ରାଜ୍ୟ କ୍ୟାବିନେଟରେ ୧୦ଟି ବିଭାଗର ୧୯ ପ୍ରସ୍ତାବକୁ ମୋହର

1 min read

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟରେ ୧୦ ବିଭାଗର ୧୯ ପ୍ରସ୍ତାବକୁ ମୋହର ବାଜିଛି  । ନୂଆ ଯୋଜନା ରାଜ୍ଯ କ୍ୟାବିନେଟର ଅନୁମୋଦନ ‘ଲକ୍ଷ୍ମୀ’ ଯୋଜନାରେ ଗ୍ରାମାଞ୍ଚଳକୁ ପରିବହନ ସେବା । ରାଜ୍ଯର ସମସ୍ତ ପଞ୍ଚାୟତକୁ ବ୍ଲକ୍ ମୁଖ୍ଯାଳୟ ସହିତ ଯୋଡିବା, ବ୍ଲକ୍ ମୁଖ୍ୟାଳୟକୁ ଜିଲ୍ଲା ମୁଖ୍ଯାଳୟ ସହିତ ଯୋଡିବା ଏବଂ ଜିଲ୍ଲା ମୁଖ୍ଯାଳୟରୁ ରାଜଧାନୀକୁ ବସ୍ ସଂଯୋଗୀକରଣ ସୁବିଧା ପ୍ରଦାନ କରାଯିବ। ଏଥିସହ ଆନ୍ତଃ ଜିଲ୍ଲା ବ୍ଲକ୍ ସଂଯୋଗୀକରଣ ଓ ପୁରୀ ସହ ଜିଲ୍ଲାର ପ୍ରମୁଖ ସହରଗୁଡିକୁ ଯୋଡିବା ନିମନ୍ତେ ଯୋଜନା କାର୍ଯ୍ଯକାରୀ ହେବ। ସେହିପରି ସିଲିକନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ହୋଇଛି ଏକକ ବିଶ୍ବବିଦ୍ୟାଳୟ  । ବ୍ରହ୍ମପୁରର NISTକୁ ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇଛି  । ସେହିପରି ୨୦୨୩-୨୪ ଖରିଫ ଧାନ କିଣା ନୀତିକୁ ଅନୁମୋଦନ ହୋଇଥିବାବେଳେ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଟୋଲ୍ ଗେଟ୍ ଉଚ୍ଛେଦକୁ ଉଚ୍ଛେଦକୁ କ୍ୟାବିନେଟ ମଂଜୁରୀ ମିଳିଛି  । ଓବିସିସି ଦ୍ବାରା ପରିଚାଳିତ ଟୋଲଗେଟ୍ ଉଚ୍ଛେଦ ହେବ  । ସେହିପରି ଜଳସେଚନ ବିଭାଗର କ୍ଷୁଦ୍ର ଜଳସଚେନ ପ୍ରକଳ୍ପକୁ ଅନୁମୋଦନ ମିଳିଛି  ।

ଅନେକ ଚାକିରି ସର୍ତ୍ତାବଳୀକୁ ଅନୁମୋଦନ କରିଛି କ୍ୟାବିନେଟ  । ଜମି କିସମ ପରିବର୍ତ୍ତନ ଆଇନରେ ହେବ ସଂଶୋଧନ  । ରାଜସ୍ବ ବିଭାଗର ଏହି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ମାରିଛି  । ସେହିପରି MIP ଓ ଟ୍ୟାଙ୍କର ଉନ୍ନତିକରଣ ପାଇଁ ନୂଆ ଯୋଜନା ହୋଇଛି  । ଓଡ଼ିଶା GSTରେ ହେବ ସଂଶୋଧନ  । ଯୋଗାଣ ନିରୀକ୍ଷକ ନିଯୁକ୍ତି ଓ ସର୍ତ୍ତାବଳୀରେ ସଂଶୋଧନ କରାଯିବ  । ଜୁନିଅର ଷ୍ଟେନୋ, ଟାଇପିଷ୍ଟ ଓ ଡାଟାଏଣ୍ଟ୍ରି ପାଇଁ ହେବ ମିଳିତ ପରୀକ୍ଷା  । ଏଥିପାଇଁ ୨୦୨୨ ଅଧିନିୟମରେ ହେବ ସଂଶୋଧନ  ।