spot_img
Home Blog Page 288

ଆସନ୍ତାକାଲି ନୂଆପଡ଼ା ଭୋଟ ; ନୂଆପଡାରୁ ବୁଥ ଅଭିମୁଖେ ବାହାରିଛନ୍ତି ପୋଲିଂ ପାର୍ଟି

ନନ୍ଦିଘୋଷ ବ୍ୟୁରୋ : ଆସନ୍ତାକାଲି ନୂଆପଡ଼ା ଭୋଟ । ନୂଆପଡାରୁ ବୁଥ ଅଭିମୁଖେ ବାହାରିଛନ୍ତି ପୋଲିଂ ପାର୍ଟି। ଆଜି  ଅପରାହ୍ନ ସୁଦ୍ଧା ବିଭିନ୍ନ ବୁଥରେ ପହଞ୍ଚିବେ ସମସ୍ତ ଟିମ୍ । ତେଣୁ ଶେଷ ହୋଇଗଲାଣି ସମସ୍ତ ପ୍ରସ୍ତୁତି । କିଭଳି ଭାବେ  ସୁରକ୍ଷିତ ଭାବେ ପୋଲିଂ ପାର୍ଟି ପହଞ୍ଚିବେ ସେଥିପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା କହିଛନ୍ତି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ । ସେପଟେ ମାଓ ପ୍ରବଣ ଅଂଚଳରେ କିଭଳି EVMପହଞ୍ଚିବ ସେନେଇ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ନୂଆପଡା ଉପ ନିର୍ବାଚନ ପାଇଁ ଆଜି ମାଓ ପ୍ରବଣ ଅଞ୍ଚଳକୁ ଯାଉଛି ଇଭିଏମ୍ । ନୂଆପଡ଼ା ନିର୍ବାଚନ ମଣ୍ଡଳୀର ସୁନାବେଡ଼ା ଅଞ୍ଚଳର ଯେଉଁ ୮ ଟି ମାଓ ପ୍ରବଣ ଅଞ୍ଚଳ ଅଛି ସେହି ସ୍ଥାନକୁ ଆଜି ବାୟୁସେନାର ସ୍ଵତନ୍ତ୍ର ହେଲିକେପ୍ଟର ଯୋଗେ EVMକୁ ଏୟାର ଲିଫ୍ଟ କରାଯାଉଛି ଯେହେତୁ ଏହି ଅଞ୍ଚଳରେ ମୋବାଇଲ ନେଟୱର୍କ ନାହିଁ ଓ ସମ୍ପୂର୍ଣ ମାଓ ପ୍ରବଣ ତେଣୁ EVMକୁ ଏୟାର ଲିଫ୍ଟ କରିବାପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ ତେବେ କିଭଳି ସୁରକ୍ଷିତ ଭାବେ ଏୟାର ଲିଫ୍ଟ କରାଯିବ ଏନେଇ ଲାଗି ପଡ଼ିଛି ଜିଲ୍ଲା ପ୍ରଶାସନ । ନୂଆପଡା ଗୋତମା ଏୟାର ଷ୍ଟ୍ରିଫରେ ପହଞ୍ଚିଲେ ୪୦ ଜଣିଆ ପୋଲିଂ ପାର୍ଟି ।   ଗୋତମା ଏୟାର ଷ୍ଟ୍ରିପରୁ ମାଓ ପ୍ରବଣ ସୁନାବେଡ଼ା ଅଞ୍ଚଳକୁ ଯିବ ଟିମ । ବାୟୁ ସେନାର ସ୍ଵତନ୍ତ୍ର ବିମାନରେ ଯିବେ ଟିମ୍  । କଡା ସୁରକ୍ଷାର ଯିବ ଟିମ୍ ।

 

ଅନଲାଇନରେ ମହାପ୍ରସାଦ ଯୋଗାଇବା ବିଜ୍ଞାପନ ଦେଇ ଜଣେ ଗିରଫ

ନନ୍ଦିଘୋଷ ବ୍ୟୁରୋ : ଅନଲାଇନରେ ମହାପ୍ରସାଦ ଯୋଗାଇବା ବିଜ୍ଞାପନ ଦେଇ ଜଣେ ଗିରଫ। ଗିରଫ ହେଉଛନ୍ତି ଭୁବନେଶ୍ୱରର ରିଅଲ୍ ଇଷ୍ଟେଟ୍ ବ୍ୟବସାୟୀ  ଡିସ୍ପୋଜା ପଟ୍ଟନାୟକ। SHREE PRASAD.ORG ନାମକ ୱେବସାଇଟରେ ଅନଲାଇନ ମହାପ୍ରସାଦ ଅର୍ଡର ନେଇ ଦିଆଯାଇଥିଲା ବିଜ୍ଞାପନ। ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଏନେଇ ସିଂହଦ୍ଵାର ଥାନାରେ ଏତଲା ଦେଇଥିଲେ । ୱେବସାଇଟରେ ଦିଆଯାଇଥିଲା ମୋବାଇଲ ନମ୍ବର। ୱେବସାଇଟରେ ଏଭଳି କାର୍ଯ୍ୟକଳାପ ମନ୍ଦିରର ପ୍ରତିଛବି ଏବଂ ପବିତ୍ରତାକୁ ବାଧା ଦେବାସହ ଭକ୍ତଙ୍କ ଧାର୍ମିକ ଭାବନାକୁ କରିଥିଲା ଆଘାତ। ଗିରଫ ବ୍ୟକ୍ତିଙ୍କ ବିରୁଦ୍ଧରେ ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି। ସେପଟେ ଯେକୌଣସି ବ୍ୟକ୍ତିବିଶେଷ ଅନଲାଇନରେ ମହାପ୍ରସାଦ ବିକ୍ରି କରିବା ଘଟଣା ନଜରକୁ ଆସିଲେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ପ୍ରତୀକ୍ ସିଂ କହିଛନ୍ତି।

 

୨ ମିନିଟ ବିଳମ୍ବରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ମିଳିଲା ଏମିତି ଦଣ୍ଡ

ନନ୍ଦିଘୋଷ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟପ୍ରଦେଶର ପଚମାଢ଼ିରେ ଏକ କଂଗ୍ରେସ ତାଲିମ ଶିବିରରେ ଦୁଇ ମିନିଟ ବିଳମ୍ବରେ ପହଞ୍ଚିଥିଲେ। ଏହି ବିଳମ୍ବ ପାଇଁ ତାଙ୍କୁ ଦଣ୍ଡ ଦିଆଯାଇଥିଲା। ସେ ଦଣ୍ଡ ଗ୍ରହଣ କରିଥିଲେ। ଜଣେ ଦଳୀୟ କର୍ମୀଙ୍କ ଅନୁଯାୟୀ ତାଙ୍କୁ ଦଣ୍ଡ ସ୍ବରୂପ ତାଙ୍କୁ ଦଶଟି ପୁସ-ଅପ ‘ଦଣ୍ଡ’ ମାରିବାକୁ ପଡିଥିଲା । ସଂଗଠନ ସୃଷ୍ଟି ଅଭିଯାନ (SSA) ଅଧୀନରେ ଶିବିରରେ ବିଳମ୍ବରେ ପହଞ୍ଚିବା ପାଇଁ ରାହୁଲ ଗାନ୍ଧୀ ଦଶଟି ପୁସ-ଅପ ‘ଦଣ୍ଡ’ ମାରିଥିଲେ । AICC ତାଲିମ ବିଭାଗର ମୁଖ୍ୟ ସଚିନ ରାଓ ଅଂଶଗ୍ରହଣକାରୀମାନଙ୍କୁ ‘ଦଶଟି ପୁସ-ଅପ ଦଣ୍ଡ’ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଭିଯାନ ନଭେମ୍ବର ୧୧ରେ ଶେଷ ହୋଇଛି।

କଂଗ୍ରେସ ମିଡିଆ ସଂଯୋଜକ ଅଭିନବ ବାରୋଲିଆ କହିଛନ୍ତି, ଏହା ରାହୁଲ ଗାନ୍ଧୀଙ୍କ ପାଇଁ ନୂଆ କିମ୍ବା ଆଶ୍ଚର୍ଯ୍ୟଜନକ ନୁହେଁ। ଆମେ ଆମ ଶିବିରରେ ଶୃଙ୍ଖଳାକୁ କଡ଼ାକଡ଼ି ପାଳନ କରୁ । ସେ କହିଛନ୍ତି ଦଳ ଗଣତାନ୍ତ୍ରିକ ସମସ୍ତ ସଦସ୍ୟଙ୍କ ପାଇଁ ନିୟମ ସମାନ। ସମସ୍ତଙ୍କୁ ସମାନ ବ୍ୟବହାର କରାଯାଏ। ଆମ ଦଳରେ ଭାଜପା ପରି କୌଣସି ଏକଛତ୍ରବାଦ ନାହିଁ। ରାହୁଲ ଗାନ୍ଧୀ ପରେ ନିର୍ବାଚନ ପ୍ରଚାର ପାଇଁ ବିହାର ଯାଇଥିଲେ।

ସଚିନ ରାଓଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଥିଲେ, ଶିବିରର ଅଧିକ ବିବରଣୀ ଆଲୋଚନା କରିବାକୁ ତାଙ୍କର ସ୍ବାଧୀନତା ନାହିଁ। ଦଳୀୟ ସଂଗଠନକୁ ମଜଭୁତ କରିବା ପାଇଁ ଏକ ପଦକ୍ଷେପ ସ୍ବରୂପ ଏହା ପାଞ୍ଚ ମାସ ମଧ୍ୟରେ ବିରୋଧୀ ଦଳ ନେତାଙ୍କ ମଧ୍ୟପ୍ରଦେଶର ଦ୍ୱିତୀୟ ଗସ୍ତ ଥିଲା। ଗତ ବର୍ଷ ଡିସେମ୍ବରରେ ବେଲାଗାଭିରେ କଂଗ୍ରେସ କାର୍ଯ୍ୟକାରିଣୀ (CWC) ବୈଠକ ସମୟରେ ସର୍ବଶିକ୍ଷା ଅଭିଯାନ (SSA) ଘୋଷଣା କରାଯାଇଥିଲା ।

ପ୍ରବାସୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ିଲା ; ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା

ନନ୍ଦିଘୋଷ ବ୍ୟୁରୋ : ମାଲେସିଆ ଉପକୂଳରେ ପ୍ରବାସୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ିଲା। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଡଙ୍ଗାରେ ଥିଲେ ପ୍ରାୟ ୯୦ ଜଣ ଯାତ୍ରୀ। ୧୩ ଜଣଙ୍କୁ ଜୀବୀତ ଉଦ୍ଧାର କରାଯାଇଛି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଂକା କରାଯାଉଛି। ମିଆଁମାରରୁ ପ୍ରବାସୀଙ୍କୁ ନେଇ ମାଲେସିଆ ଯାଉଥିଲା ଏହି ଡଙ୍ଗା। ଥାଇଲାଣ୍ଡ ସୀମା  ନିକଟରେ ପ୍ରବାସୀଙ୍କୁ ନେଇ ଯାଉଥିବାବେଳେ ଏହି ଡଙ୍ଗା ବୁଡ଼ିଯାଇଥିଲା। ଡଙ୍ଗାଟି ବେଆଇନ ଭାବେ ଯାତ୍ରା କରୁଥିବା ପ୍ରବାସୀଙ୍କୁ ନେଇ ଯାଉଥିଲା। ଯେଉଁମାନେ ମିଆଁମାରରୁ ମାଲେସିଆ ଯାଉଥିଲେ। ମୋଟ ୩ଶହ ଯାତ୍ରୀ ବେଆଇନ ଭାବେ ଏକାଧିକ ଡଙ୍ଗାରେ ଯାତ୍ରା କରୁଥିବା ଜଣାପଡିଛି। ଥାଇଲ୍ୟାଣ୍ଡର ତାରୁତାଓ ଦ୍ୱୀପ ନିକଟରେ ବୁଡ଼ିଯାଇଥିଲା ପ୍ରବାସୀଙ୍କୁ ନେଇ ଯାଉଥିବା ଡଙ୍ଗା। ଅନ୍ୟ ଦୁଇଟି ଜାହାଜ ମଧ୍ୟ ନିଖୋଜ ହୋଇଯାଇଥିବା ଜଣାପଡିଛି।

କାଶ୍ମୀରରୁ ଗିରଫ ଆତଙ୍କବାଦୀ ବତାଇଲା ଠିକଣା: ଫରିଦାବାଦରୁ ୩ ଶହ କେଜି RDX ଜବତ, ବଡ଼ ଷଡଯନ୍ତ୍ର ଉପରୁ ହଟିଲା ପରଦା

କାଶ୍ମୀରରୁ ଗିରଫ ଆତଙ୍କବାଦୀ ବତାଇଲା ଠିକଣା: ଫରିଦାବାଦରୁ ୩ ଶହ କେଜି RDX ଜବତ, ବଡ଼ ଷଡଯନ୍ତ୍ର ଉପରୁ ହଟିଲା ପରଦା

ନନ୍ଦିଘୋଷ ବ୍ୟୁରୋ: ଜମ୍ମୁ ଓ କାଶ୍ମୀର ପୋଲିସକୁ ମିଳିଛି ବଡ଼ ସଫଳତା । କାଶ୍ମୀରରୁ ଗିରଫ ଆତଙ୍କବାଦୀ ଡକ୍ତର ଆଦିଲ ଅହମ୍ମଦ ରାଠର ତଥ୍ୟ ଅନୁସାରେ ହରିୟାଣାର ଫରିଦାବାଦରୁ ୩୦୦ କେଜି ଆରଡିଏକ୍ସ, ଗୋଟିଏ ଏକେ-୪୭ ରାଇଫଲ ଓ ପ୍ରଚୁର ପରିମାଣରେ ଗେଳା, ବାରୁଦ ଜବତ କରିଛି । ପଚରାଉଚରା ବେଳେ ଆଦିଲ ବହୁତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଛି । ଏହାପୂର୍ବରୁ କାଶ୍ମୀରରେ ତା’ ଲକରରୁ ଏକେ-୪୭ ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର ମିଳିଥିଲା ।

ପଚରା ଉଚରାରୁ ଜଣାପଡିଛି, କାଶ୍ମୀର ବାସିନ୍ଦା ଅନ୍ୟ ଜଣେ ଡକ୍ତର ଡ. ମୁଜମିଲ ଫରିଦାବାଦରେ ଏହି ଅସ୍ତର୍ଶସ୍ତ୍ର ଓ ଗୋଳାବାରୁଦ ଲୁଚାଇ ରଖିଥିଲା । ଉଭୟ ଏବେ ଜମ୍ମୁ ଓ କାଶ୍ମୀର ଜେଲରେ ରହିଛନ୍ତି ।

ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା

ଆଦିଲକୁ ପଚରାଉଚରା ବେଳେ ମିଳିଥିବା ସୂଚନା ଅନୁସାରେ ଜମ୍ମୁ ଓ କାଶ୍ମୀର ପୋଲିସ ଫରିଦାବାଦରେ ଚଢ଼ାଉ କରିଥିଲା । ଜବତ ବିସ୍ଫୋଟକକୁ ଦେଖି ଅନୁମାନ କରାଯାଉଛି, ଏମାନେ ବଡ଼ ଧରଣର ଆକ୍ରମଣ ଷଡଯନ୍ତ୍ରର ଅଂଶ ହୋଇପାରନ୍ତି । ତଦନ୍ତକାରୀ ସଂସ୍ଥା ଏବେ ଏହି ନେଟଓ୍ବର୍କର ସହ ସମ୍ପୃକ୍ତ ଅନ୍ୟ ମାନଙ୍କୁ ଧରିବାକୁ ଧଡ଼ପଗଡ଼ ଆରମ୍ଭ କରିଦେଇଛି ।

ଶ୍ରୀନଗର ପୋଲିସର ଅପରେଶନ ଅଧୀନରେ ଏହାର ଖଉଲାସା ହୋଇଛି । ଯାଞ୍ଚ ବେଳେ ଏକ ଡକ୍ତର ନେଟଓ୍ବର୍କ ଉପରେ ନଜର ରଖାଯାଇଥିଲା । ଏମାନଙ୍କ ସମ୍ପର୍କ ଆତଙ୍କବାଦୀ ସଙ୍ଗଠାନ ଜେଶ ଏ ମୋହମ୍ମଦ ଓ ଗଜବତି ଉଲ ହିନ୍ଦ ସହ ଥାଇ ପାରେ ବୋଲି ପୋଲିସ ସନ୍ଦେହ କରୁଛନ୍ତି । ଯାଞ୍ଜରୁ ଏହା ମଧ୍ୟ ଜଣାପଡ଼ିଛି, ଡ. ମୁଜମିଲ ଫରିଦାବାଦର ଅଲ ଫଲାହ ମେଡିକାଲ କଲେଜରେ ଜୁନିୟର ଡାକ୍ତର ଭାବେ କାମ କରୁଥିଲା ।

ଜେଲରେ ବନ୍ଦ ଗ୍ୟାଙ୍ଗଷ୍ଟର ରାଜେଶ ମିଶ୍ରାଙ୍କ ପରିବାରର ପୂରା କୁଣ୍ଡଳି: ଘରୁ ବାହାରିଲା ଏତେ ଟଙ୍କା, ୨୨ ଘଣ୍ଟା ଗଣି ଗଣି ପୋଲିସ ହାଲିଆ

ଜେଲରେ ବନ୍ଦ ଗ୍ୟାଙ୍ଗଷ୍ଟର ରାଜେଶ ମିଶ୍ରାଙ୍କ ପରିବାରର ପୂରା କୁଣ୍ଡଳି: ଘରୁ ବାହାରିଲା ଏତେ ଟଙ୍କା, ୨୨ ଘଣ୍ଟା ଗଣି ଗଣି ପୋଲିସ ହାଲିଆ

ନନ୍ଦିଘୋଷ ବ୍ୟୁରୋ: ଉତ୍ତର ପ୍ରଦେଶ ପୋଲିସ ଇତିହାସରେ ପ୍ରଥମ ଘଟଣା । ଚୋରା ଚାଲାଣ ମାମଲା ଗିରଫ ହୋଇ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ରାଜେଶ ମିଶ୍ରା ଘରୁ ମିଳିଲା ଏତେ ଟଙ୍କା ଯେ ଗଣି ଗଣି ପୋଲିସ ହାଲିଆ ହୋଇଗଲା । ପୋଲିସକୁ ଟଙ୍କା ଗଣିବାକୁ ଲାଗିଗଲା ୨୨ ଘଣ୍ଟା । ରାଜେଶ ଘରୁ ମୋଟ ୨.୦୧ କୋଟି ଟଙ୍କା, ୬ କିଲୋ ଗଞ୍ଜେଇ, ୫୭୭ ଗ୍ରାମ ସ୍ମାକ ଜବତ ହୋଇଛି । ରାଜେଶ ଜେଲରେ ରହି ଚୋରା ଚାଲାଣର ପୂରା ନେଟଓ୍ବର୍କ ଚଲାଉଥିଲା । ରାଜେଶର ପତ୍ନୀ ରାନି ଓ ପରିବାରର ଅନ୍ୟ ସଦସ୍ୟ ଗ୍ୟାଙ୍ଗର କାମ ବୁଝୁଥିଲେ । ୧୦, ୨୦, ୫୦, ୧୦୦ ଟଙ୍କିଆ ବିଡ଼ା ବିଡ଼ା ଟଙ୍କା ଜବତ ହୋଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି, ରାଜେଶର ସ୍ତ୍ରୀ ରାନି, ପୁଅ ବିନାୟକ, ଝିଅ କୋମଲ, ଅଜିତ ମିଶ୍ର ଏବଂ ଅଜିତର ପୁଅ ୟଶ ।

୯ ନଭେମ୍ବର ସକାଳ ପ୍ରାୟ ସାଢ଼େ ୮ଟାରେ ପ୍ରୟାଗରାଜର ମାନିକପୁର ଥାନା ଅନ୍ତର୍ଗତ ମୁନ୍ଦିପୁର ଗାଁରେ ହଠାତ ପୋଲିସର ଏକାଧିକ ଗାଡି ଲାଗିଥିଲା । ଗାଁରେ ଥିବା ଏକ ପୁରୁଣା ପକ୍କା ଘର ଆଗରେ ଗାଡିଗୁଡିକ ଅଟକି ଥିଲା । ପୋଲିସକୁ ସୂଚନା ମିଳିଥିଲା, ଜେଲରେ ବନ୍ଦ ରାଜେଶ ଏହି ଘରୁ ତା’ କଳା ସାମ୍ରାଜ୍ୟର ନେଟଓ୍ବର୍କ ଚଲାଉଛି । ପ୍ରଥମେ ମଦ, ପରେ ଜମି କାରବାର ଓ ଏବେ ନିଶା କାରବାର ପାଇଁ ରାଜେଶ ପୂରା ଉତ୍ତର ପ୍ରଦେଶରେ କୁଖ୍ୟାତ । ଜେଲରେ ଥାଇ ରାଜେଶ ଡିଲ ଫାଇନାଲ କରିଥାଏ । ଆଉ ବାହାରେ ରାହି ତା’ ପରିବାର ଡେଲିଭରି ଓ ଟଙ୍କା ଆଦାୟ କରୁଥିଲେ ।

୨୨ ଘଣ୍ଟା ଟଙ୍କା ଗଣା

ପୋଲିସ କବାଟ ବାଢେଇବା ପରେ ପ୍ରଥମେ ରାଜେଶଙ୍କ ପରିବାର ଭିତରୁ ଲକ୍ କରି ଦେଇଥିଲେ । ପରେ ସେମାନେ କବାଟ ଖୋଲିବା ପରେ ପୋଲିସ ବଳ ଘରେ ପଶିଥିଲେ । ସେତେବେଳେ ଘରେ ରାଜେଶର ପତ୍ନୀ ରାନି, ପୁଅ ବିନାୟକ, ଝିଅ କୋମଲ, ସମ୍ପର୍କୀୟ ୟଶ ଏବଂ ଅଜିତ ମିଶ୍ରା ଥିଲେ । ଘର ଭିତର ଦୃଶ୍ୟ ଦେଖି ପୋଲିସ ଆଖି ତରାଟି ଯାଇଥିଲା । ଚାରିଆଡେ ଟଙ୍କା ବିଡ଼ା ଥୁଆ ହୋଇଥିବା ବେଳେ ବସ୍ତାରେ ଗଞ୍ଜେଇ ଓ ଲୁହା ଟ୍ରଙ୍କରେ ସ୍ମାକ ରଖାଯାଇଥିଲା । ଆଉ ଘରର କୋଟିଏ କୋଣରେ ଟଙ୍କା ଗଣିବାକୁ ଏକ ମେସିନ ଥୁଆ ହୋଇଥିଲା । ପୋଲିସ ୨ କୋଟି ୧ ଲକ୍ଷ ୫୫ ହଜାର ୩୪୫ ଟଙ୍କା ନଗତ ଜବତ କରିଥିଲା । ସେହିପରି ଜବତ ଗଞ୍ଜେଇ ଓ ସ୍ମାକର ମୂଲ୍ୟ ଆନୁମାନିକ ୩ କୋଟି ଟଙ୍କା ହେବ । ଚଢାଇ ମାତ୍ର ତିନି ଘଣ୍ଟାର ଥିଲା । ହେଲେ ଏତେ ଟଙ୍କା ଜବତ ହେଲା ଯେ, ଗଣିବାକୁ ୨୨ ଘଣ୍ଟା ଲାଗିଗଲା ।

ପୂର୍ବରୁ ସିଜ ହୋଇଛି ୩ କୋଟିରୁ ଅଧିକ ଟଙ୍କା

ତଦନ୍ତରୁ ଜଣାପଡ଼ିଛି ରାନି ଏବଂ ବିନାୟକ ରାଜେଶକୁ ଜେଲରୁ ବାହାର କରିବାକୁ ନକଲି କାଗଜପତ୍ର ପ୍ରସ୍ତୁତ କରି ଜାମିନ କରାଇ ସାରିଛନ୍ତି । ଏହା ଜଣାପଡ଼ିବା ପରେ ତାଙ୍କ ଉପରେ ଠକେଇ, ଷଡଯନ୍ତ୍ର ଓ ଗ୍ୟାଙ୍ଗଷ୍ଟର ଆକ୍ଟ ସମେତ ଏକାଧିକ ଧାରାରେ ମାମଲା ରୁଜୁ କରାଯାଇଛି । ପୋଲିସ ରେକର୍ଡ ଅନୁସାରେ ପୂର୍ବରୁ ଏହି ପରିବାରର ୩ କୋଟି ୬ ଲକ୍ଷ ୨୬ ହଜାର ୮୯୫ ଟଙ୍କାର ସ୍ଥାବର, ଅସ୍ଥାବର ସମ୍ପତ୍ତି ଜବତ କରାଯାଇଛି ।

ରାନି ମିଶ୍ରା: ଘରେ ବସି ମାଫିଆ କ୍ବିନ୍

ସ୍ଥାନୀୟ ପୋଲିସ ଅନୁସାରେ, ରାଜେଶ ମିଶ୍ରାର ପତ୍ନୀ ରାନି କେବଳ ଗୃହଣୀ ନଥିଲା । ରାଜେଶ ଜେଲ ଯିବା ପରେ ପୂରା କାମ ସେ ବୁଝୁଥିଲା । ଗାଁ ଲୋକେ ଏହି ପରିବାରକୁ ଏତେ ଡରୁ ଥିଲେ ଯେ କେହି ତା’ ଘର ଆଡ଼କୁ ଆଖି ଉଠାଇ ଚାହିଁବାକୁ ସାହସ କରୁ ନଥିଲେ । ଗ୍ରାମବାସୀଙ୍କ ଅନୁସାରେ, ଘର ଆଗରେ କେବେ କେବେ ଟ୍ରକ ଛିଡ଼ା ହେଉଥିଲା । କିଛି ଲୋକ ଯିବା ଆସିବା କରୁଥିଲେ । ଏ କଥା ପୂରା ଗାଁ ଜାଣିଥିଲା, ହେଲେ କେହି ମୁହଁ ଖୋଲିବାକୁ ସାହସ କରୁ ନଥିଲେ । କେଉଁ ଅଞ୍ଚଳକୁ କେତେ ମାଲ ଯିବ ଓ କେତେ ଟଙ୍କା ଆସିବା ତାହା ରାନି ଘରେ ବସି ଠିକ କରୁଥିଲା । ଜେଲରେ ଥିବା ସ୍ବାମୀ ରାଜେଶ ସହ ପ୍ରତିଦିନ ଫୋନରେ କଥା ହେଉଥିଲା । ଆଉ ରାଜେଶ କହିବା ଅନୁସାରେ ଡିଲ୍ ଫାଇନାଲ ହେଉଥିଲା ।

ବିହାର ପାଟନା ଦାନାପୁରରେ ଅଘଟଣ ; ଛାତ ଧସି ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ : ବିହାର ପାଟନା ଦାନାପୁରରେ ଅଘଟଣ। ଛାତ ଧସି ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି। ରାତିରେ ଶୋଇଥିବାବେଳେ ଧସିଲା ଘରର ଛାତ। ୩ ପିଲାଙ୍କ ସମେତ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି।  ଛାତର ଭଗ୍ନାବଶେଷ ତଳେ ଦବି ହୋଇ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି। ଦାନାପୁର ଦିଆରା ଅଞ୍ଚଳର ମାନସ ଗାଁରେ ଘଟିଛି ଏ ଅଘଟଣ। ମହମ୍ମଦ ବବଲୁ ନାମକ ବ୍ୟକ୍ତିଙ୍କ ସହ ତାଙ୍କ ସ୍ତ୍ରୀ ଏବଂ ତିନି ପିଲାଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ସେମାନେ ଘର ଭିତରେ ଶୋଇଥିବା ବେଳେ ପୁରୁଣା ଛାତର ଏକ ବଡ଼ ଅଂଶ ସେମାନଙ୍କ ଉପରେ ପଡ଼ିଗଲା। ଦୁର୍ଘଟଣାରେ ମହମ୍ମଦ ବବଲୁ, ତାଙ୍କ ସ୍ତ୍ରୀ ଏବଂ ତିନି ପିଲାଙ୍କ ଦୁଃଖଦ ମୃତ୍ୟୁ ଘଟିଛି।

ରବିବାର ରାତି ପ୍ରାୟ ୯:୪୫ ସମୟରେ ପରିବାର ସବୁଦିନ ପରି ରାତ୍ରୀଭୋଜନ ପରେ ଶୋଇବାକୁ ଯାଇଥିଲେ। ହଠାତ୍ ଏକ ଜୋରଦାର ଶବ୍ଦ ସହିତ ଘରର ଛାତ ଭୁଶୁଡ଼ି ପଡ଼ିଲା। ଗାଁରେ ଆତଙ୍କ ଖେଳିଗଲା। ଲୋକମାନେ ଘଟଣାସ୍ଥଳକୁ ଦୌଡ଼ି ଆସି ଭଗ୍ନାବଶେଷ ତଳେ ଫସି ରହିଥିବା ପରିବାରକୁ ଉଦ୍ଧାର କରିବାକୁ ଚେଷ୍ଟା କରିବାକୁ ଲାଗିଲେ। ସୂଚନା ପାଇବା ପରେ ଆକିଲପୁର ପୋଲିସ ଷ୍ଟେସନର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଁ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତଥାପି ପରିବାରକୁ ବାହାରକୁ ଆଣିବା ବେଳକୁ ସମସ୍ତଙ୍କ ମୃତ୍ୟୁ ହୋଇସାରିଥିଲା।

ଗ୍ରାମବାସୀ କହିଛନ୍ତି ଯେ ଏହି ଘରଟି ବହୁ ବର୍ଷ ପୂର୍ବରୁ ଇନ୍ଦିରା ଆବାସ ଯୋଜନା ଅଧୀନରେ ନିର୍ମିତ ହୋଇଥିଲା। ସମୟ ସହିତ ଘରଟି ପୁରୁଣା ଏବଂ ଜୀର୍ଣ୍ଣ ହୋଇପଡ଼ିଥିଲା। ଲଗାଣ ବର୍ଷା କାନ୍ଥଗୁଡ଼ିକୁ ଦୁର୍ବଳ କରିଦେଇଥିଲା ଏବଂ ଛାତ ଫାଟି ଯାଇଥିଲା। ଆର୍ଥିକ ଅସୁବିଧା ଯୋଗୁଁ ପରିବାର ମରାମତି କରିବାକୁ ଅସମର୍ଥ ଥିଲା। ଏହି ଘଟଣା ପରେ ସ୍ଥାନୀୟ ପ୍ରଶାସନ ତଦନ୍ତ ଆରମ୍ଭ କରିଛି। ଷ୍ଟେସନ ହାଉସ୍ ଅଧିକାରୀ ବିନୋଦ କହିଛନ୍ତି ଯେ ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ପ୍ରଶାସନିକ ଅଧିକାରୀମାନେ ପୀଡିତଙ୍କ ପରିବାରକୁ ସରକାରୀ ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି।

 

 

ବାୟୁ ପ୍ରଦୂଷଣ ପାଇଁ ରେଡ ଜୋନରେ ଦିଲ୍ଲୀ ; ପ୍ରଦୂଷଣ ବିରୋଧରେ ଇଣ୍ଡିଆ ଗେଟ ଆଗରେ ଦିଲ୍ଲୀବାସୀଙ୍କ ପ୍ରତିବାଦ

ନନ୍ଦିଘୋଷ ବ୍ୟୁରୋ : ବାୟୁ ପ୍ରଦୂଷଣ ପାଇଁ ରେଡ ଜୋନରେ ଦିଲ୍ଲୀ। ୬୦୦ରେ ପହଞ୍ଚିଛି ବାୟୁ ଗୁଣବତ୍ତା ମାନ । ଏନେଇ  ଅନେକ ଦିଲ୍ଲୀ ବାସିନ୍ଦା ଇଣ୍ଡିଆ ଗେଟ ଆଗରେ ଏକାଠି ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସହରର ନିରନ୍ତର ବାୟୁ ପ୍ରଦୂଷଣ ସଙ୍କଟକୁ ରୋକିବା ପାଇଁ ସରକାର ଠୋସ୍ ନୀତି ଆଣିବାକୁ ଦାବି କରିଛନ୍ତି । ଆନ୍ଦୋଳନକାରୀଙ୍କୁ ପୋଲିସ ହଟାଇବା ବେଳେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି।ବଳପୂର୍ବକ ପୋଲିସ ଆନ୍ଦୋଳନକାରୀଙ୍କୁ ହଟାଇବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି । ବର୍ଷ ସାରା ଦିଲ୍ଲୀରେ ବାୟୁ ପ୍ରଦୂଷଣ ରହୁଛି । ଦୀପାବଳି ପରେ ପ୍ରଦୂଷଣର ମାତ୍ରା ବଢିବାରେ ଲାଗିଛି । ହେଲେ ସରକାର କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ପିଲା ଓ ବୃଦ୍ଧ-ବୃଦ୍ଧା ଅଧିକ ଯନ୍ତ୍ରଣା ଭୋଗୁଛନ୍ତି । ଅଧିକାଂଶ ଶିଶୁ ଫୁସଫୁସ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି  । ଏହି ଆନ୍ଦୋଳନରେ ବହୁ ବୁଦ୍ଧିଜୀବୀ, ନେତା ଓ ଯୁବଗୋଷ୍ଠୀ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।

ଏହି ପ୍ରଦୂଷଣ ବିରୋଧୀ ବିକ୍ଷୋଭରେ  ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟମାନେ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା, ବସ୍ ଏବଂ ରେଳ ଷ୍ଟେସନ ପରିସରରୁ ବୁଲା କୁକୁରମାନଙ୍କୁ ହଟାଇବା ପାଇଁ ମଧ୍ୟ ସୁପ୍ରିମକୋର୍ଟଙ୍କ ନୂତନ ଆଦେଶକୁ ବିରୋଧ କରିଥିଲେ। ସେମାନେ ‘ଆମେ ନ୍ୟାୟ ଚାହୁ’ ଏବଂ ‘ଆମେ ସ୍ୱାଧୀନତା ଚାହୁ’ ସ୍ଲୋଗାନ ମଧ୍ୟ ଦେଇଥିଲେ। ବିକ୍ଷୋଭକାରୀଙ୍କ ହାତରେ ବ୍ୟାନର ଏବଂ ପୋଷ୍ଟର ମଧ୍ୟ ଦେଖିବାକୁ ମିଳିଥିଲା। ଜଣେ ବିକ୍ଷୋଭକାରୀ କହିଛନ୍ତି ଯେ ସରକାର ପଶୁମାନଙ୍କୁ ହଟାଇ ଦେଉଛନ୍ତି, ଯେତେବେଳେ ପ୍ରଦୂଷଣ ହଟାଇବା ଉଚିତ୍। ପ୍ରଦୂଷଣ ସଙ୍କଟ ଭୟାନକ ସ୍ଥିତିରେ ପହଞ୍ଚିଥିଲେ ମଧ୍ୟ ସରକାର ଏହାକୁ ଲୁଚାଉଛନ୍ତି ଏବଂ ଦିଲ୍ଲୀରେ ପ୍ରଦୂଷଣ ମୃତ୍ୟୁ ବଢ଼ିଚାଲିଛି ବୋଲି କେତେକ ସାମାଜିକକାର୍ଯ୍ୟକର୍ତ୍ତା କହିଛନ୍ତି।

ସୂଚନାଯୋଗ୍ୟ, ଆଜି ଦିଲ୍ଲୀ ଓ ଏହାର ନିକଟବର୍ତ୍ତୀ ଅଂଚଳର ବିଭିନ୍ନ ସ୍ଥାନରେ ଏକ୍ୟୁଆଇ ୪୦୦ ଅତିକ୍ରମ କରିଛି। ଫଳପ୍ରଦ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ କର୍ତ୍ତୃପକ୍ଷ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ବନ୍ଦ କରିବା ଦୁର୍ଭାଗ୍ୟଜନକ ବୋଲି ବିରୋଧୀ ଦଳ ନେତାମାନେ କହିଛନ୍ତି।  କୃତ୍ରିମ ବର୍ଷା କରାଇବାରେ ସରକାରଙ୍କ ବିଫଳତା ଏବଂ ଏ ବାବଦ ବ୍ୟୟ ଉପରେ ମଧ୍ୟ ବିରୋଧୀ ଦଳମାନେ ପ୍ରଶ୍ନ ଉଠାଇଛନ୍ତି। ଇଣ୍ଡିଆ ଗେଟ୍‌ରେ ବିକ୍ଷୋଭରେ  ସାମିଲ ହୋଇଥିବା ପରିବେଶବିତ୍ ଭବରିନ୍ କାନ୍ଧାରୀ କହିଛନ୍ତି, ‘ଆମେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସମୟ ମାଗିଥିଲୁ, କିନ୍ତୁ ଆମର ଅନୁରୋଧ ଗ୍ରହଣ କରାଯାଇ ନାହିଁ।  ପ୍ରଦୂଷଣ ଉଦ୍‌ବେଗଜନକ ସ୍ତରରେ ପହଞ୍ଚିଛି କିନ୍ତୁ ଜିଆର୍‌ଏପି(ଗ୍ରେଡେଡ ରେସ୍‌ପନ୍ସ ଆକ୍ସନ ପ୍ଲାନ୍‌) ପଦକ୍ଷେପ କାର୍ଯ୍ୟକାରୀ ହୋଇନାହିଁ ବୋଲି ସେ କହିଛନ୍ତି।

 

ଜମୁଛି କଟକ ଐତିହାସିକ ବାଲିଯାତ୍ରା, ଆଜି ଷଷ୍ଠ ଦିନରେ ଖଚାଖଚ ଭିଡ଼

ନନ୍ଦିଘୋଷ ବ୍ୟୁରୋ : କଟକ ଐତିହାସିକ ବାଲିଯାତ୍ରାର ଆଜି ହେଉଛି ଷଷ୍ଠ ଦିନ। କିଣାବିକା ସହ ଚଟପଟି ଖାଦ୍ୟର ମଜା ଲୁଟିବାକୁ ପରିବାର ସହ ଛୁଟି ଆସୁଛନ୍ତି ଲୋକେ । ଗତକାଲି ରବିବାର ଥିବାରୁ ଆମିଷ ଷ୍ଟଲ ସମେତ ବିଭିନ୍ନ ଖାଦ୍ୟ ସାମଗ୍ରୀ ଦୋକାନରେ ଭିଡ଼ି ଜମିଥିବା ଦେଖିବାକୁ ମିଳିଥିଲା। ଚଳିତବର୍ଷ ଯାତ୍ରାର ଆକର୍ଷଣ ସାଜିଛି ଓରମାସର କାଶ୍ମୀର ସଲ୍। କାଶ୍ମୀର ଶ୍ରୀନଗର ଅଞ୍ଚଳରୁ ଏହି ଶାଲ୍ ଆଣିଛନ୍ତି ବ୍ୟବସାୟୀ । ଦେଢ଼ଲକ୍ଷ ଟଙ୍କା ଯାଏଁ ଏଠାରେ ସାଲ ଉପଲବ୍ଧ ହେଉଛି ।କଶ୍ମୀନ ଉଲରେ ବୁଣା ଯାଇଥିବା ଏହି ସାଲର ଚାହିଦା ଅଧିକ ଥିବା କହିଛନ୍ତି ବ୍ୟବସାୟୀ। ଚଳିତବର୍ଷ ତଳ ପଡ଼ିଆରେ ଖଚାଖଚ ଭିଡ଼ ଜମୁଥିବାବେଳେ ଉପର ପଡ଼ିଆ ଖାଁ ଖାଁ ପଡ଼ିଛି । ଚଳିତବର୍ଷ ୨ହଜାର ୬ଶହ ଷ୍ଟଲ ପଡ଼ିଛି । ପ୍ରତ୍ୟେକ ଦିନ ବଲିଉଡ ଓ ଓଲିଉଡ କଳାକାର ଧୁମ ମଚାଉଛନ୍ତି । ଆଜି ମଧ୍ୟ ସଂଧ୍ୟା ନଇଁଲେ ଭିଡ଼ ଜମିବ। ସୁରକ୍ଷିତ ସଚେତନ ରହି ଯାତ୍ରାକୁ ଉପଭୋଗ କରିବାକୁ ଲୋକଙ୍କୁ ଅପିଲ କରିଛି ପ୍ରଶାସନ।

ରାଜ୍ୟରେ ଦିନକୁ ଦିନ ବଢିଲାଣି ଶୀତ ; ଥଣ୍ଡାରେ ଥରିଲାଣି ପଶ୍ଚିମ ଓଡ଼ିଶା

ନନ୍ଦିଘୋଷ ବ୍ୟୁରୋ : ରାଜ୍ୟରେ ଦିନକୁ ଦିନ ବଢିଲାଣି ଶୀତ । ଥଣ୍ଡାରେ ଥରିଲାଣି ପଶ୍ଚିମ ଓଡ଼ିଶା । ଆଗକୁ ଆହୁରି ପାରଦ ତୁଳମୁହାଁ ହେବା ନେଇ ପୂବାନୁମାନ କରିଛି ପାଣିପାଗକେନ୍ଦ୍ର । ଚଳିତ ବର୍ଷ ବିଳମ୍ବରେ ଶୀତ ଅନୁଭବ ହୋଇଥିବା ବେଳେ ନଭେମ୍ୱରରେ ସାରା ଓଡ଼ିଶାରେ ସ୍ୱଳ୍ପ ଶୀତ ଅନୁଭବ ହେଉଛି । ପଶ୍ଚିମରେ ଏହାର ପ୍ରକୋପ ଅଧିକ ରହିଛି।  ଉତ୍ତରରୁ ଶୁଷ୍କ  ଓ ଥଣ୍ଡା ବାୟୁ ବହିବା ଦ୍ୱାରା ଆଗାମୀ ୩ ରୁ ୪ ଦିନରେ ୩ ରୁ ୪ ଡିଗ୍ରୀ ସର୍ବନିମ୍ନ  ତାପମାତ୍ରା ଖସିବ । ଆଉ ରାତ୍ରି ତାପମାତ୍ରା କମ ହେବା ସହ  ସାରା ରାଜ୍ୟରେ ଶୀତ ବଢିବ ବୋଲି ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ଗତ ୨୪ ଘଣ୍ଟାରେ ଭୁବନେଶ୍ବରରେ ୟତାପମାତ୍ରା ୧୭.୪ ରେକର୍ଡ କରାଯାଇଛି । ସେପଟେ 11.7 ଡିଗ୍ରୀକୁ ଖସିଲା ଝାରସୁଗୁଡା । ଆଗାମୀ ଏକ ସପ୍ତାହ ମଧ୍ୟରେ ତାପମାତ୍ରା ଧୀରେ ଧୀରେ ଖସିବା ସହ ୧୪ରୁ ୧୫ ତାରିଖ ବେଳକୁ ପ୍ରବଳ ଶୀତ ଅନୁଭୂତ ହୋଇପାରେ । ସେପଟେ ନଭେମ୍ବର ଚତୁର୍ଥ ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ସମ୍ଭାବ୍ୟ ଲଘୁଚାପ ଏବଂ ତାହା ଅଧିକ ଘନୀଭୂତ ହେବାର ସମ୍ଭାବନା ବି ରହିଛି I