ବାହାନଗା ଟ୍ରେନ ଦୁର୍ଘଟଣାକୁ ପୂରିଲା ୩୦ ଦିନ, ମୃତକଙ୍କ ପରିବାର ଆଖିରୁ ଶୁଖୁନି ଲୁହ 

ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାକୁ ପୂରିଲା ୩୦ ଦିନ । ଏବେ କାନ୍ଦୁଛନ୍ତି ମୃତକଙ୍କ ପରିବାର । ସେଦିନର ସେହି କାଳ ରାତିକୁ ଭୁଲିପାରିନାହାନ୍ତି ଓଡ଼ିଶାବାସୀ । ଆଜିର ଦିନରେ ସଂଧ୍ୟା ୭ଟା ସମୟରେ ବାହାନଗାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ । ହଠାତ୍ ଚାରିଆଡ଼େ ବ୍ୟାପିଯାଇଥିଲା ଦୁର୍ଘଟଣାର ସେହି ଭୟନକ ଖବର । ଦୁର୍ଘଟଣାରେ କିଏ ବାପାଙ୍କୁ ହରାଇଛି ତ ଆଉ କିଏ ମାଆ ଓ ଭାଇଙ୍କୁ ବି ହରାଇଛି । କିଏ ମାଙ୍କୁ ହରାଇଛି ।

ଦୁର୍ଘଟଣାରେ ମୋଟ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଥିଲେ । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏବେବି ଏମ୍ସରେ ପରିବାର ଲୋକଙ୍କୁ ହସ୍ତାନ୍ତର ହେଉଛି ମୃତଦେହ । ଡିଏନଏ ଟେଷ୍ଟ ପରେ ଆତ୍ମୀୟଙ୍କୁ ହସ୍ତାନ୍ତର କରାଯାଉଛି ମୃତଶରୀର ।