୍କୁ ହସ୍ତାନ୍ତର କରାଯାଉଛି ମୃତଶରୀର ।