spot_img
Home Blog Page 2855

ମଣିପୁର ଘଟଣାରେ ନ୍ୟାୟ ଦାବିରେ ଦେଶର ବିଭିନ୍ନ ପ୍ରାନ୍ତରେ ଜୋରଦାର ବିକ୍ଷୋଭ, ଅଭିଯୁକ୍ତ ଘର ଜାଳିଦେଲେ ଉତ୍ୟକ୍ତ ଲୋକେ

ଇମ୍ଫାଲ: ମଣିପୁର ଭିଡିଓ ଭାଇରାଲକୁ ନେଇ ଦେଶ ସ୍ତବ୍ଧ । ନ୍ୟାୟ ଦାବିରେ ଦେଶର ବିଭିନ୍ନ ପ୍ରାନ୍ତରେ ଜୋରଦାର ବିକ୍ଷୋଭ । ସୋସିଆଲ ମିଡିଆରେ ଘଟଣାକୁ ନେଇ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଉଥିବା ବେଳେ ସରକାରଙ୍କ ବିଫଳତା ପାଇଁ ବିଜେପିର ଡବଲ ଇଞ୍ଜିନ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂଙ୍କ ଇସ୍ତଫା ଦାବିରେ ମଣିପୁରରେ କଳା ପୋଷାକ ପିନ୍ଧି ମାର୍ଚ୍ଚ କରିଛନ୍ତି ବିକ୍ଷୋଭକାରୀ । ତିନି ମାସ ଧରି ମଣିପୁର ଜଳୁଥିବା ବେଳେ ସରକାର ହିଂସା କାବୁ କରିବାରେ ବିଫଳ ହୋଇଛନ୍ତି ।

ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଥିବା ବେଳେ ଶତାଧିକ ଲୋକଙ୍କ ମୃତ୍ୟୁ, ପ୍ରାୟ ୭୦ ହଜାର ଲୋକ ବାସହିନ ହୋଇଛନ୍ତି । କୁକୀ ସମ୍ପ୍ରଦାୟର ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ପରେଡ କରାଇବା ଓ ଗଣଦୁଷ୍କର୍ମ କରିବାର ଭିଡିଓ ଭାଇରାଲ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧି । ଭିଡିଓ ଭାଇରାଲ ଘଟଣାରେ ମାମଲା ରୁଜୁ ହେବା ପରେ ବି କାହିଁକି କାର୍ଯ୍ୟନୁଷ୍ଠାନ ନିଆଯାଇନି ବୋଲି ପ୍ରଶ୍ନ କରିବାରୁ, ଏଭଳି ଶହ ଶହ ଅଭିଯୋଗ ଆସୁଛି ।

ପୋଲିସ ଷ୍ଟେସନରେ ଶତାଧିକ FIR ପଡ଼ିରହିଛି । ସବୁ ଘଟଣା ସମ୍ପର୍କରେ ବୁଝିବା ସମ୍ଭବ ନୁହେଁ ବୋଲି ଏକ ଗଣମାଧ୍ୟମକୁ କହିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ । ଯାହା ରାଜ୍ୟର ପ୍ରକୃତ ସ୍ଥିତିକୁ ବୟାନ କରୁଛି । ସେପଟେ ଭିଡିଓ ଭାଇରାଲ ଘଟଣାରେ ଏବେସୁଦ୍ଧା ଚାରି ଜଣଙ୍କୁ ଗିରଫ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତଙ୍କ ଗିରଫଦାରୀ ପରେ ତାଙ୍କ ଘରେ ନିଆଁ ଲଗାଇଦେଇଛନ୍ତି ବିକ୍ଷୋଭକାରୀ । ମଣିପୁରରେ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ତାମିଲନାଡୁରେ ଜୋରଦାର ବିକ୍ଷୋଭ ହୋଇଛି । ସରକାରଙ୍କ ବିଫଳତାକୁ ନେଇ ନାରାବାଜି କରିଛନ୍ତି କଂଗ୍ରେସ ନେତା । ଚାନ୍ନାଇରେ ବି ସିପିଆଇଏମ୍ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି ।

ମୌସୁମୀ ଅଧିବେଶନ ଦ୍ବିତୀୟ ଦିନରେ ମଣିପୁର ପ୍ରସଙ୍ଗରେ ବିରୋଧୀଙ୍କ ହଙ୍ଗାମା, ୨୪ ଯାଏ ଲୋକସଭା ସ୍ଥଗିତ

ନୂଆଦିଲ୍ଲୀ: ଆଜି ସଂସଦ ମୌସୁମୀ ଅଧିବେଶନ ଦ୍ବିତୀୟ ଦିନ । ଆଜି ବି ମଣିପୁର ପ୍ରସଙ୍ଗରେ ବିରୋଧୀଙ୍କ ହଙ୍ଗାମା। ଗୃହ କାର୍ଯ୍ୟ ଆରମ୍ଭରୁ ମଣିପୁର ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଗୋଟିଏ ମିନିଟ ବି ଚାଲିପାରିଲାନି ଲୋକସଭା ଗୃହକାର୍ଯ୍ୟ । ସରକାରଙ୍କଠାରୁ ଉତ୍ତର ମାଗି ବିରୋଧୀ ସାଂସଦ ମାସେ ସରକାର ବିରୋଧରେ ନାରାବାଜି କରିଥିଲେ । ରାଜ୍ୟସଭାରେ ବିରୋଧୀଙ୍କ ହଲ୍ଲାବୋଲ ଯୋଗୁ ଦିନ ସାଢ଼େ ୨ଟା ଯାଏଁ ଗୃହକାର୍ଯ୍ୟ ସ୍ଥଗିତ ରଖାଯାଇଛି । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଲୋକସଭାକୁ ଜୁଲାଇ ୨୪ ତାରିଖ ଯାଏଁ ସ୍ଥଗିତ ରଖାଯାଇଛି ।

ଲଘୁଚାପ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଜାରି ରହିବ ବର୍ଷା, ଜିଲ୍ଲାପାଳମାନଙ୍କୁ ସତର୍କ କରାଇଲେ SRC

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨୬କିମ୍ବା ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ। ଲଘୁଚାପ ଥିବାରୁ ବହୁତ ସ୍ଥାନରେ ବର୍ଷା ହେବ। ପଶ୍ଚିମ ଓଡିଶାରେ ଦିନେ ଦୁଇ ଦିନ ବର୍ଷା ଲାଗି ରହିବ । ତାପରେ ଉପକୂଳ ଓଡ଼ିଶାରେ ବର୍ଷା ହେବ । ଏନେଇ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି । ସମସ୍ତ ପ୍ରସ୍ତୁତି କରାଯାଇଛି । ଜଳସମ୍ପଦ ବିଭାଗର ଗ୍ରାଉଣ୍ଡରେ ଥିବା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ବେଦନଶୀଳ ଅଞ୍ଚଳ ଉପରେ ନଜର ରଖିବାକୁ କୁହାଯାଇଛି । ଅନ୍ୟ ବିଭାଗ ସମସ୍ତେ ପ୍ରସ୍ତୁତ ହୋଇ ରହିବେ । ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ହୋଇ ରହିଛନ୍ତି ।

ମାଲକାନଗିରି ଜିଲ୍ଲାପାଳଙ୍କ ସହିତ କଥା ହୋଇଛନ୍ତି ଏସଆରସି । ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣାଧୀନ ରହିଛି। କୌଣସି ସ୍ଥାନରେ ଅସ୍ଵାଭାବିକ ପରିସ୍ଥିତି ସୃଷ୍ଟି ହୋଇନାହିଁ । ୭ରୁ ୮ଜିଲ୍ଲାକୁ ଛାଡ଼ି ଦେଲେ ବାକି ସବୁ ଜିଲ୍ଲାରେ ଆବଶ୍ୟକତା ଅନୁସାରେ ସ୍ୱାଭାବିକ ବର୍ଷା ହୋଇଛି। ଚାଷ ପାଇଁ ଭଲ ବର୍ଷା ହୋଇଛି । ଆସନ୍ତା ୩ରୁ ୪ଦିନ ଭଲ ବର୍ଷା ହେଲେ ଚାଷ ଓ ଚାଷୀଙ୍କ ପାଇଁ ଅନୁକୂଳ ହେବ । ଚାଷ କାର୍ଯ୍ୟ ଠିକ୍ ଭାବେ ଚାଲିଛି । ରାଜ୍ୟର ନଦୀ ଖାଲି ଥିଲା । ହୀରାକୁଦର ଗେଟ ଖୋଲିଲେ ଅସୁବିଧା ହେବନି ବୋଲି ଏସଆରସି ସତ୍ୟବ୍ରତ ସାହୁ  କହିଛନ୍ତି ।

ରାହୁଲ ଗାନ୍ଧୀଙ୍କୁ ଜେଲଦଣ୍ଡ ମାମଲା, ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କୁ ଜେଲଦଣ୍ଡ ମାମଲା । ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ । ଗୁଜରାଟ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ କୋର୍ଟରେ ପିଟିସନ ଦାଏର କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଜି ମାମଲାର ଶୁଣାଣି କରି ଗୁଜରାଟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ୧୦ ଦିନ ମଧ୍ୟରେ ଉତ୍ତର ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ମୋଦି ସରନେମ ମାମଲାରେ ରାହୁଲଙ୍କ ବିରୋଧରେ ଅଭିଯୋଗ ଦାଏର କରିଥିବା ବିଜେପି ନେତା ପୂର୍ଣ୍ଣେଶ ମୋଦିଙ୍କୁ କୋର୍ଟ ନୋଟିସ କରିଛନ୍ତି । 2019ରେ କର୍ଣ୍ଣାଟକ କୋଲରରେ ମୋଦି ସାଙ୍ଗିଆକୁ ନେଇ ରାହୁଲଙ୍କ ବୟାନ ପରେ ଆଇପିସିର ଧାରା 499, 500 ଓ 504 ଅନୁସାରେ ମାମଲା ରୁଜୁ ହୋଇଥିଲା । ଗତ ମାର୍ଚ୍ଚ 23ତାରିଖରେ ମାନହାନି ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ 2 ବର୍ଷ ଜେଲଦଣ୍ଡାଦେଶ ଦେଇଥିଲେ ସୁରତ ସିଜେଏମ କୋର୍ଟ । ଗୁଜରାଟ ହାଇକୋର୍ଟ ମଧ୍ୟ ତଳକୋର୍ଟଙ୍କ ରାୟ କାଏମ ରଖିଥିଲେ ।

ସୁନ୍ଦରଗଡ଼ର ଆରିଫାଙ୍କୁ ମିଳିଲା ରାସନ କାର୍ଡ, ଏବେ BSKY ସହାୟତାରେ ମିଳିବ ମାଗଣା ଚିକିତ୍ସା

ସୁନ୍ଦରଗଡ଼: କାଲି ଖବର ପ୍ରସାରଣ । ଆଜି ସମାଧାନ । ନନ୍ଦିଘୋଷ ଟିଭିର ପ୍ରଭାବ । ଖବର ଦେଖି ତୁରନ୍ତ ସମାଧାନ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫଳରେ ସୁନ୍ଦରଗଡର ଆରିଫା ଫାତିମାଙ୍କୁ ମାତ୍ର କିଛି ଘଣ୍ଟାରେ ମିଳିଛି ରାସନ କାର୍ଡ । ରାଜ୍ୟ ଖାଦ୍ୟ କମିଶନର ଅବନୀ ସାହୁ ଏନେଇ ସୂଚନା ଦେଇଛନ୍ତି । ଅର୍ଥାଭାବରୁ ଆରିଫାଙ୍କ ଅଚଳ ଦୁଇ କିଡନୀର ଚିକିତ୍ସା ହୋଇପାରୁନଥିଲା । ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ଆଶାର କିରଣ ଦେଖାଦେଇଛି । ରାସନ କାର୍ଡ ନ ଥିବାରୁ ଆରିଫା ବିଏସକେୱାଇ କାର୍ଡ ପାଇପାରୁନଥିଲେ ।

ଖବର ପ୍ରସାରଣ ପରେ ଘଟଣାରେ ହସ୍ତକ୍ଷେପ କରି ତୁରନ୍ତ ଫାତିମାଙ୍କୁ ରାସନ କାର୍ଡ ଯୋଗାଇବାକୁ ରାଜ୍ୟ ଖାଦ୍ୟ କମିଶନରଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଖାଦ୍ୟ କମିଶନର କାର୍ଡ ପାଇଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ । ଏବେ କାର୍ଡ ଇସ୍ୟୁ ହୋଇଥିବାବେଳେ ସଂଧ୍ୟା ସୁଦ୍ଧା ଫାତିମାଙ୍କୁ ନୂଆ ରାସନ କାର୍ଡ ଓ ବିଏସକେୱାଇ କାର୍ଡ ମିଳିବ । ନିୟମ ଅନୁସାରେ ଫାତିମା ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧା ପାଇପାରିବେ । ମାତ୍ର ୧୦ ବର୍ଷ ବୟସରେ କୁନି ଫାତିମାର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛି ।

ଦୁଇଟି ଯାକ କିଡନୀ ପ୍ରତିରୋପଣ ନେଇ ଡାକ୍ତରଙ୍କ ପରାମର୍ଶ ପରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚକୁ ନେଇ ଭାଙ୍ଗିପଡିଛି ଫାତିମାଙ୍କ ପୂରା ପରିବାର । ଚୁଲବୁଲି ଫାତିମା ଏବେ ମଉନ । ସୁନ୍ଦରଗଡ ସରକାରୀ ଚିକିତ୍ସାଳୟରେ ଆରିଫାଙ୍କ ଚିକିତ୍ସା ଚାଲିଥିବା ବେଳେ ସପ୍ତାହକୁ ଦୁଇରୁ ତିନି ଥର ଡାଇଲିସିସ ଚାଲିଛି । କିଡନୀ ପ୍ରତିରୋପଣ ପାଇଁ ୧୨ରୁ ୧୪ ଲକ୍ଷ ଟଙ୍କା ଦରକାର । ପାଖରେ ଏତେ ଟଙ୍କା ନଥିବାରୁ ସହାୟତା ମାଗିଛନ୍ତି ବାପା ମାଆ । ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏବେ ପୁଣି ଫାତିମା ନାଚିବ ଆଉ ପାଠ ପଢ଼ିବ । ସ୍ବପ୍ନ ପୂରଣ କରିବ ।

ସଂସଦରେ ମଣିପୁର ପ୍ରସଙ୍ଗରେ ବିରୋଧୀଙ୍କ ହଙ୍ଗାମା, ଚାଲିପାରିଲାନି ଉଭୟ ଗୃହ

ନୂଆଦିଲ୍ଲୀ: ଆଜି ସଂସଦ ମୌସୁମୀ ଅଧିବେଶନ ଦ୍ବିତୀୟ ଦିନ । ଆଜି ବି ମଣିପୁର ପ୍ରସଙ୍ଗରେ ବିରୋଧୀଙ୍କ ହଙ୍ଗାମା । ଗୃହ କାର୍ଯ୍ୟ ଆରମ୍ଭରୁ ମଣିପୁର ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଗୋଟିଏ ମିନିଟ ବି ଚାଲିପାରିଲାନି ଲୋକସଭା ଗୃହକାର୍ଯ୍ୟ । ସରକାରଙ୍କଠାରୁ ଉତ୍ତର ମାଗି ବିରୋଧୀ ସାଂସଦ ମାସେ ସରକାର ବିରୋଧରେ ନାରାବାଜି କରିଥିଲେ । ହଟ୍ଟଗୋଳ କରିବା ଯୋଗୁ ଲୋକସଭାକୁ ଦିନ ୧୨ଟା ଯାଏଁ ମୁଲତବି କରିଦିଆଯାଇଛି । ରାଜ୍ୟସଭାରେ ବି ବିରୋଧୀଙ୍କ ହଲ୍ଲାବୋଲ ଯୋଗୁ ଦିନ ସାଢ଼େ ୨ଟା ଯାଏଁ ଗୃହକାର୍ଯ୍ୟ ସ୍ଥଗିତ ରଖାଯାଇଛି ।

ସଂସଦ ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ବି ମଣିପୁର ପ୍ରସଙ୍ଗରେ ତାତିବ ଗୃହ

ନୂଆଦିଲ୍ଲୀ: ଆଜି ସଂସଦ ମୌସୁମୀ ଅଧିବେଶନ ଦ୍ବିତୀୟ ଦିନ । ଆଜି ବି ମଣିପୁର ପ୍ରସଙ୍ଗରେ ତାତିବ ଗୃହ । ପ୍ରଥମ ଦିନରେ ବିରୋଧରେ ହଙ୍ଗାମାରେ ଶେଷ ହୋଇଥିବା ବେଳେ ଆଜି ବି ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇଛି ରଣନୀତି । ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ଗୃହରେ ମୁଲତବି ପ୍ରସ୍ତାବ ଦେଇଛନ୍ତି । କଂଗ୍ରେସ ସମେତ ବିଆରଏସ ଓ ଡିଏମକେ ପକ୍ଷରୁ ମଧ୍ୟ ନୋଟିସ ଦିଆଯାଇଛି । ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧୀ ଦଳ ପକ୍ଷରୁ ଆଲୋଚନା ପାଇଁ ନୋଟିସ ଦିଆଯାଇଛି । କଂଗ୍ରେସ ଏମପି ପ୍ରମୋଦ ତିଓ୍ବାରୀ, ବିଆରଏମ ଏମପି କେଶବ ରାଓ, ଆପ୍ ସାଂସଦ ରାଘବ ଚଡ୍ଡା ରାଜ୍ୟସଭାରେ ମୁଲତବି ପ୍ରସ୍ତାବ ଦେଇଛନ୍ତି ।

ମୋଦି ସରନେମ ମାନହାନୀ ମାମଲା, ଆଜି ରାହୁଲଙ୍କ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମୋଦି ସରନେମ ମାନହାନୀ ମାମଲା । ଆଜି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ଗୁଜରାଟ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ରାହୁଲ ଗାନ୍ଧୀ । ତଳକୋର୍ଟଙ୍କ ରାୟକୁ ଗୁଜରାଟ ହାଇକୋର୍ଟ କାଏମ ରଖିବା ବିରୋଧରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ରାହୁଲ । ରାହୁଲ ନିଜ ଆବେଦନରେ ଦର୍ଶାଇଛନ୍ତି ଯେ, ତଳ କୋର୍ଟ ତାଙ୍କ ବିରୋଧରେ ଅତ୍ୟଧିକ କଠୋର ଆଭିମୁଖ୍ୟ ରଖିଛନ୍ତି ।

ପୂର୍ବରୁ ରାହୁଲ ସୁରଟ ସେସନ୍ସ କୋର୍ଟ ଓ ହାଇକୋର୍ଟରୁ ନିରାଶ ହୋଇଛନ୍ତି । 2019ରେ କର୍ଣ୍ଣାଟକ କୋଲରରେ ମୋଦି ସାଙ୍ଗିଆକୁ ନେଇ ରାହୁଲଙ୍କ ବିବାଦୀୟ ବୟାନ ପରେ ଆଇପିସିର ଧାରା 499, 500 ଓ 504 ଅନୁସାରେ ମାମଲା ରୁଜୁ ହୋଇଥିଲା । ଗତ 23 ମାର୍ଚ୍ଚରେ ମାନହାନି ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ 2 ବର୍ଷ ଜେଲଦଣ୍ଡାଦେଶ ଦେଇଥିଲେ ସୁରତ ସିଜେଏମ କୋର୍ଟ । କୋର୍ଟ ରାୟ ପରେ ଗତ 24 ମାର୍ଚ୍ଚରେ ସାଂସଦ ପଦ ହରାଇଥିଲେ ରାହୁଲ ଗାନ୍ଧୀ ।

୩ଟି ଭୂକମ୍ପ ଝଟକାରେ ଥରିଲା ରାଜସ୍ଥାନର ଜୟପୁର

ଜୟପୁର: ମଣିପୁର ଓ ରାଜସ୍ଥାନରେ ଭୂକମ୍ପ ଝଟ୍‌କା । ମଣିପୁରର ଉଖ୍ରୁଲରେ ଭୂମିକମ୍ପ ଅନୁଭୂତ ହୋଇଛି । ଯାହା ରିକ୍ଟର ସ୍କେଲରେ ତୀବ୍ରତା ୩.୫ ଥିବା ସୂଚନା ମିଲିଛି । ସେପଟେ ରାଜସ୍ଥାନରେ ଜୟପୁରରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି । ଗୋଟେ ଘଣ୍ଟାରେ ପ୍ରାୟ ୩ ଥର ଭୂକମ୍ପ ଝଟ୍‌କା ଲାଗିଥିବା ସୂଚନା ମିଲିଛି । ରାଜସ୍ଥାନରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୪ ଥିଲା । ଭୋରୁ ଭୂକମ୍ପ ଅନୁଭୂତ ହୋଇଥିବାରୁ ଲୋକ ଭୟରେ ଘରୁ ବାହାରକୁ ଚାଲିଆସିଥିଲେ । ଭୋର ପ୍ରାୟ ୪ଟା ୯ରୁ ୪ ଟା ୨୫ ମିନିଟ ମଧ୍ୟରେ ଏହି ତିନୋଟି ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର ତୀବ୍ରତା ୩.୪ରୁ ୪.୪ ମଧ୍ୟରେ ରହିଥିଲା । ଜୟପୁରଠୁ ୧୦ କିମି ତଳେ ଭୂକମ୍ପର କେନ୍ଦ୍ରସ୍ଥଳୀ ରହିଛି ।

ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ପ୍ରବଳ ବର୍ଷା, ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର

ସମ୍ବଲପୁର: ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ପ୍ରବଳ ବର୍ଷା । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢୁଛି । ସକାଳ ୬ଟା ସୁଦ୍ଧା ୬୧୩ ଫୁଟରେ ପହଞ୍ଚିଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର । ପ୍ରତି ସେକେଣ୍ଡରେ ୧ ଲକ୍ଷ ୪୦ ହଜାର ୫୭୫ ଘନଫୁଟ ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୪୦ ହଜାର ଘନଫୁଟ ବନ୍ୟାଜଳ । ସେପଟେ ଆଉ ଦିନକ ପରେ ହୀରାକୁଦ ଛାଡ଼ିବ ବର୍ଷର ପ୍ରଥମ ବନ୍ୟାଜଳ । ଜୁଲାଇ ୨୩ରେ ଖୋଲିବ ହୀରାକୁଦ ଡ୍ୟାମର ଗେଟ୍ । ଆସନ୍ତା ରବିବାର ସକାଳ ୯ଟାରେ ପୂଜାର୍ଚ୍ଚନା ପରେ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ । ଏଥିପାଇଁ ସତର୍କତା ଜାରି କରିଛନ୍ତି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ।