spot_img
Home Blog Page 2141

ସୁନା-ରୁପା ଭର୍ତ୍ତି ବ୍ୟାଗ ଧରି ଲୁଟେରା ଚମ୍ପଟ୍

ଭୁବନେଶ୍ବର: ଲୁଟେରାଙ୍କ ଭୂସ୍ବର୍ଗ ପାଲଟିଛି ରାଜଧାନୀ ଭୁବନେଶ୍ବର । କେତେବେଳେ ଆପାର୍ଟମେଣ୍ଟ ଲୁଟେରା ମାତୁଛନ୍ତି ତ ଆଉ କେତେ ବେଳେ ଝରକା ତଡ଼ା ଗ୍ୟାଙ୍ଗ । ମୋବାଇଲ ଓ ସୁନା ଚେନ୍ ଝମ୍ପା ଲୁଟେରା ତ ଦୌରାତ୍ମ୍ୟ ମଚାଇଛନ୍ତି । ଏବେ ଜଣେ ସୁନା ଦୋକାନୀ ଲୁଟର ଶିକାର ହୋଇଛନ୍ତି । ତାଙ୍କ ଦେକାନ ଆଗରୁ ସୁନା ଓ ରୁପା ଭର୍ତ୍ତି ବ୍ୟାଗ ଧରି ଚମ୍ପଟ ମାରିଛି ଲୁଟେରା । ଘଟଣା ଘଟିଛି ଏୟାର ଫିଲ୍ଡ ଥାନା ଅଞ୍ଚଳରେ । ସୁନା ଦୋକାନ ଆଗରୁ ଦୋକାନୀ ମାନସ କୁମାର ସାହୁଙ୍କ ଆଗରେ ହୋଇଛି ଲୁଟ୍ ।

ତଥ୍ୟ ଅନୁସାରେ ମାନସ ସବୁଦିନ ଭଳି ସୁନା ଓ ରୁପା ସାମଗ୍ରୀ ବ୍ୟାଗରେ ନେଇ ଦୋକାନ ବନ୍ଦ କରୁଥିବାବେଳେ ଏହି ଲୁଟ ହୋଇଥିଲା । ବ୍ୟ।ଗଟିକୁ ମାନସ ବାଇକରେ ରଖି ଦୋକାନ ତାଲା ପକାଉଥିଲେ । ଏହି ସମୟରେ ଦୁର୍ବୃତ୍ତ ବ୍ୟାଗଟିକୁ ଲୁଟି ନେଇଛି । ଲୁଟ ବେଳର ଭିଡିଓ ସିସିଟିଭିରେ ହୋଇଛି କଏଦ । ସିସିଟିଭି ଆଧାରରେ ପୋଲିସ ଘଟଣାର ତଦନ୍ତ କରୁଛି ।

ପୃଥିବୀକୁ କେବେ ବି ଆସିନାହାନ୍ତି କୌଣସି ଏଲିୟନ, ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

ପେଣ୍ଟାଗନ: ଏଲିୟନ ଅଛନ୍ତି କି ନାହିଁ ? ଯଦି ଅଛନ୍ତି ପୃଥିବୀକୁ ଆସିଛନ୍ତି କି ନାହିଁ ? ବିଭିନ୍ନ ସମୟରେ ୟୁଏଫଓ ଦେଖିବା ନେଇ ହେଉଥିବା ଦାବି କେତେ ସତ ? ଏଲିୟନ ପୃଥିବୀକୁ ଆସିବା ନେଇ ଚାଲିଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛି ପେଣ୍ଟାଗନ । କୌଣସି ଏଲିୟନ ପୃଥିବୀକୁ ଆସି ନଥିବା ସ୍ପଷ୍ଟ କରିଛି ପେଣ୍ଟାଗନ ।

ଦୀର୍ଘଦିନ ଧରି ପୃଥିବୀକୁ ଅଜଣା ଉଡ଼ନ୍ତା ବସ୍ତୁ ବା ୟୁଏଫଓ ଆସିଥିବା ନେଇ ନାନା ଚର୍ଚ୍ଚା ଚାଲିଥିଲା । ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଏହାକୁ ନେଇ ଗବେଷଣା ବି ଚାଲିଥିଲା । ତେବେ ଶେଷରେ ପେଣ୍ଟାଗନ ଏହି କଳ୍ପନାଜଳ୍ପନାର ଅନ୍ତ କରିଛି । ପେଣ୍ଟାଗନ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି, ୟୁଏଫଓ ନେଇ ଗତ ଦ୍ବିତୀୟ ବିଶ୍ବଯୁଦ୍ଧ ପରଠାରୁ ଆମେରିକା ସରକାରଙ୍କ ପକ୍ଷରୁ ଚାଲିଥିବା ଗବେଷଣା ଏହା ପ୍ରମାଣିତ କରିଛି ଯେ ପୃଥିବୀ ବାହାରର କୌଣସି ବସ୍ତୁ ଆସିବାର ପ୍ରମାଣ ନାହିଁ। ଯେଉଁ ଉଡନ୍ତା ବସ୍ତୁ ଉଡିଥିବା କୁହାଯାଉଛି ତାହା ମାମୁଲି ବସ୍ତୁ ଓ କପୋଳକଳ୍ପିତ ।

ୟୁଏଫଓ ପ୍ରସଙ୍ଗରେ ୨୦୨୨ରେ ପେଣ୍ଟାଗନ ପକ୍ଷରୁ ଯେଉଁ ଘୋଷଣା କରାଯାଇଥିଲା ତାହାକୁ ଆଧାର କରି ଏହି ରିପୋର୍ଟ ପ୍ରକାଶ କରାଯାଇଛି । ଏଲିୟନ ପ୍ରସଙ୍ଗରେ ଗବେଷଣା ଲାଗି ବିଗତ ୧୯୪୫ରୁ ଆମେରିକା ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଥିଲା । ବିଗତ ୧୯୪୦ ଦଶକରୁ ୟୁଏଫଓ ପ୍ରସଙ୍ଗରେ ଆମେରିକା ମିଲିଟାରୀ ଖଣ୍ଡନ କରିଆସୁଥିଲା ।

ବିଭିନ୍ନ ବିଭାଗରେ ୧୨୯୪ ଅଧିକାରୀଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାରେ ଚାଲିଛି ନିଯୁକ୍ତି ପର୍ବ । ବିଭିନ୍ନ ବିଭାଗରେ ଅଧିକାରୀଙ୍କୁ ନିଯୁକ୍ତି ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କ୍ରମରେ ଆଜି ବିଭିନ୍ନ ବିଭାଗରେ ୧୨୯୪ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ନବ ନିଯୁକ୍ତ କର୍ମଚାରୀଙ୍କୁ ଦିଗଦର୍ଶନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅର୍ଥ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, କ୍ରୀଡ଼ା ଓ ଯୁବସେବା ବିଭାଗ, ଇସ୍ପାତ ଓ ଖଣି ବିଭାଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ଗୃହ ବିଭାଗରେ ଏହି ନିଯୁକ୍ତି ପ୍ରଦାନ କରାଯାଇଛି । ଏହି ଅବସରରେ ଲୋକସେବା ଭବନ ସମ୍ମିଳନୀ କକ୍ଷ ଏବଂ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ନିଯୁକ୍ତି ପର୍ବରେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୭୨୫ ଜଣ କନିଷ୍ଠ ସହାୟକ, ଅର୍ଥ ବିଭାଗରେ ୧୭୭ ଜଣ ସ୍ଥାନୀୟ ପାଣ୍ଠି ସମୀକ୍ଷକ, ୯୬ ଜଣ ସହକାରୀ ବାଣିଜ୍ୟ କର ଏବଂ ଦ୍ରବ୍ୟ ଓ ସେବା କର ଅଧିକାରୀ, ୭ ଜଣ ଉପଖଣ୍ଡ ଆର୍ଥିକ ସେବା ଓ ସଞ୍ଚୟ ଅଧିକାର ନିଯୁକ୍ତି ପାଇଛନ୍ତି । ଅର୍ଥ ବିଭାଗରେ ମୋଟ ୨୮୦ ଜଣ ନୂତନ ଭାବେ ନିଯୁକ୍ତି ପାଇଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗରେ ୧୧୬ ଜଣ କନିଷ୍ଠ ସହାୟକ, ୫ ଜଣ କନିଷ୍ଠ କିରାଣୀ ଓ ୮ ଜଣ କନିଷ୍ଠ ଷ୍ଟେନୋଗ୍ରାଫର ନିଯୁକ୍ତି ପାଇଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗରେ ମୋଟ ୧୨୯ ଜଣ ନୂତନ ଭାବେ ନିଯୁକ୍ତି ପାଇଛନ୍ତି । କ୍ରୀଡ଼ା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ କ୍ରୀଡା ବିଭାଗରେ ୧୬୦ ଜଣ କୃତୀ କ୍ରୀଡ଼ାବିତଙ୍କୁ ନିଯୁକ୍ତି ଦିଆଯାଇଛି । ଇସ୍ପାତ ଓ ଖଣି ବିଭାଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଗୃହ ବିଭାଗର ବିଭିନ୍ନ ପଦବୀରେ ନିଯୁକ୍ତି ପାଇଛନ୍ତି ।

‘ରଥଯାତ୍ରା ସମୟ ରତ୍ନଭଣ୍ଡାର ଗଣତି ପାଇଁ ଉପଯୁକ୍ତ ସମୟ’

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତି ଓ ଏହାର ମରାମତି ନେଇ ଆଲୋଚନା । ରତ୍ନଭଣ୍ଡାର ତଦାରଖ କମିଟି ବୈଠକରେ ହେଲା ଆଲୋଚନା । ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ଯକ୍ଷ ତଥା ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ଯକ୍ଷତାରେ ଆଲୋଚନା ।

ବୈଠକ ପରେ ଜଷ୍ଟିସ ଅରିଜିତ ପଶାୟତ କହିଛନ୍ତି, ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ୧୯୭୮ ମସିହା କରାଯାଇଥିବା ଗଣତି ତାଲିକା ଉପରେ ଆଲୋଚନା କରାଯାଇଛି । ରତ୍ନଭଣ୍ଡାର ଭିତରକୁ ଯିବା ପାଇଁ କେତେବେଳେ ଉପଯୁକ୍ତ ହେବ ସେ ନେଇ ଅନୁଧ୍ଯାନ କରାଯାଇଛି । ରଥଯାତ୍ରା ବେଳେ ଗଣନା ପାଇଁ ଉପଯୁକ୍ତ ସମୟ ରହିବ । ୧୯୭୮ ମସିହାରେ ଗଣତି ପାଇଁ ୪ମାସ ଲାଗିଥିଲା । ୧୯୮୫ ମସିହା ପରଠୁ ଆଉ କିଛି ଗଣନା ହୋଇନି । ଆବଶ୍ଯକ ପଡ଼ିଲେ ଗଣତି ପାଇଁ ଟେକ୍ନୋଲୋଜିର ସହାୟତା ନିଆଯିବ । କ୍ଯାମେରା ଲଗାଯାଇ ଅଳଙ୍କାର ଗଣତି ପାଇଁ ପଦକ୍ଷେପ ନିଆଯିବା ସମ୍ପର୍କରେ ଆଲୋଚନା କରାଯାଇଛି ।

ଧର୍ମଶାଳା ଟେଷ୍ଟ ଜିତିଲା ଭାରତ, ୬୪ ରନରେ ଇଂଲଣ୍ଡ ପରାସ୍ତ

ଧର୍ମଶାଳା: ଧର୍ମଶାଳା ଟେଷ୍ଟ ଜିତିଲା ଭାରତ। ଏକ ଇନିଂସ ଓ ୬୪ ରନରେ ଇଂଲଣ୍ଡକୁ ପରାସ୍ତ କରିଛି ଟିମ ଇଣ୍ଡିଆ। ଆଜି ତୃତୀୟ ଦିନରେ ସିରିଜର ପଞ୍ଚମ ତଥା ଶେଷ ଟେଷ୍ଟ ମ୍ଯାଚ୍ ଜିତି ନେଇଛି ଟିମ ଇଣ୍ଡିଆ। ଭାରତୀୟ ସ୍ପିନରଙ୍କ ଆଗରେ ୱିକେଟ ବଞ୍ଚାଇ ପାରିନଥିଲେ ଇଂଲଣ୍ଡ ଖେଳାଳି। ଅଶ୍ଵୀନଙ୍କ ଚମତ୍କାର ବୋଲିଂରେ ଇଂଲଣ୍ଡ ଧରାଶାୟୀ ହୋଇଯାଇଛି। ଦୁଇ ଦିନ ଥାଇ ମ୍ଯାଚ ହାତେଇଛି ଟିମ ଇଣ୍ଡିଆ। ସ୍ପିନର ଆର. ଅଶ୍ଵୀନ ସର୍ବାଧିକ ୫ଟି ୱିକେଟ ନେଇଛନ୍ତି। କୁଲଦୀପ ଯାଦବ ଗୋଟିଏ ୱିକେଟ ନେଇଛନ୍ତି। ସେହିପରି ଯଶପ୍ରୀତ ବୁମରାଙ୍କୁ ମଧ୍ୟ ଗୋଟିଏ ୱିକେଟ ମିଳିଛି। ଇଂଲଣ୍ଡ ପ୍ରଥମ ଇନିଂସରେ ୨୧୮ ରନ କରିଥିଲା। ଜବାବରେ ଭାରତ ପ୍ରଥମ ଇନିଂସରେ ବିଶାଳ ୪୭୭ରନ ସ୍କୋର ଛିଡ଼ା କରିଥିଲା।

ପ୍ରଥମ ଇନିଂସରେ ଭାରତ ଇଂଲଣ୍ଡଠାରୁ ୨୫୯ ରନରେ ଆଗୁଆ ରହିଥିଲା। ତେବେ ଇଂଲଣ୍ଡର ଦ୍ଵିତୀୟ ପାଳି ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ମାତ୍ର ୧୧୩ରନରେ ମୂଲ୍ୟବାନ ୬ଟି ୱିକେଟ ହରାଇଥିଲା ବ୍ରିଟିଶ ଟିମ । ପ୍ରଥମ ଇନିଂସରେ ଦମଦାର ଖେଳ ଦେଖାଇ ବିଶାଳ ସ୍କୋର କରିଥିଲେ ଭାରତୀୟ ବ୍ୟାଟର। ଅଧିନାୟକ ରୋହିତ ଶର୍ମା ୧୦୩ ରନ ସଂଗ୍ରହ କରିଥିବାବେଳେ ଶୁବମନ ଗିଲ ୧୧୦ ରନ କରିଥିଲେ। ପାଡିକଲ ତୃତୀୟ ସର୍ବାଧିକ ୬୫, ଯଶସ୍ଵୀ ଜୟସ୍ଵାଲ ୫୭ ଏବଂ ସରଫରାଜ ଖାନ ୫୬ ରନ କରିଥିଲେ। ଇଂଲଣ୍ଡର ଶୋଏବ ବଶୀରଙ୍କୁ ୫ ୱିକେଟ ମିଳିଥିଲା।

ଦମ୍ପତିଙ୍କୁ ହତ୍ୟା କଲେ ମାଓବାଦୀ, ଜଙ୍ଗଲରେ ପଡ଼ିଛି ମୃତଦେହ

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ପୁଣି ରକ୍ତମୁଖା ମାଓବାଦୀ। ଗୋଛାପଡ଼ା ଥାନା ଅନ୍ତର୍ଗତ ସଲାଗୁଡ଼ା ପଞ୍ଚାୟତର ଡିଗାପଦର ଗାଁରେ ସଶସ୍ତ୍ର ମାଓବାଦୀ ଦମ୍ପତିକୁ ହତ୍ୟା କରିଛନ୍ତି। ମୃତ ଦମ୍ପତିଙ୍କ ହେଲେ ଡାହିରା କହଁର ଏବଂ ତାଙ୍କ ସ୍ତ୍ରୀ ବତସୀ କହଁର । ଉଭୟଙ୍କ ମୃତଦେହ ଜଙ୍ଗଲରେ ପଡ଼ିରହିଛି। ଏହାକୁ ନେଇଁ ଅଞ୍ଚଳରେ କୋକୁଆ ଭୟ ଲାଗିରହିଛି। ଘଟଣା ସ୍ଥଳକୁ ଯିବାକୁ ସ୍ଥାନୀୟ ଲୋକେ ଭୟକରୁଛନ୍ତି। ପୋଲିସ ବର୍ତମାନ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ଗତକାଲି ରାତିରେ ପ୍ରାୟ ୯ଟା  ସମୟରେ କିଛି ମାଓବାଦୀ ଦମ୍ପତିଙ୍କୁ ଘରୁ ଉଠାଇ ନେଇ ଜଙ୍ଗଲକୁ ନେଇଥିଲେ। ଆଜି ସକାଳୁ ସେମାନଙ୍କ ମୃତଦେହ ଜଙ୍ଗଲରେ ପଡ଼ିଥିବା ଦେଖାଯାଇଛି। ପୋଲିସ ଇନଫର୍ମର  ସନ୍ଦେହରେ ପିଟିପିଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଅନ୍ୟ ପଟେ କନ୍ଧମାଳ ଏସପି ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରୁଛନ୍ତି। ଉଭୟ ଦମ୍ପତି ଗଞ୍ଜେଇ ଚାଷରେ ମଧ୍ୟ ସମ୍ପୃକ୍ତ ଥିଲେ ବୋଲି ଆଲୋଚନା ହେଉଛି। ଗଞ୍ଜେଇ କାରବାରକୁ ନେଇଁ ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଗ୍ରାମବାସୀ ଏହି ଘଟଣା ସମ୍ପର୍କରେ ମୁହଁ ଖୋଲିନାହାନ୍ତିl

ଲଘୁ ବନଜାତ ଦ୍ରବ୍ୟ କ୍ରୟ ପାଇଁ “ଲାଭ” ଯୋଜନାର ଶୁଭାରମ୍ଭ

କନ୍ଧମାଳ: ଆଦିବାସୀ ସମ୍ପ୍ରଦାୟର ଉନ୍ନତି ପାଇଁ ପୁଣି ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ଲଘୁ ବନଜାତ ଦ୍ରବ୍ୟ କ୍ରୟ ପାଇଁ “ଲାଭ” ଯୋଜନାର ଶୁଭାରମ୍ଭ ।କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସମ୍ମନ୍ବୀତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ଯୋଜନାର ଶୁଭାରମ୍ଭ।

ଉପଜିଲ୍ଲାପାଳ ଡକ୍ଟର ରୀନା ପ୍ରଧାନ ସବୁଜ ପତାକା ଦେଖାଇ ଏକ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି। ଏସଏଚଜି ମହିଳାମାନଙ୍କୁ ଏହି ଯୋଜନା ସମ୍ପର୍କ ଅବଗତ କରାଯାଇଛି। ମହିଳାମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଲକ୍ଷ୍ୟ। ଚଳିତ ବର୍ଷ ଆଦିବାସୀ ଭାଇ ଭଉଣୀ ମାନଙ୍କଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ଲଘୁ ବନଜାତ ଦ୍ରବ୍ୟ କ୍ରୟ ନିମନ୍ତେ ସରକାର ନିଜସ୍ବ ଶତ ପ୍ରତିଶତ ଯୋଜନା “ଲାଭ” ପ୍ରଚଳନ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ,ବନ ସୁରକ୍ଷା ସମିତି,ବନ ଧନ ବିକାଶ କେନ୍ଦ୍ର ଇତ୍ୟାଦି ମାନଙ୍କୁ ପ୍ରାଥମିକ କ୍ରୟ ସଂସ୍ଥା ରୂପେ ନିୟୋଜନ କରାଯିବ।  ଅନଲାଇନ୍ L-PASS ମାଧ୍ୟମରେ ଆଦିବାସୀ ଓ ସ୍ଥାନୀୟ ସଂଗ୍ରହକାରୀଙ୍କ ଠାରୁ ଲଘୁ ବନଜାତ ଦ୍ରବ୍ୟ ସରକାରଙ୍କ ଧାର୍ଯ୍ୟ ମୂଲ୍ୟରେ କ୍ରୟ କରାଯିବ। ସଂଗ୍ରହକାରୀଙ୍କ ଉଚିତ୍ ମୂଲ୍ୟ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ।ମହିଳାଙ୍କୁ ସଶକ୍ତ ଓ ସମୃଦ୍ଧ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ଉପଜିଲ୍ଲାପାଳ ଓ ସ୍ବୟଂ ସହାୟିକା ଗୋଷ୍ଠୀ ମହିଳା ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି।

ସଚିବାଳୟରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭାଇବା ଉଦ୍ଯମ ଜାରି

ଭୋପାଳ: ସଚିବାଳୟରେ ଭୟାବହ ଅଗ୍ନିକାଣ୍ଡ। ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ରାଜ୍ୟ ସଚିବାଳୟ ବଲ୍ଲଭ ଭବନରେ ଭୟାବହ ଅଗ୍ନିକାଣ୍ଡ। ବଲ୍ଲଭ ଭବନ ପୁରୁଣା କୋଠାର ଚତୁର୍ଥ ମହଲାରେ ଲାଗିଛି ନିଆଁ। ଅଗ୍ନିକାଣ୍ଡର ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଅଗ୍ନିଶମବାହିନୀର ଏକାଧିକ ଟିମ। ନିଆଁକୁ ଲିଭାଇବା ଉଦ୍ଯମ ଜାରି ରହିଛି। ଅଗ୍ନିକାଣ୍ଡସ୍ଥଳରୁ  ପ୍ରବଳ ମାତ୍ରାରେ ଧୂଆ ବାହାରୁଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ଏବଂ ଜିଲ୍ଲାପାଳଙ୍କୁ ପଚାରି ବୁଝିଛନ୍ତି। ଅଗ୍ନିକାଣ୍ଡର ତୀବ୍ରତା ଅଧିକ ରହିଛି। ଶେଷ ସୂଚନା ମୁତାବକ ନିଆଁ ଆୟତ୍ତକୁ ଆସିଥିବା ଜଣାପଡିଛି। ତେବେ ନିଆଁ ସମ୍ପୂର୍ଣ୍ଣ ଲିଭାଇବା ଲାଗି ଉଦ୍ୟମ ଜାରି ରଖିଛନ୍ତି ଅଗ୍ନିଶମବାହିନୀର ଟିମ୍। ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି। ଏଭଳି ଘଟଣା ଯେପରି ଆଗକୁ ନଘଟେ ସେଥିଲାଗି ସଜାଗ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଯାଦବ॥..

ରାଜ୍ୟରେ ଉପରମୁହାଁ ହେବ ପାରଦ, ୬ ଡିଗ୍ରୀ ଯାଏ ବଢ଼ିବ ତାତି

ଭୁବନେଶ୍ବର: ଆଗକୁ ବଢ଼ିବ ତାତି। ୪ରୁ ୬ ଡିଗ୍ରୀ ଯାଏଁ ବଢିବ ତାତି। ଦୁଇ ଦିନ ପରେ ରାଜ୍ୟରେ ଉପରମୁହାଁ ହେବ ପାରଦ। ଉପାନ୍ତରୁ ଉପକୂଳ ସବୁଠି ହେବ ଅସମ୍ଭାଳ ତାତି। ସ୍ବାଭାବିକ ଠାରୁ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା। ଆସନ୍ତାକାଲିଠୁ ରାଜ୍ୟରେ ବଦଳିବ ପାଗ। ଶୁଖିଲା ପାଗ ସହ ମେଘମୁକ୍ତ ଆକାଶ ପାଇଁ ବଢିବ ତାତି। ଉପକୂଳ ଓଡ଼ିଶା ଅପେକ୍ଷା ଆଭ୍ୟନ୍ତରୀଣ ଓଡିଶାରେ ଅସମ୍ଭାଳ ହେବ ସ୍ଥିତି।

ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଉପକୂଳ ଓଡିଶାରେ ତାତି ସହ ଗୁଳୁଗୁଳି ଅସ୍ତବ୍ୟସ୍ତ କରିବ। ରାଜଧାନୀ ଭୁବନେଶ୍ବର ସମେତ କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ବରଗଡ଼, ଅନୁଗୁଳ ଏବଂ ଢେଙ୍କାନାଳରେ ଗ୍ରୀଷ୍ମପ୍ରବାହ ହୋଇପାରେ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର।

 

ସମ୍ବଲପୁରରେ ମୋ ବସ୍ ସେବାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସମ୍ବଲପୁର: ସମ୍ବଲପୁରରେ ଗଡ଼ିଲା ମୋ ବସ୍। ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବସ୍ ସେବାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମ୍ବଲପୁର ଅଇଁଠାପାଲି ବସ୍ ଟର୍ମିନାଲରେ ହୋଇଥିଲା ଲୋକାର୍ପଣ ଉତ୍ସବ। କୃଟ୍ ଅନ୍ତର୍ଗତ ମୋ ବସ୍ ସେବା ସବୁ ବର୍ଗର ଲୋକଙ୍କ ପାଇଁ ବେଶ୍ ସହାୟକ ହେଉଥିବାରୁ ସମ୍ବଲପୁରବାସୀ ଖୁସି।

ସେହିପରି ବ୍ରହ୍ମପୁରରେ ବି ଆରମ୍ଭ ହୋଇଛି ମୋ ବସ୍ ସେବା । ବ୍ରହ୍ମପୁର ହଳଦିଆ ପଦରରେ ନିର୍ମାଣ ହେଇଥିବା ମୋ ବସ ଟର୍ମିନାଲର ଲୋକାର୍ପଣ ଓ ମୋ ବସ ସେବାର ଶୁଭାରମ୍ଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ସାଂସଦ ଚନ୍ଦ୍ର ଶେଖର ସାହୁ, ମେୟର ସଂଘମିତ୍ରା ଦଳେଇ, ପୂର୍ବତନ ବିଧାୟକ ଡ. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଡେପୁଟି ମେୟର, ଜିଲ୍ଲାପାଳ ଗଞ୍ଜାମ, ପ୍ରମୁଖ ଉପସ୍ଥିତ ଥିଲେ।ମୋଟ ୧୫ ଗୋଟି ବସ ସେବା ଆରମ୍ଭ ହେଲା।