spot_img
Home Blog Page 241

ଭାଇରାଲ ହେଉଛି ପ୍ରେମ କାହାଣୀ: ସ୍ତ୍ରୀଙ୍କ ଉଚ୍ଚତା ୬ ଫୁଟ୍ ୯ ଇଞ୍ଚ, ସ୍ବାମୀ ୫ ଫୁଟ ୪ ଇଞ୍ଚ୍

ନନ୍ଦିଘୋଷ ବ୍ୟୁରୋ: ସୋସିଆଲ ମିଡିଆରେ ଏବେ ଏକ ପ୍ରେମ କାହାଣୀ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସ୍ତ୍ରୀଙ୍କ ଉଚ୍ଚତା ସ୍ବାମୀଙ୍କଠାରୁ ଅଧିକ । ଏମାନଙ୍କ ଉଚ୍ଚତାକୁ ନେଇ ଲୋକମାନେ ହସୁଛନ୍ତି । ବ୍ରାଜିଲର ଆଲିସାନ ଡା କ୍ରୁଜ୍ ସିଲଭା ତାଙ୍କ ଦେଶରେ ଅଧିକ ଉଚ୍ଚତା । ତାଙ୍କ ଉଚ୍ଚତା ରହିଛି ୬ ଫୁଟ୍ ୯ ଇଞ୍ଚ । ତେବେ ସେ ଯେତେବେଳେ ତାଙ୍କ ସ୍ବାମୀଙ୍କ ସହ ବାହାରକୁ ଯାଆନ୍ତି ଲୋକମାନେ ତାଙ୍କୁ ଚାହିଁ ହସନ୍ତି । କାରଣ ତାଙ୍କ ସ୍ବାମୀଙ୍କ ଉଚ୍ଚତା ହେଉଛି ୫ ଫୁଟ ୪ ଇଞ୍ଚ । ସ୍ବାମୀଙ୍କ ଉଚ୍ଚତା କମ ହୋଇଥିବାରୁ ଲୋକେ ତାଙ୍କୁ ଦେଖିବା ମାତ୍ରେ ହସନ୍ତି । ତେବେ ତାଙ୍କ ପିଟୁଏଟାରୀ ଗ୍ରନ୍ଥିରେ ଟ୍ୟୁମର ହୋଇଥିବା କାରଣରୁ ତାଙ୍କ ଉଚ୍ଚତା ଏତେ ବଢ଼ି ଯାଇଥିବା ସେ କହିଛନ୍ତି ।

ଏହି ଉଚ୍ଚତା ପାଇଁ ସେ ଅଧିକ ଅସୁବିଧାର ସମ୍ମୁଖୀନ ହୋଇଥିବା ସମ୍ପର୍କରେ ମଧ୍ୟ କହିଛନ୍ତି । ଅଧିକ ଉଚ୍ଚତା ହୋଇଥିବାରୁ ତାଙ୍କ ସମକ୍ଷକ ବୟଫ୍ରେଣ୍ଡ ପାଇନଥିଲେ । ମାତ୍ର ଯେତେବେଳେ ଏବେକାର ସ୍ବାମୀଙ୍କ ପ୍ରଥମେ ଦେଖିଥିଲେ ଉଭୟ ଉଭୟଙ୍କୁ ବେଶ ପସନ୍ଦ କରିଥିଲେ । ପ୍ରେମରେ ମଧ୍ୟ ପଡ଼ି ଯାଇଥିଲେ । ୨ ବର୍ଷ ଡେଟିଂ କରିବା ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଉଚ୍ଚତା ପାଇଁ ପରିବାର ଲୋକେ ମଧ୍ୟ ପ୍ରତିବନ୍ଧକ ସାଜିଥିବାବେଳେ ବାହାରକୁ ଯିବାବେଳେ ଲୋକେ ତାଙ୍କୁ ଦେଖି ହସୁଥିବା କଥା ସେ କହିଛନ୍ତି । ଏପରିକି ପ୍ରସବ ସମୟରେ ମଧ୍ୟ ଡାକ୍ତର କହିଥିଲେ କି, ନର୍ମାଲ ହେବ ନାହିଁ । ମାତ୍ର ସବୁକିଛି ଠିକ୍ ହୋଇଛି । ଉଭୟ ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରହୁଥିବାବେଳେ ତାଙ୍କୁ ଟ୍ରୋଲ କରୁଛନ୍ତି ୟୁଜର୍ସ । ଉଚ୍ଚତା ପାଇଁ ସମାଲୋଚନା ମଧ୍ୟ କରୁଥିବା ଦେଖିବାକୁ ମିଳୁଛି ।

ଏହି ନେପାଳୀ ନାୟିକାଙ୍କ ହସ ମିଶୁଥିଲା ମଧୁବାଲାଙ୍କ ସହ, ପରେ ବଲିଉଡରେ…

ନନ୍ଦିଘୋଷ ବ୍ୟୁରୋ: ନେପାଳରେ ଏବେ ଲାଗି ରହିଛି ରାଜନୈତିକ ଅସ୍ଥିରତା । ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ଇସ୍ତଫା ପରେ ମଧ୍ୟ ଥମିନି ବିବାଦ । ଅଶାନ୍ତ ହୋଇଛି ନେପାଳ । ରାଜନୈତିକ ଅସ୍ଥିରତା ଲାଗି ଏଭଳି ବିକ୍ଷୋଭ ଯୁବପିଢ଼ୀମାନେ ଜାରି ରଖିଥିବାବେଳେ ଏହାରି ଭିତରେ ନେପାଳରୁ ଆସି ବଲିଉଡରେ ରାଜ କରିଥିବା ନାୟିକା ମନୀଷା କୋଇରାଲା ସୋସିଆଲ ମିଡିଆରେ ଶାନ୍ତି ପ୍ରତିଷ୍ଠା ଲାଗି ନିବେଦନ କରିଛନ୍ତି । ତାଙ୍କ ପୋଷ୍ଟରେ ସେ ଏକ ପ୍ରକାରେ ଯୁବ ବିଦ୍ରୋହୀ (ଜେନ-ଜେଡ)ଙ୍କୁ ସମର୍ଥନ କରିଛନ୍ତି ଏବଂ ଏହା ମଧ୍ୟ କହିଛନ୍ତି ଯେ ଦୁର୍ନୀତି ଯୋଗୁଁ ଲୋକମାନେ ବହୁ ବର୍ଷ ଧରି କ୍ରୋଧିତ ଥିଲେ। ମନୀଷା ବର୍ତ୍ତମାନର ପରିସ୍ଥିତି ପାଇଁ ସେଠାକାର ରାଜନୀତିକୁ ଦାୟୀ କରିଛନ୍ତି। ମନୀଷା କହିଛନ୍ତି ଯେ ବର୍ତ୍ତମାନର ରାଜନୈତିକ ବିଦ୍ରୋହ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ରର ଅଂଶ। ଜେନ-ଜେଡ ଅପରାଧୀ ନୁହଁନ୍ତି। ଯୁବପିଢ଼ି ମତାମତର ସ୍ୱାଧୀନତା ଚାହାଁନ୍ତି। ସେମାନେ ନେପାଳକୁ ଏକ ପ୍ରଗତିଶୀଳ ଏବଂ ଶିକ୍ଷିତ ଦେଶ କରିବାକୁ ଚାହାଁନ୍ତି।

ମନୀଷା କୋଇରାଲା ତାଙ୍କ ପୋଷ୍ଟରେ ପ୍ରାୟ ତିନି ଦଶନ୍ଧି ପୂର୍ବେ ନେପାଳର ରାଜନୈତିକ ପରିସ୍ଥିତି ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ସେତେବେଳେ ନେପାଳର ପରିସ୍ଥିତି ଏପରି ନଥିଲା। ଯେତେବେଳେ ମନୀଷା ହିନ୍ଦୀ ଚଳଚ୍ଚିତ୍ରରେ ଆସିଥିଲେ, ସେତେବେଳେ ଭାରତ ଏବଂ ନେପାଳ ମଧ୍ୟରେ କୌଣସି ବିବାଦର ଖବର ନଥିଲା, କିମ୍ବା ନେପାଳ ଭିତରେ ଏପରି କୌଣସି ବିଦ୍ରୋହ ନଥିଲା। ନେପାଳ ଏକ ମୁକ୍ତ ବାଣିଜ୍ୟର ଦେଶ ହେବା ସହିତ ଆକର୍ଷଣୀୟ ପର୍ଯ୍ୟଟନର କେନ୍ଦ୍ର ମଧ୍ୟ ଥିଲା। ଉଭୟ ଦେଶର ବ୍ୟବସାୟୀ, ପର୍ଯ୍ୟଟକ ଏବଂ ଚଳଚ୍ଚିତ୍ର କଳାକାରମାନେ ଏହାକୁ ବହୁତ ଉପଭୋଗ କରିଥିଲେ। ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିବା ପୂର୍ବରୁ ମନୀଷା ଗୋଟିଏ କିମ୍ବା ଦୁଇଟି ନେପାଳୀ ଚଳଚ୍ଚିତ୍ରରେ କାମ କରିଥିଲେ। ତଥାପି, ସେ ଦିଲ୍ଲୀରେ ଶିକ୍ଷା ଲାଭ କରିଥିଲେ।

ମନୀଷା ୧୯୯୧ ମସିହାରେ ହିନ୍ଦୀ ଫିଲ୍ମରେ ନଜର ଆସିଥିଲେ । ସୁବାଷ ଘାଇଙ୍କ ସୌଦାଗର ଫିଲ୍ମରେ ଡେବ୍ୟୁ କରିଥିଲେ । ମାତ୍ର ତାଙ୍କ ହସ ପ୍ରଥମ ଫିଲ୍ମରୁ ଦର୍ଶକଙ୍କୁ ମତୁଆଲା କରି ଦେଇଥିଲା । କାରଣ ତାଙ୍କ ହସ ମଧୁବାଲାଙ୍କ ସହ ମିଶୁଥିବା ଦର୍ଶକେ କହିଥିଲେ ଆଉ ଦିଓ୍ବାନା ହୋଇଥିଲେ । ଇଲୁ ଇଲୁ କ୍ୟା ହେ, ସୌଦାଗର ଫିଲ୍ମର ଏହି ଗୀତଟି ବେଶ ହିଟ୍ ହୋଇଥିବାବେଳେ ମନୀଷାଙ୍କ ଅଭିନୟ ଦର୍ଶକଙ୍କ ମଧ୍ୟରେ ଏକ ଛାପ ଛାଡ଼ି ଦେଇଥିଲା । ଏହାସହ ସେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମରେ ମଧ୍ୟ ନଜର ଆସିଥିଲେ ।

ଟାର୍ଗେଟ କଲେ ରାହୁଲ ଗାନ୍ଧୀ, କହିଲେ କଂଗ୍ରେସର ଲୋକପ୍ରିୟତା ଦେଖି ବିଜେପି ଚିନ୍ତିତ

ନନ୍ଦିଘୋଷ ବ୍ୟୁରୋ; ରାୟବରେଲିରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ପହଞ୍ଚିବା ମାତ୍ରେ କଡ଼ା ଭାଷାରେ ଟାର୍ଗେଟ କରିଛନ୍ତି ରାହୁଲ । ମନ୍ତ୍ରୀ ଦିନେଶ ସିଂହଙ୍କ ନେତୃତ୍ବରେ କରାଯାଇଥିବା ବିରୋଧ ପ୍ରଦର୍ଶନକୁ ନେଇ ଟାର୍ଗେଟ କରିଛନ୍ତି ରାହୁଲ । କଂଗ୍ରେସ ଲୋକପ୍ରିୟତା ଦିନକୁ ଦିନ ବଢ଼ୁଥିବାବେଳେ ବିଜେପି ଏହାକୁ ନେଇ ଚିନ୍ତିତ ରହିଛି । ଯେଉଁ କାରଣରୁ ଦେଶବ୍ୟାପୀ ବିଜେପି କର୍ମୀମାନେ କଂଗ୍ରେସ ବିରୋଧରେ ବିକ୍ଷୋଭ କରୁଛନ୍ତି । ନିଜ ଦଳ ତଳକୁ ତଳ ଯାଉଥିବାବେଳେ ନେତା ଏବଂ କର୍ମୀମାନେ ବିଚଳିତ ହେଉଛନ୍ତି ।

କହି ରଖୁଛୁ କି, ରାହୁଲ ଗାନ୍ଧୀ ଆଜିଠାରୁ ଦୁଇ ଦିନିଆ ରାୟବରେଲି ଗସ୍ତରେ ଅଛନ୍ତି । ରାହୁଲଙ୍କ ଗସ୍ତକୁ ନେଇ ମନ୍ତ୍ରୀ ଦିନେଶ ସିଂ ଏବଂ ତାଙ୍କ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଗୋ ବ୍ୟାକର ନାରା ଦେଇଥିଲେ । ତେବେ ଗୋରାବଜାରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେପି ଉପରେ ବର୍ଷିଛନ୍ତି ରାହୁଲ । ଏହି ସଭାରେ ରାହୁଲ କହିଛନ୍ତି କି, ଭୋଟ ଚୋର, ଗାଦି ଛୋଡ଼ । ଆମେ ବାରମ୍ବାର ଏହା କହିଛୁ ଏବଂ ପ୍ରମାଣ କରି ଦେଖାଇବୁ । ରାୟବରେଲିରେ ଆରଜେଡି ନେତା ତେଜସ୍ୱୀ ଯାଦବ, ରାହୁଲ ଗାନ୍ଧୀ ଏବଂ ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ଫଟୋ ଥିବା ପୋଷ୍ଟର ଲଗାଯାଇଛି, ଯେଉଁଥିରେ ଲେଖାଯାଇଛି ଯେ ‘ଭାରତର ଶେଷ ଆଶା, କଳିଯୁଗର ବ୍ରହ୍ମା, ବିଷ୍ଣୁ, ମହେଶ।’ ପ୍ରଦେଶ କଂଗ୍ରେସ ସଭାପତି ଅଜୟ ରାୟ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ରାୟବରେଲି ଗସ୍ତ ଦଳୀୟ କର୍ମୀ ଏବଂ ରାଜ୍ୟବାସୀଙ୍କ ମନରେ ନୂତନ ଉତ୍ସାହ ଭରି ଦେଇଛି। ସେ କହିଛନ୍ତି ଯେ ଆମର ନେତା ରାହୁଲ ଗାନ୍ଧୀ ଦେଶରେ ଭୋଟ ଚୋରିକୁ ସମ୍ପୂର୍ଣ୍ଣ ଭାବରେ ପର୍ଦ୍ଦାଫାଶ କରିଛନ୍ତି। ସମଗ୍ର ଦେଶ ତାଙ୍କ ଉପରେ ଗର୍ବିତ ଅନୁଭବ କରୁଛି।

ଫ୍ରାନ୍ସରେ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ବିରୋଧରେ ତେଜିଲା ଆନ୍ଦୋଳନ

ନନ୍ଦିଘୋଷ ବ୍ୟୁରୋ: ଫ୍ରାନ୍ସରେ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ବିରୋଧରେ ତେଜିଲା ଆନ୍ଦୋଳନ। ନୂଆ ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତିକୁ କେନ୍ଦ୍ର କରି ସାରା ଦେଶରେ ହୋଇଛି ବିକ୍ଷୋଭ। ଘଟଣାରେ ପୋଡ଼ାଜଳା ହେବା ସହ ୨୦୦ ଲୋକଙ୍କୁ କରାଯାଇଛି ଗିରଫ। ଦେଶର ବିଭିନ୍ନ ସ୍ଥାନରେ ୮୦ ହଜାରରୁ ଅଧିକ ପୋଲିସଙ୍କୁ ମୁତୟନ କରାଯାଇଛି। ଏହା ସହ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ବ୍ୟାରିକେଡ ଲଗାଯାଇଛି। ବିଭିନ୍ନ ସ୍ଥାନରେ ରେଳରୋକ ବି କରାଯାଇଛି। ପ୍ରଧାନମନ୍ତ୍ରୀ ଭାବେ ସେବାସ୍ତିନ ଲେକୋର୍ନୁଙ୍କୁ ମାକ୍ରନ ନିଯୁକ୍ତି ଦେବା ପରେ ସ୍ଥିତି ଭୟଙ୍କର ହୋଇଛି। ଏହି ଘଟଣାକୁ ନେଇ ଆନ୍ଦୋଳନ, ବିକ୍ଷୋଭ ଆଦି ଜାରି ରହିଛି। ବିଭିନ୍ନ ସ୍ଥାନରେ ଲୁହବୁହା ଗ୍ୟାସ ପ୍ରୟୋଗ ହୋଇଛି। ପୂର୍ବରୁ ସେବାସ୍ତିନ ଥିଲେ ପ୍ରତିରକ୍ଷା ମନ୍ତ୍ରୀ। ୩୯ ବର୍ଷ ବୟସକ୍ ସେବାସ୍ତିନ ଥିଲେ ଦେଶର ସର୍ବକନିଷ୍ଠ ପ୍ରତିରକ୍ଷା ମନ୍ତ୍ରୀ।

ରାତି ୩ଟାରୁ ୪ ଭିତରେ କାହିଁକି ଡରନ୍ତି ରିଙ୍କୁ ସିଂ ?

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଯୁବ କ୍ରିକେଟର ରିଙ୍କୁ ସିଂ ରାତିରେ ଡରନ୍ତି । ଖାସ କରି ରାତି ୩ଟାରୁ ୪ ଟା ଭିତରେ ଡରନ୍ତି । ତେବେ ଏହା ପଛରେ କଣ ରହିଛି କାରଣ? ସେ କାହିଁକି ଡରନ୍ତି ? ଘରେ ହେଉ କିମ୍ବା ବାହାରେ ଯୁଆଡ଼େ ବି ଯାଆନ୍ତି ଭୟ କରନ୍ତି ବୋଲି କୁହାଯାଇଛି । ନିକଟରେ ଏକ ପଡକାଷ୍ଟରେ ଯୋଗ ଦେଇ ଏନେଇ ଖୁଲାସା କରିଛନ୍ତି ରିଙ୍କୁ । ସେ ଭୂତକୁ ଭୟ କରୁଥିବା କହିଛନ୍ତି । ଯେଉଁ କାରଣରୁ ଏହି ସମୟରେ ତାଙ୍କୁ ଅଧିକ ଭୟ ଲାଗିଥାଏ ।

ଏହାସହ ରିଙ୍କୁ କହିଛନ୍ତି କି, ସେ ଏକା ଶଷାଇବା ପାଇଁ ଭୟ କରନ୍ତି । ଏପରିକି ଯଦି କେବେ ଏକା ଶୁଅନ୍ତି ତାହେଲେ ସେ ଘରର ଲାଇଟ୍ ଲଗାଇ ଶୁଅନ୍ତି । ଏପରିକି ଯେତେବେଳେ ସେ ବିଦେଶ ଗସ୍ତରେ ଖେଳିବା ଲାଗି ଯାଆନ୍ତି ସେତେବେଳେ ସେ କୁଲଦୀପଙ୍କ ସହ ଶୁଅନ୍ତି । ଏହାସହ ଗଭୀର ପାଣି ଏବଂ ଉଚ୍ଚ ସ୍ଥାନକୁ ମଧ୍ୟ ଭୟ କରୁଥିବା କଥା କହିଛନ୍ତି । ପରେ ତାଙ୍କ ପଚରା ଯାଇଥିଲା କି, ତୁମେ କାହାକୁ ଭୟ କରନାହିଁ । ଏହାର ଉତ୍ତରରେ କହିଥିଲେ କି, ମୁଁ ବୋଲରଙ୍କୁ ଭୟ କରେନି । ସେପଟେ ଆମେ ଯଦି ରିଙ୍କୁଙ୍କ କଥା କହିବା ତାହେଲେ ସେ ଏସିଆ କପ ଦଳରେ ରହିଛନ୍ତି । ସେ କିଭଳି ପ୍ରଦର୍ଶନ କରୁଛନ୍ତି ଏହା ଉପରେ ରହିଛି ନଜର ।

ସାର ପାଇଁ ଚାଷୀଙ୍କ ହାହାକାର , ଲାଇନରେ ଲାଗିଛି ଆଧାର କାର୍ଡ

ନନ୍ଦିଘୋଷ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲାରେ ସାର ପାଇଁ ଚାଷୀଙ୍କ ହାହାକାର I ଆଜି ପୁଣି ଦେଓଗାଁ ବ୍ଲକ ଗୌଡଗୋଠ ପ୍ଯାକ୍ସରେ ୟୁରିଆ ସାର ନେବା ପାଇ ଲାଇନ ଲାଗିଛି ଆଧାର କାର୍ଡ I ରାତି ୩ଟାରୁ ଆଧାର କାର୍ଡ ଆଣି ଲାଇନ ଲଗାଇଛନ୍ତି ଚାଷୀ I କୃଷି ସମବାୟ ସମିତି ସମ୍ମୁଖରେ ଲାଇନରେ ନାହାଁନ୍ତି ଚାଷୀ, ଲମ୍ବା ଲାଇନରେ ଲାଗିଛି ଆଧାର କାର୍ଡ I ୮ଶହରୁ ଅଧିକ ଚାଷୀ ଲାଇନରେ ଛିଡ଼ା ହେବା ଅସମ୍ଭବ ହୋଇଥିବାରୁ ଆଧାର କାର୍ଡକୁ ରଖି ଲମ୍ବା ଲାଇନ ଲଗାଇଛନ୍ତି ଚାଷୀ । କିନ୍ତୁ ସାର ମହଜୁଦ ରହିଛି ମାତ୍ର ୩ଶହ ଚାଷୀଙ୍କ ପାଇଁ I  ଗୌଡଗୋଠ ପ୍ଯାକ୍ସରେ ୭୬୦ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜିକୃତ କରିଥିବା ବେଳେ ୩୧୫ ବସ୍ତା ସାର ଆସିଛି । ପ୍ରଥମେ ଋଣ ନେଇଥିବା ଚାଷୀଙ୍କୁ ୟୁରିଆ ସାର ଦେବାର ସରକାରୀ ନିୟମ ରହିଛି I ହେଲେ ଅଣୠଣକାରୀ ଚାଷୀ ଆଧାର କାର୍ଡ ଲାଇନରେ ଲଗାଇ ଚିନ୍ତାରେ ଠିଆ ହୋଇଥିବା ଦେଖିବାକୁ ମିଳିଛି ।

ଅଶାନ୍ତ ନେପାଳରେ ଫସିଛନ୍ତି ଶତାଧିକ ଓଡିଆ

ନନ୍ଦିଘୋଷ ବ୍ୟୁରୋ : ଅଶାନ୍ତ ନେପାଳରେ ଫସିଛନ୍ତି ଶତାଧିକ ଓଡିଆ । ଏଥିରେ ଯାଜପୁରର ୨୩ ଜଣ ପର୍ଯ୍ୟଟକ ଥିବା ଜଣାପଡିଛି । ଏମାନେ ସମସ୍ତେ ଚଳିତ ମାସ ୪ ତାରିଖରେ ନେପାଳ ଯାଇଥିଲେ । ଆସନ୍ତା ୧୨ ତାରିଖ ଅର୍ଥାତ ଆଉ ଦିନକ ପରେ ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ନେପାଳର ଶେଖର ଟୁର ଆଣ୍ଡ ସର୍ଭିସର ଓଡିଶା ମ୍ଯାନେଜର ମଧୁସୂଦନ ମିଶ୍ରଙ୍କ ଦ୍ବାରା ଏମାନେ ନେପାଳ ଭ୍ରମଣରେ ଯାଇଛନ୍ତି । ତେବେ ହଠାତ ନେପାଳ ଅଶାନ୍ତ ହୋଇଯିବାରୁ ଏମାନେ ସେଠାରେ ଫସିଯାଇଛନ୍ତି । ଓଡି଼ଶା ଫେରିବା ନେଇ ସମସ୍ତେ ଭୟ ଓ ଆଶଂକା ଭିତରେ ହୋଟେଲରେ ଦିନ ବିତାଉଛନ୍ତି ।

ପାଇକମାଲକୁ NAC ମାନ୍ୟତା ଦାବି , ପ୍ରତିବାଦ କରି ବିଜେଡିର ୧୨ ଘଣ୍ଟିଆ ବନ୍ଦ

ନନ୍ଦିଘୋଷ ବ୍ୟୁରୋ : ପାଇକମାଲକୁ NAC ମାନ୍ୟତା ଦାବିରେ ବିଜୁ ଜନତା ଦଳ ପକ୍ଷରୁ 1୨ ଘଣ୍ଟିଆ ବନ୍ଦ ପାଳନ।  ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି।ବନ୍ଦ ପ୍ରଭାବରେ ଦୋକାନ ବଜାର ବନ୍ଦ ଥିବାବେଳେ ବ୍ୟାପକ ପୋଲିସ ମୁତୟନ ଅଛନ୍ତି।ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ସମେତ ବିଜୁ ଜନତା ଦଳର କର୍ମୀ, ନେତା, ନେତ୍ରୀ ସହ ପାଇକମାଲର ଜନ ସାଧାରଣ ସ୍ଵତଃପ୍ରବୃତ୍ତ ଭାବେ ବନ୍ଦରେ ସାମିଲ ହୋଇଛନ୍ତି। ପାଇକମାଳ ଠାରେ ପ୍ରସିଦ୍ଧ ନୃସିଂହନାଥ ମନ୍ଦିର ଅଛି ଯାହାକି ଏକ ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ। ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖାଯାଇଥାଏ। ଜନସଂଖ୍ୟାଠୁ ଆରମ୍ଭ କରି ଅନ୍ୟ ସବୁ ଦୃଷ୍ଟିରୁ ପାଇକମାଳ NAC ମାନ୍ୟତା ପାଇବାରେ ଯୋଗ୍ୟ ରହିଥିବା ବେଳେ କାହିଁକି ସରକାର ଅବହେଳା କରୁଛନ୍ତି ବୋଲି ବିଧାୟିକା ବର୍ଷା ସିଂ ବରିହା ପ୍ରଶ୍ନ କରିଛନ୍ତି। ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ପାଇକମାଳର ହୋଇଥିବା ବେଳେ ପାଇକମାଲକୁ NAC ମାନ୍ୟତା ଦାବୀରେ କାହିଁକି ସହଯୋଗ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଧାୟିକା। ପୂର୍ବ ସରକାର ପଦ୍ମପୁର ଉପନିର୍ବାଚନ ସମୟରେ ପାଇକମାଳକୁ NAC ଘୋଷଣା କରିଥିଲେ। ହେଲେ ବର୍ତ୍ତମାନର ସରକାର ପାଇକମାଲକୁ NAC ମାନ୍ୟତାରୁ ବାଦ୍ ଦେବା ପାଇକମାଲବାସୀଙ୍କ ଉପରେ ଗଭୀର ଆଘାତ ଦେଇଛି। ପାଇକମାଳକୁ NAC ମାନ୍ୟତା ଅତି ଶୀଘ୍ର ପ୍ରଦାନ କରାଯାଉ ବୋଲି ବିଜୁ ଜନତା ଦଳ ପକ୍ଷରୁ ଦାବି କରାଯାଇଛି। ଏହା ନ ହେଲେ ଆଗାମୀ ଦିନରେ ବଡ଼ଧରଣର ଆନ୍ଦୋଳନ ହେବ ବୋଲି ବିଜୁ ଜନତା ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।

୮୦ ବର୍ଷୀୟ ବୃଦ୍ଧଙ୍କ ଖାଦ୍ୟନଳୀରୁ ବାହାରିଲା ୯ ଇଂଚର ଦାନ୍ତକାଠି

ନନ୍ଦିଘୋଷ ବ୍ୟୁରୋ : ଖାଦ୍ୟନଳୀରୁ ବାହାରିଲା ୯ ଇଂଚର ଦାନ୍ତକାଠି। MKCG ମେଡ଼ିକାଲ ଇଏନ୍‌ଟି ବିଭାଗରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ଖାଦ୍ୟନଳୀରୁ ୯ ଇଞ୍ଚର ଏକ ଦାନ୍ତକାଠି ବାହାର କରାଯାଇଛି। ଅସାବଧାନତା ଯୋଗୁଁ ବୃଦ୍ଧଜଣଙ୍କ ଦାନ୍ତ କାଠିଟିକୁ ଗିଳି ଦେଇଥିଲେ। ଏଥିଯୋଗୁଁ ଅସହ୍ୟ ଯନ୍ତ୍ରଣା ସହ ଖାଇବାରେ ସମସ୍ୟା ହୋଇଥିଲା। ପରିବାରଲୋକ ତାଙ୍କୁ MKCGରେ ଭର୍ତ୍ତି କରାଇବା ପରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଅସ୍ତ୍ରୋପଚାର କରିଥିଲେ। ଏସୋଫାଗୋସ୍କୋପ୍ ପଦ୍ଧତିରେ ଦୀର୍ଘ ଏକ ଘଣ୍ଟା ଧରି ଅସ୍ତ୍ରୋପଚାର ପରେ ଖାଦ୍ୟନଳୀରୁ ଦାନ୍ତକାଠିକୁ ବାହାର କରାଯାଇଥିଲା। ଅସ୍ତ୍ରୋପଚାର ପରେ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ବିଭାଗୀୟ ମୁଖ୍ୟ ଆସୋସିଏଟ୍ ପ୍ରଫେସର୍ ଡାକ୍ତର ସଂଜିତ କୁମାର ମିଶ୍ର କହିଛନ୍ତି। ବୃଦ୍ଧ ଜଣକ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ନାଟଙ୍ଗା ଗ୍ରାମର ୮୦ ବର୍ଷୀୟ କାମରାଜୁ ନାୟକ ବୋଲି ଜଣାପଡିଛି।

 

ସୋସିଆଲ ମିଡିଆ ନୁହେଁ ,୧୧ ବର୍ଷର ଝିଅ ପାଇଁ ଚାଲିଗଲା କେପି ଓଲିଙ୍କ ସରକାର…

ନନ୍ଦିଘୋଷ ବ୍ୟୁରୋ : ନେପାଳ ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଘୋଷଣା ପୂରା ନେପାଳକୁ ବରବାଦ କରିଦେଲା । ପରିସ୍ଥିତି ଏପରି ହୋଇଛି ଯେ କେପି ଓଲିଙ୍କୁ ଇସ୍ତଫା ଦେବା ସହ ତାଙ୍କୁ ଲୁଚି ରହିବାକୁ ପଡିଛି। ଏବେ ନେପାଳ ସରକାରଙ୍କ କମାଣ୍ଡ ସେନା ହାତରେ। ନୂତନ ସରକାର କେବେ ଆସିବ ସେ ବିଷୟରେ ଏବେ ବି ସସପେନ୍ସ ରହିଛି। ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବା ଓଲି ସରକାରଙ୍କ ପାଇଁ ବହୁତ ମହଙ୍ଗା ସାବ୍ୟସ୍ତ ହେଲା। କେପି ଓଲି ଜାଣି ନଥିଲେ ଯେ ତାଙ୍କର ଗୋଟିଏ ନିଷ୍ପତ୍ତି ପାଇଁ ତାଙ୍କ ଗାଦି ଚାଲିଯିବ । ଓଲି କେବଳ ତାଙ୍କର ଗାଦି ହରାଇ ନାହାନ୍ତି ଏବେ ତାଙ୍କୁ ଲୁଚି ରହିବାକୁ ପଡୁଛି । କାହାରିକୁ ଜଣା ନାହିଁ ସେ ଏବେ କେଉଁଠି ଲୁଚି ରହିଛନ୍ତି। ଏବେ ପ୍ରଶ୍ନ ହେଉଛି, କେବଳ ସୋସିଆଲ ମିଡିଆ ପ୍ରତିବନ୍ଧକ ଯୋଗୁଁ କ’ଣ ଓଲିଙ୍କ ସରକାର ଯାଇଛି ? ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି । ଯଦି ଆମେ ନେପାଳର ଘଟଣାବଳୀକୁ ଦେଖିବା, ତେବେ ଏହା ଆଦୌ ମନେ ହଉନାହିଁ କେବଳ ସୋସିଆଲ ମିଡିଆ ପାଇଁ ନେପାଳର ଏମିତି ଅବସ୍ଥା । ଜଣେ ୧୧ ବର୍ଷର ଝିଅ  ପାଇଁ ଚାଲିଗଲା ଓଲିଙ୍କ ସରକାର । କେବଳ ଗୋଟିଏ ଘଟଣା ଜେନ-ଜେଡଙ୍କୁ ଏତେ ଥରାଇ ଦେଇଥିଲା ଯେ ଏହା ନେପାଳରେ ଏକ ବିଦ୍ରୋହ ସୃଷ୍ଟି କରିଥିଲା।

ନେପାଳରେ ବିଦ୍ରୋହର ସ୍କ୍ରିପ୍ଟ ବହୁତ ପୂର୍ବରୁ ଲେଖାଯାଇଥିଲା। ଅଗଷ୍ଟ ମାସର ଆରମ୍ଭରେ ଏକ ଦୁର୍ଘଟଣା ଘଟିଥିଲା। ସେହି ଦୁର୍ଘଟଣା ନେପାଳର ରାଜନୀତିରେ ଏପରି ହଇଚଇ ଆଣିଥିଲା, ଯାହାର ଝଲକ ଆଜି ସାରା ବିଶ୍ୱ ଦେଖିଛି। ଜଣେ ନିର୍ଦ୍ଦୋଷ ୧୧ ବର୍ଷୀୟ ଝିଅକୁ ଜଣେ ପ୍ରାଦେଶିକ ମନ୍ତ୍ରୀଙ୍କ ସରକାରୀ ଗାଡ଼ି ଧକ୍କା ଦେଇଥିଲା। ଏହି ହିଟ୍-ଏଣ୍ଡ-ରନ୍ ମାମଲା ଲୋକଙ୍କ କ୍ରୋଧକୁ ଉତ୍ତେଜିତ କରିଥିଲା। ସାରା ଦେଶରେ ଦୁର୍ନୀତି ଓ ଦାୟିତ୍ୱହୀନତା ବିରୁଦ୍ଧରେ ନିଆଁ ଲାଗିଯାଇଥିଲା। କେବଳ ସେହି ଗୋଟିଏ ଘଟଣା ଜେନେରାଲ ଜେଡ ଯୁବକଙ୍କୁ ରାସ୍ତାକୁ ଆଣିଥିଲା। ଏହାର ପ୍ରଭାବରେ କେପି ଶର୍ମା ଓଲିଙ୍କୁ ଇସ୍ତଫା ଦେବାକୁ ପଡିଲା।

ଅଗଷ୍ଟ ମାସରେ ଜେନ ଜେଡ ବିପ୍ଳବର ମୂଳଦୁଆ

କାହାଣୀଟି ଅଗଷ୍ଟ ମାସର। ନେପାଳର ଲଳିତପୁର ଜିଲ୍ଲାର ହରିସିଦ୍ଧିରେ ଏକ ଅଘଟଣା ଘଟିଥିଲା। ଜଣେ ମନ୍ତ୍ରୀଙ୍କ ସରକାରୀ କାର ରାସ୍ତା ପାର ହେବା ପାଇଁ  ଠିଆ ହୋଇଥିବା ୧୧ ବର୍ଷର ଝିଅକୁ ଧକ୍କା ଦେଇଥିଲା। ଧକ୍କାରେ ଝିଅଟି ଆହତ ହୋଇଥିଲା। ମନ୍ତ୍ରୀଙ୍କ କାର ଝିଅଟିକୁ କ୍ଷତବିକ୍ଷତ ଅବସ୍ଥାରେ ସେପରି ଛାଡି ଖସିଯିବାକୁ ଚେଷ୍ଟା କରିଥିଲା। କିନ୍ତୁ ସ୍ଥାନୀୟ ଲୋକମାନେ ଡ୍ରାଇଭରକୁ ଧରି ପକାଇଥିଲେ। ସେହି ଧକ୍କାରେ ଝିଅଟି ଗୁରୁତର ଆହତ ହୋଇଥିଲା। କିନ୍ତୁ ସେ ବଞ୍ଚିଗଲା। ଏହା ପରେ, ମନ୍ତ୍ରୀଙ୍କ କାରର ଡ୍ରାଇଭରକୁ ହେପାଜତକୁ ନିଆଯାଇଥିଲା। କିନ୍ତୁ ଏହା ପରେ ଆଉ ଏକ ଘଟଣା ଘଟିଥିଲା, ଯାହା ଲୋକଙ୍କ କ୍ରୋଧିକୁ ଦୁଇଗୁଣିତ କରିଥିଲା।

୧୧ ବର୍ଷର ଝିଅ ନେପାଳାର ନକ୍ସା ପରିବର୍ତ୍ତନ କରିଦେଲେ

ମନ୍ତ୍ରୀଙ୍କ ଡ୍ରାଇଭରଙ୍କୁ ମାତ୍ର ୨୪ ଘଣ୍ଟା ମଧ୍ୟରେ ମୁକ୍ତ କରାଯାଇଥିଲା। ୟ ସେହି ସମୟରେ ପ୍ରଧାନମନ୍ତ୍ରୀ କେପି ଓଲି ଏହାକୁ ଏକ ଛୋଟ ଘଟଣା ବୋଲି କହିଥିଲେ। ଏହା ଜେନ ଜେଡଙ୍କ କ୍ରୋଧକୁ ଆହୁରି ବଢ଼ାଇ ଦେଇଥିଲା। ଝିଅଟିର ଦୁର୍ଘଟଣାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଲୋକମାନେ ସୋସିଆଲ ମିଡିଆରେ ଲେଖିଥିଲେ ଯେ ଝିଅଟି ରାସ୍ତାରେ ଆହତ ଅବସ୍ଥାରେ ପଡ଼ି ରହିଛି ହେଲେ ସରକାରୀ ଗାଡି ସେଠାରୁ ଖସି ଯିବାକୁ ଚେଷ୍ଟା କରୁଛି ।  ଏହା ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଥିଲେ।

ଜେନ ଜେଡଙ୍କୁ ମିଳିଲା ସୁଯୋଗ

ନେପାଳରେ ବେକାରୀ  ସମସ୍ୟା ଓ ଦୁର୍ନୀତି ପାଇଁ  ଯୁବପିଢ଼ିଙ୍କ ମଧ୍ୟରେ ସରକାରଙ୍କ ବିରୁଦ୍ଧରେ ପୂର୍ବରୁ କ୍ରୋଧ ଥିଲା। ଯୁବପିଢ଼ି କେବଳ ଏକ ସୁଯୋଗ ଅପେକ୍ଷାରେ ଥିଲେ ଯାହା ଦ୍ୱାରା ସରକାରଙ୍କ ବିରୁଦ୍ଧରେ ଦେଶବ୍ୟାପୀ ପ୍ରତିବାଦ କରାଯାଇପାରିବ। ସୋସିଆଲ ମିଡିଆକୁ ବ୍ୟାନ କରି ଏହି ସୁଯୋଗ ନିଜେ କେପି ଶର୍ମା ଓଲି ଯୁବଯିଢିଙ୍କୁ ଦେଇଥିଲେ । ସେପ୍ଟେମ୍ବର୪ ରେ ନେପାଳ ସରକାର ଫେସବୁକ୍ ଓ ହ୍ୱାଟସଆପ୍ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ବ୍ୟାନ କରିଥିଲେ। ଏହି ଘଟଣା ଯୁବପିଢ଼ିଙ୍କୁ ଆହୁରି ଉତ୍ତେଜିତ କରିଥିଲା। ଏହା ପରେ, ସେପ୍ଟେମ୍ବର ୮ ଓ ୯ ରେ ନେପାଳରେ ଯାହା ଘଟିଥିଲା ​​ତାହା ସମଗ୍ର ବିଶ୍ୱ ଦେଖିଥିଲା। ନେପାଳର ଯୁବପିଢ଼ି ସଂସଦ ଘେରାଉ କରିଥିଲେ। ସେମାନେ ରାଷ୍ଟ୍ରପତି ଭବନରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁକିଛି କବଜା କରିବା ସହ  ଭଙ୍ଗାରୁଜା କରିଥିଲେ। ଏହା ପରେ କେପି ଓଲିଙ୍କୁ ଇସ୍ତଫା ଦେଇ ଲୁଚିବାକୁ ପଡିଲା। ଏବେ ନେପାଳରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପାଇଁ ପ୍ରୟାସ କରାଯାଉଛି।