ବିଜେପି ସରକାରରେ ବାରମ୍ଵାର ପ୍ରଶ୍ନ ଲିକ୍ ହେଉଥିବାରୁ କଡ଼ା ସମାଲୋଚନା କରିଛି ବିଜେଡି। ଦଳ ଅଭିଯୋଗ କରିଛି, ଆଗରୁ ଶ୍ରୀଜଗନ୍ନାଥଙ୍କ ପାଇଁ ବାହାର ଲୋକେ ଓଡ଼ିଶାକୁ ଜାଣୁଥିଲେ। କିନ୍ତୁ ଯେଉଁଭଳି ଭାବେ ପ୍ରଶ୍ନପତ୍ର ଲିକ୍ ହେଉଛି, ଲୋକେ କହୁଛନ୍ତି ଓଡ଼ିଶା ପ୍ରଶ୍ନପତ୍ର ଲିକ୍ ବା ଓପିଏଲ୍। IPL ପରି OPL ପ୍ରସିଦ୍ଧ ହେଲାଣି। ୧୮ ମାସର ସରକାରରେ ୧୮ରୁ ଅଧିକ କୋଶ୍ଚିନ ଲିକ୍ ହୋଇଛି। ପରୀକ୍ଷା ବାତିଲ ହେଉଛି। ଏହା କେବେ ଶେଷ ହେବ କେହି ଜାଣି ପାରୁ ନାହାନ୍ତି। ଯଦି ଗୋଟେ ପରୀକ୍ଷା ସୁରକ୍ଷିତ ଭାବେ ସରକାର କରି ପାରୁ ନାହାନ୍ତି, କି ସୁରକ୍ଷା ସହ ସରକାର ଚାଲିବ ? ପରୀକ୍ଷା ନିୟନ୍ତ୍ରଣ ବୋର୍ଡ ରହିଛି. ଯଦି ସରକାର ବାରମ୍ବାର ଫେଲ ମାରୁଛନ୍ତି, ଏହି ବୋର୍ଡର ଆବଶ୍ୟକତା କଣ? ଜନବିଶ୍ୱାସ ବିଲ୍ ଆଣି ଜୁଆ ଖେଳିବାକୁ ପ୍ରୋତ୍ସାହନ ଦେଲେ। ପରୀକ୍ଷା ନ ଦେଇ ପିଲା ଜୁଆ ଖେଳିବେ। ବିଜେଡି କଟାକ୍ଷ କରି କହିଛି, ପରୀକ୍ଷା ନିଲାମି ବୋର୍ଡ ହେବ। ସରକାର ଚାକିରି ବିକ୍ରି ମେଳା କରନ୍ତୁ। ମୁଖ୍ୟମନ୍ତ୍ରୀ ଶ୍ୱେତପତ୍ର ଜାରି କରିବେ କି। ଯେଉଁ ଆଇନ କରିଥିଲେ, ସେଥିରେ କେତେଟା ସଂସ୍ଥା କଳାତାଲିକାଭୁକ୍ତ ହୋଇଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହେଲେ ସରକାର ବି ଅନ୍ଧାରକୁ ଚାଲିଯିବ ବୋଲି ବିଜେଡି ଚେତାବନୀ ଦେଇଛି। ଆଗକୁ ଛାତ୍ର ଓ ବିଜେଡି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ବିଜେଡି।
ଲୋୟର ପିଏମଜିରେ ଓଡ଼ିଶା ଏସଏସବି ଅଧ୍ୟାପିକା ଓ ଅଧ୍ୟାପକ ସଂଘ ପକ୍ଷରୁ ଧାରଣ
ଭୁବନେଶ୍ବର ଲୋୟର ପିଏମଜିରେ ଓଡ଼ିଶା ଏସଏସବି ଅଧ୍ୟାପିକା ଓ ଅଧ୍ୟାପକ ସଂଘ ପକ୍ଷରୁ ପ୍ରତିବାଦ ଓ ଧାରଣ ଦିଆଯାଇଛି । ବିଭିନ୍ନ ଦାବି ନେଇ ଅଧ୍ୟାପିକା ଓ ଅଧ୍ୟାପକମାନେ ଆନ୍ଦୋଳନ କରୁଛନ୍ତି । ୬ହଜାର ଟଙ୍କା ଗ୍ରେଡପେ ଲାଗୁ, ଏସଏସବି ନିଯୁକ୍ତି ଅଧ୍ୟାପକମାନଙ୍କୁ ଆଇନ ଅନୁଯାୟୀ ରାଜ୍ୟ ସରକାରୀ କର୍ମଚାରୀ ମାନ୍ୟତା, UGC ନିୟମ ଓ ୨୦୧୬ ଅନୁସାୟୀ ଆସିଷ୍ଟାଣ୍ଟ ମାନ୍ୟତା ଦାବି, ସମସ୍ତ ସରକାରୀ ସେବା ଓ ସୁବିଧା, ଏଚଆରଏ, ମେଡିକାଲ, ଫ୍ୟାମିଲି ପେନସନ, ଗ୍ରାଚ୍ୟୁଟି ପ୍ରଦାନ, ୨୦୧୬ ବ୍ୟାଚର ବକେୟା ପଦୋନ୍ନତି ତ୍ବରିତ କରିବା ପାଇଁ ଦାବି କରାଯାଇଛି । ସେହିଭଳି ବିଭିନ୍ନ ସରକାରୀ ପଦବୀରେ ଏସଏସବି ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଦାବି ହୋଇଛି ।
ସୁପ୍ରିମକୋର୍ଟରେ ପହଞ୍ଚିଲା ଇଣ୍ଡିଗୋରେ ହୋଇଥିବା ବଡ଼ ଧରଣର ବିଭ୍ରାଟ
ନନ୍ଦିଘୋଷ ବ୍ୟୁରୋ: ଆଜି ପୁଣି ସମାନ ଦଶା । ବିମାନବନ୍ଦରରେ ହନ୍ତସନ୍ତ ହୋଇଛନ୍ତି ଯାତ୍ରୀ । ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା ବଡ଼ ଧରଣର ବିଭ୍ରାଟ ସାରା ଦେଶରେ ବିମାନ ଯାତ୍ରାକୁ ଗୁରୁତର ଭାବରେ ପ୍ରଭାବିତ କରିଛି। ଦିଲ୍ଲୀ, ମୁମ୍ବାଇ, ଅହମ୍ମଦାବାଦ, ଜୟପୁର, ଇନ୍ଦୋର, କୋଚି, ଥିରୁଅନନ୍ତପୁରମ ସମେତ ଅନେକ ବିମାନବନ୍ଦରରେ ବଡ଼ ଧରଣର ବିମାନ ବାତିଲ ଏବଂ ବିଳମ୍ବ ହେଉଛି । ଯାହା ଫଳରେ ବିମାନବନ୍ଦର ଟର୍ମିନାଲରେ ପ୍ରବଳ ଭିଡ଼ ହେବା ସହ ଯାତ୍ରୀମାନେ ଯନ୍ତ୍ରଣା ଭୋଗୁଛନ୍ତି । ଅନେକ ସ୍ଥାନରେ ଯାତ୍ରୀ ବିମାନ ବିଳମ୍ବ ଏବଂ ରଦ୍ଦ ପାଇଁ ହନ୍ତସନ୍ତ ହେଉଥିବାରୁ ସାମାଜିକ ଗଣମାଧ୍ୟମରେ ସେମାନଙ୍କର ଅସନ୍ତୋଷ ପ୍ରକାଶ କରୁଛନ୍ତି । ଏବେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ସମ୍ପୂର୍ଣ୍ଣ ସଙ୍କଟର ତୁରନ୍ତ ଶୁଣାଣି ପାଇଁ ଦାବି କରାଯାଇଥିଲା ଏବଂ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଆବେଦନକାରୀଙ୍କ ଓକିଲଙ୍କୁ ତାଙ୍କ ଘରକୁ ଡକାଇଛନ୍ତି। ବିମାନ ବାତିଲ ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍) ଦାୟର କରାଯାଇଥିଲା।ଯାଚିକାରେ ଯାତ୍ରୀମାନଙ୍କୁ ବହୁତ ଅସୁବିଧା ଏବଂ ଏକ ମାନବିକ ସଙ୍କଟ ବୋଲି ଦାବି କରାଯାଇଛି। ଆବେଦନକାରୀଙ୍କ ଓକିଲ ଖୁବ୍ ଶୀଘ୍ର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ବାସଭବନରେ ପହଞ୍ଚି ମାମଲାର ଶୁଣାଣି ପାଇଁ ଆଜି ଏକ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରିବାକୁ ଅନୁରୋଧ କରୁଛନ୍ତି।
ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି, ଏବଂ ସୁପ୍ରିମକୋର୍ଟ କି ନିର୍ଦ୍ଦେଶ ଦେଉଛନ୍ତି ତାଉପରେ ସମସ୍ତଙ୍କ ନଜର ରହିଛି । ଏହି ସମୟରେ, ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ବହୁ ସଂଖ୍ୟକ ଇଣ୍ଡିଗୋ ବିମାନ ବାତିଲ ହେବାର କାରଣଗୁଡ଼ିକୁ ବ୍ୟାପକ ଭାବରେ ସମୀକ୍ଷା ଏବଂ ମୂଲ୍ୟାଙ୍କନ କରିବା ପାଇଁ ଏକ ଚାରି ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଛି।
ଖଣି ମାଫିଆଙ୍କ ଦୌରାତ୍ମ୍ୟ: ଖଣି ବିଭାଗ କର୍ମଚାରୀଙ୍କ ଠାରୁ ଛଡାଇ ନେଲେ ୩ ଟ୍ରକ
ନନ୍ଦିଘୋଷ ବ୍ୟୁରୋ: ଖଣି ବିଭାଗ କର୍ମଚାରୀଙ୍କ ଠାରୁ ଛଡାଇ ନେଲେ ତିନି ଟ୍ରକ। ଗାଡି ଜାଳିଦେବାକୁ ଧମକ ଦେଲେ ପଥର ମାଫିଆ ଓ ଟ୍ରକ ମାଲିକ l ବାଲେଶ୍ଵର ସୋର ଅଂଚଳରେ ବଢିଚାଲିଛି ପଥର ମାଫିଆ ଓ ଟ୍ରକ ମାଲିକଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି l ଖଣି ଅଧିକାରୀଙ୍କୁ ଧମକ ଦେଇ ଛଡାଇ ନେଲେ ତିନି ଟ୍ରକ l ଖଣି ଅଧିକାରୀଙ୍କ ଗାଡି ଜାଳିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି l ବାହାନଗା ଦାଣ୍ଡହରିପୁର ଗ୍ରାମରେ ତିନିଟି ଚୋରା ପଥର ଟ୍ରକ ଥିବା ଖବର ପାଇ ସୋର କନିଷ୍ଠ ଖଣି ଅଧିକାରୀ ଜଗନ୍ନାଥ ଦାସ ଘଟଣାସ୍ଥଳକୁ ଯାଇଥିଲେl ଖଣି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିବା ପରେ ଗାଁର କିଛି ଯୁବକ, ଟ୍ରକ ମାଲିକ ଓ ପଥର ମାଫିଆ ମିଳିତ ଭାବେ ସୋର ଖଣି କନିଷ୍ଠ ଅଧିକାରୀ ଜଗନ୍ନାଥ ଦାସ, ସମ୍ବିତ କୁମାର ମଣୀ ଓ ଖଣି ବିଭାଗର ଡ୍ରାଇଭରଙ୍କୁ ଧମକ ଦେଇ ଗଣ୍ଡଗୋଳ କରିଥିଲେl ଗଣ୍ଡଗୋଳକାରୀମାନେ ଖଣି ବିଭାଗର ଗାଡିକୁ ପୋଡ଼ିଦେବାକୁ ଧମକ ଦେଇଥିଲେ l ଖଣି ବିଭାଗ ଅଧିକାରୀଙ୍କ ଠାରୁ ଗଣ୍ଡଗୋଳକାରି ତିନୋଟି ବେଆଇନ ପଥର ବୋଝେଇ ଟ୍ରକକୁ ଛଡାଇ ନେଇଥିଲେ l ଘଟଣାକୁ ନେଇ ଖଣି ବିଭାଗ ପକ୍ଷରୁ ସୋର ଥାନାରେ ଅଭିଯୋଗ କରାଯାଇଛି l ସେଠାରୁ ଖଣି ଅଧିକାରୀ ଖଞ୍ଜାମାହଲ ଖାଦାନକୁ ଯାଇ ୫୬ ଖାଦାନରୁ ପାଣି ଶୁଖାଉଥିବା ଏକ ଟ୍ରାକ୍ଟରକୁ ଜବତ କରିଥିଲେl

