ସଂସଦରେ ମଣିପୁର ପ୍ରସଙ୍ଗରେ ବିରୋଧୀଙ୍କ ହଙ୍ଗାମା, ଚାଲିପାରିଲାନି ଉଭୟ ଗୃହ

ନୂଆଦିଲ୍ଲୀ: ଆଜି ସଂସଦ ମୌସୁମୀ ଅଧିବେଶନ ଦ୍ବିତୀୟ ଦିନ । ଆଜି ବି ମଣିପୁର ପ୍ରସଙ୍ଗରେ ବିରୋଧୀଙ୍କ ହଙ୍ଗାମା । ଗୃହ କାର୍ଯ୍ୟ ଆରମ୍ଭରୁ ମଣିପୁର ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଗୋଟିଏ ମିନିଟ ବି ଚାଲିପାରିଲାନି ଲୋକସଭା ଗୃହକାର୍ଯ୍ୟ । ସରକାରଙ୍କଠାରୁ ଉତ୍ତର ମାଗି ବିରୋଧୀ ସାଂସଦ ମାସେ ସରକାର ବିରୋଧରେ ନାରାବାଜି କରିଥିଲେ । ହଟ୍ଟଗୋଳ କରିବା ଯୋଗୁ ଲୋକସଭାକୁ ଦିନ ୧୨ଟା ଯାଏଁ ମୁଲତବି କରିଦିଆଯାଇଛି । ରାଜ୍ୟସଭାରେ ବି ବିରୋଧୀଙ୍କ ହଲ୍ଲାବୋଲ ଯୋଗୁ ଦିନ ସାଢ଼େ ୨ଟା ଯାଏଁ ଗୃହକାର୍ଯ୍ୟ ସ୍ଥଗିତ ରଖାଯାଇଛି ।