spot_img
Home Blog Page 2630

ବିଶ୍ବର ଶହେ ସର୍ବଶ୍ରେଷ୍ଠ କମ୍ପାନୀଙ୍କ ମଧ୍ୟରେ ସ୍ଥାନ ପାଇଛି ଇନଫୋସିସ୍

ଭୁବନେଶ୍ୱର : ବିଶ୍ବର ଶହେ ସର୍ବଶ୍ରେଷ୍ଠ କମ୍ପାନୀଙ୍କ ମଧ୍ୟରେ ସ୍ଥାନ ପାଇଛି ଇନଫୋସିସ୍ । ଟାଇମ୍ ମାଗାଜିନରେ ପ୍ରକାଶ ପାଇଛି ତାଲିକା । ଇନଫୋସିସ୍ ୬୪ତମ ସ୍ଥାନରେ ରହିଛି । ୭୫୦ଟି କମ୍ପାନୀଙ୍କୁ ନେଇ ଟାଇମ୍ ମାଗାଜିନ ତାଲିକା ପ୍ରସ୍ତୁତ କରିଥିବା ବେଳେ ବିଶ୍ବର ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଉଥିବା ୧୦୦ଟି କମ୍ପାନୀଙ୍କୁ ଅଗ୍ରାଧିକାର ଦିଆଯାଇଛି  । ମାଇକ୍ରୋସଫ୍ଟ, ଆପଲ, ଆଲଫାବେଟ, ମେଟା ପ୍ଲାଟଫର୍ମ ଭଳି କମ୍ପାନୀ ତାଲିକାର ସବୁଠୁ ଆଗରେ ଅଛନ୍ତି  । କମ୍ପାନୀର ରାଜସ୍ବ,, କର୍ମଚାରୀଙ୍କ ମତାମତ, କମ୍ପାନୀର ବାତାବରଣକୁ ନେଇ ସର୍ଭେ କରାଯିବା ପରେ ତାଲିକା ପ୍ରସ୍ତୁତ ହୋଇଛି । ସର୍ଭେରେ ସାମିଲ ହୋଇଥିବା କମ୍ପାନୀର ଉତ୍ପାଦନ ଏବଂ ଟେକନୋଲୋଜି ଯୋଗୁଁ ସାରା ବିଶ୍ବର ଆର୍ଥିକ କାରବାରକୁ ପ୍ରଭାବିତ କରୁଛି ।

କେନ୍ଦ୍ରୀୟ ସଂସ୍ଥା IIMC ଢେଙ୍କାନାଳକୁ କେନ୍ଦ୍ରର ଘୋର ଅବହେଳା

ଢେଙ୍କାନାଳ : ନାହିଁ ନାହିଁରେ ଚାଲିଛି ଆଇଆଇଏମସି  । କେନ୍ଦ୍ରୀୟ ସଂସ୍ଥାକୁ କେନ୍ଦ୍ରର ଘୋର ଅବହେଳା  । ଆସୋସିଏଟ୍ ଓ ଆସିଷ୍ଟାଣ୍ଟ ପ୍ରଫେସର ପଦ ଖାଲି। ନାହାନ୍ତି ୩ ଏକାଡେମିକ ଆସୋସିଏଟ୍। ବନ୍ଦ ହେବା ସ୍ଥିତିରେ ଆଇଆଇଏମସି ଢେଙ୍କାନାଳ। କେନ୍ଦ୍ର ସରକାରଙ୍କ ଅବହେଳାରୁ ବିପର୍ଯ୍ୟସ୍ତ ଶିକ୍ଷାଦାନ।… ଗୁଣାତ୍ମକ ସାମ୍ବାଦିକତା ଶିକ୍ଷା ପ୍ରଦାନ ଲକ୍ଷ୍ୟରେ ୧୯୯୩ ମସିହାରେ ଢେଙ୍କାନାଳରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଖୋଲିଥିଲା ଆଇଆଇଏମସିର ଶାଖା। ଦିନ ଥିଲା ଏଠାରେ ସିଟ ପାଇଁ ଛାତ୍ରଛାତ୍ରୀଙ୍କର ଲାଇନ୍ ଲାଗୁଥିଲା। ଏବେ ପୂରଣ ହେଉନି ସିଟ୍। ଅନ୍ୟ ବିଶ୍ବବିଦ୍ୟାଳୟ ମୁହାଁ ଛାତ୍ରଛାତ୍ରୀ। ଗତ କିଛିବର୍ଷ ହେଲା ଅନୁଷ୍ଠାନରେ ଶିକ୍ଷାଦାନ ବ୍ୟବସ୍ଥା ଉଜୁଡ଼ି ଯାଇଛି। ଫଳରେ ଦିଲ୍ଲୀ ପରେ ଦ୍ୱିତୀୟ କ୍ୟାମ୍ପସ୍ ଭାବେ ପ୍ରତିଷ୍ଠିତ ହୋଇଥିବା ଢେଙ୍କାନାଳ ଆଇଆଇଏମ୍ସି ଏବେ ବନ୍ଦ ହେବା ଆଶଙ୍କା ସୃଷ୍ଟି ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏସମ୍ପର୍କରେ ସମୀକ୍ଷା କରୁନଥିବାରୁ ଶିକ୍ଷାନୁଷ୍ଠାନ ରସାତଳଗାମୀ ହେଉଥିବା ଅଭିଯୋଗ ହୋଇଛି ।

ଦିଲ୍ଲୀ ପରେ ଢେଙ୍କାନାଳରେ ଖୋଲିଥିଲା ଆଇଆଇଏମସିର ଦ୍ବିତୀୟ ଶାଖା। ପ୍ରଥମେ କେବଳ ଇଂରାଜୀ ସାମ୍ବାଦିକତାର ଶିକ୍ଷା ଦିଆଯାଉଥିଲା। ପରେ ୨୦୦୧-୦୨ରେ ଓଡିଆ ବିଭାଗରେ ପାଠ୍ୟକ୍ରମ ଆରମ୍ଭ ହେଲା। ସେହି ସମୟରେ ଜଣେ ମୁଖ୍ୟ ପ୍ରଫେସର, ଜଣେ ଆସୋସିଏଟ୍ ପ୍ରଫେସର ଏବଂ ଅନ୍ୟଜଣେ ପ୍ରଫେସର ନିଯୁକ୍ତି ପାଇଥିଲେ। ଅତିଥି ଅଧ୍ୟାପକ ମାନେ ମଧ୍ୟ ଆସି ପାଠ ପଢାଉଥିଲେ। ବିଭିନ୍ନ ଗଣମାଧ୍ୟମର ସମ୍ପାଦକ, ସାମ୍ବାଦିକତା କ୍ଷେତ୍ରରେ ରାଜ୍ୟ ଓ ଜାତୀୟସ୍ତରରେ ପ୍ରମୁଖ ଯୋଗଦାନ ଥିବା ବ୍ୟକ୍ତି ବିଶେଷ, ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରମୁଖ ଅନୁଷ୍ଠାନକୁ ଆସି ପଢାଉଥିଲେ । କିନ୍ତୁ ଏବେ  ଚିତ୍ର ଭିନ୍ନ । ଜଣେ ନିର୍ଦ୍ଦେଶକଙ୍କୁ ଛାଡିଦେଲେ ଇଂରାଜୀ ଓ ଓଡିଆରେ ପାଠ ପଢାଇବା ପାଇଁ ଅଧ୍ୟାପକ ନାହାନ୍ତି । ଠିକା ଅଧ୍ୟାପକ ମଧ୍ୟ ନିଯୁକ୍ତି ହେଉନି। ଫଳରେ ଇଂରାଜୀ ବିଭାଗର ୬୫ଟି ସିଟ୍ ପୂରଣ ହୋଇ ପାରିନଥିବା ବେଳେ ଓଡିଆ ବିଭାଗରେ ୧୦ଟି ସିଟ୍ ଖାଲି ପଡିଛି। ସେହିପରି ପିଜି ପାଠ୍ୟକ୍ରମ ଖୋଲିବା ପାଇଁ ସମସ୍ତ ଭିତ୍ତିଭୂମି ଓ ବ୍ୟବସ୍ଥା ଥିଲେ ମଧ୍ୟ ଏହା ଖୋଲିପାରୁନି। ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିବା  ସଂସ୍ଥାନର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ଗ୍ଲୋବାଲ ଫୋକସ ଏଜୁକେସନର ପୂର୍ବତନ ନିର୍ଦ୍ଦେଶକ ସ୍ବାଧୀନ ମହାପାତ୍ର ଗିରଫ

ଭୁବନେଶ୍ୱର : ଗିରଫ ହେଲେ ଗ୍ଲୋବାଲ ଫୋକସ ଏଜୁକେସନର ପୂର୍ବତନ ନିର୍ଦ୍ଦେଶକ ସ୍ବାଧୀନ ମହାପାତ୍ର ।  ପୁର୍ବରୁ ଛାତ୍ର ଛାତ୍ରୀଙ୍କ ଟଙ୍କା ହେରଫେର ନେଇ ହେଇଥିଲା ଅଭିଯୋଗ । ସ୍ବାଧିନ ଫେବୃଆରୀରେ ଗ୍ଲୋବାଲା ଫୋକସ ଏଜୁକେସନ ରୁ ଚାକିରି ଛାଡ଼ି ଦେଇଥିଲା । ୟୁକ୍ରେନ ଯୁଦ୍ଧ ସମୟର ଓଡ଼ିଶା ଫେରିଥିବା ବିଭିନ୍ନ ମେଡ଼ିକାଲ୍ କଲେଜ୍ ରେ ଆଡ଼ମିଶନ ହେଇଥିବା ଛାତ୍ର ଛାତ୍ରୀଙ୍କୁ ସାର୍ଟିଫିକେଟ୍ ଆଣିଦେବା ପାଇଁ ନେଇଥିଲା ଲକ୍ଷାଧିକ ଟଙ୍କା । ଟଙ୍କା ନେବା ପରେ ଛାତ୍ର ଛାତ୍ରୀଙ୍କୁ ଦେଇ ନଥିଲା ଟିସି । ନିର୍ଦ୍ଦେଶକ ମିର୍ଜା ଅବଦୁଲ ଜାହିର  ସହିଦନଗର ଥାନାର ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ୪୭ ଲକ୍ଷ ଟଙ୍କା ଠକିଥିବା ଜାଣିବାକୁ ପାଇଛି ପୋଲିସ । ସ୍ବାଧୀନର ସମସ୍ତ ବ୍ୟାଙ୍କ୍ ଆକାଉଣ୍ଟ ଜବଦ କରିଛି ପୋଲିସ । ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ଆଣିବ କମିଶନରେଟ୍ ପୋଲିସ।

ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ନିଷ୍ଠାର ସହିତ କାମ କରିବାକୁ ପରାମର୍ଶ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)ର ସମ୍ମିଳନୀ କକ୍ଷରେ ଗତ ୧୪ ତାରିଖରେ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାର ବିଭିନ୍ନ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନ ଏବଂ ବ୍ଲକ ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନରେ ନିଯୁକ୍ତି ପାଇଥିବା ଶିକ୍ଷକ ପ୍ରଶିକ୍ଷକମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଦିଗଦର୍ଶନ ଦିଅାଯାଇଥିଲା । ସେହି କାର୍ଯ୍ୟକ୍ରମରେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦଶକ, ଅନୁପମ ସାହା ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ନୂତନ ଭାବରେ ଯୋଗଦେଇଥିବା ଶିକ୍ଷକ ପ୍ରଶିକ୍ଷକ ମାନଙ୍କୁ ଓସେପାର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସମ୍ୟକ ଧରଣା ଦେଇଥିଲେ । ସାହା ସମସ୍ତ ଶିକ୍ଷକ ପ୍ରଶିକ୍ଷକମାନଙ୍କୁ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ନିଷ୍ଠାର ସହିତ କାମ କରିବା ପାଇଁ ପରାମର୍ଶ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଓସେପାର ଅତିରିକ୍ତ ନିର୍ଦ୍ଦେଶକ ଭଗବାନ ବେହେରା, ଓସେପା ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟାବଳୀ ଓପରେ ଏକ ବିସ୍ତ୍ରୃତ ବିବରଣୀ ଉପସ୍ଥାପନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଓସେପାର ବିଭିନ୍ନ ପଦାଧିକାରୀମାନେ ପରିଚାଳନା କରିଥିଲେ । ଅାଲୋଚନା ସମୟରେ ସେମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ପୁଙ୍ଖାନୁପୁଙ୍ଖ ଭାବରେ ପ୍ରଦାନ କରିଥିଲେ । ଏହି ଅବସରରେ ଶିକ୍ଷକ ପ୍ରଶିକ୍ଷକମାନେ ଓସେପା କାର୍ଯ୍ୟାଳୟରେ ବିଭିନ୍ନ ବିଭାଗ ପରିଦର୍ଶନ କରିଥିଲେ । ପରିଶେଷରେ ଓସେପାର ଯୁଗ୍ମ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ସେଠୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

ପାର୍ବଣରେ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଚଳିତ ବର୍ଷ ପାର୍ବଣ ସମୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ  ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ନିର୍ଦ୍ଦେଶ  ଦେଇଛନ୍ତି । ବିଭିନ୍ନ ପୂଜା ସମିତି ଓ ସ୍ଥାନୀୟ ବିଧାୟକମାନଙ୍କ ଅନୁରୋଧ କ୍ରମେ ଜନସାଧାରଣଙ୍କ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଛନ୍ତି । ଏହା ଦ୍ୱାରା ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆସନ୍ତା ପାର୍ବଣ ଋତୁ ସମୟରେ ସରକାରୀ ଜାଗାରେ ସାମୟିକ ଭାବରେ ଆୟୋଜିତ ହେଉଥିବା ବିଭିନ୍ନ ପୂଜା ଉତ୍ସବ ପାଇଁ କୌଣସି ଗ୍ରାଉଣ୍ଡ ରେଣ୍ଟ ଆଦାୟ କରାଯିବ ନାହିଁ । ଚଳିତ ବର୍ଷ ଆଗାମୀ ଦିନରେ ଗଣେଶ ପୂଜା, ଦୂର୍ଗା ପୂଜା, କାଳୀ ପୂଜା, ଲକ୍ଷ୍ମୀ ପୂଜା ଓ କାର୍ତ୍ତିକେଶ୍ୱର ପୂଜା ଆଦି ଅନେକ ପୂଜା ଅନୁଷ୍ଠିତ ହେବାର ଅଛି। ଏସବୁ ପୂଜା ପାଇଁ କୌଣସି ଗ୍ରାଉଣ୍ଡ ରେଣ୍ଟ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଦାୟ କରାଯିବ ନାହିଁ।

 

ରାଜ୍ୟ କ୍ୟାବିନେଟରେ ୧୦ଟି ବିଭାଗର ୧୯ ପ୍ରସ୍ତାବକୁ ମୋହର

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟରେ ୧୦ ବିଭାଗର ୧୯ ପ୍ରସ୍ତାବକୁ ମୋହର ବାଜିଛି  । ନୂଆ ଯୋଜନା ରାଜ୍ଯ କ୍ୟାବିନେଟର ଅନୁମୋଦନ ‘ଲକ୍ଷ୍ମୀ’ ଯୋଜନାରେ ଗ୍ରାମାଞ୍ଚଳକୁ ପରିବହନ ସେବା । ରାଜ୍ଯର ସମସ୍ତ ପଞ୍ଚାୟତକୁ ବ୍ଲକ୍ ମୁଖ୍ଯାଳୟ ସହିତ ଯୋଡିବା, ବ୍ଲକ୍ ମୁଖ୍ୟାଳୟକୁ ଜିଲ୍ଲା ମୁଖ୍ଯାଳୟ ସହିତ ଯୋଡିବା ଏବଂ ଜିଲ୍ଲା ମୁଖ୍ଯାଳୟରୁ ରାଜଧାନୀକୁ ବସ୍ ସଂଯୋଗୀକରଣ ସୁବିଧା ପ୍ରଦାନ କରାଯିବ। ଏଥିସହ ଆନ୍ତଃ ଜିଲ୍ଲା ବ୍ଲକ୍ ସଂଯୋଗୀକରଣ ଓ ପୁରୀ ସହ ଜିଲ୍ଲାର ପ୍ରମୁଖ ସହରଗୁଡିକୁ ଯୋଡିବା ନିମନ୍ତେ ଯୋଜନା କାର୍ଯ୍ଯକାରୀ ହେବ। ସେହିପରି ସିଲିକନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ହୋଇଛି ଏକକ ବିଶ୍ବବିଦ୍ୟାଳୟ  । ବ୍ରହ୍ମପୁରର NISTକୁ ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇଛି  । ସେହିପରି ୨୦୨୩-୨୪ ଖରିଫ ଧାନ କିଣା ନୀତିକୁ ଅନୁମୋଦନ ହୋଇଥିବାବେଳେ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଟୋଲ୍ ଗେଟ୍ ଉଚ୍ଛେଦକୁ ଉଚ୍ଛେଦକୁ କ୍ୟାବିନେଟ ମଂଜୁରୀ ମିଳିଛି  । ଓବିସିସି ଦ୍ବାରା ପରିଚାଳିତ ଟୋଲଗେଟ୍ ଉଚ୍ଛେଦ ହେବ  । ସେହିପରି ଜଳସେଚନ ବିଭାଗର କ୍ଷୁଦ୍ର ଜଳସଚେନ ପ୍ରକଳ୍ପକୁ ଅନୁମୋଦନ ମିଳିଛି  ।

ଅନେକ ଚାକିରି ସର୍ତ୍ତାବଳୀକୁ ଅନୁମୋଦନ କରିଛି କ୍ୟାବିନେଟ  । ଜମି କିସମ ପରିବର୍ତ୍ତନ ଆଇନରେ ହେବ ସଂଶୋଧନ  । ରାଜସ୍ବ ବିଭାଗର ଏହି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ମାରିଛି  । ସେହିପରି MIP ଓ ଟ୍ୟାଙ୍କର ଉନ୍ନତିକରଣ ପାଇଁ ନୂଆ ଯୋଜନା ହୋଇଛି  । ଓଡ଼ିଶା GSTରେ ହେବ ସଂଶୋଧନ  । ଯୋଗାଣ ନିରୀକ୍ଷକ ନିଯୁକ୍ତି ଓ ସର୍ତ୍ତାବଳୀରେ ସଂଶୋଧନ କରାଯିବ  । ଜୁନିଅର ଷ୍ଟେନୋ, ଟାଇପିଷ୍ଟ ଓ ଡାଟାଏଣ୍ଟ୍ରି ପାଇଁ ହେବ ମିଳିତ ପରୀକ୍ଷା  । ଏଥିପାଇଁ ୨୦୨୨ ଅଧିନିୟମରେ ହେବ ସଂଶୋଧନ  ।

ଆସନ୍ତାକାଲି ଲୋକାର୍ପିତ ହେବ ରାଜ୍ୟର ପ୍ରଥମ ଅତ୍ୟାଧୁନିକ ବସ ଟର୍ମିନାଲ

କଟକ : ବିକାଶରେ ଯୋଡ଼ି ହେବ ନୂଆ ଅଧ୍ୟାୟ । ଆସନ୍ତାକାଲି ଲୋକାର୍ପିତ ହେବ ରାଜ୍ୟର ପ୍ରଥମ ଅତ୍ୟାଧୁନିକ ବସ ଟର୍ମିନାଲ । ନେତାଜୀ ବସ୍ ଟର୍ମିନାଲକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ବସ ଟର୍ମିନାଲ ସହ ସହରରେ ନିର୍ମିତ ହୋଇଥିବା ଓ ହେବାକୁ ଯାଉଥିବା 12 ଟି ପ୍ରକଳ୍ପର ଉଦଘାଟନ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ୧୫ ଏକର ପରିମିତ ଜମି ଉପରେ ତିଆରି କରାଯାଇଥିବା ଏହି ବସ ଟର୍ମିନାଲରେ ଖର୍ଚ୍ଚ ହୋଇଛି 9୦.୨ କୋଟି ଟଙ୍କା । ଏଠାରେ ୧୯୨ ଟି ବସର ରହଣି ଓ ଯାତାୟାତ ସାଙ୍ଗକୁ ଯାତ୍ରୀଙ୍କ ପାଇଁ ପ୍ରତୀକ୍ଷାଳୟ, ବିଶ୍ରାମ କକ୍ଷ, ଆହାର କେନ୍ଦ୍ର, ହାଇଜେନିକ ଷ୍ଟଲ୍, ପୁରୁଷ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଟିକେଟ କାଉଣ୍ଟରର ସୁବିଧା ରହିଛି । ଏହି ମେଗା ପ୍ରକଳ୍ପର ଉଦଘାଟନ ପାଇଁ ସିଡିଏ, ଜିଲ୍ଲା ପ୍ରଶାସନ, ସିଏମସି ପକ୍ଷରୁ ଆଜି ଚୂଡାନ୍ତ ପ୍ରସ୍ତୁତି ସମୀକ୍ଷା କରାଯାଇଛି । ଟର୍ମିନାଲ ପରିସରରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅପରାହ୍ନରେ ଯୋଗଦେବା ସହିତ ଭରଚୁଆଲରେ ଅନ୍ୟ ୧୨ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ । ଟର୍ମିନାଲରେ ବୁଲି ପୁରା ପ୍ରୋଜେକ୍ଟ ଦେଖିବା ସହିତ ପତାକା ଦେଖାଇ ବସ ଯାତ୍ରା ର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।

ଅକ୍ଟୋବର ୧୩ ତାରିଖରେ ନିଲାମ ହେବ ବଡ଼ମ୍ବା ଚିନିକଳ

କଟକ : ଆସନ୍ତା ଅକ୍ଟୋବର ୧୩ ତାରିଖରେ ନିଲାମ ହେବ ବଡ଼ମ୍ବା ଚିନିକଳ  । ୫ ହଜାର ଚାଷୀଙ୍କ ଅଂଶଧନରେ ୧୯୮୪ରେ ଗଢି ଉଠିଥିବା ବଡ଼ମ୍ବା ଚିନିକଳ ଦୀର୍ଘ ଦିନ ଧରି ବନ୍ଦ ରହିଥିଲା  । କମ୍ପାନୀ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ମୁମ୍ବାଇ ନରିମାନ ପଏଣ୍ଟ ଶାଖାରୁ ୩୬୯ କୋଟି ୫ ହଜାର ୯୬୫ ଟଙ୍କା ଋଣ ଆଣିଥିଲା । ଋଣ ପରିଶୋଧ କରି ନ ପାରିବାରୁ ନିଲାମ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଅକ୍ଟୋବର ୧୩ ତାରିଖ ଦିନ ୧୨ଟାରୁ ୧ଟା ମଧ୍ୟରେ ଏହାର ନିଲାମ କରାଯିବ  । ଇସ୍ତାହାରରେ ସମ୍ପତ୍ତିର ସର୍ବନିମ୍ନ ମୂଲ୍ୟ ୧୫ କୋଟି ୧୮ଲକ୍ଷ ଟଙ୍କା ଓ ଅମାନତ ରାଶି ୭୫ ଲକ୍ଷ ୯୦ ହଜାର ଟଙ୍କା ରହିଛି।

ଭଦ୍ରକ ଜିଲ୍ଲାର ୫୨ଟି ହାଇସ୍କୁଲ ରୂପାନ୍ତିରତ ହେବ

ଭୁବନେଶ୍ୱର : ଫାଇଭ-ଟି ଉପକ୍ରମରେ ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟରେ ଭଦ୍ରକ ଜିଲ୍ଲାର ୫୨ଟି ହାଇସ୍କୁଲ ରୂପାନ୍ତିରତ ହେବ  । ଯେଉଁଥିରେ ସ୍ଥାନ ପାଇଛି ଚାନ୍ଦବାଲି ବ୍ଲକର ୭ଟି ହାଇସ୍କୁଲ  ।  ରୂପାନ୍ତରିତ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ  । ରୂପାନ୍ତରଣ କାମ ଦ୍ରୁତ ଗତି ଗତିରେ କରାଯାଉଥିବାବେଳେ ସ୍ମାର୍ଟକ୍ଲାସ ରୁମ ସାଙ୍ଗକୁ ବିଜ୍ଞାନାଗାର, ଇ-ଲାଇବ୍ରେରୀ, କ୍ରୀଡ଼ା ଓ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି  । ଏହି ଅବସରରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ ଫାଇଭ-ଟି ସଚିବ  । ଗାଁ ସ୍କୁଲକୁ ଅତ୍ୟାଧୁନିକ କରାଯାଉଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଜନସାଧାରଣ  ।

ଖାଲି ହନିଟ୍ରାପ ନୁହେଁ ବରଂ ଚାକିରି ଦେବା ନାଁରେ ଠକେଇ କରୁଥିଲା ଇରାନୀ

ଭୁବନେଶ୍ବର : ଇରାନୀ ଗ୍ୟାଙ୍ଗ ଗିରଫ ମାମଲା । ଖାଲି ହନିଟ୍ରାପ ନୁହେଁ ବରଂ ଚାକିରି ଦେବା ନାଁରେ ବି ଠକେଇ କରୁଥିଲା ଇରାନୀ  । ତମାଣ୍ଡୋ ସିଜିପୁଟର ଠିକାଦାର ସୌଭାଗ୍ୟ କେତନ ଜେନାଙ୍କୁ ଚୂନା ଲଗାଇଛି ଇରାନୀ  । ତାଙ୍କ ପତ୍ନୀଙ୍କୁ ଏମ୍ସରେ ଚାକିରି କରାଇଦେବାକୁ କହି 3 ଲକ୍ଷ 60 ହଜାର ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି  । ଏମ୍ସରେ ପେସେଣ୍ଟ ସର୍ଭିସ ପୋଷ୍ଟ କରାଇଦେବାକୁ ଇରାନୀ ଟଙ୍କା ନେଇଥିଲେ  । ପରେ ଚାକିରି ଦେଇନଥିଲା କି ଟଙ୍କା ମାଗିଲେ ମିଛ ମାମଲାରେ ଫସାଇଦେବାକୁ ଧମକ ଦେଉଥିଲା  । ଏବେ ସୁଦ୍ଧା ଇରାନୀ ଗ୍ୟାଙ୍ଗ ନାମରେ ୪ଟି ଅଭିଯୋଗ ହେଲାଣି  । ଠକେଇରେ ଶିକାର ହୋଇଥିବା ଲୋକ ଅଭିଯୋଗ କରିବାକୁ ପୋଲିସ ଅପିଲ କରିଛି  । ଅଭିଯୋଗକାରୀଙ୍କ ନାମ ଓ ଠିକଣାକୁ ଗୋପନ ରଖିବ ପୋଲିସ  । ସେପଟେ ରିମାଣ୍ଡରେ ଆସିବ ଇରାନିଙ୍କ ସ୍ୱାମୀ ନିଶିକାନ୍ତ ପାତ୍ର । 5 ଦିନ ରିମାଣ୍ଡରେ ଆଣିବା ଲାଗି SDJM କୋର୍ଟରେ ଆବେଦନ କରିବ ତମାଣ୍ଡୋ ଥାନା ପୋଲିସ  । ରିମାଣ୍ଡରେ ଆସିଲେ ଖୋଲିବ ହନିଟ୍ରାପ ଲିଙ୍କ ।