କେନ୍ଦୁଝର ଜିଲ୍ଲା ବଡ଼ବିଲରେ ବଡ଼ ଧରଣର ଡକାୟତି। ମହାରାଷ୍ଟ୍ର ବ୍ୟାଙ୍କ ଶାଖାରେ ହୋଇଛି ଡକାୟତି। ୫ କୋଟି ଟଙ୍କାର ସୁନା ଅଳଙ୍କାର ଓ ୮ ଲକ୍ଷ ଟଙ୍କା ନେଇଯାଇଛନ୍ତି ଦୁର୍ବୃତ୍ତମାନେ। ଅଭିଯୋଗ ଅନୁସାରେ ୫ଟି ବାଇକରେ ୬ ଜଣ ଦୁର୍ବୃତ୍ତ ଆସିଥିଲେ। ଗ୍ରାହକ ଭାବେ ବ୍ୟାଙ୍କ ମ୍ୟାନେଜରଙ୍କୁ ଭେଟିଥିଲେ। ତା ପରେ ହଠାତ ବନ୍ଧୁକ ଦେଖାଇ ସମସ୍ତଙ୍କୁ ଏକ କୋଠରୀରେ ବନ୍ଦ କରି ଦେଇଥିଲେ। ତା ପରେ ଲକର୍ ର ଚାବି ଆଣି ଟଙ୍କା ସୁନା ନେଇ ଫେରାର ମାରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛି।
ରାତିରେ ବାରମ୍ବାର ନିଦ ଭାଙ୍ଗୁଛି କି ? ହେଇଯାଆନ୍ତୁ ସାବଧାନ ଆସିପାରେ ବଡ଼ ସମସ୍ୟା !
ନନ୍ଦିଘୋଷ ବ୍ୟୁରୋ: ଭଲ ସ୍ୱାସ୍ଥ୍ୟ ପାଇଁ ପର୍ଯ୍ୟାପ୍ତ ନିଦ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଯଦି ରାତିରେ ଆପଣଙ୍କର ବାରମ୍ବାର ନିଦ ଭାଙ୍ଗୁଥାଏ ତାହେଲେ ଏହାକୁ ଅଣଦେଖା କରନ୍ତୁ ନାହିଁ । ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନରେ ପ୍ରକାଶିତ ନୂତନ ଗବେଷଣା ଅନୁଯାୟୀ ବାରମ୍ବାର ନିଦ ଭାଙ୍ଗିବା ହୃଦସ୍ପନ୍ଦନ ପାଇଁ ଗମ୍ଭୀର ସମସ୍ୟା ଆଣିପାରେ। ଯଦି ଏହି ସମସ୍ୟା ଦୀର୍ଘ ସମୟ ପର୍ଯ୍ୟନ୍ତ ଲାଗି ରହେ ତେବେ ଏହା ଅନେକ ବିପଦପୂର୍ଣ୍ଣ ରୋଗର ଆଶଙ୍କା ବୃଦ୍ଧି କରେ। ଗବେଷଣା ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ପ୍ରତି ରାତିରେ ଅତି କମରେ ୭ ରୁ ୮ ଘଣ୍ଟା ଶୋଇବା ଗୁରୁତ୍ୱପୂର୍ଣ୍ଣ।
ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟ, ଯେଉଁମାନଙ୍କର ବାରମ୍ବାର ନିଦ ଭାଙ୍ଗୁଛି ସେମାନଙ୍କର ବ୍ଲଡପ୍ରେସର ହେବାର ଆଶଙ୍କା ଥାଏ। ନିଦରେ ବାଧା ଶରୀରକୁ ସମ୍ପୂର୍ଣ୍ଣ ବିଶ୍ରାମ ଦେବାରେ ବାଧା ଦିଏ, ଯାହା ହୃଦୟର କାର୍ଯ୍ୟକୁ ପ୍ରଭାବିତ କରେ। ଗବେଷଣା ଏହା ମଧ୍ୟ ସୂଚାଇ ଦିଏ ଯେ ବାରମ୍ବାର ନିଦରେ ବାଧା ମସ୍ତିଷ୍କକୁ ମଧ୍ୟ ପ୍ରଭାବିତ କରିପାରେ।
ରାତିରେ ଶୋଇବା ସମୟରେ ହୃଦୟ ବିଶ୍ରାମ ନେଇଥାଏ ଏବଂ ରକ୍ତଚାପ ସ୍ୱାଭାବିକ ରହିଥାଏ କିନ୍ତୁ ଯେତେବେଳେ ନିଦ ବାରମ୍ବାର ବାଧାପ୍ରାପ୍ତ ହୁଏ ସେତେବେଳେ ହୃଦୟ ଉପରେ ଚାପ ବୃଦ୍ଧି ପାଏ। ଏହା ପ୍ରଦାହ ସୃଷ୍ଟି କରିପାରେ ଯାହାଫଳରେ ହୃଦଘାତର ଆଶଙ୍କା ବୃଦ୍ଧି ପାଏ। ଯେଉଁ ଲୋକମାନଙ୍କର ଏଭଳି ସମସ୍ୟା ଥାଏ ସେମାନଙ୍କ ହୃଦରୋଗର ଆଶଙ୍କା ୩୦ ପ୍ରତିଶତ ବଢ଼ିଯାଏ।ରାତିରେ ଅନେକ ଥର ଉଠିବା ଅର୍ଥ ହେଉଛି ଶୋଇବା ପରେ ମଧ୍ୟ ମସ୍ତିଷ୍କ ଅତ୍ୟଧିକ ସକ୍ରିୟ ରହିଥାଏ। ଏହାର ଏକ ପ୍ରମୁଖ କାରଣ ହେଉଛି ଆପଣ କୌଣସି ବିଷୟରେ ଅଧିକ ଚିନ୍ତା କରନ୍ତି କିମ୍ବା ମାନସିକ ଚାପରେ ଥାଆନ୍ତି। ମାନସିକ ଚାପ ସ୍ପଷ୍ଟ ଭାବରେ ହୃଦୟକୁ ପ୍ରଭାବିତ କରେ କାରଣ ମାନସିକ ଚାପ ହୃଦଘାତ ପାଇଁ ଏକ ବିପଦର କାରଣ। ତେଣୁ ଯଦି ଆପଣଙ୍କର ବାରମ୍ବାର ରାତିରେ ନିଦ ଭାଙ୍ଗୁଛି ତେବେ ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ଏବଂ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଗୁରୁତ୍ୱପୂର୍ଣ୍ଣ। ବିଶେଷକରି କିଛି ଲୋକଙ୍କୁ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ପଡିବ।
କେଉଁ ଲୋକମାନଙ୍କ ପ୍ରତି ଅଧିକ ବିପଦ ?
ରୋଗରେ ପୀଡିତ ଲୋକମାନେ
ମାନସିକ ଚାପରେ ରହୁଥିବା ଲୋକମାନେ
ରାତିରେ ମୋବାଇଲ୍ କିମ୍ବା ଟିଭି ଦେଖୁଥିବା ଲୋକ
ଏହି ବିପଦକୁ କିପରି ଏଡାଇବା ?
ଶୋଇବା ପୂର୍ବରୁ ମୋବାଇଲ୍ ଫୋନ୍ ଏବଂ ସ୍କ୍ରିନ୍ ଠାରୁ ଦୂରରେ ରୁହନ୍ତୁ
ପ୍ରତିଦିନ ସଠିକ ସମୟରେ ଶୋଇବାକୁ ଯିବା ଏବଂ ଉଠିବାର ଅଭ୍ୟାସ କରନ୍ତୁ
ରାତିରେ ଚା କିମ୍ବା କଫି ପିଅନ୍ତୁ ନାହିଁ
ମାନସିକ ଚାପ ନିଅନ୍ତୁ ନାହିଁ
ସର୍ବଦା ଯୋଗ କରନ୍ତୁ
ଦୁର୍ଘଟଣାରେ ଅଟୋ ଡ୍ରାଇଭର ସହ ୧୭ ଜଣ ଆହତ
ମୋହନା ଥାନା ଜରଉ ଘାଟିରେ ଭାରସାମ୍ୟ ହରାଇଲା ଅଟୋ । ବିଦ୍ୟୁତ ଖୁଣ୍ଟକୁ ପିଟିଲା ଅଟୋ । ଦୁର୍ଘଟଣାରେ ଅଟୋ ଡ୍ରାଇଭର ସହ ୧୭ ଜଣ ଆହତ। ଆହାତଙ୍କୁ ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଅଛି । ଗଞ୍ଜାମ ଜିଲ୍ଲା ଗୌଡ଼ଗୋଠ ପଂଚାୟତର ତୁଆହୁରୁ ଗାଁର କିଛି ଛାତ୍ରଙ୍କୁ ନେଇ ବଡ଼ଗଡ଼ ଯିବାବେଳେ ଏହି ଦୁର୍ଘଟଣା ଘଟିଛି । ମୋହନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛି।
ଶିମିଳିପାଳ ଅଭୟାରଣ୍ୟ ଭିତରେ ବେଆଇନ ଅଫିମ ଚାଷ ଉପରେ ପୋଲିସର ମିଳିତ ଚଢ଼ାଉ
ଶିମିଳିପାଳ ଅଭୟାରଣ୍ୟ ଭିତରେ ବେଆଇନ ଅଫିମ ଚାଷ ଉପରେ ପୋଲିସର ମିଳିତ ଚଢ଼ାଉ। ଯଶିପୁର ଥାନା ଗୋପୀନାଥପୁର ଗାଁରେ ଚାଲିଥିଲା ବେଆଇନ ଅଫିମ ଚାଷ । ବିଶେଷ ସୂତ୍ରରୁ ଖବର ପାଇ ଯଶିପୁର ପୋଲିସ, ବନବିଭାଗ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା। ଏକ ଏକରରୁ ଉର୍ଦ୍ଧ ଜାଗାରେ ହୋଇଥିବା ଦେଢ଼ କୋଟିରୁ ଅଧିକ ଟଙ୍କାର ଅଫିମ ଗଛକୁ ନଷ୍ଟ କରାଯାଇଛି । ପୂର୍ବରୁ ମଧ୍ୟ ଏଭଳି ଅଫିମ ଚାଷ ନଷ୍ଟ କରିଛି ପ୍ରଶାସନ l ଘଟଣାରେ ଯଶିପୁର ଥାନାରେ NDPS ଆଇନ ଧାରା ୧୮ ଅନୁଯାୟୀ ୧୧ ଓ ୧୨ ଦୁଇଟି ମାମଲା ରୁଜୁ କରାଯାଇଛି । ଘଟଣାର ତଦନ୍ତ ଜାରି ରହିଛି ଓ ଅବୈଧ ଅଫିମ ଚାଷ ସହିତ ଜଡିତ ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କରଞ୍ଜିଆ SDPO ସୂଚନା ଦେଇଛନ୍ତି।

