spot_img
Home Blog Page 249

ରଥଯାତ୍ରା ପୂର୍ବରୁ ୩ଟି ପର୍ଯ୍ଯୟରେ ହେବ ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଗଣତି ମଣତି !

ରଥଯାତ୍ରା ପୂର୍ବରୁ ୩ଟି ପର୍ଯ୍ଯୟରେ ହେବ ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଗଣତି ମଣତି !

ନନ୍ଦିଘୋଷ ବ୍ୟୁରୋ: ୨୦୨୬ ବର୍ଷ ରଥଯାତ୍ରା ଯଥେଷ୍ଟ ପୂର୍ବରୁ ହୋଇପାରେ ଶ୍ରୀମନ୍ଦିର ରତ୍ନ ଅଳଙ୍କାରର ଗଣତି ମଣତି । ଗତକାଲି ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଚିଠା ପ୍ରସ୍ତାବ ଆଗତ ହୋଇଛି । ଖୁବଶୀଘ୍ର ପରିଚାଳନା କମିଟି ବୈଠକରେ ଚିଠା ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହୋଇ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ ବୋଲି କହିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ l ତେବେ ଦୀର୍ଘ ୫ ଘଣ୍ଟା ବୈଠକ ପରେ ତାରିଖ କମ୍ବା ମାର୍ଗ ଦର୍ଶିକା ଚୂଡାନ୍ତ ହୋଇପାରି ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ବରିଷ୍ଠ ସେବାୟତ ।

୩ଟି ପର୍ଯ୍ଯାୟରେ ହେବ ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଗଣତି ମଣତି । ୧୯୭୮ ଗଣତି ମଣତି ତାଲିକା ରିପୋର୍ଟ ସହ କରାଯିବ ମେଳକ । ବାହାର କାଠରୁ ମହାପ୍ରଭୁଙ୍କ ଦର୍ଶନ ପାଇବେ ଶ୍ରଦ୍ଧାଳୁ । ଗଣତି ମଣତି ପରେ ଜିଲ୍ଲା ଟ୍ରେଜେରୀରେ ରହିବ ରତ୍ନ ଭଣ୍ଡାରର ଚାବି । ପୂରା ପ୍ରକ୍ରିୟାର ଭିଡିଓଗ୍ରାଫି ସହ କରାଯିବ ଡିଜିଟାଇଜେସନ ।

୨୦୨୬ ବର୍ଷ ରଥଯାତ୍ରା ଯଥେଷ୍ଟ ପୂର୍ବରୁ ହୋଇପାରେ ଶ୍ରୀମନ୍ଦିର ରତ୍ନ ଅଳକାରର ଗଣତି ମଣତି । ପ୍ରଥମେ ଚଳନ୍ତି ଭଣ୍ଡାର, ପରେ ବାହାର ଭଣ୍ଡାର ଓ ଶେଷରେ ଭିତର ରତ୍ନ ଭଣ୍ଡାର ଗଣତି ମଣତି କରାଯିବ l ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ଯକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ଚିଠା ପ୍ରସ୍ତାବ ଆଗତ ହୋଇଛି । ୧୧ ପୃଷ୍ଠାର ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଥିବାବେଳେ ୩ଟି ପର୍ଯ୍ୟାୟରେ ଗଣତି ମଣତି କରାଯିବ l ଖୁବଶୀଘ୍ର ପରିଚାଳନା କମିଟି ବୈଠକରେ ଚିଠା ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହୋଇ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ । ଗଣତି ମଣତି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନହେବ ତାରି ଉପରେ ଦିଆଯାଇଛି ଗୁରୁତ୍ବ ।

୨୦୨୪ ଜୁଲାଇ ୧୪ ଜୁଲାଇ ୨୦୨୪ ରତ୍ନଭଣ୍ଡାର ଖୋଲାଯାଇଥିଲା । ପ୍ରାଥମିକ ଭାବେ ପ୍ରଥମେ ବାହାର ରତ୍ନଭଣ୍ଡାରର ସମସ୍ତ ଅଳଙ୍କାର ସ୍ଥାନାନ୍ତର କରାଯାଇଥିଲା । ୨୦୨୪ ଅଗଷ୍ଟ ୨୩ରେ ସ୍ଥାନାନ୍ତର ହୋଇଥିଲା ସିନ୍ଧୁକ । ପରେ ସେପ୍ଟେମ୍ବର ୨୪ରେ ଏଏସଆଇ ସ୍ୱତନ୍ତ୍ର ଟିମ ଯାଞ୍ଚ କରିଥିଲା । ରିପୋର୍ଟ ଆଧାରରରେ ୧୭ ଡିସେମ୍ବରରେ ଆରମ୍ଭ ହୋଇଥିଲା ମରାମତି । ଏହା ୨୮ ଏପ୍ରିଲ ୨୦୨୫ ଯାଏଁ ଜାରି ରହିଥିଲା । ତେବେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ମରାମତି ଶେଷ ପରେ ଗଣତି ମଣତି ନେଇ ବିଳମ୍ବ ସତ୍ତ୍ବେ ୫ ଘଣ୍ଟା ବୈଠକ ପରେ ତାରିଖ କମ୍ବା ମାର୍ଗ ଦର୍ଶିକା ଚୂଡାନ୍ତ ହୋଇପାରି ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ବରିଷ୍ଠ ସେବାୟତ ।

ଓଡ଼ିଶା ସ୍ବାର୍ଥ ପାଇଁ ଲଢ଼େଇ ଜୋରଦାର କରିବାକୁ ପିସିସି ସଭାପତିଙ୍କ କର୍ମୀଙ୍କୁ ଆହ୍ବାନ

ଓଡ଼ିଶା ସ୍ବାର୍ଥ ପାଇଁ ଲଢ଼େଇ ଜୋରଦାର କରିବାକୁ ପିସିସି ସଭାପତିଙ୍କ କର୍ମୀଙ୍କୁ ଆହ୍ବାନ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାର ସ୍ଵାର୍ଥ ରକ୍ଷା ପାଇଁ ଜୋରଦାର ଲଢ଼େଇ କରିବାକୁ କଂଗ୍ରେସ ପ୍ରତିଷ୍ଠା ଦିବସରେ କର୍ମୀଙ୍କୁ ଆହ୍ଵାନ ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ । ଏହି ଅବସରରେ ସେ ବିଜେପି ସରକାର ଉପରେ ବର୍ଷିଛନ୍ତି । ଭୁବନେଶ୍ଵର କଂଗ୍ରେସ ଭବନରେ ଦଳର ୧୪୦ତମ ପ୍ରତିଷ୍ଠା ଦିବସରେ ଭକ୍ତ ଦାସ ଦଳର ପତାକା ଉତ୍ତୋଳନ କରିଥିଲେ ।

ସେ ଅଭିଯୋଗ କରିଛନ୍ତି, ଡବଲ ଇଞ୍ଜିନ୍ ସରକାରରେ ଓଡ଼ିଶାର ଅବସ୍ଥା ଆହୁରି ଖରାପ ହୋଇଛି । ଓଡ଼ିଆ ଅସ୍ମିତାର କଥା କହି ବିଜେପି ସରକାରକୁ ଆସିବା ପରେ ଓଡ଼ିଶାରେ ନାରୀ ନିର୍ଯାତନା ବଢ଼ିଛି । ମହାନଦୀ ଜଳ ପ୍ରସଙ୍ଗରେ ଟ୍ରିପଲ ଇଞ୍ଜିନ୍ ସରକାର ଓଡ଼ିଶା ସ୍ବାର୍ଥ ବିରୋଧରେ କାର୍ଯ୍ୟ କରୁଛନ୍ତି । ଧାନ ସଂଗ୍ରହ ପ୍ରକିୟା ଏକ ପ୍ରହସନରେ ପରିଣତ ହୋଇଛି । ଦେଢ ବର୍ଷରେ ସରକାର ଶୂନ୍ୟ । ଦେଶରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠାରେ କଂଗ୍ରେସର ଭୂମିକା ଥିଲା ଅତି ଗୁରୁତ୍ୱପୂର୍ଣ୍ଣ । ଶ୍ରେଷ୍ଠ ସମ୍ବିଧାନ ଗଠନ  ମଧ୍ୟ କଂଗ୍ରେସ କରିଥିଲା । କିନ୍ତୁ ଆଜି ଦେଶରେ ଗଣତନ୍ତ୍ର ବଦଳରେ ଫାଶୀବାଦର ପ୍ରଚଳନ ଚାହୁଁଛି ବିଜେପି ସରକାର । ଗଣତାନ୍ତ୍ରିକ ଅନୁଷ୍ଠାନକୁ ପଙ୍ଗୁ କରାଯାଇଛି । ଧର୍ମକୁ ନେଇ ରାଜନୀତି କରୁଛି । ସିବିଆଇ ଓ ଇଡି ପରି ସଂସ୍ଥାକୁ ହାତ ବାରିସି କରି ଭୟର ବାତାବରଣ ସୃଷ୍ଟି କରୁଛି ବିଜେପି । ଏପରିକି ନିର୍ବାଚନ କମିଶନଙ୍କ ପରି ନିରପେକ୍ଷ ସଂସ୍ଥାକୁ ପଙ୍ଗୁ କରି ଦେଲେଣି କେନ୍ଦ୍ର ସରକାର ।

ଆଗକୁ ସେ କହିଛନ୍ତି, ଭୋଟ ଚୋରି କରାଯାଉଛି । ଅନ୍ତର୍ଜାତୀୟ ବଜାରରେ ଖସୁଛି ଟଙ୍କାର ମୂଲ୍ୟ । ଡଲାର ତୁଳନାରେ ୯୦ ଟପିଲାଣି ଟଙ୍କାର ମୂଲ୍ୟ । ରାହୁଲ ଗାନ୍ଧିଙ୍କ ନେତୃତ୍ଵରେ ଆଗକୁ କଂଗ୍ରେସ ଜୋରଦାର ଲଢ଼େଇ କରିବ ବୋଲି କହିଛନ୍ତି ଭକ୍ତ ।

ଅଧାରେ ରହିଲା ସାଉଦି ଆରବ ହଜ୍ ଯାତ୍ରା, ଡିସକାଉଣ୍ଟରେ କରାଇ ଦେବାକୁ କହି ୭୨ ଲକ୍ଷ ଲୁଟି ନେଲା ଠକ

ଅଧାରେ ରହିଲା ସାଉଦି ଆରବ ହଜ୍ ଯାତ୍ରା, ଡିସକାଉଣ୍ଟରେ କରାଇ ଦେବାକୁ କହି ୭୨ ଲକ୍ଷ ଲୁଟି ନେଲା ଠକ

ନନ୍ଦିଘୋଷ ବ୍ୟୁରୋ: ଅଧାରେ ରହିଲା ସାଉଦି ଆରବ ହଜ୍ ଯାତ୍ରା । ଭକ୍ତି ଭାବରେ ବିଷ ଭରି ଦେଲା ଠକ । ଟ୍ରାଭେଲ ଏଜେନ୍ସି ମାଲିକଙ୍କଠାରୁ ଲୁଟି ନେଲା ୭୨ ଲକ୍ଷ ଟଙ୍କା । ଭୁବନେଶ୍ୱର ସାଇବର ଥାନାର ଦ୍ୱାରସ୍ଥ ହେଲେ ଠକେଇର ଶିକାର ବ୍ୟକ୍ତି । ସେପଟେ ପ୍ରି ଆକ୍ଟିଭେଟେଡ ସିମ ଜରିଆରେ ଠକେଇ ବଢୁଥିବା ନେଇ ଉଦବେଗ ।

ତୀର୍ଥ ଯାତ୍ରା କରାଇବା ନାଁରେ ୭୨ ଲକ୍ଷ ଠକେଇ । କାଳ ହେଲା ସାଉଦି ଆରବକୁ ହଜ୍ ଯାତ୍ରା । ଟ୍ରାଭେଲ ଏଜେନ୍ସି ମାଲିକ ଥାନାର ଦ୍ୱାରସ୍ଥ । ଫେକ ସିମ୍ ଜରିଆରେ ସାରା ଦେଶରେ ବଢୁଛି ଠକେଇ ।

ନାଁ ମହମ୍ମଦ ସଲମାନ । ୟୁନିଟ ୪ରେ ମହମ୍ମଦଙ୍କର ଏକ ଟ୍ରାଭେଲ ଏଜେନ୍ସି ରହିଛି । ହଜ୍ ଯାତ୍ରା ପାଇଁ ୧୧୨ ଜଣଙ୍କୁ ସାଉଦି ଆରବ ନେବା ପାଇଁ ଟଙ୍କା କଲେକ୍ସନ କରିଥିଲେ । ଏହାପରେ ଗୁଗୁଲରେ ସାଉଦି ଆରବର ଟ୍ରାଭେଲ ଏଜେନ୍ସିକୁ ଭିସା ଓ ହୋଟେଲ ବୁକିଂ ପାଇଁ ଯୋଗାଯୋଗ କରିବା ବେଳେ ଜଣେ ଡିସକାଉଣ୍ଟରେ ସୁବିଧା କରି ଦେବେ ବୋଲି ଫୋନ ଯୋଗେ ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶୃତି ମୁତାବକ ୧୧୨ ଜଣଙ୍କୁ ନେଇ ମୁମ୍ବାଇ ଏୟାରପୋର୍ଟରେ ପହଁଚିବା ପରେ ନା ଥିଲା ଭିସାର ଯୋଗାଡ଼ ନା ଥିଲା ହୋଟେଲ ବୁକିଂ । ଓଲଟା ଆକାଉଣ୍ଟରୁ କଟି ଚାଲିଥିଲା ଟଙ୍କା । ନିରାଶ ହୋଇ ଫେରିବା ପରେ ମହମ୍ମଦ ସଲମାନ ଭୁବନେଶ୍ୱର ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସମୁଦାୟ ୭୨ ଲକ୍ଷ ହରାଇବା ପରେ ଘରେ ସୁନା ଅଳଙ୍କାର ବିକ୍ରି କରି ଲୋକଙ୍କ ଟଙ୍କା ସୁଝିଥିବା କ୍ଷୋଭର ସହ କହିଛନ୍ତି ।

ଇଣ୍ଡିଆନ ସାଇବର କ୍ରାଇମ କୋର୍ଡ଼ିନେସନରୁ ମିଳିଥିବା ସୂଚନା ମୁତାବକ ପଶ୍ଚିମବଙ୍ଗ, ଆସାମ ସମେତ ଓଡ଼ିଶା ପାଲଟିଛି ଫେକ ସିମର ହବ । ପ୍ରତିଦିନ ଦେଶରେ ପାଖାପାଖି ୭୦ ହଜାର ସାଇବର ସମ୍ପର୍କିତ ଅଭିଯୋଗ ଆସୁଥିବା ବେଳେ ଅଧିକାଂଶ ଫେକ ସିମ୍ ଦ୍ୱାରା ଅପରେଟ କରାଯାଉଛି । ଓଡ଼ିଶାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଟ୍ରାଇ ଓ ମୋବାଇଲ କମ୍ପାନୀ ସହ ବାରମ୍ବାର ଆଲୋଚନା ସତ୍ତ୍ୱେ ମଧ୍ୟ ରାସ୍ତା କଡ଼ରେ ଛତୁ ଫୁଟିବା ଭଳି ହେଉଛି ସିମ୍ ବିକ୍ରି । ଯାହାର ଫାଇଦା ନେଇ ଲୋନ ଫ୍ରଡ଼, ନ୍ୟୁଡ କଲ, ଡିଜିଟାଲ ଆରେଷ୍ଟ ଭଳି ସଙ୍ଗିନ ଘଟଣା ଘଟାଉଛନ୍ତି ଅପରାଧୀ । ସେପଟେ ଟ୍ରାଭେଲ ଏଜେନ୍ସି ଜରିଆରେ ଠକେଇର ଶିକାର ହେବା ପରେ ନ୍ୟାୟ ଆଶାରେ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି ମହମ୍ମଦ ସଲମାନ । କଷ୍ଟମର କେୟାର, ରିଫଣ୍ଡ , ଅନଲାଇନ ବୁକିଂ, କେୱାଇସି, ସେକ୍ସର୍ଟସନ ଭଳି ସାଇବର ଫ୍ରଡ଼ରେ ମାତ୍ରାଧିକ ବେନାମୀ ସିମ୍ ର ବ୍ୟବହାର ଦେଶର ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରୁଥିବା କହିଛନ୍ତି ବିଶେଷଜ୍ଞ ।

ମାଆ ହେଲା ନାଲି ବାଘୁଣୀ ଜୟଶ୍ରୀ

ନନ୍ଦିଘୋଷ ବ୍ୟୁରୋ : ମାଆ ହେଲା ନାଲି ବାଘୁଣୀ ଜୟଶ୍ରୀ। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂଆ ଅତିଥି ମାଆ ହୋଇଛି। ଜୟଶ୍ରୀ ନନ୍ଦନକାନନରେ ସବୁଠାରୁ ପ୍ରାପ୍ତ ବୟସ ୨ବର୍ଷ ୧୧ ମାସରେ ପ୍ରଥମ ଥର ମାଆ ହୋଇଛି। ବିଳମ୍ବିତ ରାତିରେ ପୃଥକ ପୃଥକ ସମୟ ବ୍ୟବଧାନରେ ୩ଟି ଶାବକ ଜନ୍ମ ଦେଇଥିଲା। ୨ଟି ଶାବକର ମୃତ୍ୟୁ ଘଟିଥିବାବେଳେ ଜଣେ ଶାବକ ଜୀବିତ ଥିଲା। ହେଲେ ତାକୁ ମାଆ ଗ୍ରହଣ କରିନଥିଲା। କର୍ତ୍ତୃପକ୍ଷ ସାବକଟିକୁ ଲାଳନ ପାଳନ ଉଦେଶ୍ୟରେ ହ୍ୟାଣ୍ଡ ରିୟରିଙ୍ଗ ସେଣ୍ଟରରେ ରଖିଛନ୍ତି l ନୂଆ ଶବକ ଜନ୍ମ ପରେ ବାଘଙ୍କ ସଂଖ୍ୟା ଏବେ ୨୯ କୁ ବୃଦ୍ଧି ପାଇଛି। ଉଭୟଙ୍କ ଉପରେ ସିସିଟିଭି ଜରିଆରେ ନଜର ରଖାଯାଇଛି।

ପିସିଆର ଭ୍ୟାନକୁ ପଛରୁ ପିଟିଲା କାର

ପିପିଲି : ପିସିଆର ଭ୍ୟାନକୁ ପଛରୁ ପିଟିଲା କାର। ପୁରୀ ପିପିଲି ସାତଶଙ୍ଖ ଫାଣ୍ଡି ଜାତୀୟ ରାଜପଥ ବ୍ରିଜ ନିକଟରେ ଭୟଙ୍କର ଦୁର୍ଘଟଣା। ଜାତୀୟ ରାଜପଥରେ ପାଟ୍ରୋଲିଂ ଭ୍ୟାନରେ ଡ୍ୟୁଟି କରୁଥିବା ବେଳେ ୩ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା। ଦୁର୍ଘଟଣା ଘଟାଇଥିବା କାର ଓ ୪ ଜଣଙ୍କୁ ଅଟକ ରଖିଛି ପୋଲିସ। କାରଟି ଭୁବନେଶ୍ବରରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ଅତ୍ୟଧିକ ମଦ୍ୟପାନ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପୋଲିସ ସୂଚନା ଦେଇଛି।

ବିଜେଡିର ଜିଲ୍ଲା କମିଟି ଘୋଷଣା: ୧୧ ଜିଲ୍ଲା ପାଇଁ ଘୋଷଣା ହେଲା ଜିଲ୍ଲା କମିଟି

ବିଜେଡିର ଜିଲ୍ଲା କମିଟି ଘୋଷଣା। ୧୧ ଜିଲ୍ଲା ପାଇଁ ଘୋଷଣା ହେଲା ଜିଲ୍ଲା କମିଟି। ଏହି ସବୁ ଜିଲ୍ଲା ଗୁଡିକ ହେଲା ବୌଦ୍ଧ, ଝାରସୁଗୁଡ଼ା, କଳାହାଣ୍ଡି, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ଅନୁଗୁଳ, ଦେବଗଡ଼, କନ୍ଧମାଳ, କେନ୍ଦୁଝର, ଗଜପତି ଓ ମାଲକାନଗିର। ୧୧ ଜିଲ୍ଲାପାଇଁ ଘୋଷଣା ହେଲା ବିଜେଡିର ଜିଲ୍ଲା କମିଟି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଗଠିତ ହେଲା କମିଟି।

୧୪ ବର୍ଷର ଓଡ଼ିଆ ଝିଅଙ୍କୁ ମିଳିଛି ଲିଟଲ ମିସ୍ ଇଣ୍ଡିଆ କିଟ୍ ନହ୍ନିପରୀ ମୁକୁଟ

ସମ୍ରିଦ୍ଧି ତ୍ରିପାଠୀ । ୧୪ ବର୍ଷର ଓଡ଼ିଆ ଝିଅଙ୍କୁ ମିଳିଛି ଲିଟଲ ମିସ୍ ଇଣ୍ଡିଆ କିଟ୍ ନହ୍ନିପରୀ ମୁକୁଟ । ମିସ୍ ଉର୍ବଶୀ ୨୦୨୫ ସମ୍ମାନ ମଧ୍ୟ ହାତେଇଛନ୍ତି । ଜଣେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଭାବେ ସାରା ଦେଶରେ ସୁନାମ ଅର୍ଜନ କରିଛନ୍ତି । ଭାରତ ସରକାର ସଂସ୍କୃତି ମନ୍ତ୍ରାଳୟ ଦ୍ବାରା ସ୍କଲାର ଭାବେ ସମ୍ମାନିତ ହୋଇଛନ୍ତି ସମ୍ରିଦ୍ଧି। ମାତୃଭୂମିର ସଂସ୍କୃତି ଐତିହ୍ୟକୁ ବିଭିନ୍ନ ରାଜ୍ୟରେ ପହଞ୍ଚାଇବାରେ ସକ୍ଷମ ହୋଇଛନ୍ତି । ବେଙ୍ଗାଲୁରୁରେ ବାପା, ମାଆଙ୍କ ସହ ରହୁଥିବା ସମ୍ରିଦ୍ଧି କଳାରେ ନୈପୁଣ୍ୟ ସହ ପାଠପଢାରେ ମଧ୍ୟ ମାହିର । ବିଭିନ୍ନ ଅଲମ୍ପିଆଡ଼ରେ ଗୋଲ୍ଡ଼ ମେଡ଼ାଲ ହାତେଇଛନ୍ତି । କିଟ୍ ନହ୍ନିପରୀ ପାଇଁ ଖୁବ୍ ପରିଶ୍ରମ କରିବା ସହ ପ୍ରତିବଦ୍ଧତା ଓ ଦୃଢ ପ୍ରତିଜ୍ଞ ଯୋଗୁଁ ତାଙ୍କୁ ଏଭଳି ସଫଳତା ମିଳିଛି ବୋଲି କହିଛନ୍ତି । ନିଜ ମାଆଙ୍କୁ ଆଦର୍ଶ ବୋଲି ମାନୁଥିବା ସମ୍ରିଦ୍ଧି ଆଗକୁ ସମାଜସେବା ଜାରି ରଖିବେ ବୋଲି କହିଛନ୍ତି ।

ଓଡ଼ିଶୀ ନୃତ୍ୟ ସହ ସମ୍ରିଦ୍ଧି ଆତ୍ମରକ୍ଷା କୌଶଳରେ ନିଜେ ପାରଙ୍ଗମ ହେବା ସହ ଅନ୍ୟମାନଙ୍କୁ ଶିଖାଉଛନ୍ତି । କରାଟେରେ ବ୍ଲାକବେଲ୍ଟ ପାଇଛନ୍ତି । ଓଡ଼ିଶୀ ନୃତ୍ୟରେ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି । ଯେକୌଣସି ପ୍ରତିଯୋଗିତାରେ ନିଜର ଉଦ୍ୟମକୁ ପାଥେୟ କରି ସଫଳତା ସାଉଁଟିବାରେ ସଫଳ ହେଉଛନ୍ତି । ଝିଅ ଉପରେ ପ୍ରବଳ ଭରସା ଥିବା କହିଛନ୍ତି ମାଆ । ସମ୍ରିଦ୍ଧିଙ୍କ ଲକ୍ଷ୍ୟ ମିସ୍ ଇଣ୍ଡିଆ ମୁକୁଟ । ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କରିବା ଲକ୍ଷ୍ୟରେ ଆଗକୁ ସେ ବଢିଚାଲିଛନ୍ତି ।

ଦମ ଦେଖାଇଲେ ଆଥଲେଟ୍: ଆରମ୍ଭ ହେଲା ୭୧ତମ ରାଜ୍ୟ ଆଥଲେଟିକ୍ସ ମିଟ୍ ୨୦୨୫

ଦମ ଦେଖାଇଲେ ଆଥଲେଟ୍ । ସିନ୍ଥେଟିକ ଟ୍ରାକରେ ସବଜୁନିୟର, ଜୁନିୟର ଓ ସିନିୟର ବର୍ଗରେ ପ୍ରତିଯୋଗିତା । କଟକ ବକ୍ସିବଜାର ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ଆରମ୍ଭ ହେଲା ୭୧ତମ ରାଜ୍ୟ ଆଥଲେଟିକ୍ସ ମିଟ୍ ୨୦୨୫ । ଓଡିଶା ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ଏହି ମିଟରେ ସମସ୍ତ ଜିଲ୍ଲା ଓ ୭ଟି ବିଭାଗ ଟିମକୁ ମିଶାଇ ମୋଟ ୧୫ଶହ ଆଥଲେଟ୍ ଅଂଶଗ୍ରହଣ କରିଛନ୍ତି । ଏହାସହ ୧୫୦ ଅଫିସିଆଲ ଇଭେଣ୍ଟକୁ ପରିଚାଳନା କରୁଛନ୍ତି । ସିନଥେଟିକ୍ ଟ୍ରାକରେ ୧୭୨ ଇଭେଣ୍ଟ ରେ ପ୍ରତିଦ୍ବନ୍ଦ୍ବିତା ହେବ ।

ଆଥଲେଟିକ ମିଟରେ ଅନ୍ତର୍ଜାତିକ ପ୍ରତିଯୋଗିତାରେ ଖେଳୁଥିବା ଅନିମେଶ କୁଜୁର, ଶ୍ରାବଣୀ ନନ୍ଦ, ଅମୀୟ ମଲ୍ଲିକ ଭାଗ ନେଇ ନିଜର ପ୍ରଦର୍ଶନ ଦେଖାଇବେ । ଏହା ଛଡା ପୂର୍ବରୁ ଦେଶକୁ ପ୍ରତିନିଧିତ୍ବ କରିଥିବା ୨୨ ଜଣ ପୂର୍ବତନ ଅନ୍ତର୍ଜାତିକ ଓଡ଼ିଆ ଆଥଲେଟ୍ ଙ୍କୁ ସମ୍ମାନିତ କରାଯିବ । ଏହି ଅବସରରେ ବାରବାଟୀ ଷ୍ଟାଡିୟମରେ ୨୮ ତାରିଖ ସଂଧ୍ୟାରେ ଆଥଲେଟଙ୍କ ସମ୍ମାନିତ କରିବ OAA । ଏହା ଖେଳାଳିଙ୍କ ପାଇଁ ଏକ ବଡ ପ୍ରତିଯୋଗିତା ହୋଇ ଥିବାରୁ ସମସ୍ତେ ଭଲ ପ୍ରଦର୍ଶନ କରିବାକୁ ଉତ୍ସାହିତ ଥିବା କହିଛନ୍ତି ଅନ୍ତର୍ଜାତୀୟ ଆଥଲେଟ ଦୂତି ଚାନ୍ଦ । ୪ ଦିନ ଧରି ଏହି ମିଟରେ ଅନେକ ନୂଆ ମିଟ ରେକର୍ଡ ହେବ ବୋଲି ଆଶା କରାଯାଉଛି ।

ଚାକିରୀ ପାଇଁ ଆସିଥିଲେ, ହେଲେ ହୋଟେଲ ରୁମରୁ ମିଳିଲା ମୃତଦେହ

ଚାକିରୀ ପାଇଁ ଆସିଥିଲେ, ହେଲେ ମିଳିଲା ଶବ । ହୋଟେଲ ରୁମରୁ ମିଳିଲା ମୃତଦେହ । ସାଇଣ୍ଟିଫିକ ଟିମ ସହାୟତାରେ ପୋଲିସର ତଦନ୍ତ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଦାନ୍ତିଆମୁଁହା ଫାଣ୍ଡି ଜାମବଣୀ ଅଞ୍ଚଳର ଆକାଶ ମହାନ୍ତ । ଦୁଇଦିନ ତଳେ ବନ୍ଧୁ ଓ ଜଣେ ମହିଳାଙ୍କ ସହ ଆଧାର କାର୍ଡ ଦେଖାଇ ବାଲେଶ୍ବର ଜିଲ୍ଲା ସହଦେବଖୁଣ୍ଟା ହୋଟେଲର ୫୦୨ ନମ୍ବର ରୁମକୁ ନେଇଥିଲେ । ତେବେ ଦୁଇଦିନ ହେଲା କବାଟ ବନ୍ଦ ଥିବା ଦେଖି ସନ୍ଦେହ ହେବାରୁ ପୋଲିସକୁ ଖବର ଦେଇଥିଲେ ହୋଟେଲ କର୍ତ୍ତୃପକ୍ଷ । ପୋଲିସ ପହଞ୍ଚି ରୁମ୍ ଖୋଲି ମୃତଦେହ ବେଡ ଉପରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ସାଇଣ୍ଟିଫିକ ଟିମ ସହାୟତାର ତଦନ୍ତ ଚାଲିଥିବାବେଳେ ମୃତ ଆକାଶଙ୍କ ବନ୍ଧୁ ରାମଚନ୍ଦ୍ର ସିଂକୁ ପୋଲିସ ଥାନାରେ ଅଟକ ରଖିଛି ।

ଚାକିରୀ ପାଇଁ ବାଲେଶ୍ବର ଆସିଥିଲେ ଉଭୟ ବନ୍ଧୁ । ମହିଳାଙ୍କୁ ରାସ୍ତାରୁ ପିକଅପ କରିଥିଲେ । ତେବେ ମହିଳା ଜଣକ ଫେରାର ଥିବାରୁ ତାଙ୍କୁ ଖୋଜୁଛି ପୋଲିସ । ଦୁଇ ଯୁବକଙ୍କ ସହ ମହିଳା ରାତିରେ ରୁମରେ ରହିଥିଲେ । ପରୀକ୍ଷା ଥିବା କହି ଉଭୟେ ଘରୁ ଆସିଥିବା କହିଛନ୍ତି ପରିବାର ଲୋକେ । ତେବେ ସାଙ୍ଗରେ ଆସିଥିବା ପଡ଼ୋଶୀ ରାମଚନ୍ଦ୍ର ହିଁ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତ ଆକାଶଙ୍କ ପତ୍ନୀ । ସେପଟେ ସେମାନେ ଦେଇଥିବା ଆଧାର କାର୍ଡ ନକଲି ବୋଲି ପୋଲିସ ଜାଣିବାକୁ ପାଇଛି । ଏବେ ପ୍ରଶ୍ନ ଉଠୁଛି କିଏ ସେହି ମହିଳା ? ରାସ୍ତାରୁ ତାଙ୍କୁ କେଉଁ ଉଦ୍ଦେଶ୍ୟରେ ଆଣିଥିଲେ ଦୁଇବନ୍ଧୁ ? କିଛି ମନ୍ଦ ଉଦ୍ଦେଶ୍ୟ ରଖି ରୁମ ନେଇ ଥିଲେ କି ? ମହିଳାଙ୍କୁ ଠିକଣା ମିଳିବା ପରେ ଏସବୁ ଉପରୁ ପରଦା ଉଠିବ ବୋଲି କହିଛି ପୋଲିସ ।

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କେନ୍ଦ୍ରାପଡ଼ାର ଭିତରକନିକାରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ପର୍ଯ୍ୟଟନ ଋତୁର ମଜା ନେଉଛନ୍ତି ପର୍ଯ୍ୟଟକ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କେନ୍ଦ୍ରାପଡ଼ା ଭିତରକନିକାରେ ଜମୁଛି ଭିଡ଼। ପ୍ରକୃତି ରାଣୀର ଅପରୂପ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଛନ୍ତି ପର୍ଯ୍ୟଟକ। ବ୍ରାହ୍ମଣୀ, ବୈତରଣୀ ଓ ଖରସ୍ରୋତା ନଦୀ ସଙ୍ଗମ ସ୍ଥଳରେ ବିଶ୍ୱର ଅନନ୍ୟ ଆକର୍ଷଣସ୍ଥଳୀ । ବଉଳା କୁମ୍ଭୀର, ହରିଣ ଓ ବାରହା ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଥାଏ । ଭିତରକନିକାକୁ ଭାରତର ମିନି ଆମାଜନ ବୋଲି କୁହାଯାଏ । ବୋଟରେ ନୌବିହାର ସମୟରେ ନଦୀ ପଠାରେ ପଡ଼ି ଖରା ଖାଉଥିବା ବଉଳା କୁମ୍ଭୀରଙ୍କୁ ଦେଖିବାର ମଜା ନିଆରା । ଏଠାରେ ବୋଟିଂ, ସ୍କାଏ ୱାକ, ମ୍ୟୁଜିୟମ, ହେନ୍ତାଳ ଜଙ୍ଗଲ ଭିତରେ ବୁଲିବାର ସୁନ୍ଦର ଅନୁଭୁତି ନେଉଛନ୍ତି ହଜାର ହଜାର ପର୍ଯ୍ୟଟକ ।

ବିଶ୍ଵ ପ୍ରସିଦ୍ଧ ଭିତରକନିକାକୁ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଛି ।  ନୈାଯାତ୍ରା ପାଇଁ ସରକାରୀ ଓ ବେସରକାରୀ ବୋଟ୍ ର ବ୍ୟବସ୍ଥା ଥିବା ବେଳେ ରାତ୍ରୀଯାପନ ପାଇଁ ବନବିଭାଗ ପକ୍ଷରୁ ଡାଙ୍ଗମାଳ ଓ ଗୁପ୍ତିରେ ରହିବାର ବ୍ୟବସ୍ଥା କରାଯାଇଛି । ସୈାନ୍ଦର୍ଯ୍ୟର ଗନ୍ତାଘର ଭିତରକନିକାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ପ୍ରତିଦିନ ଆସୁଥିବାରୁ ବନବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି ।